I urge everyone to eliminate single-use plastics from their lives as a tribute to Gandhiji on his upcoming 150th birth anniversary: PM Modi
India has always inspired the world on environmental protection and now is the time India leads the world by example and conserve our environment: PM Modi
The development projects launched today will boost tourism in Mathura and also strengthen the local economy: PM Modi

ଦେଶରେ ପଶୁସମ୍ପଦଙ୍କ ମଧ୍ୟରେ ପାଦ ଓ ମୁଖ ରୋଗ (ଏଫଏମଡି) ଓ ବ୍ରୁସେଲୋସିସ ଦୂରୀକରଣ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଥୁରାଠାରେ ଜାତୀୟ ପଶୁ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ (ଏନଏସିଡିପି)ର ଶୁଭାରମ୍ଭ କରିଛନ୍ତି ।

ଏହି ଦୁଇଟି ରୋଗର ପ୍ରଶମନ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରାୟୋଜିତ 12,652 କୋଟି ଟଙ୍କାର ଏହି କାର୍ଯ୍ୟକ୍ରମ ମାଧ୍ୟମରେ 60 କୋଟି ଗୃହପାଳିତ ପଶୁଙ୍କର ଟିକାକରଣ କରାଯିବ ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ଟିକାକରଣ ଓ ରୋଗ ପରିଚାଳନା, କୃତ୍ରିମ ଗର୍ଭଧାରଣ ଏବଂ ଉତ୍ପାଦକତାକୁ ନେଇ ଦେଶର ସମସ୍ତ 687 ଜିଲ୍ଲାର କୃଷି ବିଜ୍ଞାନ କେନ୍ଦ୍ର  (କେଭିକେଏସ)ରେ ଜାତୀୟ କୃତ୍ରିମ ଗର୍ଭଧାରଣ କାର୍ଯ୍ୟକ୍ରମ ଏବଂ ଦେଶବ୍ୟାପୀ କର୍ମଶାଳାର ଶୁଭାରମ୍ଭ କରିଥିଲେ ।

“ଏକ ବୃହତ ଜନସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଲେ, “ପରିବେଶ ଓ ପଶୁ ସମ୍ପଦ ସବୁବେଳେ ଭାରତର ଅର୍ଥନୈତିକ ଚିନ୍ତାଧାରା ଏବଂ ଦର୍ଶନର ମୂଳ ଭିତି । ସ୍ୱଚ୍ଛ ଭାରତ ହେଉ କିମ୍ବା ଜଳ ଜୀବନ ମିଶନ ହେଉ ବା କୃଷି ଏବଂ ପଶୁ ପାଳନ ହେଉ ଆମେ ସବୁବେଳେ ପ୍ରକୃତି ଓ ଅର୍ଥବ୍ୟବସ୍ଥା ମଧ୍ୟରେ ସନ୍ତୁଳନ ରକ୍ଷା କରିବା ପାଇଁ ଚେଷ୍ଟା କରିଥାଉ । ଏହାହିଁ ଆମକୁ ଏକ ଶକ୍ତିଶାଳୀ ଓ ନୂତନ ଭାରତ ନିର୍ମାଣ କରିବାରେ ସମର୍ଥ କରିଥାଏ ।”

 

 

ଦେଶରେ ଏକକ ପ୍ଲାଷ୍ଟିକର ବ୍ୟବହାରକୁ ହ୍ରାସ ଦିଗରେ ଗୁରୁତ୍ୱ ପ୍ରଦାନ କରି  ପ୍ରଧାନମନ୍ତ୍ରୀ ମଧ୍ୟ ଏହି ଅବସରରେ ସ୍ୱଚ୍ଛତା ହି ସେବା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

“ଚଳିତ ବର୍ଷ ଅକ୍ଟୋବର 2 ତାରିଖ ସୁଦ୍ଧା ଆମର ଗୃହ, କାର୍ଯ୍ୟାଳୟ ଓ କାର୍ଯ୍ୟ ପରିସର ଯେପରି ଭାବେ ଏକକ ପ୍ଲାଷ୍ଟିକ ବ୍ୟବହାରରୁ ମୁକ୍ତ ହେବ ସେ ନେଇ ଆମେ ପ୍ରୟାସ କରିବା ଉଚିତ ।”

“ଏକକ ପ୍ଲାଷ୍ଟିକ ବ୍ୟବହାର ବନ୍ଦ ପାଇଁ ଏହି ଅଭିଯାନରେ ସମସ୍ତ ବ୍ୟକ୍ତିବିଶେଷ ସାମିଲ ହେବା ପାଇଁ ମୁଁ ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀ, ନାଗରିକ ସମାଜ, ବେସରକାରୀ ଅନୁଷ୍ଠାନ, ମହିଳା ଓ ଯୁବ ସଙ୍ଗଠନ, ପ୍ରତ୍ୟେକ କଲେଜ, ସ୍କୁଲ, ସମସ୍ତ ସରକାରୀ ଓ ଘରୋଇ ଅନୁଷ୍ଠାନ ଏବଂ ପ୍ରତ୍ୟେକ ବ୍ୟକ୍ତି ବିଶେଷଙ୍କୁ ଅନୁରୋଧ କରୁଛି ।”

“ଆମକୁ ପଲିଥିନ ବ୍ୟାଗର ଶସ୍ତା ଏବଂ ସହଜ ବିକଳ୍ପର ସନ୍ଧାନ କରିବାକୁ ପଡିବ । ଆମ ଷ୍ଟାର୍ଟ-ଅପ ମାଧ୍ୟମରେ ଅନେକ ସମାଧାନ ମିଳିପାରିବ ।”

ପ୍ରଧାନମନ୍ତ୍ରୀ ମଧ୍ୟ ପଶୁସମ୍ପଦ ସ୍ୱାସ୍ଥ୍ୟ, ପୋଷଣ ଓ ଗୋପାଳନ ସମ୍ବନ୍ଧୀୟ ଆହୁରି ଅନେକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

“କୃଷକଙ୍କ ଆୟ ବୃଦ୍ଧି କରିବାରେ ପଶୁପାଳନ ଓ ଅନ୍ୟାନ୍ୟ ଅନୁସଙ୍ଗିକ କାର୍ଯ୍ୟକଳାପର ବଡ ଭୂମିକା ରହିଛି । ପଶୁପାଳନ, ମତ୍ସ୍ୟଚାଷ, ମହୁଚାଷ ଆଦିରେ ନିବେଶ କରିବା ଦ୍ୱାରା ଅଧିକ ଲାଭ ମିଳିଥାଏ ।”

“ଗତ ପାଞ୍ଚ ବର୍ଷ ମଧ୍ୟରେ କୃଷି ଓ ଆନୁସଙ୍ଗିକ କାର୍ଯ୍ୟରେ ଏକ ନୂତନ ଦୃଷ୍ଟିକୋଣ ଗ୍ରହଣ କରିବା ଦ୍ୱାରା ଆମେ ଆଗକୁ ବଢ଼ିଛୁ । ପଶୁସମ୍ପଦ, ଦୁଗ୍ଧଜାତ ଉତ୍ପାଦର ଗୁଣାତ୍ମକ ମାନରେ ଉନ୍ନତି ଏବଂ ଏଥିରେ ବିବିଧତା ଆଣିବା ପାଇଁ ଆମେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛୁ ।”

 

“ପଶୁସମ୍ପଦ ପାଇଁ ନିୟମିତ ଭାବେ ପୃଷ୍ଟିକର ଓ ସବୁଜ ଖାଦ୍ୟ ଯୋଗାଣ ପାଇଁ ଆମକୁ ପ୍ରକୃଷ୍ଟ ସମାଧାନ ଖୋଜିବାକୁ ପଡିବ ।

“ଭାରତରେ ଦୁଗ୍ଧଜାତ କ୍ଷେତ୍ରକୁ ସମ୍ପ୍ରସାରିତ କରିବା ପାଇଁ ନବୋନ୍ମେଷ ଓ ନୂତନ ପ୍ରଯୁକ୍ତି ବିଦ୍ୟା ହେଉଛି ସମୟର ଆହ୍ୱାନ । ଆମେ “ଷ୍ଟାର୍ଟ-ଅପ ବ୍ରାଣ୍ଡ ଆହ୍ୱାନ” ଆରମ୍ଭ କରିଛୁ ଯେପରିକି ଏହି ନବୋନ୍ମେଷ ଆମ ଗ୍ରାମାଂଚଳରୁ ଆସିପାରିବ ।”

“ମୁଁ ମୋର ଯୁବ ବନ୍ଧୁମାନଙ୍କୁ ଆଶ୍ୱାସନା ଦେବାକୁ ଚାହେଁ ଯେ, ସେମାନଙ୍କୁ ଆଗକୁ ନେବା ପାଇଁ ଓ ସେମାନଙ୍କ ପାଇଁ ଉପଯୁକ୍ତ ନିବେଶର ଅନ୍ୱେଷଣ କରିବା ପାଇଁ ସେମାନଙ୍କ ଉପାୟଗୁଡ଼ିକୁ ଗୁରୁତ୍ୱର ସହ ବିଚାର କରାଯିବ । ଏହାଫଳରେ ନିଯୁକ୍ତିର ନୂତନ ସୁଯୋଗ ସୃଷ୍ଟିହେବ ।”

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India car sales to hit 4.7 million in FY26 despite bumps

Media Coverage

India car sales to hit 4.7 million in FY26 despite bumps
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 16, 2026
March 16, 2026

Thoughtful Strength: Balancing Security, Growth, and Autonomy Under PM Modi's Leadership