ପଞ୍ଚଦଶ ଜି-20 ଶିଖର ସମ୍ମିଳନୀ

Published By : Admin | November 21, 2020 | 22:51 IST
COVID-19 pandemic an important turning point in history of humanity and the biggest challenge the world is facing since the World War II: PM
Time has come to focus on Multi-Skilling and Re-skilling to create a vast Human Talent Pool: PM Modi at G20 Summit
At G20 Summit, PM Modi calls for greater transparency in governance systems which will inspir citizens to deal with shared challenges & enhance their confidence
  • ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 21-22 ନଭେମ୍ବର 2020ରେ ସାଉଦୀ ଆରବ ପକ୍ଷରୁ ଆୟୋଜିତ ପଞ୍ଚଦଶ ଜି-20 ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିଥଲେ। ଏହି ଶିଖର ସମ୍ମିଳନୀରେ 19ଟି ସଦସ୍ୟ ରାଷ୍ଟ୍ରର ଶାସନମୁଖ୍ୟ/ରାଷ୍ଟ୍ରମୁଖ୍ୟ, ୟୁରୋପୀୟ ସଂଘ, ଅନ୍ୟ ଆମନ୍ତ୍ରିତ ରାଷ୍ଟ୍ର ଏବଂ ରାଷ୍ଟ୍ର ସଂଗଠନଗୁଡ଼ିକର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। କୋଭିଡ-19 ମହାମାରୀକୁ ଦୃଷ୍ଟିରେ ରଖି ଏହି ଶିଖର ସମ୍ମିଳନୀ ଭର୍ଚୁଆଲ ମାଧ୍ୟମରେ ପରିଚାଳିତ କରାଯାଇଥିଲା।
  • ପ୍ରଧାନମନ୍ତ୍ରୀ ସାଉଦୀ ଆରବର ଶାସକ ଏବଂ ତାଙ୍କର ନେତୃତ୍ୱକୁ ଚଳିତ ବର୍ଷର ଜି-20ର ସଫଳ ଅଧ୍ୟକ୍ଷତା ପାଇଁ ଅଭିନନ୍ଦନ ଜ୍ଞାପନ କରିଥିଲେ ତଥା 2020ରେ କୋଭିଡ-19 ମହାମାରୀ ଯୋଗୁ ଦେଖାଦେଇଥିବା ଆହ୍ୱାନ ଏବଂ ପ୍ରତିବନ୍ଧକ ସତ୍ତ୍ୱେ ଭର୍ଚୁଆଲ ମାଧ୍ୟମରେ ଦ୍ୱିତୀୟ  ଜି-20 ଶିଖର ସମ୍ମିଳନୀ ଆୟୋଜନକୁ ପ୍ରଶଂସା କରିଥିଲେ।
  • ସାଉଦୀ ଆରବର ଅଧ୍ୟକ୍ଷତା ଅନ୍ତର୍ଗତ ଆୟୋଜିତ ଏହି ଶିଖର ସମ୍ମିଳନୀର ମୁଖ୍ୟ ବିଷୟ ଥିଲା-ସମସ୍ତଙ୍କୁ ଏକବିଂଶ ଶତାବ୍ଦୀରେ ସୁଯୋଗ ପ୍ରଦାନ କରିବା। ଏହି ଶିଖର ସମ୍ମିଳନୀରେ ମୁଖ୍ୟତଃ କୋଭିଡ-19 ମହାମାରୀର ମୁକାବିଲା ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କରାଯାଇଥିଲା। ଏହି ଦୁଇ ଦିନିଆ ଶିଖର ସମ୍ମିଳନୀରେ ମୁଖ୍ୟ ଏଜେଣ୍ଡା ଅନୁଯାୟୀ ଦୁଇଟି ଅଧିବେଶନ ଆୟୋଜନ କରାଯାଇଥିଲା। ଏହି ଅବସରରେ କୋଭିଡ ମହାମାରୀ ଉପରେ ଅଙ୍କୁଶ ଲଗାଇବା, ଆର୍ଥିକ ପୁନରୁଦ୍ଧାର ଏବଂ ନିଯୁକ୍ତିରେ ସୁଧାର ଆଣିବା ତଥା ଏକ ସମାବେଶୀ, ଦୀର୍ଘସ୍ଥାୟୀ ଏବଂ ନମନୀୟ ଭବିଷ୍ୟତ ନିର୍ମାଣ ଉପରେ ଧ୍ୟାନ କେନ୍ଦ୍ରିତ କରାଯାଇଥିଲା। ଏହା ବ୍ୟତୀତ ଏହି ଦୁଇ ଦିନ ମଧ୍ୟରେ ମହାମାରୀର ମୁକାବିଲା କରିବା ଲାଗି ପ୍ରସ୍ତୁତି ଓ ବିଶ୍ୱର ସୁରକ୍ଷା ପ୍ରସଙ୍ଗ ମଧ୍ୟ ଏଥିରେ ଆଲୋଚନା କରାଯାଇଥିଲା।
  • ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ କରୋନା ମହାମାରୀ ମାନବ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ଏବଂ କୋଭିଡ ମହାମାରୀ ଦ୍ୱିତୀୟ ବିଶ୍ୱ ଯୁଦ୍ଧ ପରେ ସବୁଠୁ ବଡ଼ ଆହ୍ୱାନ । ସେ କହିଥିଲେ ଯେ ଜି-20 ଦେଶଗୁଡ଼ିକୁ ନିଜ ଆଲୋଚନାକୁ କେବଳ ଅର୍ଥବ୍ୟବସ୍ଥାକୁ ଟ୍ରାକକୁ ଫେରାଇ ଆଣିବା, ନିଯୁକ୍ତି ଓ ବ୍ୟବସାୟ ମଧ୍ୟରେ ସୀମିତ ନରଖି ପୃଥିବୀର ସଂରକ୍ଷଣ ଉପରେ ମଧ୍ୟ ବିଚାରବିମର୍ଶ କରିବା ଉଚିତ। ସେ ଏଥିପାଇଁ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଆହ୍ୱାନ କରିଥିଲେ ଏବଂ କହିଥିଲେ ଯେ ଆମେ ସମସ୍ତଙ୍କ ହାତରେ ମାନବତା ଭବିଷ୍ୟତା ଦାୟିତ୍ୱ ରହିଛି।
  • ପ୍ରଧାନମନ୍ତ୍ରୀ କହିଥିଲେ ଯେ କରୋନାରୁ ମୁକୁଳିବା ପରେ ନୂଆ ବୈଶ୍ୱିକ ସୂଚକାଙ୍କ ତିଆରି କରିବାର ଆବଶ୍ୟକତା ଦେଖାଦେବ, ଯେଉଁଥିରେ ଚାରିଟି ପ୍ରମୁଖ ଉପାଦାନ ସାମିଲ ରହିଛି। ଏହା ଅନୁଯାୟୀ ପ୍ରତିଭାର ବିଶାଳ ପୁଲ ସୃଷ୍ଟି କରିବା, ବୈଷୟିକ ପ୍ରସାର ସମାଜର ପ୍ରତ୍ୟେକ ବର୍ଗ ନିକଟରେ ପହଞ୍ଚାଇବା, ପାରଦର୍ଶୀ ଶାସନ ବ୍ୟବସ୍ଥା ଏବଂ ପୃଥିବୀର ସଂରକ୍ଷଣ ଭାବନା ରହିବାର ଆବଶ୍ୟକତା ରହିଛି। ଏହି ଚାରିଟି ଉପାଦାନକୁ ଧ୍ୟାନରେ ରଖି ଏକ ନୂଆ ବିଶ୍ୱର ଆଧାରଶିଳା ରଖାଯାଇପାରିବ।
  • ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଗତ ଦଶନ୍ଧିରେ ପୁଞ୍ଜି ଏବଂ ଅର୍ଥ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିଲା, କିନ୍ତୁ ଏବେ ମଲ୍ଟି-ସ୍କିଲିଂ ଓ ରି-ସ୍କିଲିଂ ଉପରେ ଜୋର ଦେବାର ସମୟ ଆସିଯାଇଛି। ଯାହାଫଳରେ ମାନବ ପ୍ରତିଭାର ବିଶାଳ ପୁଲ ସୃଷ୍ଟି ହୋଇପାରିବ। ଏହା କେବଳ ନାଗରିକମାନଙ୍କ ସମ୍ମାନ ବଢ଼ାଇବ ନାହିଁ ବରଂ ଆମର ନାଗରିକମାନଙ୍କ ସମ୍ମୁଖରେ ଆସୁଥିବା ସଙ୍କଟକୁ ସାମ୍ନା କରିବା ଲାଗି ସେମାନଙ୍କୁ ଅଧିକ ସହନଶୀଳ କରିବ। ସେ ଏହା ମଧ୍ୟ କହିଥିଲେ ଯେ ନୂଆ ଜ୍ଞାନକୌଶଳର କୌଣସି ଆକଳନ ଜୀବନକୁ ସହଜ କରିବା ତଥା ଜୀବନର ଗୁଣବତ୍ତା ଉପରେ ପଡ଼ୁଥିବା ଏହାର ପ୍ରଭାବ ଉପରେ ମଧ୍ୟ ଆଧାରିତ ହେବା ଆବଶ୍ୟକ।
  • ଶ୍ରୀ ମୋଦୀ ଶାସନ ବ୍ୟବସ୍ଥାରେ ପାରଦର୍ଶିତା ବଢ଼ାଇବା ଲାଗି ଅପିଲ କରିଥିଲେ ଯାହାଫଳରେ ଲୋକମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି କରିହେବ ଏବଂ ସମସ୍ତେ ସହଭାଗୀ ଆହ୍ୱାନର ମୁକାବିଲା କରିବା ଲାଗି ଅନୁପ୍ରାଣିତ ହୋଇପାରିବେ। ସେ ଏହା ମଧ୍ୟ କହିଥିଲେ ଯେ ଆମେ ନିଜକୁ ପରିବେଶ ଓ ପ୍ରକୃତିର ମାଲିକ ବୋଲି ନଭାବି ଏହାର ସଂରକ୍ଷକ ଭାବେ କାର୍ଯ୍ୟ କରିବା ଉଚିତ। ଏହା ଆମକୁ ଏକ ସାମଗ୍ରିକ ଓ ସୁସ୍ଥ ଜୀବନଶୈଳୀ ନିମନ୍ତେ ଅନୁପ୍ରାଣିତ କରିବ, ମୁଣ୍ଡପିଛା କାର୍ବନ ଫୁଟପ୍ରିଣ୍ଟ ହ୍ରାସ କରିବା ଏହାର ଗୋଟିଏ ସିଦ୍ଧାନ୍ତ ହୋଇପାରେ।
  • ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ ଯେ, ଏବେ ଘରୁ ଥାଇ ହିଁ କାମ କରିବା ଅଭ୍ୟାସ ପାଲଟିଯାଇଛି, ସେଥିପାଇଁ ଜି-20 ଦେଶଗୁଡ଼ିକୁ ଏକ ଭର୍ଚୁଆଲ ସଚିବାଳୟ ଗଠନ କରାଯିବା ଆବଶ୍ୟକ, ଏଥିରେ ଦସ୍ତାବିଜର ସଂଗ୍ରହ ହୋଇପାରିବ।
  • 15ତମ ଜି-20 ଶିଖର ସମ୍ମିଳନୀ 22 ନଭେମ୍ବର 2020 ପର୍ଯ୍ୟନ୍ତ ଜାରି ରହିବ ଏବଂ ଉଦଯାପନୀ ଦିବସରେ ଘୋଷଣାପତ୍ର ଜାରି କରାଯିବ ଏବଂ ସାଉଦୀ ଆରବ ପକ୍ଷରୁ ସମୂହର ଅଧ୍ୟକ୍ଷତା ଇଟାଲୀକୁ ପ୍ରଦାନ କରାଯିବ।
Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
In Pictures: PM Modi’s ‘Car Diplomacy’ With World Leaders

Media Coverage

In Pictures: PM Modi’s ‘Car Diplomacy’ With World Leaders
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting the importance of grasping the essence of knowledge
January 20, 2026

The Prime Minister, Shri Narendra Modi today shared a profound Sanskrit Subhashitam that underscores the timeless wisdom of focusing on the essence amid vast knowledge and limited time.

The sanskrit verse-
अनन्तशास्त्रं बहुलाश्च विद्याः अल्पश्च कालो बहुविघ्नता च।
यत्सारभूतं तदुपासनीयं हंसो यथा क्षीरमिवाम्बुमध्यात्॥

conveys that while there are innumerable scriptures and diverse branches of knowledge for attaining wisdom, human life is constrained by limited time and numerous obstacles. Therefore, one should emulate the swan, which is believed to separate milk from water, by discerning and grasping only the essence- the ultimate truth.

Shri Modi posted on X;

“अनन्तशास्त्रं बहुलाश्च विद्याः अल्पश्च कालो बहुविघ्नता च।

यत्सारभूतं तदुपासनीयं हंसो यथा क्षीरमिवाम्बुमध्यात्॥”