Self confidence comes by challenging ourselves and working hard. We should always think of bettering ourselves: PM 
Do not compete with others, compete with yourself: PM Modi
I request parents not to make the achievements of their child a matter of social prestige. Every child is blessed with unique talents, nurture them: PM 
One time table or a schedule can’t be appropriate for the full year. It is essential to be flexible and make best use of one’s time: PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପରୀକ୍ଷା ସମ୍ପର୍କିତ ବିଷୟ ଉପରେ ଛାତ୍ରଛାତ୍ରୀଙ୍କ ସହିତ ଟାଉନ ହଲ ଅଧିବେଶନରେ ମତବିନିମୟ କରିଥିଲେ । ନୂଆଦିଲ୍ଲୀର ତାଲକୋଟ୍ରା ଷ୍ଟାଡିୟମ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ଛାତ୍ରଛାତ୍ରୀଙ୍କ ବିଭିନ୍ନ ପ୍ରଶ୍ନର ସିଧାସଳଖ ଉତ୍ତର ଦେଇଥିଲେ । ଏଥିସହିତ ଛାତ୍ରଛାତ୍ରୀ ତାଙ୍କୁ ବିଭିନ୍ନ ଟିଭି ନ୍ୟୁଜ ଚାନେଲ, ନରେନ୍ଦ୍ର ମୋଦୀ ମୋବାଇଲ ଆପ ଏବଂ ମାଇଁଗଭ ପ୍ଲାଟଫର୍ମରେ ପ୍ରଶ୍ନ ପଚାରିଥିଲେ ।

ଆଲୋଚନା ଆରମ୍ଭ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଟାଉନହଲ ପରିସରକୁ ସେ ଛାତ୍ରଛାତ୍ରୀଙ୍କ ବନ୍ଧୁ, ଏବଂ ସେମାନଙ୍କ ଅଭିଭାବକ ଓ ପରିବାର ସଦସ୍ୟ ଭାବେ ଆସିଛନ୍ତି । ସେ କହିଥିଲେ ଯେ ସେ ବିଭିନ୍ନ ପ୍ଲାଟଫର୍ମ ଜରିଆରେ ସେ ସାରା ଦେଶର 10 କୋଟି ଲୋକଙ୍କ ସହିତ କଥାବାର୍ତ୍ତା କରୁଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କ ଶିକ୍ଷକମାନଙ୍କୁ ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶିକ୍ଷକମାନେ ତାଙ୍କୁ ଦେଇଥିବା ଶିକ୍ଷା କାରଣରୁ ଆଜି ମଧ୍ୟ ସେ ନିଜ ଭିତରେ ଥିବା ଛାତ୍ର ଭାବନାକୁ ଉଜ୍ଜୀବିତ ରଖିପାରିଛନ୍ତି ।

ଏହି କାର୍ଯ୍ୟକ୍ରମ ଦୀର୍ଘ 2 ଘଣ୍ଟା  ଧରି ଚାଲିଥିଲା । ଏହି ଅବସରରେ ପ୍ରଧାନମନ୍ତ୍ରୀ ବିଭିନ୍ନ ପ୍ରସଙ୍ଗ ଯେପରିକି ଭୟ, ଚିନ୍ତା, ଏକାଗ୍ରତା, ସହପାଠୀଙ୍କ ଚାପ, ମାତାପିତାଙ୍କ ଆଶା ଏବଂ ଶିକ୍ଷକମାନଙ୍କ ଭୂମିକା ଆଦି ଉପରେ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେଇଥିଲେ । ତାଙ୍କର ଜବାବ ବୁଦ୍ଧିମତା, ବ୍ୟଙ୍ଗ ଏବଂ ଭିନ୍ନ ଭିନ୍ନ ଉଦାହରଣରେ ପରିପୂର୍ଣ୍ଣ ଥିଲା ।

ପରୀକ୍ଷାଜନିତ ଚାପ ଏବଂ ଚିନ୍ତା ଦୂର କରିବା ଲାଗି ଆତ୍ମବିଶ୍ୱାସ ବଢ଼ାଇବା ପାଇଁ ସେ ସ୍ୱାମୀ ବିବେକାନନ୍ଦଙ୍କ ବକ୍ତବ୍ୟର ଉଦାହରଣ ଦେଇଥିଲେ । ସେ କାନାଡୀୟ ସ୍ନୋବୋର୍ଡର ମାର୍କ ମେକମୋରିସଙ୍କ ଉଦାହରଣ ଦେଇଥିଲେ, ଯିଏକି ପ୍ରାଣଘାତୀ ଆଘାତ ସମସ୍ୟାରୁ ମୁକୁଳିବାର 11 ମାସ ପରେ ଚଳିତ ଶୀତକାଳୀନ ଅଲିମ୍ପିକ କ୍ରୀଡ଼ାରେ କାଂସ୍ୟ ପଦକ ଜିତିପାରିଛନ୍ତି ।

ଏକାଗ୍ରତା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମନ କୀ ବାତ ରେଡିଓ କାର୍ଯ୍ୟକ୍ରମରେ ସେ ଉଲ୍ଲେଖ କରିଥିବା ମହାନ କ୍ରିକେଟ ଖେଳାଳୀ ସଚିନ ତେନ୍ଦୁଲକରଙ୍କ ପରାମର୍ଶ ବିଷୟରେ ମନେ ପକାଇ ଦେଇଥିଲେ । ତେନ୍ଦୁଲକର ଥରେ କହିଥିଲେ ଯେ ସେ  ଖେଳୁଥିବା ସମୟରେ କେବଳ ବଲ ଉପରେ ଏକାଗ୍ର ହୋଇ ନଜର ରଖିଥା’ନ୍ତି । ଅତୀତ କିମ୍ବା ଭବିଷ୍ୟତ ପାଇଁ ଆଦୌ ବ୍ୟସ୍ତ ହୋଇନଥା’ନ୍ତି । ଯୋଗ ମାଧ୍ୟମରେ ଏକାଗ୍ରତା ବୃଦ୍ଧି କରିହେବ ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ କହିଥିଲେ ।

ସହପାଠୀଙ୍କ ଚାପ ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଛାତ୍ରଛାତ୍ରୀ “ପ୍ରତିସ୍ପର୍ଦ୍ଧା” (ଅନ୍ୟମାନଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା) ଉପରେ ଗୁରୁତ୍ୱ ଦେବା ପରିବର୍ତ୍ତେ “ଅନୁସ୍ପର୍ଦ୍ଧା” (ନିଜ ସହ ପ୍ରତିଦ୍ୱନ୍ଦ୍ୱିତା) ଉପରେ ଗୁରୁତ୍ୱାରୋପ କରିବା ଆବଶ୍ୟକ । ସେ କହିଥିଲେ ଯେ ଜଣେ ଲୋକ ପୂର୍ବରୁ ହାସଲ କରିଥିବା ଉପଲବ୍ଧୀ ଠାରୁ ଅଧିକ ହାସଲ କରିବା ପାଇଁ ସବୁବେଳେ ପ୍ରୟାସ କରିବା ଆବଶ୍ୟକ ।

ପ୍ରତ୍ୟେକ ଅଭିଭାବକ ନିଜ ପିଲାମାନଙ୍କ ପାଇଁ ବଳିଦାନ ଦେଉଥିବା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଅଭିଭାବକମାନଙ୍କୁ ଅନୁରୋଧ କରି କହିଥିଲେ ଯେ ସେମାନେ ନିଜ ପିଲାମାନଙ୍କ ଉପଲବ୍ଧୀକୁ ସାମାଜିକ ପ୍ରତିଷ୍ଠାର ପ୍ରସଙ୍ଗ କରି ନ ଦେଖନ୍ତୁ । ସେ କହିଥିଲେ ଯେ ପ୍ରତ୍ୟେକ ଶିଶୁ ନିକଟରେ ଏକ ସ୍ୱତନ୍ତ୍ର ପ୍ରତିଭା ରହିଛି ।

ଜଣେ ଛାତ୍ରର ଜୀବନରେ ଏକ ବୌଦ୍ଧିକ ଦିଗ ଏବଂ ଆଉ ଏକ ଭାବନାତ୍ମକ ଦିଗ ଥାଏ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ସମୟ ପରିଚାଳନା ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଛାତ୍ରଛାତ୍ରୀଙ୍କ ପାଇଁ ସମ୍ପୂର୍ଣ୍ଣ ଗୋଟିଏ ବର୍ଷରେ ଗୋଟିଏ ନିର୍ଦ୍ଦିଷ୍ଟ ସମୟ ସାରଣୀ କିମ୍ବା ସୂଚୀ ଯଥେଷ୍ଟ ନୁହେଁ । ନମନୀୟ ହେବା ଏବଂ ସମୟର ଶ୍ରେଷ୍ଠ ଉପଯୋଗ କରିବା ଗୁରୁତ୍ୱପୂର୍ଣ୍ଣ ବୋଲି ସେ ଉଲ୍ଲେଖ କରିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Nagaland gets its first natural gas supply via National Gas Grid

Media Coverage

Nagaland gets its first natural gas supply via National Gas Grid
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 19, 2026
August 19, 2026

Defence to Diamonds: How PM Modi’s Vision Turned India into a Global Capability Hub