As two ancient and glorious civilizations, we are naturally connected to each other: PM Modi at joint press meet with Kyrgyzstan President
Today, terrorism is the biggest threat for democratic and diverse societies like India and Kyrgyzstan: PM Modi
The message that terrorism cannot be considered justified in any way needs to be given to the whole world: PM Modi

କିର୍ଗିଜ ସାଧାରଣତନ୍ତ୍ରର ମାନ୍ୟବର ରାଷ୍ଟ୍ରପତି ଓ ମୋର ମିତ୍ର ମି. ସୁରୋନବେ ଜୀନବେକୋବ

ବନ୍ଧୁଗଣ,

ମୋର ପ୍ରତିନିଧିମଣ୍ଡଳ ଏବଂ ମୋର ଜୋରଦାର ସତ୍କାର କରିବା ପାଇଁ ମୁଁ ରାଷ୍ଟ୍ରପତି ଜୀନବେକୋବଙ୍କୁ କୃତଜ୍ଞତା ବ୍ୟକ୍ତ କରୁଛି ।  ମୁଁ  କିର୍ଗିଜସ୍ତାନର ପାଖାପାଖି 30 ବର୍ଷର ଅଭୂତପୂର୍ବ ଉପଲବ୍ଧିକୁ ନେଇ ଅଭିନନ୍ଦନ ଜଣାଉଛି । ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ, ଶକ୍ତିଶାଳୀ ଲୋକତନ୍ତ୍ର ଏବଂ ପ୍ରତିଭାସମ୍ପନ୍ନ ଜନସାଧାରଣଙ୍କ ପାଇଁ ଏହି ଦେଶର ଭବିଷ୍ୟତ ଉଜ୍ଜ୍ୱଳ । ଭାରତର ଜନସାଧାରଣଙ୍କ ପ୍ରତି କିର୍ଗିଜ ଜନସାଧାରଣଙ୍କ ବନ୍ଧୁତ୍ୱ ଏବଂ ପ୍ରେମ ହୃଦୟକୁ ଛୁଇଁ ଯାଇଥାଏ । ମୋର ପୂର୍ବ ଗସ୍ତରେ ଏବଂ ଚଳିତ ଥର ମଧ୍ୟ ମୁଁ ବିଲକୁଲ ଏହିପରି ଆପଣାପଣ ଅନୁଭବ କରିଛି ।

ମହାଭାଗ,

ମୁଁ ଆପଣଙ୍କୁ ଏସସିଓ ସମ୍ମିଳନୀର ସଫଳ ଅଧ୍ୟକ୍ଷତା ପାଇଁ ଶୁଭକାମନା ଜଣାଉଛି । ଆପଣଙ୍କ ଅଧ୍ୟକ୍ଷତାରେ କ୍ଷେତ୍ରୀୟ ସହଯୋଗକୁ ଆହୁରି ଉନ୍ନତ କରିବାରେ ଏସସିଓ ଅନେକ ପଦକ୍ଷେପ ଗ୍ରହଣ କରିଛି । ଗତ ମାସରେ ନୂଆଦିଲ୍ଲୀରେ ମୋର ଶପଥ ଗ୍ରହଣ ସମାରୋହକୁ ଆପଣ ସୁଶୋଭିତ କରିଥିଲେ । ମୁଁ ଆପଣଙ୍କ ପାଖେ କୃତଜ୍ଞ । ମୁଁ ଏଥିପାଇଁ ଖୁସି ଯେ ଆଜି ଆପଣଙ୍କ ସହିତ ଆମର ଦ୍ୱିପାକ୍ଷିକ ସମ୍ବନ୍ଧର ସମୀକ୍ଷା କରିବା ଅବସର ପ୍ରାପ୍ତ ହୋଇଛି । ଭାରତ ଓ କିର୍ଗିଜ ସାଧାରଣତନ୍ତ୍ର ଉଭୟ ପାରସ୍ପରିକ ସମ୍ବନ୍ଧକୁ ଅଧିକ ମହତ୍ୱ ପ୍ରଦାନ କରିଥାନ୍ତି ।

ବନ୍ଧୁଗଣ,

ଆଜି ମୋର ରାଷ୍ଟ୍ରପତି ଜୀନବେକୋବଙ୍କ ସହିତ ଅନେକ ବିଷୟ ଉପରେ ବ୍ୟାପକ ଚର୍ଚ୍ଚା ହୋଇଛି । ଆମେ ଦୁଇ ଜଣ ଅନୁଭବ କରୁଛୁ ଯେ ଆମ ମଧ୍ୟରେ ସହଯୋଗର ଅପାର ସମ୍ଭାବନା ରହିଛି । ଆଜି ଆମେ ନିଜର ଦ୍ୱିପାକ୍ଷିକ ସମ୍ବନ୍ଧକୁ ରଣନୈତିକ ଭାଗିଦାରିତା ସ୍ତରକୁ ନେଇଯିବା ପାଇଁ ନିର୍ଣ୍ଣୟ ନେଇଛୁ । ଏହାଫଳରେ ଆମକୁ ନିଜ ଭାଗିଦାରିତାର ପ୍ରତ୍ୟେକ କ୍ଷେତ୍ରରେ ଦୀର୍ଘକାଳୀନ ସହଯୋଗ ପାଇଁ ସହାୟତା ମିଳିବ ।

ବନ୍ଧୁଗଣ,

ଦୁଇ ପ୍ରାଚୀନ ଏବଂ ଗୌରବଶୀଳ ସଭ୍ୟତା ରୂପରେ, ଆମେ ପରସ୍ପର ସହିତ ସ୍ୱାଭାବିକ ଭାବେ ଜଡିତ ରହିଛୁ । ଭାରତ ଓ ମଧ୍ୟ ଏସିଆ ମଧ୍ୟରେ ଗଭୀର ଐତିହାସିକ ଓ ସାଂସ୍କୃତିକ ସମ୍ବନ୍ଧ ରହିଛି । ଭାରତ ଓ କିର୍ଗିଜ ସାଧାରଣତନ୍ତ୍ର ହେଉଛନ୍ତି ମହାକାବ୍ୟର ଭୂମି । ଏହାର ଉଦାହରଣ ହେଉଛି ଭାରତରେ ମହାଭାରତ ଓ ରାମଚରିତ ମାନସ ଏବଂ କିର୍ଗିଜ ସାଧାରଣତନ୍ତ୍ରରେ ମାନସ । ଆମ ଦୁଇ ଦେଶ ଲୋକତନ୍ତ୍ର ଏବଂ ବିବିଧତାରେ ଭରା ।

ଆମ ପ୍ରାଚୀନ ସମ୍ବନ୍ଧ ଏବଂ ଶାନ୍ତିକୁ ବୃଦ୍ଧି କରିବା ପାଇଁ ଆମର ବୁଝାମଣା ପୂର୍ଣ୍ଣ ଭାବନା ଆମ ସମ୍ବନ୍ଧକୁ ଆହୁରି ଅଧିକ ମଜଭୁତ କରିବା ପାଇଁ ପ୍ରେରଣା ପ୍ରଦାନ କରିଛି । ଏହାଫଳରେ ଆମ ରାଜନୈତିକ ସମ୍ବନ୍ଧରେ ମଧ୍ୟ ବିସ୍ତାର ହୋଇଛି । ଦ୍ୱିପାକ୍ଷିକ ଏବଂ ବହୁପକ୍ଷୀୟ ବିଷୟର ବିଭିନ୍ନ କ୍ଷେତ୍ରରେ ଭାରତ ଓ କିର୍ଗିଜ ସାଧାରଣତନ୍ତ୍ର ନିୟମିତ ଭାବେ ପରସ୍ପର ସହିତ ଘନିଷ୍ଠତାର ସହ ପରାମର୍ଶ କରିଥାନ୍ତି । ଅନେକ ଆନ୍ତଃରାଷ୍ଟ୍ରୀୟ ବିଷୟ ଉପରେ ଆମେ ସମାନ ଦୃଷ୍ଟିକୋଣ ରଖିଥାଉ । ଜାତିସଂଘ ଏବଂ ଅନ୍ୟାନ୍ୟ ଆନ୍ତର୍ଜାତିକ ମଞ୍ଚରେ ଆମର ସହଯୋଗ ସୁଦୃଢ଼ ରହିଛି । ସୈନ୍ୟ ପ୍ରଶିକ୍ଷଣ, ସଂଯୁକ୍ତ ଯୁଦ୍ଧ ଅଭ୍ୟାସ, କ୍ଷେତ୍ରୀୟ ଗବେଷଣା ଏବଂ ସାମରିକ ବୈଷୟିକ କ୍ଷେତ୍ରରେ ଆମର ରକ୍ଷା ସହଯୋଗ ବୃଦ୍ଧି ପାଇଛି । ଦୁଇ ଦେଶ ରକ୍ଷା ସହଯୋଗ ଉପରେ ଯୁଗ୍ମ କାର୍ଯ୍ୟକାରୀ ଗ୍ରୁପ ଗଠନ କରିବାର ନିର୍ଣ୍ଣୟ ନେଇଛନ୍ତି । ଆମ ମଧ୍ୟରେ ଆର୍ଥିକ ସହଯୋଗ କ୍ଷେତ୍ରରେ ଅପାର ସମ୍ଭାବନା ରହିଛି । ଦୁଇ ଦେଶ ମିଳିତ ଭାବେ ଏହାର ଫାଇଦା ଉଠାଇ ପାରିବେ ।

ବନ୍ଧୁଗଣ,

ଆଜି ଆମ ମଧ୍ୟରେ ଦ୍ୱିପାକ୍ଷିକ ନିବେଶ ସନ୍ଧି ଓ ଦ୍ଵେତ କର ପରିହାର ବୁଝାମଣା (ଡିଟିଏଏ) ହୋଇଛି । ଆମେ ଦୁଇ ଦେଶ ବ୍ୟବସାୟ ଓ ଆର୍ଥିକ ସହଯୋଗ କ୍ଷେତ୍ରରେ ପାଞ୍ଚ ବର୍ଷର ରୋଡମ୍ୟାପ ଉପରେ ମଧ୍ୟ ସହମତି ପ୍ରକାଶ କରିଛୁ । ରାଷ୍ଟ୍ରପତିଜୀ ଏବଂ ମୁଁ B2B ସହଯୋଗକୁ ବୃଦ୍ଧି କରିବା ପାଇଁ ସଂଯୁକ୍ତ ଭାବେ ଭାରତ-କିର୍ଗିଜ ଫୋରମର ଶୁଭାରମ୍ଭ କରିଛୁ । ଚଳିତ ବର୍ଷ ବିଶକେକରେ ‘ନମସ୍କାର ୟୁରେଶିଆ’ ଭାରତୀୟ ଟ୍ରେଡ ଶୋର ଆୟୋଜନ ମଧ୍ୟ କରାଯିବ । ମୁଁ ଭାରତୀୟ କମ୍ପାନୀମାନଙ୍କୁ ଜୋର ଦେଇ କହୁଛି ଯେ ସେମାନେ କିର୍ଗିଜ ସାଧାରଣତନ୍ତ୍ରରେ ନିର୍ମାଣ, ରେଳବାଇ, ଜଳଜ ଶକ୍ତି, ଖଣି ଏବଂ ଏହିପରି ଅନ୍ୟ କ୍ଷେତ୍ରରେ ଅବସରର ଅଧ୍ୟୟନ କରନ୍ତୁ ।

ବନ୍ଧୁଗଣ,

କିର୍ଗିଜ ସାଧାରଣତନ୍ତ୍ରର ବିକାଶ ଆବଶ୍ୟକତାକୁ ପୂରଣ କରିବା ପାଇଁ ଆଜି 200 ମିଲିଅନ ଡଲାରର ଲାଇନ ଅଫ କ୍ରେଡିଟ ଘୋଷଣା କରି ମୁଁ ଖୁବ ଖୁସି ଅନୁଭବ କରୁଛି । ମୁଁ ଆଶା କରୁଛି ଯେ ଭାରତର ସହଯୋଗରେ କିର୍ଗିଜ ସାଧାରଣତନ୍ତ୍ରରେ ଅନେକ ସଂଯୁକ୍ତ ଆର୍ଥିକ ଗତିବିଧି ଆରମ୍ଭ କରିବାରେ ସହାୟତା ମିଳିବ । ଭାରତ ଓ କିର୍ଗିଜ ସାଧାରଣତନ୍ତ୍ର ତଥା ମଧ୍ୟ ଏସିଆର ବୃହତ ଭୂଭାଗ ଉପରେ ଉନ୍ନତ ସଂଯୋଗ ଫଳରେ ଦୁଇ ତରଫରୁ ଜନସାଧାରଣଙ୍କ ମଧ୍ୟରେ ବ୍ୟବସାୟ, ନିବେଶ ଓ ଜନ-ଜନ ଯୋଗାଯୋଗ ବୃଦ୍ଧି ପାଇବ ।

ବନ୍ଧୁଗଣ,

ଜାନୁଆରୀରେ ଉଜବେକିସ୍ତାନର ସମରକନ୍ଦଠାରେ ଆୟୋଜିତ ବୈଦେଶିକ ମନ୍ତ୍ରୀସ୍ତରୀୟ ପ୍ରଥମ ଭାରତ-କେନ୍ଦ୍ର ଏସିଆ ଆଲୋଚନାରେ ଭାରତ ଓ କିର୍ଗିଜସ୍ତାନ ସାଧାରଣତନ୍ତ୍ର ସକ୍ରିୟତାର ସହ ଭାଗ ନେଇଥିଲେ । ପାରସ୍ପରିକ କ୍ଷେତ୍ରରେ ସମୃଦ୍ଧି, ଶାନ୍ତି ଏବଂ ସ୍ଥିରତା ପାଇଁ ଆମର ବୁଝାମଣା ପୂର୍ଣ୍ଣ ଦୃଷ୍ଟିକୋଣ ମଧ୍ୟ ରହିଛି ।

ମହାଭାଗ,

ଭାରତ ଓ କିର୍ଗିଜସ୍ତାନ ସାଧାରଣତନ୍ତ୍ର ଭଳି ଲୋକତାନ୍ତ୍ରିକ ଏବଂ ବିବିଧତାରେ ଭରା ସମାଜ ଆଜି ଆତଙ୍କବାଦ ପାଇଁ ସବୁଠାରୁ ବିପଜ୍ଜନକ । ଆମେ ଆତଙ୍କବାଦ ଏବଂ କଟ୍ଟରବାଦର ସମାଧାନ ପାଇଁ ଏକଜୁଟ । ଆତଙ୍କବାଦର ପ୍ରାୟୋଜକମାନଙ୍କୁ ଉତ୍ତରଦାୟୀ କରିବାକୁ ପଡିବ । ସମଗ୍ର ବିଶ୍ୱକୁ ଏହି ସନ୍ଦେଶ ଦେବାର ଆବଶ୍ୟକତା ରହିଛି ଯେ ଆତଙ୍କବାଦକୁ କୌଣସି ପ୍ରକାରେ ଉଚିତ ମାନି ହେବ ନାହିଁ ।

ବନ୍ଧୁଗଣ,

ବିଶକେକରେ ଭାରତ-କିର୍ଗିଜ ଯୁଗ୍ମ ବସ୍ତ୍ର ପ୍ରଦର୍ଶନୀର ଶୁଭାରମ୍ଭ କରାଯାଇଛି । ପ୍ରଦର୍ଶନୀକୁ ଉତ୍ସାହର ସହ ଦେଖିଥିବା ଲୋକମାନେ ଆଶ୍ଚର୍ଯ୍ୟ ହେଇଥିବେ ଯେ ଭାରତ ଓ କିର୍ଗିଜ ବସ୍ତ୍ର ପରମ୍ପରାରେ ଏତେ ସମାନତା କିପରି ଭାବେ ରହିଛି । ଭାରତ ଓ କିର୍ଗିଜସ୍ତାନ ସାଧାରଣତନ୍ତ୍ର ପାର୍ବତୀୟ ପରିବେଶ, ସବୁଜ ପର୍ଯ୍ୟଟନ ଏବଂବରଫ ଚିତାବାଘ ସଂରକ୍ଷଣ ଆଦି ବିଷୟ ଉପରେ ସହଯୋଗ କରିବେ । ଆମ ଲୋକମାନଙ୍କ ମଧ୍ୟରେ ଜନ-ଜନ ମୈତ୍ରୀ ଏବଂ ସାଂସ୍କୃତିକ ଘନିଷ୍ଠତା ହେଉଛି ସବୁଠାରୁ ବଡ ସମ୍ପତି । ମୁଁ ଚାହୁଁଛି କି ଏହାକୁ ଅଧିକ ମଜଭୁତ କରାଯାଉ । ଏଥିପାଇଁ ମଧ୍ୟ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି ।

ମୁଁ ଏହି ଘୋଷଣା କରି ଅତ୍ୟନ୍ତ ଖୁସି ଯେ ବର୍ଷ 2021କୁ କିର୍ଗିଜ ସାଧାରଣତନ୍ତ୍ର ଏବଂ ଭାରତ ମଧ୍ୟରେ ସାଂସ୍କୃତିକ ଏବଂ ମୈତ୍ରୀର ବର୍ଷ ଭାବେ ପାଳନ କରିବା ନେଇ ଆମେ ସହମତ ହୋଇଛୁ । ପୁଣିଥରେ ରାଷ୍ଟ୍ରପତିଜୀ,ଆପଣଙ୍କୁ ଧନ୍ୟବାଦ ଜଣାଉଛି । ଏହି ଅବସରରେ ମୁଁ ଆପଣଙ୍କୁ ଭାରତ ଆସିବା ପାଇଁ ନିମନ୍ତ୍ରଣ କରୁଛି । ଆପଣଙ୍କୁ ଭାରତରେ ସ୍ୱାଗତ କରିବା ଆମ ପାଇଁ ବଡ ସମ୍ମାନର ବିଷୟ ହେବ ।

ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India remains fastest-growing major economy, domestic investors power market resilience

Media Coverage

India remains fastest-growing major economy, domestic investors power market resilience
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 14, 2026
March 14, 2026

Heartening Resolve Meets Bold Action: PM Modi's Transformative Push for a Developed Assam.