30 ମେ, 2019ରେ ଅନୁଷ୍ଠିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ସମାରୋହରେ ଭୁଟାନ ପ୍ରଧାନମନ୍ତ୍ରୀ ଡା. ଲୋତେ ସେରିଙ୍ଗ ଅତିଥି ଭାବେ ଯୋଗ ଦେଇଥିଲେ ।

ଆଜି ଅନୁଷ୍ଠିତ ଦ୍ୱିପାକ୍ଷିକ ବୈଠକରେ, ଡା. ସେରିଙ୍ଗ ଭାରତରେ ନିକଟରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ବିପୁଳବିଜୟ ପରେ ପୁନର୍ବାର ଦାୟିତ୍ୱ ଗ୍ରହଣ କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଶୁଭକାମନା ଜଣାଇଥିଲେ । ସେ ମଧ୍ୟ ପ୍ରଧାନମନ୍ତ୍ରୀ ଏବଂ ଭାରତର ଲୋକମାନଙ୍କୁ ଭୁଟାନର ମହାମହିମ ରାଜା ଏବଂ ଭୁଟାନର ଜନସାଧାରଣଙ୍କ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ । ପ୍ରଧାନମନ୍ତ୍ରୀ ଡା. ସେରିଙ୍ଗ କହିଥିଲେ ଯେ ସେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଭାରତ ସରକାରଙ୍କ ସହିତ ନିବିଡ଼ ଭାବେ କାର୍ଯ୍ୟ କରିବା ପ୍ରତି ଅତ୍ୟନ୍ତ ଆଗ୍ରହୀ । ଏହି ପରିପ୍ରେକ୍ଷୀରେ, ସେ ଯଥାଶୀଘ୍ର ଭୂଟାନ ଗସ୍ତ କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିମନ୍ତ୍ରଣ ଜଣାଇଥିଲେ ।

ଶପଥ ଗ୍ରହଣ ସମାରୋହରେ ସଦୟ ଉପସ୍ଥିତି ଏବଂ ଅଭିନନ୍ଦନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଉଦାରତା ପୂର୍ବକ ଭୂଟାନ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଜଳବିଦ୍ୟୁତ କ୍ଷେତ୍ର ସମେତ ଭୂଟାନ ସହିତ ବିକାଶ ସହଭାଗିତାକୁ ଭାରତ ବିଶେଷ ମୂଲ୍ୟ ଦେଇ ଆସିଥିବା ସେ ଉଲ୍ଲେଖ କରିଥିଲେ । ବ୍ୟାପକ ସମୃଦ୍ଧି ଏବଂ କଲ୍ୟାଣ ପାଇଁ ଭୂଟାନର ଦ୍ରୁତପ୍ରଗତିରେ ସହଭାଗୀ ହେବା ଲାଗି ସେ ଭାରତ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଥିଲେ । ଆପୋସ ସହମତି ଆଧାରରେ ଧାର୍ଯ୍ୟ ତାରିଖରେ ଭୁଟାନ ଗସ୍ତ କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦୀ ନିମନ୍ତ୍ରଣକୁ ସ୍ୱୀକାର କରିଥିଲେ ।

ଏହି ବୈଠକ ସୌହାର୍ଦ୍ଦ୍ୟପୂର୍ଣ୍ଣ ଏବଂ ବନ୍ଧୁତ୍ୱର ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଥିଲା । ଏହା ଦୁଇ ଦେଶ ମଧ୍ୟରେ ନିବିଡ଼ ଏବଂ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କର ବିଶେଷତ୍ୱ କୁହାଯାଉଥିବା ବିଶ୍ୱାସ, ସହଯୋଗ ଏବଂ ବୁଝାମଣାକୁ ପ୍ରତିଫଳିତ କରିଥିଲା ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Centre launches Bhavya scheme to set up 100 industrial parks across country

Media Coverage

Centre launches Bhavya scheme to set up 100 industrial parks across country
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 24, 2026
May 24, 2026

Strength, Growth & Global Trust: How PM Modi is Transforming India Across Frontiers