ଦକ୍ଷିଣ ଆଫ୍ରିକା ସାଧାରଣତନ୍ତ୍ରର ରାଷ୍ଟ୍ରପତି,

ମହାମହିମ ମିଃ. ସିରିଲ ରାମାଫୋସା,

ଭାରତ ଏବଂ ଦକ୍ଷିଣ ଆଫ୍ରିକା କର୍ପୋରେଟ/ଉଦ୍ୟୋଗ ଜଗତର ନେତୃବୃନ୍ଦ;

ଭାଇ ଓ ଭଉଣୀମାନେ ।

ନମସ୍କାର!

ଭାରତ-ଦକ୍ଷିଣ ଆଫ୍ରିକା ବ୍ୟବସାୟ ମଞ୍ଚରେ ଆପଣମାନଙ୍କ ସହିତ ମୁଁ ଏଠାରେ ଉପସ୍ଥିତ ହୋଇ ଆନନ୍ଦିତ । ଆପଣଙ୍କୁ ପାଇଁ ଆମେ ଅତ୍ୟନ୍ତ ଗର୍ବିତ, ମହାମହିମ ରାଷ୍ଟ୍ରପତି ।

ଆସନ୍ତାକାଲି ଆମର 70ତମ ଗଣତନ୍ତ୍ର ଦିବସ ପ୍ୟାରେଡରେ ଆପଣ ସମ୍ମାନିତ ଅତିଥି ଭାବେ ଯୋଗଦେବା ଆମ ପାଇଁ ଗୌରବର ବିଷୟ । ଭାରତ ଏବଂ ଦକ୍ଷିଣ ଆଫ୍ରିକାର ଜାତୀୟ ଆନ୍ଦୋଳନକୁ ଯୋଡ଼ୁଥିବା ଇତିହାସର ସେହି ଅବିଭାଜିତ ସମ୍ପର୍କ ଠାରୁ ଆମର ଭାଗୀଦାରୀ ରହିଆସିଛି ।

ବର୍ତ୍ତମାନ, ଆମର ଭାଗୀଦାରୀ ଏକ ସହଭାଗୀ ଏବଂ ସମୃତି ଭବିଷ୍ୟତ ପାଇଁ, ଆମ ଲୋକମାନଙ୍କ ଲାଗି ମାଦିବା ଏବଂ ମହାତ୍ମାଙ୍କ ସ୍ୱପ୍ନକୁ ପୂରଣ କରିବ । ଆମ ଲୋକମାନଙ୍କ ଏବଂ ସାରା ବିଶ୍ୱ ପାଇଁ ଏକ ଉତ୍ତମ ଭବିଷ୍ୟତ ଲାଗି ଆମେ ଲଗାତାର ସମ୍ପର୍କ ଏବଂ ସହଭାଗୀତାର ସନ୍ଧାନରେ ରହିଛୁ ।

ଲାଲ କିଲ୍ଲା ଘୋଷଣାନାମା ଜରିଆରେ 22 ବର୍ଷ ପୂର୍ବରୁ ଆମେ ଆମର ରଣନୈତିକ ଭାଗୀଦାରୀ ପ୍ରତିଷ୍ଠା କରିଥିଲୁ । ମୁଁ ବିଶ୍ୱାସ କରେ ଯେ ଦୁଇ ପୁରୁଣା ବନ୍ଧୁ ଏବଂ ସହଭାଗୀଙ୍କ ମଧ୍ୟରେ ନିରନ୍ତର ବାର୍ତାଳାପ ଆମକୁ ପ୍ରତିଟି କ୍ଷେତ୍ରରେ ପରସ୍ପରର ନିକଟତର କରିଛି । ଦ୍ୱିପାକ୍ଷିକ ଏବଂ ବହୁପକ୍ଷୀୟ ମଞ୍ଚରେ ନିବିଡ଼ ସହଯୋଗ ପାଇଁ ଆମେ ଆମର ପ୍ରତିବଦ୍ଧତା ପ୍ରତି ଦୃଢ଼ ରହିଛୁ । ବର୍ତ୍ତମାନ ସମୟରେ, ଦୁଇ ପୁରୁଣା ବନ୍ଧୁଙ୍କ ମଧ୍ୟରେ ନୂତନ ଆରମ୍ଭ ଏବଂ ଅଭିନବ ଅଭିବୃଦ୍ଧି କାହାଣୀ ଆରମ୍ଭ ହୋଇଛି ।

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ବ୍ୟାପାର କାରବାର ବୃଦ୍ଧି ପାଇଛି ଏବଂ ଏହା 2017-18 ରେ 10 ବିଲିୟନ ଡଲାର ଟପିଛି । 2018ରେ ଦୁଇଟି ବୃହତ ବାଣିଜ୍ୟିକ ପଦକ୍ଷେପ ଏଥିରେ ସହାୟକ ହୋଇଛି । ପ୍ରଥମ ହେଉଛି 2018 ଏପ୍ରିଲରେ ଜୋହାନ୍ସବର୍ଗରେ ଅନୁଷ୍ଠିତ ଭାରତ-ଦକ୍ଷିଣ ଆଫ୍ରିକା ବ୍ୟାପାର ଶିଖର ସମ୍ମିଳନୀ । ଏବଂ ଅନ୍ୟଟି ହେଉଛି 2018 ନଭେମ୍ବରେ ସେହି ଜୋହାନ୍ସବର୍ଗରେ ଅନୁଷ୍ଠିତ ଭାରତରେ ନିବେଶ ପାଇଁ ବ୍ୟାପାର ମଞ୍ଚର ଆୟୋଜନ ।

ତେବେ, ଆହୁରି ଅନେକ ସମ୍ଭାବନା ରହିଛି । ଏହି ସମ୍ଭାବନାକୁ ବାସ୍ତବାୟିତ କରିବା ଲାଗି ମୁଁ ସମସ୍ତ ଭାରତୀୟ ଏବଂ ଦକ୍ଷିଣ ଆଫ୍ରିକୀୟ ସରକାରୀ ସଂସ୍ଥା, ନିବେଶ ପ୍ରୋତ୍ସାହନ ସଂଗଠନଗୁଡ଼ିକ ସହିତ ଉଭୟ ରାଷ୍ଟ୍ରର ବ୍ୟବସାୟ ନେତୃତ୍ୱଙ୍କୁ ଆହ୍ୱାନ କରୁଛି । ଆମ ରାଜ୍ୟଗୁଡ଼ିକରେ ଆଫ୍ରିକୀ ରାଷ୍ଟ୍ରଗୁଡ଼ିକରୁ ଗୁରୁତ୍ୱପୂର୍ଣ୍ଣ ଅଂଶଗ୍ରହଣ ଏବଂ ଉପସ୍ଥିତି ଦେଖି ମୁଁ ଆନନ୍ଦିତ ।

ପୂର୍ବରୁ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରେ ମୁଁ ଦକ୍ଷିଣ ଆଫ୍ରିକାର ପ୍ରମୁଖ ଅଂଶଗ୍ରହଣକାରୀମାନଙ୍କୁ ସ୍ୱାଗତ କରି ଆନନ୍ଦିତ ହୋଇଥିଲି । ଏହା ଆହୁରି ଉତ୍ସାହପ୍ରଦ ଥିଲା ଯେ ଗତ ସପ୍ତାହରେ ଭାଇବ୍ରାଂଟ ଗୁଜରାଟ ଶିଖର ସମ୍ମିଳନୀରେ ଦକ୍ଷିଣ ଆଫ୍ରିକାରୁ ଆସିଥିବା ବହୁସଂଖ୍ୟାରେ ଆମର ବନ୍ଧୁ ଏବଂ ସହଭାଗୀମାନଙ୍କୁ ସ୍ୱାଗତ କରାଯାଇଥିଲା । ଗୋଟିଏ ଦିନ ସ୍ୱତନ୍ତ୍ର ଭାବେ "ଆଫ୍ରିକା ଦିବସ ଭାବେ ଉତ୍ସର୍ଗ ହୋଇଥିଲା ।

ଆମେ ଅନୁଭବ କରିବା ତୁଳନାରେ ଆମର ସମ୍ପର୍କ ଆହୁରି ଗଭୀର ବୋଲି ଏହା ଦର୍ଶାଉଛି । ଏହା ଆମର ଦ୍ୱିପାକ୍ଷିକ ଅର୍ଥନୈତିକ ଭାଗୀଦାରୀ ପାଇଁ ମଧ୍ୟ ଚମକ୍ରାର । ଭାଇ ଓ ଭଉଣୀମାନେ ଭାରତର ଅର୍ଥବ୍ୟବସ୍ଥା ବର୍ତ୍ତମାନ 2.6 ଟ୍ରିଲିୟନ ଡଲାରରେ ପହଁଚିଛି ଏବଂ ଏହା ବିଶ୍ୱର ସବୁଠୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥାରେ ପରିଣତ ହୋଇଛି ।

ଆହୁରି,  ଆମେ ବିଶ୍ୱର ପଂଚମ ସର୍ବବୃହତ ଅର୍ଥବ୍ୟବସ୍ଥା ହେବା ଦିଗରେ ଅଗ୍ରସର ହେଉଛୁ । ବିଶ୍ୱ ବ୍ୟାଙ୍କର ବ୍ୟବସାୟିକ ସୁଗମତା ରିପୋର୍ଟ ଭାରତ 77ତମ ସ୍ଥାନକୁ ଉନ୍ନିତ ହୋଇଛି-ଗତ ଚାରି ବର୍ଷ ମଧ୍ୟରେ ଏହା 65ଟି ସ୍ଥାନ ଉପରକୁ ଉଠିଛି ।

ୟୁଏନସିଟିଏଡି ଦ୍ୱାରା ତାଲିକାଭୁକ୍ତ ଆମେ ହେଉଛୁ ଶୀର୍ଷ ବିଦେଶୀ ପୁଞ୍ଜିନିବେଶ ଲକ୍ଷ୍ୟସ୍ଥଳୀ ମଧ୍ୟରୁ ଅନ୍ୟତମ । କିନ୍ତୁ ଆମେ ସନ୍ତୁଷ୍ଟ ହୋଇରହିନାହୁଁ । ଦୈନିକ ଆଧାରରେ, ଆମ ଅର୍ଥବ୍ୟବସ୍ଥାର ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଆମେ ଆବଶ୍ୟକ ପରିବର୍ତନ ଏବଂ ସଂସ୍କାର ଆଣୁଛୁ ।

ମେକ ଇନ ଇଣ୍ଡିଆ, ଡିଜିଟାଲ ଇଣ୍ଡିଆ ଏବଂ ଷ୍ଟାର୍ଟ ଅପ ଇଣ୍ଡିଆ ଭଳି ଆମର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି ।

ଆମର ଉଦ୍ୟୋଗଜଗତ ଚତୁର୍ଥ ଶିଳ୍ପ ବିପ୍ଲବ ଏବଂ କୃତ୍ରିମ ବୌଦ୍ଧିକତା (ଆର୍ଟିଫିସିଆଲ ଇଂଟେଲିଜେନ୍ସ), ଥ୍ରୀଡିପ୍ରିଣ୍ଟିଙ୍ଗ, ରୋବୋଟିକ୍ସ ସମେତ ଅଭିନବ ପ୍ରଯୁକ୍ତି ଦିଗରେ ଅଗ୍ରସର ହୋଇଛି । ମାନବ ଜାତିର ଏକ ଷଷ୍ଠାଂଶ ଭାଗ,ଆମର 130 କୋଟି ଲୋକମାନଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ଲାଗି ଆମ ସରକାର ସମସ୍ତ ପ୍ରୟାସ କରୁଛନ୍ତି ।

ଆମେ ଏକ ପରବର୍ତୀ ପିଢ଼ିର ଭିତିଭୂମି ସହିତ ଏକ "ନୂତନ ଭାରତ ନିର୍ମାଣ କରିବା ପ୍ରତିବଦ୍ଧ ଏବଂ ଆମେ ଗତି,ଦକ୍ଷତା ଏବଂ ପରିମାଣ ଉପରେ ମଧ୍ୟ ଜୋର ଦେଉଛୁ ।

ମୁଁ ଆପଣଙ୍କୁ ଅଭିନନ୍ଦନ ଜଣାଇବାକୁ ଚାହୁଁଛି,

ମହାମହିମ,

ନୂତନ ଦକ୍ଷିଣ ଆଫ୍ରିକା ପାଇଁ ଆପଣଙ୍କ ସଂକଳ୍ପ ଦିଗରେ 2018ରେ ଆପଣ ନେଇଥିବା ବିଭିନ୍ନ ଉଲ୍ଲେଖନୀୟ ପଦକ୍ଷେପ ଲାଗି । ଦକ୍ଷିଣ ଆଫ୍ରିକାକୁ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ଆକୃଷ୍ଣ କରିବା ଏବଂ ତିନି ବର୍ଷରେ ଏକନିୟୁତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲାଗି ଆପଣଙ୍କ ପ୍ରୟାସ ପାଇଁ ଆମର ଅଭିନନ୍ଦନ ।

ମୁଁ ଆନନ୍ଦିତ ଯେ ଭାରତ ଏହି ଲକ୍ଷ୍ୟ ଦିଗରେ ଯୋଗଦାନ ଦେଉଛି । ଦକ୍ଷିଣ ଆଫ୍ରିକାରେ ଆମର ନିବେଶ ନିରନ୍ତର ଭାବେ ବୃଦ୍ଧି ପାଉଛି । ଏହା 10 ବିଲିୟନ ଡଲାରରେ ପହଁଚିଲା, ଯାହା ସ୍ଥାନୀୟ ଭାବେ 20,000 ଚାକିରି ସୃଷ୍ଟି ସୃଷ୍ଟି କରିଛି ।

ଭ୍ରାତୃ ରାଷ୍ଟ୍ର ଭାବେ ଭାରତ ନୀତିଗତ ସଂସ୍କାର ଏବଂ ତୃଣମୂଳସ୍ତରର ସଂସ୍ଥା ପ୍ରତିଷ୍ଠା କ୍ଷେତ୍ରରେ ଅଭିଜ୍ଞତା ବାଂଟିବା ଲାଗି ଆନନ୍ଦର ସହ ପ୍ରସ୍ତୁତ । ଦକ୍ଷିଣ ଆଫ୍ରିକାରେ ଭାରତୀୟ କମ୍ପାନୀଗୁଡ଼ିକର ଆହୁରି ଅଧିକ ନିବେଶକୁ ଆମେ ପ୍ରୋତ୍ସାହିତ କରୁଛୁ ଏବଂ ଆମର ବିଶ୍ୱାସ ଯେ ଅଧିକ ଦକ୍ଷିଣ ଆଫ୍ରିକୀୟ କମ୍ପାନୀ ଭାରତୀୟ ବଜାରରେ ପ୍ରବେଶ କରିବେ ।

ସମସ୍ତ ଉପଲବ୍ଧ ସୁଯୋଗ, ବିଶେଷ କରି ଖାଦ୍ୟ ଏବଂ କୃଷି ପ୍ରକ୍ରିୟାକରଣ, ଗଭୀର ଖଣିଜ ଉତୋଳନ, ପ୍ରତିରକ୍ଷା,ଅର୍ଥ-ପ୍ରଯୁକ୍ତି, ବୀମା ଏବଂ ଭିତ୍ତିଭୂମି କ୍ଷେତ୍ରରେ ପ୍ରବେଶ ଲାଗି ନୂତନ ଭାରତ ଆପଣଙ୍କୁ ସ୍ୱାଗତ କରିବ ବୋଲି ମୁଁ ପ୍ରତିଶ୍ରୁତି ଦେଉଛି ।

ସେହିପରି, ଦକ୍ଷିଣ ଆଫ୍ରିକା ସହିତ ଭାରତ ଷ୍ଟାର୍ଟ ଅପ୍ସ, ସ୍ୱାସ୍ଥ୍ୟ ସେବା ଏବଂ ଫାର୍ମା, ବାୟୋ-ଟେକ ଏବଂ ଆଇଟି ଆଧାରିତ କ୍ଷେତ୍ରରେ ଭାଗୀଦାର ହୋଇପାରିବ ।

ଗାନ୍ଧୀ ମାଣ୍ଡେଲା ସ୍କିଲ୍ସ ଇନଷ୍ଟିଟ୍ୟୁଟ ନିକଟରେ ଆରମ୍ଭ ହେବା ସହିତ ଦକ୍ଷିଣ ଆଫ୍ରକାର ଦକ୍ଷତା ବିକାଶ କ୍ଷେତ୍ରରେ ଭାଗୀଦାର ହୋଇ ଆମେ ଆନନ୍ଦିତ । ଏହି ପ୍ରୟାସ ଆମ ଯୁବପିଢ଼ିକୁ ସଶକ୍ତ କରିବ ।

ରତ୍ନପଥର ଏବଂ ଅଳଙ୍କାର କ୍ଷେତ୍ରରେ ଆମ ଦୁଇ ଦେଶ ମଧ୍ୟରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଭାଗୀଦାରୀ ହୋଇପାରିବ । ହୀରାର ସିଧାସଳଖ କ୍ରୟ ଲାଗି ଉଭୟ ଦେଶ ଦିଗ ସନ୍ଧାନ କରିପାରିବେ ।

 

ଏହା ଅର୍ଥବ୍ୟବସ୍ଥାର ପରିମାଣ ବୃଦ୍ଧିକୁ ସୁନିଶ୍ଚିତ କରିବ ଏବଂ ଉଭୟ କ୍ରେତା ଏବଂ ବିକ୍ରେତାଙ୍କ ମୂଲ୍ୟରେ ହ୍ରାସ ଆଣିପାରିବ । ନବୀନ ଏବଂ ଅକ୍ଷୟ ଶକ୍ତି କ୍ଷେତ୍ରରେ, ବିଶେଷ କରି "ଅନ୍ତର୍ଜାତୀୟ ସୌର ମେଂଟ'' ଜରିଆରେ ଭାରତ ସହିତ ଦକ୍ଷିଣ ଆଫ୍ରିକା ହାତ ମିଳାଇପାରିବ ।

ବ୍ୟବସାୟୀ ଏବଂ ପର୍ଯ୍ୟଟକମାନଙ୍କ ପାଇଁ ବର୍ତ୍ତମାନର ଭିସା ବ୍ୟବସ୍ଥାରେ ସରଳୀକରଣ ଏବଂ ସିଧାସଳଖ ଯୋଗାଯୋଗ ଦ୍ୱାରା ବ୍ୟବସାୟିକ ସୁଗମତା ବୃଦ୍ଧି ପାଇବା ସହ ଜନ-ଜନ ସମ୍ପର୍କ ମଧ୍ୟ ଉନ୍ନତ ହେବ ।

ଭାଇ ଓ ଭଉଣୀମାନେ,

ଭାରତ-ଦକ୍ଷିଣ ଆଫ୍ରିକା ଭାଗୀଦାରୀରେ ଆହୁରି ଅନେକ ଅଦୃଶ୍ୟ/ଅଲକ୍ଷ୍ୟ ସମ୍ଭାବନା ରହିଯାଇଛି । ଆମ ଦୁଇ ଦେଶ ଏବଂ ଲୋକମାନଙ୍କ କଲ୍ୟାଣ ପାଇଁ ସହଭାଗୀ ଅଭିବୃଦ୍ଧି ଏବଂ ସମୃଦ୍ଧିର ଏକ ନୂତନ ଯୁଗ ଦିଗରେ ଆମେ ମିଳିତ ଭାବେ କାର୍ଯ୍ୟ କରିବା ଉଚିତ ।

ମହାମହିମଙ୍କ ଗସ୍ତ ଦ୍ୱାରା ଏହି ସମ୍ପର୍କକୁ ଆଗେଇ ନେବା ଲାଗି ଆମକୁ ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ମିଳିଛି ।

ଏହି ସହଭାଗୀ ପ୍ରୟାସରେ ମହାମହିମ, ଆପଣଙ୍କ ସହିତ କାନ୍ଧରେ କାନ୍ଧ ମିଶାଇ ଚାଲିବା ଲାଗି ମୁଁ ପ୍ରତିବଦ୍ଧ ।

ଧନ୍ୟବାଦ ।

ଅଶେଷ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India accelerates ‘semiconductor drive’ with Rs 1.64 lakh crore investment plan

Media Coverage

India accelerates ‘semiconductor drive’ with Rs 1.64 lakh crore investment plan
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 29, 2026
June 29, 2026

PM Modi Advancing National Strength Through Unity, Innovation and Janbhagidari