ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରୀୟ ବାଳ ପୁରସ୍କାର ପାଇଥିବା ଶିଶୁମାନଙ୍କ ସହ ଆଜି ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଆଳାପ ଆଳୋଚନା କରିଛନ୍ତି । ଏହି ଆଲୋଚନାରେ ମହିଳା ଏବଂ ଶିଶୁବିକାଶ ମନ୍ତ୍ରୀ ଶ୍ରୀମତୀ ସ୍ମୃତିଯୁବିନ୍ ଇରାନୀ ମଧ୍ୟ ଅଂଶଗ୍ରହଣ କରିଥିଲେ ।

ପ୍ରଧାନମନ୍ତ୍ରୀ ଏହି ଅବସରରେ କହିଛନ୍ତି ଯେ, ଚଳିତବର୍ଷ କରୋନା ଯୋଗୁଁ ଏକ କଷ୍ଟଦାୟକ ସମୟ ମଧ୍ୟରେ ଏଭଳି ପୁରସ୍କାର ବିଜେତାମାନେ ପୁରସ୍କାର ପାଇଥିବା ଯୋଗୁଁ ଏହାର ସ୍ୱାତନ୍ତ୍ର‌୍ୟ ରହିଛି । ଆଲୋଚନା ଅବସରରେ ପ୍ରଧାନମନ୍ତ୍ରୀ ସ୍ୱଚ୍ଛ ଅଭିଯାନରେ ଶିଶୁମାନେ ବ୍ୟବହାର ପରିବର୍ତ୍ତନ ପାଇଁ ପ୍ରଚାର ଅଭିଯାନ କରିଥିବାରୁ ସେମାନଙ୍କ ଶ୍ରମର ପ୍ରଶଂସା କରିଥିଲେ । ସେ କହିଥିଲେ ଯେ, କରୋନା ସମୟରେ ହାତ ଧୋଇବା ଭଳି ଅଭିଯାନ ଶିଶୁମାନେ କରିଥିବା ଯୋଗୁଁ ଲୋକମାନେ ଏହାକୁ ଗ୍ରହଣ କରିଥିଲେ ଏବଂ ଏଥିରେ ସଫଳତା ମିଳିଥିଲା । ଚଳିତବର୍ଷ ବିଭିନ୍ନ ନୂଆ ନୂଆ କ୍ଷେତ୍ରରେ ଶିଶୁମାନଙ୍କୁ ପୁରସ୍କାର ଦିଆଯାଇଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।

The Prime Minister observed that when a small idea is supported by the right action, results are impressive. He asked the children to believe in action as this interplay of ideas and action will trigger many actions inspiring people for greater things. The Prime Minister advised the children not to rest on their laurels and they should continue to strive for better results in their lives.

ପ୍ରଧାନମନ୍ତ୍ରୀ ଲକ୍ଷ୍ୟ କରିଥିଲେ ଯେ, ଛୋଟ ଛୋଟ ବିଚାରକୁ ଉପଯୁକ୍ତ କାର୍ଯ୍ୟ ପ୍ରଣାଳୀ ମାଧ୍ୟମରେ ସମର୍ଥନ ମିଳିଲେ ଫଳ ପ୍ରଭାବଶାଳୀ ହୁଏ । କାର୍ଯ୍ୟ ଉପରେ ବିଶ୍ୱାସ ରଖି ନିଜର ବିଚାରଧାରାକୁ କାର୍ଯ୍ୟକାରୀ କଲେ ବଡ ବଡ କାର୍ଯ୍ୟ ପାଇଁ ଲୋକମାନେ ପ୍ରେରଣା ପାଇଥାଆନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଅବିଶ୍ରାନ୍ତ ଭାବେ କ୍ରମାଗତ ପରିଶ୍ରମ ଦ୍ୱାରା ଜୀବନରେ ଭଲ ଫଳ ମିଳିପାରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ତିନୋଟି କଥା ଉପରେ ତିନୋଟି ଶପଥ ‌ସର୍ବଦା ମନେ ରଖିବାକୁ ଶିଶୁମାନଙ୍କୁ ପରାମର୍ଶ ଦେଇଥିଲେ । ସେଗୁଡିକ ମଧ୍ୟରୁ ପ୍ରଥମଟି ହେଉଛି ଅବିଚଳିତ ରହିବାର ଶପଥ । ଏ କ୍ଷେତ୍ରରେ କୌଣସି ଆଳସ୍ୟକୁ ପ୍ରଶୟ ଦେବା ଅନୁଚିତ । ଦ୍ୱିତୀୟ ଶପଥଟି ଦେଶ ପାଇଁ । ଆମେ ପ୍ରତ୍ୟେକ କାର୍ଯ୍ୟକୁ ଦେଶ ପାଇଁ ଅଭିପ୍ରେତ ବୋଲି ଭାବିଲେ ପ୍ରତ୍ୟେକ କାର୍ଯ୍ୟ ମହାନ ହୋଇପାରିବ । ଆମେ ସ୍ୱାଧୀନତାର ୭୫ବର୍ଷରେ ପଦାର୍ପଣ କରୁଥିବା ସମୟରେ ଦେଶ ପାଇଁ କ’ଣ କରିପାରିବା ସେ ବିଷୟରେ ଚିନ୍ତା କରିବା ଉଚିତ । ତୃତୀୟ ଶପଥ ହେଉଛି ନମ୍ରତାର ଶପଥ। ଏହା ଦ୍ୱାରା ପ୍ରତ୍ୟେକ ସଫଳତା ଆମକୁ ଅଧିକ ନମ୍ର ହେବା ପାଇଁ ପ୍ରେରଣା ଦେବା ସହ, ଅନ୍ୟମାନେ ଆମ ସହ ମିଶି ଆମ ସଫଳତାକୁ ଉପଭୋଗ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ସୃଜନଶୀତଳା, ବୃଦ୍ଧିମତା, କ୍ରୀଡା, କଳା ଓ ସଂସ୍କୃତି, ସମାଜସେବା ଓ ସାହସିକତା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଳ ପୁରସ୍କାର କାର୍ଯ୍ୟକ୍ରମ ଅଧୀନରେ ଭାରତ ସରକାର ‘ବାଳଶକ୍ତି’ ପୁରସ୍କାର ଶିଶୁମାନଙ୍କୁ ପ୍ରଦାନ କରିଥାଆନ୍ତି । ଚଳିତବର୍ଷ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଳପୁରସ୍କାର-2021 ଅଧୀନରେ ବାଳଶକ୍ତି ପୁରସ୍କାର ପାଇବାକୁ ଦେଶର ବିଭିନ୍ନ ସ୍ଥାନରୁ 32ଜଣ ଆବେଦନ କରିଥିଲେ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Inspiring India: Gujarat Woman's Solar Mission Earns PM Modi’s Praise, Invitation to I-Day Ceremony

Media Coverage

Inspiring India: Gujarat Woman's Solar Mission Earns PM Modi’s Praise, Invitation to I-Day Ceremony
NM on the go

Nm on the go

Always be the first to hear from the PM. Get the App Now!
...
PM Modi calls upon people to celebrate National Handloom Day by showcasing India's rich handloom heritage
August 06, 2026

The Prime Minister, Shri Narendra Modi, has called upon citizens to celebrate National Handloom Day on 7th August by promoting India's rich and diverse handloom traditions.

“Share your videos with your favourite handloom products, including GRWM videos on social media”, Shri Modi said.

Shri Modi posted on X;

Tomorrow, 7th August is National Handloom Day. Let’s make India’s handloom diversity popular.

Share your videos with your favourite handloom products, including GRWM videos on social media.

Don’t forget to use #NationalHandloomDay.