ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବ୍ରିଜ କାର୍ଯ୍ୟକ୍ରମ ଜରିଆରେ ଦେଶର ବିଭିନ୍ନ ସ୍ଥାନରେ ଥିବା ଯୁବ ଉଦ୍ଭାବକ ଏବଂ ଷ୍ଟାର୍ଟ ଅପ ଉଦ୍ୟୋଗୀମାନଙ୍କ ସହ ଆଲୋଚନା କରିଛନ୍ତି । ବିଭିନ୍ନ ସରକାରୀ କାର୍ଯ୍ୟକ୍ରମର ହିତାଧିକାରୀମାନଙ୍କ ସହ ଭିଡିଓ ବ୍ରିଜ ଜରିଆରେ ମତ ବିନିମୟ କରିବା – ପ୍ରଧାନମନ୍ତ୍ରୀଙ୍କ ଏହା ଚତୁର୍ଥ କାର୍ଯ୍ୟକ୍ରମ ।

ଭାରତର ଯୁବଗୋଷ୍ଠୀ ଏବେ ଚାକିରୀ ସୃଷ୍ଟିକର୍ତ୍ତା ହୋଇଥିବାରୁ ସେଥିରେ ଆନନ୍ଦ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜନସଂଖ୍ୟାଗତ ଲାଭକୁ ଜନକଲ୍ୟାଣ ଦିଗରେ ଉପଯୋଗ କରିବା ଲାଗି ସରକାର ପ୍ରତିବଦ୍ଧ । ଷ୍ଟାର୍ଟ ଅପ ଉଦ୍ୟୋଗ ପାଇଁ ଆବଶ୍ୟକ ଯଥେଷ୍ଟ କାର୍ଯ୍ୟକାରୀ ମୂଳଧନ, ସାହସ ଏବଂ ଜନସହଯୋଗର ଆବଶ୍ୟକତା ରହିଛି ।

ପ୍ରଥମେ କେବଳ ଡିଜିଟାଲ ଓ ଟେକ୍ନୋଲଜି ନବସୃଜନ କ୍ଷେତ୍ରକୁ ହିଁ ଷ୍ଟାର୍ଟ ଅପ ଉଦ୍ୟୋଗ ବୋଲି ଧରାଯାଉଥିଲା । ଏବେ କିନ୍ତୁ ସମୟ ବଦଳିଯାଇଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଭିନ୍ନ କ୍ଷେତ୍ରରେ ଷ୍ଟାର୍ଟ ଅପ ଉଦ୍ୟୋଗୀମାନେ ଆଗକୁ ଆସିଲେଣି । ଦେଶର 28ଟି ରାଜ୍ୟ, 6 ଟି କେନ୍ଦ୍ରଶାସିତ ଅଂଚଳ ଏବଂ 419ଟି ଜିଲ୍ଲାରେ ବିଭିନ୍ନ କ୍ଷେତ୍ରରେ ଷ୍ଟାର୍ଟ ଅପ ଉଦ୍ୟୋଗ ପଂଜୀକୃତ ହୋଇଛି । ସେମାନଙ୍କ ମଧ୍ୟରୁ 44 ପ୍ରତିଶତ ପଂଜୀକୃତ ଷ୍ଟାର୍ଟ ଅପ ଟାୟାର-2 ଏବଂ ଟାୟାର-3 ସହରରେ ରହିଛନ୍ତି । ସେମାନେ ସ୍ଥାନୀୟ ଯୁବ ଉଦ୍ୟୋଗୀମାନଙ୍କୁ ବିଭିନ୍ନ ନବସୃଜନ କାର୍ଯ୍ୟରେ ମନୋନିବେଶ କରିବା ଲାଗି ଅନୁପ୍ରେରିତ କରୁଛନ୍ତି । ଏହା ବ୍ୟତୀତ ମୋଟ ଷ୍ଟାର୍ଟ ଅପ ଉଦ୍ୟୋଗୀଙ୍କ ମଧ୍ୟରୁ 45 ପ୍ରତିଶତ ହେଉଛନ୍ତି ମହିଳା ଉଦ୍ୟୋଗୀ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ତାଙ୍କ ସରକାରଙ୍କ ଅମଳରେ ଏବେ ପେଟେଣ୍ଟ ଏବଂ ଟ୍ରେଡ ମାର୍କ ପଂଜୀକରଣ କରିବା ସହଜସାଧ୍ୟ ହୋଇଛି । ଟ୍ରେଡ ମାର୍କ ଆବେଦନ କରିବାର ଫର୍ମ ସଂଖ୍ୟା 74 ରୁ 8 କୁ ହ୍ରାସ କରାଯାଇଛି । ଏହାଦ୍ୱାରା ଟ୍ରେଡ ମାର୍କ ପଂଜୀକରଣ ହାର ଗତ ତିନି ବର୍ଷ ମଧ୍ୟରେ ତିନିଗୁଣ ବୃଦ୍ଧି ପାଇଛି । ସେହିପରି ପେଟେଣ୍ଟ ପଂଜୀକରଣ ମଧ୍ୟ ପୂର୍ବ ସରକାରଙ୍କ ଅପେକ୍ଷା ତାଙ୍କ ସରକାରଙ୍କ ଅମଳରେ ତିନିଗୁଣ ବୃଦ୍ଧି ପାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଯୁବ ଉଦ୍ୟୋଗୀମାନଙ୍କ ସହ ଆଲୋଚନା କାଳରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯୁବ ଉଦ୍ଭାବକ ଏବଂ ଷ୍ଟାର୍ଟ ଅପ ଉଦ୍ୟୋଗୀମାନଙ୍କୁ ନିଜ ନିଜ କାର୍ଯ୍ୟ ଏବଂ ପାଣ୍ଠି ଯୋଗାଡରେ ଯେପରି ଅସୁବିଧା ନହୁଏ ସେଥିଲାଗି କେନ୍ଦ୍ର ସରକାର 10 ହଜାର କୋଟି ଟଙ୍କାର ଏକ ପାଣ୍ଠି ଗଠନ କରିଛନ୍ତି । ଏହି ପାଣ୍ଠି ଜରିଆରେ 1285 କୋଟି ଟଙ୍କା ପ୍ରଦାନ ଲାଗି ପ୍ରତିଶୃତି ଦିଆଯାଇଥିବାବେଳେ ଭେନ୍ଚର କ୍ୟାପିଟାଲ ଫଣ୍ଡ ଜରିଆରେ ଆଉ 6980 କୋଟି ଟଙ୍କା ଯୋଗାଡ କରାଯାଉଛି ।

ତାଙ୍କ ସରକାର ଷ୍ଟାର୍ଟ ଅପ ଉଦ୍ୟୋଗର ଅଭିବୃଦ୍ଧି ଲାଗି ନେଉଥିବା ପଦକ୍ଷେପ ସଂପର୍କରେ ଅବତାରଣା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାରୀ ଇ-ବଜାର ସ୍ଥଳ(GeM)କୁ ଷ୍ଟାର୍ଟ ଅପ ଇଣ୍ଡିଆ ପୋର୍ଟାଲ ସହ ସଂଯୁକ୍ତ କରାଯାଇଛି । ଏହାଦ୍ୱାରା ଷ୍ଟାର୍ଟ ଅପ ଉଦ୍ୟୋଗୀମାନେ ସରକାରଙ୍କୁ ସେମାନଙ୍କ ସାମଗ୍ରୀ ବିକ୍ରୀ କରିପାରିବେ । ଏପରିକି ଷ୍ଟାର୍ଟ ଅପ ମାନଙ୍କୁ ତିନି ବର୍ଷ ଲାଗି ଆୟକର ରିହାତି ଦିଆଯାଉଛି । ଯୁବ ଉଦ୍ୟୋଗୀମାନଙ୍କୁ ଆତ୍ମ ପ୍ରମାଣନ ପତ୍ର ପ୍ରଦାନରେ ସୁବିଧା ଲାଗି 6 ଟି ଶ୍ରମ ଆଇନ ଏବଂ 3 ଟି ପରିବେଶ ଆଇନରେ ସଂଶୋଧନ କରାଯାଇଛି । ଏହାଛଡା ଷ୍ଟାର୍ଟ ଅପ ଇଣ୍ଡିଆ ହବ୍ ନାମରେ ଏକ ଡିଜିଟାଲ ପ୍ଲାଟଫର୍ମ ଆରମ୍ଭ ହୋଇଛି । ଏହା ମାଧ୍ୟମରେ ଉଦ୍ୟୋଗୀମାନଙ୍କୁ ଷ୍ଟାର୍ଟ ଅପ ସମ୍ବନ୍ଧରେ ସବିଶେଷ ତଥ୍ୟ ପ୍ରଦାନ କରାଯାଇପାରୁଛି ।

ଅଂଶଗ୍ରହଣକାରୀମାନଙ୍କ ସହ ମତ ବିନିମୟ କାଳରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ନବସୃଜନକୁ ପ୍ରୋତ୍ସାହନ ଏବଂ ଯୁବ ଉଦ୍ୟୋଗୀଙ୍କ ମଧ୍ୟରେ ପ୍ରତିଯୋଗୀତା ବଢାଇବା ଲାଗି ସରକାର ଅନେକ ପ୍ରତିଯୋଗୀତା ଆୟୋଜନ କରୁଛନ୍ତି । ସେଥିମଧ୍ୟରେ ଅଟଳ ନିଉ ଇଣ୍ଡିଆ ଚାଲେଂଜ, ସ୍ମାର୍ଟ ଇଣ୍ଡିଆ ହାକାଥନ ଏବଂ କୃଷି ଗ୍ରାଣ୍ଡ ଚାଲେଞ ଅନ୍ତର୍ଭୁକ୍ତ । ଏ ସଂପର୍କରେ ସମ୍ପ୍ରତି ସେ ସିଙ୍ଗାପୁର ପ୍ରଧାନମନ୍ତ୍ରୀଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିଥିବା ବିଷୟ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ଓ ସିଙ୍ଗାପୁରର ଯୁବ ଉଦ୍ଭାବକମାନଙ୍କ ମଧ୍ୟରେ ପ୍ରତିଯୋଗୀତା ବୃଦ୍ଧି ଲାଗି ସ୍ମାର୍ଟ ଇଣ୍ଡିଆ ହାକାଥନ ଚାଲେଞ୍ଜ ଆୟୋଜନ ବିଷୟରେ ଆଲୋଚନା ହୋଇଛି ।

ଭାରତରେ ନବସୃଜନକୁ ବଳ ଓ ପ୍ରୋତ୍ସାହନ ଦେବା ଲାଗି ସରକାରଙ୍କ ପ୍ରତିବଦ୍ଧତାକୁ ସେ ଦୋହରାଇଥିଲେ । ଗବେଷଣା ଓ ନବ ସୃଜନ କାର୍ଯ୍ୟ ପ୍ରତି ଯୁବଗୋଷ୍ଠୀକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସରକାର 8ଟି ଗବେଷଣା ପାର୍କ ଏବଂ 2500 ଅଟଳ ଟିଙ୍କରିଂ ପ୍ରୟୋଗଶାଳା ପ୍ରତିଷ୍ଠା କରୁଛନ୍ତି ।

ଯୁବ ଉଦ୍ଭାବକମାନଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶର କୃଷି କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଓ ବିବର୍ତ୍ତନ ଆଣିବା ଦିଗରେ ସେମାନେ ନୂଆ ନୂଆ ପରିକଳ୍ପନା କରନ୍ତୁ । ମେକ-ଇନ-ଇଣ୍ଡିଆ ଢାଂଚାରେ ସେମାନେ ଡିଜାଇନ-ଇନ-ଇଣ୍ଡିଆ ପ୍ରସ୍ତୁତ କରିପାରିବେ । ନବସୃଜନ ଓ ଉଦ୍ଭାବନକୁ ଗ୍ରହଣ ନ କଲେ ଅଭିବୃଦ୍ଧି ସ୍ଥାଣୁ ହୋଇପଡିବ ବୋଲି କହି ପ୍ରଧାନମନ୍ତ୍ରୀ ଏଥିଲାଗି ଯୁବ ପ୍ରତିଭାମାନଙ୍କୁ ପ୍ରେରଣା ଦେଇଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଷ୍ଟାର୍ଟ ଅପ ଇଣ୍ଡିଆ ଅଭିଯାନ ଦ୍ୱାରା ଦେଶରେ ଅନେକ ନୂତନ ଷ୍ଟାର୍ଟ ଅପ ସୃଷ୍ଟି ହୋଇଛନ୍ତି । ଏହି ମତ ବିନିମୟ କାଳରେ ନବ ସୃଜନକାରୀ ଓ ଉଦ୍ୟୋଗୀମାନେ କୃଷି ଠାରୁ ଆରମ୍ଭ କରି ବ୍ଲକ ଚେନ ଟେକ୍ନୋଲଜି ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ସେମାନେ ଆରମ୍ଭ କରିଥିବା କାର୍ଯ୍ୟକୁ ବର୍ଣ୍ଣନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବଛା ବଛା ବିଭିନ୍ନ ସ୍କୁଲର ଅଟଳ ଟିଙ୍କରିଂ ପ୍ରୟୋଗଶାଳାରୁ ଯାଇଥିବା ଛାତ୍ରଛାତ୍ରୀମାନେ ପ୍ରଧାନମନ୍ତ୍ରୀଙ୍କ ସହ ନିଜ ନିଜର ଅନୁଭୂତି ବାଂଟିଥିଲେ । ଛାତ୍ରଛାତ୍ରୀମାନଙ୍କୁ ଗବେଷଣା, ଉଦ୍ଭାବନ ଓ ନବସୃଜନ ଦିଗରେ ଅଧିକ ବୁଦ୍ଧିମତା ଖଟେଇବାକୁ ପରାମର୍ଶ ଦେଇଥିଲେ ।

ଦେଶରେ ଇନୋଭେଟ ଇଣ୍ଡିଆକୁ ଜନ ଆନ୍ଦୋଳନରେ ପରିଣତ କରିବା ଲାଗି ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ । ଉଦ୍ଭାବକ, ଛାତ୍ରଛାତ୍ରୀ ଓ ନାଗରିକମାନେ #InnovateIndia ମାଧ୍ୟମରେ ନିଜ ନିଜର ଅନୁଭୂତି ବାଣ୍ଟିବାକୁ ସେ ଆହ୍ୱାନ ଦେଇଥିଲେ ।

 

 

 

 

 

 

 

 

 

 

 

 

 

 

 

 

 

 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi Leads International Yoga Day Event In Kolkata, Says It Has Become 'World's Biggest Festival'

Media Coverage

PM Modi Leads International Yoga Day Event In Kolkata, Says It Has Become 'World's Biggest Festival'
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting the transformative impact of Yoga
June 22, 2026

The Prime Minister, Shri Narendra Modi, said that the remarkable success of the International Day of Yoga is proof that Yoga is not only helping millions of people across the world achieve physical well-being, but is also inspiring them to lead positive lives with confidence.

The Prime Minister shared a Sanskrit Subhashitam-

“चित्तप्रशमनोपायो योग इत्यभिधीयते। प्राणस्पन्दनिरोधो वा द्वेधा योगस्य धारणा॥”

The Subhashitam conveys that yoga is the means of completely calming and quieting the mind. To attain this goal, two principal methods of yoga are prescribed: calming the mind and regulating the flow of the breath.

The Prime Minister wrote on X;

“अंतर्राष्ट्रीय योग दिवस की बड़ी सफलता इस बात का प्रमाण है कि योग न केवल दुनियाभर में करोड़ों लोगों को शारीरिक रूप से स्वस्थ बना रहा है, बल्कि उन्हें आत्मविश्वास के साथ सकारात्मक जीवन जीने के लिए प्रेरित भी कर रहा है।

चित्तप्रशमनोपायो योग इत्यभिधीयते। प्राणस्पन्दनिरोधो वा द्वेधा योगस्य धारणा॥”