India and Mauritius are diverse and vibrant democracies, committed to working for the prosperity of our people, as well as for peace in our region and the world: PM
The Indian Ocean is a bridge between India and Mauritius: PM Modi

ମରିସସ ପ୍ରଧାନମନ୍ତ୍ରୀ ମାନନୀୟ ଶ୍ରୀ ପ୍ରବିନ୍ଦ ଜଗନ୍ନାଥଜୀ, ମରିସସର ବରିଷ୍ଠ ମନ୍ତ୍ରୀ ଏବଂ ମାନ୍ୟଗଣ୍ୟ ବ୍ୟକ୍ତି, ସମ୍ମାନନୀୟ ଅତିଥି, ବନ୍ଧୁଗଣ, ନମସ୍କାର! ବୋଞ୍ଜୋର! ଶୁଭ ସନ୍ଧ୍ୟା! ମରିସସରେ ଥିବା ଆମର ସମସ୍ତ ବନ୍ଧୁମାନଙ୍କୁ ମୁଁ ଅତି ଉଦାର ପୂର୍ବକ ଅଭିନନ୍ଦନ ଜଣାଇବାକୁ ଚାହୁଁଛି ।

ଆମ ରାଷ୍ଟ୍ର ଦ୍ୱୟ ପାଇଁ ଏହି ବାର୍ତ୍ତାଳାପ ଏକ ସ୍ୱତନ୍ତ୍ର ଅବସର । ଆମର ସହଭାଗୀ ଇତିହାସ, ଐତିହ୍ୟ, ସହଯୋଗରେ ଏହା ହେଉଛି ଏକ ନୂତନ ଅଧ୍ୟାୟ । ନିକଟ ଅତୀତରେ ମରିସସ ଭାରତ ମହାସାଗର ଦ୍ୱୀପ କ୍ରୀଡ଼ା ଆୟୋଜନ କରି ଗୌରବାନ୍ୱିତ ହୋଇଥିଲା ।

ଆମ ଉଭୟ ରାଷ୍ଟ୍ର ‘ଦୁର୍ଗା ପୂଜା’ ପାଳନ କରୁଛନ୍ତି ଏବଂ ଶୀଘ୍ର ଦୀପାବଳି ପାଳିବେ । ଏସବୁ ମଧ୍ୟରେ ଆଜି ମେଟ୍ରୋ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ଉଦଘାଟନ ହେବା ଆହୁରି ଆନନ୍ଦର ଅବସର । ଏହି ମେଟ୍ରୋ ସ୍ୱଚ୍ଛ, ଦକ୍ଷ ଏବଂ ଦ୍ରୁତ ପରିବହନ ଯୋଗାଇ ଦେବ । ଏହା ଅର୍ଥନୈତିକ କାର୍ଯ୍ୟକଳାପ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ଯୋଗଦାନ ଦେବ ।
ଆଜି ଉଦଘାଟିତ ହୋଇଥିବା ଅନ୍ୟତମ ପ୍ରକଳ୍ପ-ଅତ୍ୟାଧୁନିକ ଇଏନଟି ହସପିଟାଲ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ଦିଗରେ ଯୋଗଦାନ ଦେବ । ହସପିଟାଲର କୋଠା ଶକ୍ତି ସଂଚୟ ପ୍ରଯୁକ୍ତି ଆଧାରରେ ନିର୍ମିତ ହୋଇଛି ଏବଂ ଏହା କାଗଜମୁକ୍ତ ସେବା ଯୋଗାଇ ଦେବ । ଏସବୁ ପ୍ରକଳ୍ପ ମରିସସର ଲୋକମାନଙ୍କ ସେବାରେ ଲାଗିବ । ଏଗୁଡ଼ିକ ମରିସସର ବିକାଶ ପ୍ରତି ଭାରତର ଦୃଢ଼ ପ୍ରତିବଦ୍ଧତାର ପ୍ରତୀକ ।

ଏସବୁ ପ୍ରକଳ୍ପ ପାଇଁ ହଜାର ହଜାର ଶ୍ରମିକ ଖରା ବର୍ଷା, ଦିନ ରାତି ଏକ କରି କଠିନ ପରିଶ୍ରମ କରିଛନ୍ତି ।
ପୂର୍ବ ଦଶନ୍ଧିଗୁଡ଼ିକ ଅପେକ୍ଷା, ଆଜି ଆମେ ଆମ ଲୋକମାନଙ୍କ ଉନ୍ନତ ଭବିଷ୍ୟତ ପାଇଁ କାର୍ଯ୍ୟ କରୁଛୁ ।
ପ୍ରଧାନମନ୍ତ୍ରୀ ପ୍ରବିନ୍ଦ ଜଗନ୍ନାଥଙ୍କ ଦୂରଦର୍ଶୀ ନେତୃତ୍ୱକୁ ମୁଁ ପ୍ରଶଂସା କରୁଛି, ସେ ମରିସସ ପାଇଁ ଆଧୁନିକ ଭିତ୍ତିଭୂମି ଓ ସେବା ଆପଣାଇଛନ୍ତି । ମରିସସ ସରକାରଙ୍କ ସକ୍ରିୟ ସହଯୋଗ ଲାଗି ମୁଁ ତାଙ୍କୁ ଧନ୍ୟବାଦ ଜଣାଇବାକୁ ଚାହେଁ, ଏହି ସହଯୋଗ ପାଇଁ ଏସବୁ ପ୍ରକଳ୍ପ ଠିକଣା ସମୟରେ ସରିପାରିଛି ।

ବନ୍ଧୁଗଣ,
ଜନସାଧାରଣଙ୍କ ପ୍ରତ୍ୟକ୍ଷ ହିତ ଲାଗି ଏସବୁ ଏବଂ ଅନ୍ୟ ପ୍ରକଳ୍ପଗୁଡ଼ିକରେ ମରିସସର ସହଭାଗୀ ହୋଇଥିବା କାରଣରୁ ଆମେ ଗର୍ବିତ ।

ଗତବର୍ଷ, ଏକ ଯୁଗ୍ମ ପ୍ରକଳ୍ପ ଜରିଆରେ ଛୋଟ ପିଲାମାନଙ୍କୁ ଇ-ଟାବଲେଟ ବଂଟନ କରାଯାଇଥିଲା ।
ନୂଆ ସୁପ୍ରିମ କୋର୍ଟ କୋଠା ଏବଂ 1 ହଜାର ସାମାଜିକ ଆବାସିକ ୟୁନିଟ ଦ୍ରୁତ ଗତିରେ ନିର୍ମାଣ ହେଉଛି ।
ମୁଁ ଏହି ଘୋଷଣା କରି ଆନନ୍ଦିତ ଯେ ପ୍ରଧାନମନ୍ତ୍ରୀ ଜଗନ୍ନାଥଙ୍କ ପରାମର୍ଶ କ୍ରମେ ଏକ ବୃକକ ଚିକିତ୍ସା କେନ୍ଦ୍ର, ମେଡି କ୍ଲିନିକ ଏବଂ ଆଂଚଳିକ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣରେ ଭାରତ ସହଯୋଗ କରିବ ।

ବନ୍ଧୁଗଣ,

ଉଭୟ ମରିସସ ଏବଂ ଭାରତ ବିବିଧ ଏବଂ ସକ୍ରିୟ ଗଣତନ୍ତ୍ର । ଆମେ ଆମ ଲୋକମାନଙ୍କ ସମୃଦ୍ଧି ତଥା କ୍ଷେତ୍ରୀୟ ଓ ବୈଶ୍ୱିକ ଶାନ୍ତି ପ୍ରତି ସଂକଳ୍ପବଦ୍ଧ ।

ପରସ୍ପର ପ୍ରତି ଆମର ସମ୍ମାନ ଏକାଧିକ ମାର୍ଗରେ ପ୍ରତିଫଳିତ ହୋଇଛି ।

ଚଳିତ ବର୍ଷ , ପ୍ରଧାନମନ୍ତ୍ରୀ ଜଗନ୍ନାଥ ସବୁଠୁ ବଡ଼ ପ୍ରବାସୀ ଭାରତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ସହିତ ମୋ ସରକାରର ଦ୍ୱିତୀୟ କାର୍ଯ୍ୟକାଳ ଶପଥ ଗ୍ରହଣ ସମାରୋହରେ ଯୋଗ ଦେଇଥିଲେ ।

ମରିସସ ସ୍ୱାଧୀନତାର 50ତମ ବର୍ଷ ପୂର୍ତ୍ତି ସମାରୋହରେ ମୁଖ୍ୟ ଅତିଥି ଭାବେ ଆମ ରାଷ୍ଟ୍ରପତିଙ୍କୁ ଆମନ୍ତ୍ରଣ କରାଯାଇଥିଲା । ମହାତ୍ମା ଗାନ୍ଧୀଙ୍କ 150ତମ ଜନ୍ମବାର୍ଷିକୀ ଅବସରରେ ମରିସସ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ତାଙ୍କ ସହିତ ରହିଥିବା ସ୍ୱତନ୍ତ୍ର ସମ୍ପର୍କକୁ ମନେ ପକାଇଥିଲା ।

ବନ୍ଧୁଗଣ,

ଭାରତ ମହାସାଗର ଭାରତ ଓ ମରିସସ ମଧ୍ୟରେ ସେତୁ ଭାବେ କାମ କରୁଛି । ସାମୁଦ୍ରିକ ଅର୍ଥବ୍ୟବସ୍ଥାରେ ଆମ ଲୋକମାନଙ୍କ ପାଇଁ ଅପାର ସମ୍ଭାବନା ରହିଛି ।

“ସାଗର-ଏହି କ୍ଷେତ୍ରର ସମସ୍ତଙ୍କ ପାଇଁ ନିରାପତ୍ତା ଓ ଅଭିବୃଦ୍ଧି”ର ଲକ୍ଷ୍ୟ ଆମକୁ ସାମୁଦ୍ରିକ ଅର୍ଥବ୍ୟବସ୍ଥା, ନିରାପତା ଓ ବିପର୍ଯ୍ୟୟ ପ୍ରଶମନର ସମସ୍ତ ଦିଗରେ ନିବିଡ଼ ଭାବେ କାର୍ଯ୍ୟ କରିବା ଲାଗି ମାର୍ଗଦର୍ଶନ କରିବ ।

ପ୍ରତିଷ୍ଠାତା ସଦସ୍ୟ ଭାବେ ବିପର୍ଯ୍ୟୟ ପ୍ରଶମନ ଭିତ୍ତିଭୂମି ମେଂଟରେ ଯୋଗ ଦେବା ଲାଗି ମୁଁ ମରିସସ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିବାକୁ ଚାହୁଁଛି ।

ଆଉ ଗୋଟିଏ ମାସ ମଧ୍ୟରେ, ବିଶ୍ୱ ଐତିହ୍ୟ ସ୍ଥଳୀ ଅପ୍ରବାସୀ ଘାଟ ଠାରେ ଅପ୍ରବାସୀ ଦିବସ ପାଳନ କରାଯିବ । ଏହା ଆମ ସାହସୀ ପୂର୍ବଜମାନଙ୍କ ସଫଳ ସଂଘର୍ଷର ସ୍ମୃତିଚାରଣ କରିବ ।

ଏହି ସଂଘର୍ଷର ଫଳସ୍ୱରୂପ ଚଳିତ ଶତାବ୍ଦୀରେ ମରିସସ ମହାନ ସଫଳତା ହାସଲ କରିଛି ।

ମରିସସ ଲୋକମାନଙ୍କ ଅଦମ୍ୟ ଉତ୍ସାହକୁ ଆମେ ଅଭିବାଦନ ଜଣାଉଛୁ ।

Vive l’amitié antre l’Inde à Maurice

ଭାରତ ଏବଂ ମରିସସର ବନ୍ଧୁତା ଅମର ରହୁ ।

ଧନ୍ୟବାଦ, ବହୁତ ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi inaugurates Northeast’s first Emergency Landing Facility in Moran. Why it matters?

Media Coverage

PM Modi inaugurates Northeast’s first Emergency Landing Facility in Moran. Why it matters?
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଫେବୃୟାରୀ 15, 2026
February 15, 2026

Visionary Leadership in Action: From AI Global Leadership to Life-Saving Reforms Under PM Modi