We will strengthen the existing pillars of cooperation in areas that touch the lives of our peoples. These are agriculture, science and technology, and security: PM Modi
PM Modi invites Israeli companies to take advantage of the liberalized FDI regime to make more in India with Indian companies
We are working with Israel to make it easier for our people to work and visit each other’s countries, says PM Modi
Thriving two-way trade and investment is an integral part of our vision for a strong partnership, says PM Modi during Joint press Statement with Israeli PM
In Prime Minister Netanyahu, I have a counter-part who is equally committed to taking the India-Israel relationship to soaring new heights: PM Modi

ମହାମହିମ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ,

ଗଣମାଧ୍ୟମର ସଦସ୍ୟ,

ପ୍ରଧାନମନ୍ତ୍ରୀ ନେତନ୍ୟାହୁଙ୍କୁ ତାଙ୍କର ପ୍ରଥମ ଭାରତ ଗସ୍ତରେ ସ୍ୱାଗତ କରି ଅତ୍ୟନ୍ତ ଖୁସି ।

ୟେଦିଦିହାୟାକର,ବରୁଖିମହାବାୟିମଲେହୋଦୁ!

(ମୋର ପ୍ରିୟ ବନ୍ଧୁ, ଭାରତରେ ଆପଣଙ୍କୁ ସ୍ୱାଗତ କରୁଛି !)

ପ୍ରଧାନମନ୍ତ୍ରୀ ଆପଣଙ୍କ ଗସ୍ତ, ଭାରତ ଓ ଇସ୍ରାଏଲ ମଧ୍ୟରେ ବନ୍ଧୁତ୍ୱର ଯାତ୍ରାରେ ଏକ ଦୀର୍ଘ ପ୍ରତିକ୍ଷିତ ମୂହୁର୍ତ୍ତ ।

ଆପଣଙ୍କ ଗସ୍ତ ମଧ୍ୟ ଭାରତ ଓ ଇସ୍ରାଏଲ ମଧ୍ୟରେ କୂଟନୀତିକ ସମ୍ପର୍କର 25ବର୍ଷ ପୂର୍ତ୍ତି ସମାରୋହର ଏକ ଉପଯୁକ୍ତ ଚରମ ମୁହୂର୍ତ୍ତ ।

2018 ମସିହାରେ ଆମର ପ୍ରଥମ ସମ୍ମାନିତ ଅତିଥି ହୋଇଥିବାରୁ ଆପଣଙ୍କ ଗସ୍ତ ନୂଆ ବର୍ଷର କ୍ୟାଲେଣ୍ଡରରେ ଏକ ସ୍ୱତନ୍ତ୍ର ଆରମ୍ଭର ପ୍ରତୀକ ହୋଇଛି । ଏହା ଏକ ବିଶେଷ ଭାବେ ଶୁଭ ସମୟରେ ଆସିଛି ଯେତେବେଳେ କି ସମଗ୍ର ଭାରତରେ ଲୋକମାନେ ବସନ୍ତ ଋତୁ, ନୂଆ, ଆଶା ଓ ଫସଲର ଆଗମନକୁ ନେଇ ଉତ୍ଫୁଲ୍ଲିତ ଅଛନ୍ତି । ଲୋହଡ଼ି, ବିହୁ, ମକର ସଂକ୍ରାନ୍ତି ଓ ପୋଙ୍ଗଲ ପର୍ବପର୍ବାଣି ପାଳନରେ ଭାରତର ବିବିଧତା ଓ ଏକତାର ବୈଭବ ରହିଛି ।

  • ବନ୍ଧୁଗଣ, ଗତବର୍ଷ ଜୁଲାଇରେ, ଇସ୍ରାଏଲକୁ ମୋର ମହତ୍ୱପୂର୍ଣ୍ଣ ଗସ୍ତବେଳେ ମୁଁ 125 କୋଟି ଭାରତୀୟଙ୍କ ଶୁଭକାମନା ଓ ବନ୍ଧୁତ୍ୱକୁ ବହନ କରି ଯାଇଥିଲି । ଫେରିବାବେଳେ ମୁଁ ଇସ୍ରାଏଲବାସୀଙ୍କ ଉଦାରତା,  ସ୍ନେହ ଓ ହାର୍ଦ୍ଧିକ ସ୍ୱାଗତରେ ଅଭିଭୂତ ହୋଇଯାଇଥିଲି, ଯାହା ମୋର ବନ୍ଧୁ, ବିବିଙ୍କ ନେତୃତ୍ୱରେ ହୋଇଥିଲା ।

    ସେହି ଗସ୍ତବେଳେ, ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଓ ମୁଁ ପରସ୍ପରକୁ ଏବଂ ଆମର ଲୋକଙ୍କୁ ଏକ ରଣନୀତିକ ଭାଗିଦାରୀ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲୁ । ଯାହା ଆଶା, ବିଶ୍ୱାସ ଓ ପ୍ରଗତିର ବିବିଧତା, ଅତ୍ୟାଧୁନିକ ସହଭାଗିତା ଏବଂ  ସଂଯୁକ୍ତ ପ୍ରୟାସ ଓ ମିଳିତ ସଫଳତାର ହେବ । ଏଭଳି ପ୍ରତିଶ୍ରୁତି ଯେଉଁଥିରେ ଅଧିକ ପ୍ରାକୃତିକ ସମ୍ବନ୍ଧ ଓ ବନ୍ଧୁତ୍ୱ ଭରି ରହିଛି ଓ ଯାହାକି ଆମକୁ ଶହ ଶହ ବର୍ଷ ଧରି ଯୋଡ଼ି ରଖିଛି । କାରଣ ଏହା ପ୍ରାୟତଃ ସବୁ କ୍ଷେତ୍ରରେ ଧରି ରଖିବାରେ ନିଶ୍ଚିତ ସଫଳତା ଆଣିଦେବ ।

    ଆଉ ଏହା ଆମର ମିଳିତ ମହତ୍ୱାକାଂକ୍ଷା ଓ ପ୍ରତିଶ୍ରୁତିବଦ୍ଧତାର ଏକ ପଦକ୍ଷେପ କି ଗସ୍ତର ଛଅ ମାସ ପରେ ଆପଣଙ୍କ ଉଲ୍ଲେଖନୀୟ ଗସ୍ତ ଭାରତକୁ ହୋଇଛି ।

    ଆଜି ଓ ଗତକାଲି, ପ୍ରଧାନମନ୍ତ୍ରୀ ନେତନ୍ୟାହୁ ଓ ମୁଁ ଆମର ସମ୍ପର୍କର ଅଗ୍ରଗତିର ସମୀକ୍ଷା କରିଥିଲୁ ଏବଂ ସମ୍ଭାବନା ଓ ସୁଯୋଗ ଉପରେ ଆମର ଆଲୋଚନାକୁ ନୂତନ ଭାବେ ନବୀକରଣ କରିଥିଲୁ । ଯାହାକି କରିବାର ଆବଶ୍ୟକତା ରହିଛି ।

    ଆମର ଆଲୋଚନା ବ୍ୟାପକ ଓ ପ୍ରଗାଢ଼ ଥିଲା । ସେସବୁ ଉପରେ ଅଧିକ କରିବାର ଅଭିଳାଷ ଭାବେ ଚିହ୍ନିତ ହୋଇଛି । ପ୍ରଧାନମନ୍ତ୍ରୀ ଓ ମୋର ପ୍ରତିଟି ସ୍ତରରେ ପରିଣାମ ପ୍ରାପ୍ତ କରିବାରେ ବ୍ୟଗ୍ରତା ପ୍ରଦର୍ଶନରେ ଖ୍ୟାତି ରହିଛି ।

    ଯଦି ମୁଁ ଏକ ଖୋଲା ରହସ୍ୟକୁ ଛାଡ଼ିପାରିବି, ମୁଁ ଜାଣେ ଆପଣ ମଧ୍ୟ କରିପାରିବେ ।

    ଗତବର୍ଷ ତେଲଆଭିଭରେ, ଆପଣ ପ୍ରଶାସନିକ ନାଲି ଫିତାକୁ ହ୍ରାସ କରି ଦ୍ରୁତଗତିରେ ଆଗକୁ ବଢ଼ିବା ପାଇଁ ଇଚ୍ଛା ବ୍ୟକ୍ତ କରିଥିଲେ ।

    ପ୍ରଧାନମନ୍ତ୍ରୀ, ମୁଁ ଖୁସିର ସହ କହିବାକୁ ଚାହୁଁଛି କି ଭାରତରେ ଆମେ ଏହା ଭଲ ଭାବେ କରିବା ଦିଗରେ ଏସବୁ କରୁଛୁ । ଆମର ପୂର୍ବ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ଦିଗରେ ଆମେ ମିଳିତ ବ୍ୟଗ୍ରତା ପ୍ରକାଶ କରୁଛୁ ।

    ପରିଣାମ ପୂର୍ବରୁ ହିଁ ସ୍ଥଳବିଶେଷରେ ଦୃଶ୍ୟମାନ ହେଉଛି । ଆମର ଆଜିର ଆଲୋଚନା ମଧ୍ୟ ଆମ ଦୁଇ ଦେଶ ଭିତରେ ଭାଗିଦାରୀକୁ ବୃଦ୍ଧି ଏବଂ ଗତିବିଧିକୁ ତ୍ୱରାନ୍ୱିତ କରିବାର  ଘନିଷ୍ଠତାକୁ ରେଖାଙ୍କିତ କରାଇଛି ।

    ଆମେ 3ଟି ମାର୍ଗରେ ଆଗକୁ ବଢ଼ିବୁ :-

    ପ୍ରଥମତଃ, ଆମେ ସେସବୁ କ୍ଷେତ୍ରରେ ସହଯୋଗର ପ୍ରଚଳିତ ସ୍ତମ୍ଭକୁ ସୁଦୃଢ଼ କରିବୁ ଯାହା ଆମର ଲୋକଙ୍କ ଜୀବନକୁ ସ୍ପର୍ଶ କରିବ । ସେସବୁ ହେଲା କୃଷି, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଓ ସୁରକ୍ଷା ।

    ଆମେ ଉତ୍କୃଷ୍ଟ କେନ୍ଦ୍ର ମାନଙ୍କ(Centre of Excellence)ର ବୃଦ୍ଧି ଦିଗରେ ମତ ଆଦାନପ୍ରଦାନ କରିଥିଲୁ ଯାହାକି ମୁଖ୍ୟତଃ ଉନ୍ନତ ଇସ୍ରାଏଲୀ ପଦ୍ଧତି ଓ ପ୍ରଯୁକ୍ତିବିଦ୍ୟା ଆଧାରିତ କୃଷି ସହଯୋଗ ।

    ପ୍ରତିରକ୍ଷା କ୍ଷେତ୍ରରେ, ମୁଁ ଇସ୍ରାଏଲୀ କମ୍ପାନୀଗୁଡ଼ିକୁ ଭାରତରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (FDI) ଉଦାରୀକରଣ ବ୍ୟବସ୍ଥାର ଅଧିକ ଫାଇଦା ଆମର କମ୍ପାନୀଗୁଡ଼ିକ ସହ ମିଶି ଉଠାଇବା ପାଇଁ ଆମନ୍ତ୍ରିତ କରିଛି  ।

    ଦ୍ୱିତୀୟତଃ, ଆମେ ସହଯୋଗର କମ୍ ଅନ୍ୱେଷଣ କ୍ଷେତ୍ର ଯଥା ତୈଳ ଓ ଗ୍ୟାସ, ସାଇବର ସୁରକ୍ଷା, ଫିଲ୍ମ ଓ ଷ୍ଟାର୍ଟଅପ୍ ଦିଗରେ ଉଦ୍ୟମ କରିବୁ । ଆପଣମାନେ ଏହାକୁ ଏବେ ଆଦାନପ୍ରଦାନ ହୋଇଥିବା ବୁଝାମଣାରେ ଦେଖିପାରିବେ । ଏଥିରେ ଅନେକ କ୍ଷେତ୍ର ଆମର ବିବିଧ ଆକାଂକ୍ଷା ଓ ବ୍ୟାପକ ଆଧାର ଥିବା ଗତିବିଧିର ସଙ୍କେତ ହେବ ।

    ତୃତୀୟତଃ, ଆମର ଭୌଗଳିକ କ୍ଷେତ୍ରରେ ଲୋକଙ୍କ ଆସିବା-ଯିବା ଓ ଚିନ୍ତାଧାରାର ପ୍ରବାହକୁ ସୁବିଧାଜନକ କରିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ । ଏଥିପାଇଁ ନୀତିଗତ ସୁବିଧା, ଭିତ୍ତିଭୂମି, ଯୋଗାଯୋଗ ସୁବିଧା ଓ ନିର୍ବାଚିତ କ୍ଷେତ୍ରକୁ ସହାୟତା ଓ ପ୍ରୋତ୍ସାହନ ଆବଶ୍ୟକ ରହିଛି  ।

    ଆମେ ଇସ୍ରାଏଲ ସହ ମିଶି କାମ କରୁଛୁ ଯାହାଫଳରେ ଆମର ଲୋକଙ୍କ ପାଇଁ କାମ କରିବା ସହଜ ହେବ ଓ ଦୀର୍ଘଅବଧି କାର୍ଯ୍ୟ ପାଇଁ ପରସ୍ପର ଦେଶକୁ ଯାତ୍ରା କରିବା ମଧ୍ୟ ସାମିଲ ରହିଛି । ଉଭୟ ଦେଶର ଲୋକଙ୍କ ମଧ୍ୟରେ ଘନିଷ୍ଠତା ବୃଦ୍ଧି ନିମନ୍ତେ ଇସ୍ରାଏଲରେ ଖୁବଶୀଘ୍ର ଭାରତୀୟ ସାଂସ୍କୃତିକ କେନ୍ଦ୍ର ଖୋଲାଯିବ ।

    ଆମେ ଆହୁରି ମଧ୍ୟ ନିଷ୍ପତ୍ତି ନେଇଛୁ କି ବିଜ୍ଞାନ ସଂକ୍ରାନ୍ତ ଶିକ୍ଷାରେ ବାର୍ଷିକ 100ଜଣ ଯୁବବର୍ଗଙ୍କୁ ଦ୍ୱିପାକ୍ଷିକ ଯାତ୍ରା ଆଦାନପ୍ରଦାନ ଆରମ୍ଭ କରାଯିବ ।

ବନ୍ଧୁଗଣ,

ସୁଦୃଢ଼ ଭାଗିଦାରୀ ପାଇଁ ଉଭୟ ପକ୍ଷର ବାଣିଜ୍ୟ ଓ ନିବେଶକୁ ସୁଦୃଢ଼ କରିବା ଆମ ଦୃଷ୍ଟିକୋଣର ଏକ ଅଭିନ୍ନ ଅଙ୍ଗ । ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଓ ମୁଁ ଏ ଦିଗରେ ଅଧିକ କରିବାର ଆବଶ୍ୟକତା ଉପରେ ସହମତି ବ୍ୟକ୍ତ କରିଛୁ । ଗତବର୍ଷ ତେଲଆଭିଭରେ ହୋଇଥିବା ବୈଠକ ପରେ, ଆମେ ଦ୍ୱିପାକ୍ଷିକ ମଂଚ ଅନ୍ତର୍ଗତ ଦ୍ୱିତୀୟ ଥର ପାଇଁ ଆମର ସିଇଓମାନଙ୍କ ସହ ବାର୍ତ୍ତାଳାପ କରିବୁ ।

ମୁଁ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ସହ ଆସିଥିବା ବୃହତ ବ୍ୟବସାୟିକ ପ୍ରତିନିଧି ଦଳକୁ ସ୍ୱାଗତ କରୁଛି । ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଓ ମୁଁ ମଧ୍ୟ ଆଂଚଳିକ ଓ ଆନ୍ତର୍ଜାତିକ ପରିସ୍ଥିତି ଉପରେ ବିଚାରବିମର୍ଶ କରିଥିଲୁ ।

ଆମେ, ଆମର ଅଂଚଳ ଓ ବିଶ୍ୱରେ ସ୍ଥିରତା ଓ ଶାନ୍ତି ନିମନ୍ତେ ଆମର ସହଯୋଗର ଏକ କାରକ ଭାବେ ସମୀକ୍ଷା କରିଛୁ ।

ବନ୍ଧୁଗଣ,

ଗତକାଲି, ଭାରତ ମାଟି ଛୁଇଁବା ପରେ ତାଙ୍କର ପ୍ରଥମ କାର୍ଯ୍ୟ ଭାବେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ମୋ ସହ ମିଶି ପୁନଃନାମିତ ହୋଇଥିବା ତିନ୍ ମୂର୍ତ୍ତି ହାଇଫା ଚୌକରେ ସାହାସୀ ଭାରତୀୟ ସୈନିକଙ୍କ ଅମର ସ୍ମୃତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଯେଉଁମାନେ ଶତାଧିକ ବର୍ଷ ପୂର୍ବରୁ ଇସ୍ରାଏଲର ହାଇଫା ଯୁଦ୍ଧରେ ଶହୀଦ ହୋଇଥିଲେ ।

ଆମେ ଦୁଇ ଦେଶ ଆମର ଇତିହାସ ଓ ଆମର ହିରୋଙ୍କୁ କଦାପି ଭୁଲି ପାରିବୁ ନାହିଁ । ଏବଂ ଆମେ ମଧ୍ୟ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ଏହି ଭାବନାକୁ ଗଭୀର ଭାବେ ପ୍ରଶଂସା କରୁଛୁ ।

ଯେମିତିକି ଆମେ ଇସ୍ରାଏଲ ସହ ଏହି ରୋମାଂଚକ ଭାଗିଦାରୀର ଭବିଷ୍ୟତକୁ ଦେଖୁଛୁ । ମୁଁ ଆଶାବାଦୀପୂର୍ଣ୍ଣ ରହିଛି । ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଭାବେ ମୋ ପାଖରେ ଜଣେ ପ୍ରତିପକ୍ଷ ଅଛନ୍ତି ଯିଏକି ସମାନ ଭାବେ ଭାରତ-ଇସ୍ରାଏଲ ସମ୍ପର୍କକୁ ନୂଆ ଶିଖରକୁ ନେବା ପାଇଁ ସମାନ ରୂପରେ ପ୍ରତିଶ୍ରୁତିବଦ୍ଧ ଅଛୁ ।

ଶେଷରେ,  ପ୍ରଧାନମନ୍ତ୍ରୀଙ୍କ ସହ ମୋ’ ନିଜ ରାଜ୍ୟ ଗୁଜରାଟରେ ଆଉ କିଛିଦିନ ପରେ ଏକାଠି ହେବାର ସୁଯୋଗ ମିଳିଥିବାରୁ ମୁଁ ଅତ୍ୟନ୍ତ ଖୁସି  ।

ସେଠାରେ, ଆମେ ପ୍ରତିଶ୍ରୁତି ପୂରଣର ଆଉ ଏକ ସୁଯୋଗ ପାଇବୁ । ଯାହାକି ଆମର ବିବିଧ କ୍ଷେତ୍ର ଯଥା କୃଷି, ପ୍ରଯୁକ୍ତିବିଦ୍ୟା ଓ ନବସୃଜନରେ ପାରସ୍ପରିକ ସହଯୋଗ ସାମିଲ ଅଛି ।

ମୁଁ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ, ଶ୍ରୀମତୀ ନେତାନ୍ୟାହୁ ଓ ପ୍ରତିନିଧିମଣ୍ଡଳୀକୁ ଭାରତରେ ଏକ ସ୍ମରଣୀୟ ପ୍ରବାସର କାମନା କରୁଛି ।

ବହୁତ ବହୁତ ଧନ୍ୟବାଦ, ଟୋଡା ରବାହ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Vietnam BrahMos deal already signed, Indonesia pact in final stages: Defence Secretary RK Singh

Media Coverage

Vietnam BrahMos deal already signed, Indonesia pact in final stages: Defence Secretary RK Singh
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays tribute to Lokmata Ahilyabai Holkar on her birth anniversary
May 31, 2026

The Prime Minister, Shri Narendra Modi has paid tributes to Lokmata Ahilyabai Holkar on her birth anniversary.

Shri Modi said that the entire nation remembers Lokmata Ahilyabai Holkar with deep respect and reverence for her wisdom, compassion and unwavering commitment to public welfare.

The Prime Minister noted that her life remains an exemplary model of good governance, patriotism and cultural pride. He said that she always led with courage and a strong sense of duty.

The Prime Minister highlighted her unparalleled contribution to ensuring justice and welfare for all, as well as her efforts towards the reconstruction of sacred temples and pilgrimage sites across the country. He remarked that her work further strengthened India’s cultural consciousness.

The Prime Minister stated that Lokmata Ahilyabai Holkar’s dedication to society, culture and nation-building will continue to inspire every generation of the country.

The Prime Minister wrote on X;

“लोकमाता अहिल्याबाई होल्कर जी को उनकी जयंती पर कोटि-कोटि नमन! बुद्धिमत्ता, करुणा और जनकल्याण के प्रति अटूट निष्ठा को लेकर पूरा देश उन्हें आदर और सम्मान के साथ स्मरण करता है। उनका जीवन सुशासन, राष्ट्रभक्ति और सांस्कृतिक गौरव का एक उत्कृष्ट उदाहरण है। उन्होंने सदैव साहस और कर्तव्यनिष्ठा के साथ नेतृत्व किया। देशभर में पावन मंदिरों और तीर्थस्थलों के पुनर्निर्माण से लेकर सभी के लिए न्याय और कल्याण सुनिश्चित करने में उन्होंने अतुलनीय योगदान दिया। उन्होंने भारत की सांस्कृतिक चेतना को और सशक्त बनाया। समाज, संस्कृति और राष्ट्र निर्माण के प्रति उनका समर्पण भाव देश की हर पीढ़ी को प्रेरित करता रहेगा।”