Budget 2021 has boosted India's self confidence: PM Modi
This year's budget focuses on ease of living and it will spur growth: PM Modi
This year's budget is a proactive and not a reactive budget: PM Modi

ଚଳିତ ବଜେଟ ଦେଶର ଆତ୍ମବିଶ୍ୱାସକୁ ପ୍ରତିଫଳିତ କରୁଥିବାବେଳେ ଏହା ବାସ୍ତବତା ଓ ବିକାଶର ଆସ୍ଥାକୁ ପ୍ରକଟ କରୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ବର୍ତ୍ତମାନର କଷ୍ଟକର ସମୟରେ ଏହା ବିଶ୍ୱର ଆସ୍ଥାଭାଜନ ହେବ ବୋଲି ସେ ମଧ୍ୟ ସେ କହିଛନ୍ତି ।

ଲୋକସଭାରେ କେନ୍ଦ୍ରୀୟ ବଜେଟ ଉପସ୍ଥାପିତ ହେବା ପରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବଜେଟରେ ଆତ୍ମନିର୍ଭର ଭାରତ ଓ ସମାଜର ପ୍ରତ୍ୟେକ ନାଗରିକ ଓ ସମସ୍ତ ଶ୍ରେଣୀର ଲୋକଙ୍କ ପ୍ରତିଛବି ପ୍ରତିଫଳିତ ହୋଇଛି । ଅଭିବୃଦ୍ଧି ଓ ଯୁବଗୋଷ୍ଠୀ ପାଇଁ ନୂତନ ସମ୍ଭାବନା, ମାନବସମ୍ବଳ, ଭିତ୍ତିଭୂମି ନୂତନ କ୍ଷେତ୍ରରେ ବିକାଶ ପାଇଁ ବଜେଟରେ ସମସ୍ତ ବ୍ୟବସ୍ଥା ଅଛି ବୋଲି ଶ୍ରୀ ମୋଦି କହିଛନ୍ତି ।

ବିଭିନ୍ନ ନିୟମ ଓ ବ୍ୟବସ୍ଥାର ସରଳୀକରଣ  ଯୋଗୁଁ ବଜେଟରେ ସାଧାରଣ ଲୋକ ପାଇଁ ଜୀବନ ଧାରଣ ସୁଗମତାରେ ଉନ୍ନତି ଘଟିବ । ବଜେଟ ଜନସାଧାରଣ, ବିନିଯୋଗକାରୀ, ଶିଳ୍ପ ଓ ଭିତ୍ତିଭୂମି କ୍ଷେତ୍ରରେ ସରକାରତ୍ମକ ପରିବର୍ତ୍ତନ ଆଣିବ ।

ବଜେଟ ଉପସ୍ଥାପନର ମାତ୍ର ଘଣ୍ଟାକ ମଧ୍ୟରେ ଏଥିପ୍ରତି ସକରାତ୍ମକ ପ୍ରତିକ୍ରିୟା ଆସିଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ବଜେଟ୍‌ର କଳେବର ବୃଦ୍ଧି କରି ସରକାର ନିରନ୍ତର ଆର୍ଥିକ ବିକାଶ ନେଇ ତାଙ୍କର ଦାୟିତ୍ୱ ତୁଲାଇଛନ୍ତି । ବଜେଟରେ ନିର୍ହିତ ସ୍ୱଚ୍ଚତା ବିଷୟକୁ ବିଶେଜ୍ଞମାନେ ସ୍ୱୀକାର କରିଥିବାରୁ ପ୍ରଧାନମନ୍ତ୍ରୀ ଆନନ୍ଦ ପ୍ରକଟ କରିଥିଲେ ।

“କରୋନା ବୈଶ୍ୱିକ ମହାମାରୀ ହେଉ ବା ଆତ୍ମନିର୍ଭର ଭାରତ ଅଭିଯାନ ସରକାର ସବୁବେଳେ ଗଠନମୂଳକ ଦୃଷ୍ଟିଭଙ୍ଗୀ ଦେଖାଇ ଆସିଛନ୍ତି । ବଜେଟରେ ତିଳେମାତ୍ର ପ୍ରତିକ୍ରିୟାଶୀଳ ଭାବ ନାହିଁ ।  “ଆମେ ସବୁବେଳେ ଗଠନମୂଳକ ଓ ସକରାତ୍ମକ ଭାବନା ବଜେଟରେ ରଖୁଛୁ”ବୋଲି  ପ୍ରଧାନମନ୍ତ୍ରୀ କହିଛନ୍ତି ।

ବଜେଟରେ ଆମୂଳଚୂଳ ବିକାଶର ଗୁରୁତ୍ୱକୁ ପ୍ରଶଂସା କରି ଶ୍ରୀ ମୋଦି କହିଛନ୍ତି, ଏଥିରେ ସମ୍ପଦ ଓ ସୁଧାର, ଏମଏସଏମଇ ଏବଂ ଭିତ୍ତିଭୂମି ଉପରେ ପ୍ରାଧାନ୍ୟ ଦିଆଯାଇଛି । ସ୍ୱାସ୍ଥ୍ୟ ସୁଧାର ଉପରେ ଦିଆଯାଇଥିବା ବିଷୟରେ ସେ ଉଲ୍ଲେଖ କରିଛନ୍ତି । ବଜେଟ୍‌ରେ ଦକ୍ଷିଣ ଭାରତୀୟ ରାଜ୍ୟ ସମୂହ, ଉତ୍ତର-ପୂର୍ବାଞ୍ଚଳ ଏବଂ ଲେହ୍ ଲଦାଖ ବିକାଶ ଉପରେ ଧ୍ୟାନ ଦିଆଯାଇଥିବାରୁ ସେ ଖୁସି ପ୍ରକଟ କରିଛନ୍ତି । ବ୍ୟବସାୟର ଶକ୍ତି କେନ୍ଦ୍ରଭାବେ ଉପକୂଳବର୍ତ୍ତୀ ରାଜ୍ୟ ତାମିଲନାଡୁ, କେରଳ ଓ ପଶ୍ଚିମବଙ୍ଗ  ଭଳି ରାଜ୍ୟର ବିକାଶ ପାଇଁ ଏଥିରେ ବିଶେଷ ପଦକ୍ଷେପ ନିଆଯାଇଛି । ଆସାମ ଭଳି ଉତ୍ତର-ପୂର୍ବାଞ୍ଚଳ ଏବଂ ଲେହ୍ ଲଦାଖ ବିକାଶ ଉପରେ ଧ୍ୟାନ ଦିଆଯାଇଥିବାରୁ ସେ ଖୁସି ପ୍ରକଟ କରିଛନ୍ତି । ବ୍ୟବସାୟର ଶକ୍ତିକେନ୍ଦ୍ରଭାବେ ଉପକୂଳବର୍ତ୍ତୀ ରାଜ୍ୟ ତାମିଲନାଡୁ, କେରଳ ଓ ପଶ୍ଚିମବଙ୍ଗ ଭଳି ରାଜ୍ୟର ବିକାଶ ପାଇଁ ଏଥିରେ ବିଶେଷ ପଦକ୍ଷେପ ନିଆଯାଇଛି । ଆସାମ ଭଳି ଉତ୍ତର-ପୂର୍ବାଞ୍ଚଳ ରାଜ୍ୟର ଅବ୍ୟବହୃତ ସମ୍ପଦର ବିନିଯୋଗ ପାଇଁ ବଜେଟ୍ ବେଶ୍ ସହାୟକ ହେବ ।

ସମାଜର ବିଭିନ୍ନ କ୍ଷେତ୍ର ଉପରେ ପ୍ରଭାବ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗବେଷଣା ଓ ଉଦ୍‌ଭାବନ ଉପରେ ଦିଆଯାଇଥିବା ପ୍ରାଧାନ୍ୟ ଯୁବଗୋଷ୍ଠୀ ନିମନ୍ତେ ବିଶେଷ ଲାଭପ୍ରଦ ହେବ । ସ୍ୱାସ୍ଥ୍ୟ, ସ୍ୱଚ୍ଛତା, ପୌଷ୍ଟିକତା, ସ୍ୱଚ୍ଛଜଳ ଓ ସମାନ ସୁଯୋଗ ଦୃଷ୍ଟିରୁ ପୁରୁଷ ଓ ମହିଳା ନିର୍ବିଶେଷରେ ଜନସାଧାରଣ ଉପକୃତ ହେବେ । ଭିତ୍ତିଭୂମି ଓ ଢାଞ୍ଚାଗତ ସଂସ୍କାର ଦିଗରେ ଅଧିକ ବ୍ୟୟବରାଦ ଯୋଗୁଁ ନିଯୁକ୍ତି ଓ ଅଭିବୃଦ୍ଧିର ସମ୍ଭାବନା ସୃଷ୍ଟି ହେବ ।

ବଜେଟରେ କୃଷିକ୍ଷେତ୍ରର ବିକାଶ ସହ କୃଷକମାନଙ୍କ ବ୍ୟୟ ବୃଦ୍ଧି ପାଇଁ ଅନେକ ପଦକ୍ଷେପ ନିଆଯାଇଛି। କୃଷକମାନେ ସହଜରେ ଅଧିକ ଋଣ ପାଇପାରିବେ । “ଏଥିରୁ ବଜେଟରେ ଗ୍ରାମ ଓ କୃଷକଙ୍କ ଅନ୍ତରାତ୍ମାର ଅଭିଳାଷ ପ୍ରକଟ ହୋଇଛି’ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

          ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ନିମନ୍ତେ ବଜେଟ୍‌ରେ ଏମଏସଏମଇ କ୍ଷେତ୍ରରେ ବ୍ୟୟବରାଦ ଦ୍ୱିଗୁଣିତ କରାଯାଇଥିବା ଶ୍ରୀ ମୋଦି ଦର୍ଶାଇଛନ୍ତି। ବଜେଟ୍ ଏକ ନୂତନ ଦଶନ୍ଧି ପାଇଁ ମଜବୁତ ନିଅଁ ସ୍ଥାପନ କରିବ ଓ ଆତ୍ମନିର୍ଭର ଭାରତ ବଜେଟ ପାଇଁ  ଦେଶବାସୀଙ୍କୁ ସେ ଅଭିନନ୍ଦନ ଜଣାଇଛନ୍ତି ।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Strategic partnership' to 'Cooperation in AI': Six major outcomes of PM Modi's historic Sweden visit - Check

Media Coverage

'Strategic partnership' to 'Cooperation in AI': Six major outcomes of PM Modi's historic Sweden visit - Check
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 18, 2026
May 18, 2026

Norway to Netherlands: PM Modi's Leadership Turns Heritage, Honors & High-Tech Deals into India's Global Momen