NCC camps motivate every youngster to do something good for the nation: PM Modi
National Cadet Corps is not about uniform or uniformity, it is about unity: PM Modi
Youth of India is unable to tolerate corruption. We will undertake every effort to uproot the menace of corruption: PM
Promote digital transactions through the BHIM App and to motivate others to join that platform: PM to NCC Cadets

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ଏନସିସି ରାଲିରେ ଉଦ୍ବୋଧନ ଦେଇଛନ୍ତି  ।  ଏହି ଅବସରରେ ସେ କହିଥିଲେ ଯେ ଏଠାରେ ସମବେତ ହୋଇଥିବା ପ୍ରତ୍ୟେକ ଯୁବ ଏନସିସି କ୍ୟାଡେଟଙ୍କର ନିଜସ୍ୱ ବ୍ୟକ୍ତିତ୍ୱ ଏବଂ ପରିଚୟ ରହିଛି  । କିନ୍ତୁ, ସେ ଉଲ୍ଲେଖ କରିଥିଲେ ଯେ, ଆସନ୍ତା ଏକ ମାସ ମଧ୍ୟରେ ନୂଆ ବନ୍ଧୁତା ସୃଷ୍ଟି ହେବ ଏବଂ ପରସ୍ପର ଠାରୁ ଅନେକ କିଛି ଶିଖିବାର ସୁଯୋଗ ମିଳିବ । ଏନସିସି କ୍ୟାମ୍ପ ପ୍ରତ୍ୟେକ ଯୁବକଙ୍କୁ ଭାରତର ବିବିଧ ସଂସ୍କୃତି ବିଷୟରେ ଶିକ୍ଷା ଦେଇଥାଏ ବୋଲି ସେ କହିଥିଲେ  ।  ଏହା ପ୍ରତ୍ୟେକ ଯୁବ ତାରକାଙ୍କୁ ଦେଶ ପାଇଁ କିଛି ଭଲ କାମ କରିବା ଦିଗରେ ପ୍ରେରଣା ଯୋଗାଇଥାଏ ବୋଲି ସେ ପ୍ରକାଶ କରିଥିଲେ  ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏନସିସି କ୍ୟାମ୍ପରୁ ହାସଲ ହୋଇଥିବା ଏହି ଉତ୍ସାହ ଜୀବନ ସାରା କ୍ୟାଡେଟମାନଙ୍କ ସହିତ ରହିବ  ।  ସେ କହିଥିଲେ ଯେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ କେବଳ ପୋଷାକ କିମ୍ବା ଏକରୂପତା ନୁହେଁ ଏହା ଏକତାର ବାର୍ତ୍ତା ଦେଇଥାଏ । ଏନସିସି ଜରିଆରେ ଆମେ ଦଳ ଗଠନ କରିଥାଉ ଯାହା ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଓ ଅଭିଯାନରେ କାର୍ଯ୍ୟ କରିଥାଏ ଏବଂ ଅନ୍ୟମାନଙ୍କୁ ଅନୁପ୍ରାଣିତ କରେ ବୋଲି ସେ ଉଲ୍ଲେଖ କରିଥିଲେ  ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏନସିସି 7ଟି ଗୌରବମୟ ଦଶନ୍ଧି ପୂରଣ କରିସାରିଲାଣି  । ଏହା ବହୁ ଲୋକଙ୍କୁ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନେଇ କାର୍ଯ୍ୟ କରିବା ଶିଖାଇଛି  । ଯାହା ଆମେ ହାସଲ କରୁଛୁ, ଆମେ ତା’କୁ ଆଜି ପାଳନ କରୁଛୁ ଏବଂ ଆଗାମୀ ଦିନରେ ଏନସିସିରେ ଅଭିଜ୍ଞତାକୁ କିପରି ଆହୁରି ପ୍ରଭାବଶାଳୀ କରାଯାଇପାରିବ ସେ ସମ୍ପର୍କରେ ଚିନ୍ତାକରୁଛୁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ  । ଆସନ୍ତା 5 ବର୍ଷ ମଧ୍ୟରେ ଏନସିସି  75 ବର୍ଷ ପୂରଣ କରିବାକୁ ଯାଉଥିବାରୁ ଏଥିପାଇଁ କାର୍ଯ୍ୟ ଯୋଜନା ଚୂଡ଼ାନ୍ତ କରିବା ଲାଗି ସେ ସମସ୍ତ ଅଂଶୀଦାରମାନଙ୍କୁ ଆହ୍ୱାନ ଦେଇଥିଲେ  ।

ଶ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ଭାରତର ଯୁବପିଢ଼ି ଏବେ ଦୁର୍ନୀତିକୁ ଗ୍ରହଣ କରିବା ଲାଗି ପ୍ରସ୍ତୁତ ନୁହନ୍ତି  । କଳାଧନ ଏବଂ ଦୁର୍ନୀତି ବିରୋଧରେ ଲଢ଼େଇ ବନ୍ଦ ହେବ ନାହିଁ ବୋଲି ସେ ଦୃଢ଼ତାର ସହ ଦୋହରାଇଥିଲେ । ଏହି ଲଢ଼େଇ ଭାରତର ଯୁବପିଢ଼ିଙ୍କ ଭବିଷ୍ୟତ ପାଇଁ ବୋଲି ସେ ଉଲ୍ଲେଖ କରିଥିଲେ ।

ଭୀମ ଆପ ଜରିଆରେ ଡିଜିଟାଲ କାରବାରକୁ ପ୍ରୋତ୍ସାହିତ କରିବା ଏବଂ ଅନ୍ୟମାନଙ୍କୁ ଏହି ବ୍ୟବସ୍ଥା ସହ ଯୋଡ଼ିହେବା ଲାଗି ଉତ୍ସାହିତ କରିବାକୁ ପ୍ରଧାନମନ୍ତ୍ରୀ ଏନସିସି କ୍ୟାଡେଟମାନଙ୍କୁ ଆହ୍ୱାନ କରିଥିଲେ  ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ପୂର୍ବରୁ ଲୋକମାନେ ବିଶ୍ୱାସ କରୁଥିଲେ ଯେ ଧନୀ ଏବଂ କ୍ଷମତାଶାଳୀଙ୍କର କୌଣସି କ୍ଷତି ହୋଇନଥାଏ  । କିନ୍ତୁ ଆଜି ପରିସ୍ଥିତି ବଦଳିଯାଇଛି ବୋଲି ସେ ଉଲ୍ଲେଖ କରିଥିଲେ  । ମୁଖ୍ୟମନ୍ତ୍ରୀ ରହିଥିବା ଲୋକମାନେ ଆଜି ସେମାନଙ୍କ ଦୁର୍ନୀତି ପାଇଁ ଜେଲରେ ଅଛନ୍ତି ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ  ।

ଆଧାର ବିଷୟରେ ଉଲ୍ଲେଖ କରି ସେ କହିଥିଲେ ଯେ ଏହା ଭାରତର ବିକାଶଧାରାକୁ ସୁଦୃଢ଼ କରିବାରେ ମହାନ ଯୋଗଦାନ ଦେଇଛି  ।  ପୂର୍ବରୁ ଯାହା ବାଟମାରଣା ହେଉଥିଲା ତାହା ଏବେ ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଂଚୁଛି ବୋଲି ସେ ଉଲ୍ଲେଖ କରିଥିଲେ  ।

 

 

 

 

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Technical textiles critical to footwear sector

Media Coverage

Technical textiles critical to footwear sector
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 29, 2026
April 29, 2026

Leadership That Plays, Builds & Delivers: PM Modi’s Vision Igniting Youth, Women & Northeast India