India will emerge stronger only when we empower our daughters: PM Modi
In almost 70 years of independence, sanitation coverage which was merely 40%, has touched 98% in the last five years: PM
Our government is extensively working to enhance quality of life for the poor and middle class: Prime Minister

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହରିୟାଣାର କୁରୁକ୍ଷେତ୍ର ଗସ୍ତ କରିଥିଲେ । ସେ ମହିଳା ସରପଞ୍ଚମାନଙ୍କୁ ନେଇ ଆୟୋଜିତ ସମ୍ମେଳନ ସ୍ୱଚ୍ଛ ଶକ୍ତି-2019ରେ  ଅଂଶଗ୍ରହଣ କରିଥିଲେ । ଏଥିରେ ସେ ଦେଶବ୍ୟାପୀ ବିଭିନ୍ନ ସ୍ଥାନରୁ ଯୋଗ ଦେଇଥିବା ମହିଳା ସରପଞ୍ଚମାନଙ୍କୁ ସ୍ୱଚ୍ଛ ଶକ୍ତି 2019 ପୁରସ୍କାରରେ ପୁରସ୍କୃତ କରିଥିଲେ । ପ୍ରଧାନମନ୍ତ୍ରୀ କୁରୁକ୍ଷେତ୍ରଠାରେ ସ୍ୱଚ୍ଛ ସୁନ୍ଦର ଶୌଚାଳୟ ପ୍ରଦର୍ଶନୀ ପରିଦର୍ଶନ କରିଥିଲେ । ସେ ହରିୟାଣା ପାଇଁ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଥିଲେ । ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏବଂ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଏହି ଅବସରରେ ଉପସ୍ଥିତ ଥିଲେ ।

ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଥିଲେ ଯେ ସାରା ଦେଶରୁ ସ୍ୱଚ୍ଛାଗ୍ରହୀମାନେ ଏକତ୍ର ହେବା ଏକ ନୂତନ ଭାରତ ପାଇଁ ସ୍ୱଚ୍ଛ ଭାରତ ସଂକଳ୍ପକୁ ସୁଦୃଢ଼ କରିଛି ।

ହରିୟାଣାର ଜନସାଧାରଣଙ୍କ ସହିତ ଏକ ଭାବନାତ୍ମକ ସଂଯୋଗର ଅବତାରଣା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ୱାନ ରେଙ୍କ ୱାନ ପେନସନ ଯୋଜନାଠାରୁ ଆରମ୍ଭ କରି ବେଟୀ ବଚାଓ ବେଟୀ ପଢ଼ାଓ ଯୋଜନା କାର୍ଯ୍ୟାନ୍ୱୟନରେ ରାଜ୍ୟ ଅଗ୍ରଣୀ ହେବା ସହିତ ଆୟୁଷ୍ମାନ ଭାରତର ପ୍ରଥମ ହିତାଧିକାରୀ ହରିୟାଣାର ଜଣେ ଝିଅ ହୋଇପାରିଛି ।

ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ କେବଳ ସଶକ୍ତ ମହିଳାମାନେ ଏକ ସଶକ୍ତ ସମାଜ ଏବଂ ଶକ୍ତିଶାଳୀ ରାଷ୍ଟ୍ର ନିର୍ମାଣ କରିପାରିବେ । ମହିଳାଙ୍କୁ ସଶକ୍ତ କରିବାରେ ବେଟୀ ବଚାଓ, ବେଟୀ ପଢ଼ାଓ,ଉଜ୍ଜ୍ୱଳା ଯୋଜନା, ଜାତୀୟ ପୁଷ୍ଟିସାଧନ ମିଶନ, ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନରେ ମାତୃତ୍ୱ ଅବକାଶକୁ 12ରୁ 26 ସପ୍ତାହକୁ ବୃଦ୍ଧି କରିବା ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଘରର ମାଲିକାନା ମହିଳାମାନଙ୍କୁ ପ୍ରଦାନ କରିବା ଆଦି କିଭଳି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ତାହା ସେ ଉଲ୍ଲେଖ କରିଥିଲେ । “ଦୁଷ୍କର୍ମକାରୀଙ୍କୁ ମୃତ୍ୟୁଦଣ୍ଡାଦେଶ ଆଇନ ଆଣିବାରେ ଆମେ ପ୍ରଥମ ସରକାର”,ସେ ଉଲ୍ଲେଖ କରିଥିଲେ ।

ସେ କହିଥିଲେ ଯେ ମୁଦ୍ରା ଯୋଜନା ଅଧୀନରେ 75% ଋଣ ମହିଳା ଉଦ୍ୟୋଗୀମାନଙ୍କୁ ଦିଆଯାଇଛି । ଦୀନ ଦୟାଲ ଅନ୍ତ୍ୟୋଦୟ ଯୋଜନା ଅଧୀନରେ ପାଖାପାଖି 6 କୋଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀରେ ଯୋଗ ଦେଇସାରିଲେଣି ଏବଂ 75,000 କୋଟି ଟଙ୍କାର ଋଣ ଏପରି ସ୍ୱୟଂ ସହାୟିକା ଗୋଷ୍ଠୀଗୁଡ଼ିକୁ ଦିଆଯାଇସାରିଲାଣି ବୋଲି ସେ କହିଥିଲେ । ଏହି ପରିମାଣ 2014ର ପୂର୍ବ ଚାରି ବର୍ଷରେ ଦିଆଯାଇଥିବା ପରିମାଣଠାରୁ 2.5ଗୁଣ ଅଧିକ ।

ପ୍ରଧାନମନ୍ତ୍ରୀ କହିଥିଲେ, “ସ୍ୱଚ୍ଛ ଶୌଚାଳୟ ଅଭାବରୁ ଆମର ମା’ ଓ ଭଉଣୀମାନେ କିପରି ସଂଘର୍ଷ କରୁଥିଲେ ତାହା ମୋତେ ଆଘାତ ପହଁଚାଇଥିଲା । ତେଣୁ ଲାଲକିଲ୍ଲା ଉପରୁ ମୁଁ ସ୍ୱଚ୍ଛ ଭାରତର ଶପଥ ନେଇଥିଲି । ସ୍ୱାଧୀନତାର 70 ବର୍ଷ ପରେ ମଧ୍ୟ ସ୍ୱଚ୍ଛତା ସ୍ଥିତି ମାତ୍ର 40% ଥିଲା । ଆଜି ଏହା 98%ରେ ପହଁଚିପାରିଛି । ସାଢ଼େ ଚାରି ବର୍ଷ ମଧ୍ୟରେ 10କୋଟିରୁ ଅଧିକ ଶୌଚାଳୟ ନିର୍ମାଣ କରାଯାଇସାରିଛି । 5 ଲକ୍ଷ ଗ୍ରାମ ଏବଂ 600 ଜିଲ୍ଲା ଖୋଲା ଶୌଚରୁ ନିଜକୁ ମୁକ୍ତ କରିସାରିଛନ୍ତି । ଏହା ସେମାନଙ୍କୁ ସମ୍ମାନପୂର୍ଣ୍ଣ ଜୀବନ ଦେଇଛି ।”

କୁରୁକ୍ଷେତ୍ରରୁ ହିଁ ଝଜ୍ଜର ଜିଲ୍ଲାର ବାଧସା ଗ୍ରାମରେ ଜାତୀୟ କର୍କଟ ଚିକିତ୍ସା ସଂସ୍ଥାନ (ଏନସିଆଇ)କୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିଥିଲେ ।

ସେ ମତବ୍ୟକ୍ତ କରିଥିଲେ ଯେ ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟସେବା, ବିଶେଷ କରି ଯେଉଁମାନେ ଏହାର ଖର୍ଚ୍ଚ ବହନ କରିପାରୁନାହାନ୍ତି କିମ୍ବା ଯେଉଁମାନଙ୍କ ପାଇଁ ଏହା ଅଧିକ ବ୍ୟୟବହୁଳ ସେମାନଙ୍କୁ ଏହା ସୁନିଶ୍ଚିତ କରିବା ଲାଗି ସରକାର ସମସ୍ତ ପ୍ରକାରର ପ୍ରୟାସ କରୁଛନ୍ତି । ଦିନକୁ ଦିନ ଚିକିତ୍ସା ସୁବିଧା ଏବଂ ସଂସ୍ଥାନଗୁଡ଼ିକର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଦେଶରେ ବର୍ତ୍ତମାନ 21ଟି ଏମ୍ସ କାର୍ଯ୍ୟକ୍ଷମ ଅବସ୍ଥାରେ ରହିଛି କିମ୍ବା ଦ୍ରୁତ ନିର୍ମାଣ ପର୍ଯ୍ୟାୟରେ ରହିଛି । ଏହି 21ଟି ଏମ୍ସ ମଧ୍ୟରୁ 14ଟି ଏମ୍ସ 2014 ପରଠାରୁ ଆରମ୍ଭ ହୋଇଛି । ବର୍ତ୍ତମାନ 1.5 ଲକ୍ଷ କଲ୍ୟାଣ କେନ୍ଦ୍ର ଏବଂ ଆୟୁଷ୍ମାନ ଭାରତର ଶୁଭାରମ୍ଭ ସହିତ ଆମେ ସମାନ୍ତରାଳ ଭାବେ ସମସ୍ତଙ୍କ ପାଇଁ ଚିକିତ୍ସା ସୁନିଶ୍ଚିତ କରିବା ଦିଗରେ କାର୍ଯ୍ୟ କରୁଛୁ ।

ପ୍ରଧାନମନ୍ତ୍ରୀ କୁରୁକ୍ଷେତ୍ରଠାରେ ଶ୍ରୀକୃଷ୍ଣ ଆୟୁଷ ବିଶ୍ୱବିଦ୍ୟାଳୟ ପାଇଁ ଶିଳାନ୍ୟାସ କରିଥିଲେ, ଏହା ବିଶ୍ୱର ପ୍ରଥମ ସଂସ୍ଥାନ ଯେଉଁଠି ଆୟୁର୍ବେଦ, ଯୋଗ, ୟୁନାନି, ସିଦ୍ଧ ଏବଂ ହୋମିଓପାଥି ଚିକିତ୍ସା ପଦ୍ଧତିରେ ଶିକ୍ଷା ଏବଂ ଚିକିତ୍ସା ପ୍ରଦାନ କରାଯିବ ।

କର୍ଣ୍ଣାଲଠାରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ, ପଞ୍ଚକୁଲା ଜାତୀୟ ଆୟୁର୍ବେଦ ଇନଷ୍ଟିଟ୍ୟୁଟ ଏବଂ ଫରିଦାବାଦରେ ଇଏସଆଇସି ମେଡ଼ିକାଲ କଲେଜ ଓ ହସପିଟାଲ ପାଇଁ ଏହି ଅବସରରେ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିଥିଲେ ।

‘ପାନିପଥ ଯୁଦ୍ଧ ସଂଗ୍ରହାଳୟ’ ପାଇଁ ଶିଳାନ୍ୟାସ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପାନିପଥ ଯୁଦ୍ଧ “ଏକ ଭାରତ, ଶ୍ରେଷ୍ଠ ଭାରତ”ର ଏକ ଜୀବନ୍ତ ଉଦାହରଣ ।

ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ ଏ ସମସ୍ତ ପ୍ରକଳ୍ପ ହରିୟାଣାର ଜନସାଧାରଣଙ୍କ ଜୀବନକୁ ସୁସ୍ଥ ଏବଂ ସହଜ କରିବା ସହିତ ଯୁବକମାନଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

ସ୍ୱଚ୍ଛ ଭାରତ ଅଭିଯାନ ତୃଣମୂଳସ୍ତରରେ କିଭଳି କାର୍ଯ୍ୟକାରୀ ହେଲା ଏବଂ ଏହାକୁ ନାଇଜେରିଆରେ କିଭଳି ଭାବେ କାର୍ଯ୍ୟକାରୀ କରାଯାଇପାରିବ ସେ ସମ୍ପର୍କରେ ଶିକ୍ଷାଲାଭ କରିବା ପାଇଁ ଅଧ୍ୟୟନ ଭ୍ରମଣରେ ଆସିଥିବା ଏକ ନାଇଜେରିଆ ପ୍ରତିନିଧି ଦଳକୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'We'll provide AI skill training to 1 crore youth': PM Modi's big announcement on Independence Day 2026

Media Coverage

'We'll provide AI skill training to 1 crore youth': PM Modi's big announcement on Independence Day 2026
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 15, 2026
August 15, 2026

Azadi Ka Amrit Mahotsav Continues: PM Modi’s Independence Day Vision Unites Growth, Youth Power & National Pride