Indian classical music is majestic, creates a magic and is mystic: PM
Indian classical music unifies the entire country. This is the strength of our music: PM Modi
Climate change is a pressing global challenge. Need of the hour is to protect our environment: PM
Culture and music can play a vital role in connecting the country. It can be a big step towards realising 'Ek Bharat, Shreshtha Bharat': PM
'Yuva Shakti' of our nation can take the country to newer heights, says PM Modi

ତ୍ରିପୁରାର ରାଜ୍ୟପାଳ ଶ୍ରୀମାନ ତଥାଗତ ରାୟ, ହରିୟାଣାର ରାଜ୍ୟପାଳ ପ୍ରଫେସର କ୍ୟାପ୍ଟେନ୍ ସିଂହ ସୋଲଙ୍କି, ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ଶ୍ରୀ ସୁରେଶ ପ୍ରଭୁ, ସ୍ପିକ୍ ମାକେ ଉପଦେଷ୍ଟା ବୋର୍ଡ଼ର ଅଧ୍ୟକ୍ଷ ଡ଼କ୍ଟର କର୍ଣ୍ଣ ସିଂହ, ଅଧ୍ୟକ୍ଷ ଶ୍ରୀ ଅରୁଣ ସହାୟ, କାର୍ଯ୍ୟକ୍ରମରେ ଉପସ୍ଥିତ ଅନ୍ୟ ମହାନୁଭବ ଏବଂ ମୋର ଯୁବ ସାଥୀଗଣ!

“ସ୍ପିକ୍ ମାକେ”ର ସ୍ଥାପନାର 40 ବର୍ଷ ପୂର୍ତ୍ତି ଉପଲକ୍ଷେ ହେଉଥିବା ଆନ୍ତର୍ଜାତିକ ସମ୍ମେଳନ ଉପଲକ୍ଷେ ଆପଣ ମାନଙ୍କୁ ବହୁତ ବହୁତ ଶୁଭେଚ୍ଛା । ଏହି ସଂସ୍ଥା ଶାସ୍ତ୍ରୀୟ ସଙ୍ଗୀତ, କଳା, ସାହିତ୍ୟ, ଲୋକ ସଂସ୍କୃତି ମାଧ୍ୟମରେ ଭାରତୀୟ ପରମ୍ପରାକୁ ପରିପୁଷ୍ଟ କରିବାରେ ବହୁତ ବଡ଼ ଭୂମିକା ତୁଲାଇଛି । ଦେଶର ଲକ୍ଷ ଲକ୍ଷ ଯୁବକଙ୍କୁ ଦେଶର ସଂସ୍କୃତି ପ୍ରତି ସଚେତନ ଏବଂ ପ୍ରେରିତ କରିଛି ।

ମୁଁ ପ୍ରଫେସର କିରଣ ସେଠଙ୍କୁ ଏହି ଆୟୋଜନ ପାଇଁ ବିଶେଷ ଭାବେ ଅଭିନନ୍ଦନ ଜଣାଉଛି । ପ୍ରଫେସର କିରଣ ସେଠ ଗତ 40 ବର୍ଷ ଧରି ଏହି ସାଂସ୍କୃତିକ ଆନ୍ଦୋଳନକୁ ଏକ କୁଶଳ ନେତୃତ୍ୱ ଦେଉଛନ୍ତି । ସେ ଜଣେ ଏଭଳି ସାଧକ ଯାହାଙ୍କର ବର୍ଷ ବର୍ଷର ସାଧନା ଭାରତୀୟ ସଙ୍ଗୀତ ଏବଂ ସଂସ୍କୃତିକୁ ଯୁବକଙ୍କ ମଧ୍ୟରେ ଜୀବନ୍ତ କରି ରଖିଛନ୍ତି ।

ସାଥୀଗଣ, ପ୍ରକୃତ ସାଧକ ନିଜର ଚିନ୍ତାଧାରା, ନିଜର ବିଚାରଧାରାରେ ଫକୀର ହୋଇଥାଏ । ମୋହ-ମାୟା ଠାରୁ ଦୂରରେ ଥାଆନ୍ତି । ମୁଁ ଗୋଟିଏ କାହାଣୀ ପଢ଼ିଥିଲି ଯେବେ ସଙ୍ଗୀତର ଜଣେ ସାଧକଙ୍କୁ ପୂର୍ବତନ ରାଷ୍ଟ୍ରପତି ଡ଼କ୍ଟର ରାଜେନ୍ଦ୍ର ପ୍ରସାଦ ପଚାରିଥିଲେ ଯେ ସେ ସରକାରଙ୍କ ଠାରୁ କ’ଣ ସହଯୋଗ ଚାହୁଁଛନ୍ତି । ସେହି ସାଧକ ଜଣକ ଏକ ବିଶେଷ ରାଗ ର ନାମ ନେଇ କହିଥିଲେ ଯେ ବହୁତ କଳାକାର ତାକୁ ଅନୁଶାସନର ସହିତ ଗାଉ ନାହାଁନ୍ତି, ତା’ ସହିତ ଖେଳୁଛନ୍ତି, କ’ଣ ସରକାର ଏହାକୁ ରୋକି ପାରିବେ । ଏହି ଉତ୍ତର ଶୁଣି ଡ଼କ୍ଟର ରାଜେନ୍ଦ୍ର ପ୍ରସାଦ ହସି ଦେଇ ମୁଣ୍ଡ ନୁଆଁଇ ଦେଇଥିଲେ ।

ସଙ୍ଗୀତ କ୍ଷେତ୍ରରେ ଶାସନ ନୁହେଁ, କେବଳ ଅନୁଶାସନ ଚାଲିଥାଏ । ବିଗତ 40 ବର୍ଷରେ ଆପଣଙ୍କ ସମାଜ ଯେଉଁ ଶୃଙ୍ଖଳା ଓ ଅନୁଶାସନ ସହିତ, ଗୋଟିଏ ଚିନ୍ତାଧାରର ଲକ୍ଷ୍ୟ ନେଇ, ଦେଶର କୋଣ ଅନୁକୋଣରେ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟକୁ ଯାଇ, ଗାଁ ଆଉ ସହରରେ ଛାତ୍ରମାନଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଡ଼ିଛି, ବହୁତ କମ୍ ପାରିଶ୍ରମିକ ନେଇ କଳାକାରଙ୍କୁ ନିଜ ସହିତ କାମକରିବା ପାଇଁ ପ୍ରସ୍ତୁତ କରିଛନ୍ତି, ସାଧନ ଯୋଗାଡ଼ କରିଛନ୍ତି, ସଂସାଧନ ଯୋଗାଡ଼ କରିଛନ୍ତି, ତାହା ହେଉଛି ଅତୁଳନୀୟ ।

ଏହି ସଂସ୍ଥା ନିଜର ସମର୍ଥକଙ୍କ ମାଧ୍ୟମରେ ଏଭଳି ଏକ ପରିବାରର ସୃଷ୍ଟି କରିଛନ୍ତି ଯେଉଁଥିରେ ଭାରତୀୟ ସଂସ୍କୃତିକୁ ଭୌଗୋଳିକ ସୀମାର ପରିଧିରୁ ବାହାରକୁ ବାହାର କରି ଦୁନିଆକୁ ଜାଗ୍ରତ କରିବାରେ ମଧ୍ୟ ବଡ଼ ଭୂମିକା ତୁଲାଇଛନ୍ତି ।

ଆଜି ଆନ୍ତର୍ଜାତିକ ସମ୍ମେଳନ ଅବସରରେ ମୁଁ ଆପଣ ସମସ୍ତଙ୍କ ସହିତ ସେହି ମହାନ କଳାକାରଙ୍କୁ ମଧ୍ୟ ଶୁଭକାମନା ଜଣାଉଛି ଯିଏ ଗତ 40 ବର୍ଷ ଧରି ଏହାକୁ ସମର୍ଥନ କରି ଆସୁଛନ୍ତି । ସେହି ସମସ୍ତ ବ୍ୟକ୍ତି ଓ ସଂଗଠନକୁ ମଧ୍ୟ ମୁଁ ଅଭିନନ୍ଦନ ଜଣାଇବାକୁ ଚାହୁଁଛି ଯିଏ ଦୀର୍ଘ ଦିନ ଧରି ଏହି ସାଂସ୍କୃତିକ ଆନ୍ଦୋଳନକୁ ସମର୍ଥନ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରୁଥିବା ଦେଶ ଏବଂ ବିଦେଶର ଛାତ୍ର, ବହୁତ ଭାଗ୍ୟଶାଳୀ ଯେ ତାଙ୍କୁ ଭାରତର ସର୍ବାଧିକ ପ୍ରତିଷ୍ଠିତ କଳାକାରଙ୍କ, ଗୋଟିଏ ନୁହେଁ ବରଂ ଅନେକ ସଙ୍ଗୀତ ସମାରୋହରେ ଯୋଗ ଦେବାର ସୁଯୋଗ ମିଳିଛି । ଏହି ସମାରୋହରେ ଆପଣ ଦେଶର ସାଂସ୍କୃତିକ ବିବିଧତା, ତାହାର ଭବ୍ୟତା, ସୁନ୍ଦରତା, ଅନୁଶାସନ, ବିନମ୍ରତା, ସହୃଦୟତାକୁ ଅନୁଭବ କରିବେ । ଏହା ହେଉଛି ଆମ ମହାନ ଦେଶର ପ୍ରତୀକ, ଆମ ଭାରତ ମାତାର ପ୍ରତୀକ ।

ସାଥୀଗଣ, ଆମ ଦେଶର ମାଟିରୁ ବାହାରିଥିବା ସଙ୍ଗୀତ, ଏଠାକାର ପ୍ରକୃତିରୁ ଜନ୍ମ ନେଇଥିବା ସଙ୍ଗୀତ କେବଳ ଶୁଣିବାର ଆନନ୍ଦ ଦେଇ ନଥାଏ, ବରଂ ହୃଦୟ ଏବଂ ମସ୍ତିଷ୍କ ଯାଏଁ ପହଁଚିଥାଏ । ଭାରତୀୟ ସଂଗୀତର ପ୍ରଭାବ ବ୍ୟକ୍ତିର ଚିନ୍ତାରେ, ତା’ ମନରେ ଏବଂ ତା’ର ମାନସିକତା ଉପରେ ମଧ୍ୟ ପଡ଼ିଥାଏ ।

ଯେବେ ଆମେ ଶାସ୍ତ୍ରୀୟ ସଙ୍ଗୀତ ଶୁଣିଥାଉ, ହୁଏତ ଶୈଳୀ ଯାହା ମଧ୍ୟ ହେଉ, ଯେ କୌଣସି ସ୍ଥାନ ହେଉ, ଆମେ ତାକୁ ହୁଏତ ବୁଝି ନ ପାରୁ କିନ୍ତୁ ଯଦି ଆମେ କିଛି ସମୟ ପର୍ଯ୍ୟନ୍ତ ଏହାକୁ ଧ୍ୟାନ ଲଗାଇ ଶୁଣିବା ତ ଅସୀମ ଶାନ୍ତି ଅନୁଭବ ହୋଇଥାଏ । ଆମର ତ ପାରମ୍ପରିକ ଜୀବନ ଶୈଳୀରେ ମଧ୍ୟ ସଙ୍ଗୀତ ଭରି ହୋଇ ରହିଛି । ବିଶ୍ୱ ପାଇଁ ସଙ୍ଗୀତ ଏକ କଳା, କେତେକ ଲୋକଙ୍କ ପାଇଁ ସଙ୍ଗୀତ ଜୀବନ ଜୀବିକାର ହେଉଛି ସାଧନ କିନ୍ତୁ ଭାରତରେ ସଙ୍ଗୀତ ହେଉଛି ଏକ ସାଧନା, ଜୀବନ ଜୀଇଁବାର ହେଉଛି ଏକ ଉପାୟ ।

ମହିମା, ଯାଦୁ ଆଉ ରହସ୍ୟବାଦୀ ଏହା ହେଉଛି ଭାରତୀୟ ସଙ୍ଗୀତର ତ୍ରିଗୁଣ ସମ୍ପଦ । ହିମାଳୟର ଶୀର୍ଷ, ମାଆ ଗଙ୍ଗାଙ୍କର ଗଭୀରତା, ଅଜନ୍ତା-ଏଲୋରାର ସୁନ୍ଦରତା, ବ୍ରହ୍ମପୁତ୍ରର ବିଶାଳତା, ସାଗରର ଲହରୀ ଭଳି ପଦନ୍ୟାସ ଏବଂ ଭାରତୀୟ ସମାଜରେ ବସା ବାନ୍ଧି ଥିବା ଆଧ୍ୟାତ୍ମିକତା ଏହି ସବୁର ମିଶାମିଶି ପ୍ରତୀକ ହୋଇଯାଏ । ତେଣୁ ସଙ୍ଗୀତର ଶକ୍ତିକୁ ବୁଝିବା ଏବଂ ବୁଝାଇବାରେ ଲୋକ ନିଜର ଜୀବନ ଲଗାଇ ଦିଅନ୍ତି ।

ଭାରତୀୟ ସଙ୍ଗୀତ, ସିଏ ଲୋକ ସଙ୍ଗୀତ ହେଉ, ଶାସ୍ତ୍ରୀୟ ସଙ୍ଗୀତ ହେଉ ଅବା ପୁଣି ଫିଲ୍ମ ସଙ୍ଗୀତ କାହିଁକି ନ ହେଉ, ସେମାନେ ସବୁବେଳେ ଦେଶ ଆଉ ସମାଜକୁ ଯୋଡିବାର କାମ କରିଛନ୍ତି । ଧର୍ମ-ପନ୍ଥ-ଜାତିର ସାମାଜିକ ପ୍ରାଚୀରକୁ ଭାଙ୍ଗି ସମସ୍ତଙ୍କୁ ଗୋଟିଏ ସ୍ୱରରେ, ଏକଜୁଟ ହୋଇ ଏକାଠି ରହିବାର ସନ୍ଦେଶ ସଙ୍ଗୀତ ହିଁ ଦେଇଛି । ଉତ୍ତରର ହିନ୍ଦୁସ୍ଥାନୀ ସଙ୍ଗୀତ, ଦକ୍ଷିଣର କର୍ଣ୍ଣାଟକ ସଙ୍ଗୀତ, ବଙ୍ଗଳାର ରବୀନ୍ଦ୍ର ସଙ୍ଗୀତ, ଆସାମର ଜ୍ୟୋତି-ସଙ୍ଗୀତ , ଜାମ୍ମୁ-କାଶ୍ମୀରର ସୁଫି ସଙ୍ଗୀତ, ଏହି ସବୁର ମୂଳଦୁଆ ଆମର ଗଙ୍ଗା- ଜମୁନୀ ସଭ୍ୟତା । ଯେତେବେଳେ କିଏ ବିଦେଶରୁ ଭାରତୀୟ ସଙ୍ଗୀତ ଏବଂ ନୃତ୍ୟ କଳାକୁ ବୁଝିବା, ଶିଖିବାକୁ ଆସିଥାଏ ତ ଏହା ଜାଣି ଆଶ୍ଚର୍ଯ୍ୟ ହୋଇଯାଇଥାଏ କି ଆମର ଏଠି ଗୋଡ, ହାତ, ମୁଣ୍ଡ ଆଉ ଶରୀର ମୁଦ୍ରା ଗୁଡିକ ଉପରେ ଆଧାରିତ, କେତେ ହିଁ ନୃତ୍ୟ ଶୈଳୀ ହେଉ । ଏହି ନୃତ୍ୟ ଶୈଳୀଗୁଡିକ ମଧ୍ୟ ଅଲଗା ଅଲଗା ସମୟରେ ଅଲଗା ଅଲଗା ଅଂଚଳରେ ବିକଶିତ ହୋଇଛି, ତାଙ୍କର ହେଉଛି ପରିଚୟ ।

ଆଉ ଏକ ବିଶେଷ କଥା ହେଉଛି କି ଆମର ଏଠାକାର ଲୋକ ସଙ୍ଗୀତ, ଜନ-ଜାତିମାନେ ନିରନ୍ତର ସାଧନାରୁ ବିକଶିତ କରିଛନ୍ତି । ସେହି ସମୟର ସାମାଜିକ ବ୍ୟବସ୍ଥାମାନଙ୍କୁ, କୁ-ପ୍ରଥାକୁ ଭାଙ୍ଗି ସେମାନେ ନିଜସ୍ୱ ଶୈଳୀ, ପ୍ରସ୍ତୁତିର କୌଶଳ ଆଉ କାହାଣୀ କହିବାର ନିଜସ୍ୱ ଢଂଗର ବିକାଶ କଲେ । ଲୋକ ଗାୟକମାନେ, ନୃତ୍ୟ ଶିଳ୍ପୀ ମାନେ ସ୍ଥାନୀୟ ଲୋକଙ୍କ କଥାକୁ ଉପଯୋଗ କରି ନିଜସ୍ୱ ଶୈଳୀର ନିର୍ମାଣ କଲେ । ଏହି ଶୈଳୀରେ କଠିନ ପ୍ରଶିକ୍ଷଣର ଆବଶ୍ୟକତା ନ ଥିଲା ଆଉ ଏଥିରେ ସାଧାରଣ ଜନତା ମଧ୍ୟ ସାମିଲ ହୋଇ ପାରୁଥିଲେ । ଆପଣମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ଆମ ସଂସ୍କୃତିର ଏହି ସୂକ୍ଷ୍ମତା ଗୁଡ଼ିକୁ, ଏବଂ ତାହାର ବିସ୍ତାରକୁ ବୁଝୁଛନ୍ତି । କିନ୍ତୁ ଆଜିର ଯୁବ ପିଢ଼ୀ ମଧ୍ୟରେ ଅଧିକାଂଶଙ୍କୁ ଏହି ବିଷୟରେ ଜଣା ନାହିଁ । ଏହି ଉଦାସୀନତା କାରଣରୁ ବହୁତ ବାଦ୍ୟ ଯନ୍ତ୍ର ଏବଂ ସଙ୍ଗୀତର ବିଧି ବିଲୁପ୍ତ ହେବାକୁ ଯାଉଛି । ପିଲାମାନଙ୍କୁ ଗିଟାର ର ଅଲଗା ଅଲଗା ସ୍ୱରୂପ ତ ଜଣା କିନ୍ତୁ ସରୋଦ ଆଉ ସାରଙ୍ଗୀର ପ୍ରଭେଦ କମ୍ ଲୋକଙ୍କୁ ଜଣା ଥାଏ । ଏଭଳି ସ୍ଥିତି ଠିକ୍ ନୁହେଁ । ଭାରତର ସଙ୍ଗୀତ, ଏହି ପରମ୍ପରା, ଏହି ଦେଶ ପାଇଁ, ଆମ ସମସ୍ତଙ୍କ ପାଇଁ ହେଉଛି ଆଶୀର୍ବାଦ ଭଳି । ଏକ ବଡ଼ ସାଂସ୍କୃତିକ ପରମ୍ପରା । ତାହାର ନିଜସ୍ୱ ଶକ୍ତି ଅଛି, ଉର୍ଜା ଅଛି । ଆମର ଶାସ୍ତ୍ରରେ କୁହାଯାଇଛି କି “ରାଷ୍ଟ୍ରୟାମ୍ ଜାଗ୍ରୟାମ୍ ବୟମ୍” : ଅନ୍ତର୍ନିହିତ ସତର୍କତା ହିଁ ସ୍ୱାତନ୍ତ୍ର୍ୟତାର ମୂଲ୍ୟ, ଆମେ ପ୍ରତି କ୍ଷଣ ସଜାଗ ରହିବା ଆବଶ୍ୟକ । ଆମକୁ ନିଜା ପରମ୍ପରା ପାଇଁ ପ୍ରତି କ୍ଷଣ କାର୍ଯ୍ୟ କରିବା ଆବଶ୍ୟକ ।

ଆମେ ନିଜ ପରମ୍ପରା ପ୍ରତି ଦାୟିତ୍ୱହୀନ ହୋଇ ରହି ପାରିବା ନାହିଁ । ଆମର ସଂସ୍କୃତି, ଆମର କଳା, ଆମର ସଙ୍ଗୀତ, ଆମର ସାହିତ୍ୟ, ଆମର ଅଲଗା ଅଲଗା ଭାଷା, ଆମର ପ୍ରକୃତି, ହେଉଛି ଆମର ଅମୂଲ୍ୟ ପରମ୍ପରା । କୌଣସି ହେଲେ ଦେଶ ନିଜର ପରମ୍ପରାକୁ ଭୁଲି ଆଗକୁ ବଢ଼ି ପାରି ନାହିଁ । ଆମ ସମସ୍ତଙ୍କ କର୍ତ୍ତବ୍ୟ ହେଉଛି ଏହି ପରମ୍ପରାକୁ ସମ୍ଭାଳିବା, ତାକୁ ଆହୁରି ସଶକ୍ତ କରିବା ।

ସାଥୀଗଣ, ଆଜି ମଧ୍ୟ ହେଉଛି ବିଶ୍ୱ ପରିବେଶ ଦିବସ ଏବଂ ଆମର ସଙ୍ଗୀତ, ଆମର କଳା ଆମକୁ ଆମର ପ୍ରକୃତିକୁ ବଂଚାଇବାର ସନ୍ଦେଶ ଅନବରତ ଦେଉଛି ।

ଏହି ସମୟରେ ସାରା ଦୁନିଆରେ ପାଣିପାଗ ପରିବର୍ତ୍ତନ ଏକ ବଡ଼ ବିଷୟ ହୋଇଛି । ଆଗାମୀ ପିଢ଼ୀଙ୍କ ପାଇଁ ଭବିଷ୍ୟତ ପାଇଁ ଆମକୁ ଆମ ପରିବେଶକୁ ବଂଚାଇବାକୁ ପଡ଼ିବ । ଗତ ତିନି ବର୍ଷରେ ପରିବେଶକୁ ବଂଚାଇବା ପାଇଁ ଭାରତ ଯେଉଁ କିଛି ପଦକ୍ଷେପ ଉଠାଇଛି, ଆଜି ସାରା ଦୁନିଆରେ ତାହାର ଚର୍ଚ୍ଚା ହେଉଛି । ଦୁନିଆ ଭାରତ ଆଡ଼କୁ ଦେଖୁଅଛି ଆଉ ଏଥିପାଇଁ ବହୁତ ଆବଶ୍ୟକ ଅଟେ ଯେ ଦେଶର ଯୁବକମାନଙ୍କୁ ପରିବେଶ ସଂରକ୍ଷଣ ପ୍ରତି, ନିଜର ପରମ୍ପରାକୁ ବଂଚାଇବାକୁ ଜାଗ୍ରତ କରାଯାଉ ।

ଆପଣ ଗୋଟିଏ ବର୍ଷରେ ସାତରୁ ଆଠ ହଜାର କାର୍ଯ୍ୟକ୍ରମ କରୁଛନ୍ତି, ଦେଶର ଶହ ଶହ ସହର-ଗାଁ-ଗଣ୍ଡାରେ ଲକ୍ଷ ଲକ୍ଷ ଲୋକଙ୍କ ସହିତ, ଆଉ ବିଶେଷ କରି ଯୁବକଙ୍କ ସହିତ ସିଧା ସଳଖ ସମ୍ବାଦ କରୁଛନ୍ତି । ଯଦି ଆପଣ ଆପଣଙ୍କ କାର୍ଯ୍ୟକ୍ରମ ଗୁଡ଼ିକରେ ପରିବେଶ ପ୍ରତି ସଚେତନତାକୁ ମଧ୍ୟ ପ୍ରାଥମିକତା ଦେବେ ତ ଇଏ ମଧ୍ୟ ମାନବିକତା ପ୍ରତି ବଡ ସେବା ହେବ । ଆପଣ ସମସ୍ତେ ଏକ ଭାରତ-ଶ୍ରେଷ୍ଠ ଭାରତ ଅଭିଯାନକୁ ମଧ୍ୟ ମଜବୁତ କରିବା ପାଇଁ ଏକ ମହତ୍ୱପୂର୍ଣ୍ଣ ଭୂମିକା ତୁଲାଇ ପାରିବେ । ଏକ ଭାରତ-ଶ୍ରେଷ୍ଠ ଭାରତ ଅଭିଯାନ ଦେଶର ସାଂସ୍କୃତିକ ବିବିଧତାକୁ ମଜବୁତ କରିବା, ଦେଶର ନାଗରିକଙ୍କୁ ନିଜ ଦେଶର ମାଟିରେ ରହିଥିବା ଅଲଗା ଅଲଗା ପରମ୍ପରାଗୁଡ଼ିକୁ, ଭାଷାଗୁଡ଼ିକୁ, ଖାଦ୍ୟ-ପେୟର ଉପାୟ, ରହଣୀ-ସହଣୀ ସହିତ ପରିଚିତ କରାଇବାର ଚେଷ୍ଟା କରୁଛୁ ।

ଏହା ମାଧ୍ୟମରେ ଦୁଇଟି ଅଲଗା ଅଲଗା ରାଜ୍ୟକୁ ଗୋଟିଏ ପ୍ଲାଟଫର୍ମରେ ଆଣି, ସେମାନଙ୍କ ମଧ୍ୟରେ ଯୋଡ଼ି ଦିଆ ଯାଉଛି । ଯୋଡ଼ି ଦିଆ ଯିବା ପରେ ଗୋଟିଏ ରାଜ୍ୟର ଲୋକଙ୍କୁ ଅନ୍ୟ ରାଜ୍ୟ ବିଷୟରେ ସଚେତନ କରାଇବାକୁ ଚେଷ୍ଟା କରାଯାଉଛି । ଅନ୍ୟ ରାଜ୍ୟର ଭାଷା ଉପରେ ଆଧାରିତ କୁଇଜ୍ ପ୍ରତିଯୋଗିତା, ନୃତ୍ୟ ପ୍ରତିଯୋଗିତା, ଖାଦ୍ୟ-ପେୟର ପ୍ରତିଯୋଗିତା ଯେଭଳି ଆୟୋଜନ କରାଯାଉଛି ।

ଆପଣଙ୍କ ଭଳି ସଂସ୍ଥା ନିଜ ସ୍ତରରେ ମଧ୍ୟ ଏହି ଶୃଙ୍ଖଳକୁ ଆଗକୁ ବଢ଼ାଇ ପାରିବେ । ଆପଣ ଅଲଗା ଅଲଗା ରାଜ୍ୟର ଯେଉଁ ବିଦ୍ୟାଳୟକୁ ଯାଉଛନ୍ତି, ସେମାନଙ୍କୁ ନିଜ ନିଜ ମଧ୍ୟରେ ଯୋଡି, ଯୋଡ଼ି ହେବା ପାଇଁ ପ୍ରେରଣା ଦେଇ ପାରନ୍ତି, ବିଦ୍ୟାଳୟ ପ୍ରବନ୍ଧନରେ ସମ୍ବାଦ ସ୍ଥାପିତ କରାଇ ପାରିବେ ।

ବିଗତ 40 ଧରି ଆପଣ ଯୁବ ଶକ୍ତିକୁ ଏକ ଦିଗ ଦେଖାଇବାର ପ୍ରୟାସ କରୁଛନ୍ତି । ଏବେ ତ ଆମ ଦେଶ ଦୁନିଆର ସବୁଠାରୁ ଅଧିକ ଯୁବକ ଥିବା ଦେଶ । ଯୁବକମାନେ ଉର୍ଜ୍ଜା ଏବଂ ଯୁବ ଆବେଗରେ ଭରି ହୋଇଥାନ୍ତି । ସେହି ଉର୍ଜ୍ଜାକୁ ରାଷ୍ଟ୍ର ନିର୍ମାଣର କାର୍ଯ୍ୟରେ ଲଗାଇବା ପାଇଁ ଆପଣଙ୍କ ଭଳି ସଂସ୍ଥାନ ବହୁତ କଛି କରି ପାରିବେ । ଇତିହାସ ସାକ୍ଷୀ ଅଛି କି ଯେଉଁ ଦେଶରେ ଯୁବ ଶକ୍ତି ସଂଗଠିତ ହୋଇ ରାଷ୍ଟ୍ର ନିର୍ମାଣରେ ଯୋଡି ହୋଇ ଯାଆନ୍ତି, ସେହି ଦେଶ ବିକାଶର ନୂଆ ଶିଖରରେ ପହଂଚିଥାଏ ।

ସାଥୀଗଣ, 2022ରେ ଆମ ଦେଶ ନିଜ ସ୍ୱାଧୀନତାର 75 ବର୍ଷରେ ପ୍ରବେଶ କରିବାକୁ ଯାଉଛି । ସେହି ସମୟ ପର୍ଯ୍ୟନ୍ତ ଆମକୁ ଦେଶରୁ ବହୁତ କୁ-ପ୍ରଥାରୁ, ବହୁତ ବିଫଳତାରୁ ବାହାରକୁ ବାହାରି ଆଗକୁ ନେଇ ଯିବାକୁ ହେବ, ନିଉ ଇଣ୍ଡିଆ ନିର୍ମାଣ କରିବାକୁ ହେବ । ନିଉ ଇଣ୍ଡିଆର ଏହି ସଂକଳ୍ପ ଦେଶର ପ୍ରତ୍ୟେକ ବ୍ୟକ୍ତି, ପ୍ରତ୍ୟେକ ପରିବାର, ପ୍ରତ୍ୟେକ ଘର, ପ୍ରତ୍ୟେକ ସଂସ୍ଥା, ପ୍ରତ୍ୟେକ ସଂଗଠନ, ପ୍ରତ୍ୟେକ ସହର-ଗାଁ-ଗଣ୍ଡାର ହେଉଛି ସଂକଳ୍ପ । ଏହି ସଂକଳ୍ପକୁ ପୂରଣ କରିବା ପାଇଁ ଆମ ସମସ୍ତଙ୍କୁ ମିଳିମିଶି କାମ କରିବାକୁ ହେବ ।

ଆପଣଙ୍କୁ ମୋର ଅନୁରୋଧ ହେଉଛି କି ଆପଣ ମଧ୍ୟ ବର୍ଷ 2022କୁ ଧ୍ୟାନରେ ରଖି ନିଜ ପାଇଁ କିଛି ଲକ୍ଷ୍ୟ ସ୍ଥିର କରନ୍ତୁ ।

ସାଥୀଗଣ, ପରମ୍ପରାର ‘ବର୍ତ୍ତମାନ’ ସହିତ ପର୍ଯ୍ୟାଲୋଚନା ହିଁ ସଂସ୍କୃତିକୁ ଜୀବନ୍ତ ରଖିଥାଏ । ‘ସ୍ପିକ ମାକେ’ ବର୍ତ୍ତମାନ ମଧ୍ୟ ଅଛି ଆଉ ସମ୍ବାଦ ମଧ୍ୟ । ଆପଣଙ୍କର ପ୍ରତ୍ୟେକ ପ୍ରତିନିଧି ହେଉଛନ୍ତି ଦେଶର ସଂସ୍କୃତି ଆଉ ସଭ୍ୟତାର ଧ୍ୱଜାଧାରୀ । ଏହି ଧ୍ୱଜା ଏହିପରି ଉଡୁଥାଉ, ଆପଣ ତିନୋଟି ନୂଆ ଉର୍ଜ୍ଜାରେ ସମୃଦ୍ଧ ହୁଅନ୍ତୁ, ଏହି ଶୁଭ କାମନା ସହିତ ମୁଁ ମୋ କଥାକୁ ସମାପ୍ତ କରୁଛି । ଏହି ଆୟୋଜନ ପାଇଁ ସମସ୍ତଙ୍କୁ ପୁଣି ଥରେ ବହୁତ ବହୁତ ଅଭିନନ୍ଦନ ।

ଧନ୍ୟବାଦ !!!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
British Couple Praises 'Excellent' Indian Railways After Travelling With 2-Month-Old Baby

Media Coverage

British Couple Praises 'Excellent' Indian Railways After Travelling With 2-Month-Old Baby
NM on the go

Nm on the go

Always be the first to hear from the PM. Get the App Now!
...
Prime Minister extends greetings to the people of Sikkim on Statehood Day
May 16, 2026

The Prime Minister, Shri Narendra Modi, today extended greetings to the people of Sikkim on the occasion of the State’s Statehood Day, marking a historic milestone as Sikkim celebrates its 50th Statehood Day this year. Shri Modi remarked that the contribution of Sikkim to India’s development journey is deeply valued and appreciated. Recalling his recent visit to Sikkim during the 50th Statehood Day celebrations, the Prime Minister said that he was deeply touched by the warmth and affection shown by the people of the State.

Shri Modi posted on X:

“Greetings to my sisters and brothers on their Statehood Day. The contribution of Sikkim to India’s development is deeply valued. Wishing the people of the state good health and prosperity.

This occasion comes at a time when Sikkim is marking 50th Statehood Day celebrations. A few days ago, I had the good fortune of being among the people of Sikkim for the celebrations. The warmth I received in Sikkim will remain a part of my memory. The Central Government will keep supporting Sikkim’s growth trajectory in the times to come.”