The country is indebted to Baba Saheb, for his contributions to nation-building: PM Modi
Despite his struggles, Dr. Ambedkar had an inspirational vision for the nation to overcome its problems: PM Modi
Today’s generation has the capability and the potential to eradicate social evils: PM Narendra Modi
We should make our political democracy, a social democracy as well: PM Modi
Union Government is making every effort to complete schemes and projects within their intended duration: PM
‘New India’ is where everyone has equal opportunity and rights, free from caste oppression and progressing through the strength of technology: PM Modi

 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ  ଆଜି ନୂଆଦିଲ୍ଲୀଠାରେ ଡ.ଆମ୍ବେଦକର ଆନ୍ତର୍ଜାତିକ କେନ୍ଦ୍ରକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି  । ଏପ୍ରିଲ 2015ରେ ଏହି ପ୍ରତିଷ୍ଠାନ ନିର୍ମାଣ ପାଇଁ ସେ ଶିଳାନ୍ୟାସ କରିଥିଲେ ।

ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ବିଶ୍ୱାସ ପ୍ରକଟ କରିଥିଲେ ଯେ ଏହି କେନ୍ଦ୍ର ଡ.ଆମ୍ବେଦକରଙ୍କ ଆଦର୍ଶ ଏବଂ ବିଚାରଧାରା ପ୍ରସାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ  ।

ଡ.ଆମ୍ବେଦକର ଆନ୍ତର୍ଜାତିକ ସାମାଜିକ ଓ ଅର୍ଥନୈତିକ ପରିବର୍ତ୍ତନ କେନ୍ଦ୍ର ଏହି ବୃହତ୍ ପ୍ରକଳ୍ପର ଏକ ଅଂଶବିଶେଷ ଭାବେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ସାମାଜିକ ଏବଂ ଅର୍ଥନୈତିକ ପ୍ରସଙ୍ଗରେ ଅଧିକ ଉଚ୍ଚତର ଗବେଷଣା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଭାବେ ଉଭା ହେବ  ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଭିନ୍ନ ସମୟରେ ଚିନ୍ତାନାୟକ ଏବଂ ଦୂରଦ୍ରଷ୍ଟାମାନେ ଆମ ଦେଶର ମାର୍ଗ ନିର୍ଦ୍ଧାରଣ କରିଆସିଛନ୍ତି । ସେ କହିଥିଲେ ଯେ ରାଷ୍ଟ୍ରନିର୍ମାଣରେ ଯୋଗଦାନ ଲାଗି ସାରା ଦେଶ ବାବାସାହେବଙ୍କ ନିକଟରେ ଋଣୀ ହୋଇରହିଛି  । ସେ କହିଥିଲେ ଯେ କେନ୍ଦ୍ର ସରକାର ଚାହୁଁଛନ୍ତି ଯେ ଅଧିକରୁ ଅଧିକ ଲୋକ, ବିଶେଷ କରି ଯୁବକମାନେ, ଆମ୍ବେଦକରଙ୍କ ଆଦର୍ଶ ଏବଂ ଚିନ୍ତାଧାରା ବିଷୟରେ ଅବଗତ ହୁଅନ୍ତୁ  । ଏହି କାରଣରୁ, ସେ କହିଥିଲେ ଡ.ଆମ୍ବେଦକରଙ୍କ ଜୀବନ ସହ ଜଡ଼ିତ ସ୍ଥାନଗୁଡ଼ିକୁ  ପର୍ଯ୍ୟଟନ କେନ୍ଦ୍ର ଭାବେ ବିକଶିତ କରାଯାଉଛି  । ଏହି ପରିପ୍ରେକ୍ଷୀରେ ସେ ଦିଲ୍ଲୀର ଆଲିପୁର, ମଧ୍ୟପ୍ରଦେଶ ମହୁ, ମୁମ୍ବାଇର ଇନ୍ଦୁ ମିଲ, ନାଗପୁରର ଦୀକ୍ଷା ଭୂମି ଏବଂ ହାଉସ ଅଫ ଲଣ୍ଡନ ବିଷୟରେ ଉଲ୍ଲେଖ କରିଥିଲେ  । ସେ କହିଥିଲେ, ଏହି ପଞ୍ଚତୀର୍ଥ ବର୍ତ୍ତମାନ ପିଢ଼ି ପାଇଁ ଡ.ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାର ମାର୍ଗ । ସେ କହିଥିଲେ ଯେ ଡିଜିଟାଲ କାରବାର ପାଇଁ ଭୀମ ଆପ ପ୍ରଚଳନ, କେନ୍ଦ୍ର ସରକାରଙ୍କ ପକ୍ଷରୁ ଡ. ଆମ୍ବେଦକରଙ୍କ ଅର୍ଥନୈତିକ ଦୂରଦୃଷ୍ଟି ପ୍ରତି ଶ୍ରଦ୍ଧାଞ୍ଜଳି ।

ଡିସେମ୍ବର 1946ରେ ସମ୍ବିଧାନ ସଭାରେ ଡ.ଆମ୍ବେଦକର ଦେଇଥିବା ଉଦ୍ବୋଧନ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ  ସଂଘର୍ଷ ସତ୍ୱେ ଦେଶର ସମସ୍ୟା ସମାଧାନ ଲାଗି ଡ.ଆମ୍ବେଦକରଙ୍କ ନିକଟରେ ପ୍ରେରଣାଦାୟକ ଦୂରଦୃଷ୍ଟି ରହିଥିଲା । ସେ କହିଥିଲେ ଯେ ଆମେ ବର୍ତ୍ତମାନ ସୁଦ୍ଧା ଡ. ଆମ୍ବେଦକରଙ୍କ ସ୍ୱପ୍ନ ପୂରଣ କରିବାରେ ସକ୍ଷମ ହୋଇପାରିନାହୁଁ  । ସେ କହିଥିଲେ ଯେ ଆଜିର ପିଢ଼ି ନିକଟରେ ସାମାଜିକ ସମସ୍ୟା ଦୂର କରିବା ଲାଗି ସାମର୍ଥ୍ୟ ଏବଂ ସମ୍ଭାବନା ରହିଛି  ।

ଡ. ଆମ୍ବେଦକରଙ୍କ ଉକ୍ତି ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମେ ଆମ ରାଜନୈତିକ ଗଣତନ୍ତ୍ରକୁ, ଏକ ସାମାଜିକ ଗଣତନ୍ତ୍ରରେ ପରିଣତ କରିବା ଆବଶ୍ୟକ  । ସେ କହିଥିଲେ ଯେ ଗତ ସାଢ଼େ ତିନି ବର୍ଷ ଧରି କେନ୍ଦ୍ର ସରକାର ଆମ୍ବେଦକରଙ୍କ ସ୍ୱପ୍ନ “ସାମାଜିକ ଗଣତନ୍ତ୍ର” ପୂରଣ କରିବା ଲାଗି ପ୍ରୟାସ ଜାରି ରଖିଛନ୍ତି । ଏହି ପରିପ୍ରେକ୍ଷୀରେ  ସେ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିବା ବିଭିନ୍ନ ଯୋଜନା ଯେପରିକି ଜନଧନ ଯୋଜନା, ଉଜ୍ଜ୍ୱଳା ଯୋଜନା, ସ୍ୱଚ୍ଛ ଭାରତ ମିଶନ, ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ନିକଟରେ ଆରମ୍ଭ ହୋଇଥିବା ସୌଭାଗ୍ୟ ଯୋଜନା ବିଷୟରେ ଉଲ୍ଲେଖ କରିଥିଲେ । ନିର୍ଦ୍ଧାରିତ ସମୟ ମଧ୍ୟରେ ଯୋଜନା ଏବଂ ପ୍ରକଳ୍ପଗୁଡ଼ିକୁ ପୂରଣ କରିବା ଲାଗି କେନ୍ଦ୍ର ସରକାର ପ୍ରୟାସ କରୁଛନ୍ତି ଏବଂ ଆମ୍ବେଦକର ଆନ୍ତର୍ଜାତିକ କେନ୍ଦ୍ର ଏହାର ଏକ ଉଦାହରଣ ବୋଲି ସେ କହିଥିଲେ । ସେ ଅନ୍ୟ ଯୋଜନା ଯଥା ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ, ମିଶନ ଇନ୍ଦ୍ରଧନୁଷ ଏବଂ ଗ୍ରାମାଂଚଳ ବିଦ୍ୟୁତିକରଣ ଲକ୍ଷ୍ୟ ହାସଲ ଦିଗରେ ହୋଇଥିବା ଅଗ୍ରଗତି ସମ୍ପର୍କରେ ବିସ୍ତୃତ ଭାବେ ଉଲ୍ଲେଖ କରିଥିଲେ । ଜନ ମଙ୍ଗଳ କାର୍ଯ୍ୟକ୍ରମଗୁଡ଼ିକୁ ଦ୍ରୁତଗତିରେ କାର୍ଯ୍ୟକାରୀ କରିବା ଦିଗରେ କେନ୍ଦ୍ର ସରକାର ସମର୍ପିତ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ ଆତ୍ମନିଯୁକ୍ତି ସୃଷ୍ଟି କରିବାରେ ଷ୍ଟାଣ୍ଡ ଅପ ଇଣ୍ଡିଆ ଯୋଜନା ବିଷୟରେ ଉଲ୍ଲେଖ କରିଥିଲେ ।

ଡ.ଆମ୍ବେଦକରଙ୍କ ସ୍ୱପ୍ନର ଭାରତ, “ନୂତନ ଭାରତ” ଗଠନ ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ । ନୂତନ ଭାରତରେ ସମସ୍ତଙ୍କ ପାଇଁ ସମାନ ସୁଯୋଗ ଏବଂ ଅଧିକାର ରହିଥିବ, ସମସ୍ତେ ଜାତିପ୍ରଥାରୁ ମୁକ୍ତ ଥିବେ ଏବଂ ପ୍ରଯୁକ୍ତିର ସାମର୍ଥ୍ୟରେ ଅଗ୍ରଗତି ହାସଲ କରୁଥିବେ । ବାବାସାହେବ ଆମ୍ବେଦକରଙ୍କ ସ୍ୱପ୍ନ ପୂରଣ କରିବା ଲାଗି ସେ ସମସ୍ତଙ୍କୁ ଆହ୍ୱାନ କରିଥିଲେ ଏବଂ 2022 ସୁଦ୍ଧା ଏହା ହାସଲ ହୋଇପାରିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ

Click here to read full text of speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India-New Zealand elevate ties to strategic partnership; Scripts 2030 roadmap, $20bn investment & Indo-Pacific security

Media Coverage

India-New Zealand elevate ties to strategic partnership; Scripts 2030 roadmap, $20bn investment & Indo-Pacific security
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the passing of Father Amir of State of Qatar HH Sheikh Hamad bin Khalifa Al Thani
July 12, 2026

The Prime Minister, Shri Narendra Modi, has expressed deep grief over the passing of the Father Amir of the State of Qatar, HH Sheikh Hamad bin Khalifa Al Thani.

The Prime Minister described him as a visionary leader who led Qatar to great levels of development and prosperity. Shri Modi also remembered him as a true friend whom he had the honour of meeting during his visit to Qatar in February 2024.

The Prime Minister conveyed his sincere condolences to the Amir of Qatar, HH Sheikh Tamim bin Hamad Al Thani, the entire royal family and the people of Qatar.

The Prime Minister wrote on X;

“We deeply mourn the passing of Father Amir of State of Qatar, HH Sheikh Hamad bin Khalifa Al Thani. A visionary leader who led Qatar to great levels of development and prosperity, we remember him also as a true friend whom I had the honour of meeting during my last visit to Qatar in February 2024. I convey my sincere condolences to the Amir of Qatar, HH Sheikh Tamim bin Hamad Al Thani and the entire royal family and people of Qatar. May the departed soul rest in eternal peace.

@TamimBinHamad”