PM Modi launches #SwachhataHiSeva Movement, gives clarion call for rededicating ourselves towards fulfilling Bapu's dream of a Clean India
In the last four years, Swachhata has become a mass movement: PM Modi #SwachhataHiSeva
Nearly 9 crore toilets constructed in the last 4 years, around 4.5 lakh villages, 450 districts and 20 states and union territories have been declared ODF: PM #SwachhataHiSeva
Swachhata must become our Swabhaav: PM Modi #SwachhataHiSeva
Youngsters are ambassadors of social change. The way they have furthered the message of cleanliness is commendable: PM Modi #SwachhataHiSeva
Unclean environment impact poor the most: PM Modi #SwachhataHiSeva

ସବୁ କୋଣ-ଅନୁକୋଣ ସହିତ ଜଡିତ ସମସ୍ତ ସ୍ୱେଚ୍ଛାଗ୍ରହୀମାନଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଉଛି,ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ କରୁଛୁ । ଆଜି ସେପ୍ଟେମ୍ବର 15 ତାରିଖ ହେଉଛି ଏକ ଐତିହାସିକ ଦିବସ । ଐତିହାସିକ ଏଥିପାଇଁ କାରଣ ଆଜି ସକାଳ ଏକ ନୂତନ ପ୍ରତିଜ୍ଞା, ଏକ ନୂତନ ଉତ୍ସାହ ଏବଂ ଏକ ନୂତନ ସ୍ୱପ୍ନ ନେଇକରି ଆସିଛି । ଆଜି, ଆପଣ, ମୁଁ ତଥା 125 କୋଟି ଦେଶବାସୀ ସ୍ୱଚ୍ଛତା ହିଁ ସେବା ସଂକଳ୍ପକୁ ପୁଣିଥରେ ଦୋହରାଇବାକୁ ଯାଉଛୁ । ଆଜିଠାରୁ ଆରମ୍ଭ କରି ଅକ୍ଟୋବର 2 ପର୍ଯ୍ୟନ୍ତ ଅର୍ଥାତ ବାପୁଙ୍କ ଜୟନ୍ତୀ ପର୍ଯ୍ୟନ୍ତ ସମଗ୍ର ଦେଶରେ ଆମେ ସମସ୍ତେ ନୂତନ ଉର୍ଜା ସହିତ, ନୂତନ ଉଦ୍ଦୀପନାସହିତ, ନିଜ ଦେଶକୁ , ଆମର ଭାରତକୁ ସ୍ୱଚ୍ଛ କରିବା ପାଇଁ  ଶ୍ରମ ଦାନ କରିବା, ନିଜର ଯୋଗଦାନ ଦେବା ।

ଦୀପାବଳି ସମୟରେ ଆମେ ଦେଖିଥାଉ ଯେ ଘର ଯେତେ ବି ସଫା ସୁତୁରା ହେଉନା କାହିଁକି,ଦୀପାବଳି ଆସିବା ମାତ୍ରେ ପୁରା ପରିବାର ଘରର ସବୁ କୋଣର ସ୍ୱଚ୍ଛତାରେ ଲାଗି ପଡନ୍ତି । ଏହିପରି ଆମକୁ ମଧ୍ୟ ଦେଶର ପ୍ରତି କୋଣରେ ସଫେଇର ଏହି ସ୍ୱଭାବ ପ୍ରତି ମାସ, ପ୍ରତି ବର୍ଷ ଚାଲୁ ରଖିବା ଆବଶ୍ୟକ । 

ଚାରି ବର୍ଷ ପୂର୍ବରୁ ଯେଉଁ ଅଭିଯାନ ଆରମ୍ଭ ହୋଇଥିଲା,  ସେହି ସ୍ୱଚ୍ଛତାର ଆନ୍ଦୋଳନ ଏପର୍ଯ୍ୟନ୍ତ ଏକ ମହତ୍ୱପୂର୍ଣ୍ଣ ସ୍ଥିତିରେ ଆସି ପହଂଚିଯାଇଛି । ଆମେ ଗର୍ବର ସହ କହିପାରିବା ଯେ ଦେଶର ସମସ୍ତ ଜାତି,ସମସ୍ତ ସମ୍ପ୍ରଦାୟ, ସବୁ ବୟସ ବର୍ଗର ମୋର ସାଥି ଏହି ମହାଅଭିଯାନରେ ଆଗକୁ ବଢ଼ୁଛନ୍ତି । ଗାଁ ହେଉ, ଗଳି ହେଉ, ସହର ହେଉ କେହି ବି ଏହି ଅଭିଯାନରୁ ବାଦ ପଡିନାହାନ୍ତି ।

2014ରେ ଭାରତରେ ସ୍ୱଚ୍ଛତାର ପରିବ୍ୟାପ୍ତି ମାତ୍ର ଶତକଡା 40 ପ୍ରତିଶତ ଥିଲା । ଆଜି ଆପଣମାନଙ୍କର ପୁରୁଷାର୍ଥ ଏବଂ ସଂକଳ୍ପର ପରିଣାମ ସ୍ୱରୂପ ସ୍ୱଚ୍ଛତାର ବିସ୍ତାର ଶତକଡା 90 ପ୍ରତିଶତରୁ ଅଧିକ ହୋଇଛି । କିଏ ବା ଭାବିଥିଲା ଯେ ଗତ 4 ବର୍ଷରେ ଆମେ ସ୍ୱଚ୍ଛତା ବିସ୍ତାରରେ ଏତେ ପରିମାଣରେ ପ୍ରଗତି ହାସଲ କରିପାରିବା ଯାହାକୁ କି ଆମେ ପୂର୍ବରୁ ପାଖାପାଖି 50-60 ବର୍ଷ ମଧ୍ୟରେ ହାସଲ କରିପାରିନଥିଲେ । ଏହା କ’ଣ କେହି ଭାବି ପାରିଥିଲା ଯେ ଭାରତରେ ଚାରି ବର୍ଷ ମଧ୍ୟରେ ପାଖାପାଖି 9 କୋଟି ଶୌଚାଳୟର ନିର୍ମାଣ ହୋଇପାରିବ । ଏହା କ’ଣ କେହି କଳ୍ପନା କରିଥିଲା ଯେ ଚାରିବର୍ଷ ମଧ୍ୟରେ ପାଖାପାଖି 4 ଲକ୍ଷ ଗ୍ରାମ ଖୋଲାଶୌଚ ମୁକ୍ତ ହୋଇଯିବେ । କେହି କ’ଣ କଳ୍ପନା କରିଥିଲା ଯେ 4 ବର୍ଷ ମଧ୍ୟରେ 450ରୁ ଅଧିକ ଜିଲ୍ଲା ଖୋଲାରେ ଶୌଚରୁ ମୁକ୍ତ ହୋଇଯିବେ । କିଏ କ’ଣ ଏହା କଳ୍ପନା କରିଥିଲା ଯେ 4 ବର୍ଷ ମଧ୍ୟରେ 20 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଖୋଲାଶୌଚ ମୁକ୍ତ ହୋଇଯିବେ ।

ଏହା ଭାରତବାସୀ ତଥା ଆପଣମାନଙ୍କର ସମସ୍ତ ସ୍ୱେଚ୍ଛାଗ୍ରହୀମାନଙ୍କର ଶକ୍ତି । ଏପରି ସ୍ତରର ପରିବର୍ତ୍ତନ ସରକାର ଏକୁଟିଆ ଆଣିପାରିବେ ନାହିଁ । ବିଷୟ ସ୍ୱାସ୍ଥ୍ୟର ହେଉ କିମ୍ବା ଧନର ହେଉ,ସ୍ୱଚ୍ଛତା ଜନସାଧାରଣଙ୍କ ଜୀବନରେ ସୁଧାର ଆଣିବା ନେଇ ବହୁତ ବଡ ଯୋଗଦାନ ପ୍ରଦାନ କରୁଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଏକ ଅନୁମାନ ଅନୁଯାୟୀ 3 ଲକ୍ଷ ଲୋକଙ୍କ ଜୀବନ ବଂଚାଇବାରେ ସ୍ୱଚ୍ଛତାର ଭୂମିକା ରହିଛି । ଏକ ସର୍ବେକ୍ଷଣରୁ ଜଣାପଡିଛି ଯେ ସ୍ୱଚ୍ଛତା ଫଳରେ ଝାଡାବାନ୍ତି ମାମଲାରେ ଶତକଡା 30 ପ୍ରତିଶତ ହ୍ରାସ ଘଟିବ ।

ମାତ୍ର ଭାଇ ଓ ଭଉଣୀମାନେ କେବଳ ଏବଂ କେବଳ ଶୌଚାଳୟ ନିର୍ମାଣ କରିବା ଦ୍ୱାରା ଯେ ସ୍ୱଚ୍ଛତା ଆସିବ ତାହା ନୁହେଁ । ପାଇଖାନାର ସୁବିଧା ଦେବା, କଚରାଦାନୀର ସୁବିଧା ଦେବା, ଅଳିଆ ସ୍ଥାନାନ୍ତରର ବ୍ୟବସ୍ଥା କରିବା ଏ ସମସ୍ତ ବିଷୟର ଆବଶ୍ୟକତା ରହିଛି । ସ୍ୱଚ୍ଛତା ହେଉଛି ଏକ ଅଭ୍ୟାସ ଯାହାକୁ ନିୟମିତ ଅନୁଭବରେ ସାମିଲ କରିବାକୁ ପଡିବ । ଏହା ସ୍ୱଭାବରେ ପରିବର୍ତ୍ତନ କରିବାର ଯଜ୍ଞ । ଯେଉଁଥିରେ କି ଦେଶର ଜନ-ଧନ ତଥା ଆପଣମାନେ ସମସ୍ତେ ନିଜ ନିଜ ତରଫରୁ ସକ୍ରିୟ ଯୋଗଦାନ ଦେଉଛନ୍ତି । 

ମୋର ପ୍ରୟାସ ହେଉଛି ସ୍ୱଚ୍ଛ ଭାରତ ମିଶନ ସହିତ ଜଡିତ ହୋଇଥିବା ଆପଣମାନଙ୍କ ଅନୁଭବ ଶୁଣିବି, ଆପଣମାନଙ୍କଠାରୁ କିଛି ଶିଖିବି ଏବଂ ଆମେ ସମସ୍ତେ ମିଳିତ ହୋଇ ଶ୍ରମଦାନ କରିବା । ଏବେ ଆମକୁ ଭାରତର ବିଭିନ୍ନ କୋଣକୁ ଯିବାର ଅବସର ମିଳିବ । ସେଠାରେ ଯେଉଁ ପ୍ରୟାସ ହେଉଛି ସେଠାକାର ସୂଚନା ସିଧା ମିଳିବାର ଅବସର ମିଳିବ ।

ମୁଁ ଆଜି ପୁଣିଥରେ ଦେଶବାସୀଙ୍କୁ କହିବାକୁ ଚାହିଁବି ଯେ ସମଗ୍ର ଦେଶରେ ସ୍ୱେଚ୍ଛାଗ୍ରହୀମାନଙ୍କର ସଂକଳ୍ପ ଏବଂ ସମର୍ପଣକୁ ଆମେ ଦେଖିଲୁ, ଶୁଣିଲୁ, ଅନୁଭବ କଲୁ, କିପରି ଅଦ୍ଭୁତପୂର୍ବ ସହଯୋଗ ରହିଛି । ଦେଶର ବଡବଡ ଗଣମାନ୍ୟ ବ୍ୟକ୍ତିମାନଙ୍କର ପାଖାପାଖି ଦୁଇ ଘଂଟା ଏହି କାର୍ଯ୍ୟରେ ଏହିପରି ସହଭାଗୀ ହେବା, ସେମାନଙ୍କର ଅନୁଭବ ଶୁଣିବା, ମୋତେ ଅନୁମାନ ହୁଏ ଯେ ଭାରତର ପ୍ରତିଟି କୋଣରେ କିପରି ଭାବେ ସ୍ୱଚ୍ଛତା ପ୍ରତି 125 କୋଟି ଦେଶବାସୀ ଏହି ଆନ୍ଦୋଳନକୁ ସମଗ୍ର ବିଶ୍ୱ ସାମନାରେ ଆଜି ପ୍ରସ୍ତୁତ କରିଛନ୍ତି । ବିଶ୍ୱ ଦେଖୁଛି ।

ଭବିଷ୍ୟତରେ ଏହି ଜନ-ଆନ୍ଦୋଳନ ବାବଦରେ ଯେତବେଳେ ବି ଲେଖାଯିବ ଓ ପଢ଼ାଯିବ ସେତେବେଳେ ଆପଣମାନଙ୍କର ସମସ୍ତ ସ୍ୱେଚ୍ଛାଗ୍ରହୀମାନଙ୍କର ନାମ ସ୍ୱର୍ଣ୍ଣିମ ଅକ୍ଷରରେ ଲେଖାଯିବ । ଯେଉଁପରି ସ୍ୱାଧୀନତା ପାଇଁ ଜୀବନ ଦେଉଥିବା ଶହୀଦମାନଙ୍କୁ ଆଜି ଆଦର ଓ ସମ୍ମାନର ସହିତ ଦେଖାଯାଇଥାଏ, ଆପଣମାନଙ୍କ ଯୋଗଦାନକୁ ମଧ୍ୟ ସେହିପରି ଆଦର ଏବଂ ସମ୍ମାନ ସହିତ ପୂଜ୍ୟ ବାପୁଙ୍କର ସଚ୍ଚା ଉତ୍ତରାଧିକାରୀ ଭାବେ ବିଶ୍ୱ ସ୍ମରଣ କରିବ । କାରଣ ଆପଣ ରାଷ୍ଟ୍ରର ନବ-ନିର୍ମାଣ,ଗରୀବ, ଦୁର୍ବଳ ବର୍ଗର ଜୀବନ ବଂଚାଇବା ଏବଂ ଦେଶର ପ୍ରତିଷ୍ଠାକୁ ଦୁନିଆରେ ପୁଣି ସ୍ଥାପିତ କରିବାର ଏକ ସେନାରେ ପରିଣତ ହୋଇଛନ୍ତି । 125 କୋଟିର ଶକ୍ତି ହେଉଛି ଅସୀମ, ଅନନ୍ତ, ଆମର ଉତ୍ସାହ ପ୍ରବଳ । ଆମର ବିଶ୍ୱାସ ଚରମ ଏବଂ ଆମ ସଂକଳ୍ପ ସିଦ୍ଧି ପାଇଁ ହିଁ ରହିଛି । ଆପଣମାନେ ସମସ୍ତେ ଶ୍ରମଦାନ ପାଇଁ ପ୍ରସ୍ତୁତ ଏବଂ ତତ୍ପର ଅଛନ୍ତି । ଆପଣମାନଙ୍କୁ ସମସ୍ତଙ୍କୁ ଅନେକ ଅନେକ ଶୁଭକାମନା । ମୁଁ ଏବେ ଆପଣମାନଙ୍କଠାରୁ ବିଦାୟ ନେଉଛି କାରଣ ମୋତେ ବି ଆପଣମାନଙ୍କ ସହିତ କେଉଁଠାରେ ନାଁ କେଉଁଠାରେ ଶ୍ରମଦାନର ଏହି କାମରେ ଯୋଡିହେବାର ରହିଛି ।

ମୁଁ ପୁଣିଥରେ ଆପଣମାନଙ୍କ ପ୍ରେରଣା ପାଇଁ ଆପଣମାନଙ୍କ ପୁରୁଷାର୍ଥ ପାଇଁ ଆପଣମାନଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଉଛି । ସମସ୍ତ ମହାପୁରୁଷଙ୍କୁ ପ୍ରଣାମ କରି ମୁଁ ମୋର ବକ୍ତବ୍ୟକୁ ବିରାମ ଦେଉଛି । ଅନେକ ଅନେକ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Microsoft opens its largest India data centre hub as AI race heats up

Media Coverage

Microsoft opens its largest India data centre hub as AI race heats up
NM on the go

Nm on the go

Always be the first to hear from the PM. Get the App Now!
...
PM to address the 57th Convocation Ceremony of IIT Delhi on 8th August
August 07, 2026
PM to present Institute's Highest Honours to Meritorious Students
PM to inaugurate Param Pragya, an AI-powered high-performance supercomputing facility established at Sonipat Campus of IIT Delhi

Prime Minister Shri Narendra Modi will participate in the 57th Convocation Ceremony of the Indian Institute of Technology (IIT) Delhi as the Chief Guest on 8 August 2026 at 11 AM. He will address over 3000 graduating students including 587 Ph.D. scholars who will be conferred their degrees during the ceremony.

Recognizing outstanding academic excellence, Prime Minister will present the Institute's most prestigious honours, including the President's Gold Medal, Director's Gold Medal, Shankar Dayal Sharma Gold Medal, and Perfect Ten Gold Medals to the meritorious students.

Further emphasising India's commitment to advancing cutting-edge research and artificial intelligence, Prime Minister will inaugurate Param Pragya, an AI-powered high-performance supercomputing facility established at the Sonipat Campus of IIT Delhi. The state-of-the-art facility is expected to significantly enhance the institute's capabilities in AI, data science, advanced computing, and interdisciplinary research.