India has entered the third decade of the 21st century with new energy and enthusiasm: PM Modi
This third decade of 21st century has started with a strong foundation of expectations and aspirations: PM Modi
Congress and its allies taking out rallies against those persecuted in Pakistan: PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାକଟର ତୁମକୁରସ୍ଥିତ ଶ୍ରୀ ସିଦ୍ଧଗଙ୍ଗା ମଠ ପରିଦର୍ଶନ କରିବା ସହିତ ସେଠାରେ ଶ୍ରୀ ଶ୍ରୀ ଶିବକୁମାର ସ୍ୱାମୀଜୀଙ୍କ ସ୍ମାରକୀ ସଂଗ୍ରହାଳୟ ନିର୍ମାଣ ନିମନ୍ତେ ଶିଳାନ୍ୟାସ କରିଛନ୍ତି ।

ତୁମୁକୁରସ୍ଥିତ ଶ୍ରୀ ସିଦ୍ଧଗଙ୍ଗା ମଠରେ ସମବେତ ଜନସାଧାରଣଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏପରି ପବିତ୍ର ଭୂମିରେ 2020 ବର୍ଷର ପ୍ରାରମ୍ଭରେ ଉପସ୍ଥିତ ହେବା ତାଙ୍କ ପାଇଁ ସୌଭାଗ୍ୟର ବିଷୟ । ସେ ଏହି ଆଶା ବ୍ୟକ୍ତ କରିଥିଲେ ଯେ ଶ୍ରୀ ସିଦ୍ଧଗଙ୍ଗା ମଠର ପବିତ୍ର ଶକ୍ତି ଆମ ଦେଶର ଲୋକମାନଙ୍କ ଜୀବନକୁ ସମୃଦ୍ଧ କରିବ ।

ସେ କହିଥିଲେ ଯେ “ଆମେ ସମସ୍ତେ ପୂଜ୍ୟ ସ୍ୱାମୀ ଶ୍ରୀ ଶ୍ରୀ ଶିବକୁମାରଙ୍କ ଶାରୀରିକ ଅନୁପସ୍ଥିତିକୁ ଅନୁଭବ କରୁଛୁ । ମୁଁ ବ୍ୟକ୍ତିଗତ ଭାବେ ଏହା ଅନୁଭବ କରିଛି ଯେ ତାଙ୍କର ଶୁଭଦୃଷ୍ଟି ଅତ୍ୟନ୍ତ ସମୃଦ୍ଧ ଏବଂ ପ୍ରେରଣାଦାୟକ ଥିଲା । ତାଙ୍କର ପ୍ରେରଣାଦାୟୀ ବ୍ୟକ୍ତିତ୍ୱ ବଳରେ ଏହି ପବିତ୍ର ସ୍ଥାନ ଦଶନ୍ଧି ଦଶନ୍ଧି ଧରି ସମାଜକୁ ମାର୍ଗଦର୍ଶନ କରିଆସୁଛି ।

ସେ କହିଥିଲେ ଯେ “ଶ୍ରୀ ଶ୍ରୀ ଶିବକୁମାରଙ୍କ ସ୍ମୃତିରେ ନିର୍ମିତ ହେବାକୁ ଥିବା ସଂଗ୍ରହାଳୟ ପାଇଁ ଆଧାରଶିଳା ରଖିବାର ଶୁଭ ଅବସର ମିଳିବା ମୋ ପାଇଁ ସୌଭାଗ୍ୟର ବିଷୟ । ଏହି ସଂଗ୍ରହାଳୟ କେବଳ ଲୋକମାନଙ୍କୁ ପ୍ରେରଣା ଯୋଗାଇବ ନାହିଁ, ବରଂ ସମାଜ ଓ ଦେଶକୁ ମାର୍ଗ ଦେଖାଇବାର କାମ ମଧ୍ୟ କରିବ ।”

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ନୂତନ ଉତ୍ସାହ ଏବଂ ଶକ୍ତିର ସହିତ ଏକବିଂଶ ଶତାବ୍ଦୀର ତୃତୀୟ ଦଶକରେ ପ୍ରବେଶ କରିଛି ।
ବିଗତ ଦଶନ୍ଧିର ଆରମ୍ଭ କିଭଳି ହୋଇଥିଲା ତାହା ମନେ ପକାଇବା ଲାଗି ସେ ରାଷ୍ଟ୍ରକୁ ଆହ୍ୱାନ କରିଥିଲେ । ସେ ଏହା ମଧ୍ୟ କହିଥିଲେ ଯେ ଏକବିଂଶ ଶତାବ୍ଦୀର ତୃତୀୟ ଦଶକ ଆଶା, ଆକାଂକ୍ଷାର ଦୃଢ଼ ପାହାଚ ଉପରେ ଛିଡ଼ା ହୋଇଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଏହି ଆକାଂକ୍ଷା ନୂତନ ଭାରତର, ଯୁବ ସ୍ୱପ୍ନର, ମହିଳାମାନଙ୍କର, ଗରିବ, ଦଳିତ, ବଞ୍ଚିତ, ପୀଡ଼ିତ, ପଛୁଆ ଓ ଆଦିବାସୀଙ୍କର । ଏହି ଆକାଂକ୍ଷା ଭାରତକୁ ଏକ ସମୃଦ୍ଧ, ସକ୍ଷମ ଓ ସମ୍ପୂର୍ଣ୍ଣ ବିଶ୍ୱ ଶକ୍ତି ଭାବେ ଦେଖିବାର । ଏହା ପ୍ରତ୍ୟେକ ଭାରତୀୟଙ୍କ ମନୋଭାବ ହୋଇଯାଇଛି ଯେ ଆମକୁ ଯେଉଁ ସମସ୍ୟା ଉତ୍ତରାଧିକାର ସୂତ୍ରରେ ମିଳିଛି, ସେଗୁଡ଼ିକର ସମାଧାନ କରିବାକୁ ହେବ । ସମାଜରୁ ବାହାରିଥିବା ଏହି ବାର୍ତ୍ତା ଆମ ସରକାରଙ୍କୁ ଅନୁପ୍ରାଣିତ ଓ ପ୍ରୋତ୍ସାହିତ କରୁଛି ।”

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅନେକ ଲୋକ ନିଜର ଏବଂ ନିଜ କନ୍ୟାମାନଙ୍କ ଜୀବନ ବଞ୍ଚାଇବା ଲାଗି ପାକିସ୍ତାନରୁ ଲୁଚି ଭାରତକୁ ଚାଲିଆସୁଛନ୍ତି ।

ସେ କହିଥିଲେ ଯେ ପ୍ରତ୍ୟେକ ଦେଶବାସୀଙ୍କ ମନରେ ଏ ପ୍ରଶ୍ନ ଉଠୁଛି ଯେ କିଛି ଲୋକ ପାକିସ୍ତାନ ବିରୋଧରେ କହିବା ବଦଳରେ ଏହି ପୀଡ଼ିତ ଲୋକଙ୍କ ବିରୋଧରେ ଶୋଭାଯାତ୍ରା ବାହାର କରୁଛନ୍ତି କାହିଁକି ?

ଭାରତର ସଂସଦ ବିରୋଧରେ ପ୍ରଦର୍ଶନ କରୁଥିବା ଲୋକମାନଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯଦି ଆପଣମାନଙ୍କୁ ଆନ୍ଦୋଳନ କରିବାର ଅଛି ତ’ ଗତ 70 ବର୍ଷ ମଧ୍ୟରେ ପାକିସ୍ତାନ ଦ୍ୱାରା କରାଯାଇଥିବା ଅତ୍ୟାଚାର ବିରୋଧରେ କରନ୍ତୁ । ପାକିସ୍ତାନ କରିଥିବା ଅତ୍ୟାଚାର ସମ୍ପର୍କରେ ଅନ୍ତର୍ଜାତୀୟ ସ୍ତରରେ ଖୁଲାସା କରିବାର ଆବଶ୍ୟକତା ରହିଛି । ଯଦି ସ୍ୱର ଉତ୍ତୋଳନ କରିବାର ଅଛି ତ’ ପାକିସ୍ତାନରେ ଯେପରି ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର ହେଉଛି ତା’ ବିରୋଧରେ କରନ୍ତୁ । ପାକିସ୍ତାନରେ ଉତ୍ପୀଡ଼ନର ଶିକାର ହେଉଥିବା ହିନ୍ଦୁ-ଦଳିତ-ପୀଡ଼ିତ-ଶୋଷିତଙ୍କ ସମର୍ଥନରେ ଶୋଭାଯାତ୍ରା ବାହାର କରିବାର ଆବଶ୍ୟକତା ରହିଛି ।

ତିନୋଟି ପ୍ରସ୍ତାବ ପାଇଁ ପ୍ରଧାନମନ୍ତ୍ରୀ ସନ୍ଥ ସମାଜ ଠାରୁ ସକ୍ରିୟ ସମର୍ଥନ ମାଗିଥିଲେ ।

ପ୍ରଥମତଃ, ପ୍ରତ୍ୟେକ ବ୍ୟକ୍ତିର କର୍ତ୍ତବ୍ୟ ଓ ଦାୟିତ୍ୱକୁ ଗୁରୁତ୍ୱ ଦେଇ ଭାରତର ପ୍ରାଚୀନ ସଂସ୍କୃତିକୁ ଆହୁରି ସୁଦୃଢ଼ କରିବା ।

ଦ୍ୱିତୀୟତଃ, ପ୍ରକୃତି ଓ ପରିବେଶର ସୁରକ୍ଷା ।

ଏବଂ ତୃତୀୟତଃ, ଜଳ ସଂରକ୍ଷଣ, ଜଳ ସଞ୍ଚୟ ବିଷୟରେ ଜନ ସଚେତନତା ପାଇଁ ସହଯୋଗ କରିବା ।

ସେ କହିଥିଲେ ଯେ ଭାରତ ସବୁବେଳେ ଉଚିତ ମାର୍ଗ ପାଇବା ଲାଗି ସନ୍ଥ, ମହାତ୍ମା ଏବଂ ଗୁରୁମାନଙ୍କୁ ଏକ ଆଲୋକସ୍ତମ୍ଭ ଭାବେ ଦେଖିଆସିଛି । 

 

 

 

 

 

 

 

 

 

 

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi hails India’s ‘Mission Drishti’ launch as ‘world’s first OptoSAR satellite’ enters orbit

Media Coverage

PM Modi hails India’s ‘Mission Drishti’ launch as ‘world’s first OptoSAR satellite’ enters orbit
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 4, 2026
May 04, 2026

Green Roads, Smart Tolls, Trillion-Dollar Dreams: How PM Modi's Policies are Supercharging a Modern India