HIRA model of development - Highway, I Way, Railway, Airway is on in Tripura, says PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସାମ, ଅରୁଣାଚଳ ପ୍ରଦେଶ ଏବଂ ତ୍ରିପୁରାକୁ ନିଜର ଗସ୍ତର ଅନ୍ତିମ ପର୍ଯ୍ୟାୟରେ ଆଜି ଅଗରତାଲାରେ ପହଁଚିଥିଲେ । ସେ ଗର୍ଜୀ-ବେଲୋନିୟା ରେଳ ଲାଇନ ଏବଂ ରାଜ୍ୟର ଅନ୍ୟ ବିକାଶ ପ୍ରକଳ୍ପର ଉଦଘାଟନ କରିଥିଲେ ।

ପ୍ରଧାନମନ୍ତ୍ରୀ ଅଗରତାଲା ମହାରାଜା ବୀର ବିକ୍ରମ ବିମାନ ବନ୍ଦରରେ ମହାରାଜା ବୀର ବିକ୍ରମ କିଶୋର ମାଣିକ୍ୟ ବାହାଦୂରଙ୍କ ପ୍ରତିମୂର୍ତ୍ତୀ ଅନାବରଣ କରିଥିଲେ । ମହାରାଜା ବୀର ବିକ୍ରମ କିଶୋରଙ୍କ ଭୂମିକାର ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ମହାରାଜାଙ୍କ ନିକଟରେ ତ୍ରିପୁରାର ବିକାଶ ପାଇଁ ଏକ ଦୂରଦୃଷ୍ଟି ରହିଥିଲା । ସେ ଅଗରତାଲା ନଗରର ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେ ଏହି ପ୍ରତିମୂର୍ତ୍ତୀର ଅନାବରଣ କରି ସେ ଗର୍ବ ଅନୁଭବ କରୁଛନ୍ତି ।

ତ୍ରିପୁରାର ବିକାଶ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ରାଜ୍ୟର ବିକାଶ ଏବେ ଏକ ନୂଆ ରୂପରେଖ ଉପରେ ଆଗକୁ ବଢ଼ୁଛି । ସରକାର ତ୍ରିପୁରାର ବିକାଶ ପାଇଁ ଗତ ସାଢ଼େ ଚାରି ବର୍ଷରେ ପର୍ଯ୍ୟାପ୍ତ ଅର୍ଥ ଉପଲବ୍ଧ କରାଇଛନ୍ତି । ସେ କହିଥିଲେ ଯେ ରାଜ୍ୟର ଇତିହାସରେ ପ୍ରଥମ ଥର ଖାଦ୍ୟଶସ୍ୟ କ୍ରୟର ଏମଏସପି ମୂଲ୍ୟରେ ହୋଇଛି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସ୍ୱାମୀ ବିବେକାନନ୍ଦ ଷ୍ଟାଡିୟମରେ ଏକ ଫଳକ ଉନ୍ମୋଚନ ପୂର୍ବକ ଗର୍ଜୀ-ବେଲୋନିୟା ରେଳ ଲାଇନର ଲୋକାର୍ପଣ କରିଥିଲେ । ଦକ୍ଷିଣ ଏବଂ ଦକ୍ଷିଣ ପୂର୍ବ ଏସିଆ ଲାଗି ଏହି ରେଳ ଲାଇନ ତ୍ରିପୁରାର ଦ୍ୱାର ଭାବେ ପରିଗଣିତ ହେବ । ସେ ନରସିଂହଗଡ଼ରେ ତ୍ରିପୁରା ଇନଷ୍ଟିଟ୍ୟୁଟ ଅଫ ଟେକ୍ନୋଲଜିର ନୂତନ କୋଠାକୁ ଉଦଘାଟନ କରିଥିଲେ ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ମନେ ପକାଇ ଦେଇ କହିଥିଲେ ଯେ ନିର୍ବାଚନ ସମୟରେ ସେ ଯେତେବେଳେ ଏଠାକୁ ଆସିଥିଲେ ସେ ବିକାଶର ହୀରା ମଡେଲ- ହାଇୱେ, ଆଇ ୱେ, ରେଲୱେ, ଏୟାର ୱେ ଉପରେ ଗୁରୁତ୍ୱାରୋପ କରିଥିଲେ । ଅଗରତାଲା-ସବରୁମ ଜାତୀୟ ରାଜପଥ, ହମସଫର ଏକ୍ସପ୍ରେସ, ଅଗରତାଲା ଦେଓଘର ଏକ୍ସପ୍ରେସ ଏବଂ ଅଗରତାଲା ବିମାନବନ୍ଦରର ନୂଆ ଟର୍ମିନାଲ, ଏହି ମଡେଲର ଅଂଶବିଶେଷ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ପୂର୍ବରୁ କେବଳ କାଗଜପତ୍ରରେ ହେଉଥିଲା । ମୁଁ ଶୁଣିଛି ଯେ ପାଖାପାଖି 62 ହଜାର ଲାଭାର୍ଥୀ କେବଳ ତ୍ରିପୁରାରେ ଥିଲେ । ଏମାନେ କେବଳ ଆପଣଙ୍କ ଟଙ୍କା ନେଉଥିଲେ । ଗତ ସାଢ଼େ ଚାରି ବର୍ଷ ମଧ୍ୟରେ 4 କୋଟି ନକଲି ଲାଭାର୍ଥୀଙ୍କୁ ବ୍ୟବସ୍ଥାରୁ ବାହାର କରାଯାଇଛି ।

କୃଷକ ଏବଂ ଅସଂଗଠିତ କ୍ଷେତ୍ର ପାଇଁ ନିଜର ପ୍ରତିବଦ୍ଧତାକୁ ରେଖାଙ୍କିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା ମାଧ୍ୟମରେ ଅସଂଗଠିତ କ୍ଷେତ୍ରର 60 ବର୍ଷରୁ ଅଧିକ ବୟସର ଶ୍ରମିକମାନଙ୍କୁ 3 ହଜାର ଟଙ୍କା ମାସିକ ପେନସନ ଦିଆଯିବ ।
ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ମାଧ୍ୟମରେ 5 ଏକରରୁ କମ ଜମି ଥିବା କୃଷକମାନଙ୍କୁ ବାର୍ଷିକ 6 ହଜାର ଟଙ୍କା ସେମାନଙ୍କ ଖାତାରେ ଜମା କରାଯିବ । ମତ୍ସ୍ୟପାଳନ ଲାଗି ନିର୍ମିତ ପୃଥକ ବିଭାଗ ଦ୍ୱାରା ମତ୍ସ୍ୟଜୀବୀମାନଙ୍କୁ ଅନେକ ଲାଭ ମିଳିବ । ଏହି ପଦକ୍ଷେପ ଦ୍ୱାରା ସରକାରଙ୍କ ପ୍ରତିବଦ୍ଧତା ପ୍ରତିଫଳିତ ହେଉଛି ।

ପ୍ରଧାନମନ୍ତ୍ରୀ ଦିନିକିଆ ଗସ୍ତ ପରେ ନୂଆଦିଲ୍ଲୀ ଫେରି ଆସିଛନ୍ତି । ସେ ଆସନ୍ତାକାଲି ଆନ୍ଧ୍ର ପ୍ରଦେଶ, ତାମିଲନାଡ଼ୁ ଏବଂ କର୍ଣ୍ଣାଟକ ଗସ୍ତରେ ଯିବେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Jo khelega woh khilega, always cheer for Bharat: PM Modi meets India's CWG medallists

Media Coverage

Jo khelega woh khilega, always cheer for Bharat: PM Modi meets India's CWG medallists
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 10, 2026
August 10, 2026

History, Heritage & High Growth: Why India’s Youth Feel Unstoppable Under PM Modi’s Leadership