ଆସାମରେ ୧.୨୫ କୋଟି ଲୋକ ଆୟୁଷ୍ମାନ ଭାରତ ଯୋଜନାରେ ଉପକୃତ ହେଉଛନ୍ତି : ପ୍ରଧାନମନ୍ତ୍ରୀ
ଭାରତୀୟ ଚା’ର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିବାର ଷଡଯନ୍ତ୍ରକୁ ସଫଳ ହେବାକୁ ଦିଅନ୍ତୁ ନାହିଁ: ପ୍ରଧାନମନ୍ତ୍ରୀ
ଆସୋମ ମାଳା ପ୍ରକଳ୍ପ ଆସାମରେ ବ୍ୟାପକ ରାସ୍ତା ଏବଂ ସମସ୍ତ ଗାଁର ଲୋକଙ୍କୁ ସଂଯୋଗ କରିବାର ସ୍ୱପ୍ନକୁ ବାସ୍ତବ ରୂପ ଦେବ : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆସାମର ସୋନିଟପୁରର ଢେକିଆଜୁଲିରେ ଥିବା ଦୁଇଟି ଡାକ୍ତରଖାନାର ଶିଳାନ୍ୟାସ ସହିତ ରାଜ୍ୟ ରାଜପଥ ଏବଂ ପ୍ରମୁଖ ଜିଲ୍ଲା ସଡକ ଯୋଜନା ‘ଆସୋମ ମାଳା' ନାମକ ଏକ କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି । ଏହି ଅବସରରେ ଆସାମର ମୁଖ୍ୟମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ରାମେଶ୍ୱର ତେଲି, ଆସାମ ସରକାରଙ୍କ ମନ୍ତ୍ରୀ ତଥା ବୋଡୋଲ୍ୟାଣ୍ଡ ଆଞ୍ଚଳିକ କ୍ଷେତ୍ରର ମୁଖ୍ୟ ଶ୍ରୀ ପ୍ରମୋଦ ବୋରୋ ପ୍ରମୁଖ ଉପସ୍ଥିତ ଥିଲେ ।

 

ଏହି ଅବସରରେ ଆସାମବାସୀଙ୍କର ତାଙ୍କ ପ୍ରତି ଥିବା ଶ୍ରଦ୍ଧା ଓ ଭଲଭାଇବା ପାଇଁ ପ୍ରଧାନମନ୍ତ୍ରୀ କୃତଜ୍ଞତା ଜଣାଇଛନ୍ତି । ଆସାମର ଦ୍ରୁତ ଅଗ୍ରଗତି ଏବଂ ଆସାମର ଲୋକଙ୍କ ସେବାରେ ସେମାନଙ୍କର ଭୂମିକା ପାଇଁ ସେ ଆସାମର ମୁଖ୍ୟମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲ ଏବଂ ବୋଡୋ ଆଞ୍ଚଳିକ କ୍ଷେତ୍ରର ମୁଖ୍ୟ ଶ୍ରୀ ପ୍ରମୋଦ ବୋରୋ ଏବଂ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି । 1942 ମସିହାରେ ଏହି ଅଞ୍ଚଳରେ ପାଇଁ ପ୍ରତିରୋଧକାରୀଙ୍କ ସାହସିକତା ଏବଂ ତ୍ରିରଙ୍ଗା ପାଇଁ ନିଜକୁ ବଳି ଦେଇଥିବା ଶହୀଦମାନଙ୍କ ବଳିଦାନ ସହିତ ଏହି ଅଞ୍ଚଳର ଗୌରବମୟ ଇତିହାସକୁ ମଧ୍ୟ ସେ ମନେ ପକାଇ ଦେଇଥିଲେ ।

 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ହିଂସା, ଦାରିଦ୍ର‌୍ୟତା, ଉତ୍ତେଜନା, ଦ୍ୱନ୍ଦ୍ୱ, ଭେଦଭାବକୁ ପଛରେ ପକାଇ ବର୍ତ୍ତମାନ ଉତ୍ତର-ପୂର୍ବ ବିକାଶର ପଥରେ ଅଛି ଏବଂ ଆସାମ ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି । ଶ୍ରୀ ମୋଦୀ କହିଛନ୍ତି ଯେ ବୋଡୋଲାଣ୍ଡ ଆଞ୍ଚଳିକ ପରିଷଦ ର୍ନିବାଚନ ଐତିହାସିକ ବୋଡୋ ଚୁକ୍ତି ପରେ ଅନୁଷ୍ଠିତ ହୋଇଥିଲା ଯାହା କି ଏହି ଅଞ୍ଚଳର ବିକାଶ ତଥା କ୍ଷେତ୍ରର ଏକ ନୂତନ ଅଧ୍ୟାୟ ଲେଖିଛି । ପ୍ରଧାନମନ୍ତ୍ରୀ କହିଛନ୍ତି, ଆସାମର ଭବିଷ୍ୟତ ଏବଂ ଭାଗ୍ୟରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନର ଦିନ ଅଟେ, କାରଣ ଆସାମକୁ ବିଶ୍ୱନାଥ ଏବଂ ଚାରାଇଦେଓ ଠାରେ ଦୁଇଟି ନୂତନ ମେଡିକାଲ କଲେଜ ଉପହାର ଦିଆଯାଇଛି ଏବଂ ଆଧୁନିକ ଭିତ୍ତିଭୂମିର ଭିତ୍ତିପ୍ରସ୍ତର ଆସୋମ ମାଲା ଦ୍ୱାରା ସ୍ଥାପିତ ହୋଇଛି । 

ରାଜ୍ୟରେ ପୂର୍ବରୁ ହୋଇଥିବା ଖରାପ ଚିକିତ୍ସା ଭିତ୍ତିଭୂମିକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ସ୍ୱାଧୀନ ହେବା ପରଠାରୁ ଆସାମରେ 2016 ପର୍ଯ୍ୟନ୍ତ କେବଳ 6ଟି ମେଡିକାଲ କଲେଜ ଥିଲା, ହେଲେ ଗତ 5 ବର୍ଷ ମଧ୍ୟରେ 6ଟି ନୂତନ ମେଡିକାଲ କଲେଜ ପ୍ରତିଷ୍ଠା ଆରମ୍ଭ ହୋଇଥିଲା । ବିଶ୍ୱନାଥ ଏବଂ ଚାରାଇଦେଓ ମହାବିଦ୍ୟାଳୟ ଉତ୍ତର ଏବଂ ଉପର ଆସାମର ଲୋକଙ୍କୁ ସେବା ଯୋଗାଇଦେବ । ସେହିଭଳି ମେଡିକାଲ ପାଠ୍ୟକ୍ରମ ପାଇଁ ପୂର୍ବରୁ ରାଜ୍ୟରେ ମାତ୍ର 725 ଟି ଆସନ ଥିଲା, କିନ୍ତୁ ଏହି ନୂତନ ମେଡିକାଲ କଲେଜଗୁଡ଼ିକ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲେ ପ୍ରତିବର୍ଷ ଆସାମରୁ 1600 ନୂତନ ଡାକ୍ତର ବାହାରିବେ । ଏହାଦ୍ୱାରା ରାଜ୍ୟର ଦୂର ଦୂରାନ୍ତ ଅଞ୍ଚଳରେ ଚିକିତ୍ସା ସୁବିଧାରେ ଉଲ୍ଲେଖନୀୟ ଉନ୍ନତି ଘଟିବ । ପ୍ରଧାନମନ୍ତ୍ରୀ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ ଗୋହ୍ୱାଟୀ ଏମ୍‍ସ କାର୍ଯ୍ୟ ଦ୍ରୁତ ଗତିରେ ଆଗକୁ ବଢୁଛି ଏବଂ ଏଠାରେ ପ୍ରଥମ ବ୍ୟାଚ୍ ପାଠପଢା ଆରମ୍ଭ ହୋଇଛି । ଆଗାମୀ ବର୍ଷେରୁ ଅଢେଇ ବର୍ଷ ମଧ୍ୟରେ ଏମ୍‍ସ କାର୍ଯ୍ୟ ସରିବ । ଆସାମର ସମସ୍ୟା ପ୍ରତି ଅବହେଳା ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନର ସରକାର ଆସାମବାସୀଙ୍କ ପାଇଁ ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରୁଛନ୍ତି । 

ଆସାମବାସୀଙ୍କ ଚିକିତ୍ସା ଆବଶ୍ୟକତା ପୂରଣ ପାଇଁ ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଶେଷ ଉଦ୍ୟମ ସଂକ୍ରାନ୍ତରେ ମଧ୍ୟ ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି ଆସାମର ପ୍ରାୟ 1.25 କୋଟି ଲୋକ ଆୟୁଷ୍ମାନ ଭାରତ ଯୋଜନାରେ ଉପକୃତ ହେଉଛନ୍ତି ଏବଂ ଏହି ଯୋଜନାରେ 350 ରୁ ଅଧିକ ଡାକ୍ତରଖାନା ଅନ୍ତର୍ଭୁକ୍ତ ହୋଇଛି । ଆସାମର ପ୍ରାୟ 1.50 ଲକ୍ଷ ଗରିବ ଲୋକ ଆୟୁଷ୍ମାନ ଭାରତ ଅଧୀନରେ ମାଗଣା ଚିକିତ୍ସା ଗ୍ରହଣ କରିଛନ୍ତି । ରାଜ୍ୟରେ ପ୍ରାୟ 55 ଲକ୍ଷ ଲୋକ ରାଜ୍ୟରେ ସ୍ଥାପିତ ସ୍ୱାସ୍ଥ୍ୟ ଓ ସୁସ୍ଥତା କେନ୍ଦ୍ରରେ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ପାଉଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଜନଔଷଧି କେନ୍ଦ୍ର, ଅଟଳ ଅମ୍ରିତ ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଡାଏଲିସିସ୍ କାର୍ଯ୍ୟକ୍ରମ ସାଧାରଣ ଲୋକଙ୍କ ଜୀବନରେ ଏକ ସକରାତ୍ମକ ପରିବର୍ତ୍ତନ ଆଣିଛି ।

 

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ ଆସାମର ଅଭିବୃଦ୍ଧିରେ ଚା’ ବଗିଚା କେନ୍ଦ୍ର ସ୍ଥଳରେ । ଗତକାଲି ଧନ ପୁରସ୍କାର ମେଳା ଯୋଜନା ଅଧୀନରେ 7.5 ଲକ୍ଷ ଚା ବଗିଚା କର୍ମଚାରୀଙ୍କ ଆକାଉଣ୍ଟକୁ କୋଟି କୋଟି ଟଙ୍କା ଟ୍ରାନ୍ସଫର କରାଯାଇଥିବା ସେ ସୂଚନା ଦେଇଛନ୍ତି । ଏହି ସ୍ୱତନ୍ତ୍ର ଯୋଜନାରୁ ଗର୍ଭବତୀ ମହିଳାମାନେ ଅଧିକ ସହାୟତା ପାଉଛନ୍ତି । ବଗିଚାରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କର ଯତ୍ନ ନେବା ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଦଳ ପଠାଯାଉଛି । ସେମାନଙ୍କୁ ମାଗଣା ଔଷଧ ଯୋଗାଇ ଦିଆଯାଉଛି । ଚଳିତ ବର୍ଷର ବଜେଟରେ ଚା ବଗିଚାରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ କଲ୍ୟାଣ ପାଇଁ 1000 କୋଟି ଟଙ୍କାର ଯୋଜନା ଘୋଷଣା କରାଯାଇଛି ।

ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଭାରତୀୟ ଚା ଶିଳ୍ପର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିବା ପାଇଁ ଏକ ଷଡଯନ୍ତ୍ର ରଚାଯାଉଛି । ସେ କହିଛନ୍ତି ଯେ କିଛି ଦଲିଲ ବାହାରିଛି ଯାହା ଦର୍ଶାଉଛି ଯେ କେତେକ ବିଦେଶୀ ଶକ୍ତି ଭାରତୀୟ ଚା ଶିଳ୍ପର ଭାବମୂର୍ତ୍ତିକୁ ଖରାପ କରିବାକୁ ଯୋଜନା କରୁଛନ୍ତି । ଆସାମ ମାଟିରୁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ଯେ ଏହି ଷଡଯନ୍ତ୍ରକୁ ସଫଳ ହେବାକୁ ଦିଆଯିବ ନାହିଁ ଏବଂ ଆସାମର ଲୋକମାନେ ଏହି ଷଡଯନ୍ତ୍ରକାରୀ ଏବଂ ସେମାନଙ୍କୁ ସମର୍ଥନ କରୁଥିବା ବ୍ୟକ୍ତିଙ୍କଠାରୁ ଉତ୍ତର ମାଗିବେ । ପ୍ରଧାନମନ୍ତ୍ରୀ କହିଛନ୍ତି, ଆମ ଚା ବଗିଚାରେ କାମ କରୁଥିବା ଲୋକମାନେ ଏହି ଯୁଦ୍ଧରେ ଜିତିବେ । ଯେଉଁମାନେ ଭାରତୀୟ ଚା ଶିଳ୍ପକୁ ଏହି ଉପାୟରେ ଆକ୍ରମଣ କରନ୍ତି, ଆମ ଚା ବଗିଚାରେ କାମ କରୁଥିବା ଲୋକଙ୍କ କଠିନ ପରିଶ୍ରମର ମୁକାବିଲା କରିବାର କ୍ଷମତା ସେମାନଙ୍କ ପାଖରେ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆସାମର ଦକ୍ଷତା ବୃଦ୍ଧିରେ ଆଧୁନିକ ସଡ଼କ ଏବଂ ଭିତ୍ତିଭୂମି ସୁବିଧା ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଏହାକୁ ଦୃଷ୍ଟିରେ ରଖି ଭାରତ ମାଳା ପ୍ରକଳ୍ପ ଢାଞ୍ଚାରେ ଆସୋମ ମାଳା ପ୍ରକଳ୍ପ ଆରମ୍ଭ ହୋଇଛି । ଶ୍ରୀ ମୋଦୀ କହିଛନ୍ତି ଯେ ଗତ କିଛି ବର୍ଷ ମଧ୍ୟରେ ହଜାର ହଜାର କିଲୋମିଟର ରାସ୍ତା ଏବଂ ରାଜ୍ୟରେ ଅନେକ ସେତୁ ର୍ନିମାଣ ହୋଇଛି । ସେ ଆଶା କରିଛନ୍ତି ଯେ ଆସୋମ ମାଳା ପ୍ରକଳ୍ପ ସମସ୍ତ ଗ୍ରାମ ଏବଂ ଆଧୁନିକ ସହର ସହିତ ବ୍ୟାପକ ସଡକ ଏବଂ ସଂଯୋଗ ସ୍ଥାପନ ପାଇଁ ରାଜ୍ୟର ଆକାଂକ୍ଷାକୁ ପୂରଣ କରିବ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହିସବୁ କାର୍ଯ୍ୟ ଆଗାମୀ ଦିନରେ ରାଜ୍ୟର ବିକାଶରେ ଏକ ନୂତନ ଉତ୍ସାହ ଦେବ, କାରଣ ଦ୍ରୁତ ଅଭିବୃଦ୍ଧି ଏବଂ ପ୍ରଗତି ପାଇଁ ଭିତ୍ତିଭୂମି ବିକାଶ ଉପରେ ଏହି ବଜେଟରେ ଗୁରୁତ୍ୱ ଦିଆଯାଇଛି ।

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Railways to roll out the first rake of 20 LHB coaches for Bangladesh Railway on August 12

Media Coverage

Indian Railways to roll out the first rake of 20 LHB coaches for Bangladesh Railway on August 12
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 12, 2026
August 12, 2026

India Rising on Every Front: Economic Strength, Global Recognition & Self-Reliance Under PM Modi’s Vision