ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡିଓ-ଟେଲି କନ୍‍ଫରେନ୍ସିଂ ବ୍ୟବସ୍ଥା ମାଧ୍ୟମରେ ଜର୍ମାନର ଚାନ୍ସେଲର ଡ. ଆଞ୍ଜେଲା ମର୍କେଲଙ୍କ ସହ ଆଲୋଚନା କରିଛନ୍ତି । ୟୁରୋପୀୟ ଏବଂ ବିଶ୍ୱ ମଞ୍ଚରେ ଦୀର୍ଘକାଳ ଧରି ଦୃଢ ନେତୃତ୍ୱ ଓ ଦିଗ୍‍ଦର୍ଶନ ଦେଇ ଆସୁଥିବା ଚାନ୍‍ସେଲରଙ୍କ ଭୂମିକାକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏହି ଅବସରରେ ଉଚ୍ଚ ପ୍ରଶଂସା କରିଥିଲେ । ସେ ମଧ୍ୟ ଭାରତ-ଜର୍ମାନୀ ରଣକୌଶଳାତ୍ମକ ଅଂଶୀଦାରୀ ବୃଦ୍ଧି ପାଇଁ ଉପଯୁକ୍ତ ଦିଗ୍‍ଦର୍ଶନ ଦେଉଥିବାରୁ ଚାନ୍‍ସେଲର ମର୍କେଲଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଦୁଇନେତା କରୋନା ମହାମାରୀ, ଦ୍ୱିପାକ୍ଷିକ ସଂପର୍କ, ଆଞ୍ଚଳିକ ଓ ବୈଶ୍ୱିକ ପ୍ରସଙ୍ଗ ଏବଂ ନିର୍ଦ୍ଦିଷ୍ଟଭାବେ ଭାରତ-ୟୁରୋପୀୟ ସମୁଦାୟ ସଂପର୍କ ସମେତ ବିଭିନ୍ନ ପାରସ୍ପରିକ ଗୁରୁତ୍ୱପୂର୍ଣ୍ଣ ସ୍ୱାର୍ଥଜଡିତ ବିଷୟରେ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଏହି ଅବସରରେ ଭାରତରେ କରୋନା ଟିକାର ବିକାଶ ସଂପର୍କରେ ଚାନ୍‍ସେଲର ମର୍କେଲଙ୍କୁ ଅବଗତ କରାଇଥିଲେ । ବିଶ୍ୱର କଲ୍ୟାଣ ପାଇଁ ଭାରତ ନିଜର ସାଧ୍ୟମତେ କରୋନା ଲଢେଇରେ ସାହାଯ୍ୟ ସହଯୋଗ କରିବ ବୋଲି ଶ୍ରୀ ମୋଦୀ ଜର୍ମାନ ଚାନ୍‍ସେଲରଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଜର୍ମାନୀ ଏବଂ ଅନ୍ୟାନ୍ୟ ୟୁରୋପୀୟ ଦେଶରେ କରୋନା ସଂକ୍ରମଣର ନୂଆ ଲହରକୁ ସଫଳତାର ସହ ରୋକାଯାଇଥିବାରୁ ଏଥିପାଇଁ ସେ ଚାନ୍‍ସେଲରଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ । 

ଜର୍ମାନୀ ଆନ୍ତର୍ଜାତିକ ସୌରମେଣ୍ଟରେ ଯୋଗଦେବା ପାଇଁ ନିଷ୍ପତ୍ତି ନେଇଥିବାରୁ ପ୍ରଧାନମନ୍ତ୍ରୀ ଏହାକୁ ସ୍ୱାଗତ କରିଥିଲେ । ଜର୍ମାନୀ ସହ ବିପର୍ଯ୍ୟୟ ନିରୋଧୀ ମିଳିତ ମଞ୍ଚରେ ମିଶି କାମ କରିବା ପାଇଁ ଭାରତ ଆଗ୍ରହୀ ବୋଲି ପ୍ରଧାନମନ୍ତ୍ରୀ ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଚଳିତବର୍ଷ ଭାରତ-ଜର୍ମାନ ମଧ୍ୟରେ ଦ୍ୱିପାକ୍ଷିକ ସଂପର୍କର 70 ବର୍ଷ ପୂର୍ତ୍ତି ପାଳନ କରାଯିବ । ଏହାଛଡା ଦୁଇଦେଶ ମଧ୍ୟ ରଣକୌଶଳାତ୍ମକ ଭାଗିଦାରୀତାର 20 ବର୍ଷ ପାଳନ କରିବେ । ଦୁଇଦେଶ ମଧ୍ୟରେ ଚଳିତବର୍ଷ ଆନ୍ତଃ ସରକାରୀ ପରାମର୍ଶ ବା ଆଇଜିସିର ଯେଉଁ ଷଷ୍ଠ ବୈଠକ ବସିବ ତାହାକୁ ଆଗୁଆ ଆୟୋଜିତ କରିବାକୁ ଉଭୟ ନେତା ରାଜି ହୋଇ ଏଥିପାଇଁ ମଧ୍ୟ କାର୍ଯ୍ୟସୂଚୀ ଚୂଡାନ୍ତ କରିବାକୁ ଏକମତ ହୋଇଛନ୍ତି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Centre launches Bhavya scheme to set up 100 industrial parks across country

Media Coverage

Centre launches Bhavya scheme to set up 100 industrial parks across country
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 24, 2026
May 24, 2026

Strength, Growth & Global Trust: How PM Modi is Transforming India Across Frontiers