Jharkhand: PM inaugurates and laid the foundation of a slew of projects in the health, education, water supply and sanitation sectors
The Central government is focusing on the health of the people of Jharkhand: PM
There were only three medical colleges since independence in the state before and now three more have been added: PM in Jharkhand

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଝାଡ଼ଖଣ୍ଡର ହଜାରିବାଗ ଗସ୍ତ କରିଛନ୍ତି । ସେ ଝାଡ଼ଖଣ୍ଡରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ କରିଥିଲେ । ଏହି ଅବସରରେ ଝାଡ଼ଖଣ୍ଡ ରାଜ୍ୟପାଳ ଶ୍ରୀମତି ଦ୍ରୌପଦୀ ମୁର୍ମୁ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜୟନ୍ତ ସିହ୍ନା ଏବଂ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଶ୍ରୀ ରଘୁବର ଦାସଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।

ଉପସ୍ଥିତ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ, “ରାଷ୍ଟ୍ରପାଇଁ ପ୍ରାଣବଳି ଦେଇଥିବା ଝାଡ଼ଖଣ୍ଡର ବୀର ସୁପୁତ୍ର ଶ୍ରୀ ବିଜୟ ସୋରେନଙ୍କ ପ୍ରତି ମୁଁ ଶ୍ରଦ୍ଧାସୁମନ ଅର୍ପଣ କରୁଛି । ପ୍ରତ୍ୟେକ ପଦକ୍ଷେପରେ ଆମେ ସହିଦଙ୍କ ପରିବାରର ଯତ୍ନ ନେବୁ ।”

ପ୍ରଧାନମନ୍ତ୍ରୀ ହଜାରିବାଗ, ଦୁମକା ଏବଂ ପାଲାମୁ ଠାରେ ମେଡ଼ିକାଲ କଲେଜର ଉଦଘାଟନ କରିଥିଲେ । 2017ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହି କଲେଜଗୁଡ଼ିକ ପାଇଁ ଶିଳାନ୍ୟାସ କରାଯାଇଥିଲା । ଏହି ନୂଆ ମେଡ଼ିକାଲ କଲେଜଗୁଡ଼ିକ 885 କୋଟି ଟଙ୍କା ଖର୍ଚ୍ଚ କରାଯାଇ ନିର୍ମାଣ କରାଯାଇଛି । ପ୍ରତ୍ୟେକ କଲେଜ କ୍ୟାମ୍ପସକୁ ଦିବ୍ୟାଙ୍ଗଙ୍କ ପାଇଁ ଅନୁକୂଳ କରାଯାଇଛି । ଏହି ଅତ୍ୟାଧୁନିକ ମେଡ଼ିକାଲ ସୁବିଧା ଦ୍ୱାରା ଝାଡ଼ଖଣ୍ଡର 11ଟି ଜିଲ୍ଲାର 1.5 କୋଟି ଲୋକ ଉପକୃତ ହୋଇପାରିବେ । ପ୍ରଧାନମନ୍ତ୍ରୀ କହିଥିଲେ, “ଏହି ଝାଡ଼ଖଣ୍ଡ ମାଟିରୁ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ କରାଯାଇଥିଲା ଯାହା ଝାଡ଼ଖଣ୍ଡର ହଜାର ହଜାର ଲୋକଙ୍କ ସମେତ ଦେଶର ଲକ୍ଷାଧିକ ଲୋକଙ୍କୁ ଲାଭାନ୍ୱିତ କରିଛି । ଆହୁରି ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଉନ୍ନତି ଲାଗି ନିରନ୍ତର ପ୍ରୟାସ କରାଯାଉଛି ।” ସେ ହଜାରିବାଗ, ଦୁମକା, ପାଲାମୁ ଏବଂ ଜାମଶେଦପୁର ଠାରେ 500 ଶଯ୍ୟା ବିଶିଷ୍ଟ ହସପିଟାଲ ପାଇଁ ଶିଳାନ୍ୟାସ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛ ପାନୀୟ ଜଳ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ । ଏବଂ ଆଜି ଝାଡ଼ଖଣ୍ଡରେ ଲୋକାର୍ପଣ ହୋଇଥିବା ଜଳପ୍ରକଳ୍ପ ରାଜ୍ୟବାସୀଙ୍କ ଉତମ ସ୍ୱାସ୍ଥ୍ୟ ସୁନିଶ୍ଚିତ କରିବ । ରାମଗଡ଼ ଏବଂ ହଜାରୀବାଗ ଜିଲ୍ଲାରେ 4ଟି ଗ୍ରାମୀଣ ଜଳ ଯୋଗାଣ ଯୋଜନାକୁ ଉଦଘାଟନ କରିଥିଲେ । ସେ ଏହି ଦୁଇଟି ଜିଲ୍ଲାରେ ଅତିରିକ୍ତ 6ଟି ଗ୍ରାମୀଣ ଜଳ ଯୋଗାଣ ଯୋଜନା ପାଇଁ ଶିଳାନ୍ୟାସ କରିଥିଲେ । ଏଥିସହିତ ଦୁର୍ବଳ ଜନଜାତି ସମୁଦାୟ ରହୁଥିବା ଅଂଚଳ ପାଇଁ ଜଳଯୋଗାଣ ଯୋଜନା ନିମନ୍ତେ ସେ ଶିଳାନ୍ୟାସ କରିଥିଲେ । ସେ ମଧ୍ୟ ହଜାରିବାଗ ଠାରେ ସହରାଂଚଳ ଜଳଯୋଗାଣ ଯୋଜନା ପାଇଁ ଶିଳାନ୍ୟାସ କରିଥିଲେ । 500 କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ହଜାରିବାଗର 56ହଜାର ପରିବାରକୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇବ ।

ପ୍ରଧାନମନ୍ତ୍ରୀ ମଧ୍ୟ ନମାମି ଗଙ୍ଗେ ଯୋଜନା ଅଧୀନରେ ସାହିବଗଞ୍ଜ ବର୍ଜ୍ୟ ଜଳ ପରିଚାଳନା ପ୍ଲାଂଟ ଏବଂ ମଧୁସୁଦନ ଘାଟକୁ ଉଦଘାଟନ କରିଥିଲେ ।

ଇ-ନାମ ଅଧୀନରେ ମୋବାଇଲ ଫୋନ କ୍ରୟ ଲାଗି କୃଷକମାନଙ୍କୁ ଡିବିଟି ଯୋଜନାରେ ସହାୟତା ଯୋଗାଇ ଦେବା ନିମନ୍ତେ ବଛା ବଛା ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଚେକ ବଂଟନ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ, “ଏହି ଯୋଜନା ଦ୍ୱାରା 27 ଲକ୍ଷ କୃଷକ ଲାଭାନ୍ୱିତ ହେବେ । ସ୍ପାର୍ଟଫୋନ ଜରିଆରେ ସେମାନେ କେବଳ ପାଣିପାଗ ସୂଚନା ନୁହେଁ ବରଂ ଫସଲ ଦର, ସରକାରୀ ଯୋଜନା ଏବଂ ନୂତନ ଚାଷ ପ୍ରଣାଳି ସମ୍ପର୍କରେ ସୂଚନା ପାଇପାରିବେ ।”

ରାମଗଡ଼ ଠାରେ ପ୍ରଧାନମନ୍ତ୍ରୀ ଏକମାତ୍ର ମହିଳା ଇଞ୍ଜିନିୟରିଂ କଲେଜର ଉଦଘାଟନ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ପୂର୍ବ ଭାରତରେ ଏହା ହେଉଛି ପ୍ରଥମ କଲେଜ ଏବଂ ସାରା ଭାରତରେ ତୃତୀୟ ଏପରି ଏକ ଇଞ୍ଜିନିୟରିଂ କଲେଜ ଯେଉଁଠି କେବଳ ମହିଳାମାନେ ଇଞ୍ଜିନିୟରିଂ ପଢ଼ିପାରିବେ । ହଜାରିବାଗ ଆଚାର୍ଯ୍ୟ ବିନୋବା ଭାବେ ବିଶ୍ୱବିଦ୍ୟାଳୟର ଜନଜାତି ଅଧ୍ୟୟନ କେନ୍ଦ୍ର ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶିଳାନ୍ୟାସ କରାଯାଇଥିଲା । ପ୍ରଧାନମନ୍ତ୍ରୀ କହିଥିଲେ ଯେ ସବକା ସାଥ ସବକା ବିକାଶର ଉଦ୍ଦେଶ୍ୟ ହେଉଛି ଗରିବ, ମହିଳା, ଯୁବକ ଏବଂ ଜନଜାତିଙ୍କ ସମେତ ସମାଜର ସବୁବର୍ଗଙ୍କ ସଶକ୍ତିକରଣ । ମହିଳା ଓ ଜନଜାତିଙ୍କ ପାଇଁ କଲେଜ ଏ ଦିଗରେ ଏକ ପ୍ରୟାସ ।

ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ କାହ୍ନା ଦୁଗ୍ଧ ଯୋଜନାର ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ ଚୟନ ହୋଇଥିବା ସ୍କୁଲ ପିଲାମାନଙ୍କୁ କ୍ଷୀର ପ୍ୟାକେଟ ବଂଟନ କରିଥିଲେ । ଏହି ଯୋଜନାରେ ଛାତ୍ରଛାତ୍ରୀଙ୍କୁ ଦିନକୁ 200 ମିଲି କ୍ଷୀର ଦୈନିକ ଯୋଗାଇ ଦିଆଯିବ ଯାହା ଅପପୁଷ୍ଟି ବିରୋଧରେ ଲଢ଼ିବା ଲାଗି ସେମାନଙ୍କୁ ବଳ ଯୋଗାଇବ । ପ୍ରଧାନମନ୍ତ୍ରୀ କହିଥିଲେ “ପ୍ରତ୍ୟେକ ଶିଶୁ ନିଜର ପୂର୍ଣ୍ଣ ସମ୍ଭାବନାକୁ ବାସ୍ତବ ରୂପ ଦେବ ଏବଂ ଦେଶକୁ ଗୌରାବାନ୍ୱିତ କରିବ” ।

ପ୍ରଧାନମନ୍ତ୍ରୀ ଦୋହରାଇଥିଲେ ଯେ ତାଙ୍କ ସରକାର ସଂଗ୍ରହାଳୟ ଏବଂ ସ୍ମାରକୀରେ ଆମ ସ୍ୱାଧୀନତା ସଂଗ୍ରାମର ଜନଜାତି ନାୟକମାନଙ୍କ ସ୍ମୃତିକୁ ସଂରକ୍ଷିତ ଓ ସୁରକ୍ଷିତ ରଖିବା ଲାଗି ପ୍ରୟାସ କରୁଛି । ଝାଡ଼ଖଣ୍ଡରେ ବିର୍ସାମୁଣ୍ଡା ସଂଗ୍ରହାଳୟ ଏହାର ଏକ ଉଦାହରଣ ।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Nepal praises India's efforts in times of crisis; calls PM Modi 'exceptionally generous'

Media Coverage

Nepal praises India's efforts in times of crisis; calls PM Modi 'exceptionally generous'
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 29, 2026
August 29, 2026

New India, New Speed, New Stage: Missiles, Medals, Multilateralism under PM Modi