PM attends closing ceremony of the Birth Centenary Celebration of the 19th Kushok Bakula Rinpoche in Leh
PM unveils plaque to mark the commencement of work on the Zojila Tunnel

ଆଜି ଦିନିକିଆ ଜାମ୍ମୁ-କଶ୍ମୀର ଗସ୍ତର ପ୍ରଥମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲେହଠାରେ ପହଂଚିଥିଲେ ।

ଲେହଠାରେ ସେ ଉନବିଂଶ କୁଶୋକ ବକୁଲା ରିନପୋଚେଙ୍କ ଜନ୍ମଶତବାର୍ଷିକୀ ଉଦ୍ଯାପନୀ ସମାରୋହରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସେ ଜୋଜିଲା ସୁଡ଼ଙ୍ଗପଥର ନିର୍ମାଣ କାମ ଆରମ୍ଭ ଲାଗି ଫଳକ ଉନ୍ମୋଚନ କରିଥିଲେ ।

14 କିଲୋମିଟର ଲମ୍ବ ଜୋଜିଲା ସୁଡ଼ଙ୍ଗ ଭାରତର ଦୀର୍ଘତମ ଏବଂ ଏସିଆର ଦୀର୍ଘତମ ସୁଡ଼ଙ୍ଗ ହେବ । ଏଥିରେ ଦୁଇ ପଟୁ ଯିବା ଆସିବା କରିବା ଲାଗି ସୁବିଧା ରହିବ । ଶ୍ରୀନଗର-ଲେହ ଜାତୀୟ ରାଜପଥ-1A ଅନ୍ତର୍ଗତ ବାଲତାଲ ଏବଂ ମିନାମାର୍ଗ ମଧ୍ୟରେ 6800 କୋଟି ଟଙ୍କାର ବ୍ୟୟରେ ଏହି ସୁଡ଼ଙ୍ଗର ନିର୍ମାଣ, ପରିଚାଳନା ଏବଂ ରକ୍ଷଣାବେକ୍ଷଣ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ କମିଟି ଚଳିତବର୍ଷ ପ୍ରାରମ୍ଭରେ ମଞ୍ଜୁର କରିଥିଲେ । ଜୋଜିଲା ସୁଡ଼ଙ୍ଗ ନିର୍ମାଣ ଫଳରେ ଶ୍ରୀନଗର, କାରଗିଲ ଏବଂ ଲେହ ମଧ୍ୟରେ ସବୁଦିନିଆ ଯୋଗାଯୋଗ ସମ୍ଭବ ହୋଇପାରିବ । ବର୍ତ୍ତମାନ ଜୋଜିଲା ଗିରିପଥ ଦେଇ ଯିବାକୁ ସାଢ଼େ ତିନି ଘଣ୍ଟା ସମୟ ଲାଗୁଥିବା ବେଳେ ସୁଡ଼ଙ୍ଗ ନିର୍ମାଣ ହେଲେ ଏହି ଦୂରତା ମାତ୍ର 15 ମିନିଟ ମଧ୍ୟରେ ଅତିକ୍ରମ କରିହେବ । ଏହାଦ୍ୱାରା ଏହି ଅଂଚଳଗୁଡ଼ିକରେ ସାମଗ୍ରୀକ ଓ ସମନ୍ଵିତ ଆର୍ଥିକ, ସାମାଜିକ ଓ ସାଂସ୍କୃତିକ ବିକାଶ ସମ୍ଭବ ହୋଇପାରିବ । ଏହାର ମଧ୍ୟ ବ୍ୟାପକ ସାମରିକ ଗୁରୁତ୍ୱ ରହିଛି ।

ଏହି ଅବସରରେ ବିଶାଳ ସଂଖ୍ୟାରେ ସମବେତ ଜନସାଧାରଣଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଉନବିଂଶ କୁଶୋକ ବକୁଲା ରିନପୋଚେଙ୍କ ସମୃଦ୍ଧ ଯୋଗଦାନର ସ୍ମୃତିଚାରଣ କରିଥିଲେ । ତାଙ୍କ ଜୀବନ ଅନ୍ୟମାନଙ୍କ ସେବା ଲାଗି ସମର୍ପିତ ଥିଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ସେ ଆହୁରି ଉଲ୍ଲେଖ କରିଥିଲେ ଯେ ଉନବିଂଶ କୁଶୋକ ବକୁଲା ରିନପୋଚେ ନିଜକୁ ଜଣେ ମହାନ କୂଟନୈତିଜ୍ଞ ଭାବେ ବିକଶିତ କରିପାରିଥିଲେ । ମଙ୍ଗୋଲିଆ ଗସ୍ତ ସମୟରେ ସେଠାକାର ଲୋକମାନଙ୍କର ରିନପୋଚଙ୍କ ପ୍ରତି ରହିଥିବା ସଦିଚ୍ଛାକୁ ସେ ଅନୁଭବ କରିଥିବା ପ୍ରଧାନମନ୍ତ୍ରୀ କହିଥିଲେ ।

 

ଆଜି ଜାମ୍ମୁ ଏବଂ କଶ୍ମୀରର ତିନୋଟି ଅଂଚଳକୁ ଗସ୍ତ କରିଥିବାରୁ ଶ୍ରୀ ନରେନ୍ଦ୍ର ମୋଦୀ ଖୁସି ବ୍ୟକ୍ତ କରିଥିଲେ ।

ସେ କହିଥିଲେ ଯେ ଜାମ୍ମୁ ଏବଂ କଶ୍ମୀର ଆଗାମୀ ଦିନରେ 25 ହଜାର କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପ ପାଇବ । ଏହି ପ୍ରକଳ୍ପଗୁଡ଼ିକ ରାଜ୍ୟର ଲୋକମାନଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇବ ବୋଲି ସେ ଉଲ୍ଲେଖ କରିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Inspiring India: Gujarat Woman's Solar Mission Earns PM Modi’s Praise, Invitation to I-Day Ceremony

Media Coverage

Inspiring India: Gujarat Woman's Solar Mission Earns PM Modi’s Praise, Invitation to I-Day Ceremony
NM on the go

Nm on the go

Always be the first to hear from the PM. Get the App Now!
...
PM to address the 57th Convocation Ceremony of IIT Delhi on 8th August
August 07, 2026
PM to present Institute's Highest Honours to Meritorious Students
PM to inaugurate Param Pragya, an AI-powered high-performance supercomputing facility established at Sonipat Campus of IIT Delhi

Prime Minister Shri Narendra Modi will participate in the 57th Convocation Ceremony of the Indian Institute of Technology (IIT) Delhi as the Chief Guest on 8 August 2026 at 11 AM. He will address over 3000 graduating students including 587 Ph.D. scholars who will be conferred their degrees during the ceremony.

Recognizing outstanding academic excellence, Prime Minister will present the Institute's most prestigious honours, including the President's Gold Medal, Director's Gold Medal, Shankar Dayal Sharma Gold Medal, and Perfect Ten Gold Medals to the meritorious students.

Further emphasising India's commitment to advancing cutting-edge research and artificial intelligence, Prime Minister will inaugurate Param Pragya, an AI-powered high-performance supercomputing facility established at the Sonipat Campus of IIT Delhi. The state-of-the-art facility is expected to significantly enhance the institute's capabilities in AI, data science, advanced computing, and interdisciplinary research.