In Ayushman Bharat, India is home to one of the biggest healthcare programmes in the world: PM
Having seen the hardships we face due to water shortage, it becomes our responsibility to conserve every drop of water: PM Modi
The entire nation agrees that the menace of terror has to be eliminated: PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଜାମନଗରଠାରେ ବାନ୍ଦ୍ରା-ଜାମନଗର ହମସଫର ଏକ୍ସପ୍ରେସ ଚଳାଚଳକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ସେ ଗୁରୁ ଗୋବିନ୍ଦ ସିଂ ହସ୍ପିଟାଲର 750 ଶଯ୍ୟା ବିଶିଷ୍ଟ ନୂଆ କୋଠାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବା ସହିତ ସୌନୀ ପ୍ରକଳ୍ପର ଲୋକାର୍ପଣ କରିଥିଲେ । ଆଜି-3ଠାରୁ ଖିଜାଦିଆ ପର୍ଯ୍ୟନ୍ତ 51 କିଲୋମିଟର ଲମ୍ବ ପାଇପଲାଇନ ସମେତ ଜାମନଗରରେ ଅନ୍ୟାନ୍ୟ ଉନ୍ନୟନ ପ୍ରକଳ୍ପର ମଧ୍ୟ ସେ ଶୁଭାରମ୍ଭ କରିଥିଲେ ।

ଉପସ୍ଥିତ ସମାରୋହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ, ଗତ ଦୁଇ ଦଶନ୍ଧି ଧରି ଜଳସଂକଟର ସମାଧାନ ଲାଗି ଗୁଜରାଟ ସରକାରଙ୍କ ସଂକଳ୍ପ ଏବଂ କଠିନ ପରିଶ୍ରମ ଉପରେ ଆଲୋକପାତ କରିଥିଲେ । ଏହି ପରିପ୍ରେକ୍ଷୀରେ, ସେ ଗୁଜରାଟରେ ‘ଟ୍ୟାଙ୍କର ରାଜ’ର ଅନ୍ତ ଘଟାଇବା ଲାଗି ତାଙ୍କ ଦୃଢ଼ସଂକଳ୍ପ ବିଷୟରେ ଉଲ୍ଲେଖ କରିବା ସହିତ ଗୁଜରାଟର ଲୋକମାନଙ୍କ ପାଇଁ ସର୍ଦ୍ଦାର ସରୋବର ନଦୀ ବନ୍ଧ କିଭଳି ଆଶ୍ୱସ୍ତି ଆଣିଛି ତାହା କହିଥିଲେ । ବର୍ତ୍ତମାନ ଏବଂ ଭବିଷ୍ୟତ ପିଢ଼ିର ଲାଭ ନିମନ୍ତେ ପ୍ରତ୍ୟେକ ଏବଂ ସମସ୍ତ ଜଳବୁନ୍ଦାର ସଂରକ୍ଷଣ ଲାଗି ସେ ନାଗରିକମାନଙ୍କୁ ଆହ୍ୱାନ କରିଥିଲେ ।

ଗୁଜରାଟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆସିଥିବା ବିପ୍ଳବକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ କିଛି ବର୍ଷ ମଧ୍ୟରେ ଗୁଜରାଟରେ ନିର୍ମିତ ହୋଇଥିବା ଡାକ୍ତରଖାନାଗୁଡ଼ିକ ବହୁଳ ଭାବେ ଗରିବ ଲୋକମାନଙ୍କୁ ଲାଭାନ୍ୱିତ କରିବ । ସେ କହିଥିଲେ, କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ଆୟୁଷ୍ମାନ ଭାରତ ଯୋଜନା ଗରିବ ଲୋକମାନଙ୍କୁ ପାଇଁ ଶସ୍ତା ଏବଂ ଉନ୍ନତମାନର ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରାଇବ ।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶର ଆହ୍ୱାନଗୁଡ଼ିକର ମୁକାବିଲା ନିମନ୍ତେ ହିନମନ୍ୟତାର ସହ ଚିନ୍ତା କରାଯାଇଥିବା କ୍ଷୁଦ୍ର ଅବଧି ବିଶିଷ୍ଟ ପଦକ୍ଷେପ ତୁଳନାରେ ଢାଂଚାଗତ ଏବଂ ଦୀର୍ଘକାଳୀନ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ଏହି ପରିପ୍ରେକ୍ଷୀରେ, କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଦୀର୍ଘକାଳୀନ ଦୂରଦର୍ଶୀ ପଦକ୍ଷେପ ବିଷୟରେ ସେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ କୃଷକମାନଙ୍କ କଲ୍ୟାଣ ଲାଗି ପ୍ରଧାନମନ୍ତ୍ରୀ-କିସାନ ଯୋଜନା ଏକ ଦୀର୍ଘକାଳୀନ ଏବଂ ବିସ୍ତୃତ ଯୋଜନା ।

ଏମଏସଏମଇ କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ଲାଗି କେନ୍ଦ୍ର ସରକାରଙ୍କ ପ୍ରୟାସ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସହଜ ଋଣ ଉପଲବ୍ଧତା ଏବଂ ଜନ-ଅନୁକୂଳ ଜିଏସଟି ବ୍ୟାପକଭାବେ ଯୁବ ପିଢ଼ିକୁ ଲାଭାନ୍ୱିତ କରିବ । ସେ କହିଥିଲେ ଯେ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ବ୍ୟବସାୟିକ ସୁଗମତା ରେଙ୍କିଙ୍ଗରେ ଉନ୍ନତି ସୁନିଶ୍ଚିତ କରିଛି ।

 

ସେନାବାହିନୀଙ୍କ ପ୍ରୟାସକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯବାନଙ୍କୁ ନେଇ ସାରା ଦେଶ ଗର୍ବିତ । ସେ କହିଥିଲେ ଯେ ଆତଙ୍କବାଦ ବିପଦର ମୂଳୋତ୍ପାଟନ ହେବା ଆବଶ୍ୟକ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India adds 11 ports to e-visa scheme; total entry points rises to 88

Media Coverage

India adds 11 ports to e-visa scheme; total entry points rises to 88
NM on the go

Nm on the go

Always be the first to hear from the PM. Get the App Now!
...
PM Modi shares a Sanskrit Subhashitam highlighting the eight essential qualities that enhance a person’s life and character
August 11, 2026

Prime Minister Shri Narendra Modi shared a Sanskrit Subhashitam today, highlighting the eight essential qualities that brighten a person's life and build character.

The Prime Minister wrote on X;

"अष्टौ गुणाः पुरुषं दीपयन्ति प्रज्ञा सुशीलत्वदमौ श्रुतं च।
पराक्रमश्च बहुभाषिता च दानं यथाशक्ति कृतज्ञता च।।"

These eight qualities brighten a person's life. Wisdom shows him the right path. Good conduct keeps his character pure, and self-control keeps him disciplined. Knowledge gives him understanding, courage helps him stand firm in difficult situations, and skillful speech earns him respect in society. Giving according to one's ability and being grateful for kindness make a person complete.