ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତର ପ୍ରଦେଶର କାନପୁର ଗସ୍ତ କରିଥିଲେ । ପ୍ରଧାନମନ୍ତ୍ରୀଲକ୍ଷ୍ନୌ ମେଟ୍ରୋ ରେଳ ପ୍ରକଳ୍ପର ଉଦଘାଟନ କରିଥିଲେ ଏବଂ ଆଗ୍ରା ମେଟ୍ରୋ ରେଳ ପ୍ରକଳ୍ପ ପାଇଁଶିଳାନ୍ୟାସ କରିଥିଲେ । ସେ ପାଙ୍କୀ ତାପଜ ବିଦ୍ୟୁତ କେନ୍ଦ୍ରର ଆଧାରଶିଳା ରଖଇଥିଲେ ଏବଂକାନପୁରର ନିରାଲାନଗର ଠାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ ପାଇଁ ଫଳକ ଉନ୍ମୋଚନକରିଥିଲେ ।

ଉପସ୍ଥିତ ସମାରୋହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ କାନପୁର ହେଉଛି ବହୁ ମହାନନେତାଙ୍କ ଜନ୍ମସ୍ଥାନ ଯେଉଁମାନେ ଦେଶର ପାଇଁ ବିପୁଳ ଯୋଗଦାନ ଦେଇଛନ୍ତି । ସେ କହିଥିଲେ ଆଜିଶୁଭାରମ୍ଭ ହୋଇଥିବା ପ୍ରକଳ୍ପଗୁଡ଼ିକ କାନପୁର ଏବଂ ଉତର ପ୍ରଦେଶର ଲୋକମାନଙ୍କ ଜୀବନରେପରିବର୍ତ୍ତନ ଆଣିପାରିବ ।

କାନପୁରରେ ବିଦ୍ୟୁତ ଉପଲବ୍ଧତାର ଉନ୍ନତି ଲାଗି ରାଜ୍ୟ ଏବଂ କେନ୍ଦ୍ର ସରକାର କଠିନ ପରିଶ୍ରମକରିଥିବା ପ୍ରଧାନମନ୍ତ୍ରୀ କହିଥିଲେ । ଏହି ପରିପ୍ରେକ୍ଷୀରେ, ସେ ପାଙ୍କୀ ତାପଜ ବିଦ୍ୟୁତ କେନ୍ଦ୍ର ବିଷୟରେଉଲ୍ଲେଖ କରିଥିଲେ ଏବଂ କାନପୁର ଓ ଉତ୍ତର ପ୍ରଦେଶରେ ବିଦ୍ୟୁତ ନିଅଂଟସ୍ଥିତିକୁ ଏହା କିପରିରୂପାନ୍ତରିତ କରିପାରିଛି ତାହା କହିଥିଲେ । ସେ ଆହୁରି ଉଲ୍ଲେଖ କରିଥିଲେ ଯେ ସୌଭାଗ୍ୟ ଯୋଜନାଅଧୀନରେ ଉତର ପ୍ରଦେଶରେ 76 ଲକ୍ଷ ମାଗଣା ବିଦ୍ୟୁତ ସଂଯୋଗ ଯୋଗାଇ ଦିଆଯାଇଛି ।

ଗଙ୍ଗା ନଦୀ ସଫା କରିବା ଲାଗି କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ବିଷୟରେପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ଗଙ୍ଗା ନଦୀକୁ ସଫା କରିବା ଅସମ୍ଭବ ବୋଲିପୂର୍ବରୁ ଚିନ୍ତା କରାଯାଉଥିଲା, କିନ୍ତୁ ତାଙ୍କର ସରକାର ଅସମ୍ଭବକୁ ସମ୍ଭବ କରିପାରିଛି । ବର୍ଜ୍ୟ ଜଳପରିଚାଳନା ଏବଂ ନଦୀକୁ ପଡ଼ୁଥିବା ଡ୍ରେନକୁ ବନ୍ଦ କରିବା ଲାଗି ବିଭିନ୍ନ ପଦକ୍ଷେପ ନିଆଯାଇଥିବାପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉତ୍ତର ପ୍ରଦେଶରେ ହେଉଥିବା ପ୍ରତିରକ୍ଷା କରିଡର ବ୍ୟାପକ ଭାବେକାନପୁର ଲୋକମାନଙ୍କୁ ଲାଭାନ୍ୱିତ କରିବ । ସେ କହିଥିଲେ ସଡ଼କପଥ, ଆକାଶପଥ ଏବଂରେଳପଥରେ ବୃହତ ଭିତ୍ତିଭୂମିର ନିର୍ମାଣ କରାଯାଉଛି । ରାଜ୍ୟରେ ବିଭିନ୍ନ ମେଟ୍ରୋ ପ୍ରକଳ୍ପ ମଧ୍ୟ ଆରମ୍ଭକରାଯାଇଛି । ଏସବୁ ପ୍ରକଳ୍ପ ଉତର ପ୍ରଦେଶରେ ପରିବର୍ତ୍ତନ ଆଣିପାରିବ ବୋଲି ପ୍ରଧାନମନ୍ତ୍ରୀକହିଥିଲେ ।

ପ୍ରଧାନମନ୍ତ୍ରୀ ଦୋହରାଇଥିଲେ ଯେ 2022 ସୁଦ୍ଧା ଦେଶରେ ପ୍ରତ୍ୟେକ ପରିବାର ନିକଟରେ ଗୋଟିବାସଗୃହ ଥିବ । ସେ ଉଲ୍ଲେଖ କରିଥିଲେ ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ବର୍ତ୍ତମାନ ସୁଦ୍ଧାଦେଶରେ ପାଖାପାଖି 1.5 କୋଟି ଆବାସ ନିର୍ମାଣ କରାଯାଇସାରିଲାଣି ।

ପୁଲୱାମା ଆକ୍ରମଣ ଏବଂ ବଡ଼ଗାମ୍ ସଂଘର୍ଷରେ ପ୍ରାଣବଳି ଦେଇଥିବା କାନପୁରର ବୀର ଯବାନମାନଙ୍କପ୍ରତି ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେ କହିଥିଲେ ଯେ ଆତଙ୍କବାଦ ବିରୋଧରେ କେନ୍ଦ୍ରସରକାର ଦୃଢ଼ ପଦକ୍ଷେପ ନେଉଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶରେ ଏକତାର ପରିବେଶ ବଜାୟ ରଖିବା ଗୁରୁତ୍ୱପୂର୍ଣ୍ଣ । ନିକଟରେକାଶ୍ମୀରୀମାନଙ୍କୁ ଆକ୍ରମଣ କରିଥିବା ଲୋକମାନଙ୍କ ବିରୋଧରେ ଉତର ପ୍ରଦେଶ ସରକାର ଦେଇଥିବାତ୍ୱରିତ କାର୍ଯ୍ୟାନୁଷ୍ଠାନକୁ ସେ ପ୍ରଶଂସା କରିଥିଲେ । ଏପରି ଷଡ଼ଯନ୍ତ୍ର କରୁଥିବା ବ୍ୟକ୍ତିବିଶେଷଙ୍କବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସେ ସବୁ ରାଜ୍ୟ ସରକାରଙ୍କୁ ଆହ୍ୱାନ କରିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Kashmir was a crucial launchpad for global Buddhism

Media Coverage

Kashmir was a crucial launchpad for global Buddhism
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the loss of lives due to a mishap in Bhandup, Mumbai
December 30, 2025

Prime Minister Shri Narendra Modi today condoled the loss of lives due to a mishap in Bhandup, Mumbai.

The PMO India handle in post on X said:

“Saddened by the loss of lives due to a mishap in Bhandup, Mumbai. Condolences to those who have lost their loved ones. May those injured recover at the earliest: PM @narendramodi”

"मुंबईतील भांडुप येथे अपघातात झालेल्या जीवितहानीने अत्यंत दुःख झाले आहे. आपल्या प्रियजनांना गमावलेल्या कुटुंबीयांप्रती माझ्या संवेदना आहेत. जखमींच्या तब्येतीत लवकरात लवकर सुधार व्हावा, अशी प्रार्थना करतो: पंतप्रधान @narendramodi"