Metro will further strengthen the connectivity in Ahmedabad and Surat - what are two major business centres of the country: PM Modi
Rapid expansion of metro network in India in recent years shows the gulf between the work done by our government and the previous ones: PM Modi
Before 2014, only 225 km of metro line were operational while over 450 km became operational in the last six years: PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଅହମ୍ମଦାବାଦ ମେଟ୍ରୋରେଳପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ଓ ସୁରତ୍ ମେଟ୍ରୋ ରେଳ ପ୍ରକଳ୍ପର ଭୂମି ପୂଜା କରିଛନ୍ତି । ଭିଡିଓ କନ୍‌ଫରେନ୍ସିଂ ଜରିଆରେ ହୋଇଥିବା ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ, ଗୁଜରାଟ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଆବାସ ଓ ସହରୀକରଣ ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ ।

            ପ୍ରଧାନମନ୍ତ୍ରୀ ଏହି ଅବସରରେ ଅହମ୍ମଦାବାଦ ଓ ସୁରଟକୁ ଅଭିନନ୍ଦନ ଜଣାଇବା ସହ ଉଦ୍‌ବୋଧନ ମଧ୍ୟ ଦେଇଥିଲେ । ସେ କହିଥିଲେ ଯେ, ଏହି ମେଟ୍ରୋ ସେବା ଯୋଗୁଁ ବିଶ୍ୱର ଦୁଇ ପ୍ରମୁଖ  ବ୍ୟବସାୟ କେନ୍ଦ୍ରଭାବେ ପରିଗଣିତ ଦୁଇ ସହର ମଧ୍ୟରେ  ଯୋଗଯୋଗାର  ଉନ୍ନତି ଘଟିବ । ସେ ନୂତନ ଟ୍ରେନ ସେବା କେଭାଡିଆ ପାଇଁ ନୂତନ ଲାଇନ ଓ ଅହମ୍ମଦାବାଦରୁ କେଭାଡିଆ ପର୍ଯ୍ୟନ୍ତ ଆଧୁନିକ ଜନଶତାବ୍ଦୀ ଟ୍ରେନ ନିମନ୍ତେ ଗୁଜରାଟର ଜନସାଧାରଣଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବର୍ତ୍ତମାନ 17ହଜାର କୋଟି ଟଙ୍କା ବ୍ୟୟରେ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି । ଏଥିରୁ ପ୍ରମାଣିତ ହୋଇଛି ଯେ, କରୋନା କାଳରେ ମଧ୍ୟ ଭିତ୍ତିଭୂମି ବିକାଶ କାର୍ଯ୍ୟ ବଳବତ୍ତର ରହିଥିଲା । ନିକଟରେ ହଜାର ହଜାର କୋଟି ଟଙ୍କା ଭିତ୍ତିଭୂମି ପ୍ରକଳ୍ପ ଦେଶକୁ ଉତ୍ସର୍ଗ ହୋଇଛି  ବା ନୂତନ ପ୍ରକଳ୍ପ ଉପରେ କାର୍ଯ୍ୟ ଚାଲିଛି ।

            ଆତ୍ମନିର୍ଭର ଭାରତ ସ୍ୱପ୍ନକୁ ସାକାର କରିବା ନେଇ ଅହମ୍ମଦାବାଦ ଓ ସୁରତର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଯେତେବେଳେ ଅହମ୍ମଦାବାଦରେ ମେଟ୍ରୋ ସେବା ଆରମ୍ଭ ହେଲା ସେତେବେଳେ ସେଠାକାର ଲୋକମାନଙ୍କୁ ଉତ୍ସାହ ଓ ଉଦ୍ଦୀପନା ଥିଲା ଦୃଷ୍ଟାନ୍ତମୂଳକ । ମେଟ୍ରୋ ସେବାର ଦ୍ୱିତୀୟ ପର୍ଯ୍ୟାୟ ସଂପ୍ରସାରଣର ଯୋଗୁଁ ନୂତନ ଅଞ୍ଚଳରେ ମେଟ୍ରୋ ଚଳାଚଳ କରିବା ସହ ଜନସାଧାରଣଙ୍କ ଯାତ୍ରା ମଧ୍ୟ ସୁଗମ ହେବ । ସେହିପରି ସୁରତ ଅଧିବାସୀ ମଧ୍ୟ ଉତ୍ତମ  ପରିବହନ ସୁବିଧା ପାଇପାରିବେ । ଭବିଷ୍ୟତର ଆବଶ୍ୟକତାକୁ ଆଖି ଆଗରେ ଏହି ପ୍ରକଳ୍ପର ପରିକଳ୍ପନା କରାଯାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।            

            ମେଟ୍ରୋ ସେବାର ସମ୍ପ୍ରସାରଣରୁ ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ ପୂର୍ବତନ ସରକାର ଓ ପ୍ରଚଳିତ ସରକାରଙ୍କ କାର୍ଯ୍ୟ ଶୈଳୀର ପାର୍ଥକ୍ୟ ମଧ୍ୟ ଦର୍ଶାଇଛନ୍ତି । 2014ମସିହା ପୂର୍ବରୁ 10ରୁ 12ବର୍ଷ ମଧ୍ୟରେ 2000 କିଲୋମିଟର ଦୀର୍ଘ ମେଟ୍ରୋ ଲାଇନ ବିଛାଯାଇଥିବା ବେଳେ ଗତ ଛଅ ବର୍ଷ ମଧ୍ୟରେ 400 କିଲୋମିଟର ଲାଇନ କାର୍ଯ୍ୟକ୍ଷମ ହୋଇଛି ।  ଦେଶର 27ଟି ନଗରୀରେ ସରକାର ଏକ ହଜାର କିଲୋମିଟର ନୂତନ ଲାଇନ ବିଛାଇବା ନେଇ କାର୍ଯ୍ୟ କରିଛନ୍ତି । ଆଗରୁ ସମନ୍ୱିତ ଆଧୁନିକ ଚିନ୍ତାଧାରା ଅଭାବ ଯୋଗୁଁ ସେ ଅବଶୋଷ ବ୍ୟକ୍ତ କରିଥିଲେ । ମେଟ୍ରୋ ପାଇଁ ଆଗରୁ କୌଣସି ଜାତୀୟ ନୀତି ନଥିଲା । ସେ ଦୃଷ୍ଟିରୁ ବିଭିନ୍ନ ସହର ନିମନ୍ତେ ମେଟ୍ରୋର ବୈଷୟିକ ପଦ୍ଧତି ନେଇ ଏକ ଏକକ ବ୍ୟବସ୍ଥା ମଧ୍ୟ ନ ଥିଲା । ଦ୍ୱିତୀୟ ବ୍ୟତିକ୍ରମ ହେଉଛି ଅନ୍ୟାନ୍ୟ ପରିବହନ ମାଧ୍ୟମ ମଧ୍ୟରେ ସମନ୍ୱୟର ଅଭାବ । ଆଜି ଏହିସବୁ ସହରରେ ପରିବହନକୁ ଏକ ସମନ୍ୱିତ ମାଧ୍ୟମଭାବେ ବିବେଚନା ରକାଯାଇଛି । ଯେଉଁଥିରେ କି ମେଟ୍ରୋ ଏକୁଟିଆ କାମ ନ କଲେ ସମ୍ପୂର୍ଣ୍ଣ ପଦ୍ଧତି ସହ ସମନ୍ୱୟ ରକ୍ଷା କରିବ । ନିକଟରେ ଆରମ୍ଭ କରାଯାଇଥିବା ଜାତୀୟ ସାଧାରଣ ଭ୍ରାମ୍ୟମାଣ କାର୍ଡ (National common Mobility card) ବଳରେ ଏକ ସମନ୍ୱିତ ପ୍ରକ୍ରିୟା ଅଧିକ ପରିପୃଷ୍ଟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

            ସୁରତ ଓ ଗାନ୍ଧିନଗରର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ସରକାର ପ୍ରତିକ୍ରିୟାଶୀଳ ନ ହୋଇ ବରଂ ଭବିଷ୍ୟତର ଆବଶ୍ୟକତାକୁ  ଦୃଷ୍ଟିରେ ରଖି ଅଧିକ ନିଷ୍ଠାର ସହ ସହରୀକରଣ କାର୍ଯ୍ୟ କରିଛନ୍ତି । ଦୁଇ ଦଶନ୍ଧି ଆଗରୁ ସୁରତ ଏହାର ବିକାଶ ପାଇଁ ନୁହେଁ ବରଂ ପ୍ଲେଗ ମହାମାରୀ ନିମନ୍ତେ ଆଲୋଚିତ ହେଉଥିଲା । ସରକାର ଏହାର ଔଦ୍ୟୋଗିକ ବିକାଶକୁ ପ୍ରାଧାନ୍ୟ ଦେବା ଯୋଗୁଁ ଆଜି ଏହା କେବଳ ଦେଶରେ ଜନସଂଖ୍ୟା ଦୃଷ୍ଟିରୁ ଅଷ୍ଟମ ସ୍ଥାନରେ ନାହିଁ ବରଂ ବିଶ୍ୱର ଚତୁର୍ଥ ବୃହତ୍ ଅଭିବୃଦ୍ଧି ସହରର ମାନ୍ୟତା ହାସଲ କରିଛି। ଦଶଖଣ୍ଡ ହୀରାରୁ ନଅଖଣ୍ଡ ସୁରତ ସହରରେ କଟା ହେବା ସହ ପଲିସ ହୋଇଥାଏ ।  ଦେଶରେ ଶତକଡା 40ଭାଗ ହାତବୁଣା ଲୁଗା ସୁରତରେ ପ୍ରସ୍ତୁତ ହୋଇଥିବା ବେଳେ, ପ୍ରାୟ 30ଭାଗ ଲୋକମାନଙ୍କ ଦ୍ୱାରା ତନ୍ତୁ ପ୍ରସ୍ତୁତ ହୋଇଥାଏ । ଆଜି ସୁରତ ଦେଶର ଦ୍ୱିତୀୟ ପରିସ୍କାର ସହରର ମାନ୍ୟତା ଲାଭ କରିଛି । ସହର ରହଣିକୁ ସୁଖପଦ କରିବା ପାଇଁ ଗରିବ ମାନଙ୍କ ନିମନ୍ତେ ଘର, ଟ୍ରାଫିକ ପରିଚାଳନା, ରାସ୍ତା, ସେତୁ, ବଜ୍ୟବସ୍ତୁ ନିଷ୍କାସନ ଓ ହସ୍‌ପିଟାଲର ସୁବ୍ୟବସ୍ଥା କିପରି ହୋଇଛି ତାହା ବିଶଦ୍‌ଭାବେ ବର୍ଣ୍ଣନା କରିଥିଲେ । କେବଳ ଉତ୍ତମ ଯୋଜନା ଓ ସୁଚିନ୍ତନ ଯୋଗୁଁ ସୁରତ ଆଜି ‘ଏକ ଭାରତ, ଶ୍ରେଷ୍ଠ ଭାରତ’ର ଉଦାହରଣ ସାଜିଛି । ଆଜି ଦେଶର ସମସ୍ତ ପ୍ରାନ୍ତରୁ ଉଦ୍ୟୋଗୀ, ଶ୍ରମିକମାନେ ଆସି ସୁରତରେ କାମ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 

            ସେହିପରି ପ୍ରଧାନମନ୍ତ୍ରୀ ଗାନ୍ଧୀନଗରର ଜୀବନଯାତ୍ରା ଉପରେ ଆଲୋକପାତ କରି କହିଛନ୍ତି ଯେ, ଏକଦା ଏହି ମହାନଗରୀ  କେବଳ ସରକାରୀ କର୍ମଚାରୀ ଓ ଅବସରପ୍ରାପ୍ତ କର୍ମଚାରୀଙ୍କ ନଗରୀଭାବେ ପରିଗଣିତ ହେଉଥିଲା ମାତ୍ର ଏବେ ଏହା ଯୁବଗୋଷ୍ଠୀଙ୍କ ଏକ କର୍ମସ୍ଥଳୀରେ ପରିଣତି ହୋଇଛି । ଆଜି ଗାନ୍ଧିନଗର ଆଇଆଇଟି, ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ, ଏନଆଇଏଫଟି, ଜାତୀୟ ଅପରାଧ ବିଜ୍ଞାନ ବିଶ୍ୱବିଦ୍ୟାଳୟ, ପଣ୍ଡିତ ଦିନଦୟାଲ ପେଟ୍ରୋଲିୟମ ବିଶ୍ୱବିଦ୍ୟାଳୟ, ପୁରମେୟ ଶିକ୍ଷକ ଶୈଖିକ ପ୍ରତିଷ୍ଠାନ, ଧୀରୁଭାଇ ସୂଚନା ଓ ଦୂରସଂଚାର ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ, ଜାତୀୟ ପରିପାଟୀ ପ୍ରତିଷ୍ଠାନ(ଏନଆଇ୍‌ଡି) ରକ୍ଷା ଶକ୍ତି ବିଶ୍ୱବିଦ୍ୟାଳୟ ଭଳି ସ୍ୱନାମଧନ୍ୟ ଅନୁଷ୍ଠାନଗୁଡିକ ନିମନ୍ତେ ପ୍ରସିଦ୍ଧିଲାଭ କରିଛି । ଏହି ପ୍ରତିଷ୍ଠାନଗୁଡିକ ନଗରୀର ଶୈକ୍ଷିକ ବାତାବରଣକୁ ପରିବର୍ତ୍ତିତ  କରିବା ସହ ଅନେକ ନିଯୁକ୍ତି  ସୁଯୋଗ ମଧ୍ୟ ସୃଷ୍ଟି କରିପାରିଛି । ଏହାର କ୍ୟାମ୍ପସଗୁଡିକୁ ଅନେକ କମ୍ପାନୀର କର୍ମନିଯୁକ୍ତି ଅନ୍ୱେଷଣରେ ଆଗମନ ମଧ୍ୟ ହୋଇଛି । ଶ୍ରୀ ମୋଦି କନ୍‌ଫରେନ୍ସ ଟୁରିଜିମ୍ ପାଇଁ ମହାତ୍ମାମନ୍ଦିର ସମ୍ପର୍କରେ ମଧ୍ୟ ପ୍ରକାଶ କରିଛନ୍ତି । ଅତ୍ୟାଧୁନିକ ରେଳ ଷ୍ଟେସନ, ଗିଫ୍ଟସିଟି, ସାବରମତୀ ରିଭର ଫ୍ରଣ୍ଟ, କାଙ୍କିରଆ ଲେକ୍ ଫ୍ରଣ୍ଟ, ୱାଟର ଏରୋଡ୍ରମ, ବସ୍ ର‌୍ୟାପିଡ୍ ଟ୍ରାନଜିଟ୍ ସିଷ୍ଟମ, ବିଶ୍ୱର ବୃହତମ ମୋଟେରା ଷ୍ଟାଡିୟମ, ଛଅଲେନ ବିଶିଷ୍ଟ ଗାନ୍ଧୀନଗର ରାଜପଥ ଆଦି ଅହମ୍ମଦାବାଦର ପରିଚୟ ପାଲଟିଛି । ମହାନଗରୀ ଠାରେ ପ୍ରାଚୀନ ଢାଞ୍ଚାକୁ ବଳି ନ ଦେଇ ମଧ୍ୟ ଏକ ଅତ୍ୟାଧୁନିକ ରୂପଧାରଣ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

            ଶ୍ରୀ ମୋଦି କହିଥିଲେ ଯେ, ଅହମ୍ମଦାବାଦ ଆଜି ବିଶ୍ୱ ଐତିହ୍ୟ ନଗରୀ  ଘୋଷିତ ହୋଇଛି ଓ ଧୋଲେରାରେ ଏହାର ନୂତନ ବିମାନ ବନ୍ଦର ସ୍ଥାପିତ ହେବାକୁ ଯାଉଛି । ସ୍ୱୀକୃତି ପାଇଥିବା ମନୋ-ରେଲ ସହ ଏହି ବିମାନ ବନ୍ଦର ଅହମ୍ମଦାବାଦ ସହ ଯୋଡି ହେବ । ଅହମ୍ମଦାବାଦ ଓ ସୁରଟ ସହ ବୁଲେଟ୍ ଟ୍ରେନ ଦେଶର ଆଞ୍ଚଳିକ ରାଜଧାନୀ ମୁମ୍ବାଇ ସହ ଚଳାଚଳ କରିବା କାର୍ଯ୍ୟ ଆଗେଇ ଚାଲିଛି ।

            ପ୍ରଧାନମନ୍ତ୍ରୀ ଗ୍ରାମାଞ୍ଚଳ ବିକାଶ ଦିଗରେ ନିଆଯାଉଥିବା ପଦକ୍ଷେପ ନେଇ ମଧ୍ୟ ସୂଚନା ଦେଇଛନ୍ତି । ଗତ ଦୁଇ ଦଶନ୍ଧି ଧରି ସଡକ, ବିଦ୍ୟୁତ, ଜଳଯୋଗାଣ ଇତ୍ୟାଦି କ୍ଷେତ୍ରରେ ହୋଇଥିବା ଅଗ୍ରଗତି ଗୁଜରାଟର ବିକାଶ ଦିଗରେ ବେଶ୍ ସହାୟକ ହୋଇପାରିଛି । ଆଜି ଗୁଜରାଟର ସମସ୍ତ ଗ୍ରାମ ସବୁଦିନିଆ ରାସ୍ତା ସହ ଯୋଡି ହୋଇଛି । ଆଦିବାସୀ ବହୁଳ ଗ୍ରାମଗୁଡିକରେ ମଧ୍ୟ ଉନ୍ନତ ସଡକ ରହିଛି । ଆଜି ଗୁଜରାଟର ଶତକଡା 80ଭାଗ ଘରେ ପାଇପ ପାଣି ପହଁଞ୍ଚୁଛି । ଜଳ ଜୀବନ ମିଶନ ଅଧୀନରେ ଦଶଲକ୍ଷ ଘରକୁ ପାଣି ସଂଯୋଗ ଯୋଗାଯାଇଛି । ଖୁବ୍ ଶୀଘ୍ର ପ୍ରତ୍ୟେକ ଘରକୁ ପାଇପ ଯୋଗେ ପାଣି ଯୋଗାଇ ଦିଆଯିବ ।

            ସେହିପରି ଜଳସେଚନ କ୍ଷେତ୍ରରେ ମଧ୍ୟ ଏକ ନୂତନ ଦିଗନ୍ତ ସୃଷ୍ଟି ହୋଇ ସରଦାର ସରୋବର ସାଉନି ଯୋଜନା ଓ ୱାଟର ଗ୍ରୀଡ ନେଟୱାର୍କ ଜରିଆରେ ଶୁଷ୍କାଞ୍ଚଳକୁ ପାଣି ଯୋଗାଇ ଦିଆଯାଇଛି । କଚ୍ଛକୁ ନର୍ମଦା ନଦୀର ପାଣି ପହଞ୍ôଚଯାଇଛି । ଅଣୁ ଜଳସେଚନ କ୍ଷେତ୍ରରେ ମଧ୍ୟ କାର୍ଯ୍ୟ କରାଯାଇଛି । ବିଦ୍ୟୁତ କ୍ଷେତ୍ରରେ ସଫଳତାର ନିଦର୍ଶନ ସ୍ୱରୂପ ଗୁଜରାଟ ସୌରଶକ୍ତିରେ ଦେଶରେ ଅଗ୍ରଣୀ ରହିଛି । ନିକଟରେ କଚ୍ଛ୍‌ଠାରେ ବିଶ୍ୱର ବୃହତ୍ତମ ସୌରଶକ୍ତି କେନ୍ଦ୍ର ସ୍ଥାପନ ପାଇଁ କାମ ଆଗେଇ ଚାଲିଛି । ସର୍ବୋଦୟ ଯୋଜନା ଅଧୀନରେ ଗୁଜରାଟ ଦେଶର ପ୍ରଥମ ରାଜ୍ୟ ଭାବେ ଜଳସେଚନ ପାଇଁ ପୃଥକ୍ ଭାବେ ବିଦ୍ୟୁତ ଶକ୍ତି ଯୋଗାଇ ଦେଉଛି ।

ଆୟୁଷ୍ମାନ ଭାରତ ଯୋଜନାରେ ରାଜ୍ୟର 21ଲକ୍ଷ ଲୋକ ସୁବିଧା ପାଇଥିବା ଶ୍ରୀ ମୋଦି କହିଛନ୍ତି । ରାଜ୍ୟରେ ଥିବା ପାଞ୍ଚଶହ ଜନୌଷଧି କେନ୍ଦ୍ର ଯୋଗୁ ସ୍ଥାନୀୟ ରୋଗୀମାନେ ଶହେ କୋଟି ଟଙ୍କା ବଞ୍ଚାଇ ପାରିଛନ୍ତି । ପ୍ରଧାନମନ୍ତ୍ରୀ ଆୱାସ-ଗ୍ରାମୀଣ ଯୋଜନା ଅଧୀନରେ ଦୁଇଲକ୍ଷ 50ହଜାରରୁ ଅଧିକ ଘର ତିଆରି କରାଯାଇଛି । ସ୍ୱଚ୍ଛ ଭାରତ ମିଶନ ଅଧୀନରେ 35ଲକ୍ଷରୁ ଅଧିକ ଶୌଚାଳୟ ନିର୍ମାଣ କରାଯାଇଛି ।

ପ୍ରଧାନମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରି କହିଛନ୍ତି ଯେ, ସରକାର ସାହାସିକ ନିଷ୍ପତ୍ତି ନେଇ ଦୃତଗତିରେ ତାହାକୁ ତ୍ୱରାନ୍ୱିତ କରୁଛନ୍ତି । ଦେଶ କେବଳ ବଡ ବଡ କାମ କରୁନାହିଁ ଉନ୍ନତ କାର୍ଯ୍ୟ ମଧ୍ୟ କରୁଛି । ସେ ବିଶ୍ୱର ବୃହତମ ପ୍ରତିମୂର୍ତ୍ତି, ବିଶ୍ୱର ସର୍ବବୃହତ କମ୍ ଦେୟଯୁକ୍ତ ଆବାସଯୋଜନା, ସ୍ୱାସ୍ଥ୍ୟସେବା ପ୍ରତିଶ୍ରୁତି ଯୋଜନା, ଛଅଲକ୍ଷ ଗ୍ରାମକୁ ଇଣ୍ଟରନେଟ ସଂଯୋଗ, ନିକଟରେ ଆରମ୍ଭ କରାଯାଇଥିବା ବିଶ୍ୱର ସର୍ବବୃହତ ଟୀକାକରଣ କାର୍ଯ୍ୟକ୍ରମର ଦୃଷ୍ଟାନ୍ତ ଦେଇଥିଲେ ।

            କିପରି ହାଜିରା ଏବଂ ଘୋଘା ମଧ୍ୟରେ ରୋ ପାକ୍ସ,ନୌ-ସେବା ଏବଂ ଗିରନାଇ ଝୁଲା(ରୋପ-ୱେ)ର ଦୃଢ କାର୍ଯ୍ୟକାରିତା ଯୋଗୁଁ ସ୍ଥାନୀୟ ଅଧିବାସୀଙ୍କ ଜୀବନମାନରେ ପରିବର୍ତ୍ତନ ଆସିଛି ଶ୍ରୀ ମୋଦି ଦୃଷ୍ଟାନ୍ତ ଦେଇଥିଲେ । ଏହି ଯୋଜନା ଯୋଗୁଁ ସମୟ ଇନ୍ଧନ ଅପଚୟ ରୋକାଯିବା ସହ ନୌସେବା ଯୋଗୁ ଘୋଘା-ହାଜିରା ମଧ୍ୟରେ ଦୂରତ୍ୱ 375 କିଲୋମିଟରରୁ 90 କିଲୋମିଟରକୁ ହ୍ରାସ ପାଇଛି । ଏହି ସେବା ଯୋଗୁଁ ଦୁଇମାସ ମଧ୍ୟରେ 50ହଜାର ଲୋକ ଏହାର ପୃଷ୍ଠପୋଷକତା କରିବା ସହ ଜଳପଥରେ 14ହଜାର ଯାନବାହନ ପରିବହନ କରାଯାଇପାରିଛି । ଏହି ଯୋଜନା ଯୋଗୁଁ କୃଷକ ଓ ପଶୁପାଳକ ମାନେ ବେଶ୍ ଉପକୃତ ହୋଇପାରିଛନ୍ତି । ସେହିପରି ଗତ ଅଢେଇ ମାସ ମଧ୍ୟରେ ଦୁଇ ଲକ୍ଷରୁ ଅଧିକ ଜନସାଧାରଣ ଗିରିନାର ରୋପ-ୱେର ଉପଯୋଗ ମଧ୍ୟ କରିଛନ୍ତି ।                 

            ଜନସାଧାରଣଙ୍କ ଆବଶ୍ୟକତା ଓ ଆକାଂଖ୍ୟାକୁ ଭଲଭାବେ ବୁଝି ଦ୍ରୁତଗତିରେ ଯୋଜନାଗୁଡିକୁ କାର୍ଯ୍ୟକାରୀ କଲେ ନବଭାରତର ଲକ୍ଷ୍ୟ ସାଧିତ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏଥିପାଇଁ ପ୍ରଗତି (PRAGATI)ପଦ୍ଧତି ଏକ ସୁଚିନ୍ତିତ ପଦକ୍ଷେପ ବୋଲି ଶ୍ରୀ ମୋଦି କହିଛନ୍ତି । ଦେଶର ସଂସ୍କୃତିକୁ ତ୍ୱରାନ୍ୱିତ କରିବାରେ ପ୍ରଗତି ପଦ୍ଧତି ଏକ ନୂତନ ଦିଗ୍‌ଦର୍ଶନ ଦେବ ଓ ଖୋଦ୍ ପ୍ରଧାନମନ୍ତ୍ରୀ ଏହାର ଅଧ୍ୟକ୍ଷ ଅଛନ୍ତି । ଏଥିରେ ସିଧାସଳଖ ଅଂଶୀଦାରମାନଙ୍କ ସହ କଥାବାର୍ତ୍ତା କଲେ ସମସ୍ୟାର ସମାଧାନ ସୂତ୍ର ବାହାର କରିବାକୁ ଉଦ୍ୟମ ହେଉଛି । ଗତ ପାଞ୍ଚବର୍ଷ ମଧ୍ୟରେ ଆମେ 13ଲକ୍ଷ କୋଟି ଟଙ୍କାର ପ୍ରକଳ୍ପର ସମୀକ୍ଷା କରିଛୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

            ଦୀର୍ଘଦିନଧରି ପଡି ରହିଥିବା ଯୋଜନାଗୁଡିକର ସମାଧାନ ଯୋଗୁଁ ସୁରତ ଭଳି ନଗରୀଗୁଡିକରେ ନୂତନ ଶକ୍ତିର ସଂଚାର ହୋଇଛି ବୋଲି ପ୍ରଧାନମନ୍ତ୍ରୀ ଦୃଢଭାବେ କହିଛନ୍ତି । ଆମର ଶିଳ୍ପ ବିଶେଷକରି କ୍ଷୁଦ୍ରଶିଳ୍ପ ଓ ଏମ୍‌ଏସଏମ୍‌ଇ ଉନ୍ନତ ଭିତ୍ତିଭୂମି ହାସଲ କରି ଦୃଢ ଆସ୍ଥାର ସହ ବିଶ୍ୱବଜାରରେ ପ୍ରତିଦ୍ୱନ୍ଦିତା କରିପାରୁଛନ୍ତି । ଆତ୍ମ ନିର୍ଭର ଭାରତ ଯୋଜନା ଅଭିଯାନ ଅଧୀନରେ କ୍ଷୁଦ୍ରଶିଳ୍ପ ସଂସ୍ଥାଗୁଡିକ ହଜାର ହଜାର କୋଟି ଟଙ୍କାର ଋଣ ପାଇ ସେମାନଙ୍କ ଦୁର୍ଦ୍ଦିନରୁ ନିଜକୁ ମୁକୁଳାଇ ପାରିଛନ୍ତି । ଏମଏସଏମଇର ପୁନବିନ୍ୟାସ ଯୋଗୁଁ କ୍ଷୁଦ୍ରଶିଳ୍ପ ସଂସ୍ଥାଗୁଡିକ ଯଥେଷ୍ଟ ବଳ ପାଇଛନ୍ତି । ଆଗରୁ ଥିବା କଟକଣାଗୁଡିକ ସରକାର ହଟାଇବା ଯୋଗୁଁ ସେମାନଙ୍କୁ ନୂତନ ବାଟ ମିଳିଛି । ସେହିପରି ଏମ୍‌ଏସଏମ୍‌ଇର ସଂଜ୍ଞାର  ନୂତନ ନିରୁପଣ ଦ୍ୱାରା ନିର୍ମାଣ ଓ ସେବା ଉଦ୍ୟୋଗ ମଧ୍ୟରେ ଥିବା ବିଭିନ୍ନ କଟକଣାର ଅନ୍ତ ଘଟିଛି । ଏହା ସେବା କ୍ଷେତ୍ର ପାଇଁ ଅନେକ ନୂତନ ସମ୍ଭାବନାର ଦିଗ ସୃଷ୍ଟି କରିଛି । ସରକାରୀ ଆହରଣରେ ମଧ୍ୟ ସେମାନଙ୍କୁ ସୁଯୋଗ ପ୍ରଦାନ କରାଯାଉଛି । କ୍ଷୁଦ୍ରଶିଳ୍ପଗୁଡିକୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ସରକାର ଅଙ୍ଗୀକାରବଦ୍ଧ ଓ ସେଗୁଡିକର ଅଭିବୃଦ୍ଧି ସହ ସେଠାରେ କାର୍ଯ୍ୟରତ ଶ୍ରମିକ ଗୋଷ୍ଠୀ ମଧ୍ୟ ଏକ ଉନ୍ନତ ଜୀବନ ଅତିବାହିତ କରିପାରିବେ ବୋଲି ଶ୍ରୀ ମୋଦୀ ଉପସଂହାରରେ ମନ୍ତ୍ରବ୍ୟ ଦେଇଛନ୍ତି ।

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Synergy of steel & software: How Indian Railways got on the digital track

Media Coverage

Synergy of steel & software: How Indian Railways got on the digital track
NM on the go

Nm on the go

Always be the first to hear from the PM. Get the App Now!
...
PM Modi highlights youth-led development and India's thriving innovation ecosystem
June 13, 2026
PM emphasizes the remarkable contributions of Yuva Shakti across diverse sectors and their growing impact on the global stage

Prime Minister Shri Narendra Modi today stated that the Government is strongly working towards youth-led development. He noted that one of the defining features of the last 12 years has been the confidence with which India’s youth have pursued their aspirations.

Shri Modi highlighted that through initiatives such as Startup India, Digital India, Skill India, and Atal Innovation Mission, an ecosystem has emerged that encourages innovation, entrepreneurship, and enterprise. The Prime Minister pointed out that today, India is among the world’s leading StartUp destinations and many of these success stories are being scripted by our Yuva Shakti, and that too from smaller towns and villages.

The Prime Minister observed that India’s youth are making their mark across various sectors, from science and technology to manufacturing, space, semiconductors, and drones. He expressed that it is heartening to see young Indians contributing to areas that will shape the future of the nation and the world.
Shri Modi emphasized that our youth have also brought immense glory to the nation in the field of sports, consistently enhancing national pride in numerous international competitions. He further stated that a stronger sporting ecosystem, better infrastructure, and greater support for athletes are creating new opportunities for young talent and encouraging them to pursue sports.

In a series of posts on X, the Prime Minister shared:

"The NDA Government is one that is strongly working towards youth-led development. One of the defining features of the last 12 years has been the confidence with which India’s youth have pursued their aspirations.

Through initiatives such as Startup India, Digital India, Skill India and Atal Innovation Mission, an ecosystem has emerged that encourages innovation, entrepreneurship and enterprise.

Today, India is among the world’s leading StartUp destinations and many of these success stories are being scripted by our Yuva Shakti and that too from smaller towns and villages.

#12YearsOfYuvaShakti”

“India’s youth are making their mark across various sectors, from science and technology to manufacturing, space, semiconductors and drones. It is heartening to see young Indians contributing to areas that will shape the future of our nation and the world.

Our youth have also brought immense glory to the nation in the field of sports. In numerous international competitions, young Indian athletes have consistently enhanced national pride.
At the same time, a stronger sporting ecosystem, better infrastructure and greater support for athletes are creating new opportunities for young talent and encouraging them to pursue sports.

#12YearsOfYuvaShakti"