We launched Digital India with a very simple focus- to ensure more people can benefit from technology, especially in rural areas: PM
We ensured that the advantages of technology are not restricted to a select few but are there for all sections of society. We strengthened network of CSCs: PM
The Digital India initiative is creating a group of village level entrepreneurs, says PM Modi
The movement towards more digital payments is linked to eliminating middlemen: PM Modi
Due to ‘Make in India’, we see a boost to manufacturing and this has given youngsters an opportunity to work in several sectors: PM Modi
Along with digital empowerment, we also want technology to boost creativity: PM

ପ୍ରଧାନମନ୍ତ୍ରୀ, ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବ୍ରିଜ ଜରିଆରେ ସାରା ଦେଶରେ ଥିବା ବିଭିନ୍ନ ଡିଜିଟାଲ ଇଣ୍ଡିଆ ଅଭିଯାନ ଯୋଜନାଗୁଡ଼ିକର ହିତାଧିକାରୀମାନଙ୍କ ସହିତ ବାର୍ତ୍ତାଳାପ କରିଛନ୍ତି । ଭିଡିଓ ବ୍ରିଜ ଜରିଆରେ ଜନସେବା କେନ୍ଦ୍ର, ଏନଆଇସି କେନ୍ଦ୍ର, ଜାତୀୟ ନଲେଜ ନେଟୱାର୍କ, ବିପିଓ, ମୋବାଇଲ ଉତ୍ପାଦକ ୟୁନିଟ ଏବଂ ମାଇଗଭ ସ୍ୱେଚ୍ଛାସେବୀ ଆଦିର 50 ଲକ୍ଷରୁ ଉର୍ଦ୍ଧ୍ଵ ହିତାଧିକାରୀ ପ୍ରଧାନମନ୍ତ୍ରୀଙ୍କ ସହ ଯୋଡ଼ି ହୋଇଥିଲେ । ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀମାନଙ୍କ ସହିତ ଭିଡିଓ ବ୍ରିଜ ଜରିଆରେ ଏହା ଥିଲା ପ୍ରଧାନମନ୍ତ୍ରୀଙ୍କ ଷଷ୍ଠ ବାର୍ତ୍ତାଳାପ ।
ହିତାଧିକାରୀମାନଙ୍କ ସହିତ ଆଲୋଚନା କରିବା କାଳରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମାଜର ସବୁବର୍ଗର ଲୋକ, ବିଶେଷ କରି ଗ୍ରାମାଂଚଳର ଲୋକମାନଙ୍କର ଡିଜିଟାଲ ସଶକ୍ତିକରଣ ସୁନିଶ୍ଚିତ କରିବା ଲାଗି ଡିଜିଟାଲ ଇଣ୍ଡିଆ ଅଭିଯାନ ଆରମ୍ଭ କରାଯାଇଥିଲା । ସେ ଉଲ୍ଲେଖ କରିଥିଲେ ଯେ ଏହାକୁ ବାସ୍ତବ ରୂପ ଦେବା ଲାଗି ସରକାର ଏକ ସାମଗ୍ରିକ ନୀତି ଆଧାରରେ କାର୍ଯ୍ୟ କରିଥିଲେ । ଗାଁମାନଙ୍କୁ ଫାଇଭର ଅପ୍ଟିକ ଦ୍ୱାରା ଯୋଡ଼ିବା, ନାଗରିକମାନଙ୍କୁ ଡିଜିଟାଲ ଶିକ୍ଷା ପ୍ରଦାନ, ମୋବାଇଲ ଜରିଆରେ ସେବା ଯୋଗାଇଦେବା ଏବଂ ଇଲେକଟ୍ରୋନିକ୍ସ ବିନିର୍ମାଣ/ଉତ୍ପାଦନକୁ ପ୍ରୋତ୍ସାହନ ପାଇଁ ପ୍ରୟାସ କରାଗଲା ।
ପ୍ରଯୁକ୍ତି ସମ୍ପର୍କରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରଯୁକ୍ତି ଜନସାଧାରଣଙ୍କ ଜୀବନକୁ ସହଜ କରିଛି ଏବଂ ସମାଜର ସବୁ ବର୍ଗର ଲୋକମାନଙ୍କ ପାଇଁ ପ୍ରଯୁକ୍ତିର ଲାଭ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ସରକାରଙ୍କ ପ୍ରୟାସ ରହିଛି । ଭୀମ ଆପ ସମେତ ଅନଲାଇନ ବିଲ ପୈଠ, ଅନଲାଇନ ରେଳ ଟିକେଟ ବୁକିଂ ଏବଂ ବ୍ୟାଙ୍କ ଏକାଉଂଟକୁ ବୃତ୍ତି ଓ ପେନସନର ଇଲେକ୍ଟ୍ରୋନିକ ହସ୍ତାନ୍ତର ଦ୍ୱାରା  ସାଧାରଣ ଜନତାଙ୍କ ବୋଝ ହ୍ରାସ ପାଇଥିବା ଶ୍ରୀ ନରେନ୍ଦ୍ର ମୋଦୀ ଉଲ୍ଲେଖ କରିଥିଲେ ।

ଜନ ସେବା କେନ୍ଦ୍ର (ସିଏସସି)ର ଗୁରୁତ୍ୱ ବିଷୟରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସିଏସସି(Common Service Centre)ଗୁଡ଼ିକ ଗ୍ରାମୀଣ ଭାରତରେ ଡିଜିଟାଲ ସେବା ଯୋଗାଇ ଆସୁଛନ୍ତି । ସିଏସସିଗୁଡ଼ିକ ସଫଳତାପୂର୍ବକ ଗ୍ରାମ୍ୟସ୍ତରର ଉଦ୍ୟୋଗୀ (ଭିଏଲଇ)ମାନଙ୍କୁ ବିକଶିତ କରିଛି ଏବଂ 10 ଲକ୍ଷରୁ ଉର୍ଦ୍ଧ୍ଵ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିଛି । ଗ୍ରାମୀଣ ଭାରତରେ 2.92 ଲକ୍ଷ ସିଏସସି ରହିଛି ଏବଂ ଏଗୁଡ଼ିକ 2.15 ଲକ୍ଷ ଗ୍ରାମ ପଞ୍ଚାୟତରେ ସରକାରୀ ଏବଂ ଅନ୍ୟାନ୍ୟ ସେବା ଯୋଗାଇ ଆସୁଛନ୍ତି ।
ଏହି ଆଲୋଚନା କାଳରେ, ଶ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ଡିଜିଟାଲ ପୈଠ ପ୍ରତି ବିଶେଷ ଗୁରୁତ୍ୱାରୋପ କରାଯାଉଥିବା କାରଣରୁ ମଧ୍ୟସ୍ଥତାର ଉଚ୍ଛେଦ ହୋଇପାରିଛି । ଗତ ଚାରି ବର୍ଷ ମଧ୍ୟରେ ଡିଜିଟାଲ ପରିଶୋଧ ପରିମାଣ ବୃଦ୍ଧି ପାଇଛି, ଯାହା ଭାରତୀୟ ଅର୍ଥବ୍ୟବସ୍ଥାକୁ ଡିଜିଟାଲ ଏବଂ ପାରଦର୍ଶୀ କରିଛି ।
ପ୍ରଧାନମନ୍ତ୍ରୀ ଗ୍ରାମୀଣ ଡିଜିଟାଲ ସାକ୍ଷରତା ଅଭିଯାନ (ପିଏମଜିଦୀଶା) ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଯୋଜନା 1.25 କୋଟି ଲୋକମାନଙ୍କୁ ଡିଜିଟାଲ ଦକ୍ଷତା ଏବଂ ତାମିଲ ଯୋଗାଇ ଦେଇଛି । ଏମାନଙ୍କ ମଧ୍ୟରୁ 70% ପ୍ରାର୍ଥୀ ଅନୁସୂଚିତ ଜାତି, ଜନଜାତି ଏବଂ ଓବିସି ସମୁଦାୟର  । ଏବେ 20 ଘଣ୍ଟାର ପ୍ରାରମ୍ଭିକ କମ୍ପ୍ୟୁଟର ତାଲିମ ଜରିଆରେ ଏହି ଯୋଜନାରେ 6 କୋଟି ଲୋକଙ୍କୁ ଦକ୍ଷତା ଏବଂ ପ୍ରାରମ୍ଭିକ ତାଲିମ ପ୍ରଦାନର ଲକ୍ଷ୍ୟ ରଖାଯାଇଛି ।
ଡିଜିଟାଲ ଇଣ୍ଡିଆ ବିପିଓ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିପାରିଛି । ପୂର୍ବରୁ ବିପିଓ କ୍ଷେତ୍ର କେବଳ ବଡ଼ ବଡ ସହର ମଧ୍ୟରେ ସୀମିତ ଥିଲା । ବର୍ତ୍ତମାନ ଏହା ଛୋଟ ସହର ଏବଂ ଗ୍ରାମକୁ ସମ୍ପ୍ରସାରିତ ହେବା ସହିତ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିଛି । ଭାରତ ବିପିଓ ପ୍ରୋତ୍ସାହନ ଯୋଜନା ଏବଂ ଏବଂ ଉତ୍ତରପୂର୍ବ ଅଞ୍ଚଳ ପାଇଁ ଭିନ୍ନ ବିପିଓ ପ୍ରୋତ୍ସାହନ ଯୋଜନା ଆରମ୍ଭ କରାଯାଇଛି । ଡିଜିଟାଲ ଇଣ୍ଡିଆ ଅଧୀନରେ ଆରମ୍ଭ କରାଯାଇଥିବା ଏହି ଯୋଜନା ଉତ୍ତରପୂର୍ବ ଏବଂ ଗ୍ରାମାଂଚଳରେ 2 ଲକ୍ଷ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଭାରତସାରା ବିପିଓ ୟୁନିଟ ଖୋଲାଯିବା ଯୋଗୁ ଗାଁ’ର ଶିକ୍ଷିତ ଯୁବକମାନେ ଏବେ ନିଜ ଘର ପାଖରେ ଚାକିରି ପାଇପାରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ବିଭିନ୍ନ ବୈଦ୍ୟୁତିକ ଉତ୍ପାଦନ ୟୁନିଟର କର୍ମଚାରୀମାନଙ୍କ ସହିତ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ 4 ବର୍ଷ ମଧ୍ୟରେ ବୈଦ୍ୟୁତିକ ହାର୍ଡୱେର ଉତ୍ପାଦନରେ ଭାରତ ବ୍ୟାପକ ଅଗ୍ରଗତି କରିଛି । ବୈଦ୍ୟୁତିକ ସାମଗ୍ରୀ ଉତ୍ପାଦନକୁ ପ୍ରୋତ୍ସାହନ ଦେବା ଲାଗି ଭାରତ ସରକାର ଇଲେକ୍ଟ୍ରୋନିକ ବିନିର୍ମାଣ କ୍ଲଷ୍ଟର (ଇଏମସି) ଆରମ୍ଭ କରିଛନ୍ତି । ଏହା ଜରିଆରେ 15ଟି ରାଜ୍ୟରେ 23ଟି ଇଏମସି ଖୋଲାଯିବ । ଏହି ଯୋଜନା ପାଖାପାଖି 6 ଲକ୍ଷ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି । ପ୍ରଧାନମନ୍ତ୍ରୀ ଆହୁରି ଉଲ୍ଲେଖ କରିଥିଲେ ଯେ 2014ରେ ଭାରତରେ ମାତ୍ର 2ଟି ମୋବାଇଲ ଉତ୍ପାଦନ କାରଖାନା ରହିଥିଲା ବେଳେ ଏବେ 120ଟି ମୋବାଇଲ ଉତ୍ପାଦନ କାରଖାନା କାର୍ଯ୍ୟକ୍ଷମ ହୋଇପାରିଛି । ଏହି କାରଖାନାଗୁଡ଼ିକ 4.5 ଲକ୍ଷ ନାଗରିକଙ୍କୁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୁଯୋଗ ପ୍ରଦାନ କରିପାରିଛି ।
ଦୃଢ଼ ଡିଜିଟାଲ ଇଣ୍ଡିଆ ନିର୍ମାଣରେ ଜାତୀୟ ଜ୍ଞାନ ନେଟୱାର୍କ (ଏନକେଏନ)ର ଗୁରୁତ୍ୱ ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ କହିଥିଲେ । ଭାରତର 1700 ବୃହତ ଗବେଷଣା ଏବଂ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକ ଏନକେଏନ ସହ ଯୋଡ଼ିହୋଇଛନ୍ତି । ଏହାଦ୍ୱାରା 5 କୋଟି ଛାତ୍ରଛାତ୍ରୀ, ଗବେଷକ, ଶିକ୍ଷାବିତ ଏବଂ ସରକାରୀ ଅଧିକାରୀଙ୍କୁ ଏକ ଶକ୍ତିଶାଳୀ ପ୍ଲାଟଫର୍ମ ମିଳିପାରିଛି ।
ପ୍ରଧାନମନ୍ତ୍ରୀ ମଧ୍ୟ ମାଇ ଗଭ ପ୍ଲାଟଫର୍ମର ସ୍ୱେଚ୍ଛାସେବୀମାନଙ୍କ ସହିତ ଆଲୋଚନା କରିଥିଲେ । ସରକାର ଗଠନ ହେବାର 2 ମାସ ମଧ୍ୟରେ ଏହି ନାଗରିକ ଅନ୍ତର୍ଭୂକ୍ତିକରଣ ପ୍ଲାଟଫର୍ମ ଗଠନ କରାଯାଇଥିଲା । ବର୍ତ୍ତମାନସୁଦ୍ଧା ଏହି ପ୍ଲାଟଫର୍ମ ଜରିଆରେ 60 ଲକ୍ଷ ସ୍ୱେଚ୍ଛାସେବୀ ଯୋଡ଼ି ହୋଇସାରିଲେଣି । ସେମାନେ ଗୁରୁତ୍ୱପୂର୍ଣ୍ଣ ଉପାୟ, ପରାମର୍ଶ ପ୍ରଦାନ କରୁଛନ୍ତି ଏବଂ ସ୍ୱେଚ୍ଛାକୃତ କାର୍ଯ୍ୟ କରୁଛନ୍ତି ତଥା ନୂତନ ଭାରତ ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛନ୍ତି ବୋଲି ଶ୍ରୀ ମୋଦୀ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଡିଜିଟାଲ ଇଣ୍ଡିଆ ଜରିଆରେ ଫୋର-ଇ (4-E)- ଏଜୁକେସନ (ଶିକ୍ଷା), ଏମ୍ପ୍ଲଏମେଣ୍ଟ (ନିଯୁକ୍ତି), ଏଣ୍ଟରପ୍ରେନ୍ୟୁରସିପ (ଉଦ୍ୟମୀତା) ଏବଂ ଏମ୍ପାୱାରମେଣ୍ଟ (ସଶକ୍ତିକରଣ) ହାସଲ ହୋଇପାରିଛି ।
ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା କରିବା ସମୟରେ ବିଭିନ୍ନ ଡିଜିଟାଲ ଇଣ୍ଡିଆ ଯୋଜନାର ହିତାଧିକାରୀମାନେ ସେମାନଙ୍କ ଜୀବନର ରାସ୍ତା ବଦଳାଇବାରେ ଏହି ଯୋଜନା କିପରି ସହାୟକ ହୋଇପାରିଛି ତାହା ବର୍ଣ୍ଣନା କରିଥିଲେ । ଜନ ସେବା କେନ୍ଦ୍ରଗୁଡିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ବିଭିନ୍ନ ସେବା ଯୋଗାଇ ଦେବା ଫଳରେ ଜୀବନଧାରଣ ସହଜ ହୋଇଛି ବୋଲି ହିତାଧିକାରୀମାନେ ମତବ୍ୟକ୍ତ କରିଥିଲେ । 

 

 

 

 

 

 

 

 

 

 

 

 

 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s Defence Exports Explode: ₹40,000 Crore Milestone Signals a New Manufacturing Era

Media Coverage

India’s Defence Exports Explode: ₹40,000 Crore Milestone Signals a New Manufacturing Era
NM on the go

Nm on the go

Always be the first to hear from the PM. Get the App Now!
...
Text of PM’s remarks during inauguration of Swaminarayan Hindu Temple in Paris
September 06, 2026

पूज्य महंत स्वामी, फ्रांस सरकार के सम्मानित प्रतिनिधिगण, उपस्थित अतिथिगण, इंडियन कम्युनिटी के मेरे साथी, देश दुनिया से जुड़े सभी हरि भक्त, देवियों और सज्जनों, जय स्वामीनारायण!

आज फ्रांस की राजधानी पेरिस में भव्य स्वामीनारायण मंदिर का लोकार्पण हो रहा है। यह लोकार्पण भारत और फ्रांस के सांस्कृतिक संबंधों का नया युग स्तंभ है। पूज्य संत जनों और सनातन परंपरा के श्रेष्ठ जनों के आशीर्वाद के साथ आज इस लोकार्पण का मंच ‘वसुधैव कुटुम्बकम’ के भाव का मंच बन गया है। भगवान स्वामीनारायण की कृपा और हमारे संतों का स्नेह, संतों का आशीर्वाद, मेरा सौभाग्य है कि मुझे ऐसे पुण्य अवसरों से जुड़ने का अवसर हमेशा मिलता रहता है। आज भी मैं भले ही पेरिस में आप सबके बीच उपस्थित नहीं हूं, लेकिन मन से और हृदय से, मैं स्वयं को आपके बीच ही अनुभव कर रहा हूं।

साथियों,

आज इस अवसर पर मैं परम पूज्य प्रमुख स्वामी जी महाराज का भी श्रद्धापूर्वक स्मरण करता हूं। प्राचीन काल में भारत का जो सांस्कृतिक आध्यात्मिक वैभव था, उन्होंने उसके पुनर्जागरण का एक अभियान शुरू किया था। आज उसका प्रकाश यूरोप समेत पूरी दुनिया में फैल रहा है। 2024 में अबू धाबी में भव्य मंदिर का लोकार्पण हुआ था। आज वहां हजारों लोग दर्शन करने जाते हैं और अब यहां पेरिस में स्वामीनारायण मंदिर का निर्माण सृजन की यह निरंतरता, यह संतों की संकल्प शक्ति का ही प्रमाण है। मैं पुनीत कार्य के लिए पूज्य महंत स्वामी का आभार प्रकट करता हूं, मैं उनके चरणों में प्रणाम करता हूं। मैं BAPS स्वामीनारायण संस्था को और करोड़ों हरि भक्तों को इस अवसर पर हृदय की गहराई से बधाई देता हूं।

साथियों,

BAPS के माध्यम से जब अलग-अलग देश में मंदिरों की प्राण प्रतिष्ठा होती है, तो वहां भारत के प्राचीन विचार और मानवीय मूल्य भी साथ-साथ ही जाते हैं और भारत का विचार कहता है ‘समानं मनः सह चित्तमेषाम्’ अर्थात हमारे मन समान हो, हमारे हृदय साथ जुड़े। इसलिए आज जब फ्रांस में इतना भव्य मंदिर बनकर तैयार हुआ है, यह फ्रांस की विविधता को तो समृद्ध करेगा ही, इससे भारत और फ्रांस के सांस्कृतिक संबंधों को भी ऊर्जा मिलेगी।

साथियों,

बीते वर्षों में भारत और फ्रांस के संबंध नई ऊंचाइयों तक पहुंचे हैं। मेरे मित्र, प्रेसिडेंट मैक्रों के साथ मिलकर दोनों देश एक Special Global Strategic Partnership बना रहे हैं। Technology, AI और Defence से लेकर Space और Climate Action तक हम एक नई गति और नई ऊर्जा के साथ मिलकर के आगे बढ़ रहे हैं। हम 2026 को India-France Year of Innovation के रूप में भी सेलिब्रेट कर रहे हैं। भारत-फ्रांस की ये Strategic Partnership इसलिए भी खास है, क्योंकि ये हमारे पुराने सांस्कृतिक-राजनैतिक सम्बन्धों की मजबूत बुनियाद पर टिकी है। इतिहास गवाह है, फ्रांस में भारतीय सैनिकों के बलिदान का इतिहास आज भी मन-मंदिर में जीवित है। भाषा से जुड़े विषयों में रुचि रखने वाले लोग यह भी जानते हैं कि फ्रेंच स्कॉलर्स ने संस्कृत को लोकप्रिय बनाने में कितनी अहम भूमिका निभाई है। रामकृष्ण परमहंस और स्वामी विवेकानंद पर रोमाँ रोलाँ की की लेखनी हमारी सोसाइटीज़ को और करीब लाई है। पेरिस से पुडुचेरी के अरबिंदो आश्रम तक 'The mother' की spiritual journey, उसने कितने ही भारतीय और फ्रेंच साधकों को inspire किया है।

साथियों,

दशकों पहले श्रील प्रभुपाद स्वामी भी फ्रांस आए थे। इस्कॉन के जरिए भारत फ्रांस के बीच आध्यात्मिक सम्बन्धों का नया अध्याय उन्होंने शुरू किया था। आज योग भी भारत-फ्रांस के people to people कनेक्ट का एक माध्यम बन चुका है। 'इंटरनेशनल योगा डे' पर एफिल टॉवर के सामने से आने वाली तस्वीरें फ्रांस में योग की लोकप्रियता का उदाहरण बनती हैं और अब BAPS के इस भव्य मंदिर के जरिए, हमारे उन सांस्कृतिक सम्बन्धों में एक नया अध्याय जुड़ रहा है।

साथियों,

इन दिनों, भारत फ्रांस Joint Ventures की संभावनाओं पर बातें होती हैं। स्वामीनारायण मंदिर ने इस संभावना में भी एक नया आयाम जोड़ा है। यह मंदिर 'मेड इन इंडिया' है और 'बिल्ट इन फ्रांस' है। इसके काफी पत्थरों को भारत में तराशा गया है। भारत की प्राचीन प्रतिभा यहाँ फ्रांस में आधुनिक इंजीनियरिंग से आकर जुड़ चुकी है। पेरिस में इस भव्य मंदिर ने आकार लिया है। इसलिए, मैं आशा करता हूँ, यह मंदिर सदियों तक भारत और फ्रांस के बीच सहयोग और संभावनाओं का भी प्रतीक बनकर उभरेगा।

साथियों,

स्वामीनारायण मंदिर हमेशा से भक्ति के साथ-साथ सेवा का माध्यम भी रहे हैं। मुझे बताया गया है, यह मंदिर भी सेवा प्रकल्पों का वैसा ही केंद्र बनेगा। मुझे विश्वास है कि यहाँ से भारतीय संस्कृति के जो स्वर निकलेंगे, उनका लाभ पूरे यूरोप में लोगों को मिलेगा। भविष्य में मुझे जब भी समय मिलेगा, मैं इस मंदिर में दर्शन करने का प्रयास अवश्य करूंगा। इन्हीं शब्दों के साथ, एक बार फिर आज के इस लोकार्पण समारोह में सम्मिलित सभी अतिथिगणों को, सभी परिवारों को, सभी हरि भक्तों को और पूरी Indian Diaspora को मेरी ओर से इस शुभारंभ पर्व की ढेरों शुभकामनाएं!

बहुत-बहुत धन्यवाद!

मर्सी बोकू!

जय स्वामीनारायण!