PM Modi interacts with members of RWA and unauthorized colonies of Delhi
In a way a new rise of Delhi will be started through PM Uday Yojana: PM Modi
The government is committed to ensure a better future for the residets of Delhi: PM Modi

ଦିଲ୍ଲୀର ଅନଧିକୃତ କଲୋନିରେ ରହୁଥିବା 40 ଲକ୍ଷରୁ ଊର୍ଦ୍ଧ୍ଵ ବାସୀନ୍ଦାଙ୍କୁ ସେମାନଙ୍କ ଆବାସର ମାଲିକାନା ଏବଂ ବନ୍ଧକ/ହସ୍ତାନ୍ତର ଅଧିକାର ପ୍ରଦାନ ଲାଗି ନିକଟରେ କେନ୍ଦ୍ର କ୍ୟାବିନେଟ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିପାଇଁ ଅନଧିକୃତ କଲୋନିର ସଦସ୍ୟ ଏବଂ ଦିଲ୍ଲୀ ନିବାସୀ କଲ୍ୟାଣ ପରିଷଦ ପକ୍ଷରୁ ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

ଏହି ଅବସରରେ କେନ୍ଦ୍ର ଆବାସ ଏବଂ ସହରାଂଚଳ ବ୍ୟାପାର ମନ୍ତ୍ରୀ ହରଦୀପ ସିଂ ପୁରୀଦିଲ୍ଲୀ ସାଂସଦ ମନୋଜ ତିୱାରୀହଂସ ରାଜ ହଂସ ଏବଂ ବିଜୟ ଗୋଏଲଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ନିଷ୍ପତ୍ତି ପଛରେ ଉଦ୍ଦେଶ୍ୟ ହେଉଛି ସବକା ସାଥ ସବକା ବିକାଶ” । ପ୍ରଧାନମନ୍ତ୍ରୀ ପୁଣି କହିଥିଲେ ଯେ ଏହି ନିଷ୍ପତ୍ତି ରାଜନୀତି ଠାରୁ ଊଦ୍ଧ୍ୱର୍ରେ । ଧର୍ମ ଏବଂ ରାଜନୈତିକ ମାନ୍ୟତା ନିର୍ବିଶେଷରେ ଏହି ନିଷ୍ପତ୍ତି ପ୍ରତ୍ୟେକ ଲୋକ ପାଇଁ ନିଆଯାଇଛି । ସ୍ଥାନୀୟ ସାଂସଦବିଧାୟକ ଏବଂ କଲୋନିର ଅନ୍ୟ ବାସୀନ୍ଦାଙ୍କ ସମେତ ବିଭିନ୍ନ ବର୍ଗର ଲୋକଙ୍କଠାରୁ ବ୍ୟାପକ ପରାମର୍ଶ ନିଆଯିବା ପରେ ପିଏମ-ଉଦୟ ଯୋଜନାର ଆରମ୍ଭ କରାଯାଇଥିବା ସେ କହିଥିଲେ ।

ପ୍ରଧାନମନ୍ତ୍ରୀ ଏହାକୁ ଦିଲ୍ଲୀବାସୀନ୍ଦାଙ୍କ ବିଜୟ ବୋଲି ବର୍ଣ୍ଣନା କରିଥିଲେ ଯେଉଁମାନେ ସେମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବା ଲାଗି ଅତୀତରେ ସବୁ ସରକାରଙ୍କୁ ସହାୟତା କରିବା ପାଇଁ ପ୍ରୟାସ କରିଥିଲେ । ସେ କହିଥିଲେକେନ୍ଦ୍ର ସରକାର ଏହି ବାସୀନ୍ଦାଙ୍କ ଜୀବନରେ ଥିବା ଅସ୍ଥିରତା ଏବଂ ଅନିଶ୍ଚିତତାକୁ ଦୂର କରିବା ଉଦ୍ଦେଶ୍ୟରେ ସେମାନଙ୍କୁ ମାଲିକାନା/ହସ୍ତାନ୍ତର ଅଧିକାର ପ୍ରଦାନ କରିବା ପାଇଁ ଆଇନ ଆଣିବା ନିମନ୍ତେ ନିଷ୍ପତ୍ତି ନେଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେବର୍ତ୍ତମାନ ଏହି ନିଷ୍ପତ୍ତି ଦ୍ୱାରା ବହୁ ଦଶନ୍ଧି ଧରି ସେମାନଙ୍କ ଜୀବନରେ ଥିବା ଅନିଶ୍ଚିତତା ଦୂର ହୋଇଛି ଏବଂ ସେମାନେ ଉଚ୍ଛେଦ ଓ ସ୍ଥାନାନ୍ତର ଭୟ ବିନା ନିଜ ସ୍ୱପ୍ନ ପୂରଣ ପାଇଁ ଶାନ୍ତିରେ ପ୍ରୟାସ କରିପାରିବେ । ସେ କହିଥିଲେ, “ଏହା ସମ୍ପୂର୍ଣ୍ଣ ଦିଲ୍ଲୀର ଭାଗ୍ୟ ବଦଳାଇଦେବ । ଦିଲ୍ଲୀର ଭାଗ୍ୟ ସହିତ ଦେଶର ଭାଗ୍ୟ ମଧ୍ୟ ବଦଳିବ ।

ଦେଶର ବହୁ ଦଶନ୍ଧି ପୁରୁଣା ଅଧୋଗତି ସମ୍ପର୍କରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱାଧୀନତା ପରେ ଦେଶରେ ନିଷ୍ପତ୍ତି ନେବାରୁ ଦୂରେଇ ରହିବାନିଷ୍ପତ୍ତିକୁ ବିଳମ୍ବିତ କରିବା ଏବଂ ପ୍ରସଙ୍ଗରୁ ଦୂରେଇ ଯିବାର ସଂସ୍କୃତି ବିକଶିତ ହୋଇଥିଲା । ଏହା ଆମର ଜୀବନରେ ଅସ୍ଥିରତା ଆଣିଥିଲା ।

ଜମ୍ମୁ ଓ କଶ୍ମୀର ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅନୁଚ୍ଛେଦ 370ର ଅସ୍ଥାୟୀ ବ୍ୟବସ୍ଥା ଦେଶରେ ଅସ୍ଥିରତା ଓ ଦ୍ୱନ୍ଦ୍ୱ ସୃଷ୍ଟି କରୁଥିଲା । ସେହିପରି ତିନି ତଲାକ ଭଳି ପ୍ରସଙ୍ଗ ଗୃହିଣୀଙ୍କ ଜୀବନକୁ ନର୍କରେ ପରିଣତ କରିଦେଇଥିଲା । ଏହି ଦୁଇଟି ବିସଂଗତି ସରକାର ଦୂର କରିଛନ୍ତି । ଅନୁରୂପ ଭାବେ କଲୋନିର 40 ଲକ୍ଷ ବାସୀନ୍ଦାଙ୍କ ମନରୁ ଉଚ୍ଛେଦର ଭୟ ଦୂର କରିବା କାମ ସରକାର କରିଛନ୍ତି ।

 

ମଧ୍ୟବିତ୍ତ ନାଗରିକଙ୍କ ପାଇଁ ଅସମ୍ପୂର୍ଣ୍ଣ ଆବାସିକ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବା ଲାଗି ନିକଟରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ଏହା ଦେଶରେ 4.5 ଲକ୍ଷ ଗୃହ କ୍ରେତାଙ୍କୁ ସହାୟତା କରିବ ଏବଂ ସେମାନଙ୍କ ଜୀବନରେ ଶାନ୍ତି ଆସିବ ।

ସେ କହିଥିଲେ ପିଏମ-ଉଦୟ ଯୋଜନା ଦ୍ୱାରା ଦିଲ୍ଲୀର ଏହି ହିତାଧିକାରୀଙ୍କ  ଜୀବନରେ ନୂତନ ସୂର୍ଯ୍ୟ ଉଦୟ ହେବ ।

2022 ସୁଦ୍ଧା ସମସ୍ତଙ୍କୁ ବାସଗୃହ ଯୋଗାଇ ଦେବା ଲାଗି ତାଙ୍କ ସରକାରଙ୍କ ସଂକଳ୍ପକୁ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ ।

ପିଏମ-ଉଦୟ ଯୋଜନାର ପୃଷ୍ଠଭୂମି :

ଅକ୍ଟୋବର 232019ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଦିଲ୍ଲୀର ଅନଧିକୃତ କଲୋନି ବାସୀନ୍ଦାଙ୍କୁ ମାଲିକାନା/ହସ୍ତାନ୍ତର ଅଧିକାର ଦେବା ପ୍ରସ୍ତାବକୁ ଅନୁମୋଦନ କରିଥିଲେ ।

ଏହାକୁ ଲାଗୁ କରିବା ପାଇଁ 29 ଅକ୍ଟୋବର 2019ରେ ଏକ ନିୟାମକ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

ବାସୀନ୍ଦାମାନଙ୍କୁ ସାଧାରଣ ପାୱାର ଅଫ ଆଟର୍ଣ୍ଣି (ଜିପିଏ)ଇଚ୍ଛାପତ୍ରବିକ୍ରି ଚୁକ୍ତିପଇଠ ଏବଂ ଅଧିଗ୍ରହଣ କାଗଜାତ ଆଦି ଆଧାରରେ ସମ୍ପତ୍ତିର ମାଲିକାନା ପ୍ରଦାନ କରିବା ପାଇଁ ଏକ ବିଲ ସଂସଦର ଆଗାମୀ ଅଧିବେଶନରେ ଉପସ୍ଥାପନ କରିବା ପ୍ରସ୍ତାବକୁ ମଧ୍ୟ କେନ୍ଦ୍ର କ୍ୟାବିନେଟ ମଞ୍ଜୁର କରିଥିଲେ ।

ବର୍ତ୍ତମାନର ଆଇନ ଅନୁଯାୟୀସର୍କଲ ଦର ବଦଳରେ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ସର୍ବନିମ୍ନ ଦରରେ ରେଜିଷ୍ଟ୍ରେସନ ଚାର୍ଜ ଓ ଷ୍ଟାମ୍ପ ଡ୍ୟୁଟି ଲାଗୁ କରିବା ପାଇଁ ଏହି ପ୍ରସ୍ତାବିତ ବିଲରେ ବ୍ୟବସ୍ଥା ରହିଛି । ଏସବୁ ଛାଡ଼ କେବଳ ଥରକ ପାଇଁ ଅନଧିକୃତ କଲୋନି ବାସୀନ୍ଦାଙ୍କୁ ସେମାନଙ୍କ ସ୍ୱତନ୍ତ୍ର ପରିସ୍ଥିତିକୁ ଦୃଷ୍ଟିରେ ରଖି ମିଳିଛି ।

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Wed in India’ Initiative Fuels The Rise Of NRI And Expat Destination Weddings In India

Media Coverage

'Wed in India’ Initiative Fuels The Rise Of NRI And Expat Destination Weddings In India
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Congratulates Indian Squash Team on World Cup Victory
December 15, 2025

Prime Minister Shri Narendra Modi today congratulated the Indian Squash Team for creating history by winning their first‑ever World Cup title at the SDAT Squash World Cup 2025.

Shri Modi lauded the exceptional performance of Joshna Chinnappa, Abhay Singh, Velavan Senthil Kumar and Anahat Singh, noting that their dedication, discipline and determination have brought immense pride to the nation. He said that this landmark achievement reflects the growing strength of Indian sports on the global stage.

The Prime Minister added that this victory will inspire countless young athletes across the country and further boost the popularity of squash among India’s youth.

Shri Modi in a post on X said:

“Congratulations to the Indian Squash Team for creating history and winning their first-ever World Cup title at SDAT Squash World Cup 2025!

Joshna Chinnappa, Abhay Singh, Velavan Senthil Kumar and Anahat Singh have displayed tremendous dedication and determination. Their success has made the entire nation proud. This win will also boost the popularity of squash among our youth.

@joshnachinappa

@abhaysinghk98

@Anahat_Singh13”