ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଆଜି ନୂଆଦିଲ୍ଲୀର ତାଲକୋଟରା ଷ୍ଟାଡିୟମଠାରେ “ପରୀକ୍ଷା ପେ ଚର୍ଚ୍ଚା”ର ଦ୍ଵିତୀୟ ସଂସ୍କରଣ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକଙ୍କ ସହିତ ଆଲୋଚନା କରିଥିଲେ । ଏହି ବାର୍ତ୍ତାଳାପ 90 ମିନିଟରୁ ଉର୍ଦ୍ଧ୍ଵ ସମୟ ଧରି ଚାଲିଥିଲା । ଛାତ୍ରଛାତ୍ରୀ,ଶିକ୍ଷକ ଏବଂ ଅଭିଭାବକମାନେ ସହଜ ଭାବେ, ହସିହସି ଏବଂ ପ୍ରଧାନମନ୍ତ୍ରୀଙ୍କ ଟିପ୍ପଣୀକୁ ଲଗାତାର ଭାବେ ପ୍ରଶଂସା କରୁଥିଲେ, ଯେଉଁଥିରେ ବ୍ୟଙ୍ଗ ଏବଂ ବାକପଟୁତାର ଛିଟା ରହିଥିଲା ।

ଚଳିତ ଥର, ସାରା ଦେଶରୁ ଛାତ୍ରଛାତ୍ରୀ ଏବଂ ଭାରତ ବାହାରେ ରହୁଥିବା ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

ବାର୍ତ୍ତାଳାପକୁ ଠିକଣା ଢଙ୍ଗରେ ଆରମ୍ଭ କରି ସେ ପରୀକ୍ଷା ପେ ଚର୍ଚ୍ଚା ଟାଉନ ହଲକୁ ଏକ ମିନି ଇଣ୍ଡିଆ ଭାବେ ବର୍ଣ୍ଣନା କରିଥିଲେ । ସେ କହିଥିଲେ ଏହା ଭାରତର ଭବିଷ୍ୟତର ପ୍ରତୀକ । ଅଭିଭାବକ ଏବଂ ଶିକ୍ଷକମାନେ ଏହି କାର୍ଯ୍ୟକ୍ରମର ଅଂଶବିଶେଷ ହେବା ନେଇ ସେ ଖୁସି ବ୍ୟକ୍ତ କରିଥିଲେ ।

ଜଣେ ଶିକ୍ଷକ ପ୍ରଧାନମନ୍ତ୍ରୀଙ୍କୁ ପଚାରିଥିଲେ ଯେ ପିଲାମାନଙ୍କ ପରୀକ୍ଷାକୁ ନେଇ ଚାପରେ ରହୁଥିବା ଏବଂ ଅବାସ୍ତବ ଆଶା ରଖୁଥିବା ଅଭିଭାବକଙ୍କୁ ଶିକ୍ଷକମାନେ କ'ଣ କହିବା ଉଚିତ । ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତ କରୁଥିବା ଜଣେ ଛାତ୍ର ମଧ୍ୟ ସମାନ ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ,ପ୍ରଧାନମନ୍ତ୍ରୀ କହିଥିଲେ ଯେ ପରୀକ୍ଷା ଲାଗି ସମ୍ପୂର୍ଣ୍ଣ ଭାବେ ପ୍ରଭାବହୀନ ରହିବାକୁ ସେ କେବେହେଲେ ପରାମର୍ଶ ଦେବେ ନାହିଁ, ପରୀକ୍ଷାର ସନ୍ଦର୍ଭକୁ ବୁଝିବା ଗୁରୁତ୍ୱପୂର୍ଣ୍ଣ । ଗୋଟିଏ ଶ୍ରେଣୀ ବା ବୋର୍ଡ ପରୀକ୍ଷାକିମ୍ବା ଦଶମ ଅଥବା ଦ୍ୱାଦଶ ଭଳି ଏକ ଗ୍ରେଡ ପାଇଁ Exam ଜୀବନ ପାଇଁ ପରୀକ୍ଷା କି ବୋଲି ସେ ଶ୍ରୋତାମାନଙ୍କୁ ପ୍ରଶ୍ନ କରିଥିଲେ । ଥରେ ଏହି ପରୀକ୍ଷାର ସନ୍ଦର୍ଭକୁ ବୁଝିପାରିଲେ ଚାପ ହ୍ରାସ ପାଇବ ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ ଅଭିଭାବକମାନେ ସେମାନଙ୍କ ଅସମ୍ପୂର୍ଣ୍ଣ ସ୍ୱପ୍ନକୁ ତାଙ୍କ ପିଲାମାନେ ପୂରଣ କରିବେ ବୋଲି ଆଶା କରିବା ଉଚିତ ନୁହେଁ । ପ୍ରତ୍ୟେକ ପିଲାର ନିଜସ୍ୱ ସମ୍ଭାବନା ଏବଂ ସାମର୍ଥ୍ୟ ରହିଛି ଏବଂ ପ୍ରତ୍ୟେକ ଶିଶୁ ଏହି ଭଲ ଗୁଣକୁ ବୁଝିବା ଗୁରୁତ୍ୱପୂର୍ଣ୍ଣ ବୋଲି ସେ ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଶା ରଖିବା ଜରୁରୀ । ଆମେ ନିରାଶା ଏବଂ ଦୁଃଖର ପରିବେଶରେ ବଂଚିପାରିବା ନାହିଁ ବୋଲି ସେ ଦୋହରାଇଥିଲେ ।

ଅଭିଭାବକଙ୍କ ଉପରେ ରହୁଥିବା ଚାପ ଏବଂ ଅଭିଭାବକଙ୍କ ପକ୍ଷରୁ ପଡ଼ୁଥିବା ଚାପ ପ୍ରସଙ୍ଗରେ ଏକାଧିକ ପ୍ରଶ୍ନର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ପିଲାମାନଙ୍କ ପ୍ରଦର୍ଶନ ଅଭିଭାବକମାନଙ୍କ ପାଇଁ ପରିଚୟ କାର୍ଡ ହୋଇପାରିବ ନାହିଁ । ସେ କହିଥିଲେ ଯଦି ଏହା ପ୍ରୟୋଜନ ହୋଇଯିବ,ତା'ହେଲେ ଆଶା ଅର୍ଥହୀନ ହୋଇଯିବ । ସେ କହିଥିଲେ ଯେ କିଛି ଲୋକ ଏହା ବିବେଚନା କରୁଛନ୍ତି ଯେ ମୋଦୀ ପ୍ରଧାନମନ୍ତ୍ରୀ ଭାବେ ଆଶା ବଢ଼ାଇ ଦେଇଛନ୍ତି । ସେ କହିଥିଲେ ଯେ ତାଙ୍କର ଚିନ୍ତାଧାରା ହେଉଛି 125 କୋଟି ଭାରତୀୟଙ୍କର 125 କୋଟି ଆଶା ରହିବା ଆବଶ୍ୟକ । ଏହି ଆଶାକୁ ଅଭିବ୍ୟକ୍ତ କରାଯିବା ଉଚିତ ଏବଂ ସେଗୁଡ଼ିକୁ ପୂରଣ କରିବା ଲାଗି ଆମକୁ ନିଜ କ୍ଷମତା ମିଳିମିଶି ବଢ଼ାଇବା ଆବଶ୍ୟକ ।

ଜଣେ ଅଭିଭାବକ ଆଶଙ୍କା ବ୍ୟକ୍ତ କରିଥିଲେ ଯେ ତାଙ୍କ ପୁଅ ପୂର୍ବରୁ ଭଲ ପଢ଼ୁଥିଲା, କିନ୍ତୁ ଅନଲାଇନ ଗେମ୍ସ କାରଣରୁ ସେ ଏବେ ପାଠପଢ଼ା ଉପରେ ଧ୍ୟାନ ଦେଉନାହିଁ । ଏହାର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ମୁଁ ଭାବୁନାହିଁ ଯେ ପ୍ରଯୁକ୍ତି ସହ ଛାତ୍ରଛାତ୍ରୀ ନିକଟତର ହେବା ଖରାପ କଥା, ବରଂ ଏହା ଭଲ କଥା, କିନ୍ତୁ ପ୍ରଯୁକ୍ତି ଦ୍ୱାରା ଛାତ୍ରଛାତ୍ରୀଙ୍କର ଚିନ୍ତା-ବିଚାର କରିବା କ୍ଷମତା ବିସ୍ତାର ହେବା ଆବଶ୍ୟକ । ପ୍ଲେ ଷ୍ଟେସନ ଭଲ, କିନ୍ତୁ ଏହି କାରଣରୁ ଆମକୁ ଖେଳ ପଡ଼ିଆକୁ ମଧ୍ୟ ଭୁଲିଯିବା ଉଚିତ ନୁହେଁ ।

 

ସମୟ ପରିଚାଳନା ଏବଂ ଥକାପଣ ସହ ଜଡ଼ିତ ଏକ ପ୍ରଶ୍ନର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶର ସମସ୍ତ 125 କୋଟି ଲୋକ ମୋ ପରିବାରର ସଦସ୍ୟ । ଯେତେବେଳେ ଜଣେ ବ୍ୟକ୍ତି ନିଜ ପରିବାର ପାଇଁ କାର୍ଯ୍ୟ କରିଥାଏ, ତ' ସେ ଥକା କିପରି ଅନୁଭବ କରିବ? ସେ କହିଥିଲେ ଯେ ପ୍ରତ୍ୟେକ ଦିନ ସେ ନିଜ କାର୍ଯ୍ୟ ନୂଆ ଉତ୍ସାହ ସହିତ ଆରମ୍ଭ କରିଥାନ୍ତି ।

ଛାତ୍ରଛାତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ଯେ ଅଧ୍ୟୟନକୁ ଆନନ୍ଦଦାୟକ କିପରି କରାଯାଇପାରିବ ଏବଂ ପରୀକ୍ଷା କିପରି ବ୍ୟକ୍ତିତ୍ୱକୁ ଉନ୍ନତ କରିପାରିବ? ପ୍ରଧାନମନ୍ତ୍ରୀ କହିଥିଲେ ଯେ ସଠିକ ଭାବନା ସହିତ ପରୀକ୍ଷା ଦେବା ଗୁରୁତ୍ୱପୂର୍ଣ୍ଣ । ସେ କହିଥିଲେ ଯେ ପରୀକ୍ଷା ଦ୍ୱାରା ବ୍ୟକ୍ତି ସୁଦୃଢ଼ ହୋଇଥାଏ ଏବଂ ଏହାକୁ ନାପସନ୍ଦ ମଧ୍ୟ କରିବା ଉଚିତ ନୁହେଁ ।

ଛାତ୍ରଛାତ୍ରୀ ବିଷୟ ଏବଂ ଭବିଷ୍ୟତ ଚୟନ ସନ୍ଦର୍ଭରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ପରାମର୍ଶ ପାଇବା ଲାଗି ଇଚ୍ଛା ବ୍ୟକ୍ତ କରିଥିଲେ । ଛାତ୍ରଛାତ୍ରୀ କହିଥିଲେ ଯେ ପ୍ରତ୍ୟେକ ଛାତ୍ର ନିକଟରେ ଭିନ୍ନ ଯୋଗ୍ୟତା ରହିଥାଏ । ସେଥିପାଇଁ ଏହା ଜରୁରି ନୁହେଁ ଯେ ପ୍ରତ୍ୟେକ ଛାତ୍ର ଗଣିତ ଏବଂ ବିଜ୍ଞାନରେ ହିଁ ଭଲ କରିବ । ଏହା ଉପରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଚାରର ସ୍ପଷ୍ଟତା ଏବଂ ଆତ୍ମବିଶ୍ୱାସ ଆବଶ୍ୟକତ ତତ୍ତ୍ଵଅଟେ । ବିଜ୍ଞାନ ଏବଂ ଗଣିତ ଜରୁରି, କିନ୍ତୁ ଅନ୍ୟ ବିଷୟରେ ମଧ୍ୟ ଅନେକ ସମ୍ଭାବନା ରହିଛି । ଏମିତି ଅନେକ କ୍ଷେତ୍ର ରହିଛି, ଯେଉଁଠି ସୁଯୋଗ ଉପଲବ୍ଧ ରହିଛି ।

ଜଣେ ଛାତ୍ର ଗତବର୍ଷ ଆୟୋଜିତ ଟାଉନ ହଲ କାର୍ଯ୍ୟକ୍ରମର ଉଦାହରଣ ଦେଇ କହିଥିଲେ ଯେ ଏବେ ତାଙ୍କର ମାତାପିତା ପରୀକ୍ଷା ଏବଂ ଭବିଷ୍ୟତକୁ ନେଇ ଅଧିକ ଆଶ୍ୱସ୍ତ ହୋଇଯାଇଛନ୍ତି । ଛାତ୍ରଛାତ୍ରୀ କହିଥିଲେ ଯେ ମାତା-ପିତାଙ୍କ ସକାରାତ୍ମକ ଦୃଷ୍ଟିକୋଣ ପିଲାମାନଙ୍କ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥାଏ ।

ପିଲାମାନଙ୍କୁ ପ୍ରୋତ୍ସାହନ ଦେବାର ଆବଶ୍ୟକତା ସମ୍ପର୍କରେ ଛାତ୍ରଛାତ୍ରୀ ପ୍ରଶ୍ନ କରିଥିଲେ । ଉତ୍ତରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରତିଦ୍ୱନ୍ଦ୍ୱିତା ଅନ୍ୟମାନଙ୍କ ସହିତ ନୁହେଁ, ବରଂ ନିଜର ଗତ ପ୍ରଦର୍ଶନ ସହିତ ହେବା ଉଚିତ । ସେ କହିଥିଲେ ଯେ ଦି ଜଣେ ନିଜ ପୂର୍ବ ପ୍ରଦର୍ଶନକୁ ନେଇ ପ୍ରତିଦ୍ୱନ୍ଦ୍ୱିତା କରେ, ତ'ନିରାଶା ଏବଂ ନକାରାତ୍ମକତାକୁ ସହଜରେ ପରାଜିତ କରାଯାଇପାରିବ ।

ଛାତ୍ରଛାତ୍ରୀ ଶିକ୍ଷା ବ୍ୟବସ୍ଥାକୁ ଉନ୍ନତ କରିବାର ଆବଶ୍ୟକତା ବିଷୟରେ ଉଲ୍ଳେଖ କରି କହିଥିଲେ ଯେ ପରୀକ୍ଷାଗୁଡ଼ିକ କେବଳ ଘୋଷିବାର ବିଦ୍ୟା ଉପରେ ଆଧାରିତ ହେବା ଉଚିତ ନୁହେଁ, ବରଂ ଏହାର ମଧ୍ୟ ଆକଳନ କରାଯିବା ଉଚିତ ଯେ ଛାତ୍ରଛାତ୍ରୀ କ'ଣ ଶିଖିଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମର ଜ୍ଞାନପ୍ରାପ୍ତିକୁ କେବଳ ପରୀକ୍ଷା ପର୍ଯ୍ୟନ୍ତ ହିଁ ସୀମିତ ରଖାଯାଇପାରିବ ନାହିଁ । ଆମର ଶିକ୍ଷା ପଦ୍ଧତିକୁ ଆମକୁ ଏପରି ସକ୍ଷମ କରିବାକୁ ହେବ ଯେ ଆମେ ଜୀବନର ଆହ୍ୱାନର ମୁକାବିଲା କରିପାରିବା ।

 

ଅବସାଦ ବା ନିରାଶା ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମର ଦେଶ ପାଇଁ ଏହା ଚିନ୍ତାର ବିଷୟ । ଭାରତୀୟ ସଂସ୍କୃତିରେ ଏହାର ମୁକାବିଲା କରିବା ଏବଂ ଏହାକୁ ଦୂର କରିବାର ଉପାୟ ରହିଛି । ଆମେ ଅବସାଦ ଏବଂ ମାନସିକ ସ୍ୱାସ୍ଥ୍ୟ ସହ ଜଡ଼ିତ ବ୍ୟାପାରରେ ଯେତେ ଅଧିକ ଆଲୋଚନା କରିବା ସେତେ ଭଲ ହେବ ।

 

ସେ କହିଥିଲେ ଯେ ଜଣେ ବ୍ୟକ୍ତି ଅଚାନକ ଅବସାଦ ସ୍ଥିତିରେ ପହଁଚିଯାଇନଥାଏ । ମଣିଷ ଅବସାଦର ସ୍ଥିତିକୁ ଯାଉଥିବା ସ୍ପଷ୍ଟ ଭାବେ ଦେଖିବାକୁ ମିଳିଥାଏ । ଏପରି ସଂକେତକୁ ଅଣଦେଖା କରିବା ଭଲ କଥା ନୁହେଁ । ଏହାର ବିପରୀତ, ଆମେ ଏ ସମ୍ପର୍କରେ ଅଧିକ ଆଲୋଚନା କରିବା ଉଚିତ । ସେ କହିଥିଲେ ଯେ ପରାମର୍ଶ ଦେବା ସହାୟକ ହୋଇପାରେ, କାରଣ ଏଥିରେ ବ୍ୟକ୍ତି ନିଜ ସମସ୍ୟା ବିଷୟରେ ଅଧିକ ଆଲୋଚନା କରିଥାଏ ।

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Inspiring India: Gujarat Woman's Solar Mission Earns PM Modi’s Praise, Invitation to I-Day Ceremony

Media Coverage

Inspiring India: Gujarat Woman's Solar Mission Earns PM Modi’s Praise, Invitation to I-Day Ceremony
NM on the go

Nm on the go

Always be the first to hear from the PM. Get the App Now!
...
PM Modi calls upon people to celebrate National Handloom Day by showcasing India's rich handloom heritage
August 06, 2026

The Prime Minister, Shri Narendra Modi, has called upon citizens to celebrate National Handloom Day on 7th August by promoting India's rich and diverse handloom traditions.

“Share your videos with your favourite handloom products, including GRWM videos on social media”, Shri Modi said.

Shri Modi posted on X;

Tomorrow, 7th August is National Handloom Day. Let’s make India’s handloom diversity popular.

Share your videos with your favourite handloom products, including GRWM videos on social media.

Don’t forget to use #NationalHandloomDay.