PM’s statement to media ahead of the Budget Session of Parliament
‘Sabka Saath, Sabka Vikas’ is the mantra of the Government and this spirit will also be seen in the Parliament: PM
We are looking forward to discussing every issue in the Parliament: PM Modi

ଆପଣମାନଙ୍କୁ ସମସ୍ତଙ୍କୁ 2019ର ଅନେକ ଅନେକ ଶୁଭକାମନା । ଆଜି ବଜେଟ ଅଧିବେଶନ ଆରମ୍ଭ ହେଉଛି । କିଛି ସମୟ ପରେ ଆଦରଣୀୟ ରାଷ୍ଟ୍ରପତି ମହୋଦୟ ଉଭୟ ସଦନର ମିଳିତଅଧିବେଶନକୁ ସମ୍ବୋଧିତ କରିବେ । ଗତଥର ସଦନର ବ୍ୟବହାର ଆମେ ସମସ୍ତେ ଦେଖିଛେ । ସମ୍ପ୍ରତି ଦେଶରେ ଏକ ସଚେତନତା ରହିଛି, ପ୍ରତି ନାଗରିକ ସଦନର ଗତିବିଧିକୁ ଅତି ତୀକ୍ଷ୍ନ ଦୃଷ୍ଟିରେ ଦେଖୁଛନ୍ତି ଏବଂ ଏବେ ଦେଶର ପ୍ରତ୍ୟେକ ଛୋଟ ମୋଟ ଘଟଣାର ପହଂଚ ବଢ଼ିଛି ତେଣୁ ସାଧାରଣ ମଣିଷ ପାଖେ ସବୁ କଥା ପହଂଚୁଛି । ଏହି କାରଣରୁ ଆଲୋଚନାରେ ଯାହାର ଆଗ୍ରହ ନଥାଏ, ତର୍କରେ ଯାହାର ଆଗ୍ରହ ନଥାଏ, ସେମାନଙ୍କ ପ୍ରତି ସମାଜରେ ସ୍ୱାଭାବିକ ଭାବେ ଅସୂୟା ଭାବ ସୃଷ୍ଟି ହୋଇଥାଏ ।

ମୁଁ ଆଶା କରୁଛି କି ଆମର ସମସ୍ତ ଆଦରଣୀୟ ସାଂସଦ ଏହି ଜନ ଭାବନାକୁ ଧ୍ୟାନରେ ରଖି ଏହି ବଜେଟ ଅଧିବେଶନର ଉପଯୋଗ କରନ୍ତୁ ଏବଂ ଗଭୀରତାର ସହିତ, ବିସ୍ତୃତ ଭାବେ, ସୂଚନାରେ ପରିପୂର୍ଣ୍ଣ ଚର୍ଚ୍ଚାରେ ଭାଗ ନିଅନ୍ତୁ, ନିଜର ବିଚାର ରଖନ୍ତୁ, ସଦନକୁ ଲାଭାନ୍ୱିତ କରନ୍ତୁ, ସରକାରଙ୍କୁ ମଧ୍ୟ ଲାଭାନ୍ୱିତ କରନ୍ତୁ ଏବଂ ଆମ ପାଖରେ ଏହି ଅଧିବେଶନରେ ଯେତେ ବି କାମ ରହିଛି, ଏହାର ସର୍ବାଧିକ ଉପଯୋଗ ଆମର ସମସ୍ତ ଆଦରଣୀୟ ସାଂସଦ କରନ୍ତୁ; ଏହିପରି ଆଶା ମୋର ସେମାନଙ୍କଠାରୁ ରହିଛି ଏବଂ ମୁଁ ଏହା ମଧ୍ୟ ଜାଣିଛି ଯେ ଏବେ ସେମାନଙ୍କୁ ନିଜ ନିଜ କ୍ଷେତ୍ରକୁ ଯିବାର ଅଛି ଓ ସଦନସଦୁପଯୋଗର ଲାଭ ମଇଦାନରେ ସଦସ୍ୟମାନଙ୍କ ପ୍ରତି ଜନସାଧାରଣଙ୍କ ବ୍ୟବହାରରେ ନଜର ଆସିଥାଏ ।

ମୋର ବିଶ୍ୱାସ ଯେ ଏହି ଗମ୍ଭୀରତାକୁ ସମସ୍ତେ ସ୍ୱୀକାର କରିବେ । ସବକା ସାଥ-ସବକା ବିକାଶ-ଏହି ମନ୍ତ୍ରକୁ ନେଇ ଆମେ ଚାଲିଛୁ, ଆଗକୁ ମଧ୍ୟ ଏଥିପାଇଁ ଆମେ ପ୍ରତିବଦ୍ଧ ତଥା ସଂକଳ୍ପବଦ୍ଧ । ସଦନରେ ମଧ୍ୟ ସମସ୍ତଙ୍କୁ ସାଥିରେ ନେଇ ଦେଶର ବିକାଶ ପାଇଁ କାମ କରିବାର ନିର୍ଣ୍ଣୟ ସହିତ ଆମେ ଆଗକୁ ବଢ଼ିବାକୁ ଚାହୁଁ । ଆମର ପୁରା ପ୍ରଚେଷ୍ଟା ରହିବ, ପତ୍ୟେକ ବିଷୟ ଉପରେ ଚର୍ଚ୍ଚା କରିବା ପାଇଁ ଆମେ ଉତ୍ସୁକ । ମୁଁ ଖୋଲା ମନରେ ଚର୍ଚ୍ଚାର ସ୍ୱାଗତ କରିବି, ସଦନର କାର୍ଯ୍ୟଧାରା ସଠିକ ଢ଼ଙ୍ଗରେ ଚାଲୁ, ମୁଁ ଏହାର ସ୍ୱାଗତ କରିବି, ମୁଁ ସ୍ୱାଗତ କରିବି କି ଏଠାରେ ସମସ୍ତ ସଦସ୍ୟ ମିଳିତ ଭାବେ ଆଗାମୀ ଭାରତର ନିର୍ମାଣରେ କିଛି ନା କିଛି ଯୋଗଦାନ କରିବାର ଗର୍ବ ପ୍ରାପ୍ତ କରନ୍ତୁ ।

ବହୁତ ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Sample Of Brotherhood': Venezuelan FM Thanks PM Modi After Visiting India's Field Hospital

Media Coverage

'Sample Of Brotherhood': Venezuelan FM Thanks PM Modi After Visiting India's Field Hospital
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays tribute to Shri Ram Vilas Paswan ji
July 05, 2026

The Prime Minister, Shri Narendra Modi, paid tributes to former Union Minister Shri Ram Vilas Paswan ji on his birth anniversary today."He made significant contributions to the upliftment of society's deprived and weaker sections. He will always be remembered for his dedication to public service and national service", Shri Modi remarked.

The Prime Minister posted on X:

पूर्व केंद्रीय मंत्री रामविलास पासवान जी की जयंती पर उन्हें मेरी भावभीनी श्रद्धांजलि। समाज के वंचित और कमजोर वर्गों के उत्थान के लिए उन्होंने अहम योगदान दिया। जनसेवा और राष्ट्रसेवा के प्रति अपने समर्पण भाव के लिए वे हमेशा याद किए जाएंगे।