#MannKiBaat: PM extends greetings to people of Bangladesh on their independence day
India will always stand shoulder to shoulder with the people of Bangladesh: PM Modi during #MannKiBaat
Jallianwala Bagh massacre in 1919 left a deep impact on Shaheed Bhagat Singh: PM Modi during #MannKiBaat
#MannKiBaat: Bhagat Singh, Sukhdev and Rajguru were not scared of death. They lived and died for our nation, says PM Modi
We are marking 100 years of Champaran Satyagraha. This was one of the earliest Gandhian mass movements in India: PM #MannKiBaat
The Champaran Satyagraha showed us how special Mahatma Gandhi was and how unique his personality was: PM Modi during #MannKiBaat
New India manifests the strength and skills of 125 crore Indians, who will create a Bhavya and Divya Bharat, says the PM #MannKiBaat
India has extended support to the movement towards digital transactions. People of India have rejected corruption & black money: PM Modi
People of India are getting angry as far as dirt is concerned, this will lead to more efforts towards cleanliness: PM Modi during #MannKiBaat
Wastage of food is unfortunate. It is an injustice to the poor: PM Modi during #MannKiBaat
Depression can be overcome. We all can play a role in helping those suffering from depression overcome it: PM Modi during #MannKiBaat
Lets us make the 3rd International Day of Yoga memorable by involving more and more people: PM Modi during #MannKiBaat
PM Modi highlights the benefits of maternity bill during #MannKiBaat

ମୋର ପ୍ରିୟ ଦେଶବାସୀଗଣ, ଆପଣମାନଙ୍କୁ ମୋର ନମସ୍କାର ।

ଦେଶର ପ୍ରତ୍ୟେକ କୋଣ ଅନୁକୋଣରେ ଅଧିକାଂଶ ପରିବାର ନିଜର ପିଲାମାନଙ୍କ ପାଇଁ ପରୀକ୍ଷା କାର୍ଯ୍ୟରେ ବ୍ୟସ୍ତ ଥିବେ । ଯେଉଁମାନଙ୍କର ପରୀକ୍ଷା ସମାପ୍ତ ହୋଇଗଲାଣି ସେଠାରେ ଅବକାଶର ବାତାବରଣ ଥିବ ଏବଂ ଯେଉଁଠାରେ ପରୀକ୍ଷା ଚାଲିଥିବ ସେହି ପରିବାରଗୁଡ଼ିକର ପରୀକ୍ଷା ସମ୍ବନ୍ଧୀୟ ମାନସିକ ଚାପ ଥିବ । ତେଣୁ ଏପରି ମୁହୂର୍ତରେ ମୁଁ ଏହା କହିବି ଯେ ଗତଥର ମୁଁ “ମନ୍ କି ବାତ୍ମାଧ୍ୟମରେ ଯାହା କହିଥିଲି, ତାହାକୁ ପୁଣି ଶୁଣି ନିଅନ୍ତୁ । ପରୀକ୍ଷା ସମୟରେ ସେହି କଥାଗୁଡ଼ିକ ନିଶ୍ଚିତ କାର୍ଯ୍ୟରେ ଆସିବ ।

ଆଜି ମାର୍ଚ୍ଚ ମାସର 26 ତାରିଖ । ଏହି 26 ମାର୍ଚ୍ଚରେ ବାଂଲାଦେଶ ସ୍ୱାଧୀନତା ଲାଭ କରିଥିଲା । ଏହାଥିଲା ଅନ୍ୟାୟ ବିରୁଦ୍ଧରେ ଏକ ଐତିହାସିକ ସଂଗ୍ରାମ, ବଂଗ-ବନ୍ଧୁଙ୍କ ନେତୃତ୍ୱରେ ବାଂଲାଦେଶ ଜନତାଙ୍କର ଅଦ୍ଭୁତପୂର୍ବ ବିଜୟ । ଆଜିର ଏହି ମହତ୍ୱପୂର୍ଣ୍ଣ ଦିବସରେ, ମୁଁ ବାଂଲାଦେଶର ନାଗରିକ ଭାଇ ଭଉଣୀମାନଙ୍କୁ ସ୍ୱାଧୀନତା ଦିବସର ଢେର ଶୁଭକାମନା ଜଣାଉଛି ଏବଂ ଏହା ମଧ୍ୟ କାମନା କରୁଛି ଯେ ବାଂଲାଦେଶର ଉନ୍ନତି ହେଉ ଏବଂ ବିକାଶ ହେଉ । ବଙ୍ଗଳାଦେଶବାସୀଙ୍କୁ ମୁଁ ବିଶ୍ୱାସ ଓ ଭରସାର ସହିତ କହିବାକୁ ଚାହେଁ ଯେ, ଭାରତ ଓ ବାଂଲାଦେଶ ଅନ୍ତରଙ୍ଗ ବନ୍ଧୁ ଓ ସୁଦୃଢ଼ ସାଥୀ, ତେଣୁ ଆମେ ପରସ୍ପର କାନ୍ଧରେ କାନ୍ଧ ମିଶାଇ ସବୁ କ୍ଷେତ୍ରରେ ଶାନ୍ତି, ସୁରକ୍ଷା ଓ ବିକାଶ ପାଇଁ ନିରନ୍ତର ଯୋଗଦାନ କରିବା ।

ଆମେ ଏକଥାକୁ ନେଇ ଗର୍ବ ଅନୁଭବ କରିବା ଉଚିତ ଯେ ରବୀନ୍ଦ୍ରନାଥ ଟାଗୋର ଓ ତାଙ୍କର ସ୍ମୃତି ଆମର ମିଳିତ ସମ୍ପତ୍ତି । ବାଂଲାଦେଶର ଜାତୀୟ ସଙ୍ଗୀତ ମଧ୍ୟ ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କ ଦ୍ୱାରା ରଚିତ । ଗୁରୁଦେବ ରବୀନ୍ଦ୍ରନାଥଙ୍କ ବିଷୟରେ ସବୁଠାରୁ ମଜାଦାର କଥା ହେଲା ଯେ, ସେ 1913ରେ କେବଳ ନୋବେଲ ପୁରସ୍କାର ବିଜେତା ହେବାରେ ଏସିଆ ମହାଦେଶର ପ୍ରଥମ ବ୍ୟକ୍ତି ନ ଥିଲେ, ଇଂରେଜମାନେ ତାଙ୍କୁ ନାଇଟ୍ ଉପାଧିରେ ମଧ୍ୟ ବିଭୂଷିତ କରିଥିଲେ ଏବଂ ଯେବେ 1919ରେ ଜାଲିଆନାୱାଲାବାଗରେ ଇଂରେଜମାନେ ବିଭିଷୀକା ଘଟାଇଥିଲେ, ରବୀନ୍ଦ୍ରନାଥ ହେଉଛନ୍ତି ସେହି ବ୍ୟକ୍ତିତ୍ୱ ଓ ମହାପୁରୁଷଙ୍କ ଭିତରୁ ଅନ୍ୟତମ ଯେକି ନିଜର ସ୍ୱର ଇଂରେଜ ସରକାରଙ୍କ ବିରୁଦ୍ଧରେ ଶାଣିତ କରିଥିଲେ ଏବଂ ଏହି ଅବଧିରେ 12 ବର୍ଷର ଏକ ଛୋଟ ପିଲା ମନରେ ଗଭୀର ପ୍ରଭାବ ପଡ଼ିଥିଲା । କିଶୋର ଅବସ୍ଥାରେ ବାଡ଼ି-ବଗିଚାରେ ଖେଳବୁଲା କରୁଥିବା ଗୋଟିଏ ଛୋଟ ପିଲା ମନରେ ଜାଲିୱାନାୱାଲାବାଗ ହତ୍ୟାକାଣ୍ଡର ଦୃଶ୍ୟ ଏକ ନୂତନ ପ୍ରେରଣା ଜାଗ୍ରତ କରିଥିଲା ଏବଂ 1919ରେ 12 ବର୍ଷର ସେହି ବାଳକ ପ୍ରିୟ “ଭଗତ’ ଆମର ପ୍ରେରଣାର ଉତ୍ସ – ଶହୀଦ ଭଗତ ସିଂହ ରୂପେ ଦଣ୍ଡାୟମାନ । ଆଜିଠୁ ତିନିଦିନ ପୂର୍ବରୁ ମାର୍ଚ୍ଚ 23ତାରିଖ ଦିନ “ଭଗତସିଂହ’ ତାଙ୍କ ସାଥୀ “ସୁଖଦେବ’ ଓ “ରାଜଗୁରୁ’ଙ୍କୁ ଇଂରେଜ ସରକାର ଫାଶିଖୁଣ୍ଟରେ ଝୁଲାଇ ଦେଇଥିଲେ ଏବଂ ସମସ୍ତେ ଜାଣନ୍ତି ଯେ 23 ମାର୍ଚ୍ଚର ସେହି ଘଟଣା – ଭଗତ ସିଂହ, ସୁଖଦେବ ଏବଂ ରାଜଗୁରୁଙ୍କ ମୁଖମଣ୍ଡଳରେ ସେଦିନ ଭାରତମାତା (ମା’ ଭାରତୀ)ର ସେବା କରିବାର ସନ୍ତୁଷ୍ଟିର ଭାବ ଥିଲା – ମୃତ୍ୟୁ ଭୟ ନ ଥିଲା । ଜୀବନର ସବୁ ସ୍ୱପ୍ନକୁ ମା-ଭାରତୀଙ୍କ ସେବାରେ ସମର୍ପିତ କରିଦେଇଥିଲେ । ଏବଂ ଏହି ତିନି ବୀର ଶହୀଦ ଆମର ଆଜି ପ୍ରେରଣାର ଉତ୍ସ ହୋଇ ରହିଛନ୍ତି । ଭଗତ ସିଂହ, ସୁଖଦେବ ଏବଂ ରାଜଗୁରୁଙ୍କର ବଳିଦାନର ଗାଥା ଆମେ ଶବ୍ଦରେ ବର୍ଣ୍ଣନା କରିପାରିବୁ ନାହିଁ । ଏବଂ ସମଗ୍ର ବ୍ରିଟିଶ ଫୌଜ ଏହି ତିନି ଯୁବକଙ୍କୁ ଡରୁଥିଲେ । ଜେଲ ଭିତରେ ବନ୍ଦୀ ହୋଇଥିଲେ, ଫାଶି ପାଇବା ନିଶ୍ଚିତ, ମାତ୍ର ଏହାକୁ କାର୍ଯ୍ୟକାରୀ କରିବା ପାଇଁ, ବ୍ରିଟିଶ ସରକାରଙ୍କୁ ବ୍ୟତିବ୍ୟସ୍ତ ହେବାକୁ ପଡ଼ୁଥିଲା । ସେଇଥିପାଇଁ ତ 24 ମାର୍ଚ୍ଚରେ ଫାଶି ଦିବସ ପୂର୍ବରୁ 23 ମାର୍ଚ୍ଚରେ ହିଁ ଫାଶିଦେବା କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ଲୁଚି-ଛପି ଏହି କାର୍ଯ୍ୟ କରିଥିଲେ ଯାହା ସାଧାରଣତଃ କରାଯାଏ ନାହିଁ ଏବଂ ତାହାପରେ ତାଙ୍କର ମରଶରୀରକୁ ପଞ୍ଜାବକୁ ଆଣି ଚୁପଚାପ୍ ଜାଳି ଦେଇଥିଲେ । କିଛି ବର୍ଷ ପୂର୍ବେ ମୋତେ ସେଠାକୁ ଯିବାର ସୁଯୋଗ ମିଳିଥିଲା – ସେହି ମାଟିରୁ ମୁଁ ଏକ ପ୍ରକାର ଅହେତୁକ କମ୍ପନ ଅନୁଭବ କଲି ।

ମୁଁ ମୋର ଦେଶର ଯୁବକମାନଙ୍କୁ ନିଶ୍ଚିତ ପରାମର୍ଶ ଦେବି ଯେ ଯେବେ କୌଣସି ସୁଯୋଗରେ ସେମାନେ ପଞ୍ଜାବ ଯିବେ, ନିଶ୍ଚିତ ଭଗତ ସିଂହ, ସୁଖଦେବ ଓ ରାଜଗୁରୁ ତଥା ଭଗତ ସିଂହଙ୍କର ମାତା ଆଉ ବଟୁକେଶ୍ୱର ଦତଙ୍କ ସମାଧିସ୍ଥଳକୁ ଯାଆନ୍ତୁ । ଏହାହିଁ ସେହି କାଳଖଣ୍ଡ ବା ଅବଧି ଯେଉଁଠାରେ ସ୍ୱାଧୀନତାର ଅଭୀପ୍ସା, ତାହାର ତୀବ୍ରତା ବ୍ୟାପ୍ତ ହୋଇ ଚାରିଆଡ଼େ ଘୁରି ବୁଲୁଥିଲା । ଗୋଟିଏ ଦିଗରେ ଭଗତସିଂହ, ସୁଖଦେବ, ରାଜଗୁରୁ ଭଳି ବୀରପୁରୁଷମାନେ ଦେଶବାସୀମାନଙ୍କୁ ସଶସ୍ତ୍ର ବିପ୍ଳବ ପାଇଁ ପ୍ରେରଣା ଦେଉଥିଲେ ତ ଆଜିକୁ ଠିକ୍ ଶହେବର୍ଷ ପୂର୍ବେ 1917 ଅପ୍ରେଲ 10 ତାରିଖ ଦିନ ଚମ୍ପାରଣଠାରେ ସତ୍ୟାଗ୍ରହ କରିଥିଲେ । ଏହି ଚମ୍ପାରଣ ଆନ୍ଦୋଳନର ଶହେ ବର୍ଷ ପୂରଣ ହେବାକୁ ଯାଉଛି । ଭାରତର ସ୍ୱତନ୍ତ୍ରତା ସଂଗ୍ରାମରେ ଗାନ୍ଧିଜୀଙ୍କର ବିଚାରଧାରା ଏବଂ କାର୍ଯ୍ୟଶୈଳୀର ପ୍ରକଟିତ ରୂପ ପ୍ରଥମେ ଏହି ଚମ୍ପାରନରେ ପରିପ୍ରକାଶ ହୋଇଥିଲା । ସ୍ୱତନ୍ତ୍ରତା ସଂଗ୍ରାମର ଧାରାରେ ଏହା ଏକ – ନିର୍ଣ୍ଣାୟକ ସନ୍ଧିକ୍ଷଣ ବିଶେଷତଃ ସଂଘର୍ଷର ଆଦବ୍-କାଇଦା ଦୃଷ୍ଟିରୁ । ଏହା ହେଉଛି ସେହି କାଳଖଣ୍ଡ ବା ଅବଧି – ଯେଉଁଥିରେ ଚମ୍ପାରଣ ସତ୍ୟାଗ୍ରହ, ଖେଡ଼ା ସତ୍ୟାଗ୍ରହ, ଅହମଦାବାଦରେ ମିଲ ଶ୍ରମିକଙ୍କ ଧର୍ମଘଟ ଯେଉଁଥିରେ ପୂର୍ଣ୍ଣତଃ ଗାନ୍ଧିଜୀଙ୍କର ବିଚାରଶୈଳୀ ଓ କାର୍ଯ୍ୟଧାରାର ଗଭୀର ପ୍ରଭାବ ଦେଖିବାକୁ ମିଳିଥିଲା ।

1915ରେ ଗାନ୍ଧିଜୀ ବିଦେଶରୁ ପ୍ରତ୍ୟାବର୍ତ୍ତନ କଲେ ଏବଂ 1917ରେ ବିହାରର ଗୋଟିଏ ଛୋଟ ଗ୍ରାମକୁ ଯାଇ ଦେଶକୁ ନୂତନ ପ୍ରେରଣା ପ୍ରଦାନ କଲେ । ଆଜି ଆମ ମନରେ ଗାନ୍ଧିଜୀଙ୍କ ଯେଉଁ ଛବି ଅଛି, ସେହି ଛବି ଆଧାରରେ ଆମେ ଚମ୍ପାରଣ ଆନ୍ଦୋଳନର ମୂଲ୍ୟାଙ୍କନ କରିପାରିବା ନାହିଁ । କଳ୍ପନା କରନ୍ତୁ ଯେ ଜଣେ ସାଧାରଣ ମଣିଷ ଯିଏ 1915ରେ ପ୍ରତ୍ୟାବର୍ତ୍ତନ କଲେ ମାତ୍ର ଦୁଇବର୍ଷ କାର୍ଯ୍ୟ କରିଛନ୍ତି । ଦେଶ ତାଙ୍କୁ ଜାଣିବି ନଥିଲା, ନା ତାଙ୍କର କୌଣସି ଆଖିଦୃଶିଆ ପ୍ରଭାବ ଥିଲା । ଏଇତ ଥିଲା କେବଳ ଆରମ୍ଭ ମାତ୍ର । ସେତେବେଳେ ତାଙ୍କୁ କେତେ କଠିନ ପରିଶ୍ରମ କରିବାକୁ ପଡ଼ିଥିବ, କେତେ ଦୁଃଖ ଓ ଜଞ୍ଜାଳ ସହିନଥିବେ ଏହାର ଅନୁମାନ ଲଗାଇବା ସତରେ କାଠିକର ପାଠ ।

ଚମ୍ପାରଣ ଆନ୍ଦୋଳନ, ମହାତ୍ମାଗାନ୍ଧୀଙ୍କର ସଂଗଠନ କୌଶଳ, ମହାତ୍ମା ଗାନ୍ଧୀଙ୍କର ଭାରତୀୟ ସମାଜର ସ୍ପନ୍ଦନକୁ ଜାଣିବାର ଶକ୍ତି, ଗାନ୍ଧିଜୀ ନିଜର ଉତ୍ତମ ବ୍ୟବହାର ମାଧ୍ୟମରେ ଦରିଦ୍ରତମ ଲୋକଙ୍କୁ ଇଂରେଜ ଫୌଜୀମାନଙ୍କ ବିରୁଦ୍ଧରେ ପ୍ରେରଣା ଦେଇ ଛିଡ଼ା କରିବାର କୌଶଳ, ଆମକୁ ତାଙ୍କର ଅଭିଭୂତ ଓ ଅପରିମିତ ଶକ୍ତିର ପରିଚୟ ଦିଏ ।

ମାତ୍ର ଶହେ ବର୍ଷ ପୂର୍ବର ଗାନ୍ଧୀଙ୍କ ବିଷୟରେ ଯଦି ଆମେ ଚିନ୍ତା କରିବା, ସେହି ଚମ୍ପାରଣ ସତ୍ୟାଗ୍ରହ ଗାନ୍ଧୀଙ୍କ କଥା ସ୍ମରଣ କରିବା, ତେବେ ସର୍ବସାଧାରଣ ଜୀବନରେ ପ୍ରବେଶ କରିବାକୁ ଚାହୁଁଥିବା ଯେକୌଣସି ବ୍ୟକ୍ତିଙ୍କ ପାଇଁ ଏହା ଏକ ଅଧ୍ୟୟନର ବିଷୟ । ସାର୍ବଜନୀନ ଜୀବନର ଆରମ୍ଭ କିପରି କରାଯାଏ, ନିଜକୁ କିପରି ପରିଶ୍ରମ କରିବାକୁ ପଡ଼ିଥାଏ ଏବଂ ଗାନ୍ଧିଜୀ କେତେ ପରିଶ୍ରମ କରି ଏ ସ୍ଥାନରେ ପହଂଚୁଥିଲେ ତାଙ୍କଠାରୁ ହିଁ ଆମେ ଶିକ୍ଷାଲାଭ କରିପାରିବା ।

ସେହି ସମୟରେ ହିଁ ଅନେକ ଟାଣୁଆ ନେତା ଯେଉଁମାନଙ୍କ ନାମ ଆମକୁ ଜଣାଅଛି ଯଥା-ରାଜେନ୍ଦ୍ର ପ୍ରସାଦ, ଆଚାର୍ଯ୍ୟ କୃପଳାନୀ ସମସ୍ତଙ୍କୁ ଗ୍ରାମାଂଚଳକୁ ପଠାଇଥିଲେ । ଲୋକଙ୍କ ସହିତ ମିଳିମିଶି, ଲୋକମାନେ ଯେଉଁ କାମ କରୁଛନ୍ତି ସେହି କାମର ସ୍ୱାଧୀନତାର ବାର୍ତ୍ତାକୁ ମିଶ୍ରଣ କରିବାର କୌଶଳ ସେମାନଙ୍କୁ ଶିଖାଇଥିଲେ ।

ଏହି ଅଭିନବ କୌଶଳକୁ ଇଂରେଜମାନେ ବୁଝିପାରୁନଥିଲେ । ସଂଘର୍ଷ ସହିତ ନିର୍ମାଣ ମଧ୍ୟ ସମାନ୍ତରାଳ ଭାବେ ଗତି କରୁ ଏହା ତାଙ୍କର ଲକ୍ଷ୍ୟ ଥିଲା । ଗାନ୍ଧିଜୀ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ ଭଳି ଏହି ଘଟଣାକୁ ରୂପ ଦେଇଥିଲେ । ଗୋଟିଏ ପାର୍ଶ୍ଵ ସଂଗ୍ରାମ ଓ ଦ୍ୱିତୀୟ ପାର୍ଶ୍ଵଟି ନିର୍ମାଣ । ଗୋଟିଏ ପଟରେ ଜେଲ ଯିବା ଏବଂ ଅନ୍ୟ ପଟରେ ଗଠନମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବା । ଗୋଟିଏ ଅଦ୍ଭୁତ ସନ୍ତୁଳନ ଗାନ୍ଧିଜୀଙ୍କ କାର୍ଯ୍ୟଶୈଳୀରେ ଥିଲା । ସତ୍ୟାଗ୍ରହ ଶବ୍ଦ କ’ଣ, ଅସହମତି କ’ଣ ହୋଇପାରେ ଏତେବଡ଼ ଫିରିଙ୍ଗି ଫୌଜ ଆଗରେ ଅସହଯୋଗ କ’ଣ – ଗାନ୍ଧିଜୀ କେବଳ ଶବ୍ଦଗତ ଢଙ୍ଗରେ ନୁହେଁ ବରଂ ସଫଳ ପ୍ରୟୋଗ ଦ୍ୱାରା ଉପସ୍ଥାପିତ କରିପାରିଥିଲେ ।

ଆଜି ଯେତେବେଳେ ଦେଶ ଚମ୍ପାରଣ ସତ୍ୟାଗ୍ରହର ଶତବାର୍ଷିକ ପାଳନ କରିବାକୁ ଯାଉଛି – ସେତେବେଳେ ଜଣେ ସାଧାରଣ ମଣିଷର ଶକ୍ତି କେତେ ଯେ ଅପାର, ସେହି ଅପାର ଶକ୍ତି ସ୍ୱାଧୀନତାର ଆନ୍ଦୋଳନ ଭଳି, ସ୍ୱରାଜରୁ ସୁରାଜ ପଥରେ ଯାତ୍ରା, ଶହେ କୋଟି ଲୋକର ସଂକଳ୍ପ ଶକ୍ତି ଓ ପରିଶ୍ରମର ପରାକାଷ୍ଠା “ସର୍ବଜନହିତାୟ ସର୍ବଜନସୁଖାୟ ଏହି ମୂଳମନ୍ତ୍ରକୁ ନେଇ ଦେଶ ପାଇଁ, ସମାଜ ପାଇଁ କିଛି କରିବାର ପ୍ରୟାସକୁ ମନରେ ଧାରଣା କରି ଆଗକୁ ଗଲେ ସ୍ୱାଧୀନତା ପାଇଁ ନିଜର ଜୀବନକୁ ଉତ୍ସର୍ଗ କରିଥିବା ଆତ୍ମାର ସ୍ୱପ୍ନକୁ ସାକାର କରିହେବ ।

ଆଜି ଆମେ ଏକବିଂଶ ଶତାବ୍ଦୀରେ ପାଦ ଥାପିଛୁ । ତେବେ ଏପରି କେଉଁ ଭାରତୀୟ ଅଛି ଯେ କି ନିଜର ପରିବର୍ତ୍ତନ ଓ ବିକାଶରେ ନିଜକୁ ସାମିଲ ନ କରିବ । ଶହେ ପଚିଶ କୋଟି ଦେଶବାସୀ ଏହି ପରିବର୍ତ୍ତନ ଓ ପ୍ରଗତିର ଇଚ୍ଛାଶକ୍ତି ନୂତନ ଭାରତର ମୂଳଦୁଆକୁ ମଜବୁତ କରିବା । New India କୌଣସି ସରକାରୀ କାର୍ଯ୍ୟକ୍ରମ ନୁହେଁ କିମ୍ବା ରାଜନୈତିକ ଦଳର ଇସ୍ତାହାର ନୁହେଁ ଏହା ମଧ୍ୟ କୌଣସି Project ବା ପରିକଳ୍ପନା ନୁହେଁ । “New India” ଶହେ ପଚିଶ କୋଟି ଲୋକଙ୍କର ଆହ୍ୱାନ । ଏଥିରେ ଏହି ଆଶା ରହିଛି ଯେ ଶହେ ପଚିଶ କୋଟି ଭାରତୀୟ ଏକତ୍ରିତ ହୋଇ କିପରି ସୁନ୍ଦର ଭାରତ ନିର୍ମାଣ କରିବେ । ଶହେ ପଚିଶ କୋଟି ଭାରତୀୟଙ୍କ ମନରେ ଏକ ଆଶା ଅଛି, ଗୋଟିଏ ପ୍ରେରଣା ଅଛି, ଗୋଟିଏ ସଂକଳ୍ପ ଅଛି ଏବଂ ଇଚ୍ଛା ଶକ୍ତି ଅଛି ।

ମୋର ପ୍ରିୟ ଦେଶବାସୀଗଣ, ଆମେ ଯଦି ଆମ ଜୀବନରୁ ଟିକିଏ ଦୂରେଇ ଯାଇ ସମ୍ବେଦନଶୀଳ ହୋଇ ସମାଜରେ ଚାଲିଥିବା ଗତିବିଧିକୁ ଲକ୍ଷ୍ୟ କରିବା, ଆମ ଆଖପାଖରେ କ’ଣ ଚାଲିଛି, ତାକୁ ବୁଝିବାକୁ ଚେଷ୍ଟା କରିବା, ତା’ହେଲେ ଏ କଥା ଜାଣି ଆମେ ଆଶ୍ଚର୍ଯ୍ୟଚକିତ ହେବା ଯେ, ଲକ୍ଷାଧିକ ଲୋକ ନିଃସ୍ୱାର୍ଥପର ଭାବରେ ନିଜର ବ୍ୟକ୍ତିଗତ ଦାୟିତ୍ୱଗୁଡ଼ିକ ସହିତ ସମାଜ ପାଇଁ, ଶୋଷିତ, ପୀଡ଼ିତ, ବଂଚିତମାନଙ୍କ ପାଇଁ, ଗରିବମାନଙ୍କ ପାଇଁ, ଦୁଃଖୀ ଲୋକଙ୍କ ପାଇଁ କିଛି ନା କିଛି କରୁଛନ୍ତି । ତାହା ପୁଣି ଗୋଟିଏ ମୂକ ସେବକ ଭଳି, ସତେ ଯେମିତି ସାଧନା କରୁଛନ୍ତି ସେହିପରି ସେମାନେ କରିଚାଲିଥାନ୍ତି । ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ପ୍ରତିଦିନ ଡାକ୍ତରଖାନା ଯାଉଛନ୍ତି, ରୋଗୀମାନଙ୍କୁ ସାହାଯ୍ୟ କରୁଛନ୍ତି । ଅନେକ ଲୋକ ଅଛନ୍ତି, ଯିଏ ଜାଣିବା ମାତ୍ରେ ରକ୍ତଦାନ ପାଇଁ ଦଉଡ଼ି ଆସନ୍ତି । ଅନେକ ଲୋକ ଅଛନ୍ତି ଯେଉଁମାନେ କ୍ଷୁଧାର୍ତ୍ତଙ୍କ ପାଇଁ ଭୋଜନ ସମ୍ପର୍କରେ ଚିନ୍ତା କରୁଛନ୍ତି । ଆମ ଦେଶ “ବହୁରତ୍ନା ବସୁନ୍ଧରା”“ମାନବ ସେବା ହିଁ ମାଧବ ସେବା ଏହା ଆମ ଅସ୍ଥି-ମଜ୍ଜାଗତ । ଆମେ ଯଦି ଥରେ ଏହାକୁ ସାମଗ୍ରିକ ଭାବରେ ଦେଖିବା, ସଙ୍ଗଠିତ ରୂପରେ ଦେଖିବା ତାହେଲେ ଜାଣିପାରିବା ଯେ ଏହା କେତେ ବଡ଼ ଶକ୍ତି । ଯେତେବେଳେ New India କଥା ଉଠେ ସେତେବେଳେ ତାହାର ସମାଲୋଚନା ହେବା, ବିବେଚନା ହେବା, ଭିନ୍ନ ଦୃଷ୍ଟିକୋଣରୁ ଏହାକୁ ଦେଖାଯିବ, ଏସବୁ ସ୍ୱାଭାବିକ କଥା ଏବଂ ଗଣତନ୍ତ୍ରରେ ଏହା ସ୍ୱାଗତଯୋଗ୍ୟ । କିନ୍ତୁ ଏକଥା ଠିକ୍ ଯେ, ଶହେ ପଚିଶ କୋଟି ଦେଶବାସୀ ଯଦି ସଂକଳ୍ପବଦ୍ଧ ହୁଅନ୍ତି । ସଂକଳ୍ପକୁ ପୂର୍ଣ୍ଣ କରିବାର ବାଟ ସ୍ଥିର କରିନିଅନ୍ତି । ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଇ ଚାଲନ୍ତି ତେବେ ସେହି ଶହେ ପଚିଶ କୋଟି ଦେଶବାସୀଙ୍କର New India ର ସ୍ୱପ୍ନ ଆମ ଆଖି ଆଗରେ ସାକାର ହୋଇପାରିବ । ଏହା ଜରୁରୀ ନୁହେଁ ଯେ ଏସବୁ କଥା ବଜେଟ ଦ୍ୱାରା ହିଁ ସମ୍ଭବ, ସରକାରୀ ପରିକଲ୍ପନା ଦ୍ୱାରା ହିଁ ସମ୍ଭବ, ସରକାରୀ ଧନ ଦ୍ୱାରା ହିଁ ସମ୍ଭବ! ଯଦି ପ୍ରତ୍ୟେକ ନାଗରିକ ସଂକଳ୍ପ ଗ୍ରହଣ କରେ ଯେ, ମୁଁ ଟ୍ରାଫିକ ନିୟମଗୁଡ଼ିକୁ ପାଳନ କରିବି, ଯଦି ପ୍ରତ୍ୟେକ ନାଗରିକ ସଂକଳ୍ପ ଗ୍ରହଣ କରେ ଯେ ମୋ କର୍ତ୍ତବ୍ୟଗୁଡ଼ିକୁ ମୁଁ ସଚ୍ଚୋଟତାର ସହ ପାଳନ କରିବି, ଯଦି ପ୍ରତ୍ୟେକ ନାଗରିକ ସଂକଳ୍ପ ଗ୍ରହଣ କରେ ଯେ ସପ୍ତାହରେ ଦିନେ ମୁଁ ପେଟ୍ରୋଲ-ଡିଜେଲର ବ୍ୟବହାର କରିବିନି; ଏସବୁ ଛୋଟ ଛୋଟ କଥା, ତା’ହେଲେ ଶହେ ପଚିଶ କୋଟି ଦେଶବାସୀ ଦେଖିଥିବା New India ର ସ୍ୱପ୍ନ ସେମାନେ ନିଜ ଆଖି ଆଗରେ ସାକାର ହେବା ଦେଖିପାରିବେ । କହିବାର ତାତ୍ପର୍ଯ୍ୟ ହେଲା ଯେ ପ୍ରତ୍ୟେକ ନାଗରିକ ନିଜର ନାଗରିକ ଧର୍ମ ପାଳନ କରୁ, କର୍ତ୍ତବ୍ୟ ପାଳନ କରୁ । ଏହାହିଁ New India ପାଇଁ ଏକ ଉତ୍ତମ ଶୁଭାରମ୍ଭ ହୋଇପାରେ ।

2022ରେ ଭାରତର ସ୍ୱାଧୀନତାକୁ 75 ବର୍ଷ ପୂରଣ ହେବାକୁ ଯାଉଛି । ଆସନ୍ତୁ ମନେ ପକାଇବା ଭଗତ ସିଂ, ସୁଖଦେବ, ରାଜଗୁରୁଙ୍କୁ । ମନେ ପକାଇବା ଚମ୍ପାରଣର ସତ୍ୟାଗ୍ରହକୁ । ତେବେ “ସ୍ୱରାଜରୁ ସୁରାଜ୍ୟ ର ଏହି ଯାତ୍ରାରେ ଆମେ ନିଜ ଜୀବନକୁ ଅନୁଶାସିତ କରି ସ୍ୱୟଂ କାହିଁକି ସେଥିରେ ସାମିଲ ନ ହେବା? ଆସନ୍ତୁ – ମୁଁ ଆପଣଙ୍କୁ ନିମନ୍ତ୍ରଣ କରୁଛି ।

ମୋର ପ୍ରିୟ ଦେଶବାସୀଗଣ, ମୁଁ ଆଜି ଆପଣଙ୍କ ପ୍ରତି ମୋର କୃତଜ୍ଞତା ପ୍ରକାଶ କରିବାକୁ ଚାହୁଁଛି । ବିଗତ କିଛି ମାସରେ ଆମ ଦେଶରେ ଗୋଟିଏ ଏଭଳି ବାତାବରଣ ସୃଷ୍ଟି ହେଲା, ବହୁସଂଖ୍ୟାରେ ଲୋକେ ଡିଜିଟାଲ କାରବାର ମାଧ୍ୟମରେ ଡିଜିଧନ ଆନ୍ଦୋଳନରେ ସାମିଲ ହେଲେ । ନଗଦ ବିନା କିପରି ନେଣ-ଦେଣ କରାଯାଇପାରିବ ସେ ସମ୍ପର୍କରେ ଜିଜ୍ଞାସା ମଧ୍ୟ ବୃଦ୍ଧି ପାଇଲା । ଗରିବରୁ ଗରିବ ଲୋକ ମଧ୍ୟ ଏହା ଶିଖିବାର ଚେଷ୍ଟା କରୁଛି ଏବଂ ଲୋକେ ଧୀରେ ଧୀରେ ନଗଦ-ବିହୀନ କାରବାର ଆଡ଼କୁ ଅଗ୍ରସର ହେଉଛନ୍ତି । ବିମୁଦ୍ରାକରଣ ପରେ ଡିଜିଟାଲ ନେଣ-ଦେଣର ଭିନ୍ନ ଭିନ୍ନ ଉପାୟ ସଂଖ୍ୟା ଯଥେଷ୍ଟ ମାତ୍ରାରେ ବୃଦ୍ଧି ପାଇଛି । ଭିମ ଆପ୍ (BHIM App) ଆରମ୍ଭ ହେବାର ଦୁଇ-ଅଢ଼େଇ ମାସ ବିତିଛି । କିନ୍ତୁ ଏତିକି ଦିନରେ ପ୍ରାୟ ଦେଢ଼ କୋଟି ଲୋକ ଏହାକୁ ଡାଉନଲୋଡ କରିଛନ୍ତି ।

ମୋର ପ୍ରିୟ ଦେଶବାସୀଗଣ, କଳାଧନ, ଦୁର୍ନୀତି ବିରୁଦ୍ଧରେ ସଂଗ୍ରାମକୁ ଆମକୁ ଆଗେଇ ନେବାକୁ ହେବ । ଆମେ ଶହେ ପଚିଶ କୋଟି ଦେଶବାସୀ ଏହି ଏକବର୍ଷ ମଧ୍ୟରେ ଅଢ଼େଇ ହଜାର କୋଟି ଡିଜିଟାଲ ନେଣ-ଦେଣ କାରବାର କରିବା ପାଇଁ ସଂକଳ୍ପବଦ୍ଧ ହୋଇପାରିବାନି? ଆମେ ବଜେଟରେ ଘୋଷଣା କରିଛୁ । ଶହେ ପଚଶ କୋଟି ଦେଶବାସୀ ଯଦି ଇଚ୍ଛା କରନ୍ତି ତେବେ ପ୍ରତୀକ୍ଷାର ଆବଶ୍ୟକତା ନାହିଁ, ସେମାନେ ଏହି କାମ ଛଅମାସ ମଧ୍ୟରେ କରିପାରିବେ । ଅଢ଼େଇ ହଜାର କୋଟି ଡିଜିଟାଲ ନେଣ-ଦେଣ ଯଦି ସ୍କୁଲରେ ଟିୟୁସନ ଫି ଦିଆଯିବାକୁ ଅଛି ତେବେ ଡିଜିଟାଲ ନେଣ-ଦେଣ ମାଧ୍ୟମରେ ଦେବା, ଯଦି ରେଳଯାତ୍ରା କରିବା, ବିମାନଯାତ୍ରା କରିବା ଡିଜିଟାଲ ନେଣ-ଦେଣ କରିବା, ଔଷଧ କିଣିଲେ ଡିଜିଟାଲ ନେଣ-ଦେଣ କରିବା, ଯଦି ଡାଲି-ଚାଉଳ ଦୋକାନ କରିଛୁ ଡିଜିଟାଲ ଦେଣନେଣ ପାଇଁ ବ୍ୟବସ୍ଥା କରିବା ।

ଆମେ ନିଜ ଦୈନନ୍ଦିନ ଜୀବନରେ ଏହା କରିପାରିବା । ଆପଣ କଳ୍ପନା କରିପାରିବେନି କିନ୍ତୁ ଏହାଦ୍ୱାରା ଆପଣ ବହୁତ ବଡ଼ ଦେଶସେବା କାର୍ଯ୍ୟ କରିପାରିବେ । କଳାଧନ, ଦୁର୍ନୀତି ବିରୁଦ୍ଧରେ ସଂଗ୍ରାମରେ ଆପଣ ଜଣେ ବୀର ସୈନିକ ହୋଇପାରିବେ । ବିଗତ ଦିନରେ ଜନଶିକ୍ଷା ପାଇଁ, ଜନ ସଚେତନତା ପାଇଁ ଡିଜିଧନ ମେଳାର ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସମଗ୍ର ଦେଶରେ ଶହେଟି କାର୍ଯ୍ୟକ୍ରମର ଆୟୋଜନ ପାଇଁ ସଂକଳ୍ପ ଗ୍ରହଣ କରାଯାଇଛି । 80-85ଟି କାର୍ଯ୍ୟକ୍ରମର ଆୟୋଜନ ହୋଇସାରିଲାଣି । ସେଥିରେ ପୁରସ୍କାର ପାଇଁ ମଧ୍ୟ ବ୍ୟବସ୍ଥା ରହିଥିଲା । ପ୍ରାୟ ସାଢ଼େ ବାର ଲକ୍ଷ ଲୋକ, ଖାଉଟିମାନଙ୍କ ପାଇଁ ଉଦ୍ଦିଷ୍ଟ ଏହି ପୁରସ୍କାର ପାଇଛନ୍ତି । 70 ହଜାର ଲୋକ, ବ୍ୟବସାୟୀମାନଙ୍କ ପାଇଁ ଉଦ୍ଦିଷ୍ଟ ପୁରସ୍କାର ପାଇଛନ୍ତି ଏବଂ ପ୍ରତ୍ୟେକ ଏହି କାର୍ଯ୍ୟକୁ ଆଗେଇନେବା ପାଇଁ ପ୍ରତିଜ୍ଞାବଦ୍ଧ ମଧ୍ୟ ହୋଇଛନ୍ତି । ଏପ୍ରିଲ 14 ତାରିଖ, ଡଃ.ବାବାସାହେବ ଆମ୍ବେଦକରଙ୍କ ଜନ୍ମଦିନ । ଆଗରୁ ସ୍ଥିରୀକୃତ ହୋଇଥିବା ଅନୁସାରେ 14 ଏପ୍ରିଲ ବାବାସାହେବ ଆମ୍ବେଦକରଙ୍କ ଜୟନ୍ତୀ ଦିନ ଡିଜିଧନ ମେଳାର ସମାପ୍ତି ହେବ । ଶହେଦିନ ପୂର୍ଣ୍ଣ ହେବା ଉପଲକ୍ଷେ ଗୋଟିଏ ବହୁତ ବଡ଼ କାର୍ଯ୍ୟକ୍ରମର ଆୟୋଜନ ହେବାକୁ ଯାଉଛି । ସେଥିରେ ଗୋଟିଏ ବହୁତ ବଡ଼ ଉଠାଣ ମଧ୍ୟ ହେବ । ମୋର ବିଶ୍ୱାସ ଯେ, ବାବାସାହେବ ଆମ୍ବେଦକରଙ୍କ ଜୟନ୍ତୀ ପାଳନରେ ଯେତିକି ଦିନ ବାକି ରହିଛି, ସେତିକି ଦିନ ମଧ୍ୟରେ ଆମେ BHIM App ର ପ୍ରଚାର କରିବା । ନଗଦ କାରବାର କେମିତି କମିବ, ନୋଟ ବ୍ୟବହାର କେମିତି କମିବ, ସେଥିରେ ଆମେ ନିଜର ଯୋଗଦାନ ଦେବା ।

ମୋର ପ୍ରିୟ ଦେଶବାସୀଗଣ, ମନ୍ କି ବାତ୍ ପାଇଁ ମୁଁ ଯେତେବେଳେ ବି ଲୋକଙ୍କଠୁ ପରାମର୍ଶ ଲୋଡିଛି ସେତେବେଳେ ଅନେକ ଅନେକ ପ୍ରକାରର ପରାମର୍ଶମାନ ଆସୁଛି । କିନ୍ତୁ ମୁଁ ଲକ୍ଷ୍ୟ କରିଛି ଯେ ପ୍ରତ୍ୟେକ ଥର ସ୍ୱଚ୍ଛତା ଉପରେ ଲୋକଙ୍କ ଆଗ୍ରହ ରହୁଛି ।

ଡେରାଡୁନରୁ ଏକାଦଶ ଶ୍ରେଣୀର ଛାତ୍ରୀ ଗାୟତ୍ରୀ ନାମକ ଝିଅ ଫୋନ ମାଧ୍ୟମରେ ଗୋଟିଏ ବାର୍ତ୍ତା ଦେଇଛନ୍ତି :-

ଆଦରଣୀୟ ପ୍ରଧାନାଚାର୍ଯ୍ୟ, ପ୍ରଧାନମନ୍ତ୍ରୀ ମହୋଦୟ, ଆପଣଙ୍କୁ ମୋର ସାଦର ପ୍ରଣାମ । ଏହି ନିର୍ବାଚନରେ ଆପଣ ବିପୁଳ ମତରେ ବିଜୟ ଲାଭ କରିଥିବାରୁ ସର୍ବପ୍ରଥମେ ଆପଣଙ୍କୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି । ମୁଁ ଆପଣଙ୍କୁ ମୋ ନିଜ ମନକଥା କହିବାକୁ ଚାହୁଁଛି । ମୁଁ କହିବାକୁ ଚାହୁଁଛି ଯେ, ସ୍ୱଚ୍ଛତା କେତେ ଜରୁରୀ ଏହା ଲୋକମାନଙ୍କୁ ବୁଝାଇବାକୁ ପଡ଼ିବ । ମୁଁ ପ୍ରତିଦିନ ସେହି ନଈ ଦେଇ ଯାଉଛି ଯେଉଁଥିରେ ଲୋକେ ବହୁତ ଅଳିଆ-ଆବର୍ଜନା ପକାଇ ନଈକୁ ପ୍ରଦୂଷିତ କରୁଛନ୍ତି । ସେହି ନଈ ରିସ୍ପନା ପୋଲ ଦେଇ ମୋ ଘର ପର୍ଯ୍ୟନ୍ତ ଆସୁଛି । ଏହି ନଈ ପାଇଁ ଆମେ ବସ୍ତିରେ ଯାଇ ଲୋକମାନଙ୍କ ସହ କଥାବାର୍ତ୍ତା ହୋଇଛୁ । ରାଲିର ଆୟୋଜନ କରିଛୁ । ହେଲେ ଏସବୁ ଦ୍ୱାରା କିଛି ଲାଭ ହେଲାନି । ମୁଁ ଆପଣଙ୍କୁ କହିବାକୁ ଚାହୁଁଛି ଯେ, ନିଜର ଗୋଟିଏ ଟିମ ପଠାଇ କିମ୍ବା ଖବରକାଗଜ ମାଧ୍ୟମରେ ଏହି ପ୍ରସଙ୍ଗକୁ ଉଠାଯାଉ, ଧନ୍ୟବାଦ ।

ଦେଖନ୍ତୁ ଭାଇ ଓ ଭଉଣୀମାନେ, ଏକାଦଶ ଶ୍ରେଣୀର ଜଣେ ଛାତ୍ରୀଙ୍କ ମନରେ କେତେ ବ୍ୟଥା ଭରିରହିଛି । ସେହି ନଈରେ ଅଳିଆ-ଆବର୍ଜନା ଦେଖି ତା’ ମନରେ କେତେ କ୍ରୋଧ ଜାତ ହେଉଛି । ମୁଁ ଏହାକୁ ଶୁଭ ଲକ୍ଷଣ ମନେକରୁଛି । ଏହି କଥା ତ ମୁଁ ଚାହୁଁଛି, ଯେ ଶହେ ପଚିଶ କୋଟି ଦେଶବାସୀଙ୍କ ମନରେ ଅସ୍ୱଚ୍ଛତା ପ୍ରତି କ୍ରୋଧ ଜାତ ହେଉ । ଥରେ କ୍ରୋଧ ଜାତ ହେଲେ, ଅସନ୍ତୋଷ ଜାତ ହେଲେ, ଆମେ ଅସ୍ୱଚ୍ଛତା ବିରୁଦ୍ଧରେ କିଛି ନା କିଛି କରିବା ଆରମ୍ଭ କରିଦେବା । ଏହା ଭଲକଥା ଯେ, ଗାୟତ୍ରୀ ନିଜର କ୍ରୋଧର ପରିପ୍ରକାଶ କରୁଛନ୍ତି, ମୋତେ ପରାମର୍ଶ ମଧ୍ୟ ଦେଉଛନ୍ତି ଏବଂ ତା’ସହିତ ଏକଥା ମଧ୍ୟ କହୁଛନ୍ତି ଯେ, ସେ ଅନେକ ଚେଷ୍ଟାକରି ବିଫଳ ହୋଇଛନ୍ତି । ସ୍ୱଚ୍ଛତା ଆନ୍ଦୋଳନ ଆରମ୍ଭ ହେବାଦିନଠାରୁ ସଚେତନତା ସୃଷ୍ଟି ହୋଇଛି । ପ୍ରତ୍ୟେକେ ଏଥିରେ ସକାରାତ୍ମକ ଭାବରେ ସାମିଲ ହୋଇଛନ୍ତି । ଏହା ଗୋଟିଏ ଆନ୍ଦୋଳନର ରୂପ ନେଇଛି । ଅସ୍ୱଚ୍ଛତା ପ୍ରତି ଘୃଣାଭାବ ମଧ୍ୟ ବଢ଼ିଚାଲିଛି । ସଚେତନତା ହେଉ, ସକ୍ରିୟ ଅଂଶଗ୍ରହଣ ହେଉ, ଆନ୍ଦୋଳନ ହେଉ, ଏସବୁର ନିଜସ୍ୱ ଗୁରୁତ୍ୱ ନିଶ୍ଚିତ ଭାବରେ ରହିଛି । କିନ୍ତୁ ସ୍ୱଚ୍ଛତା ଆନ୍ଦୋଳନ ଅପେକ୍ଷା ଅଭ୍ୟାସ ସହ ଅଧିକ ଜଡ଼ିତ । ଏହି ଆନ୍ଦୋଳନ ଅଭ୍ୟାସ ବଦଳାଇବାର ଆନ୍ଦୋଳନ । ଏହି ଆନ୍ଦୋଳନ ସ୍ୱଚ୍ଛତାର ଅଭ୍ୟାସ ସୃଷ୍ଟି ପାଇଁ ହୋଇଥିବା ଆନ୍ଦୋଳନ, ଆନ୍ଦୋଳନ ସମବେତ ରୂପରେ ହୋଇପାରେ । କଷ୍ଟକର କାର୍ଯ୍ୟ, କିନ୍ତୁ କରିବାକୁ ଅଛି । ଦେଶର ନୂଆ ପିଢ଼ିରେ, ପିଲାଙ୍କ ମଧ୍ୟରେ, ଛାତ୍ରଛାତ୍ରୀଙ୍କ ମଧ୍ୟରେ, ଯୁବଗୋଷ୍ଠୀ ମଧ୍ୟରେ ଯେଉଁ ଭାବନା ଜାଗ୍ରତ ହୋଇଛି ଏହା ସୁପରିଣତିର ସଙ୍କେତ ପ୍ରଦାନ କରୁଛି ବୋଲି ମୋର ବିଶ୍ୱାସ । ମୋର ଆଜିର “ମନ୍ କି ବାତ୍ରେ ଗାୟତ୍ରୀର କଥା ଯେଉଁମାନେ ଶୁଣୁଛନ୍ତି, ମୁଁ ସମସ୍ତ ଦେଶବାସୀଙ୍କୁ ଅନୁରୋଧ କରୁଛି ଯେ, ଗାୟତ୍ରୀର କଥା ଆମ ସମସ୍ତଙ୍କ ପାଇଁ ଗୋଟିଏ ବାର୍ତା ହେବା ଉଚିତ ।

ମୋର ପ୍ରିୟ ଦେଶବାସୀଗଣ, ଯେବେଠୁଁ ମୁଁ “ମନ୍ କି ବାତ୍” କାର୍ଯ୍ୟକ୍ରମ ଆରମ୍ଭ କଲିଣି ସେବେଠାରୁ ଗୋଟିଏ ବିଷୟରେ ମୋତେ କେତେ ପରାମର୍ଶ ମିଳିଛି । ଖାଦ୍ୟସାମଗ୍ରୀ ନଷ୍ଟ କରିବା ବିଷୟରେ ଅନେକ ଲୋକ ଉଦ୍ବେଗ ପ୍ରକାଶ କରିଛନ୍ତି । ଆମେ ଜାଣୁ ଯେ ଆମେ ଭୋଜନ କଲାବେଳେ ନିଜ ଘରେ ତଥା ସାର୍ବଜନୀନ ସମାରୋହରେ ମଧ୍ୟ ପ୍ଲେଟ୍ ରେ ଆବଶ୍ୟକତାଠୁଁ ଅଧିକ ଖାଦ୍ୟ ନେଇଯାଉ । ଯେତେ ପ୍ରକାର ଖାଦ୍ୟ ରଖାଯାଇଥାଏ ସବୁଥିରୁ ନେଇ ପ୍ଲେଟ ଭର୍ତ୍ତି କରିଦିଅନ୍ତି ଆଉ ଶେଷରେ ଖାଇପାରନ୍ତିନି । ପ୍ଲେଟ୍ ରେ ଯେତିକି ନେଲେ ତାର ଅଧା ପେଟକୁ ଯାଏନି ଆଉ ବାକିତକ ସେଇଠି ଛାଡ଼ିଦେଲେ । ଏହିଭଳି ଅଇଁଠା କରି ଆମେ କେତେ ନଷ୍ଟ କରୁଛେ, ଆପଣ କେବେ ଭାବିଛନ୍ତି କି? ଯଦି ଆମେ ଏହିଭଳି ନଷ୍ଟ ନ କରିବା ତେବେ କେତେ ଗରିବ ଲୋକଙ୍କ ପେଟ ପୁରିବ ସେକଥା କେବେ ଭାବିଛନ୍ତି କି? ଏଇଟା ଗୋଟିଏ ଏମିତି କଥା ନୁହେଁ ଯାହା ବୁଝେଇବାକୁ ପଡ଼ିବ । ଆମ ପରିବାରରେ ଛୋଟ ପିଲାଟିକୁ ଯେତେବେଳେ ମା’ ଖାଇବାକୁ ଦିଏ, ସେ କହିଥାଏ – ଦେଖ୍ ପୁଅ, ଯେତିକି ଖାଇପାରିବୁ ସେତିକି ନେ । ଏହିଭଳି କିଛି ନା କିଛି ପ୍ରଚେଷ୍ଟା ଚାଲିଛି । ତଥାପି ଏ ବିଷୟରେ ଉଦାସୀନତା ଏକ ପ୍ରକାର ସମାଜ ବିରୋଧୀ ତଥା ଗରିବ ପ୍ରତି ଅନ୍ୟାୟ । ଅନ୍ୟ କଥାଟି ହେଲା ଯଦି ଆମେ ଖାଦ୍ୟ ସଂଚୟ କରନ୍ତି ତେବେ ପରିବାରର ଆର୍ଥିକ ଲାଭ ହେବ । ସମାଜ ପାଇଁ ଚିନ୍ତା କରିବା ଭଲ, ତା’ଛଡ଼ା ଏଥିରେ ପରିବାରର ମଧ୍ୟ ଲାଭ ଅଛି । ମୁଁ ଏ ବିଷୟରେ ଅଧିକ କିଛି କହୁନି, କିନ୍ତୁ ସଚେତନତା ବଢ଼ିବା ଆବଶ୍ୟକ । ମୁଁ କିଛି ଯୁବକଙ୍କୁ ଜାଣେ ଯେଉଁମାନେ ଏ ପ୍ରକାର ଅଭିଯାନ ଚଳାଇଛନ୍ତି । ସେମାନେ ମୋବାଇଲ୍ ଆପ୍ ଦ୍ୱାରା ଲୋକମାନଙ୍କୁ ସଂଯୁକ୍ତ କରିଛନ୍ତି ଏବଂ ଯେଉଁଠି ଏଭଳି ବଳକା ଖାଦ୍ୟ ରହୁଛି ତାକୁ ଏକାଠି କରି ତା’ର ସଦୁପଯୋଗ କରୁଛନ୍ତି । ଆମ ଦେଶର ଯୁବକମାନେ ହିଁ ପରିଶ୍ରମ କରି ଏଭଳି କାମ କରୁଛନ୍ତି । ହିନ୍ଦୁସ୍ଥାନର ପ୍ରତ୍ୟେକ ରାଜ୍ୟରେ କେଉଁଠି ନା କେଉଁଠି ଆପଣଙ୍କୁ ଏଭଳି ଲୋକ ମିଳିଯିବେ । ସେମାନଙ୍କଠାରୁ ଆମେମାନେ ପ୍ରେରଣା ନେବା ଉଚିତ ଏବଂ ଶିଖିବା ଉଚିତ ଯେ ଆମେ ଖାଦ୍ୟ ନଷ୍ଟ କରିବା ନାହିଁ । ଆମେ ଯେତିକି ଖାଇପାରିବା ସେତିକି ଗ୍ରହଣ କରିବା ଉଚିତ ।

ଦେଖନ୍ତୁ! ଏଇସବୁ ତ ପରିବର୍ତ୍ତନର ଉପାୟ । ଯେଉଁ ଲୋକମାନେ ଶାରୀରିକ ସ୍ୱାସ୍ଥ୍ୟ ସମ୍ବନ୍ଧରେ ସଚେତନ – ସେମାନେ ତ ସବୁବେଳେ କହିଥାନ୍ତି ଯେ – ପେଟ ଟିକେ ଖାଲି ରଖ, ପ୍ଲେଟ୍ ବି ଟିକେ ଖାଲି ରଖ । ଆପଣମାନେ ଜାଣନ୍ତି ଅପ୍ରେଲ ମାସ 7 ତାରିଖ ହେଉଛି ବିଶ୍ୱ ସ୍ୱାସ୍ଥ୍ୟ ଦିବସ, World Health Day । ମିଳିତ ଜାତିସଂଘ ଦ୍ୱାରା 2030 ମସିହା ସୁଦ୍ଧା (Universal Health Coverage) ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟର ଲକ୍ଷ୍ୟ ରଖିଛି । ମିଳିତ ଜାତିସଂଘ ଏ ବର୍ଷ ବିଶ୍ୱସ୍ୱାସ୍ଥ୍ୟ ଦିବସରେ Depression  ମାନସିକ ଅବସାଦ ଉପରେ ବିଶେଷ ଧ୍ୟାନ ଦେଉଛି । ଏ ବର୍ଷ ପାଇଁ ଏହାହିଁ ତାଙ୍କର (Theme) ମୁଖ୍ୟ ପ୍ରସଙ୍ଗ । ଆମେମାନେ ମଧ୍ୟ ମାନସିକ ଅବସାଦ ଶବ୍ଦ ସହ ପରିଚିତ, କିନ୍ତୁ ଶବ୍ଦଗତ ଅର୍ଥ କରିବାକୁ ଗଲେ, କିଛି ଲୋକ ଏହାକୁ ଅବସାଦ ବୋଲି କହିଥାନ୍ତି । ଅନୁମାନ କରାଯାଇଛି ଯେ ସାରା ବିଶ୍ୱରେ 35 କୋଟିରୁ ବେଶୀ ଲୋକ ମାନସିକ ଅବସାଦଗ୍ରସ୍ତ ବା Depression ଦ୍ୱାରା ପୀଡ଼ିତ । ସବୁଠୁଁ ବଡ଼ ଅସୁବିଧା ହେଲା ଆମ ଆଖପାଖରେ ମଧ୍ୟ ଏଭଳି ଘଟଣାକୁ ଆମେ ଜାଣିପାରନ୍ତିନି । ହୁଏତ ଏ ବିଷୟରେ ଖୋଲାଖୋଲି କଥା ହେବାକୁ ମଧ୍ୟ ଆମେ ସଂକୋଚ କରିଥାନ୍ତି । ଯିଏ ଅବସାଦ (Depression) ଅନୁଭବ କରୁଥାଏ ସେ ନିଜେ ବି କିଛି କହିନଥାଏ କାରଣ ସେ ନିଜକୁ ଲଜ୍ଜିତ ମନେକରେ ।

ମୁଁ ଦେଶବାସୀମାନଙ୍କୁ କହିବାକୁ ଚାହେଁ ଯେ Depression ଏକ ସୀମିତ ରୋଗ ନୁହେଁ ଯେଉଁଥିରୁ ମୁକ୍ତି ମିଳିବନି । ସେଥିପାଇଁ ଏକ ମନୋବୈଜ୍ଞାନିକ ବାତାବରଣ ସୃଷ୍ଟି କରିବାକୁ ପଡ଼ିବ । ପ୍ରଥମ ମନ୍ତ୍ର ହେଲା Depression କୁ ଦବେଇ କରି ରଖିବା ଅପେକ୍ଷା ତା’ର ପରିପ୍ରକାଶ କରିଦେବା ଦରକାର । ନିଜ ସାଥୀମାନଙ୍କ ଆଗରେ, ବନ୍ଧୁମାନଙ୍କ ମଧ୍ୟରେ, ପିତା ମାତା, ଭାଇଭଉଣୀ, ଶିକ୍ଷକମାନଙ୍କ ନିକଟରେ ମୁହଁ ଖୋଲି କୁହନ୍ତୁ ଆପଣଙ୍କୁ କ’ଣ ଲାଗୁଛି । କେବେ କେବେ ନିଃସଙ୍ଗତା ବିଶେଷକରି ହଷ୍ଟେଲରେ ରହୁଥିବା ବିଦ୍ୟାର୍ଥୀମାନଙ୍କୁ ବେଶୀ ଅସୁବିଧାରେ ପକାଇଥାଏ । ଆମ ଦେଶର ସୌଭାଗ୍ୟ ଯେ ଆମେମାନେ ଯୌଥ ପରିବାରରେ ବଢ଼ୁ, ବଡ଼ ପରିବାରରେ ମିଳିମିଶି ରହୁ ଫଳରେ ମାନସିକ ଅବସାଦର ସମ୍ଭାବନା କମ୍ ଥାଏ । ତଥାପି ମୁଁ ପିତାମାତାମାନଙ୍କୁ କହିବାକୁ ଚାହେଁ ଯେ – ଆପଣ ଆପଣଙ୍କ ପୁଅ ବା ଝିଅମାନଙ୍କୁ ଲକ୍ଷ୍ୟ ରଖିଛନ୍ତି କି? – ପ୍ରଥମେ ଆପଣମାନେ ସମସ୍ତେ ମିଳିମିଶି ଖାଉଥିଲେ, କିନ୍ତୁ ଯେବେ ପରିବାରରେ ଜଣେ ବ୍ୟକ୍ତି କହେ – ନାଁ ମୁଁ ପରେ ଖାଇବି, ସେ ଖାଇବା ଟେବୁଲ୍ ପାଖକୁ ଆସେନି, ଘରେ ସବୁ ଲୋକ ବାହାରକୁ ଗଲାବେଳେ ସେ କହୁଥିବ ମୁଁ ଯିବିନି … ଏକାନ୍ତରେ ରହିବାକୁ ପସନ୍ଦ କରୁଥିବ … ଏସବୁ ପ୍ରତି କେବେ ଆପଣ ଧ୍ୟାନ ଦେଇଛନ୍ତି? ଆପଣ ଜାଣିରଖନ୍ତୁ ଯେ ଏଗୁଡ଼ିକ ହେଲା Depression (ଅବସାଦ)ର ପ୍ରଥମ ଲକ୍ଷଣ । ଯଦି ସେ ଆପଣମାନଙ୍କ ସାଥୀରେ ନ ରହି ଏକା ଏକା ରହିବାକୁ ପସନ୍ଦ କରୁଛି ତ ଆପଣମାନେ ସେଭଳି ହେବାକୁ ଦିଅନ୍ତୁନି । ଯେଉଁମାନଙ୍କ ସହ ସେ ମନଖୋଲି କଥା ହେଉଥିବ ତାକୁ ସେମାନଙ୍କ ସାଥୀରେ ମିଶିବାର ସୁଯୋଗ ଦିଅନ୍ତୁ । ତା’ସହିତ ହସିଖେଳି, ଖୋଲାଖୋଲି କଥାବାର୍ତ୍ତା କରନ୍ତୁ ଆଉ ତାକୁ ମଧ୍ୟ ମନକଥା ଖୋଲି କହିବାର ସୁଯୋଗ ସୃଷ୍ଟି କରନ୍ତୁ । ତା’ ମନରେ ଥିବା ଅବସାଦର କାରଣଟିକୁ ଖୋଜି ବାହାର କରନ୍ତୁ । ଏହାହିଁ ପ୍ରକୃଷ୍ଟ ଉପାୟ । ଆଉ ଡିପ୍ରେସନ ମାନସିକ ତଥା ଶାରୀରିକ ବ୍ୟାଧିର କାରଣ ହୋଇଥାଏ । ଡାୟବେଟିସ୍ ବା ମଧୁମେହ ଯେମିତି ସବୁ ପ୍ରକାରର ରୋଗକୁ ନିମନ୍ତ୍ରଣ କରିଆଣେ – ମାନସିକ ଅବସାଦ ମଧ୍ୟ ସେହିଭଳି ଆମମାନଙ୍କର ଲଢ଼ିବା ଶକ୍ତି, ସାହସ, ନିଷ୍ପତ୍ତି ନେବାର ଶକ୍ତି ଆଦି ସମସ୍ତ କ୍ଷମତାକୁ ଧ୍ୱସ୍ତ କରିଦିଏ । ଆପଣଙ୍କର ମିତ୍ର ଆପଣଙ୍କ ପରିବାର, ଆପଣଙ୍କ ପରିବେଶ ଆଦି ମିଳିତ ଭାବରେ ଆପଣଙ୍କୁ ଅବସାଦଗ୍ରସ୍ତ ହେବାରୁ ରକ୍ଷା କରିପାରିବେ ବା ଯଦି ଅବସାଦଗ୍ରସ୍ତ ହୋଇଥାନ୍ତି ସେଥିରୁ ମଧ୍ୟ ମୁକ୍ତ କରିପାରିବେ । ଆଉ ଗୋଟିଏ ଉପାୟ ବି ଅଛି । ଯଦି ନିଜ ଲୋକଙ୍କ ଭିତରେ ଆପଣ ମନଖୋଲି କଥାଟି କହିପାରୁନାହାଁନ୍ତି ତେବେ ଗୋଟିଏ କାମ କରନ୍ତୁ । ସେବା କରିବାର ସଂକଳ୍ପ ନେଇ ଆଖପାଖର ଲୋକମାନଙ୍କୁ ସାହାଯ୍ୟ କରିବାକୁ ବାହାରି ଯାଆନ୍ତୁ । ମନଦେଇ ସେବା କରନ୍ତୁ, ସେମାନଙ୍କ ସୁଖଦୁଃଖରେ ଅଂଶୀଦାର ହୁଅନ୍ତୁ, ଦେଖିବେ ଆପଣଙ୍କ ଭିତରର ପୀଡ଼ା ସ୍ୱତଃ କୁଆଡ଼େ ଉଭେଇଯିବ । ସେମାନଙ୍କ ଦୁଃଖକୁ ଯଦି ଆପଣ ବୁଝିବାର ଚେଷ୍ଟା କରିବେ ଆଉ ସେବାଭାବର ସହିତ କରିବେ ତେବେ ଆପଣଙ୍କ ଭିତରେ ଏକ ନୂତନ ଆତ୍ମବିଶ୍ୱାସ ସୃଷ୍ଟିହେବ । ଅନ୍ୟମାନଙ୍କ ସହ ସାମିଲ ହେଲେ, କାହାରି ସେବା କଲେ ଯଦି ଆପଣ ନିଃସ୍ୱାର୍ଥପର ଭାବରେ ସେବା କରନ୍ତି ତେବେ ଆପଣ ନିଜ ମନର ବୋଝକୁ ସହଜରେ ହାଲୁକା କରିପାରିବେ । ସେହିଭଳି ଯୋଗ ମଧ୍ୟ ନିଜ ମନକୁ ସୁସ୍ଥ ରଖିବାର ଗୋଟିଏ ଭଲ ଉପାୟ । ମାନସିକ ଉତ୍ତେଜନା ବା ଚାପରୁ ମୁକ୍ତ ହୋଇ ପ୍ରସନ୍ନଚିତ ହେବାପାଇଁ ଯୋଗ ବହୁତ ସାହାଯ୍ୟ କରେ । ଜୁନ୍ ମାସ 21 ତାରିଖରେ ଅନ୍ତର୍ଜାତୀୟ ଯୋଗଦିବସ । ଏହାର ତୃତୀୟ ବର୍ଷ ହେବ । ଆପଣମାନେ ମଧ୍ୟ ଏବେଠୁଁ ପ୍ରସ୍ତୁତ ହୁଅନ୍ତୁ । ଲକ୍ଷ ଲକ୍ଷ ସଂଖ୍ୟାରେ ସାମୁହିକ ଯୋଗ ଉତ୍ସବ ପାଳନ କରିବା ଉଚିତ । ତୃତୀୟ ଅନ୍ତର୍ଜାତୀୟ ଯୋଗଦିବସ ସମ୍ବନ୍ଧରେ ଆପଣ ଯଦି କିଛି ପରାମର୍ଶ ଦେବାକୁ ଚାହାଁନ୍ତି ତେବେ ମୋ ମୋବାଇଲ ଆପ୍ ମାଧ୍ୟମରେ ନିଶ୍ଚିତ ଭାବେ ଦିଅନ୍ତୁ, ମୋର ପଥପ୍ରଦର୍ଶକ ହୁଅନ୍ତୁ । ଯୋଗ ସମ୍ପର୍କରେ ଯେତେ କବିତା ବା କାବ୍ୟମୟ ରଚନା କରିପାରିବେ ତାହା ନିଶ୍ଚୟ କରନ୍ତୁ ଯେମିତି ଲୋକମାନେ ତାକୁ ସହଜରେ ବୁଝିପାରିବେ ।

ମା’ ଓ ଭଉଣୀମାନଙ୍କୁ ମଧ୍ୟ ମୁଁ ଗୋଟିଏ କଥା ନିଶ୍ଚିତ ଭାବେ କହିବାକୁ ଚାହେଁ, କାରଣ ଆଜି ସ୍ୱାସ୍ଥ୍ୟ ବିଷୟରେ ହିଁ ଆଲୋଚନା ହୋଇଛି, ସ୍ୱାସ୍ଥ୍ୟ ବିଷୟରେ ଖୁବ୍ ଚର୍ଚ୍ଚା ହୋଇଛି । ଏଇ କିଛିଦିନ ତଳେ ଭାରତ ସରକାର ଗୋଟିଏ ମହତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଆମ ଦେଶରେ ଯେଉଁ କାର୍ଯ୍ୟରତ/ କର୍ମଜୀବୀ ମହିଳା ଅଛନ୍ତି, ଦିନକୁ ଦିନ ତାଙ୍କର ସଂଖ୍ୟା ବଢ଼ୁଛି, ସହଭାଗିତା ବଢ଼ୁଛି ତାହା ସ୍ୱାଗତଯୋଗ୍ୟ । କିନ୍ତୁ ତା’ ସାଥିରେ ସେମାନଙ୍କର କିଛି ବିଶେଷ ଦାୟିତ୍ୱ ମଧ୍ୟ ରହିଛି । ସେମାନେ ଘର ଦାୟିତ୍ୱ ସହ ଆର୍ଥିକ ଦାୟିତ୍ୱ ମଧ୍ୟ ବହନ କରୁଛନ୍ତି । ଫଳରେ କେବେ କେବେ ନବଜାତ ଶିଶୁ ପ୍ରତି ମଧ୍ୟ ଅନ୍ୟାୟ ହୋଇଯାଉଛି । ଭାରତ ସରକାର ଗୋଟିଏ ବଡ଼ ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ କର୍ମଜୀବୀ ମହିଳାମାନଙ୍କୁ ତାଙ୍କର ଗର୍ଭାଧାନ ସମୟରେ ପ୍ରସବ ସମୟରେ 12 ସପ୍ତାହ ମାତୃତ୍ୱକାଳୀନ ଛୁଟି ଦିଆଯାଉଥିଲା, ଏବେ ତାହା 26 ସପ୍ତାହକୁ ବଢାଇ ଦିଆଯାଇଛି । ଦୁନିଆରେ ବୋଧହୁଏ ଦୁଇ ତିନିଟି ଦେଶ ଅଛନ୍ତି ଯିଏ ଏ ଦିଗରେ ଆମଠୁଁ ଆଗରେ ଅଛନ୍ତି । ଏହି ଭଉଣୀମାନଙ୍କ ପାଇଁ ଭାରତ ଗୋଟିଏ ବହୁତ ବଡ଼ ଆଉ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛି । ଆଉ ତା’ର ମୂଳ ଉଦ୍ଦେଶ୍ୟ ହେଲା ନବଜାତ ଶିଶୁର ଯତ୍ନ । ଭାରତର ଭାବି ନାଗରିକ, ଜୀବନର ପ୍ରାରମ୍ଭିକ କାଳରେ ତା’ର ଉପଯୁକ୍ତ ଯତ୍ନ ନିଆଯାଉ, ତାକୁ ମା’ର ଭରପୁର ସ୍ନେହ ମିଳୁ ତା’ହେଲେ ଆମର ଏହି ପିଲାମାନେ ବଡ଼ ହୋଇ ଦେଶର ସମ୍ବଳ ହେବେ । ମା’ମାନଙ୍କର ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ ସେଥିପାଇଁ ଏହା ଏକ ଅତି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଏହି ନିଷ୍ପତ୍ତି ଯୋଗୁଁ ସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ପ୍ରାୟ 18 ଲକ୍ଷ ମହିଳାମାନେ ଉପକୃତ ହେବେ ।

ମୋର ପ୍ରିୟ ଦେଶବାସୀଗଣ, ଅପ୍ରେଲ 5 ତାରିଖରେ ପବିତ୍ର ରାମ ନବମୀ, ଅପ୍ରେଲ 9 ତାରିଖ ଦିନ ମହାବୀର ଜୟନ୍ତୀ ଏବଂ ଅପ୍ରେଲ 14 ତାରିଖରେ ବାବାସାହେବ ଆମ୍ବେଦକରଙ୍କ ଜନ୍ମଦିନ । ଏ ସମସ୍ତ ମହାପୁରୁଷଙ୍କ ଜୀବନ ଆମକୁ ପ୍ରେରଣା ଯୋଗାଉ, ନୂତନ ଭାରତ (New India) ଗଠନ ପାଇଁ ସଂକଳ୍ପବଦ୍ଧ ହେବାର ଶକ୍ତି ପ୍ରଦାନ କରୁ । ଦୁଇଦିନ ପରେ ଚୈତ୍ର ଶୁକ୍ଳ ପ୍ରତିପଦା, ବର୍ଷ ପ୍ରତିପଦା ବା ନୂତନ ସଂବତ୍ସର ର ଆରମ୍ଭ ହେବ । ଏହି ନବବର୍ଷ ଉପଲକ୍ଷେ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା । ବସନ୍ତ ଋତୁ ପରେ ଏହା ଫସଲ ଅମଳ ତଥା ଚାଷୀମାନଙ୍କୁ ସେମାନଙ୍କ ପରିଶ୍ରମର ଫଳ ମିଳିବାର ସମୟ । ଆମ ଦେଶର ବିଭିନ୍ନ ଅଂଚଳରେ ଏହି ନବବର୍ଷକୁ ଭିନ୍ନ ଭିନ୍ନ ରୂପରେ ପାଳନ କରାଯାଇଥାଏ । ମହାରାଷ୍ଟ୍ରରେ ଗୁଡ଼ି ପଡ଼ୱା, ଆନ୍ଧ୍ର-କର୍ଣ୍ଣାଟକରେ “ଉଗାଦୀ’, ସିନ୍ଧିମାନଙ୍କର “ଚେଟିଚାନ୍ଦ’, କାଶ୍ମୀରରେ “ନବରେହ’, ଅବଧ ଅଂଚଳରେ “ସଂବତ୍ସର ପୂଜା’, ବିହାରର ମିଥିଳାରେ “ଜୁଡ୍ ଶୀତଲ୍’ ଏବଂ ମଗଧ ଅଂଚଳରେ “ସତୁୱାନୀ’ ନାମରେ ଏହି ନବବର୍ଷ ପାଳିତ ହୋଇଥାଏ । ଭାରତ ବିବିଧତାରେ ପରିପୂର୍ଣ୍ଣ ଦେଶ – ଆପଣମାନଙ୍କୁ ମଧ୍ୟ ଏହି ନବବର୍ଷ ଉପଲକ୍ଷେ ମୋର ଅନେକ ଅନେକ ଶୁଭେଚ୍ଛା ।

 

ବହୁତ ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India records highest-ever startup surge with 55,200 recognised in FY26

Media Coverage

India records highest-ever startup surge with 55,200 recognised in FY26
NM on the go

Nm on the go

Always be the first to hear from the PM. Get the App Now!
...
Cabinet approves Continuation of Pradhan Mantri Gram Sadak Yojana-III till March 2028
April 18, 2026

The Union Cabinet, chaired by the Prime Minister Shri Narendra Modi, today has given its approval for the continuation of Pradhan Mantri Gram Sadak Yojana-III (PMGSY-III) beyond March 2025 upto March 2028. It involves consolidation of Through Routes and Major Rural Links connecting habitations to Gramin Agricultural Markets (GrAMs), Higher Secondary Schools and Hospitals. The revised outlay of the scheme will be Rs.83,977 crore.

The Cabinet further, amongst other things, approved the following:

  • Extension of timeline till March 2028 for completion of roads and bridges in plain areas and roads in hilly areas.
  • Extension of timeline till March 2029 for completion of bridges in hilly areas.
  • Works sanctioned before 31.03.2025 but un-awarded till now may be taken up for tender/award.
  • Long Span Bridges (LSBs) (161 Nos. with estimated cost of Rs.961 crore) pending for sanction but lying on the alignment of already sanctioned roads may be sanctioned and tendered/awarded.
  • Revision of outlay to Rs. 83,977 crore from original outlay of Rs.80,250 crore.

Benefits:

The extension of the timeline of PMGSY-III will enable the full realization of its intended socio-economic benefits by ensuring completion of targeted upgradation of rural roads. It will significantly boost the rural economy and trade by enhancing market access for agricultural and non-farm products, reducing transportation time and costs, and thereby improving rural incomes. Improved connectivity will facilitate better access to education and healthcare institutions, ensuring timely delivery of essential services, particularly in remote and underserved areas.

The continued implementation will also generate substantial employment opportunities, both directly through construction activities and indirectly by promoting rural enterprises and services. Overall, the extension will contribute to inclusive and sustainable development by bridging the rural-urban divide and advancing the vision of Viksit Bharat 2047.