Good governance is not possible until we think of the problems in totality: PM Modi
From Swachh Bharat to Yoga, Ujjwala to Fit India and to promote Ayurveda - all these initiatives contribute towards prevention of diseases: PM
In addition to rights, we must give as much importance to our duties as citizens: PM

ଆଜି ଲକ୍ଷ୍ନୌଠାରେ ଅଟଳ ବିହାରୀ ବାଜପେୟୀ ମେଡ଼ିକାଲ ବିଶ୍ୱବିଦ୍ୟାଳୟ ଲାଗି ଭିତିପ୍ରସ୍ଥର ସ୍ଥାପନ ଉଦେ୍ଦଶ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫଳକ ଉନ୍ମୋଚନ କରିଛନ୍ତି । ଉତର ପ୍ରଦେଶ ରାଜ୍ୟପାଳ ଶ୍ରୀମତୀ ଆନନ୍ଦୀବେନ ପଟେଲ, ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ, ଉପମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ବିଶିଷ୍ଟବ୍ୟକ୍ତିମାନେ ଏହି ଅବସରରେ ଉପସ୍ଥିତ ଥିଲେ ।

ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉତମ ପ୍ରଶାସନ ଦିବସ ଉପଲକ୍ଷେ ଉତର ପ୍ରଦେଶ ସରକାର ପରିଚାଳିତ ହେଉଥିବା କୋଠାରେ ଅଟଳ ଜୀଙ୍କ ପ୍ରତିମୂର୍ତି ଉନ୍ମୋଚନ ହେବା ଏକ ସଂଯୋଗ । ଏହି ଚମକ୍ରାର ପ୍ରତିମୂର୍ତି ଲୋକଭବନରେ ଅଧିକାରୀ ଓ କର୍ମଚାରୀମାନଙ୍କୁ ଉତମ ପ୍ରଶାସନ ଏବଂ ଜନସାଧାରଣଙ୍କ ସେବା ପାଇଁ କାର୍ଯ୍ୟ କରିବା ନିମନ୍ତେ ଅନୁପ୍ରାଣିତ କରିବ ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବହୁବର୍ଷ ଧରି ଲକ୍ଷ୍ନୌ ଅଟଳ ଜୀଙ୍କ ସଂସଦୀୟ କ୍ଷେତ୍ର ହୋଇ ରହିଆସିଥିଲା, ଏଠାରେ ଅଟଳ ଜୀଙ୍କୁ ସମର୍ପିତ ଏକ ସ୍ୱାସ୍ଥ୍ୟ ଶିକ୍ଷା ପ୍ରତିଷ୍ଠାନ ପାଇଁ ଶିଳାନ୍ୟାସ କରିବା ତାଙ୍କ ପାଇଁ ଗୌରବର ବିଷୟ । ଅଟଳ ଜୀ ସବୁବେଳେ କହୁଥିଲେ, ଜୀବନକୁ ଖଣ୍ଡିତ ଭାବେ ନୁହେଁ ବରଂ ସମ୍ପୂର୍ଣ୍ଣ ଭାବେ ଦେଖିବା ଉଚିତ । ଏ କଥା ସରକାର ଏବଂ ଉତମ ପ୍ରଶାସନ କ୍ଷେତ୍ରରେ ମଧ୍ୟ ସମାନ ହେବା ଉଚିତ । ସମସ୍ୟାଗୁଡ଼ିକ ସମ୍ପର୍କରେ ସାମଗ୍ରିକ ଦୃଷ୍ଟିକୋଣ ନେଇ ଚିନ୍ତା ନକରିବା ପର୍ଯ୍ୟନ୍ତ ଉତମ ପ୍ରଶାସନ ସମ୍ଭବ ନୁହେଁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ କ୍ଷେତ୍ରରେ ତାଙ୍କ ସରକାରଙ୍କ ପଦକ୍ଷେପ ବିଷୟରେ ସୂଚନା ଦେଇଥିଲେ । ପ୍ରତିଷେଧକ ସ୍ୱାସ୍ଥ୍ୟସେବା ଦିଗରେ କାର୍ଯ୍ୟକାରୀ, ସୁଲଭ ସ୍ୱାସ୍ଥ୍ୟସେବା ବୃଦ୍ଧି, ଯୋଗାଣ ପକ୍ଷ ହସ୍ତକ୍ଷେପ ଯଥା ଏହି କ୍ଷେତ୍ରରେ ସମସ୍ତ ଚାହିଦାକୁ ଆଖି ଆଗରେ ରଖି ଯୋଗାଣ ସୁନିଶ୍ଚିତ କରିବା ଏବଂ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନେଇ ହସ୍ତକ୍ଷେପ ଦିଗରେ ସରକାର କାମ କରୁଛି । ସେ ଆହୁରି ମଧ୍ୟ କହିଥିଲେ ଯେ ସ୍ୱଚ୍ଛ ଭାରତ ଠାରୁ ଆରମ୍ଭ କରି ଯୋଗ, ଉଜ୍ଜ୍ୱଳା ଠାରୁ ଆରମ୍ଭ କରି ଫିଟ ଇଣ୍ଡିଆ ଅଭିଯାନ ଏବଂ ଆୟୁର୍ବେଦର ପ୍ରୋତ୍ସାହନ ଏସବୁ-ପ୍ରତ୍ୟେକ ପ୍ରୟାସ ରୋଗ ନିରାକରଣ ଦିଗରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଉଛନ୍ତି । ସେ କହିଥିଲେ ଯେ ଗ୍ରାମାଂଚଳରେ ୧.୨୫ ଲକ୍ଷ ଆରୋଗ୍ୟ କେନ୍ଦ୍ର ନିର୍ମାଣ ପ୍ରତିଷେଧକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏସବୁ କେନ୍ଦ୍ର ରୋଗର ଲକ୍ଷଣକୁ ଆଗୁଆ ଚିହ୍ନଟ କରିବା ଫଳରେ ଆରମ୍ଭରୁ ଚିକିତ୍ସା କ୍ଷେତ୍ରରେ ସହାୟକ ହୋଇପାରିବ । ଆୟୁଷ୍ମାନ ଭାରତ କାରଣରୁ ପାଖାପାଖି ୭୦ ଲକ୍ଷ ଗରିବ ରୋଗୀ ଦେଶରେ ମାଗଣା ଚିକିତ୍ସା ପାଇସାରିଛନ୍ତି ଏମାନଙ୍କ ମଧ୍ୟରେ ଉତର ପ୍ରଦେଶରୁ କେବଳ ୧୧ ଲକ୍ଷ ଲୋକ ଅଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗାଁରୁ ଗାଁକୁ ସ୍ୱଚ୍ଛତା ଓ ଚିକିତ୍ସା ସୁବିଧା ପହଁଚାଇବା ଲାଗି ଏଠାରେ ସରକାରଙ୍କ ଦ୍ୱାରା ଆରମ୍ଭ ଆରମ୍ଭ କରାଯାଇଥିବା ଅଭିଯାନ ଉତର ପ୍ରଦେଶର ଲୋକମାନଙ୍କ ଜୀବନକୁ ସହଜ କରିବା ଦିଗରେ ଏକ ବଡ଼ ପଦକ୍ଷେପ ହେବ । ସେ ଆହୁରି କହିଥିଲେ ଯେ ତାଙ୍କ ସରକାର ପାଇଁ ଉତମ ପ୍ରଶାସନର ଅର୍ଥ ହେଉଛି- ପ୍ରତ୍ୟେକ ଲୋକର କଥା ଶୁଣିବା, ପ୍ରତ୍ୟେକ ନାଗରିକ ନିକଟରେ ସେବା ପହଁଚାଇବା, ପ୍ରତ୍ୟେକ ଭାରତୀୟକୁ ସୁଯୋଗ ଦେବା, ପ୍ରତ୍ୟେକ ନାଗରିକ ନିଜକୁ ସୁରକ୍ଷିତ ମଣିବା ଏବଂ ପ୍ରଶାସନର ପ୍ରତ୍ୟେକ ବ୍ୟବସ୍ଥାରେ ପ୍ରବେଶ ସୁନିଶ୍ଚିତ କରିବା । ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱାଧୀନତା ପରେ ଆମେ ଆମ ଅଧିକାର ଉପରେ ସର୍ବାଧିକ ଗୁରୁତ୍ୱ ଦେଇଛୁ । ଏବେ ଆମର କର୍ତବ୍ୟ ଏବଂ ଉତରଦାୟିତ୍ୱ ପ୍ରତି ଆମକୁ ସମାନ ଗୁରୁତ୍ୱ ଦେବାକୁ ପଡ଼ିବ ବୋଲି ସେ ଉତରପ୍ରଦେଶର ଲୋକମାନଙ୍କୁ ଆହ୍ୱାନ କରିଥିଲେ । ଆମକୁ ଅଧିକାର ଓ ଉତରଦାୟିତ୍ୱକୁ ଏକାଠି ଓ ସବୁବେଳେ ସାଥୀରେ ରଖିବାକୁ ପଡ଼ିବ ବୋଲି ସେ ଉଲ୍ଲେଖ କରିଥିଲେ । ବିସ୍ତୃତ ଭାବେ ଏହାକୁ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉତମ ଶିକ୍ଷା, ସୁଲଭ ଶିକ୍ଷା ଆମର ଅଧିକାର କିନ୍ତୁ ଶିକ୍ଷାନୁଷ୍ଠାନର ସୁରକ୍ଷା, ଶିକ୍ଷକମାନଙ୍କୁ ସମ୍ମାନ ଆମର ଉତରଦାୟିତ୍ୱ । ଶେଷରେ ସେ କହିଥିଲେ ଯେ ଆମେ ଆମର ଉତରଦାୟିତ୍ୱ ପୂରଣ କରିବା ଆବଶ୍ୟକ, ଲକ୍ଷ୍ୟ ହାସଲ କରିବା ଉଚିତ, ଏହା ଉତମ ପ୍ରଶାସନ ଦିବସରେ ଆମର ସଂକଳ୍ପ ହେଉ, ଏହା ଲୋକମାନଙ୍କ ଆଶା, ଏହା ମଧ୍ୟ ଅଟଳ ଜୀଙ୍କ ଭାବନା ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s digital economy enters mature phase as video dominates: Nielsen

Media Coverage

India’s digital economy enters mature phase as video dominates: Nielsen
NM on the go

Nm on the go

Always be the first to hear from the PM. Get the App Now!
...
Share your ideas and suggestions for 'Mann Ki Baat' now!
May 05, 2026

Prime Minister Narendra Modi will share 'Mann Ki Baat' on Sunday, May 31st. If you have innovative ideas and suggestions, here is an opportunity to directly share it with the PM. Some of the suggestions would be referred by the Prime Minister during his address.

Share your inputs in the comments section below.