The country lost Kalpana Chawla at a young age, but her life is an example for the entire world: PM Modi during #MannKiBaat
Nari Shakti has united the society, the world, with the thread of unity: PM Modi during #MannKiBaat
Today, women are leading from the front in every sphere. They are pioneering new achievements and establishing milestones: PM during #MannKiBaat
#MannKiBaat: PM says, our women-power is breaking the barriers of society and accomplishing unparalleled achievements and setting new records
Bapu's teachings are relevant even today, says Prime Minister Modi during #MannKiBaat
It is necessary for all the people of the society to truly benefit from the development, and for this our society should get rid of the social evils: PM during #MannKiBaat
Come, let us all take a pledge to end the evils from our society and let’s build a New India that is strong and capable: PM during #MannKiBaat
If a person is determined to do something then there is nothing impossible. Major transformations can be brought through Jan Andolan, says the PM #MannKiBaat
Our government changed the way Padma Awards were used to be given, now a common man can reach new heights: PM during #MannKiBaat
The path of peace and non-violence, that is the way of Bapu: PM Modi during #MannKiBaat

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । 2018 ମସିହାର ଏହା ପ୍ରଥମ ମନର କଥା । ଦୁଇଦିନ ପୂର୍ବରୁ ଆମେମାନେ ବହୁତ ଉତ୍ସାହର ସହିତ ଗଣତନ୍ତ୍ର ଦିବସ ପାଳନ କଲେ । 10ଟି ଦେଶର ରାଷ୍ଟ୍ରମୁଖ୍ୟ ଏହି ଉତ୍ସବରେ ଯୋଗଦେଲେ । ଇତିହାସରେ ପ୍ରଥମ ଥର ଏହା ଘଟିଲା ।

ମୋର ପ୍ରିୟ ଦେଶବାସୀଗଣ, ମୁଁ ଆଜି ଗୋଟିଏ ଚିଠିରୁ ମୋର କଥା ଆରମ୍ଭ କରୁଛି । ଶ୍ରୀମାନ ପ୍ରକାଶ ତ୍ରିପାଠୀ ନରେନ୍ଦ୍ରମୋଦୀ ଆପ୍ ରେ ଗୋଟିଏ ଲମ୍ବା ଚିଠି ଲେଖିଛନ୍ତି ଆଉ ଚିଠିରେ ଲେଖିଥିବା ବିଷୟବସ୍ତୁକୁ ଚର୍ଚ୍ଚା କରିବା ପାଇଁ ଅନୁରୋଧ କରିଛନ୍ତି । ସେ ଲେଖିଛନ୍ତି ଯେ ଫେବୃୟାରୀ 1 ତାରିଖ ମହିଳା ମହାକାଶଯାତ୍ରୀ କଳ୍ପନା ଚାଓଲାଙ୍କ ପୁଣ୍ୟତିଥି । କଲମ୍ବିଆ ମହାକାଶଯାନ ଦୁର୍ଘଟଣାରେ ସେ ଆମ୍ଭମାନଙ୍କୁ ଛାଡ଼ି ଚାଲିଗଲେ । କିନ୍ତୁ ସାରାବିଶ୍ୱର ଲକ୍ଷ ଲକ୍ଷ ଯୁବବର୍ଗ ପାଇଁ ସେ ପ୍ରେରଣା ଦେଇଗଲେ । ମୁଁ ଭାଇ ପ୍ରକାଶ ତ୍ରିପାଠୀଙ୍କୁ କୃତଜ୍ଞତା ଜଣାଉଛି ଯେ ସେ ତାଙ୍କର ଚିଠିଟି କଳ୍ପନା ଚାଓଲାଙ୍କ ତିରୋଧାନ କଥାରୁ ଆରମ୍ଭ କରିଛନ୍ତି । ଆମ ସମସ୍ତଙ୍କ ପାଇଁ ଦୁଃଖର କଥା ଯେ ଆମେ କଳ୍ପନା ଚାଓଲାଙ୍କୁ ଏତେ କମ୍ ବୟସରେ ହରେଇଲେ । କିନ୍ତୁ ତାଙ୍କର ଜୀବନରେ ସେ ସାରା ବିଶ୍ୱର ବିଶେଷକରି ଭାରତର ହଜାର ହଜାର ଝିଅମାନଙ୍କୁ ଏ ବାର୍ତ୍ତା ଦେଇଗଲେ ଯେ ନାରୀଶକ୍ତିର କୌଣସି ସୀମା ନାହିଁ । ଇଚ୍ଛାଶକ୍ତି, ଦୃଢ଼ବିଶ୍ୱାସ ଆଉ କିଛି ଗୋଟେ କରିବାର ଅଦମ୍ୟ ଉତ୍ସାହ ଥିଲେ ଦୁନିଆରେ କିଛି ଅସମ୍ଭବ ନାହିଁ । ବଡ଼ ଖୁସିର କଥାଯେ ଆଜି ଭାରତର ମହିଳାମାନେ ପ୍ରତ୍ୟେକ କ୍ଷେତ୍ରରେ ଦ୍ରୁତଗତିରେ ଆଗେଇ ଚାଲିଛନ୍ତି ଏବଂ ଦେଶର ଗୌରବବୃଦ୍ଧି କରିଛନ୍ତି ।

ପ୍ରାଚୀନ କାଳରୁ ଆମ ଦେଶରେ ନାରୀର ସମ୍ମାନ ସମାଜ ପାଇଁ ତା’ର ଯୋଗଦାନ ଏବଂ ସମାଜରେ ତାର ସ୍ଥାନ, ସାରା ବିଶ୍ୱକୁ ଆଶ୍ଚର୍ଯ୍ୟଚକିତ କରିଆସିଛି । ଭାରତୀୟ ବିଦୁଷୀମାନଙ୍କର ଏକଦୀର୍ଘ ପରମ୍ପରା ରହିଛି । ବେଦର ଋକ୍ ଅର୍ଥାତ ବୈଦିକ ମନ୍ତ୍ରଗୁଡ଼ିକର ଗଢଣ(Construction of Sentences/Shlokas)ରେ ବିଦୁଷୀ ନାରୀମାନଙ୍କର ମହତ୍ୱପୂର୍ଣ୍ଣ ଅବଦାନ ରହିଛି । ଲୋପାମୁଦ୍ରା, ଗାର୍ଗୀ, ମୈତ୍ରେୟୀ ଏଭଳି ଅନେକ ନାଁ (ନାମ) ଅଛି । ଆଜି ଆମେ ‘ବେଟୀ ବଚାଓ, ବେଟୀ ପଢ଼ାଓ’ କଥା କହୁଛୁ । କିନ୍ତୁଶହ ଶହ ବର୍ଷ ପୂର୍ବେ ଆମର ଶାସ୍ତ୍ରରେ, ସ୍କନ୍ଦ ପୁରାଣରେ କୁହାଯାଇଛି :-

ଦଶପୁତ୍ର ସମାକନ୍ୟାଦଶ ପୁତ୍ରାନ୍ ପ୍ରବର୍ଦ୍ଧୟନ୍

ଯତଫଳଂ ଲଭତେ ମର୍ତ୍ତ୍ୟେ ତତ୍ ଲଭ୍ୟଂ କନ୍ୟକୈକୟା ।

ଅର୍ଥାତ୍ ଗୋଟିଏ ଝିଅ ଦଶଟି ପୁଅଙ୍କ ସହ ସମାନ । ଦଶଟି ପୁତ୍ରରେ ଯେତିକି ପୁଣ୍ୟ ପ୍ରାପ୍ତିହୁଏ ଗୋଟିଏ କନ୍ୟାରେ ମଧ୍ୟ ସେତିକି ପୂଣ୍ୟଲାଭ ହୁଏ । ଏହା ଆମ ସମାଜରେ ନାରୀର ମହତ୍ୱକୁ ପ୍ରତିପାଦିତ କରେ । ଆଉ ସେଥିପାଇଁ ନାରୀକୁ ଶକ୍ତିର ରୂପ ବୋଲି କୁହାଯାଇଛି । ଏହି ନାରୀଶକ୍ତି ହିଁ ସମଗ୍ର ଦେଶକୁ, ପୁରା ସମାଜକୁ, ପରିବାରକୁ ଏକତାର ସୂତ୍ରରେ ବାନ୍ଧି ରଖିଛି । ବୈଦିକ ଯୁଗର ବିଦୁଷୀ ଲୋପାମୁଦ୍ରା, ଗାର୍ଗୀ, ମୈତ୍ରେୟୀଙ୍କର ବିଦବତ୍ତା ହେଉ ଅଥବା ଆକ୍କା, ମହାଦେବୀ, ମୀରାବାଈଙ୍କର ଜ୍ଞାନ ଏବଂ ଭକ୍ତି ହେଉ - ଅହଲ୍ୟା ବାଇ ହୋଲ୍କରଙ୍କ ଶାସନବ୍ୟବସ୍ଥା ହେଉ କି ଲକ୍ଷ୍ମୀବାଇଙ୍କର ବୀରତ୍ୱ ହେଉ - ନାରୀଶକ୍ତି ସବୁବେଳେ ଆମପାଇଁ ପ୍ରେରଣାର ଉତ୍ସ ହୋଇରହିଛି । ଦେଶର ମାନ ସମ୍ମାନ ବୃଦ୍ଧି କରିଆସିଛି ।

ଶ୍ରୀମାନ ପ୍ରକାଶ ତ୍ରିପାଠୀ ଆହୁରି ଅନେକ ଉଦାହରଣ ଦେଇଛନ୍ତି । ସେ ଲେଖିଛନ୍ତି ଯେ ଆମର ସାହାସୀ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଯୁଦ୍ଧ ଜାହାଜ ସୁଖୋଇ-30ରେ ଯାତ୍ରାକରିବା ତାଙ୍କପାଇଁ ପ୍ରେରଣା ହୋଇରହିଛି । ସେ ବର୍ତ୍ତିକା ଯୋଶୀଙ୍କ ନେତୃତ୍ୱରେ ଭାରତୀୟ ନୌସେନାର ମହିଳା ସହଯାତ୍ରୀମାନେ INS-ତାରିଣୀରେ ସମଗ୍ର ବିଶ୍ୱ ପରିକ୍ରମା କରୁଥିବା କଥା ମଧ୍ୟ ଉଲ୍ଲେଖ କରିଛନ୍ତି । ତିନିଜଣ ସାହାସିନୀ ମହିଳା ଭାବନା କଣ୍ଠ, ମୋହନା ସିଂହ ଏବଂ ଅବନୀ ଚତୁର୍ବେଦୀ ଯୁଦ୍ଧବିମାନର ପାଇଲଟ ହୋଇଛନ୍ତି ଏବଂ ସୁଖୋଇ-30ରେ ପ୍ରଶିକ୍ଷଣ ନେଉଛନ୍ତି । କ୍ଷମତା ବାଜପେୟୀଙ୍କ ନେତୃତ୍ୱରେ କେବଳ ମହିଳାମାନଙ୍କର ଗୋଟିଏ ବିମାନ ଚାଳକ ଦଳ ଦିଲ୍ଲୀଠାରୁ ଆମେରିକାର ସାନ୍-ଫ୍ରାନ୍ସିସକୋ ଏବଂ ପୁଣି ସାନ୍ ଫ୍ରାନ୍ସିସକୋରୁ ଦିଲ୍ଲୀ ପର୍ଯ୍ୟନ୍ତ Air India ର ବୋଇଂ ଜେଟ୍ ରେ ଯାତ୍ରାକଲେ । ଦଳରେ ସମସ୍ତେ ମହିଳା ଥିଲେ । ଶ୍ରୀ ତ୍ରିପାଠୀ ସମ୍ପୂର୍ଣ୍ଣ ଠିକ୍ କଥା କହିଛନ୍ତି - ନାରୀ ଆଜି ସମସ୍ତ କ୍ଷେତ୍ରରେ ଆଗେଇ ଚାଲିଛି ସେତିକି ନୁହେଁ ବରଂ ଅନେକ କ୍ଷେତ୍ରରେ ନେତୃତ୍ୱ ମଧ୍ୟ ନେଇଛି । ଏଭଳି ଅନେକ କ୍ଷେତ୍ର ଅଛି ଯେଉଁଠି ଆମର ନାରୀଶକ୍ତି ସର୍ବ ପ୍ରଥମେ କିଛି କରି ଦେଖାଇଛି । ଗୋଟେ ମାଇଲଖୁଣ୍ଟ ସ୍ଥାପନ କରିବାରେ ସଫଳ ହୋଇଛି । କିଛିଦିନ ତଳେ ମାନନୀୟ ରାଷ୍ଟ୍ରପତି ମହୋଦୟ ଏକ ନୂଆ ଶୁଭାରମ୍ଭ କରିଛନ୍ତି ।

ରାଷ୍ଟ୍ରତି ମହୋଦୟ ସେହି ଅସାଧାରଣ ମହିଳାମାନଙ୍କର ଗୋଟିଏ ଗ୍ରୁପ ସହ ସାକ୍ଷାତ କଲେ ଯେଉଁମାନେ ନିଜ ନିଜ କ୍ଷେତ୍ରରେ ସର୍ବ ପ୍ରଥମେ କିଛି କରି ଦେଖାଇଛନ୍ତି । ଦେଶର ଏହି ସଫଳ ମହିଳାମାନେ ହେଲେ ପ୍ରଥମ ମହିଳା ଗର Merchant Navy କପ୍ତାନ, ପାସେଞ୍ଜର ଟ୍ରେନର ପ୍ରଥମ ମହିଳା ଡ୍ରାଇଭର ବା ଚାଳକ, ପ୍ରଥମ ମହିଳା ଅଗ୍ନି ନିର୍ବାପକ, ପ୍ରଥମ ମହିଳା ବସ୍ ଡ୍ରାଇଭର, ଆଣ୍ଟାର୍କଟିକା ପହଂଚିଥିବା ପ୍ରଥମ ମହିଳା, ଏଭରେଷ୍ଟ ଆରୋହଣ କରିଥିବା ପ୍ରଥମ ମହିଳା – ଏହିଭଳି ପ୍ରତ୍ୟେକ କ୍ଷେତ୍ରର ପ୍ରଥମ ମହିଳା । ଆମର ନାରୀଶକ୍ତି ସମାଜର ରୁଢିବାଦିତାକୁ ଭାଙ୍ଗି ଅସାଧାରଣ ସଫଳତା ହାସଲ କରିଛି, କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି । ସେମାନେ ଦେଖାଇ ଦେଇଛନ୍ତି ଯେ ନିଷ୍ଠା ଏବଂ ଦୃଢ଼ସଂକଳ୍ପ ବଳରେ ସମସ୍ତ ବାଧାବିଘ୍ନକୁ ଦୂରକରି ଏକ ନୂତନ ମାର୍ଗ ସୃଷ୍ଟି କରାଯାଇପାରେ । ଏକ ଏଭଳି ମାର୍ଗ ଯାହାକି ଖାଲି ନିଜର ସମସାମୟିକ ଲୋକଙ୍କୁ ନୁହେଁ ବରଂ ଭବିଷ୍ୟତର ଦାୟାଦମାନଙ୍କୁ ପ୍ରେରିତ କରିବ । ସେମାନଙ୍କ ମଧ୍ୟରେ ଏକ ନୂତନ ଉତ୍ସାହ ଜାଗ୍ରତ କରିବ । ଏହି ସଫଳ ନାରୀମାନଙ୍କ ଉପରେ ଗୋଟିଏ ପୁସ୍ତକ ମଧ୍ୟ ପ୍ରସ୍ତୁତ କରାଯାଇଛି, ଯାହାଫଳରେ ସାରା ଦେଶ ଏହି ନାରୀଶକ୍ତି ବିଷୟରେ ଜାଣିବ ଏବଂ ସେମାନଙ୍କ କାର୍ଯ୍ୟରୁ ପ୍ରେରଣା ପାଇପାରିବ । ଏହି ପୁସ୍ତକଟି ନରେନ୍ଦ୍ର ମୋଦୀ ୱେବସାଇଟରେ ମଧ୍ୟ ଇ-ବୁକ୍ ଭାବେ ଉପଲବ୍ଧ ।

ଆଜି ଦେଶ ତଥା ସମାଜରେ ଚାଲିଥିବା ସକାରାତ୍ମକ ପରିବର୍ତ୍ତନରେ ଦେଶର ନାରୀଶକ୍ତିର ଉଲ୍ଲେଖନୀୟ ଯୋଗଦାନ ରହିଛି । ଆଜି ଯେତେବେଳେ ଆମେ ମହିଳା ସଶକ୍ତିକରଣ ବିଷୟରେ ଚର୍ଚ୍ଚା କରୁଛୁ – ମୁଁ ଗୋଟିଏ ରେଲୱେ ଷ୍ଟେସନର କଥା କହିବାକୁ ଚାହେଁ । ଆପଣମାନେ ଭାବୁଥିବେ ମହିଳା ସଶକ୍ତିକରଣ ସହ ଗୋଟିଏ ରେଲୱେ ଷ୍ଟେସନର ସମ୍ପର୍କ କ’ଣ ହୋଇଥିବ । ମୁମ୍ବାଇର ମାଟୁଙ୍ଗା ଷ୍ଟେସନ ଭାରତର ପ୍ରଥମ ଏଭଳି ରେଳଷ୍ଟେସନ ଯା’ହାର ସମସ୍ତ କର୍ମଚାରୀ ହେଉଛନ୍ତି ମହିଳା । ସମସ୍ତ ବିଭାଗରେ ମହିଳା କର୍ମଚାରୀ ଅଛନ୍ତି – କମର୍ସିଆଲ ବିଭାଗ ହେଉ, ରେଲୱେ ପୋଲିସ ହେଉ, ଟିକେଟ ଚେକିଂ, ରେଡିଓ ଘୋଷଣା, Points Man ଯାହାବି ହେଉ 40 ରୁ ଅଧିକ କେବଳ ମହିଳା କର୍ମଚାରୀଙ୍କୁ ନେଇ ଏ ଷ୍ଟେସନ ଚାଲିଛି । ଏଥର ଅନେକ ଲୋକ ଗଣତନ୍ତ୍ର ଦିବସ ପରେଡ୍ ଦେଖିଲାପରେ ଟ୍ଵିଟର ବା ଅନ୍ୟ ସାମାଜିକ ଗଣମାଧ୍ୟମରେ ଲେଖିଛନ୍ତି ଯେ ପରେଡ୍ ର ଗୋଟିଏ ମୁଖ୍ୟ କଥା ଥିଲା ସୀମା ସୁରକ୍ଷା ବଳର ବାଇକ କଣ୍ଟିନଜେଣ୍ଟ ଯେଉଁଥିରେ କେବଳ ମହିଳାମାନେ ଭାଗନେଇଥିଲେ । ସାହାସପୂର୍ଣ୍ଣ ପ୍ରୟୋଗ କରୁଥିଲେ ଏବଂ ଏଦୃଶ୍ୟ ବିଦେଶରୁ ଆସିଥିବା ଅତିଥିମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ ଚକିତ କରୁଥିଲା । ସଶକ୍ତିକରଣ ଆତ୍ମନିର୍ଭରଶୀଳତାର ଗୋଟିଏ ରୂପ । ଆଜି ଆମର ନାରୀଶକ୍ତି ନେତୃତ୍ୱ ଗ୍ରହଣ କରୁଛି । ଆତ୍ମନିର୍ଭର ହେଉଛି । ଏଠାରେ, ଗୋଟିଏ କଥା ମୋ ମନକୁ ଆସୁଛି । ଛତିଶଗଡ଼ର ଆମର ଆଦିବାସୀ ମହିଳାମାନେ ମଧ୍ୟ ଚମତ୍କାର କରି ଦେଖାଇଛନ୍ତି । ସେମାନେ ଗୋଟିଏ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି । ଆଦିବାସୀ ମହିଳାମାନଙ୍କ କଥା ପଡ଼ିଲେ ସମସ୍ତଙ୍କ ମନରେ ଗୋଟିଏ ନିର୍ଦ୍ଦିଷ୍ଟ ଛବି ସୃଷ୍ଟି ହୋଇଥାଏ । ଯେଉଁଥିରେ ଜଙ୍ଗଲ ଥାଏ, ପାଦଚଲା ରାସ୍ତା ଥାଏ, ମୁଣ୍ଡ ଉପରେ କାଠର ବୋଝଧରି ଏହି ରାସ୍ତା ଉପରେ ଚାଲି ଚାଲି ଯାଉଥିବା ମହିଳା ଥା’ନ୍ତି । କିନ୍ତୁ ଛତିଶଗଡ଼ର ଆମର ଆଦିବାସୀ ମହିଳା, ଆମର ଏହି ନାରୀଶକ୍ତି ଦେଶ ଆଗରେ ଗୋଟଏ ନୂତନ ଛବି ସୃଷ୍ଟି କରିଛନ୍ତି । ଛତିଶଗଡ଼ର ଦାନ୍ତେୱାଡା ଅଂଚଳ,ଯାହା ମାଓପ୍ରବଣ ଅଂଚଳ । ହିଂସା, ଅତ୍ୟାଚାର, ବୋମା, ବନ୍ଧୁକ, ପିସ୍ତଲ – ମାଓବାଦୀମାନେ ଏହାରି ଗୋଟିଏ ଭୟଙ୍କର ବାତାବରଣ ସୃଷ୍ଟି କରିରଖିଛନ୍ତି । ଏଭଳି ବିପଦଜନକ ଅଂଚଳରେ ଆଦିବାସୀ ମହିଳାମାନେ  ଇ-ରିକ୍ସା ଚଳାଇ ଆତ୍ମନିର୍ଭର ହେଉଛନ୍ତି । ଅଳ୍ପ ସମୟ ମଧ୍ୟରେ ଅନେକ ମହିଳା ଏହାସହିତ ଜଡ଼ିତ ହୋଇସାରିଲେଣି । ଏଥିରୁ ତିନୋଟି ଲାଭ ହେଉଛି, ଏକପକ୍ଷରେ ସ୍ୱରୋଜଗାର ତାଙ୍କୁ ସଶକ୍ତ କରିପାରିଛି, ଅନ୍ୟପକ୍ଷରେ ଏହାଦ୍ୱାରା ମାଓବାଦ ପ୍ରଭାବିତ ଅଂଚଳର ଛବିରେ ପରିବର୍ତ୍ତନ ହେଉଛି । ଏହାସହିତ ଏହାଦ୍ୱାରା ପରିବେଶ ସୁରକ୍ଷା କାର୍ଯ୍ୟକୁ ମଧ୍ୟ ପ୍ରୋତ୍ସାହନ ମିଳୁଛି । ମୁଁ ଏଠାକାର ଜିଲ୍ଲା ପ୍ରଶାସନକୁ ମଧ୍ୟ ପ୍ରଶଂସା କରୁଛି, ଅନୁଦାନ ଉପଲବ୍ଧ କରାଇବାଠାରୁ ଆରମ୍ଭ କରି ତାଲିମ ଦେବା ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନର ଏହି ମହିଳାମାନଙ୍କ ସଫଳତା ପଛରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

ଆମେ ବାରମ୍ବାର ଶୁଣି ଆସିଛୁ ଯେ, ଲୋକେ କହନ୍ତି – “ଏମିତି କିଛି ରହିଛି, ଯେ ଆମ ଅସ୍ତିତ୍ୱର ବିଲୟ ସମ୍ଭବ ନୁହେଁ ।” ସେ କଥାଟି କ’ଣ? ସେ କଥାଟି ହେଉଛି Flexibility ବା ନମନୀୟତା, Transformation ଯାହା କାଳ ବହିର୍ଭୁତ ତାହା ତ୍ୟାଗ କରିବା, ସୁଧାରିବା ପାଇଁ ଯାହା ଆବଶ୍ୟକ ତାହାକୁ ସ୍ୱୀକାର କରିବା । ଆମ ସମାଜର ବିଶେଷତ୍ୱ ହେଲା, ନିଜକୁ ସୁଧାରିବାର ନିରନ୍ତର ପ୍ରୟାସ, Self-Correction ବା ଆତ୍ମସଂସ୍କାର, ଏହା ଭାରତୀୟ ପରମ୍ପରା । ଏହା ଆମ ସଂସ୍କୃତି,  ଯାହା ଆମକୁ ଉତ୍ତରାଧିକାର ସୂତ୍ରରେ ମିଳିଛି । କୌଣସି ସମାଜର ପରିଚୟ ହେଲା ତାହାର ସ୍ଵୟଂ ଆତ୍ମସଂସ୍କାର ପଦ୍ଧତି । ସାମାଜିକ କୁସଂସ୍କାର ଏବଂ କୁପ୍ରଥା ବିରୁଦ୍ଧରେ ଶହ ଶହ ବର୍ଷ ଧରି ଆମଦେଶରେ ବ୍ୟକ୍ତିଗତ ଏବଂ ସାମାଜିକ ସ୍ତରରେ ନିରନ୍ତର ପ୍ରଚେଷ୍ଟା ହୋଇଛି । ଏହି କିଛିଦିନ ତଳେ ବିହାର ଗୋଟିଏ କୌତୁହଳପୂର୍ଣ୍ଣ ଶୁଭାରମ୍ଭ କଲା । ରାଜ୍ୟରେ ସାମାଜିକ କୁପ୍ରଥାଗୁଡ଼ିକୁ ସମୂଳେ ହଟାଇଦେବା ପାଇଁ 13 ହଜାରରୁ ଅଧିକ କିଲୋମିଟର ଦୈର୍ଘ୍ୟବିଶିଷ୍ଟ ବିଶ୍ୱର ଦୀର୍ଘତମ ମାନବ-ଶୃଙ୍ଖଳ, Human Chain ସୃଷ୍ଟି କରାଗଲା । ଏହି ଅଭିଯାନ ଦ୍ୱାରା ଲୋକମାନଙ୍କୁ ବାଲ୍ୟବିବାହ ଏବଂ ଯୌତୁକ ପ୍ରଥା ଭଳି ସାମାଜିକ ବ୍ୟାଧି ବିରୁଦ୍ଧରେ ସଚେତନ କରାଗଲା । ଯୌତୁକ ଏବଂ ବାଲ୍ୟବିବାହ ଭଳି କୁପ୍ରଥା ବିରୁଦ୍ଧରେ ଲଢ଼ିବା ପାଇଁ ସମଗ୍ର ରାଜ୍ୟବାସୀ ସଂକଳ୍ପ ଗ୍ରହଣ କଲେ । ପିଲା, ବୟସ୍କ ବ୍ୟକ୍ତି, ଉତ୍ସାହ ଓ ଉଦ୍ଦୀପନାରେ ଭରା ଯୁବବର୍ଗ, ମା’, ଭଉଣୀମାନେ, ପ୍ରତ୍ୟେକେ ଏହି ସଂଗ୍ରାମରେ ନିଜକୁ ନିୟୋଜିତ କରିଥିଲେ । ପାଟନାର ଐତିହାସିକ ଗାନ୍ଧୀ ମୈଦାନଠାରୁ ଆରମ୍ଭ ହୋଇ ଏହି ମାନବଶୃଙ୍ଖଳ ରାଜ୍ୟର ସୀମାଯାଏ ନିରବଚ୍ଛିନ୍ନ ଭାବେ ଯୋଡ଼ି ହୋଇଚାଲିଲା । ସମାଜର ସମସ୍ତ ବ୍ୟକ୍ତିଙ୍କୁ ଠିକ ଭାବରେ ବିକାଶର ଲାଭ ମିଳୁ ଏଥିପାଇଁ ଆମ ସମାଜ ଏହି କୁପ୍ରଥାଗୁଡ଼ିକରୁ ମୁକ୍ତ ହେବା ଦରକାର । ଆସନ୍ତୁ, ଆମେ ସମସ୍ତେ ମିଶି ଏଭଳି କୁସଂସ୍କାରଗୁଡ଼ିକୁ ସମାଜରୁ ହଟାଇ ଦେବାପାଇଁ ପ୍ରତିଜ୍ଞା କରିବା ଏବଂ ଗୋଟିଏ New India ବା ନୂଆ ଭାରତ, ଗୋଟିଏ ସଶକ୍ତ ଓ ସକ୍ଷମ ଭାରତ ନିର୍ମାଣ କରିବା । ସମାଜ କଲ୍ୟାଣ ଦିଗରେ ଏଭଳି ବିଶେଷ ଏବଂ ବ୍ୟାପକ ଶୁଭାରମ୍ଭ କରିଥିବାରୁ ମୁଁ ବିହାରର ଜନସାଧାରଣ, ରାଜ୍ୟର ମୁଖ୍ୟମନ୍ତ୍ରୀ, ସେଠାକାର ପ୍ରଶାସନ ଏବଂ ମାନବ ଶୃଙ୍ଖଳରେ ସାମିଲ ହୋଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କର ପ୍ରଶଂସା କରୁଛି ।

ମୋର ପ୍ରିୟ ଦେଶବାସୀଗଣ, ମହୀଶୁର, କର୍ଣ୍ଣାଟକର ଶ୍ରୀଯୁକ୍ତ ଦର୍ଶନ MyGov ରେ ଲେଖିଛନ୍ତି ଯେ, ତାଙ୍କ ବାପାଙ୍କ ଚିକିତ୍ସାରେ ଔଷଧ ପାଇଁ ମାସକୁ 6 ହଜାର ଟଙ୍କା ଖର୍ଚ୍ଚ ହେଉଥିଲା । ଆଗରୁ ସେ ପ୍ରଧାନମନ୍ତ୍ରୀ ଜନ-ଔଷଧିଯୋଜନା ସମ୍ପର୍କରେ ଜାଣି ନଥିଲେ । କିନ୍ତୁ ଏବେ ଏହି ଜନ-ଔଷଧି କେନ୍ଦ୍ର ସମ୍ପର୍କରେ ଜାଣିବା ପରେ ସେଠାରୁ ଔଷଧ କିଣିବାରୁ ତାଙ୍କ ଔଷଧ ଖର୍ଚ୍ଚ 75 ପ୍ରତିଶତ କମିଗଲା । ମୁଁ ଏ ସମ୍ପର୍କରେ “ମନ୍ କି ବାତ୍” କାର୍ଯ୍ୟକ୍ରମରେ ଆଲୋଚନା କରିବା ପାଇଁ ସେ ଇଚ୍ଛା ପ୍ରକାଶ କରିଛନ୍ତି, ଯାହାଫଳରେ ଅଧିକରୁ ଅଧିକ ଲୋକଙ୍କ ପାଖରେ ଏ ସମ୍ପର୍କିତ ସୂଚନା ପହଂଚିପାରିବ ଏବଂ ସେମାନେ ଏହାର ଲାଭ ଉଠାଇପାରିବେ । ବିଗତ କିଛିଦିନ ଧରି ଅନେକଲୋକ ମୋତେ ଏ ସମ୍ପର୍କରେ ଲେଖିଆସୁଥିଲେ, ଜଣାଇ ଆସୁଥିଲେ । ଏହି ଯୋଜନାର ଲାଭ ଉଠାଇଥିବା ଅନେକ ଲୋକଙ୍କର ଭିଡିଓ ମଧ୍ୟ ମୁଁ ସାମାଜିକ ଗଣମାଧ୍ୟମରେ ଦେଖିଛି । ଯେତେବେଳେ ଏଭଳି କିଛି ସୂଚନା ମିଳେ, ଖୁବ୍ ଖୁସିଲାଗେ । ଗଭୀର ସନ୍ତୋଷ ପ୍ରାପ୍ତ ହୁଏ । ଆଉ ମୋତେ ଏକଥା ମଧ୍ୟ ଖୁବ୍ ଭଲ ଲାଗିଲା ଯେ, ସେ ନିଜେ ଯାହାପାଇଛନ୍ତି, ତାହା ଅନ୍ୟମାନେ ମଧ୍ୟ ପାଆନ୍ତୁ ଏହି ଚିନ୍ତାଧାରା ଶ୍ରୀଯୁକ୍ତ ଦର୍ଶନଙ୍କ ମନକୁ ଆସିଲା । ଏହି ଯୋଜନା ପଛରେ ସ୍ୱାସ୍ଥ୍ୟ ସେବାକୁ ସହଜଲବ୍ଧ ଓ ସ୍ୱଳ୍ପବ୍ୟୟୀ କରିବା ଏବଂ ସହଜ ଜୀବନନିର୍ବାହକୁ ପ୍ରୋତ୍ସାହିତ କରିବାର ଉଦ୍ଦେଶ୍ୟ ରହିଛି । ଜନଔଷଧି କେନ୍ଦ୍ରରେ ମିଳୁଥିବା ଔଷଧଗୁଡ଼ିକ ବଜାରରେ ବିକ୍ରି ହେଉଥିବା ବିଭିନ୍ନ ବଡ ବଡ କମ୍ପାନୀର ବ୍ରାଣ୍ଡ ଔଷଧଗୁଡ଼ିକଠାରୁ ପ୍ରାୟ 50ରୁ90 ପ୍ରତିଶତ ଶସ୍ତା । ଏହା ଜନସାଧାରଣ, ବିଶେଷକରି ପ୍ରତିଦିନ ଔଷଧ ସେବନ କରୁଥିବା ବରିଷ୍ଠ ନାଗରିକମାନଙ୍କ ଆର୍ଥିକ ଦୃଷ୍ଟିରୁ ସହାୟକ ହେଉଛି, ବହୁତ ସଂଚୟ ହେଉଛି । ଏଠାରୁ କିଣାଯାଉଥିବା ଜେନେରିକ ଔଷଧଗୁଡ଼ିକ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ସ୍ଥିରୀକୃତ ମାନକ ଅନୁସାରେ ହୋଇଥାଏ । ଏଥିଯୋଗୁଁ ହିଁ ଉଚ୍ଚମାନର ଔଷଧ ଶସ୍ତା ଦାମରେ ମିଳିଥାଏ । ଆଜି ଦେଶରେ ତିନି ହଜାରରୁ ଅଧିକ ଜନ-ଔଷଧି କେନ୍ଦ୍ର ପ୍ରତିଷ୍ଠା କରାଯାଇସାରିଲାଣି । ଏହାଦ୍ୱାରା କେବଳ ଔଷଧ ଶସ୍ତାରେ ମିଳୁଛି ତାହା’ନୁହେଁ ବରଂ ବ୍ୟକ୍ତିଗତ ଉଦ୍ୟୋଗୀମାନଙ୍କ ପାଇଁ ରୋଜଗାରର ନୂଆ ସୁଯୋଗ ସୃଷ୍ଟି ହେଉଛି । ଶସ୍ତା ଔଷଧ ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି କେନ୍ଦ୍ର ଏବଂ ଡାକ୍ତରଖାନାମାନଙ୍କରେ “ଅମୃତ ଷ୍ଟୋର”ରେ ଉପଲବ୍ଧ । ଏସବୁ ପଛରେ ମାତ୍ର ଗୋଟିଏ ଉଦ୍ଦେଶ୍ୟ ରହିଛି । ଦେଶର ଗରିବରୁ ଗରିବ ବ୍ୟକ୍ତିକୁ ଗୁଣବତ୍ତାଯୁକ୍ତ ଏବଂ ସୁଲଭ ମୂଲ୍ୟର ସ୍ୱାସ୍ଥ୍ୟସେବା ଉପଲବ୍ଧ କରାଇବା, ଯାହାଫଳରେ ଗୋଟିଏ ସୁ ସ୍ଥ ଏବଂସମୃଦ୍ଧ ଭାରତର ନିର୍ମାଣ ହୋଇପାରିବ ।

ମୋର ପ୍ରିୟ ଦେଶବାସୀଗଣ, ମହାରାଷ୍ଟ୍ରରୁ ଶ୍ରୀଯୁକ୍ତ ମଙ୍ଗେଶ୍ ନରେନ୍ଦ୍ର ମୋଦୀ ମୋବାଇଲ ଆପ୍ ରେ ଗୋଟିଏ ଫଟୋ Share କଲେ । ତାହା ଏଭଳି ଫଟୋ ଥିଲା ଯାହା ମୋ ଦୃଷ୍ଟି ଆକର୍ଷଣ କଲା । ସେହି ଫଟୋରେ ନାତିଟିଏ ନିଜ ଜେଜେବାପାଙ୍କ ସହ “Clean Morna River” ସଫେଇ ଅଭିଯାନରେ ଅଂଶଗ୍ରହଣ କରିଥିବା ଦର୍ଶାଯାଇଛି । ମୁଁ ଜାଣିବାକୁ ପାଇଲି ଯେ, ଅକୋଲାର ନାଗରିକମାନେ “ସ୍ୱଚ୍ଛ ଭାରତ ଅଭିଯାନ” ଅନ୍ତର୍ଗତ ମୋର୍ନା ନଈକୁ ନିର୍ମଳ କରିବା ପାଇଁ ସ୍ୱଚ୍ଛତା ଅଭିଯାନର ଆୟୋଜନ କରିଥିଲେ । ମୋର୍ନା ନଈ ଆଗରୁ ଚିରସ୍ରୋତା ଥିଲା କିନ୍ତୁ ଏବେ ଏହା ଝର Seasonal ହୋଇଯାଇଛି । ଆଉ ଏକ କଷ୍ଟଦାୟକ କଥା ହେଲା ଯେ, ଏହି ନଈଟି ସମ୍ପୂର୍ଣ୍ଣ ଭାବେ ଜଙ୍ଗଲୀ ଘାସ ଓ ଦଳରେ ପରିପୂର୍ଣ୍ଣ ହୋଇଯାଇଥିଲା । ନଈ ଏବଂ ଏହା କୂଳରେ ବହୁତ ଆବର୍ଜନା ଫିଙ୍ଗାଯାଉଥିଲା । ଗୋଟିଏ କାର୍ଯ୍ୟାନ୍ଵୟନ ଯୋଜନା ପ୍ରସ୍ତୁତ କରାଗଲା ଏବଂ ମକର ସଂକ୍ରାନ୍ତିର ଦିନକ ପୂର୍ବରୁ ଜାନୁୟାରୀ 13 ତାରିଖ ଦିନ “Mission Clean Morna” ର ପ୍ରଥମ ପର୍ଯ୍ୟାୟରେ 4 କିଲୋମିଟର ଅଂଚଳରେ14ଟି ସ୍ଥାନରେ ମୋର୍ନା ନଈକୂଳର ଉଭୟ ପାର୍ଶ୍ଵରେ ସଫେଇ କାର୍ଯ୍ୟ କରାଗଲା । “Mission Clean Morna”ର ଏହି ମହତ୍ କାର୍ଯ୍ୟରେ ଅକୋଲାର ଛଅ ହଜାରରୁ ଅଧିକ ନାଗରିକ, ଶହେରୁ ଅଧିକ NGO, କଲେଜ ଛାତ୍ରଛାତ୍ରୀ, ପିଲା, ବୟସ୍କ, ମା ଭଉଣୀ, ପ୍ରତ୍ୟେକେ ଏଥିରେ ଅଂଶଗ୍ରହଣ କଲେ । 2018 ଜାନୁଆରୀ 20ତାରିଖ ଦିନ ମଧ୍ୟ ଏହି ସ୍ୱଚ୍ଛତା ଅଭିଯାନ ପୂର୍ବପରି ଜାରି ରଖାଗଲା । ମୋତେ ସୂଚନା ଦିଆଯାଇଛି ଯେ, ମୋର୍ନା ନଈ ସମ୍ପୂର୍ଣ୍ଣ ଭାବେ ସ୍ୱଚ୍ଛ ନ ହେବାଯାଏ, ଏହି ଅଭିଯାନ ପ୍ରତି ଶନିବାର ଦିନ ସକାଳେ ଚାଲିବ । ଏହା ଦର୍ଶାଉଛି ଯେ, ଜଣେ ବ୍ୟକ୍ତି ଯଦି କିଛି କରିବା ପାଇଁ ସଂକଳ୍ପବଦ୍ଧ ହୁଏ, ତେବେ କୌଣସି କାର୍ଯ୍ୟ ଅସମ୍ଭବ ନୁହେଁ । ଜନ ଆନ୍ଦୋଳନ ମାଧ୍ୟମରେ ବଡ଼ ଧରଣର ପରିବର୍ତ୍ତନ ଅଣାଯାଇପାରେ । ମୁଁ ଅକୋଲାର ଜନସାଧାରଣଙ୍କୁ ସେଠାକାର ଜିଲ୍ଲା ଏବଂ ନଗର ନିଗମ ପ୍ରଶାସନକୁ, ଏହି କାର୍ଯ୍ୟକୁ ଜନ ଆନ୍ଦୋଳନର ରୂପ ଦେବାପାଇଁ ଲାଗିପଡ଼ିଥିବା ସମସ୍ତ ନାଗରିକଙ୍କୁ ସେମାନଙ୍କର ଏହି ପ୍ରଚେଷ୍ଟା ପାଇଁ ଅନେକ ଅନେକ ଅଭିନନ୍ଦନ ଜଣାଉଛି । ଆପଣମାନଙ୍କର ଏହି ପ୍ରଚେଷ୍ଟା ଦେଶର ଅନ୍ୟ ଲୋକମାନଙ୍କୁ ମଧ୍ୟ ପ୍ରେରଣା ଯୋଗାଇବ ।

ମୋର ପ୍ରିୟ ଦେଶବାସୀଗଣ, ଆଜିକାଲି ପଦ୍ମ-ପୁରସ୍କାର ସମ୍ପର୍କରେ ଅନେକ ଚର୍ଚ୍ଚା ହେଉଥିବା ଆପଣମାନେ ଶୁଣୁଥିବେ । ଖବରକାଗଜ ଏବଂ ଟେଲିଭିଜନରେ ମଧ୍ୟ ଏ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରାଯାଇଥାଏ । କିନ୍ତୁ ଟିକିଏ ସୂକ୍ଷ୍ମ ଭାବରେ ଦେଖିଲେ ଆପଣ ଗର୍ବ ଅନୁଭବ କରିବେ । ଗର୍ବ ଏଥିପାଇଁ ଯେ, କିଭଳି ମହାନ ବ୍ୟକ୍ତି ଆମ ଗହଣରେ ଅଛନ୍ତି ଏବଂ ଏକଥାକୁ ନେଇ ମଧ୍ୟ ଗର୍ବିତ ହେବେ ଯେ, ଆଜି କିଭଳି ଆମ ଦେଶରେ ସାଧାରଣ ବ୍ୟକ୍ତି ସ୍ୱାଭାବିକ ଭାବେ, ବିନା କୌଣସି ସୁପାରିଶରେ ଏଭଳି ଉଚ୍ଚସ୍ଥାନକୁ ପହଂଚିପାରୁଛନ୍ତି । ପଦ୍ମ ପୁରସ୍କାର ପ୍ରତିବର୍ଷ ଦିଆଯିବାର ପରମ୍ପରା ରହିଛି, କିନ୍ତୁ ବିଗତ ତିନିବର୍ଷରେ ଏହାର ସଂପୂର୍ଣ୍ଣ ପ୍ରକ୍ରିୟା ବଦଳିଯାଇଛି । ଏବେ ଯେକୌଣସି ନାଗରିକ କାହାରିକୁ ମଧ୍ୟ ନାମାଙ୍କିତ/ସୁପାରିସ କରିପାରିବେ । ସମ୍ପୂର୍ଣ୍ଣ ପ୍ରକ୍ରିୟା ଅନଲାଇନ ହୋଇଯାଇଥିବା ଯୋଗୁଁ ଏଥିରେ ସ୍ୱଚ୍ଛତା ଆସିଯାଇଛି । ଏହି ପୁରସ୍କାର ପାଇଁ ଚୟନ ପ୍ରକ୍ରିୟା ଏକପ୍ରକାର ରୂପାନ୍ତରିତ ହୋଇଯାଇଛି । ଅନେକ ସାଧାରଣ ବ୍ୟକ୍ତିଙ୍କୁ ମଧ୍ୟ ପଦ୍ମ ପୁରସ୍କାର ମିଳୁଥିବା ଆପଣମାନେ ଲକ୍ଷ୍ୟ କରିଥିବେ । ଏଭଳି ଲୋକଙ୍କୁ ପଦ୍ମ ପୁରସ୍କାର ଦିଆଯାଇଛି ଯେଉଁମାନେ ସାଧାରଣତଃ ବଡ଼ ବଡ଼ ସହରମାନଙ୍କରେ, ଖବରକାଗଜମାନଙ୍କରେ, ଟେଲିଭିଜନରେ, ଉତ୍ସବମାନଙ୍କରେ ଦେଖାଯାଆନ୍ତି ନାହିଁ । ଏବେ ପୁରସ୍କାର ଦିଆଯିବା ପାଇଁ ତାଙ୍କର ପରିଚୟ ନୁହେଁ, ତାଙ୍କ କାର୍ଯ୍ୟର ଗୁରୁତ୍ୱ ବୃଦ୍ଧି ପାଇଲାଣି । ଆପଣମାନେ ଶ୍ରୀମାନ ଅରବିନ୍ଦ ଗୁପ୍ତାଙ୍କର ନାଁ ଶୁଣିଥିବେ । ଆପଣମାନେ ଏହାଶୁଣି ଆନନ୍ଦିତ ହେବେ ଯେ IIT କାନପୁରରେ ଛାତ୍ର ରହିଥିବା ଅରବିନ୍ଦ ବାବୁ ନିଜର ସମ୍ପୂର୍ଣ୍ଣ ଜୀବନ ପିଲାମାନଙ୍କ ପାଇଁ ଖେଳଣା ତିଆରି କରିବାରେ ବିନିଯୋଗ କରିଦେଲେ । ସେ ଚାରି ଦଶନ୍ଧି ଧରି ଅଳିଆ-ଆବର୍ଜନାରୁ ଖେଳଣା ତିଆରି କରୁଛନ୍ତି ଯଦ୍ୱାରା ବିଜ୍ଞାନ ପ୍ରତି ସେମାନଙ୍କର ଆଗ୍ରହ ବୃଦ୍ଧି ହୋଇପାରିବ । ତାଙ୍କର ପ୍ରଚେଷ୍ଟା ହେଲା ଯେ ପିଲାମାନେ ଅଦରକାରୀ ଜିନିଷଗୁଡ଼ିକରୁ ହିଁ ବୈଜ୍ଞାନିକ ପ୍ରୟୋଗ ଆଡ଼କୁ ଆକର୍ଷିତ ହୁଅନ୍ତୁ । ଏଥିପାଇଁ ସେ ସମଗ୍ର ଦେଶରେ ତିନିହଜାର ବିଦ୍ୟାଳୟକୁ ଯାତ୍ରା କରି ଅଠର ଗୋଟି ଭାଷାରେ ନିର୍ମିତ ସିନେମା ଦେଖାଇ ପିଲାମାନଙ୍କୁ ଉତ୍ସାହିତ କରୁଛନ୍ତି । କି ବିଚିତ୍ର ଜୀବନ, କି ବିଚିତ୍ର ସମର୍ପଣ । ଠିକ୍ ଏହିପରି ଏକ କାହାଣୀ କର୍ଣ୍ଣାଟକର ସିତୱା ଜୋଦ୍ଦତୀଙ୍କର । ତାଙ୍କୁ ‘ମହିଳା ସଶକ୍ତିକରଣର ଦେବୀ’ ଅକାରଣରେ କୁହାଯାଇନାହିଁ । ସେ ତିନି ଦଶନ୍ଧି ପୂର୍ବରୁ ବେଲାଗାଭିରେ ଅସଂଖ୍ୟ ମହିଳାଙ୍କ ଜୀବନର ଗତି ପରିବର୍ତ୍ତନରେ ମହାନ ଭୂମିକା ନିର୍ବାହ କରିଛନ୍ତି । ସେସାତବର୍ଷ ବୟସରୁ ହିଁ ନିଜକୁ ଦେବଦାସୀ ଭାବରେ ସମର୍ପିତ କରିଦେଇଥିଲେ । ପରେ ଦେବଦାସୀମାନଙ୍କର କଲ୍ୟାଣନିମନ୍ତେ ନିଜର ସମ୍ପୂର୍ଣ୍ଣ ଜୀବନ ସମର୍ପିତ କରିଦେଲେ । କେବଳ ଏତିକି ନୁହେଁ, ସେ ଦଳିତ ମହିଳାମାନଙ୍କ କଲ୍ୟାଣ ପାଇଁ ମଧ୍ୟ ଅଦ୍ଭୁତପୂର୍ବ କାର୍ଯ୍ୟ କରିଛନ୍ତି । ଆପଣମାନେ ମଧ୍ୟପ୍ରଦେଶର ଭଜ୍ଜୁ ଶ୍ୟାମଙ୍କ ସମ୍ପର୍କରେ ଶୁଣିଥିବେ । ଶ୍ରୀମାନ ଭଜ୍ଜୁ ଶ୍ୟାମଙ୍କର ଜନ୍ମ ଗୋଟିଏ ଗରିବ ଆଦିବାସୀ ପରିବାରରେ ହୋଇଥିଲା । ସେ ନିଜର ଜୀବନଯାପନ ପାଇଁ ଗୋଟିଏ ସାଧାରଣ ଚାକିରି କରୁଥିଲେ କିନ୍ତୁ ପାରମ୍ପରିକ ଆଦିବାସୀ ଚିତ୍ରକଳା ପ୍ରତି ତାଙ୍କର ରୁଚି ଥିଲା । ଏହି ରୁଚି ପାଇଁ ସେ କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ସମ୍ମାନିତ । ନେଦରଲାଣ୍ଡ, ଜର୍ମାନୀ, ଇଂଲଣ୍ଡ, ଇଟାଲୀ ଆଦି ଦେଶଗୁଡ଼ିକରେ ତାଙ୍କ ଚିତ୍ରକଳାର ପ୍ରଦର୍ଶନୀ ହୋଇସାରିଛି । ବିଦେଶରେ ଭାରତର ସୁନାମକୁ ଦ୍ୱିଗୁଣିତ କରିଥିବା ଭଜ୍ଜୁ ଶ୍ୟାମଙ୍କ ପ୍ରତିଭାର ପ୍ରଶଂସା ସ୍ୱରୂପ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଗଲା ।

କେରଳର ଆଦିବାସୀ ମହିଳା ଳକ୍ଷ୍ମୀକୁଟ୍ଟୀଙ୍କ କାହାଣୀ ଶୁଣି ଆପଣମାନେ ସୁଖଦ ଆଶ୍ଚର୍ଯ୍ୟରେ ଭରିଉଠିବେ । ଲକ୍ଷ୍ମୀକୁଟ୍ଟୀ କଲ୍ଲାରରେ ଶିକ୍ଷୟିତ୍ରୀ ଏବଂ ଏବେ ମଧ୍ୟ ଘଞ୍ଚ ଜଙ୍ଗଲ ମଧ୍ୟରେ ଆଦିବାସୀ ଅଂଚଳରେ ତାଳପତ୍ରରେ ନିର୍ମିତ କୁଡ଼ିଆରେ ବାସ କରନ୍ତି । ସେ ନିଜର ସ୍ମୃତିଶକ୍ତି ସହାୟତାରେ 500  ଆୟୁର୍ବେଦ ଔଷଧ ବା Herbal Medicine ପ୍ରସ୍ତୁତ କରିଛନ୍ତି । ଚେରମୂଳିରୁ ଔଷଧ ପ୍ରସ୍ତୁତ କରିଛନ୍ତି । ସାପ କାମୁଡ଼ିବା ପରେ ବ୍ୟବହୃତ ହେଉଥିବା ଔଷଧ ପ୍ରସ୍ତୁତ କରିବାରେ ତାଙ୍କର ନିପୁଣତା ରହିଛି । ଲକ୍ଷ୍ମୀଜୀ Herbal ଔଷଧ ସମ୍ବନ୍ଧିତ ନିଜର ଜ୍ଞାନ ଦ୍ୱାରା ସର୍ବଦା ସମାଜର ସେବା କରୁଛନ୍ତି । ଏହି ଅପରିଚିତ ବ୍ୟକ୍ତିତ୍ୱଙ୍କୁ ଚିହ୍ନି ସମାଜ ପାଇଁ ତାଙ୍କର ଅବଦାନ ନିମନ୍ତେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଗଲା । ଆଜି ଆଉ ଜଣଙ୍କର ନାଁ ନେବା ପାଇଁ ମୋର ମନ ହେଉଛି । ପଶ୍ଚିମବଙ୍ଗର 75 ବର୍ଷିୟା ସୁଭାସିନୀ ମିସ୍ତ୍ରୀଙ୍କୁ ମଧ୍ୟ ପୁରସ୍କାର ନିମନ୍ତେ ଚୟନ କରାଗଲା । ସୁଭାସିନୀ ମିସ୍ତ୍ରୀ ଏପରି ଜଣେ ମହିଳା ଯିଏକି ଡାକ୍ତରଖାନା ପ୍ରତିଷ୍ଠା କରିବା ପାଇଁ ଅନ୍ୟମାନଙ୍କ ଘରେ ବାସନ ମାଜିଲେ, ପରିବା ବିକ୍ରିକଲେ । ସେ ଯେତେବେଳେ 23ବର୍ଷ ବୟସର ଥିଲେ, ଚିକିତ୍ସା ଅଭାବରୁ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଥିଲା ଏବଂ ଏହି ଘଟଣାଟି ତାଙ୍କୁ ଗରିବମାନଙ୍କ ଉଦ୍ଦେଶ୍ୟରେ ଡାକ୍ତରଖାନା ପ୍ରତିଷ୍ଠା କରିବା ପାଇଁ ପ୍ରେରିତ କଲା । ତାଙ୍କର ଅକ୍ଲାନ୍ତ ପରିଶ୍ରମ ଦ୍ୱାରା ପ୍ରତିଷ୍ଠିତ ଡାକ୍ତରଖାନାରେ ଆଜି ହଜାର-ହଜାର ଗରିବ ଲୋକଙ୍କ ନିଃଶୁଳ୍କ ଚିକିତ୍ସା କରାଯାଉଛି । ମୋର ପୂର୍ଣ୍ଣ ବିଶ୍ୱାସ ଯେ ଆମର ବହୁରତ୍ନା ବସୁନ୍ଧରାରେ ଏହିପରି ଅନେକ ପୁରୁଷ-ରତ୍ନ ଅଛନ୍ତି, କେତେ ନାରୀ ରତ୍ନ ବି ଅଛନ୍ତି, ଯେଉଁମାନଙ୍କୁ କେହିବି ଜାଣନ୍ତି ନାହିଁ କି ଚିହ୍ନନ୍ତି ବି ନାହିଁ । ଏହିପରି ବ୍ୟକ୍ତିମାନଙ୍କର ପରିଚୟ ସୃଷ୍ଟି ନ ହେବା ସମାଜ ପାଇଁ ଅହିତକର । ପଦ୍ମ ପୁରସ୍କାର ଗୋଟିଏ ମାଧ୍ୟମ କିନ୍ତୁ ମୁଁ ଦେଶବାସୀଙ୍କୁ କହିବି ଯେ ଆମର ଚତୁଃପାର୍ଶ୍ଵରେ ଆମ ସମାଜ ପାଇଁ ବଞ୍ଚୁଥିବା, ସମାଜ ନିମନ୍ତେ ନିଜର ସମଗ୍ର ଜୀବନକୁ ସମର୍ପିତ କରୁଥିବା ଲକ୍ଷାଧିକ ଲୋକ ଅଛନ୍ତି । କେବେ ନା’କେବେ ସେମାନଙ୍କୁ ସମାଜ ମଧ୍ୟକୁ ଆଣିବା ଆବଶ୍ୟକ । ସେମାନେ ମାନ-ସମ୍ମାନ ପାଇଁ କାମ କରୁନାହାନ୍ତି, କିନ୍ତୁ ସେମାନଙ୍କର କାର୍ଯ୍ୟ ଦ୍ୱାରା ଆମମାନଙ୍କୁ ପ୍ରେରଣା ମିଳୁଛି । ବିଦ୍ୟାଳୟ ତଥା ମହାବିଦ୍ୟାଳୟମାନଙ୍କୁ ଏହିପରି ଲୋକମାନଙ୍କୁ ଆମନ୍ତ୍ରିତ କରି ସେମାନଙ୍କର ଅନୁଭୂତିକୁ ଶୁଣିବା ଦରକାର । ପୁରସ୍କାର ବ୍ୟତୀତ ସମାଜରେ ମଧ୍ୟ କିଛି ପ୍ରଚେଷ୍ଟା ହେବା ଦରକାର ।

ମୋର ପ୍ରିୟ ଦେଶବାସୀଗଣ, ପ୍ରତିବର୍ଷ ଜାନୁଆରୀ 9 ତାରିଖରେ ଆମେ ‘ପ୍ରବାସୀ ଭାରତୀୟ ଦିବସ’ ପାଳନ କରୁଛୁ । ଏହି ଜାନୁଆରୀ 9 ତାରିଖରେ ହିଁ ପୂଜ୍ୟ ମହାତ୍ମାଗାନ୍ଧୀ ଦକ୍ଷିଣ ଆଫ୍ରିକାରୁ ଭାରତ ଫେରିଥିଲେ । ଏହିଦିନ ଆମେ ଭାରତରେ ତଥା ସମଗ୍ର ବିଶ୍ୱରେ ବାସ କରୁଥିବା ଭାରତୀୟଙ୍କ ମଧ୍ୟରେ ଥିବା ଅତୁଟ ସମ୍ପର୍କର ଆନନ୍ଦୋତ୍ସବ ପାଳନ କରୁ । ଚଳିତ ବର୍ଷ ‘ପ୍ରବାସୀ ଭାରତୀୟ ଦିବସ’ ଅବସରରେ ଗୋଟିଏ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଯେଉଁଥିରେ ସମଗ୍ର ବିଶ୍ୱରେ ରହୁଥିବା ସମସ୍ତ ଭାରତୀୟ ବଂଶୋଦ୍ଭବ ସାଂସଦ ଓ ମେୟରମାନଙ୍କୁ ଆମନ୍ତ୍ରିତ କରାଯାଇଥିଲା । ଆପଣମାନଙ୍କୁ ଏହାଜାଣି ଖୁସି ଲାଗିବ ଯେ ସେହି କାର୍ଯ୍ୟକ୍ରମରେ ମାଲେସିଆ, ନିଉଜିଲାଣ୍ଡ, ସୁଇଜରଲାଣ୍ଡ, ପର୍ତ୍ତୁଗାଲ, ମରିସସ, ଫିଜି, ତାଞ୍ଜାନିଆ, କେନିଆ, କାନାଡ଼ା, ବ୍ରିଟେନ, ସୁରୀନାମ, ଦକ୍ଷିଣଆଫ୍ରିକା ଓ ଆମେରିକାରୁ ତଥା ଆହୁରି ମଧ୍ୟ ଅନେକ ଦେଶରୁ ଭାରତୀୟ ବଂଶୋଦ୍ଭବ ସାଂସଦ ଓ ମେୟରମାନେ ଆସି ଅଂଶଗ୍ରହଣ କରିଥିଲେ । ଏହା ମୋର ଆନନ୍ଦ ଯେ ବିଭିନ୍ନ ଦେଶରେ ରହୁଥିବା ଭାରତୀୟ ବଂଶୋଦ୍ଭବ ଲୋକମାନେ ସେହି ଦେଶଗୁଡ଼ିକର ସେବା ତ କରୁଛନ୍ତି, ତା’ସଂଗେ ସଂଗେ ସେମାନେ ମଧ୍ୟ ଭାରତ ସହିତ ଘନିଷ୍ଠ ସମ୍ବନ୍ଧ ସ୍ଥାପିତ କରିରଖିଛନ୍ତି । ଏଥର ୟୁରୋପୀୟ ସଂଘ ମୋ ନିକଟକୁ ଗୋଟିଏ କ୍ୟାଲେଣ୍ଡର ପଠାଇଛି ଯେଉଁଥିରେ ସେମାନେ ୟୁରୋପର ବିଭିନ୍ନ ଦେଶରେ ବାସ କରୁଥିବା ଭାରତୀୟମାନଙ୍କ ବିଭିନ୍ନ କ୍ଷେତ୍ରରେ ଅବଦାନକୁ ବହୁତ ସୁନ୍ଦର ଭାବରେ ପ୍ରଦର୍ଶିତ କରିଛନ୍ତି । ଆମ ଭାରତୀୟ ବଂଶୋଦ୍ଭବ ଲୋକମାନେ,ଯେଉଁମାନେ କି ୟୁରୋପର ବିଭିନ୍ନ ଦେଶରେ ବାସ କରୁଛନ୍ତି – କେହି ସାଇବର ସୁରକ୍ଷାରେ କାମ କରୁଅଛି ତ’କେହି ଆୟୁର୍ବେଦ ପ୍ରତି ସମର୍ପିତ, ଆଉ କେହି ନିଜ ସଂଗୀତ ଓ କବିତା ଦ୍ୱାରା ସମାଜକୁ ମନ୍ତ୍ରମୁଗ୍ଧ କରୁଛି । କେହି ‘ଜଳବାୟୁ ପରିବର୍ତ୍ତନ’ ସମ୍ପର୍କିତ ଗବେଷଣା କରୁଛନ୍ତି ତ ଆଉ କେହି ଭାରତୀୟ ଗ୍ରନ୍ଥଗୁଡ଼ିକ ଉପରେ କାମ କରୁଛନ୍ତି, କେହି ଟ୍ରକ ଚାଳନା କରି ଗୁରୁଦ୍ୱାର ପ୍ରତିଷ୍ଠା କରିଛି ତ କେହି ମସଜିଦ୍ ନିର୍ମାଣ କରିଛି । ଅର୍ଥାତ ଯିଏ ଯେଉଁଠାରେ ବି ଆମ ଲୋକମାନେ ଅଛନ୍ତି, ସେମାନେ ସେଠାକାର ଧରିତ୍ରୀକୁ କୌଣସି ନା କୌଣସି ଭାବରେ ସୁସଜ୍ଜିତ କରିଆସୁଛନ୍ତି । ଭାରତୀୟ ବଂଶୋଦ୍ଭବ ଲୋକମାନଙ୍କର ପ୍ରତିଭାକୁ ଚିହ୍ନିଥିବା ତଥା ସମଗ୍ର ବିଶ୍ୱବାସୀଙ୍କୁ ସେମାନଙ୍କ ବିଷୟରେ ସୂଚନା ପ୍ରଦାନ କରିଥିବା ହେତୁ ମୁଁ ୟୁରୋପୀୟ ସଂଘକୁ ଧନ୍ୟବାଦ ଦେବାକୁ ଚାହିଁବି ।

ଜାନୁୟାରୀ 30 ତାରିଖ ପୂଜ୍ୟ ବାପୁଙ୍କର ପୁଣ୍ୟତିଥି ଯିଏକି ଆମ ସମସ୍ତଙ୍କୁ ଏକ ନୂଆ ମାର୍ଗ ଦେଖାଇଛନ୍ତି । ସେହିଦିନ ଆମେ ‘ଶହୀଦ ଦିବସ’ ପାଳନ କରୁ । ସେଦିନ ଆମେ ଦେଶର ସୁରକ୍ଷା ନିମନ୍ତେ ନିଜର ପ୍ରାଣବଳି ଦେଇଥିବା ମହାନ ଶହୀଦମାନଙ୍କୁ ଦିନ ଏଗାରଟା ସମୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁ । ଶାନ୍ତି ଓ ଅହିଂସାର ମାର୍ଗ ଏହା ବାପୁଜୀଙ୍କର ମାର୍ଗ । ଭାରତ ହେଉ କି ବିଶ୍ୱ, ବ୍ୟକ୍ତି ହେଉ ବା ପରିବାର କିମ୍ବା ସମାଜ, ପୂଜ୍ୟବାପୁ ଯେଉଁ ଆଦର୍ଶକୁ ପାଥେୟ କରି ବଂଚିଲେ, ଆମମାନଙ୍କୁ ଯେଉଁ କଥା ଶିଖେଇଲେ, ତାହାସବୁ ଆଜି ମଧ୍ୟ ଅତ୍ୟନ୍ତ ପ୍ରାସଙ୍ଗିକ । ସେସବୁ ସିଦ୍ଧାନ୍ତ ମାତ୍ର ନ ଥିଲା । ଆଜି ବି ଆମେ ପ୍ରତି କ୍ଷେତ୍ରରେ ଦେଖୁଛୁ ଯେ ବାପୁଙ୍କର ଉପଦେଶ କେତେ ମାତ୍ରାରେ ଠିକ ଥିଲା । ଯଦି ଆମେ ପ୍ରତିଜ୍ଞା କରିବା ଯେ ବାପୁଙ୍କ ମାର୍ଗରେ ଯେତିକି ଚାଲିପାରିବା, ଚାଲିବା, ତା’ହେଲେ ଏହାଠାରୁ ମହାନ ଶ୍ରଦ୍ଧାଞ୍ଜଳି ଆଉ କ’ଣ ହେଇପାରେ?

ମୋର ପ୍ରିୟ ଦେଶବାସୀଗଣ, ମୁଁ ଆପଣ ସମସ୍ତଙ୍କୁ ନବବର୍ଷ 2018 ଉପଲକ୍ଷେ ଶୁଭକାମନା ଜଣାଇବା ସହ ନିଜ କଥାକୁ ବିରାମ ଦେଉଛି । ବହୁତ ବହୁତ ଧନ୍ୟବାଦ । ନମସ୍କାର ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
On Puri’s Grand Road, a devotee’s submission

Media Coverage

On Puri’s Grand Road, a devotee’s submission
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with the Amir of Qatar
July 16, 2026
PM conveys heartfelt condolences on the passing of the Father Amir of Qatar
PM recalls the Father Amir’s visionary leadership and his contribution to strengthening India-Qatar relations
The two leaders reaffirm their resolve to carry forward the Father Amir’s legacy

Prime Minister Shri Narendra Modi had a telephone conversation today with the Amir of the State of Qatar, H.H. Sheikh Tamim bin Hamad Al Thani.

Prime Minister conveyed his heartfelt condolences on the passing of H.H. Sheikh Hamad bin Khalifa Al Thani, the Father Amir of Qatar.

Recalling the Father Amir’s significant contributions as the chief architect of modern Qatar, Prime Minister paid tribute to his visionary leadership, and recalled his pivotal role in strengthening India-Qatar relations over the years as well as his deep affection for India and the Indian community in Qatar.

The Amir of Qatar thanked Prime Minister for his call and conveyed his appreciation for the words of support in this difficult hour.

The two leaders reaffirmed their resolve to carry forward the Father Amir’s legacy and further strengthen the India-Qatar Strategic Partnership and people-to-people ties.

They agreed to remain in close touch.