ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ନେଟୱର୍କ-18 ଉଦୀୟମାନ ଭାରତ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧନ କରିଛନ୍ତି । 

କିଛି ସମୟ ପୂର୍ବରୁ ରାଷ୍ଟ୍ରୀୟ ସମର ସ୍ମାରକକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ପରେ ‘ଉଦୟମାନ ଭାରତ’ ବିଷୟରେ ବକ୍ତବ୍ୟ ରଖିବା ପାଇଁ ସୁଯୋଗ ପାଇଥିବାରୁ ସେ ଆନନ୍ଦ ପ୍ରକାଶ କରିଥିଲେ । ସେ କହିଲେ ଯେ ଏହି ବିଷୟ – ରାଜନୀତିର ଉର୍ଦ୍ଧ୍ଵରେ: ଦେଶର ପ୍ରମୁଖତାର ସଂଜ୍ଞା ନିରୂପଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ଜାତୀୟ ସ୍ୱାର୍ଥକୁ ଗୁରୁତ୍ୱ ପ୍ରଦାନ କରାଗଲେ କ’ଣ ଫଳ ମିଳିପାରିବ ତାହାକୁ ଦର୍ଶାଇବା ପାଇଁ ଅତୀତ ଏବଂ ବର୍ତ୍ତମାନ ମଧ୍ୟରେ ଏକ ବିରୋଧାଭାଷ ଆଣି ସେ ଏହି ବିଷୟର ଅବତାରଣା କରିବେ । 

ସେ ବର୍ଣ୍ଣନା କରିଥିଲେ ଯେ କିପରି ଭାବେ 2014 ପୂର୍ବରୁ ମୁଦ୍ରାସ୍ପୀତି ଏବଂ ଆୟକର ହାର ଅଧିକ ଥିଲା, ଯେତବେଳେ କି ମୋଟ ଘରୋଇ ଉତ୍ପାଦ (GDP) ହାର କମ ଥିଲା । ସେ କହିଲେ ଯେ ବର୍ତ୍ତମାନ ଜିଡିପି ପ୍ରଗତି ହାର 7ରୁ 8 ପ୍ରତିଶତରେ ପହଞ୍ଚିଛି, ଯେତେବେଳେ କି ମୁଦ୍ରାସ୍ଫୀତି ଏବଂ ଆର୍ଥିକ ନିଅଣ୍ଟ କମ ରହିଛି । ସେ କହିଲେ ଯେ ଜନସାଧାରଣଙ୍କୁ ମଧ୍ୟ ଆୟକର କ୍ଷେତ୍ରରେ ରିହାତି ପ୍ରଦାନ କରାଯାଇଛି ।

ଭାରତର ବୈଶ୍ୱିକ ସ୍ଥିତି ସମ୍ବନ୍ଧରେ ପ୍ରକାଶ କରି ସେ କହିଲେ ଯେ ଏକବିଂଶ ଶତାବ୍ଦୀକୁ ଏକଦା ଭାରତର ଶତାବ୍ଦୀ ଭାବେ ବର୍ଣ୍ଣନା କରାଯାଇଥିଲା । ମାତ୍ର 2013 ସୁଦ୍ଧା ଭାରତ ଏକ ଦୁର୍ବଳ ବୈଶ୍ୱିକ ଅର୍ଥନୀତିରେ ପରିଣତ ହୋଇ ଯାଇଥିଲା । ସମ୍ପ୍ରତି ଭାରତ ଏକ ଦ୍ରୂତଗତିରେ ବୃଦ୍ଧି ପାଉଥିବା ପ୍ରମୁଖ ଅର୍ଥନୀତିରେ ପରିଣତ ହୋଇଛି । ସେ କହିଲେ ଯେ ବ୍ୟବସାୟ କରିବାର ସହଜତାରେ ଭାରତର ସ୍ଥାନ 2011ରେ 132 ଥିଲାବେଳେ 2014ରେ ଏଥିରେ ଅବନ୍ନତି ହୋଇ 142ରେ ପହଞ୍ଚିଥିଲା । ସମ୍ପ୍ରତି ଏହା 77ରେ ପହଞ୍ଚିଛି ବୋଲି ସେ କହିଥିଲେ ।

‘ବ୍ୟବସାୟ କରିବାର ସୁଗମତା ରାଙ୍କିଙ୍ଗରେ ଏହି ଅବନ୍ନତିର ଏକ କାରଣ ଦୁର୍ନୀତି ଥିଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏ ପ୍ରସଙ୍ଗରେ ସେ ଖବର ଶିରୋନାମା ମଣ୍ଡନ କରିଥିବା କୋଇଲା, ସିଡ଼ବ୍ଲୁଜି, ସ୍ପେକ୍ଟ୍ରମ ଇତ୍ୟାଦି ବିଭିନ୍ନ ଦୁର୍ନୀତି ସମ୍ବନ୍ଧରେ ସେ ପ୍ରକାଶ କରିଥିଲେ ।
ସେ ବର୍ଣ୍ଣନା କରିଥିଲେ ଯେ ସରକାର କିପରି ଭାବେ ଜନ ଧନ ଯୋଜନା ଆରମ୍ଭ କରିଥିଲେ, ଯାହା ଅଧୀନରେ 34 କୋଟି ବ୍ୟାଙ୍କ ଖାତା ଖୋଲାଯାଇଛି । ସେ କହିଲେ ଯେ ଏହି ଆକାଉଣ୍ଟଗୁଡ଼ିକୁ ଆଧାର ନମ୍ବର ଏବଂ ମୋବାଇଲ ଫୋନ ସହ ସଂଯୁକ୍ତ କରାଯାଇଛି । ଏବେ ପାଖାପାଖି 425ଟି ଉନ୍ନୟନ ଯୋଜନାର ଲାଭ ସିଧାସଳଖ ଏହି ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ କରାଯାଉଛି ବୋଲି ସେ କହିଥିଲେ । ସେ କହିଲେ ଯେ ହିତାଧିକାରୀମାନଙ୍କ ନିକଟକୁ ସିଧାସଳଖ 6 ଲକ୍ଷ କୋଟି ଟଙ୍କା ସ୍ଥାନାନ୍ତରିତ କରାଯାଇଛି । ସେ କହିଲେ ଯେ ଏହି ପ୍ରକ୍ରିୟାରେ 8 କୋଟି ନକଲି ହିତାଧିକାରୀମାନଙ୍କୁ ବାଦ ଦିଆଯାଇଛି ଏବଂ 1.1ଲକ୍ଷ କୋଟି ଟଙ୍କା ସଞ୍ଚୟ କରାଯାଇ ପାରିଛି ।

ପ୍ରଧାନମନ୍ତ୍ରୀ ପ୍ରକାଶ କଲେ ଯେ ଆୟୁଷ୍ମାନ ଭାରତ ଯୋଜନାରେ ମଧ୍ୟ ବାଟ ମାରଣାର କୌଣସି ସୁଯୋଗ ନାହିଁ ଯେହେତୁ ଅର୍ଥ ସିଧାସଳଖ ଡାକ୍ତରଖାନାମାନଙ୍କର ଆକାଉଣ୍ଟକୁ ସ୍ଥାନାନ୍ତରିତ ହେବ । ହିତାଧିକାରୀମାନଙ୍କର ଆଧାର କାର୍ଡ ରହିଛି ଏବଂ ଏମାନଙ୍କୁ 2015 ସାମାଜିକ-ଅର୍ଥନୈତିକ ସର୍ଭେକ୍ଷଣ ଆଧାରରେ ଚୟନ କରାଯାଇଛି । ସେହିପରି ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନାରେ ମଧ୍ୟ ବାଟମାରଣା ସମ୍ଭବ ନୁହେଁ ବୋଲି କହିଥିଲେ, ଯେଉଁଥିରେ କି ପାଖାପାଖି 12 କୋଟି କୃଷକ ସିଧାସଳଖ ଲାଭାଂଶ ସ୍ଥାନାନ୍ତରଣ ପାଇବେ ।

ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ ଯେ ଉତ୍ତର ପ୍ରଦେଶର ବନସାଗର ଡ୍ୟାମ ଏବଂ ଝାଡଖଣ୍ଡର ମଣ୍ଡଳ ଡ୍ୟାମ ଆଦି ପ୍ରକଳ୍ପକୁ ଦଶନ୍ଧି ଦଶନ୍ଧି ଧରି ବିଳମ୍ବିତ କରାଯାଇଥିବାରୁ ଏହାର ବ୍ୟୟ ବହୁ ପରିମାଣରେ ବୃଦ୍ଧି ପାଇଛି । ସେ କହିଲେ ଯେ ଏହି ବିଳମ୍ବ ପାଇଁ ସଚ୍ଚୋଟ କରଦାତାକୁ ମୂଲ୍ୟ ଦେବାକୁ ପଡିଥାଏ । ପ୍ରଗତି ଯୋଜନା ଅଧୀନରେ 12 ଲକ୍ଷ କୋଟି ଟଙ୍କାର ପ୍ରକଳ୍ପକୁ ସେ ନିଜେ ସମୀକ୍ଷା କରିଥିବାର ପ୍ରଧାନମନ୍ତ୍ରୀ କହିଥିଲେ । ସେ କହିଥିଲେ ଯେ ଏହି ପ୍ରକଳ୍ପମାନଙ୍କ ମଧ୍ୟରୁ ଅଧିକାଂଶ ଉତ୍ତର-ପୂର୍ବାଞ୍ଚଳରେ ଅବସ୍ଥିତ । ସରକାର ପୂର୍ବ ଭାରତକୁ ପ୍ରାଧାନ୍ୟ ପ୍ରଦାନ କରୁଥିବାର ସେ କହିଥିଲେ ।

ନିଯୁକ୍ତି ଉପରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ହେଉଛି ଏବେ ସବୁଠାରୁ ଦ୍ରୂତ ଗତିରେ ବୃଦ୍ଧି ପାଉଥିବା ଅର୍ଥନୀତି, ବୈଦେଶିକ ପୁଞ୍ଜିନିବେଶ ଏବେ ସବୁଠାରୁ ଅଧିକ ରହିଛି, ଦାରିଦ୍ର୍ୟ ଦ୍ରୂତଗତିରେ ହ୍ରାସ ପାଉଛି, ଆନ୍ତର୍ଜାତିକ ରିପୋର୍ଟ ଅନୁଯାୟୀ ଭିତ୍ତିଭୂମି ବିକାଶର ଗତି ପୂର୍ବାପେକ୍ଷା ଦ୍ରୂତ ହୋଇଛି ଏବଂ ପର୍ଯ୍ୟଟନ ମଧ୍ୟ ବୃଦ୍ଧି ପାଉଛି । ନିଯୁକ୍ତି ସୁଯୋଗ ବୃଦ୍ଧି ନହେଲେ ଏସବୁ କଥା ସମ୍ଭବ ହୋଇପାରିନଥାନ୍ତା ।
ବୃତ୍ତିଗତ ଏବଂ ବ୍ୟବସାୟିକ ଯାନ ବିକ୍ରୟ ସଂଖ୍ୟା ବୃଦ୍ଧି ହୋଇଥିବାର ସେ ମଧ୍ୟ ପ୍ରକାଶ କରିଥିଲେ । ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ 15 କୋଟିରୁ ଅଧିକ ଉଦ୍ୟୋଗୀମାନଙ୍କୁ 7 ଲକ୍ଷ କୋଟିରୁ ଅଧିକ ଟଙ୍କାର ଋଣ ପ୍ରଦାନ କରାଯାଇଛି । ସେ କହିଲେ ଯେ ଏହା ଦ୍ୱାରା ମଧ୍ୟ ଚାକିରି ସୃଷ୍ଟି ହେବ । ପ୍ରଧାନମନ୍ତ୍ରୀ ମଧ୍ୟ ଇପିଏଫଓ ଗ୍ରାହକମାନଙ୍କ ସଂଖ୍ୟାରେ ବୃଦ୍ଧି ହୋଇଥିବା ନେଇ ପ୍ରକାଶ କରିଥିଲେ ।
ଏକ ନୂତନ ଭାରତ ନିର୍ମାଣରେ ଏବଂ ଏକ ଗଠନମୂଳକ ପରିବେଶ ସୃଷ୍ଟି କରିବାରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India-Japan action plan targets exchange of 5 lakh people in five years, including 50,000 skilled Indians: Gov

Media Coverage

India-Japan action plan targets exchange of 5 lakh people in five years, including 50,000 skilled Indians: Gov
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 31, 2026
July 31, 2026

Building Trust & Capability Under PM Modi : Fair Exams, Homegrown Space Tech & India’s First Telecom Manufacturing Zone