Transportation is the key to development for any city and any country. India is one of the world's countries where urbanization is taking place at a fast pace: Prime Minister Modi
PM Modi reiterates the government’s vision of ‘Housing for All’ by 2022 when India celebrates its 75th year of independence
After 2014 we decided that the speed of laying the metro line would also increase and scale would also increase: Prime Minister
Our government is continuously making efforts to enhance lives of middle class people: Prime Minister Modi
The central government is moving forward on the path of development. No corner of the country, no village or city should be untouched by development: PM Modi
Through our initiatives, we are strengthening the hands of the poor, bringing a qualitative change in their lives: Prime Minister
In the last 4 years, several new projects have been initiated for laying the Metro network in Mumbai: Prime Minister Modi

ଏଠାରେ ଆଜି ପ୍ରବଳ ସଂଖ୍ୟାରେ ଉପସ୍ଥିତ ମୋର ଭାଇ ଓ ଭଉଣୀମାନେ,

ମୁମ୍ବାଇ ଓ ଥାଣେ ଦେଶର ଏଭଳି ଏକ ଅଂଶ ଯାହା ଦେଶର ସ୍ୱପ୍ନକୁ ସାକାର କରିବା ସକାଶେ ବେଶ୍‌ ସହଯୋଗ କରିଆସିଛନ୍ତି । ଦେଶର ଛୋଟ ଛୋଟ ଗାଁ ଓ ବସ୍ତିମାନଙ୍କରୁ ଆସିଥିବା ସାଧାରଣ ଲୋକ ଏଠାରେ ବଡ଼ ସୁନାମ ଅର୍ଜନ କରିଛନ୍ତି, ନିଜକୁ ଓ ଦେଶକୁ ଗୌରବାନ୍ୱିତ କରିଛନ୍ତି । ଏଠାରେ ଜନ୍ମଗ୍ରହଣ କରିଥିବା ଲୋକ, ଏଠାରେ ବସବାସ କରୁଥିବା ଲୋକଙ୍କ ହୃଦୟ ଏତେ ବିଶାଳ ଯେ ସେମାନେ ସମସ୍ତେ ନିଜ ହୃଦୟରେ ସମସ୍ତଙ୍କୁ ଗ୍ରହଣ କରିନିଅନ୍ତି ।  ସେଇଥିପାଇଁ ତ ଏହି ଗୋଟିଏ ସ୍ଥାନରେ ସମଗ୍ର ଭାରତର ସ୍ୱରୂପ ଦେଖିବାକୁ ମିଳିଥାଏ । ଯେଉଁମାନେ ବି ଏଠାକୁ ଆସନ୍ତି  ସେମାନେ ମୁମ୍ବଇଆ ରଙ୍ଗରେ ରଙ୍ଗୀନ ହୋଇ ଯାଇଥାନ୍ତି । ମରାଠୀ ପରମ୍ପରାର ଅଂଶବିଶେଷ ପାଲଟି ଯାଇଥାନ୍ତି ।

ଭାଇ ଓ ଭଉଣୀମାନେ, ଆଜି ମୁମ୍ବାଇର ବିସ୍ତାର ଘଟିଚାଲିଛି । ଚାରିଆଡ଼େ ବିକାଶ ହୋଇ ଚାଲଛି । କିନ୍ତୁ ଏଥି ସହ ଏଠାରେ ଥିବା ଭିତ୍ତିଭୂମି ଉପରେ ଚାପ ବୃଦ୍ଧି ପାଇବାରେ ଲାଗିଛି । ବିଶେଷ କରି ଏଠାକାର ପରିବହନ ବ୍ୟବସ୍ଥା, ସଡ଼କ ଏବଂ ରେଳ ବ୍ୟବସ୍ଥା ଉପରେ ଅଧିକ ଚାପ ପଡ଼ିବାରେ ଲାଗିଛି ଯାହାକି ଯେକେହି ସହଜରେ ଦେଖିପାରିବେ ଏବଂ ଅନୁମାନ କରିପାରିବେ । ଏହାକୁ ଧ୍ୟାନରେ ରଖି ବିଗତ ଚାରି କିମ୍ବା ସାଢ଼େ ଚାରିବର୍ଷ ମଧ୍ୟରେ ମୁମ୍ବାଇ ଏବଂ ଥାଣେ ସମେତ ଏହି ସ୍ଥାନର ନିକଟବର୍ତ୍ତୀ ଅନ୍ୟାନ୍ୟ ଇଲାକାରେ ପରିବହନ ବ୍ୟବସ୍ଥାକୁ ସୁସଂଗତ ଓ ସୁବ୍ୟବସ୍ଥିତ କରିବା ସକାଶେ ଅନେକ ପ୍ରୟାସ କରାଯାଇଆସୁଛି ।

ଆଜି ବି ଏଠାରେ ଯେଉଁ 33 ହଜାର କୋଟି ଟଙ୍କାରୁ ଅଧିକ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି ସେଥିରେ ଦୁଇଟି ମେଟ୍ରୋ ଲାଇନ ବି ସାମିଲ ଅଛି । ଏହା ବ୍ୟତୀତ ଥାଣେରେ 90 ହଜାର ଗରିବ ଏବଂ ମଧ୍ୟମ ବର୍ଗର ପରିବାରମାନଙ୍କ ନିମନ୍ତେ ନିଜର ବାସଗୃହ ନିର୍ମାଣ ସହ ଯୋଡ଼ିହୋଇ ରହିଥିବା ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରାଯାଇଛି ।

ସାଥୀଗଣ, ପରିବହନ ଯେକୌଣସି ସହର, ଯେକୌଣସି ଦେଶର ବିକାଶରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଭାରତ ତ ଏବେ ବିଶ୍ୱର ସେହିସବୁ ରାଷ୍ଟ୍ରମାନଙ୍କ ଭିତରେ ଗୋଟିଏ ଭାବେ ମୁଣ୍ଡ ଟେକିଛି ଯେଉଁଠାରେ ଦ୍ରୁତ ଗତିରେ ସହରୀକରଣ ହୋଇଚାଲିଛି ।

ନିକଟରେ ଏକ ଗବେଷଣାତ୍ମକ ଅଧ୍ୟୟନ ନଜରକୁ ଆସିଛି ଯେ ଆଗାମୀ ଦଶକରେ ବିଶ୍ୱର ଶ୍ରେଷ୍ଠ ଦଶଟି ସବୁଠାରୁ ଦ୍ରୁତ ଗତିରେ ବିକଶିତ ସହରମାନଙ୍କ ଭିତରେ ଭାରତର ହିଁ ଦଶଟି ସହର ସାମିଲ ହେବାକୁ ଯାଉଛି । ଅର୍ଥାତ, ଦେଶ ଯେତେ ଦ୍ରୁତ ଗତିରେ ବିକାଶ ପ୍ରକ୍ରିୟା ଦିଗରେ ଅଗ୍ରସର ହେଉଛି,ତାହାର ଏକ ବଡ଼ ଅଂଶ ଆମର ସହରରେ ବସବାସ କରୁଥବବା ଲୋକମାନେ ହିଁ ହେବେ ।

ମୁମ୍ବାଇ ତ ଏମିତି ଦେଖିବାକୁ ଗଲେ ପ୍ରଥମରୁ ହିଁ ଦେଶର ଆର୍ଥିକ ହୃଦସ୍ପନ୍ଦନର କେନ୍ଦ୍ରବିନ୍ଦୁ ହୋଇ ରହିଆସିଛି । ଏବଂ ଆଗାମୀ ଦିନରେ ଏହାର ଆହୁରି ବିସ୍ତାରଣ ହେବାକୁ ଯାଉଛି । ସେଥିପାଇଁ କେନ୍ଦ୍ରରେ ଭାରତୀୟ ଜନତା ପାର୍ଟି ଏବଂ ଏନଡ଼ିଏ ସରକାର କ୍ଷମତାସୀନ ହେଲାପରେ ଆମେ ସଦାବେଳେ ଏଠାକାର ଭିତ୍ତିଭୂମି ଉପରେ ବିଶେଷ ଧ୍ୟାନ ଦେଇଆସିଛୁ ।

ମୁମ୍ବାଇର ଲୋକାଲ ସକାଶେ ଶହ ଶହ କୋଟି ଟଙ୍କାର ପ୍ରକଳ୍ପ ମଂଜୁର  କରାଯାଇଛି । ଏଠାକାର ପୁରୁଣା ରେଳ ବ୍ରିଜଗୁଡ଼ିକର ନବୀକରଣ କରାଯାଇଛି । ମୁମ୍ବାଇ ଲୋକାଲକୁ  ଛାଡ଼ି ପରିବହନର ଅନ୍ୟାନ୍ୟ ମାଧ୍ୟମର ମଧ୍ୟ ସଂପ୍ରସାରଣ କରାଯାଇଛି ଯେଉଁଥିରେ ମେଟ୍ରୋ ବ୍ୟବସ୍ଥା ସବୁଠାରୁ ପ୍ରଭାବୀ ମାଧ୍ୟମ ଭାବେ ବୃଦ୍ଧି ପାଇଚାଲିଛି ।

ଆଜି ଥାଣେରେ ଯେଉଁ ମେଟ୍ରୋର ବିସ୍ତାର କରାଯାଇଛି, ତାହା ମୁମ୍ବାଇ, ଥାଣେ ଏବଂ ଆଖପାଖ ଅନ୍ୟାନ୍ୟ କ୍ଷେତ୍ର ସହ ଉତ୍ତର ସଂଯୋଗ ସ୍ଥାପନ କରିବ ଏବଂ ଏହା ସେହି ଦୂରଦୃଷ୍ଟିର ଅଂଶ ବିଶେଷ ହେବ ।

ସାଥୀଗଣ, ମୁମ୍ବାଇରେ ପ୍ରଥମ ଥର 2006 ମସିହାରେ ମେଟ୍ରୋରେ ପ୍ରଥମ ପରିଯୋଜନାର ଶୁଭାରମ୍ଭ କରାଯାଇଥିଲା । କିନ୍ତୁ ଆଠ ବର୍ଷ ପର୍ଯ୍ୟନ୍ତ କଣ ହେଲା, କେଉଁଠି ମାମଲା ଅଟକିଗଲା, ତାହା କହିବା ମୁସ୍କିଲ ବ୍ୟାପାର ।

ପ୍ରଥମ ଲାଇନ 2014ରେ ଆରମ୍ଭ ହୋଇଥିଲ ଏବଂ ତାହା ବି କେବଳ 11 କିଲୋମିଟର ଦୈର୍ଘ୍ୟ ଲାଇନ୍‌ । ଆଠ ବର୍ଷରେ କେବଳ 11 କିଲୋମିଟର ଲାଇନ୍‌?

2014 ପରେ ଆମେ ସ୍ଥିର କଲୁ ଯେ ମେଟ୍ରୋ ଲାଇନ ପକାଇବାର ବେଗରେ କ୍ଷିପ୍ରତା ଆଣିବାକୁ ପଡ଼ିବ ଏବଂ ଏହି ସିଦ୍ଧାନ୍ତ ଗ୍ରହଣ ପରେ ହିଁ ତାହା ଆଗକୁ ଦ୍ରୁତ ଗତିରେ ବଢ଼ି ଚାଲିଲା । ବିଗତ ଚାରି ବର୍ଷ ଭିତରେ ମୁମ୍ବାଇରେ ମେଟ୍ରୋ ଲାଇନ୍‌ ଜାଲ ବିଛାଇବା ସକାଶେ ଅନେକ ନୂତନ ପରିଯୋଜନାମାନଙ୍କର ଶୁଭାରମ୍ଭ କରାଯାଇଛି ।

ଏଭଳି ଭାବନା ଦ୍ୱାରା ପରିଚାଳିତ ହୋଇ ଆଗକୁ ଅଗ୍ରସର ହୋଇ ଆଜି ଆମେ ଆଉ ଦୁଇଟି ମୋଟ୍ରୋର ଶିଳାନ୍ୟାସ କରିଛୁ । ଅର୍ଥାତ୍‌, ଆଗାମୀ ତିନି ବର୍ଷ ଭିତରେ ଏହା 35 କିଲୋମିଟର  କ୍ଷମତାବିଶିଷ୍ଟ ହୋଇଯିବ ଏବଂ ଅନ୍ୟ ବ୍ୟବସ୍ଥା ସହ ଯୋଡ଼ି ହୋଇଯିବ ।

କେବଳ ସେତିକି ନୁହେଁ, 2022 ମସିହା ଠାରୁ 2024 ମସିହା ମଧ୍ୟରେ ମୁମ୍ବାଇବାସୀଙ୍କ ପାଇଁ 275 କିଲୋମିଟରର ମେଟ୍ରୋ ଲାଇନ୍‌ ଉପଲବ୍ଧ ହୋଇଯିବ ।

ଆଜି ଯେଉଁ ଶିଳାନ୍ୟାସ କରାଗଲା, ସେଥିରେ ଥାଣେ ଠାରୁ ଭିୱାଣ୍ଡି, କଲ୍ୟାଣ ଠାରୁ ଦହିସରଠାରୁ ନେଇ ମୀରା-ଭାୟଂଣ୍ଡର ପର୍ଯ୍ୟନ୍ତ ଲୋକମାନଙ୍କୁ ତ ଫାଇଦା ମିଳିବ ହିଁ ମିଳିବ । ଏହା ଦ୍ୱାରା ମୁମ୍ବାଇ ନଗରୀ ଭିତରେ ଭିଡ଼ ଓ ଜାମ୍‌ ଯୋଗୁ ଲୋକମାନଙ୍କ କଷ୍ଟ ଲାଘବ ହେବ ।

ସାଥୀଗଣ, ଏଭଳି ସୁବିଧା କେବଳ ଆଜିର ଆବଶ୍ୟକତାଗୁଡ଼ିକୁ ପୂରଣ କରିବା ସକାଶେ ହିସାବ କରି କରାଯାଇନାହିଁ, ଅପରନ୍ତୁ 2035 ମସିହା ପର୍ଯ୍ୟନ୍ତ ଆବଶ୍ୟକତାକୁ ଏବଂ ତାହାକୁ ବିଚାରକୁ ନେଇ ଏହାର ବିକାଶ ଘଟାଯାଉଛି ।

ଭାଇ ଓ ଭଉଣୀମାନେ, ଆପଣମାନଙ୍କ ଯାତ୍ରା ସହଜ ହେଉ, ଆପଣମାନଙ୍କ ଜୀବନ ସୁଗମ ହେଉ,କିନ୍ତୁ ଦେଶର ଗରିବ ଏବଂ ମଧ୍ୟମ ବର୍ଗର ଲୋକମାନେ ଯେପରି  ବାସହୀନ ହୋଇ ନରହନ୍ତୁ,ସେଥିପାଇଁ ମଧ୍ୟ ବ୍ୟାପକ ପ୍ରୟାସ କରାଯାଇଛି ।

କେନ୍ଦ୍ର ସରକାର ସ୍ଥିର କରିଛନ୍ତି ଯେ 2022 ମସିହା ସୁଦ୍ଧା ଯେତେବେଳେ କି ଦେଶ ସ୍ୱାଧୀନତା ଲାଭର 75ତମ ବର୍ଷପୂର୍ତ୍ତି ପାଳନ କରିବ, ସେତେବେଳେ ଦେଶର ପ୍ରତ୍ୟେକ ପରିବାରଙ୍କ ନିକଟରେ ନିଜର ପକ୍କାଛାତ ଘର ଉପଲବ୍ଧ ହୋଇଥିବ । ସେମାନେ ନିଜର ପକ୍କାଘରେ ଅବସ୍ଥାନ କରୁଥିବେ ।  ଏହି ଲକ୍ଷ୍ୟକୁ ଆଗକୁ ବଢ଼ାଇବା ଉଦ୍ଦେଶ୍ୟରେ ଆଜି ଏଠାରେ 90 ହଜାର ନୂତନ ବାସଗୃହ ନିର୍ମାଣର ଶୁଭାରମ୍ଭ କରାଯାଇଛି । ମୋତେ ସୂଚୀତ କରାଯାଇଛି ଯେ ତିନି ବର୍ଷ ଭିତରେ ଏହିସବୁ ଘର ନିର୍ମିତ ହୋଇଯିବ ।

ସାଥୀଗଣ, ପୂର୍ବବର୍ତ୍ତୀ ସରକାରଙ୍କ ଠାରୁ ଆମର ସଂସ୍କାର ସଂପୂର୍ଣ୍ଣ ଭିନ୍ନ । ଚିନ୍ତାଧାର ଓ ବେଗ ବି ଭିନ୍ନ । ପୂର୍ବବର୍ତ୍ତୀ ସରକାର ତାଙ୍କର ଶେଷ ଚାରି ବର୍ଷରେ କେବଳ ସାଢ଼େ 25 ଲକ୍ଷ ବାସଗୃହ ନିର୍ମାଣ କରିଥିଲେ । ସେମାନଙ୍କ ସରକାରର ଶେଷ ଚାରିବର୍ଷରେ 25 ଲକ୍ଷ 50 ହଜାର କୋଠାଘର ନିର୍ମାଣ କରାଯାଇଥିଲା । ଯଦ୍ୟପି ଗତ ଚାରି ବର୍ଷରେ ଆମ ସରକାର 1 ଖାପାଖି 1 କୋଟି 25 ଲକ୍ଷରୁ ଅଧିକ ଅର୍ଥାତ୍‌ ତାହାଠାରୁ ପାଞ୍ଚଗୁଣ ଅଧିକ ବାସଗୃହ ନିର୍ମାଣ କରିଛି । ଏହାର ଅର୍ଥ ଏଇଆ ଯେ ସେମାନଙ୍କୁ ଯଦି ଏତିକି କାର୍ଯ୍ୟ କରିବାକୁ ପଡ଼ିଥାନ୍ତା ତେବେ ସେମାନେ ସେଥିପାଇଁ ପାଖାପାଖି ଦୁଇ ପିଢ଼ି ସମୟ ନେଇଥାନ୍ତେ ।

ପ୍ରଧାନମନ୍ତ୍ରୀ  ସହରାଞ୍ଚଳ ଆବାସ ଯୋଜନା ଅଧୀନରେ ସମଗ୍ର ମହାରାଷ୍ଟ୍ରରେ ଆଠ ଲକ୍ଷ ଘର ନିର୍ମାଣ କରାଯାଉଛି । ସାଥୀଗଣ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନୁସାରେ ବାସହୀନ ଲୋକମାନଙ୍କ ପାଇଁ ଉନ୍ନତ ସୋସାଇଟି ନିର୍ମାଣ କରାଯାଉଛି ଏବଂ ଏହା ସେପରି ଆଦର୍ଶ ସୋସାଇଟି ହେବ, ଯାହା ପୂର୍ବତନ ସରକାରଙ୍କ ଅମଳରେ ଚର୍ଚ୍ଚାରେ ରହିଥିଲା । ଅର୍ଥାତ୍‌, ଉଚିତ ଅର୍ଥ ଓ ଉଦ୍ଦେଶ୍ୟରେ ଆମେ ସେଭଳି ସୋସାଇଟି ନିର୍ମାଣ କରିବୁ ଯାହା ମାଧ୍ୟମରେ ସାଧାରଣ ପରିବାରମାନଙ୍କ ସ୍ୱପ୍ନ ସାକାର ହୋଇପାରିବ, ଆତ୍ମବିଶ୍ୱାସର ସହ ସେମାନେ ଉନ୍ନତ ଭବିଷ୍ୟତ ଦିଗରେ ଅଗ୍ରସର ହୋଇପାରିବେ ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଆମ ସରକାର ଅଢ଼େଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସାହାଯ୍ୟ  ସିଧା ହିତାଧିକାରୀଙ୍କ ଜମାଖାତାକୁ ହସ୍ତାନ୍ତର କରିବାକୁ ସ୍ଥିର କରିଛନ୍ତି । ଅର୍ଥାତ୍‌, ଲୋନ୍‌ ରାଶି ସିଧା ଅଢ଼େଇ ଲକ୍ଷ ଟଙ୍କା କମିଯିବ ।  ଅର୍ଥାତ୍‌, ନିମ୍ନ ଓ ମଧ୍ୟବିତ୍ତ ବର୍ଗର ପରିବାରମାନଙ୍କୁ ଏହା ବେଶ୍‌ ସହାୟକ ହେବ ଏବଂ ସେମାନଙ୍କୁ ଗୃହ ଋଣ ଲାଘବ ହୋଇପାରିବ । ଏହା ବ୍ୟତୀତ ପୂର୍ବାପେକ୍ଷା ହୋମ୍‌ ଲୋନ ପାଇଁ ସୁଧ ପରିମାଣାରେ ବି ଢ଼େର୍‌ ହ୍ରାସ ଘଟିପାରିବ । ସରକାରଙ୍କ ଦ୍ୱାରା ଏହି ଯୋଜନା ଅନୁସାରେ କମଜୋର ବର୍ଗର ଲୋକମାନଙ୍କୁ, ନିମ୍ନ ଆୟ ବର୍ଗର ଲୋକମାନଙ୍କୁ ସାଢ଼େ ଛଅ ପ୍ରତିଶତ ସୁଧ ସବସିଡ଼ି ବି ଦିଆଯିବାର ବ୍ୟବସ୍ଥା କରାଯାଇଛି ।

ମଧ୍ୟମ ଆୟ ବର୍ଗର ପରିବାରଙ୍କ ପାଇଁ ତିନିରୁ ଚାରି ପ୍ରତିଶତ ସୁଧ ସବସିଡ଼ି ଦିଆ ଯିବାର ପ୍ରାବଧାନ ରହିଛି । ଏଭଳି ପ୍ରୟାସର ଉଦ୍ଦେଶ୍ୟ ହେଲା ଏଇଆ ଯେ ଯଦି କୌଣସି ବ୍ୟକ୍ତି 20 ଲକ୍ଷ ଟଙ୍କାର ଗୃହ ଋଣ 20 ବର୍ଷ ପାଇଁ ନେଉଛି ସେତେବେଳେ ଏହି ଅବଧିରେ ତାଙ୍କ ପାଖାପାଖି 6 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ସରକାରଙ୍କ ତରଫରୁ ତାଙ୍କୁ ମିଳିପାରୁଛି ।

ସାଥୀଗଣ, ସରକାରଙ୍କ ଏଭଳି ନିଷ୍ଠାପର ପ୍ରୟାସର ସୁଫଳ ଏଇଆ ଯେ ବିଗତ ଏକ ବା ଦେଢ଼ ବର୍ଷ ଭିତରେ ଲକ୍ଷ ଲକ୍ଷ ଲୋକ ନିଜର ପ୍ରଥମ କୋଠାଘର ଏହି ଯୋଜନା ଅଧୀନରେ ନିର୍ମାଣ କରିପାରିଛନ୍ତି, ଖର୍ଦ୍ଦି କରିପାରିଛନ୍ତି ।

ଏକ ରିପୋର୍ଟ ଅନୁସାରେ ବିଗତ 7 ରୁ 8 ମାସ ଭିତରେ ନୂତନ ଘର କ୍ରୟ ବେଶ୍‌ ତେଜ ହୋଇଛି, ତାହା ପ୍ରାୟ ଦ୍ୱିଗୁଣିତରୁ ଅଧିକ ହୋଇଛି ।

ମୋତେ ସୂଚୀତ କରାଯାଇଛି ଯେ ଆଜି ଯେଉଁ ଯୋଜନାର ଶୁଭାରମ୍ଭ କରାଯାଇଛି, ସେଥିରେ ବି ଏହାରି ଅଧୀନରେ ଲୋକମାନଙ୍କୁ ସବୁପ୍ରକାର ସହାୟତା ଯୋଗାଣର ବ୍ୟବସ୍ଥା ରହିଛି । ମହାରାଷ୍ଟ୍ରରେ 85 ହଜାରରୁ ଅଧିକ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଦୁଇ ହଜାର କୋଟି ଟଙ୍କାର ସହାୟତା ଯୋଗାଇ ଦିଆଯାଇ ସାରିଛି ।

ସାଥୀଗଣ, ଆମେ କେବଳ ମଧ୍ୟମ ବର୍ଗଙ୍କୁ ନିଜର ବାସଗୃହ ସ୍ୱପ୍ନ ସାକାର କରିବା ଦିଗରେ ସହାୟତା କରୁନାହୁଁ, ଅପରନ୍ତୁ ଏଥି ସହିତ ଯୋଡ଼ିହୋଇ ରହିଥିବା ଅନ୍ୟ ସକଳ ପ୍ରକାର ସମସ୍ୟାର ସମାଧାନ ପାଇଁ ମଧ୍ୟ ସହାୟତା ଯୋଗାଇ ଦେଉଛୁ ।

ଚାରି ବର୍ଷ ପୂର୍ବ ପର୍ଯ୍ୟନ୍ତ ସେମାନଙ୍କ ଜୀବନରେ କି କି ପ୍ରକାର ସମସ୍ୟା ନଥିଲା, ସେମାନଙ୍କ ନିଜସ୍ୱ ଉପାର୍ଜନରେ ବୁକ୍‌ କରିଥିବା ଘର ଖଣ୍ଡିଏ ପାଇବାକୁ ସେମାନଙ୍କୁ ଢ଼େର୍‌ କଷ୍ଟ କରିବାକୁ ପଡ଼ୁଥିଲା । ଏଭଳି ଅନୁଭୂତି ସହ ଆପଣମାନେ ଭଲଭାବେ ସୁପରିଚିତ ଅଛନ୍ତି ।

କିଛି ଲୋକଙ୍କ ମନମାନୀ ଏବଂ ମନ୍ଦ ଉଦ୍ଦେଶ୍ୟ ସକାଶେ କିଭଳି ବର୍ଷ ବର୍ଷ ଧରି ଆପଣମାନଙ୍କ ଘର ପାଇବାର ସ୍ୱପ୍ନ ଫସି ରହିଥିଲା, ମଝିରେ ଅଟକି ରହିଥିଲା । ଏଭଳି ବି ହୋଇଥିଲା ଯେ ସେମାନେ  ଦେଉଥିଲେ ଅନ୍ୟ ପ୍ରତିଶ୍ରୁତି ଏବଂ ଡ଼େଲିଭରୀ ଦେଲା ବେଳକୁ ବାସ୍ତବରେ ଆଉ କିଛି ଘଟୁଥିଲା । ଏଭଳି ପ୍ରବୃତ୍ତି ଉପରେ ରୋକ ଲଗାଇବା ସକାଶେ ଆମ ସରକାର ଏକ ବଡ଼ ଧରଣର ପ୍ରୟାସ ଉଠାଇଛି ।

ଆଜି ଦେଶରେ ରିଅଲ ଇଷ୍ଟେଟ ରେଗୁଲେଟରୀ ଅଥରିଟି ଅର୍ଥାତ୍‌ ଆରଇଆରଏ, ପାଇଁ ଅଧିକାଂଶ ରାଜ୍ୟରେ ବିଜ୍ଞପ୍ତି ଜାରି କରାଯାଇ ସାରିଛି । 21ଟି ରାଜ୍ୟରେ ତ ଟ୍ରିବୁନାଲ ବି କାର୍ଯ୍ୟ କରିବା ଆରମ୍ଭ କରିଛନ୍ତି ।

ମୁଁ ଫଡ଼ନାଭିସଙ୍କୁ ଅଭିନନ୍ଦନ ଜଣାଇବାକୁ ଚାହେଁ । କାରଣ ସେ ମହାରାଷ୍ଟ୍ରକୁ ଦେଶର ସେହିସବୁ ରାଜ୍ୟମାନଙ୍କ ଭିତରେ ଗୋଟିଏ ବୋଲି ସାମିଲ କରିପାରିଛନ୍ତି ଯେଉଁମାନେ ସର୍ବପ୍ରଥମେ ଆରଇଆରଏ କୁ ଲାଗୁ କରିଛନ୍ତି । ଦେଶବ୍ୟାପୀ ପାଖାପାଖି 35 ହଜାର ରିଅଲ ଇଷ୍ଟେଟ୍‌ ଆସେଟ୍ସ ପ୍ରୋଜେକ୍ଟ ଏବଂ 27 ହଜାର ରିଅଲ୍‌ ଇଷ୍ଟେଟ ଏଜେଣ୍ଟ ଏଥିରେ ନିଜ ନାମ ପଞ୍ଜିକରଣ କରିସାରିଛନ୍ତି । ଏଥିରେ ବି ମହାରାଷ୍ଟ୍ରର ସର୍ବାଧିକ ପ୍ରକଳ୍ପ ସାମିଲ୍‌ ହୋଇଛି ।

ସାଥୀଗଣ, ଆପଣମାନେ ଚିନ୍ତା କରନ୍ତୁ, 70 ବର୍ଷ ଭିତରେ କୌଣସି ସଶକ୍ତ ଓ ସ୍ପଷ୍ଟ ଆଇନ ରିଅଲ୍‌ ଇଷ୍ଟେଟ କ୍ଷେତ୍ରରେ ପ୍ରଚଳିତ ଥିଲା କି? ଯଦି ପୂର୍ବରୁ ଏଭଳି ସ୍ପଷ୍ଟ ଆଇନ୍‌ ପ୍ରଚଳିତ ଥାଆନ୍ତା, ତା’ହେଲେ ଗୃହ କ୍ରେତାମାନଙ୍କୁ ଆନ୍ଦୋଳନ ପାଇଁ ଚକ୍କର ଲଗାଇବାକୁ ପଡ଼ିନଥାନ୍ତା  । ରିଅଲ୍‌ ଇଷ୍ଟେଟ ସେକ୍ଟର ବି ବେଶ୍‌ ସ୍ୱଚ୍ଛତାର ସହ ସଫଳତା ପୂର୍ବକ କାର୍ଯ୍ୟ କରୁଥାନ୍ତା ।

ଭାଇ ଓ ଭଉଣୀମାନେ, ନିମ୍ନ ଓ ମଧ୍ୟବିତ୍ତ ବର୍ଗଙ୍କ ବିଜୁଳି ବିଲ୍‌ କିଭଳି କମ୍‌ ହୋଇପାରିବ, ସରକାର ଏଥିପାଇଁ ବି ନିରନ୍ତର ଚିନ୍ତା କରି ଆସୁଛନ୍ତି । ଦେଶସାରା ଉଜାଲା ଯୋଜନା ଅଧୀନରେ 30 କୋଟିରୁ ଅଧିକ ଏଲଇଡ଼ି ବଲ୍ବ ବଣ୍ଟା ଯାଇଛି ଯେଉଁଥିରେ ପାଖାପାଖି ପ୍ରାୟ ଏକ କୋଟି 75 ଲକ୍ଷ ଏଲଇଡ଼ି ବଲବ୍‌, କେବଳ ମହାରାଷ୍ଟ୍ରରେ ବଣ୍ଟାଯାଇଛି । ସେଥିରୁ ଥାଣେରେ ବି ଲକ୍ଷ ଲକ୍ଷ ବଲବ୍‌ ବିତରଣ କରାଯାଇଛି । ଯେଉଁକାର୍ଯ୍ୟ ପୂର୍ବରୁ 60 ୱାଟ ବଲ୍ବ କରୁଥିଲା , ଆଜି ତାହା 7 କି 8 ୱାଟ ବଲ୍ବ ସଂପାଦନ କରିପାରୁଛି । ଅର୍ଥାତ୍‌, ବିଜୁଳି ବିଲ୍‌ ବି ବଞ୍ଚୁଛି ଓ ଆବଶ୍ୟକ ଆଲୋକ ଉପଭୋକ୍ତାମାନଙ୍କୁ ମିଳିପାରୁଛି । ଏହା ଉପଭୋକ୍ତାମାନଙ୍କୁ  ଆର୍ଥିକ ଦୃଷ୍ଟିରୁ ବେଶ୍‌ ସହାୟକ ହୋଇପାରିଛି ।

କେବଳ ଏହି ଯୋଜନା ଦ୍ୱାର ଦେଶର ସମଗ୍ର ପରିବାର ପ୍ରତି ବର୍ଷ ପାଖାପାଖି 16 ହଜାର କୋଟି ଟଙ୍କା ସଞ୍ଚୟ କରିପାରୁଛନ୍ତି । କେବଳ ମହାରାଷ୍ଟ୍ରରେ ପ୍ରତିବର୍ଷ ଲୋକମାନେ 1100 କୋଟି ଟଙ୍କାର ବିଜୁଳି ଦେୟ ବଞ୍ଚାଇ ପାରୁଛନ୍ତି ।

ଏହା ଏଇଥିପାଇଁ ସମ୍ଭବପର ହୋଇପାରିଛି କାରଣ ଆମେ ଏଲଇଡ଼ି ବଲ୍ବ ଉପରେ ମିଶନ ମୋଡ଼ରେ କାର୍ଯ୍ୟ କରିଥିଲୁ । କମ୍ପାନୀମାନଙ୍କୁ ଉତ୍ପାଦନ ବୃଦ୍ଧି କରିବା ଲାଗି ପ୍ରୋତ୍ସାହିତ କରିଥିଲୁ । ପ୍ରତିଯୋଗିତାକୁ ବି ପ୍ରୋତ୍ସାହନ ପ୍ରଦାନ କରିଥିଲୁ । ମୁନାଫାଖୋରଙ୍କୁ ମଝିରୁ ହଟାଇ ଦେଇଥିଲୁ । ଯାହା ଫଳରେ ଗତ ଚାରି ବର୍ଷ ଭିତରେ ଯେଉଁ ବଲ୍ବ 250 ରୁ 300 ଟଙ୍କାରେ ଉପଲବ୍ଧ ହେଉଥିଲା,ସେହି ବଲ୍ବ ଆଜି 50 ଟଙ୍କାରେ ସହଜରେ ମିଳିପାରୁଛି ।

ସାଥୀଗଣ,  କେଦ୍ର ସରକାର “ସବକା ସାଥ୍‌, ସବକା ବିକାଶ” ରାସ୍ତାରେ ଆଗକୁ ଅଗ୍ରସର ହେଉଛି । ଦେଶର କୌଣସି କୋଣ, କୌଣସି ଗାଁ ଏବଂ ସହର, କୌଣସି ବର୍ଗ ଯେଭଳି ବିକାଶ ଧାରାରୁ ବାଦ୍‌ ନପଡ଼ି ଯାଆନ୍ତି, ସେଥିପାଇଁ ସରକାର ଶତତ କାର୍ଯ୍ୟରତ । ଗରିବ ଲୋକମାନଙ୍କ ଜୀବନ ସ୍ତର କିଭଳି ଉପରକୁ ଉଠିବ, ସେଥିପାଇଁ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି ।

ଉଜ୍ଜ୍ୱଳା ଯୋଜନା ଅଧୀନରେ ଦେଶସାରା ଗରିବ ଭଉଣୀମାନଙ୍କ ଜୀବନକୁ କିଭଳି ଧୂଆଁମୁକ୍ତ କରାଯାଇପାରିବ ଏବଂ ସେମାନଙ୍କର ସମୟ ବଞ୍ଚପାରିବ ସେଥିପାଇଁ ମାଗଣାରେ ସେମାନଙ୍କୁ ଗ୍ୟାସ ସଂଯୋଗ ଯୋଗାଇ ଦିଆଯାଉଛି ।

ଏପର୍ଯ୍ୟନ୍ତ ପାଖାପାଖି 6 କୋଟି ସଂଯୋଗ ଦେଶବ୍ୟାପୀ ଦିଆଯାଇସାରିଛି । ଏବଂ ସେଥିରେ ଥାଣେ ସମେତ ସମଗ୍ର ମହାରାଷ୍ଟ୍ରର 34 ଲକ୍ଷରୁ ଅଧିକ ଭାଇଭଉଣୀଙ୍କୁ ମାଗଣାରେ ଗ୍ୟାସ ସଂଯୋଗ ଯୋଗାଇ ଦିଆଯାଇସାରିଛି ।

ସାଥୀଗଣ, ଏଭଳି ଭଉଣୀମାନେ ଯେଉଁମାନଙ୍କର ଛୋଟ ମୋଟ କାରବାର ରହିଛି ଏବଂ ତାହାକୁ ଚଳାଇ ସେମାନେ ନିଜର ଗୁଜରାଣ ମେଣ୍ଟାଉଛନ୍ତି, ଯେମିତିକି ସେଲୁନ୍‌, କି ଟେଲରିଂ, କିଏ ବୁଣାବୁଣି କାମ କରୁଛି, ଅନ୍ୟାନ୍ୟ ହସ୍ତକର୍ମ କରୁଛି, ଏଭଳି କାର୍ଯ୍ୟ କରିବାକୁ ଚାହୁଁଛନ୍ତି, ଏବେ ସେମାନଙ୍କ ପାଇଁ ବ୍ୟାଙ୍କମାନଙ୍କ ଦ୍ୱାର ସଦାସର୍ବଦା ଉନ୍ମୁକ୍ତ କରାଯାଇଛି ।

ମୁଦ୍ରା ଯୋଜନା ଅଧୀନରେ 50 ହଜାର ଟଙ୍କା ଠାରୁ ନେଇ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ଗ୍ୟାରେଣ୍ଟିରେ ଋଣ ପ୍ରଦାନ କରାଯାଉଛି । ମହାରାଷ୍ଟ୍ରରେ ପାଖାପାଖି 75 ଲକ୍ଷ ଏଭଳି ଋଣ ଯୋଗାଇ ଦିଆଯାଇ ସାରିଛି ଯଦ୍ୱାରା ଏକ କୋଟି ଋଣ ଗ୍ରହୀତା ଭଉଣୀମାନଙ୍କ ନାମ ଆବଣ୍ଟନ ତାଲିକାରେ ସ୍ଥାନ ପାଇଛି । ଭାଇ ଓ ଭଉଣୀମାନେ, ଗରିବ ଲୋକମାନେ କିଭଳି ଭାବେ ଗରିମାପୂର୍ଣ୍ଣ ଜୀବନଯାପନ କରିପାରିବେ,ମହିଳାମାନଙ୍କୁ କିଭଳି ମାନ ସମ୍ମାନ ମିଳିପାରିବ, ଏହା ଆମର ଧେୟ ହୋଇଛି ଏବଂ ଏହା ଆମେ ହାସଲ କରିପାରିଛୁ ମଧ୍ୟ ।

ପିଲାମାନଙ୍କ ପାଠପଢ଼ା ସକାଶେ, ଯୁବଗୋଷ୍ଠୀଙ୍କୁ ରୋଜଗାରକ୍ଷମ କରିବା ଲାଗି, ବରିଷ୍ଠମାନଙ୍କ ସକାଶେ ଔଷଧି ବ୍ୟବସ୍ଥା ପାଇଁ, କୃଷକମାନଙ୍କୁ ଜଳସେଚନ ସୁବିଧା ଉଦ୍ଦେଶ୍ୟରେ, ଜନଜନଙ୍କ ପାଇଁ ଏସବୁ ସୁନିଶ୍ଚିତ କରିବା ଲାଗି, ବିକାଶର ଏହି ପଞ୍ଚଧାରା ପ୍ରତି ସରକାର ସମର୍ପିତ ମନୋଭାବର ସହ କାର୍ଯ୍ୟ କରୁଛନ୍ତି ।

ଏବଂ ପରିଶେଷରେ ମୁଁ ପୁଣି ଥରେ ଆପଣମାନଙ୍କୁ ସମସ୍ତଙ୍କୁ ବିକାଶର ଏଭଳି ନୂତନ ପରିଯୋଜନା ସକାଶେ ଅନେକ ଅନେକ ଅଭିନନ୍ଦନ ଜ୍ଞାପନ କରୁଛି । ଏତେ ସଂଖ୍ୟାରେ ଆପଣମାନେ ଏଠାକୁ ଆସି ଆଶୀର୍ବାଦ ଦେଇଛନ୍ତି, ସେଥିପାଇଁ ମୁଁ ଆପଣମାନଙ୍କ ନିକଟରେ କୃତଜ୍ଞ ।

ଏଠାରୁ ମୁଁ ପୁଣେ ଯିବି । ସେଠାରେ ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଆପଣମାନେ ସମସ୍ତେ ଢ଼େର୍‌ ସଂଖ୍ୟାରେ ଏହିସବୁ ଯୋଜନା କାର୍ଯ୍ୟକାରୀ ହେବାଲାଗି ତାକତ ଦେଖାଇଛନ୍ତି, ସେଥିପାଇଁ ମୁଁ ଆପଣମାନଙ୍କୁ ଅଭିନନ୍ଦନ ଜ୍ଞାପନ କରୁଛି ।

ଆପଣମାନଙ୍କୁ ସମସ୍ତଙ୍କୁ ଅନେକ ଅନେକ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi gets 'full marks' from former India cricketer as Chennai set to host historic Big Bash League opener

Media Coverage

PM Modi gets 'full marks' from former India cricketer as Chennai set to host historic Big Bash League opener
NM on the go

Nm on the go

Always be the first to hear from the PM. Get the App Now!
...
Text of Prime Minister's address during the Gala Lunch
July 11, 2026

Your Excellency, Prime Minister क्रिस्टोफर लक्सन,

दोनों देशों के delegates,

नमस्कार!

किया ओरा!

मेरे और मेरे delegation के ऊष्मा भरे स्वागत और आतिथ्य के लिए मैं मेरे मित्र प्रधानमंत्री लक्सन का हार्दिक आभार व्यक्त करता हूँ। उन्होंने स्वागत में इतनी गर्मजोशी दिखाई है, कि ऑकलैंड की सर्दी भी आज कुछ कम लग रही है। इस यात्रा के दौरान न्यूजीलैंड के लोगों से जो स्नेह और अपनापन मिला है, वह हमारे हृदय में हमेशा रहेगा।

पिछले वर्ष प्रधानमंत्री लक्सन की भारत यात्रा से हमारे संबंधों के हर क्षेत्र में नई ऊर्जा आई है। उनके नेतृत्व, स्पष्ट विजन, और मजबूत प्रतिबद्धता से, भारत और New Zealand की मित्रता को नयी गति और नयी दिशा मिली है। आज चालीस वर्षों के बाद भारतीय प्रधानमंत्री की यात्रा हो रही है। और मैं हमेशा कहता हूँ, कि बहुत सारे अच्छे काम है, जो मेरे पहले वाले लोग मेरे लिए छोड़ के गए हैं, जो मैं पूरा कर रहा हूँ। साथियों, यह हमारे संबंधों के एक नए अध्याय का शुभारंभ है।

Friends,

भारत और न्यूजीलैंड का लोकतान्त्रिक मूल्यों में दृढ़ विश्वास हमें मिलकर आगे बढ़ने के लिए natural comfort प्रदान करता है। पिछले कुछ वर्षों में हमने हमारे सबंधों को अभूतपूर्व गति प्रदान की है।

आज आज की बैठक में हमने हमारे सहयोग को नई गहराई और व्यापकता देने पर विस्तार से चर्चा की। हमने भारत-न्यूजीलैंड संबंधों को Strategic Partnership के स्तर पर ले जाने का ऐतिहासिक निर्णय लिया है। इसके अंतर्गत हम हर क्षेत्र में स्पष्ट लक्ष्यों और ठोस परिणामों के साथ आगे बढ़ेंगे।

इस वर्ष हमने रिकॉर्ड समय में Free Trade Agreement किया। इस उपलब्धि से दोनों देशों के उद्योगों, किसानों और युवाओं के लिए नए द्वार खुलेंगे। हम trade के साथ साथ trust, technology और talent का blue print तैयार कर रहे हैं।

पिछले तीन वर्षों में हमारे व्यापार में 50 पर्सेन्ट से अधिक की बढ़ोतरी हुई है। हमें विश्वास है कि FTA अगले पाँच वर्षों में हमारे व्यापार को दोगुना करने का मजबूत आधार बनेगा।

न्यूजीलैंड द्वारा भारत में बीस बिलियन डॉलर के investment commitment का भी हम विशेष स्वागत करते हैं। यह न्यूज़ीलैंड की companies को भारत की growth story में long-term partner बनने का अवसर देगा।

Friends,

हमारी Strategic Partnership को सार्थक बनाने के लिए हम दोनों देशों की strengths को practical cooperation में बदल रहे हैं। Fin Tech के क्षेत्र में हम भारत के UPI और न्यूजीलैंड के payment systems को जोड़ने पर आगे बढ़ रहे हैं।

Agriculture, dairy और food processing में हमने सहयोग का एक मजबूत खाका बनाया है। इसका लाभ हमारे किसानों और पशु-पालकों को मिलेगा।

Traditional medicine में न्यूज़ीलैंड और भारत दोनों की समृद्ध और जीवंत परंपराएं हैं। आज हमने हमारे स्वास्थ्य सहयोग में traditional medicines की भूमिका बढ़ाने पर सहमति व्यक्त की।

रक्षा और सुरक्षा में हमारा बढ़ता सहयोग हमारे गहरे strategic trust का प्रतीक है। पिछले वर्ष किए गए Defence Cooperation Agreement से हमारे सहयोग का मजबूत ढांचा तैयार हुआ है। आज हमने इंडो-पैसिफिक में maritime cooperation के लिए एक फ्रैम्वर्क पर सहमति बनाई है। Bilateral naval exercises, Logistics support और hydrography में सहयोग से हमारा आपसी तालमेल बढ़ेगा।

Friends,

हमारे संबंधों की सबसे मजबूत ताकत हमारे people-to-people ties हैं। भारतीय समुदाय के लोगों ने अपने परिश्रम और talent से न्यूजीलैंड में विशेष स्थान बनाया है। उनकी देखरेख के लिए मैं प्रधानमंत्री लक्सन और न्यूजीलैंड सरकार और न्यूजीलैंड के लोगों का आभार व्यक्त करता हूँ।

आज हुआ Cultural Cooperation MOU दोनों देशों के art, culture, heritage तथा creative industries में exchanges को गति देगा। न्यूजीलैंड भारतीय students के लिए एक महत्वपूर्ण destination रहा है। हम न्यूजीलैंड की universities को भारत में campus खोलने के लिए आमंत्रित करते हैं।

इस वर्ष हम दोनों देशों के बीच खेल संबंधों की सौवीं वर्षगांठ मना रहे हैं। सौ साल पहले मेजर ध्यानचंद के नेतृत्व में हॉकी टीम ने यहाँ आकर जो इतिहास रचा था, वह हमारी खेल साझेदारी को आज भी प्रेरित कर रहा है। इस उपलक्ष्य पर हम दोनों देशों में कई स्पोर्ट्स इवेंट्स आयोजित कर रहे हैं। क्रिकेट के साथ-साथ अन्य खेलों में भी सहयोग बढ़ाने के लिए हम Sports Joint Action Plan बनाया है। हाल ही में भुवनेश्वर में न्यूजीलैंड रग्बी और रग्बी इंडिया के कोचिंग प्रोग्राम से अच्छी शुरुवात हुवी है।

Friends,

वैश्विक मंच पर भी भारत और न्यूज़ीलैंड भरोसेमंद साझेदार और करीबी मित्र हैं। हमारा मानना है कि वर्तमान समय की चुनौतियों का सामना करने के लिए UN सहित अन्य वैश्विक संस्थानों में reform आवश्यक है।

आतंकवाद के विषय पर कंधे से कंधा मिलाकर आगे बढ़ाने के लिए आज हमने Joint Working Group का गठन किया है। भारत और न्यूजीलैंड के बीच सहयोग इंडो-पेसिफिक में शांति, स्थिरता और सुरक्षा के लिए अत्यंत महत्वपूर्ण है।

Friends, मैं आप सभी को माओरी नव वर्ष “मातरिकी” की हार्दिक शुभकामनाएँ देता हूँ। जिस तारा-समूह को यहाँ “मातरिकी” नाम दिया गया है, जैसे आपने भी बताया, उसे भारत में प्राचीन काल से “कृत्तिका नक्षत्र” के रूप में जाना जाता है। मुझे विश्वास है कि “मातरिकी” का यह पर्व, हमारे संबंधों को इन्हीं सितारों की तरह जगमगाने की प्रेरणा देगा।

Prime Minister लक्सन,

आपकी मित्रता, आपकी प्रतिबद्धता और मेरी न्यूज़ीलैंड यात्रा को यादगार बनाने के लिए मैं आपका आभार व्यक्त करता हूँ। जैसे रग्बी में टीमवर्क और भरोसा ज़रूरी होता है, वैसे ही हम भी आपसी विश्वास के साथ आगे बढ़ेंगे। हम एक ही टीम में है, इसलिए टैकल केवल चुनौतियों को करेंगे।

बहुत-बहुत धन्यवाद।