ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ଅମେଥିଠାରେ ଥିବା କୌହାର ଗସ୍ତ କରିଥିଲେ । କାଲାସନିକୋଭ ଆସଲ୍ଟ ରାଇଫଲ ଉତ୍ପାଦନ ପାଇଁ ଭାରତ-ଋଷ ରାଇଫଲ ପ୍ରାଇଭେଟ ଲିମିଟେଡକୁ ସେ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ ।

ସେ ମଧ୍ୟ ଅମେଥିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଆଧାରଶୀଳା ରଖିବା ସହ ଏହାକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ପାଠ କରାଯାଇଥିବା ତାଙ୍କ ବିଶେଷ ବାର୍ତ୍ତାରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଥିଲେ ଯେ, “ଏହି ନୂତନ ଯୁଗ୍ମ ଉଦ୍ୟୋଗ ନୂଆ 200 ସିରିଜ ଭର୍ସନରେ ବିଶ୍ୱ ପ୍ରସିଦ୍ଧ କାଲାସନିକୋଭ ଆସଲ୍ଟ ରାଇଫଲର ନିର୍ମାଣ କରିବ ଏବଂ ଶେଷରେ ସମ୍ପୂର୍ଣ୍ଣ ଭାବେ ଆଞ୍ଚଳିକ ଉତ୍ପାଦନରେ ପରିଣତ ହେବ । ଏହିପରି ଭାବେ ଅତ୍ୟାଧୁନିକ ଋଷ ବୈଷୟିକ ଜ୍ଞାନକୌଶଳ ଆଧାରରେ ଭାରତୀୟ ପ୍ରତିରକ୍ଷା ଶିଳ୍ପ କ୍ଷେତ୍ରକୁ କ୍ଷୁଦ୍ର ଅସ୍ତ୍ରଶସ୍ତ୍ର କ୍ଷେତ୍ରରେ ଜାତୀୟ ସୁରକ୍ଷା ଏଜେନ୍ସିଗୁଡ଼ିକୁ ଏହାର ଆବଶ୍ୟକତା ପୁରଣ କରିବା ପାଇଁ ସୁଯୋଗ ମିଳିବ ।”

ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ପୁଟିନଙ୍କୁ ତାଙ୍କ ଭାଗୀଦାରୀତା ପାଇଁ ଧନ୍ୟବାଦ ପ୍ରଦାନ କରିଥିଲେ । ସେ କହିଲେ ଯେ ଅମେଥିଠାରେ ଥିବା ସୁବିଧା ଦ୍ୱାରା ଲକ୍ଷ ଲକ୍ଷ ରାଇଫଲ ନିର୍ମାଣ କରାଯିବ ଏବଂ ଏହା ଆମ ସୁରକ୍ଷା ବାହିନୀକୁ ମଜଭୁତ କରିବ ।

ସେ ମଧ୍ୟ କହିଲେ ଯେ ଏହି ବିକାଶ ପ୍ରକ୍ରିୟା ଦୀର୍ଘ ଦିନ ଧରି ବିଳମ୍ବିତ ହୋଇଥିଲା । ସେ କହିଲେ ଯେ ଆମ ସୈନିକମାନଙ୍କ ପାଇଁ ଅତ୍ୟାଧୁନିକ ରାଇଫଲ ଉତ୍ପାଦନ କ୍ଷେତ୍ରରେ ଏହି ବିଳମ୍ବ ପ୍ରକୃତରେ ଯବାନମାନଙ୍କ ପାଇଁ ଅନ୍ୟାୟ । ସେ ସ୍ମରଣ କରିଥିଲେ ଯେ 2009ରେ ବୁଲେଟ ନିରୋଧି ଜ୍ୟାକେଟର ଆବଶ୍ୟକତା ଦର୍ଶାଯାଇ ଥିବାବେଳେ, 2014 ସୁଦ୍ଧା ସେପରି କୌଣସି ଜ୍ୟାକେଟ କ୍ରୟ କରାଯାଇ ନଥିଲା । ସେହି ଆବଶ୍ୟକତା ଏବେ କେନ୍ଦ୍ର ସରକାରଙ୍କ ଦ୍ୱାରା ପୂରଣ କରାଯାଇଛି ବୋଲି ସେ କହିଥିଲେ । ସେ କହିଲେ ଯେ ପୂର୍ବରୁ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ରଶସ୍ତ୍ର କ୍ରୟ କଲାବେଳେ ମଧ୍ୟ ଏପରି ବିଳମ୍ବ ହେଉଥିଲା । ଏ ପ୍ରସଙ୍ଗରେ ସେ ରାଫେଲ ଯୁଦ୍ଧ ବିମାନ ସମ୍ବନ୍ଧରେ ମଧ୍ୟ ଉଲ୍ଲେଖ କରିଥିଲେ ଏବଂ କହିଥିଲେ ଯେ କେନ୍ଦ୍ର ସରକାରଙ୍କ ପ୍ରୟାସ ସ୍ୱରୂପ ସେଗୁଡିକୁ ଅଳ୍ପ କିଛି ମାସ ମଧ୍ୟରେ ବାୟୁ ସେନାରେ ସାମିଲ କରାଯିବ ।

ସେ ମଧ୍ୟ ଅମେଥିରେ ଅନ୍ୟାନ୍ୟ ଉନ୍ନୟନ ପ୍ରକଳ୍ପ ସମ୍ବନ୍ଧରେ ପ୍ରକାଶ କରିଥିଲେ ଯେଉଁଗୁଡ଼ିକ କି କାର୍ଯ୍ୟକାରୀ ହେବାରେ ବିଭିନ୍ନ ବାଧାର ସମ୍ମୁଖୀନ ହେଉଛନ୍ତି । ସେ କହିଲେ ଯେ ଏହି ବାଧାଗୁଡ଼ିକୁ ଦୂର କରାଯାଇଛି ଯେପରିକି ଏହି ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରୀ କରାଯାଇ ପାରିବ ଏବଂ ଏହା ଜନସାଧାରଣଙ୍କୁ ନିଯୁକ୍ତି ପ୍ରଦାନ କରିବ । ସେ କହିଲେ ଯେ ଅମେଥିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଉଜ୍ଜ୍ୱଳା ଯୋଜନା, ସୌଭାଗ୍ୟ ଯୋଜନା ଏବଂ ଶୌଚାଳୟ ନିର୍ମାଣ ଆଦି କାର୍ଯ୍ୟକାରୀ କରାଯିବା ଫଳରେ ଜନସାଧାରଣଙ୍କ ଜୀବନ ଧାରଣ ସହଜସାଧ୍ୟ ହେଉଛି ।

ପ୍ରଧାନମନ୍ତ୍ରୀ କହିଲେ ଯେ କେନ୍ଦ୍ର ସରକାର ଗରିବମାନଙ୍କୁ ସଶକ୍ତ କରୁଛନ୍ତି ଏବଂ ଦାରିଦ୍ର୍ୟରୁ ଉର୍ଦ୍ଧ୍ଵକୁଉଠିବାକୁ ସେମାନଙ୍କୁ ସହାୟତା କରୁଛନ୍ତି । ସେ କହିଲେ ଯେ ସେହିପରି କୃଷକମାନଙ୍କୁ ମଧ୍ୟ ସଶକ୍ତୀକରଣ କରାଯାଉଛି । ଏ ପ୍ରସଙ୍ଗରେ ସେ ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ସମ୍ବନ୍ଧରେ ପ୍ରକାଶ କରିଥିଲେ । ସେ କହିଲେ ଯେ ଆଗାମୀ 10 ବର୍ଷ ମଧ୍ୟରେ କୃଷକମାନଙ୍କ ପାଖରେ 7.5 ଲକ୍ଷ କୋଟି ଟଙ୍କା ପହଞ୍ଚିବା ନେଇ ଏହି ଯୋଜନା ନିଶ୍ଚିତ କରିବ ।


 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India records highest-ever startup surge with 55,200 recognised in FY26

Media Coverage

India records highest-ever startup surge with 55,200 recognised in FY26
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 18, 2026
April 18, 2026

From Tap Water to 40,000 Manuscripts: Modi’s Vision Delivers Jobs, Clean Energy & Civilisational Pride