Those who sacrificed their lives for nation security will continue to live in our hearts: PM Modi
Vande Bharat Express is a successful example of #MakeInIndia initiative: PM Modi
Our efforts are towards making a modern Kashi that also retains its essence: PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବାରାଣସୀରେ 3350 କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ବିଭିନ୍ନ  କ୍ଷେତ୍ର ଯଥା ସ୍ୱାସ୍ଥ୍ୟ, ସ୍ୱଚ୍ଛତା, ସ୍ମାର୍ଟ ସିଟି, ଯୋଗାଯୋଗ, ଶକ୍ତି, ଆବାସ ଏବଂ ଆଦି ରହିଛି । ଏହି ଅବସରରେ ଉତ୍ତର ପ୍ରଦେଶର ରାଜ୍ୟପାଳ ଶ୍ରୀ ରାମ ନାଏକ, ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ  ।

ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ବାରାଣସୀର ସ୍ୱର୍ଗୀୟ ରମେଶ ଯାଦବଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ, ଯିଏ କି ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ଦେଶ ପାଇଁ ପ୍ରାଣବଳି ଦେଇଥିଲେ ।

ବାରାଣସୀ ଉପକଣ୍ଠ ଆଉରୀ ଗ୍ରାମରେ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିକାଶକୁ ତ୍ୱରାନ୍ୱିତ କରିବା ଲାଗି ସରକାର ଦୁଇଟି ଦିଗରେ କାର୍ଯ୍ୟ କରୁଛନ୍ତି । ପ୍ରଥମଟି ହେଉଛି ରାଜପଥ, ରେଳପଥ ଆଦି ଭିତ୍ତିଭୂମି ଏବଂ ଅନ୍ୟଟି ହେଉଛି ବିକାଶର ଲାଭ ଜନସାଧାରଣଙ୍କ ନିକଟରେ ପହଁଚାଇବାକୁ ସୁନିଶ୍ଚିତ କରିବା । ଏହି ଦିଗରେ ଚଳିତ ବଜେଟରେ ବିଭିନ୍ନ ଘୋଷଣା କରାଯାଇଥିବା ସେ ଉଲ୍ଲେଖ କରିଥିଲେ ।

ଆଜି ଲୋକାର୍ପଣ ହୋଇଥିବା ପ୍ରକଳ୍ପ ଗୁଡ଼ିକ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ନୂତନ ଭାରତରେ ବାରାଣସୀକୁ ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରରେ ପରିଣତ କରିବା  ଦିଗରେ ଏହା ଏକ ପ୍ରୟାସ । ଏହି ପରିପ୍ରେକ୍ଷୀରେ, ସେ DLW ବାରାଣସୀରେ ପତାକା ଦେଖାଇ ଶୁଭାରମ୍ଭ କରାଯାଇଥିବା ଲୋକୋମୋଟିଭ ଟ୍ରେନ ବିଷୟରେ ଉଲ୍ଲେଖ କରିଥିଲେ । ସେ କହିଥିଲେ ମେକ ଇନ ଇଣ୍ଡିଆ ଅଧୀନରେ ଏହି ପ୍ରୟାସ ଭାରତୀୟ ରେଳବାଇର ସାମର୍ଥ୍ୟ ଏବଂ ଗତି ବଢ଼ାଇବାରେ ସହାୟକ ହେବ । ସେ ମଧ୍ୟ କହିଥିଲେ, ଗତ ସାଢ଼େ ଚାରି ବର୍ଷରୁ ଉର୍ଦ୍ଧ୍ଵ ହେବ ରେଳବାଇକୁ ରୂପାନ୍ତରିତ କରିବାରେ ବିଭିନ୍ନ ପଦକ୍ଷେପ ନିଆଯାଇଛି, ଏବଂ ଭାରତର ପ୍ରଥମ ସେମି ହାଇସ୍ପିଡ ଟ୍ରେନ, ବନ୍ଦେ ଭାରତ ଏକ୍ସପ୍ରେସ ଦିଲ୍ଲୀରୁ ବାରାଣସୀ ମଧ୍ୟରେ ଚଳାଚଳ କରିବା  ସେପରି ଏକ ପଦକ୍ଷେପ । ସେ କହିଥିଲେ, ଏସବୁ ପ୍ରକଳ୍ପ କେବଳ ପରିବହନକୁ ସୁଗମ କରିବ ନାହିଁ ବରଂ ବାରାଣସୀ, ପୂର୍ବାଞ୍ଚଳ ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ନୂତନ ଉଦ୍ୟୋଗ ପ୍ରତିଷ୍ଠା ଦିଗରେ ବାଟ କଢେଇ ନେବ ।

 

ପ୍ରଧାନମନ୍ତ୍ରୀ ବିଭିନ୍ନ ଯୋଜନାର ହିତାଧିକାରୀମାନଙ୍କୁ ପ୍ରମାଣପତ୍ର ବଣ୍ଟନ କରିଥିଲେ । ଆଇଆଇଟି ବିଏଚୟୁର 100 ବର୍ଷ ପୂର୍ତି ଅବସରରେ ସେ ମଧ୍ୟ ସ୍ମାରକୀ ଡାକ ଟିକେଟ ଉନ୍ମୋଚନ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ବିଏଚୟୁ କ୍ୟାନସର କେନ୍ଦ୍ର ଏବଂ ଭାବା କ୍ୟାନସର ହସପିଟାଲ, ଲହରତାରା ବିହାର, ଝାଡ଼ଖଣ୍ଡ, ଛତିଶଗଡ଼ ଏବଂ ଅନ୍ୟ ନିକଟବର୍ତ୍ତୀ ରାଜ୍ୟର ଲୋକମାନଙ୍କୁ ଉନ୍ନତ ଚିକିତ୍ସା ଯୋଗାଇ ଦେବ ।

ଆୟୁଷ୍ମାନ ଭାରତ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉତ୍ତର ପ୍ରଦେଶରେ ପାଖାପାଖି 38 ହଜାର ଲୋକ ଏହି ଯୋଜନା ଅଧୀନରେ ଲାଭାନ୍ୱିତ ହୋଇଛନ୍ତି । ସେ କହିଥିଲେ ଯେ ଉତ୍ତର ପ୍ରଦେଶରେ ପାଖାପାଖି 1 କୋଟି 20 ଲକ୍ଷ ପରିବାର ଏହି ଯୋଜନାରୁ ଲାଭାନ୍ୱିତ ହେବେ ।

ସେ ମଧ୍ୟ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ବିଷୟରେ କହିଥିଲେ ଏବଂ କହିଥିଲେ ଯେ ଏହାଦ୍ୱାରା ଉତ୍ତର ପ୍ରଦେଶର ପାଖାପାଖି 2.25 କୋଟି ଗରିବ କୃଷକ ଲାଭାନ୍ୱିତ ହେବେ ।

 

ଗାଈ ଏବଂ ସେମାନଙ୍କ ପ୍ରଜନନର ସଂରକ୍ଷଣ, ସୁରକ୍ଷା ଓ ବିକାଶ ଲାଗି ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ କାମଧେନୁ ଆୟୋଗ ବିଷୟରେ ଉଲ୍ଲେଖ କରିଥିଲେ ।

ସେ ଉଲ୍ଲେଖ କରିଥିଲେ ଯେ ବାରାଣସୀରେ ଶିଳାନ୍ୟାସ ହୋଇଥିବା ପ୍ରକଳ୍ପଗୁଡ଼ିକ ନିର୍ଦ୍ଧାରିତ ସମୟରେ ସମ୍ପୂର୍ଣ୍ଣ ହେବ ।

ଏହାପରେ ସେ ଦିବ୍ୟାଙ୍ଗଜନଙ୍କୁ ସହାୟତା ଉପକରଣ ବଣ୍ଟନ କରିଥିଲେ ।

ଛତ୍ରପତି ଶିବାଜୀ ମହାରାଜଙ୍କ ଜୟନ୍ତୀ ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ଶୁଭକାମନା ଜଣାଇଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Railways plans four-laning of 11,000-km high-density network to boost train capacity

Media Coverage

Indian Railways plans four-laning of 11,000-km high-density network to boost train capacity
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 26, 2026
August 26, 2026

Accountability Meets Ambition: Record Low NPAs, Record Defence Output, Record Digital Adoption Under the Leadership of PM Modi