ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଥମ ଜି-7 ଆଉଟ୍‌ରିଚ୍ ସମ୍ମିଳନୀରେ ଯୋଗଦେଇଛନ୍ତି । ସୁଦୃଢ ସ୍ୱାସ୍ଥ୍ୟ ବ୍ୟବସ୍ଥା ଫେରାଇ ଆଣିବା (Bring Back Stornger Health)ଏହି ସମ୍ମିଳନୀରେ ଆଲୋଚନାର ଶୀର୍ଷକ ଥିଲା । ସମଗ୍ର ବିଶ୍ୱକୁ କରୋନା କବଳରୁ ମୁକ୍ତ କରି ଭବିଷ୍ୟତର ମହାମାରୀରୁ ରକ୍ଷା ପାଇବା ପାଇଁ ମାନସିକ ଦୃଢତା ସୃଷ୍ଟି ସମ୍ପର୍କରେ ସମ୍ମିଳନୀରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ବର୍ତ୍ତମାନର  କୋଭିଡ ସଂକ୍ରମଣ ବିରୁଦ୍ଧରେ ଲଢେଇ ପାଇଁ ଭାରତକୁ ସହଯୋଗ କରିଥିବାରୁ ଗ୍ରୁପ-୭ ରାଷ୍ଟ୍ର ସମୂହର ପ୍ରତିନିଧିମାନଙ୍କ ପ୍ରଶଂସା ପ୍ରଧାନମନ୍ତ୍ରୀ  କରିଥିଲେ । ସେ ମଧ୍ୟ ସବୁ ସ୍ତରର ନାଗରିକମାନଙ୍କୁ ସଶକ୍ତ କରିବା ପାଇଁ ସରକାରଙ୍କ ‘ସମୁଦାୟ ସମାଜ’ କାର୍ଯ୍ୟଶୈଳୀ ଉପରେ ଆଲୋକପାତ କରିଥିଲେ । କୋଭିଡ ସଂକ୍ରମଣର ଚିହ୍ନଟ ଏବଂ ଟିକାକରଣ ପ୍ରଣାଳୀର ପରିଚାଳନା କ୍ଷେତ୍ରରେ ଡିଜିଟାଲ ବ୍ୟବସ୍ଥାର ସଫଳ ପ୍ରୟୋଗ ସମ୍ପର୍କରେ ବର୍ଣ୍ଣନା କରି ଆଗ୍ରହୀ ଥିବା ଅନନ୍ୟ ବିକାଶଶୀଳ ରାଷ୍ଟ୍ରମାନଙ୍କ ସହ ଅଭିଜ୍ଞତା ବିନିମୟ ଓ ଉତ୍କର୍ଷତା ବିନିମୟ ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ । ବିଶ୍ୱର ସ୍ୱାସ୍ଥ୍ୟ ଅବସ୍ଥାର ଉନ୍ନତି କ୍ଷେତ୍ରରେ ମିଳିତ ଉଦ୍ୟମ ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ ଏବଂ ସହଯୋଗ କରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଏ ସମ୍ପର୍କରେ ବିଶ୍ୱବାଣିଜ୍ୟ  ସଂଗଠନ ନିକଟରେ କୋଭିଡ ସମ୍ପର୍କୀତ  ବୈଷୟିକ କୌଶଳ ପ୍ରସ୍ତାବକୁ ସମର୍ଥନ କରିବା ପାଇଁ ଗ୍ରୁପ-୭ ରାଷ୍ଟ୍ର ସମୂହର ସହଯୋଗ ଲୋଡିଥିଲେ । ଏହି ପ୍ରସ୍ତାବ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମିଳିତଭାବେ ଦେଇଥିଲେ ।

ଆଜିର ବୈଠକରେ ‘ଏକ ପୃଥିବୀ ଏକ ସ୍ୱାସ୍ଥ୍ୟ’ ବାର୍ତା ସମଗ୍ର ବିଶ୍ୱରେ ପହଞ୍ଚାଇବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।  ଭବିଷ୍ୟତର ଆସିବାକୁ ଥିବା ମହାମାରୀ ଦୂର କରିବା କ୍ଷେତ୍ରରେ ସମଗ୍ର ବିଶ୍ୱର ଏକତା, ନେତୃତ୍ୱ, ସାମାଜିକ ବନ୍ଧନ ରକ୍ଷା ଆଦି ନିମନ୍ତେ ଆହ୍ୱାନ ଦେଇଥିଲେ । ଏ କ୍ଷେତ୍ରରେ  ଦାୟିତ୍ୱବୋଧ, ଗଣତାନ୍ତ୍ରିକ ବ୍ୟବସ୍ଥା ଏବଂ ସ୍ୱଚ୍ଛତା ରକ୍ଷା ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଗୁରୁତ୍ୱ ଦେଇଥିଲେ । ଆସନ୍ତାକାଲି ଗ୍ରୁପ-୭ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଦୁଇଟି ଅଧିବେଶନରେ ଯୋଗଦେବେ । 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Two-wheeler makers end FY26 strong on rural recovery, premium demand

Media Coverage

Two-wheeler makers end FY26 strong on rural recovery, premium demand
NM on the go

Nm on the go

Always be the first to hear from the PM. Get the App Now!
...
Prime Minister highlights values of harmony and compassion on Good Friday
April 03, 2026

The Prime Minister, Shri Narendra Modi, said that Good Friday reminds us of the sacrifice of Jesus Christ.

Shri Modi expressed hope that the day deepens the values of harmony, compassion and forgiveness.

He said that brotherhood and hope should guide everyone.

In a X post, Shri Modi said;

“Good Friday reminds us of Jesus Christ’s sacrifice. May this day further deepen the values of harmony, compassion and forgiveness. May brotherhood and hope guide us all.”