Prime Minister Modi and Prime Minister Antonio Costa today jointly visit Champalimaud Foundation in Lisbon
Champalimaud Foundation provides cutting-edge cancer treatment and supports "ahead of the curve" cancer research
Champalimaud foundation designed by Charles Correa represents multiple synergies between India and Portugal

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ପର୍ତ୍ତୁଗାଲ ପ୍ରଧାନମନ୍ତ୍ରୀ ଆଣ୍ଟୋନିଓ କୋଷ୍ଟା ଲିସବନସ୍ଥିତ ଚମ୍ପାଲିମାଉଦ ନ୍ୟାସ ପରିଦର୍ଶନ କରିଛନ୍ତି । ଚମ୍ପାଲିମାଉଦ ନ୍ୟାସ ଏକ ଘରୋଇ ବାୟୋମେଡିକାଲ ଗବେଷଣା ପ୍ରତିଷ୍ଠାନ । ଏଠାରେ ଅତ୍ୟାଧୁନିକ କ୍ୟାନସର ଗବେଷଣା କରାଯାଉଛି ଏବଂ ଏ ସଂକ୍ରାନ୍ତ ଗବେଷଣାଲବଧ ଜ୍ଞାନକୌଶଳ ସମ୍ପର୍କୀତ ତଥ୍ୟାବଳୀ ଯୋଗାଇ ଦିଆଯାଉଛି । ମେଡିକାଲ କେୟାର କ୍ଷେତ୍ରରେ ପୂର୍ଣ୍ଣାଙ୍ଗ ଗବେଷଣାର ସୁଯୋଗ ରହିଛି । ରୋଗୀମାନଙ୍କ ଦୈନନ୍ଦିନ ଚିକିତ୍ସା ସହ ଏକ ସବୁଜ ବାତାବରଣ ମଧ୍ୟରେ ଯାହାକି ପ୍ରକୃତି ସଙ୍ଗେ ଅଙ୍ଗାଙ୍ଗୀ ଭାବେ ଜଡିତ, ସେହିଭଳି ପରିବେଶରେ ସେଠାରେ ଗବେଷଣା ଓ ଅଭିନବ କୌଶଳ/ ନବସୃଜନ ଜନିତ ଅଧ୍ୟୟନ କରାଯାଇଥାଏ ।

ଏହି କେନ୍ଦ୍ରର ଗଠନ ଢ଼ାଂଚା ଏକ ଗ୍ରୀଷ୍ମମଣ୍ଡଳୀୟ ଉଦ୍ୟାନ ସଦୃଶ ଯେଉଁଠାରେ ଅନ୍ତେଃବାସୀମାନେ ନଦୀ ଓ ସମୁଦ୍ରର ଶୋଭା ଉପଭୋଗ କରିପାରିବେ, ପ୍ରଚୁର ସୂର୍ଯ୍ୟକିରଣ ପାଇପାରିବେ । ସର୍ବୋପରି ଏହି କେନ୍ଦ୍ରର ନିର୍ମାତା ହେଲେ ସୁପ୍ରସିଦ୍ଧ ଭାରତୀୟ ସ୍ଥପତି ଚାର୍ଲସ କୋରିଆ । ଭାରତ ଓ ପର୍ତ୍ତୁଗାଲ ମଧ୍ୟରେ ଅନେକ ସାଦୃଶ୍ୟ ଓ ସମ୍ମିଶ୍ରଣର ଉଦାହରଣ ହେଲା ଏହି ନ୍ୟାସ କେନ୍ଦ୍ର ।

କର୍କଟରୋଗ ଚିକିତ୍ସା ଓ ଗବେଷଣା ନିମନ୍ତେ ଏହି ନ୍ୟାସ ସମର୍ପିତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ଉପରେ ଯେଉଁ ଗୁରୁତ୍ୱ ଆରୋପ କରିଥାନ୍ତି, ତାହାର ଏହା ଏକ ସୁନ୍ଦର ଉଦାହରଣ । ଏଠାରେ କର୍କଟରୋଗରେ ପୀଡିତ ବ୍ୟକ୍ତିମାନଙ୍କୁ ଏକ ସୁନ୍ଦର ଉଦାହରଣ ଉପାୟରେ ଚିକିତ୍ସା କରାଯାଇଥାଏ । ରୋଗୀମାନେ ପ୍ରକୃତି ସହ ଓତଃପ୍ରୋତ ଭାବେ ଜଡିତ ହୋଇପଡିଥାନ୍ତି । ସେହିଭଳି ପରିବେଶରେ ସେମାନଙ୍କୁ କେମୋଥେରାପି ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଅତ୍ୟାଧୁନିକ ଉପାୟରେ ମେଡିକାଲ ଚିକିତ୍ସା କରାଯାଇଥାଏ ।

2007 ମସିହାରେ ଏହି ନ୍ୟାସ ପକ୍ଷରୁ ଆଣ୍ଟୋନିଓ ଚମ୍ପାଲିମାଉଦ ଭିଜନ ପୁରସ୍କାର ପ୍ରଦାନ କରାଯାଇଛି ଯାହା ଚକ୍ଷୁ ଚିକିତ୍ସା ଓ ଦୃଷ୍ଟିଶକ୍ତି କ୍ଷେତ୍ରରେ ଉଚ୍ଚତର ଗବେଷଣା ଓ ଅବଦାନ ପାଇଁ ଉଦ୍ଦିଷ୍ଟ । ପ୍ରଥମ ବର୍ଷ ଏହି ପୁରସ୍କାର, ଭାରତର ବିଶିଷ୍ଟ ଚକ୍ଷୁ ଚିକିତ୍ସା ପ୍ରତିଷ୍ଠାନ, ଅରବିନ୍ଦ ଆଇକେୟାର ସିଷ୍ଟମକୁ ପ୍ରଦାନ କରାଯାଇଥିଲା । ଏହି ନ୍ୟାସରେ ବିଶ୍ୱର 42 ଟି ରାଷ୍ଟ୍ରର ପ୍ରାୟ 300 ରୁ ଊର୍ଦ୍ଧ୍ଵ ଗବେଷକ କାର୍ଯ୍ୟରତ । ସେମାନଙ୍କ ମଧ୍ୟରୁ ତିନିଜଣ ହେଲେ ଭାରତୀୟ । ହାଇଦ୍ରାବାଦର ପ୍ରସାଦ ଇନଷ୍ଟିଚ୍ୟୁଟ ସହ ଚମ୍ପାଲିମାଉଦ ନ୍ୟାସର ଆନୁଷ୍ଠାନିକ ସହବନ୍ଧନ ରହିଛି । ଚମ୍ପାଲିମାଉଦ ପ୍ରତିଷ୍ଠାନରେ ଚିକିତ୍ସିତ ହେଉଥିବା ଦରିଆପାରି କ୍ୟାନସର ରୋଗୀଙ୍କ ମଧ୍ୟରୁ ସର୍ବାଧିକ ହେଲେ ଭାରତୀୟ ନାଗରିକ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏହି ପ୍ରତିଷ୍ଠାନ ପରିଦର୍ଶନ କରିବା ଅବସରରେ ସେଠାରେ ଗବେଷଣାରତ ଭାରତୀୟ ଗବେଷକଙ୍କ ସହ ଭାବ ବିନିମୟ କରିଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Jumbo Indian contingent comprising 768 athletes, support staff and officials for Asian Games

Media Coverage

Jumbo Indian contingent comprising 768 athletes, support staff and officials for Asian Games
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 4, 2026
September 04, 2026

Make in India, Power India, Play for India: Multi-Sector Momentum Under PM Modi’s Leadership