ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ମହାମହିମ ମାଟେମେଲା ସିରିଲ ରାମଫୋସାଙ୍କ ସହ ଟେଲିଫୋନ ଯୋଗେ ବାର୍ତ୍ତାଳାପ କରିଛନ୍ତି ।

ଦୁଇ ନେତା କୋଭିଡ-19 ମହାମାରୀ ଦ୍ଵାରା ଜାରି ରହିଥିବା ଆହ୍ଵାନଗୁଡିକ ଉପରେ ଆଲୋଚନା କରିଥିଲେ ଏବଂ ଏହି ପରିପ୍ରେକ୍ଷୀରେ ନିଜ ନିଜ ଦେଶରେ ଟୀକାକରଣ ଅଭିଯାନ ଚାଲିଥିବା ଦର୍ଶାଇଥିଲେ ।

ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତିଙ୍କୁ ପ୍ରଧାନମନ୍ତ୍ରୀ ପୁନର୍ବାର କହିଥିଲେ ଯେ, ଔଷଧ ପ୍ରସ୍ତୁତି କାର୍ଯ୍ୟ ଏବଂ ଟୀକା ପାଇଁ ଭାରତର ଯଥେଷ୍ଟ ଉତ୍ପାଦନ କ୍ଷମତା ରହିଛି, ଯାହା ଆଫ୍ରିକୀୟ ଦେଶ ସମେତ ସମସ୍ତ ଦେଶର ଆବଶ୍ୟକତାକୁ ପୂରଣ କରିପାରିବ ।

ଉଭୟ ନେତା ବିଭିନ୍ନ ଅନ୍ତର୍ଜାତୀୟ ମଞ୍ଚରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ସହଯୋଗର ସମ୍ଭାବନା ଉପରେ ଆଲୋଚନା କରିଥିଲେ, ଯାହାଫଳରେ ଟୀକା ଏବଂ ଔଷଧର ସୁଲଭତା ଏବଂ ସାମର୍ଥ୍ୟ ବୃଦ୍ଧି ପାଇପାରିବ ।

ଉଭୟେ ସହମତ ହୋଇଥିଲେ ଯେ ଦୁଇ ଦେଶର ଅଧିକାରୀମାନେ ଆଗାମୀ ଦିନରେ ଅଧିକ ଯୋଗାଯୋଗରେ ରହିବେ ଏବଂ ମହାମାରୀ ବିରୋଧରେ ମିଳିତ ପ୍ରୟାସର ସମ୍ଭାବନା ଉପରେ ଅନୁସନ୍ଧାନ କରିବେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Defence ministry inks Rs 5,083 cr pact for acquisition of six Mk-III light helicopters and missiles

Media Coverage

Defence ministry inks Rs 5,083 cr pact for acquisition of six Mk-III light helicopters and missiles
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 4, 2026
March 04, 2026

Citizens Celebrate Colours of Confidence: PM Modi's Vision Powers Holi Joy, Jobs, Security, and Global Trust