ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶାର ବଲାଙ୍ଗିର ଗସ୍ତ କରିଥିଲେ । ସେ 1500 କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ ଏବଂ ଶିଳାନ୍ୟାସ କରିଥିଲେ ।

ପ୍ରଧାନମନ୍ତ୍ରୀ ଆଜି ପ୍ରଥମେ ରାୟପୁରସ୍ଥିତ ସ୍ୱାମୀ ବିବେକାନନ୍ଦ ବିମାନ ବନ୍ଦରରେ ପହଁଚିଥିଲେ ଏବଂ ସେଠାରୁ ବଲାଙ୍ଗିର ଅଭିମୁଖେ ଯାତ୍ରା କରିଥିଲେ । ବଲାଙ୍ଗିରଠାରେ ସେ ଝାରସୁଗୁଡ଼ାର ବହୁମୁଖୀ ଲଜିଷ୍ଟିକ ପାର୍କ (ଏମଏମଏଲପି)କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ । ଏହି ଏମଏମଏଲପି ଝାରସୁଗୁଡ଼ାକୁ ଏହି କ୍ଷେତ୍ରର ପ୍ରମୁଖ ଲଜିଷ୍ଟିକ୍ସ କେନ୍ଦ୍ରରେ ପରିଣତ କରିବ । ରେଳ ପ୍ରକଳ୍ପକୁ ପ୍ରୋତ୍ସାହନ ଦେଇ ଶ୍ରୀ ମୋଦୀ 115 କୋଟି ଟଙ୍କା ବ୍ୟୟରେ  ନିର୍ମିତ ବଲାଙ୍ଗିର-ବିଛୁପାଲି ରେଳ ଲାଇନକୁ ଉତ୍ସର୍ଗ କରିଥିଲେ ।

ରାଜ୍ୟବାସୀଙ୍କ ପ୍ରତି ତାଙ୍କର ପ୍ରତିବଦ୍ଧତାର ପ୍ରତିଫଳନ ସ୍ୱରୂପ, ପ୍ରଧାନମନ୍ତ୍ରୀ କହିଥିଲେ ଯେ "ଗତ ତିନି ସପ୍ତାହ ମଧ୍ୟରେ ଏହା ଓଡ଼ିଶାକୁ ତାଙ୍କର ତୃତୀୟ ଗସ୍ତ । ବଲାଙ୍ଗିରରେ ରେଳ ୟାର୍ଡ ଠାରେ ଉପସ୍ଥିତ ଜନସଭାକୁ ସମ୍ବୋଧିତ କରି ସେ କହିଥିଲେ ଯେ ପୂର୍ବ ଭାରତ ଏବଂ ଓଡ଼ିଶାର ବିକାଶ ପାଇଁ ସରକାର ନିରନ୍ତର ପ୍ରୟାସ କରୁଛନ୍ତି । ବଲାଙ୍ଗିରରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରାଯିବା ଏ ଦିଗରେ ଏକ ପଦକ୍ଷେପ ବୋଲି ସେ କହିଥିଲେ ।

ଆହୁରି ପ୍ରଧାନମନ୍ତ୍ରୀ ମଧ୍ୟ ନାଗାବଳି ନଦୀ ଉପରେ ନୂତନ ସେତୁ, ବରପାଲି-ଡୁଙ୍ଗୁରିପାଲି ଏବଂ ବଲାଙ୍ଗିର-ଦେଓଗାଁ ମଧ୍ୟରେ ରେଳ ଲାଇନର ଦୋହରୀକରଣ ଏବଂ ଝାରସୁଗୁଡ଼ା-ବିଜୟନଗରମ ଏବଂ ସମ୍ବଲପୁର-ଅନୁଗୁଳ ଲାଇନର ବିଦ୍ୟୁତିକରଣ କାର୍ଯ୍ୟକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ । ଓଡ଼ିଶାର ସୋନପୁର ଠାରେ 15.81 କୋଟି ଟଙ୍କାର ବ୍ୟୟ ଅଟକଳରେ ସୋନପୁର କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଶିଳାନ୍ୟାସ କରିଥିଲେ । ଶିକ୍ଷା ଏବଂ ଯୋଗାଯୋଗର ଗୁରୁତ୍ୱ ଉପରେ ଆଲୋକପାତ କରି ସେ କହିଥିଲେ, "ଶିକ୍ଷା ମାନବ ସମ୍ବଳ ବିକାଶ ଦିଗରେ ନେଇଯାଇଥାଏ । କିନ୍ତୁ,ଏହା ଯୋଗାଯୋଗ ଯାହା ଏପରି ସମ୍ଭାବନାକୁ ସୁଯୋଗରେ ପରିଣତ କରିଥାଏ । 6 ଟି ରେଳ ପ୍ରକଳ୍ପର ଉଦ୍ଘାଟନ ଯୋଗାଯୋଗ ସମ୍ପ୍ରସାରଣ ଲାଗି ଆମର ଏକ ପ୍ରୟାସ । ଏହା ସାଧାରଣ ଗମନାଗମନ ସୁବିଧା ଦେବା ସହିତ ଶିଳ୍ପ ପାଇଁ ଅଧିକ ଖଣିଜ ସମ୍ପଦର ଉପଲବ୍ଧତା ଏବଂ କୃଷକମାନଙ୍କୁ ସେମାନଙ୍କ ଉତ୍ପାଦକୁ ଦୂର ବଜାରକୁ ନେଇଯିବାରେ ସହାୟକ ହେବ, ଆହୁରି ଓଡ଼ିଶାର ନାଗରିକମାନଙ୍କୁ "ସହଜ ଜୀବନ ଧାରଣ' ସୁବିଧା ଦେବ ।

 

ସଂସ୍କୃତି ଏବଂ ଐତିହ୍ୟର ସଂରକ୍ଷଣ ପାଇଁ ତାଙ୍କର ପ୍ରତିବଦ୍ଧତା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ରାଜ୍ୟରେ ପର୍ଯ୍ୟଟନ ସମ୍ଭାବନା ଏବଂ ଆମର ସାଂସ୍କୃତିକ ସଂଯୋଗ ବୃଦ୍ଧି କରିବ । ବୌଦ୍ଧର ଗନ୍ଧହାରାଡ଼ିରେ ନୀଳମାଧବ ଏବଂ ସିଦ୍ଧେଶ୍ୱର ମନ୍ଦିରର ଜୀର୍ଣ୍ଣୋଦ୍ଧାର ଏବଂ ନବୀକରଣ କାର୍ଯ୍ୟକୁ ନେଇ ସେ ଖୁସି ବ୍ୟକ୍ତ କରିଥିଲେ । ଶ୍ରୀ ମୋଦୀ ଆହୁରି ମଧ୍ୟ ବଲାଙ୍ଗିରର ରାଣୀପୁର ଝରିଆଲ କୀର୍ତ୍ତିରାଜି ଏବଂ କଳାହାଣ୍ଡିର ଅସୁରଗଡ଼ ଦୁର୍ଗର ପୁନରୁଦ୍ଧାର ଏବଂ ନବୀକରଣ କାର୍ଯ୍ୟକୁଉଦ୍ଘାଟନ କରିଥିଲେ ।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
A Milestone in Financial Inclusion: The Success Story of PMSBY

Media Coverage

A Milestone in Financial Inclusion: The Success Story of PMSBY
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 9, 2026
May 09, 2026

Citizens Celebrate India’s Civilisational & Economic Awakening Under PM Narendra Modi