IICC would reflect India’s economic progress, rich cultural heritage, and our consciousness towards environment protection: PM Modi
Our Government has begun a series of unprecedented projects for the nation’s development: PM Modi
Our Government does not shy away from taking tough decisions in national interest: PM Modi
All round progress has happened in the last four years only because national interest has been kept supreme: PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଦ୍ୱାରକାଠାରେ ଭାରତ ଆନ୍ତର୍ଜାତିକ ସମ୍ମେଳନ ଏବଂ ପ୍ରଦର୍ଶନୀ କେନ୍ଦ୍ର(ଆଇଆଇସିସି) ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି କେନ୍ଦ୍ର ଭାରତର ଅର୍ଥନୈତିକ ପ୍ରଗତି, ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ପରିବେଶ ସୁରକ୍ଷା ଦିଗରେ ଆମର ସଚେତନତାକୁ ପ୍ରତିଫଳିତ କରିବ । ସେ ମଧ୍ୟ କହିଥିଲେ ଯେ ବିଶ୍ୱସ୍ତରୀୟ ଭିତ୍ତିଭୂମି ଏବଂ ବ୍ୟବସାୟିକ ସୁଗମତା ଉପରେ ଗୁରୁତ୍ୱାରୋପ କରିବା ଲାଗି ସରକାରଙ୍କ ଲକ୍ଷ୍ୟର ଏହା ଅଂଶବିଶେଷ ।

ଦେଶର ବିକାଶ ପାଇଁ କେନ୍ଦ୍ର ସରକାର ଅଭୂତପୂର୍ବ ଭାବେ ସଂଖ୍ୟାଧିକ ପ୍ରକଳ୍ପ ଆରମ୍ଭ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ଏହି ପରିପ୍ରେକ୍ଷୀରେ, ସେ ଦୀର୍ଘତମ ସୁଡ଼ଙ୍ଗ, ଦୀର୍ଘତମ ଗ୍ୟାସ ପାଇପଲାଇନ, ସର୍ବବୃହତ ମୋବାଇଲ ଉତ୍ପାଦନ ୟୁନିଟ ଏବଂ ପ୍ରତିଟି ପରିବାରକୁ ବିଦ୍ୟୁତ ସଂଯୋଗ ସମେତ ଅନ୍ୟାନ୍ୟ ପଦକ୍ଷେପଗୁଡ଼ିକ ବିଷୟରେ ସେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ଏହା ନୂତନ ଭାରତର ସାମର୍ଥ୍ୟ, ସ୍ତର ଏବଂ ଗତିକୁ ପ୍ରତିଫଳନ କରୁଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମ୍ମିଳନୀ ଆୟୋଜନ ଲାଗି ବହୁ ରାଷ୍ଟ୍ର ଅଧିକ କ୍ଷମତାବିଶିଷ୍ଟ କେନ୍ଦ୍ର ନିର୍ମାଣ କରିଛନ୍ତି । କିଛି ସମୟ ପର୍ଯ୍ୟନ୍ତ ଭାରତରେ ଏ ସମ୍ପର୍କରେ ଚିନ୍ତା କରାଯାଇନଥିଲା । ବର୍ତ୍ତମାନ ଏହା ବଦଳୁଛି ବୋଲି ସେ ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶ ଦୃଢ଼ ସଂସ୍ଥାଗତ ଏବଂ ସାଂଗଠନିକ ସାମର୍ଥ୍ୟ ଜରିଆରେ ଆଗକୁ ବଢ଼ିଥାଏ, ଯାହା ବର୍ଷ ବର୍ଷ ପ୍ରୟାସରୁ ଫଳବତୀ ହୋଇଥାଏ । ସେ କହିଥିଲେ ଯେ ଏଥିପାଇଁ ସଠିକ ସମୟରେ ନିଷ୍ପତ୍ତି ନେବା ଏବଂ ଏହାକୁ ବିଳମ୍ବ ନକରି କାର୍ଯ୍ୟକାରୀ କରିବା ଗୁରୁତ୍ୱପୂର୍ଣ୍ଣ ।

ଏହି ପରିପ୍ରେକ୍ଷୀରେ, ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ସମ୍ମିଶ୍ରଣ ପାଇଁ ନିଆଯାଇଥିବା ନିଷ୍ପତ୍ତି ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ସେ କହିଥିଲେ ଗତ ଅଢ଼େଇ ଦଶନ୍ଧି ଧରି ଏ ସମ୍ପର୍କରେ ଚିନ୍ତା କରାଯାଉଥିଲା, କିନ୍ତୁ କାର୍ଯ୍ୟକାରୀ ହେଉନଥିଲା । ତେବେ, ବର୍ତ୍ତମାନର ସରକାର ଦେଶର ସ୍ୱାର୍ଥ ପାଇଁ କଠୋର ନିଷ୍ପତ୍ତି ନେବାରେ ସଂକୋଚ ଅନୁଭବ କରିନଥିଲେ ବୋଲି ସେ ଦୋହରାଇଥିଲେ । ସେ କହିଥିଲେ ଯେ ଜାତୀୟ ସ୍ୱାର୍ଥକୁ ପ୍ରାଥମିକତା ଦିଆଯାଉଥିବା କାରଣରୁ ଗତ ଚାରି ବର୍ଷ ମଧ୍ୟରେ ସାମଗ୍ରୀକ ପ୍ରଗତି ହୋଇପାରିଛି । ସେ କହିଥିଲେ ଯେ ବ୍ୟାପକ ଆହ୍ୱାନ ସତ୍ତ୍ୱେ ଅର୍ଥବ୍ୟବସ୍ଥା ଦୃଢ଼ ସ୍ଥିତିରେ ରହିଛି । “ବ୍ୟବସାୟିକ ସୁଗମତା” ପ୍ରସଙ୍ଗରେ ଉଲ୍ଲେଖ କରି ସେ କହିଥିଲେ ଯେ ସରକାର ଏହି ପ୍ରୟାସକୁ ଜିଲ୍ଲାସ୍ତରକୁ ନେବା ଦିଗରେ କାର୍ଯ୍ୟ କରୁଛନ୍ତି ।

Click here to read PM's speech 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Will walk shoulder to shoulder': PM Modi pushes 'Make in India, Partner with India' at Russia-India forum

Media Coverage

'Will walk shoulder to shoulder': PM Modi pushes 'Make in India, Partner with India' at Russia-India forum
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles loss of lives in fire mishap in Arpora, Goa
December 07, 2025
Announces ex-gratia from PMNRF

The Prime Minister, Shri Narendra Modi has condoled the loss of lives in fire mishap in Arpora, Goa. Shri Modi also wished speedy recovery for those injured in the mishap.

The Prime Minister informed that he has spoken to Goa Chief Minister Dr. Pramod Sawant regarding the situation. He stated that the State Government is providing all possible assistance to those affected by the tragedy.

The Prime Minister posted on X;

“The fire mishap in Arpora, Goa is deeply saddening. My thoughts are with all those who have lost their loved ones. May the injured recover at the earliest. Spoke to Goa CM Dr. Pramod Sawant Ji about the situation. The State Government is providing all possible assistance to those affected.

@DrPramodPSawant”

The Prime Minister also announced an ex-gratia from PMNRF of Rs. 2 lakh to the next of kin of each deceased and Rs. 50,000 for those injured.

The Prime Minister’s Office posted on X;

“An ex-gratia of Rs. 2 lakh from PMNRF will be given to the next of kin of each deceased in the mishap in Arpora, Goa. The injured would be given Rs. 50,000: PM @narendramodi”