PM releases 2 part book series on M.S. Swaminathan: The Quest for a world without hunger
Dr. M.S. Swaminathan is not only a 'Kisan Vaigyanik' but also a 'Krishi Vaigyanik', says PM Modi
Each district in India should have its own agri-identity: PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିଶିଷ୍ଟ କୃଷି ବିଜ୍ଞାନୀ ଡ.ଏମ୍ଏସ୍ ସ୍ୱାମୀନାଥନଙ୍କ ଉପରେ ଦୁଇ ଭାଗ ବିଶିଷ୍ଟ ପୁସ୍ତକ ଉନ୍ମୋଚନ କରିଛନ୍ତି । ଏହି ସିରିଜର ନାଁ ରହିଛି - M.S. Swaminathan: The Quest for a world without hunger । ପୁସ୍ତକ ଉନ୍ମୋଚନ ଅବସରରେ ବହୁ କେନ୍ଦ୍ର ମନ୍ତ୍ରୀ ଏବଂ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।

ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ ଯେ ସେ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରେ ପ୍ରଫେସର ସ୍ୱାମୀନାଥନଙ୍କ ପରାମର୍ଶକ୍ରମେ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଯୋଜନାର ଶୁଭାରମ୍ଭ କରାଯାଇଥିଲା ।

ପ୍ରଫେସର ସ୍ୱାମୀନାଥନଙ୍କ ଅବଦାନର ଉଚ୍ଚ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ତାଙ୍କୁ କୃଷି ବୈଜ୍ଞାନିକ ନୁହେଁ ବରଂ “କିଷାନ୍ ବୈଜ୍ଞାନିକ” ଭାବେ ସମ୍ବୋଧନ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରଫେସର ସ୍ୱାମୀନାଥନ୍ ବିଶେଷତ୍ୱ ହେଉଛି ଯେ ତାଙ୍କର ଗବେଷଣା ଭୂମିରେ ବାସ୍ତବ ରୂପ ନେଇପାରିଛି । ପ୍ରଫେସର ସ୍ୱାମୀନାଥନଙ୍କ ବିନୟୀ ସ୍ୱଭାବର ମଧ୍ୟ ସେ ପ୍ରଶଂସା କରିଥିଲେ ।

ବର୍ତ୍ତମାନ ସମୟରେ କୃଷି କ୍ଷେତ୍ରରେ ରହିଥିବା ଆହ୍ୱାନଗୁଡ଼ିକ ସମ୍ପର୍କରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ କୃଷିର ସଫଳତା ପୂର୍ବଭାରତ ଆଡ଼କୁ ବିସ୍ତାରିତ ହେବା ଆବଶ୍ୟକ । ଏହାକୁ ବାସ୍ତବ ରୂପ ଦେବା ଲାଗି ବୈଜ୍ଞାନିକ ପ୍ରଣାଳୀ ଏବଂ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ହେବା ଉଚିତ୍ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଧୁନିକ ବୈଜ୍ଞାନିକ ପ୍ରଣାଳୀ ଏବଂ ପାରମ୍ପରିକ କୃଷି ଜ୍ଞାନ ଶ୍ରେଷ୍ଠ ଫଳ ପ୍ରଦାନ କରିବ । କେତେକ ରାଜ୍ୟର ଉଦାହରଣ ଦେଇ ସେ କହିଥିଲେ ଯେ ଭାରତର ନିଜସ୍ୱ “କୃଷି ପରିଚୟ” ରହିବା ଉଚିତ୍ । ଏହା ଶିଳ୍ପ-କ୍ଲଷ୍ଟର ବିକାଶ ସହିତ ବଜାର ବ୍ୟବସ୍ଥା, ଏଗ୍ରି-କ୍ଲଷ୍ଟର ବିକାଶକୁ ଆଗେଇ ନେବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ 2022 ସୁଦ୍ଧା କୃଷକଙ୍କ ଆୟ ଦୁଇଗୁଣା ବୃଦ୍ଧି କରିବା ଲାଗି ଲକ୍ଷ୍ୟ ରଖାଯାଇଛି, ଏଥିପାଇଁ ନିର୍ଦ୍ଦିଷ୍ଟ କେତେକ କ୍ଷେତ୍ର ପ୍ରତି ଲକ୍ଷ୍ୟ କେନ୍ଦ୍ରିତ କରିବାର ଆବଶ୍ୟକତା ରହିଛି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପୂର୍ବରୁ ଥିବା କୃଷି ବୀମା ଯୋଜନା ଅପେକ୍ଷା କୃଷକଙ୍କ ମଧ୍ୟରେ ଆଦୃତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସନ୍ତୋଷବ୍ୟକ୍ତ କରିଥିଲେ । ସେ କହିଥିଲେ ଯେ ଏହା କୃଷକଙ୍କୁ ଅଧିକ ରିସ୍କ ନେବା ଏବଂ ପରୀକ୍ଷାଗାରରୁ କ୍ଷେତକୁ ନୂଆ ନୂଆ ବିକଶିତ ଚାଷ ପ୍ରଣାଳି ନେବା ଲାଗି ସହାୟକ ହେବ ।

ଡ. ଏମ୍ ଏସ୍ ସ୍ୱାମୀନାଥନ୍ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ବକ୍ତବ୍ୟ ଲାଗି ଧନ୍ୟବାଦ ଅର୍ପଣ କରିଥିଲେ । ସେ ପ୍ରଯୁକ୍ତି ଏବଂ ସାଧାରଣ ନୀତି ମଧ୍ୟରେ ସମ୍ମିଶ୍ରଣ ଉପରେ ଗୁରୁତ୍ୱାରୋପ କରିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India-Japan action plan targets exchange of 5 lakh people in five years, including 50,000 skilled Indians: Gov

Media Coverage

India-Japan action plan targets exchange of 5 lakh people in five years, including 50,000 skilled Indians: Gov
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 31, 2026
July 31, 2026

Building Trust & Capability Under PM Modi : Fair Exams, Homegrown Space Tech & India’s First Telecom Manufacturing Zone