PM Modi lays the foundation stone of Pune metro.
India is urbanising at a very quick pace & thus, its essential to work in 2 directions. 1st is to improve quality of life in villages: PM
Growth of our cities must be adequately planned: PM
The Government of India is actively working on the Rurban Mission: PM
We need to invigorate our villages with good facilities while preserving their character & spirit: PM
After 8th November, urban local bodies' income has increased which can be allocated towards development: PM
In this nation everybody is equal before the law and everyone has to follow the law: PM

ପ୍ରଧାନମନ୍ତ୍ରୀ ଣ୍ରୀ ନରେନ୍ଦ୍ର ମୋଦୀ ଆଜି ପୁଣେ ପ୍ରଥମ ପର୍ଯ୍ୟାୟ ମେଟ୍ରୋ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି  ।

ଏହି ଅବସରରେ ସହରରେ ଆୟୋଜିତ ଏକ ବଡ ସଭାକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ଏକ ତ୍ୱରୀତ ଗତିରେ ସହରୀକରଣ ଆଡକୁ ଅଗ୍ରସର ହେଉଛି ଏବଂ ଏଥିପାଇଁ ଦୁଇଟି ଦିଗ ଉପରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି  । ସେଥିମଧ୍ୟରେ ଗ୍ରାମୀଣ ଜୀବନ ଶୈଳୀର ମାନ ବୃଦ୍ଧି ଏବଂ ସହରାଂଚଳ ପାଇଁ ଉପୁଜୁଥିବା ସମସ୍ୟାଗୁଡିକୁ ହ୍ରାସ କରିବା ପାଇଁ ଦୀର୍ଘକାଳୀନ ଚିନ୍ତାଧାରା ପ୍ରମୁଖ ରହିଛି ।

ସେ କହିଥିଲେ ଯେ ଆମକୁ ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ହେବ, ପ୍ରଧାନମନ୍ତ୍ରୀ କହିଥିଲେ ଯେ ରାଜନୈତିକ ଦୃଷ୍ଟିକୋଣରୁ ସବୁ କ୍ଷେତ୍ରକୁ ଦେଖିହେବ ନାହିଁ  । ସେ ଆହୁରି ମଧ୍ୟ କହିଥିଲେ ଯେ ଆମ ସହରଗୁଡିକର ବିକାଶ ପାଇଁ ଆମକୁ ବ୍ୟାପକ ଯୋଜନା ପ୍ରସ୍ତୁତ କରିବାକୁ ହେବ  ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ରୁରବାନ ମିଶନକୁ ନେଇ କେନ୍ଦ୍ର ସରକାର ସକ୍ରୀୟ ଭାବେ କାର୍ଯ୍ୟ କରୁଛନ୍ତି ଯାହା ସହରୀକରଣକୁ ସଂପୂର୍ଣ୍ଣ କରିବା ପାଇଁ ବିକାଶୋନ୍ମୁଖୀ ଏବଂ ଏଥିପାଇଁ ସରକାର କାର୍ଯ୍ୟ କରୁଛନ୍ତି  । 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ମିଳୁଥିବା ଲାଭ ଗୁରୁତ୍ୱପୂର୍ଣ୍ଣ କିନ୍ତୁ ଭବିଷ୍ୟତରେ ଏହା ଆମର ଆବଶ୍ୟକତା ଏବଂ ଆକାଂକ୍ଷାକୁ ପୂରା କରିବା ଦିଗରେ କାର୍ଯ୍ୟ କରିବାକୁ ହେବ  । ଏହା ହେଉଛି ସରକାରଙ୍କ ପ୍ରୟାସ  ଯେ ଯେଉଁ ସବୁ ପ୍ରକଳ୍ପ ଆରମ୍ଭ କରାଯାଉଛି ସେସବୁକୁ ଧାର୍ଯ୍ୟ ସମୟସୀମା ମଧ୍ୟରେ ସଂପୂର୍ଣ୍ଣ କରିବା  ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ଗ୍ୟାସ ଗ୍ରୀଡ, ଜଳ ଗ୍ରୀଡ, ଡିଜିଟାଲ ନେଟୱାର୍କ, ଅନ୍ତରୀକ୍ଷ ପ୍ରଦ୍ୟୋଗିକୀ ଦ୍ୱାରା ଲାଭାନ୍ୱିତ ହେବା ଏବଂ କୃଷକମାନଙ୍କୁ ସହାୟତା ଯୋଗାଇଦେବା ପାଇଁ ଆବଶ୍ୟକ ଜ୍ଞାନ କୌଶଳର ବିକାଶ ଦିଗରେ କାର୍ଯ୍ୟ କରୁଛନ୍ତି  ।

ସେ କହିଥିଲେ ଯେ ରାଷ୍ଟ୍ରରେ ଆଇନ ଆଗରେ ସମସ୍ତେ ସମାନ ଏବଂ ସସସ୍ତେ ଏହି ଆଇନକୁ ଅନୁକରଣ କରିବାର ଆବଶ୍ୟକତା ରହିଛି  । ଭ୍ରଷ୍ଟାଚାର ଏବଂ କଳାଧନ ଭଳି ବ୍ୟାଧିକୁ ସମାଜରୁ ଯଦି ଅନେକ ପୂର୍ବରୁ ନିର୍ମୂଳ କରାଯାଇଥାଆନ୍ତା, ଏବେ ବୋଧହୁଏ ସେ ଏହିଭଳି ନିଷ୍ପତ୍ତି ନେଇ ନ ଥାଆନ୍ତେ  ।

ପୁଣେ ସହରକୁ ଏକ ଶିକ୍ଷଣୀୟ ସହର ଭାବେ ବର୍ଣ୍ଣନା କରି ସେ କହିଥିଲେ ଯେ ଏହି ସହର ଅନଲାଇନ ବ୍ୟାଙ୍କିଙ୍ଗ ବ୍ୟବହାର ଏବଂ ଏହା ଜରିଆରେ ଉପଲବ୍ଧ ହେଉଥିବା ସୁବିଧା ବ୍ୟବହାର କରିବାରେ ସର୍ବାଗ୍ରେ ରହିବ  ।

ଏହି ରାଷ୍ଟ୍ରରେ ୧୨୫ କୋଟି ଭାରତୀୟଙ୍କର ସ୍ୱର ଶୁଣାଯିବ, ଏହି ସ୍ୱର ଅଳ୍ପ କିଛି ଲୋକଙ୍କ ଦ୍ୱାରା ବିକୃତ କରାଯାଇ ନ ପାରେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ  ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Passenger vehicle sales jump 34.4% in July

Media Coverage

Passenger vehicle sales jump 34.4% in July
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Sachin Siwach on winning Gold in Men’s 60 kg Boxing
August 02, 2026

The Prime Minister, Shri Narendra Modi, has congratulated Sachin Siwach on winning the Gold medal in the Men’s 60 kg Boxing event at the Commonwealth Games 2026 in Glasgow.

The Prime Minister said that Sachin Siwach’s achievement will inspire several young boxers.

Shri Modi extended his best wishes to him for his future endeavours and expressed hope that he would continue to make India proud.

The Prime Minister wrote on X;

“Sachin Siwach strikes Gold at Glasgow!

Congrats to him for the success in the Men's 60 kg Boxing event. He will motivate several young boxers. All the best for his endeavours ahead. May he always make India proud.

#CWG2026”