Food processing is a way of life in India. It has been practiced for ages: PM Modi
India has jumped 30 ranks this year in the World Bank Doing Business rankings: PM Modi
There is also immense potential for food processing and value addition in areas such as organic & fortified foods: PM Modi
Our farmers are central to our efforts in food processing: PM Modi

ମହାମହିମ

ବାଣିଜ୍ୟ ଓ ଉଦ୍ୟୋଗର କ୍ୟାପଟେନମାନେ

ମହିଳା ଓ ଭଦ୍ରମଣ୍ଡଳୀ

ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରର ଆନ୍ତର୍ଜାତିକ ନେତୃତ୍ୱ ଓ ନୀତି ନିର୍ଦ୍ଧାରକମାନଙ୍କ ଏହି ସମାବେଶରେ ସାମିଲ ହୋଇ ମୁଁ ଅତ୍ୟନ୍ତ ଖୁସି । ମୁଁ ସମସ୍ତଙ୍କୁ ୱାଲର୍ଡ ଫୁଡ୍ ଇଣ୍ଡିଆ-2017କୁ ସ୍ୱାଗତ କରୁଛି ।

ଏହି କାର୍ଯ୍ୟକ୍ରମ ଆପଣଙ୍କୁ ଉକ୍ତ ସୁଯୋଗର ଏକ ଝଲକ ପ୍ରଦର୍ଶନ କରାଇବ ଯାହା ଭାରତରେ ଆପଣଙ୍କୁ ପ୍ରତୀକ୍ଷା କରିଛି । ଏହା ଖାଦ୍ୟ ପ୍ରକ୍ରିୟାକରଣର ମୂଲ୍ୟ ଶୃଙ୍ଖଳାରେ ଆମର କ୍ଷମତାକୁ ପ୍ରଦର୍ଶିତ କରାଇବ । ଏହା ବିଭିନ୍ନ ଅଂଶୀଦାରଙ୍କ ସହ ଯୋଡ଼ିବା ପାଇଁ ଏକ ମଂଚ ପ୍ରଦାନ କରିବ ଓ ପାରସ୍ପରିକ ସମୃଦ୍ଧି ପାଇଁ ସହଯୋଗ କରିବ । ଏହା ଆପଣମାନଙ୍କୁ ଆମର ସବୁଠୁ ସୁସ୍ୱାଦୁ ଭୋଜନରୁ କିଛି ଯାହାର ସମଗ୍ର ବିଶ୍ୱରେ ସ୍ୱାଦ ରହିଛ, ତାକୁ ଉପସ୍ଥାପିତ କରିବ ।

ଦେବୀ ଓ ସଜ୍ଜନମଣ୍ଡଳୀ

କୃଷିରେ ଭାରତର ସାମର୍ଥ୍ୟ ଅନେକ ରହିଛି ଓ ବିବିଧତା ରହିଛି । ଦ୍ୱିତୀୟ ସର୍ବବୃହତ୍ କୃଷିଯୋଗ୍ୟ ଭୂମି ଓ 127 ବିବିଧ କୃଷି ଜଳବାୟୁ କ୍ଷେତ୍ର ସହ ଅନେକ ଫସଲ ଯଥା କଦଳୀ, ଆମ୍ବ, ପିଜୁଳି, ଅମୃତଭଣ୍ଡା, ଭେଣ୍ଡି ଆଦି ଉତ୍ପାଦନ କ୍ଷେତ୍ରରେ ବିଶ୍ୱ ନେତୃତ୍ୱ ପ୍ରଦାନ କରିଛି । ଆମେ ଧାନ, ଗହମ, ମାଛ, ଫଳ ଓ ପନିପରିବା ଉତ୍ପାଦନ ମାମଲାରେ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛୁ । ସେହିପରି ଭାରତ ହେଉଛି ବିଶ୍ୱର ସର୍ବବୃହତ୍ ଦୁଗ୍ଧ ଉତ୍ପାଦନକାରୀ ରାଷ୍ଟ୍ର । ଆମର ଉଦ୍ୟାନ କୃଷି ଗତ 10ବର୍ଷ ହେଲା ବାର୍ଷିକ ହାରାହାରି 5.5 ପ୍ରତିଶତ ହାରରେ ଅଭିବୃଦ୍ଧି କରୁଛି ।

ଶହଶହ ବର୍ଷ ପୂର୍ବରୁ ଭାରତ ଅନ୍ୟ ଦେଶର ବ୍ୟବସାୟୀଙ୍କୁ ସ୍ୱାଗତ କରିଥିଲା, ଯେଉଁମାନେ ଆମର ସ୍ୱତନ୍ତ୍ର ମସାଲାର ଅନ୍ୱେଷଣରେ ଆସିଥିଲେ । ସେମାନଙ୍କର ଭାରତ ଗସ୍ତ, ଇତିହାସ ପାଠ୍ୟକ୍ରମରେ ସାମିଲ ହୋଇସାରିଛି । ମସଲା ମାଧ୍ୟମରେ ୟୁରୋପ ଓ ଦକ୍ଷିଣ ପୂର୍ବ ଏସିଆ ସହ ଆମର ବ୍ୟବସାୟିକ ସମ୍ପର୍କକୁ ନେଇ ସମସ୍ତେ ପରିଚିତ । ଏପରିକି ଖ୍ରୀଷ୍ଟୋଫର କଲମ୍ବସ୍ ମଧ୍ୟ ଭାରତୀୟ ମସଲା ପାଇଁ ଆକର୍ଷିତ ହୋଇ ଆମେରିକା ପହଂଚିଯାଇଥିଲେ । କାରଣ ସେ ଭାରତ ପାଇଁ ଏକ ବିକଳ୍ପ ସମୁଦ୍ର ମାର୍ଗ ଖୋଜିଥିଲେ ।

ଭାରତରେ ଖାଦ୍ୟ ପ୍ରକ୍ରିୟାକରଣ ହେଉଛି ଏକ ଜୀବନଶୈଳୀ । ଏଠାର ସାଧାରଣ ପରିବାରରେ ଏହା ଯୁଗଯୁଗ ଧରି ଅଭ୍ୟାସ କରାଯାଉଛି । ଘରଆଧାରିତ ସାଧାରଣ କୌଶଳ, ଯାହା ପଚିବା ପ୍ରକ୍ରିୟା ଦ୍ୱାରା ଆମର ପ୍ରସିଦ୍ଧ ଆଚାର, ପାମ୍ପଡ, ଚଟଣୀ ଓ ମୁରବା ପ୍ରସ୍ତୁତ ହୋଇପାରୁଛି ଏବଂ ଏହା ସାରା ବିଶ୍ୱରେ ଆଭିଜାତ୍ୟ ବର୍ଗ ଓ ସାଧାରଣ ଲୋକ – ଉଭୟଙ୍କୁ ଆକର୍ଷିତ କରୁଛି ।

ଦେବୀ ଓ ସଜ୍ଜନମଣ୍ଡଳୀ

ଆସନ୍ତୁ କିଛି ସମୟ ପାଇଁ ବଡ଼ ଚିନ୍ତା କରିବା –

ଭାରତ ଏବେ ବିଶ୍ୱର ସବୁଠୁ ଦ୍ରୁତ ଅଭିବୃଦ୍ଧି କରୁଥିବା ଗୋଟିଏ ଅର୍ଥବ୍ୟବସ୍ଥା । ବସ୍ତୁ ଓ ସେବା କର ବା ଜିଏସଟି ଯୋଗୁ ବହୁଳ ଟିକସର ଉଚ୍ଛେଦ ହୋଇଛି । ବିଶ୍ୱବ୍ୟାଙ୍କର ସହଜ ବ୍ୟବସାୟ ମାନ୍ୟତାରେ ଚଳିତବର୍ଷ ଭାରତ 30ଟି ସ୍ଥାନ ଉପରକୁ ଉଠିଛି । ଏହା ବର୍ତ୍ତମାନ ସୁଦ୍ଧା ଭାରତର ସବୁଠାରୁ ଭଲ ସୁଧାର ଓ ଚଳିତବର୍ଷରେ ଅନ୍ୟ କୌଣସି ରାଷ୍ଟ୍ର ତୁଳନାରେ ସର୍ବାଧିକ ଲମ୍ବା ଡିଆଁ । 2014ରେ 142ତମ ସ୍ଥାନରୁ ଏବେ ଭାରତ ଶୀର୍ଷ 100ରେ ପହଂଚିଛି ।

ଗ୍ରୀନଫିଲ୍ଡ ନିବେଶରେ ଭାରତ 2016 ମସିହାରେ ବିଶ୍ୱରେ ଏକ ନମ୍ବରରେ ଥିଲା । ଭାରତ ଗ୍ଲୋବାଲ ଇନୋଭେସନ୍ ସୂଚକାଙ୍କ, ଗ୍ଲୋବାଲ ଲଜିଷ୍ଟିକ୍ ସୂଚକାଙ୍କ ଓ ଗ୍ଲୋବାଲ କମ୍ପିଟେଟିଭନେସ ସୂଚକାଙ୍କ ଉପରେ ଦ୍ରୁତ ଗତିରେ ଉନ୍ନତି କରୁଛି ।

ଭାରତରେ ନୂଆ ବ୍ୟବସାୟ ଆରମ୍ଭ କରିବା ପୂର୍ବ ତୁଳନାରେ ଏବେ ଅତ୍ୟନ୍ତ ସହଜ ହୋଇଛି । ବିଭିନ୍ନ ଏଜେନ୍ସିଠାରୁ ଅନୁମୋଦନ/ମଂଜୁରି ହାସଲ କରିବାର ପ୍ରକ୍ରିୟା ସରଳୀକୃତ ହୋଇଛି । ପୁରୁଣା ଆଇନକୁ ଉଚ୍ଛେଦ କରାଯାଇଛି ଓ ଅନୁପାଳନର ବୋଝ ମଧ୍ୟ କମ୍ ହୋଇଛି ।

ଏବେ ନିର୍ଦ୍ଦିଷ୍ଟ ଭାବେ ଖାଦ୍ୟ ପ୍ରକ୍ରିୟାକରଣକୁ ଆସନ୍ତୁ ।

ସରକାର ଆର୍ଥିକ ସଂସ୍କାର ପ୍ରକ୍ରିୟାର ଏକ ସିରିଜ୍ ଆରମ୍ଭ କରିଛନ୍ତି । ଏହି କ୍ଷେତ୍ରରେ ଭାରତ ଏବେ ସବୁଠାରୁ ପସନ୍ଦଯୋଗ୍ୟ ଗନ୍ତବ୍ୟ ସ୍ଥଳ ପାଲଟିଛି । ଏହା ଆମର ‘ମେକ୍ ଇନ୍ ଇଣ୍ଡିଆ’ କାର୍ଯ୍ୟକ୍ରମରେ ପ୍ରାଥମିକତା କ୍ଷେତ୍ର ପାଲଟିଛି । ଭାରତରେ ନିର୍ମିତ ଅବା ଉତ୍ପାଦିତ ଖାଦ୍ୟ ସାମଗ୍ରୀର ଇ-କମର୍ସ ମାଧ୍ୟମରେ କାରବାର ସମେତ ଏବେ ଶତ ପ୍ରତିଶତ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜିନିବେଶକୁ ଅନୁମତି ମିଳିଛି । ବିଦେଶୀ ନିବେଶକଙ୍କ ସୁବିଧା ପାଇଁ ଏବେ ସିଙ୍ଗଲ ୱିଣ୍ଡୋ ସୁବିଧା ସେଲ୍ ଉପଲବ୍ଧ କରାଯାଉଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଏବେ ଅନେକ ଆକର୍ଷଣୀୟ ଆର୍ଥିକ ପ୍ରୋତ୍ସାହନ ମଧ୍ୟ ଯୋଗାଇ ଦିଆଯାଉଛି । ଖାଦ୍ୟ ଓ କୃଷି ଆଧାରିତ ୟୁନିଟ୍ ଓ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ଋଣ ପ୍ରଦାନକୁ ପ୍ରାଥମିକତା କ୍ଷେତ୍ର ଋଣ ଭାବେ ବର୍ଗୀକୃତ କରାଯାଇଛି । ଯାହାଫଳରେ ସେମାନଙ୍କୁ ଋଣ ପାଇବା ସହଜ ଓ ଶସ୍ତା ହୋଇଛି ।

ଏକ ଅଭିନବ ପୋର୍ଟାଲ – ନିବେଶ ବନ୍ଧୁ ବା ‘ନିବେଶକଙ୍କ ବନ୍ଧୁ’କୁ ଆମେ ନିକଟରେ ଆରମ୍ଭ କରିଛୁ । ଯେଉଁଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନୀତି ସମ୍ପର୍କରେ ସୂଚନାକୁ ଏକତ୍ର କରିବା ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଦିଆଯାଉଥିବା ପ୍ରୋତ୍ସାହନକୁ ଉଲ୍ଲେଖ କରାଯାଇଛି । ଏହା ପ୍ରକ୍ରିୟାକରଣ ଆବଶ୍ୟକତା ସହ ସ୍ଥାନୀୟ ସ୍ତରରେ ସମ୍ବଳର ମାର୍ଗଚିତ୍ର(Roadmap) ପ୍ରସ୍ତୁତ କରିଥାଏ । ଏହା ଚାଷୀ, ପ୍ରକ୍ରିୟାକରଣକାରୀ, ବ୍ୟବସାୟୀ ଓ ଲଜିଷ୍ଟିକ୍ ଅପରେଟରଙ୍କ ପାଇଁ ବ୍ୟବସାୟିକ ନେଟୱାର୍କର ଏକ ପ୍ଲାଟଫର୍ମ ହୋଇଛି ।

ବନ୍ଧୁଗଣ,

ମୂଲ୍ୟ ଶୃଙ୍ଖଳାର ଅନେକ କ୍ଷେତ୍ରରେ ଘରୋଇ ଭାଗିଦାରୀ ବୃଦ୍ଧି ପାଇବାରେ ଲାଗିଛି । ଅବଶ୍ୟ ଚୁକ୍ତିଭିତ୍ତିକ ଚାଷ, କଂଚା ମାଲର ସୋର୍ସିଂ ଓ କୃଷି ଲିଙ୍କେଜ୍ ପାଇଁ ଅଧିକ ନିବେଶର ଆବଶ୍ୟକତା ରହିଛି । ଅନେକ ଆନ୍ତର୍ଜାତିକ କମ୍ପାନୀ ଭାରତରେ ଚୁକ୍ତିଭିତ୍ତିକ ଚାଷ ପ୍ରୟାସରେ ଅଗ୍ରଣୀ ଭୂମିକା ତୁଲାଉଛନ୍ତି । ଏହା ଭାରତରେ ପ୍ରମୁଖ ଆଉଟସୋର୍ସିଂ ହବ୍ ଭାବେ ବିବେଚିତ ବିଶ୍ୱ ସୁପର ମାର୍କେଟ୍ ଚେନ୍ ପାଇଁ ଏକ ସ୍ପଷ୍ଟ ସୁଯୋଗ ।

ଗୋଟିଏ ପଟେ ପ୍ରାଥମିକ ପ୍ରକ୍ରିୟାକରଣ ଓ ମହଜୁଦ, ସଂରକ୍ଷଣ ଭିତ୍ତିଭୂମି, ଶୀତଳ ଭଣ୍ଡାର ଓ ଶୀତଳୀକୃତ ପରିବହନ ଆଦି ଭଳି ଫସଲ ପରେ ପରିଚାଳନାର ଅନେକ ସୁଯୋଗ ରହିଛି । ଅନ୍ୟପଟେ ଖାଦ୍ୟ ପ୍ରକ୍ରିୟାକରଣ ଓ ମୂଲ୍ୟଯୁକ୍ତ ପାଇଁ ବିଶେଷକରି ଜୈବିକ ଓ ଫୋର୍ଟିଫାଏଡ୍ ଖାଦ୍ୟ କ୍ଷେତ୍ରରେ ବହୁତ ଅଧିକ ସମ୍ଭାବନା ରହିଛି ।

ସହରୀକରଣର ବୃଦ୍ଧି ଓ କ୍ରମବର୍ଦ୍ଧିଷ୍ଣୁ ମଧ୍ୟବିତ ବର୍ଗର ପରିଣାମ ସ୍ୱରୂପ ପ୍ରୋସେଡ୍ ଫୁଡ୍ ଚାହିଦା ନିରନ୍ତର ବଢ଼ିବାରେ ଲାଗିଛି । ମୁଁ ଆପଣମାନଙ୍କୁ ଗୋଟିଏ ପରିସଂଖ୍ୟାନ ସହ ଅବଗତ କରାଉଛି । ଭାରତରେ ପ୍ରତ୍ୟେକ ଦିନ ଏକ ନିୟୁତରୁ ଅଧିକ ଯାତ୍ରୀଙ୍କୁ ଟ୍ରେନ୍ ରେ ଭୋଜନ କରିଥାନ୍ତି । ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ, ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ପାଇଁ ଜଣେ ଳେଖାଏଁ ସମ୍ଭାବ୍ୟ ଗ୍ରାହକ । ଏଭଳି ବୃହତ୍ ସୁଯୋଗ ଏବେ ହାତେଇବା ପାଇଁ ଅପେକ୍ଷା କରିଛନ୍ତି ନିବେଶକାରୀ ।

ଦେବୀ ଓ ସଜ୍ଜନମଣ୍ଡଳୀ

ଜୀବନଶୈଳୀର ରୋଗ ଏବେ ସମଗ୍ର ବିଶ୍ୱରେ ଖାଉଥିବା ଖାଦ୍ୟର ମାନ ଓ ଗୁଣବତ୍ତା ପ୍ରତି ସଚେତନତା ସୃଷ୍ଟି କରାଇଛି । କୃତ୍ରିମ ରଙ୍ଗ, କେମିକାଲ ଓ ସଂରକ୍ଷଣର ଉପଯୋଗ ପ୍ରତି ଘୃଣା ଭାବେ ବଢ଼ିଛି । ଭାରତ ଏହାର ସମାଧାନ ଯୋଗାଇ ପାରିବ ଓ ଭାଗିଦାରୀରେ ଜିତିବାର ପ୍ରସ୍ତାବ ମଧ୍ୟ ଦେଉଛି ।
ପାରମ୍ପରିକ ଭାରତୀୟ ଖାଦ୍ୟରେ ଆଧୁନିକ ଜ୍ଞାନକୌଶଳ, ପ୍ରକ୍ରିୟାକରଣ ଓ ପ୍ୟାକେଜିଂ ସମ୍ମିଶ୍ରଣ ଦ୍ୱାରା ଭାରତୀୟ ଖାଦ୍ୟ ସାମଗ୍ରୀ ଯଥା ହଳଦୀ, ଅଦା ଓ ତୁଳସୀ ଭଳି କିଛି ନାଁ ନେଉଛି ଯାହାର ସତେଜ ସ୍ୱାଦକୁ ଜାଣିବା ଓ ସ୍ୱାସ୍ଥ୍ୟଗତ ଫାଇଦା ବିଶ୍ୱ ପୁନଃପ୍ରାପ୍ତ କରିବାରେ ସହାୟକ ହେବ । ସ୍ୱଚ୍ଛ, ପୃଷ୍ଟିକର ଓ ସ୍ୱାଦିଷ୍ଟ ପ୍ରକ୍ରିୟାକୃତ ଖାଦ୍ୟ ପଦାର୍ଥର ସଠିକ୍ ମିଶ୍ରଣ ସହ ଅତିରିକ୍ତ ଭାବେ ପ୍ରତିଷେଧକ ସ୍ୱାସ୍ଥ୍ୟର ଯତ୍ନ ଥିବା ଫାଇଦା ମିଶାଇ ଏଠି ଭାରତରେ ଆର୍ଥିକ ଦୃଷ୍ଟିରୁ ଉତ୍ପାଦନ କରିହେବ ।

ଭାରତରେ ପ୍ରକ୍ରିୟାକୃତ ଖାଦ୍ୟ ଆନ୍ତର୍ଜାତିକ ଗୁଣାତ୍ମକ ମାନ ସହ ମେଳ ଖାଉଛି କି ନାହିଁ ତାହା ସୁନିଶ୍ଚିତ କରିବାରେ ଭାରତରେ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ ଲାଗିଛି । କୋଡେକ୍ସ ସହ ଖାଦ୍ୟ ପଦାର୍ଥର ମାନକ ଅନୁରୂପ, ସୁଦୃଢ଼ ପରୀକ୍ଷା ଓ ପରୀକ୍ଷାଗାର ଭିତ୍ତିଭୂମି ନିର୍ମାଣ ଖାଦ୍ୟ ବ୍ୟବସାୟ ପାଇଁ ଏକ ସକ୍ଷମ ପରିବେଶ ପ୍ରସ୍ତୁତ କରିବାରେ ଏକ ଦୀର୍ଘ ଯାତ୍ରା ନିର୍ଦ୍ଧାରଣ କରିବ ।

ଦେବୀ ଓ ସଜ୍ଜନମଣ୍ଡଳୀ

ଚାଷୀ ଯାହାକୁ ଆମେ ସମ୍ମାନପୂର୍ବକ ଆମର ‘ଅନ୍ନଦାତା’ ଅବା ଖାଦ୍ୟ ପ୍ରଦାନକାରୀ କହୁଛୁ, ଖାଦ୍ୟ ପ୍ରକ୍ରିୟାକରଣରେ ଆମର ପ୍ରୟାସରେ ସେମାନେ କେନ୍ଦ୍ର ବିନ୍ଦୁରେ ଅଛନ୍ତି । ଆମେ 5ବର୍ଷ ଭିତରେ ଚାଷର ଆୟକୁ ଦ୍ୱିଗୁଣ କରିବାର ଏକ ଲକ୍ଷ୍ୟ ନିର୍ଦ୍ଧାରଣ କରିଛୁ । ଆମେ ବିଶ୍ୱସ୍ତରର ଖାଦ୍ୟ ପ୍ରକ୍ରିୟାକରଣ ଭିତ୍ତିଭୂମି ସୃଷ୍ଟି ପାଇଁ ନିକଟରେ ଜାତୀୟସ୍ତରରେ ଏକ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ କିଷାନ ସମ୍ପଦ ଯୋଜନା ଆରମ୍ଭ କରିଛୁ । ଆଶା କରୁଛୁ ଆସନ୍ତା 3ବର୍ଷ ମଧ୍ୟରେ 500 କୋଟି ଆମେରିକୀୟ ଡଲାରର ନିବେଶକୁ ଆକର୍ଷଣ କରି ଦୁଇ ନିୟୁତ ଚାଷୀଙ୍କୁ ଫାଇଦା ଓ ଏକ ନିୟୁତରୁ ଉର୍ଦ୍ଧ୍ଵ ନିଯୁକ୍ତି ସୁଯୋଗ ସଷ୍ଟି ପାଇଁ ଲକ୍ଷ୍ୟ ରଖିଛୁ ।
ମେଗା ଫୁଡ୍ ପାର୍କର ନିର୍ମାଣ ଏହି ଯୋଜନାର ଏକ ମହତ୍ୱପୂର୍ଣ୍ଣ ଉପାଦାନ । ଏହି ଫୁଡ୍ ପାର୍କ ମାଧ୍ୟମରେ ଆମେ ପ୍ରମୁଖ ଉତ୍ପାଦନ କେନ୍ଦ୍ର ସହ କୃଷି ପ୍ରକ୍ରିୟାକରଣ (ଆଗ୍ରୋ-ପ୍ରୋସେସିଂ) ସଂସ୍କୃତିକୁ ଯୋଡ଼ିବାର ଲକ୍ଷ୍ୟ ରଖିଛୁ । ଏହା ଆଳୁ, ସପୁରୀ, କମଳା ଓ ସେଓ ଭଳି ଫସଲରେ ଅତ୍ୟନ୍ତ ଅଧିକ ଫଳପ୍ରଦ ହେବ । ଚାଷୀଙ୍କ ଗୋଷ୍ଠୀକୁ ଏସବୁ ପାର୍କ ୟୁନିଟ୍ ସ୍ଥାପନ କରିବା ପାଇଁ ପ୍ରୋତ୍ସାହିତ କରାଯାଉଛି । ଯାହାଫଳରେ ଫଳ, ପନିପରିବାର ନଷ୍ଟଶିଳତାକୁ ହ୍ରାସ କରିବା ସହ ପରିବହନ ଖର୍ଚ୍ଚ ଓ ନୂଆ ନିଯୁକ୍ତି ସୃଷ୍ଟି କରିହେବ । ଏଭଳି ୯ଟି ପାର୍କ ଇତିମଧ୍ୟରେ କାର୍ଯ୍ୟକ୍ଷମ ହୋଇସାରିଲାଣି ଓ ସମଗ୍ର ଦେଶରେ ଅନ୍ୟ 30ରୁ ଉର୍ଦ୍ଧ୍ଵ ପାର୍କ ଆସିବା ଅପେକ୍ଷାରେ ରହିଛି ।

ଶେଷ ସ୍ଥାନରେ ସେବା ପ୍ରଦାନରେ ଉନ୍ନୀତିକରଣ ପାଇ ଆମେ ଡିଜିଟାଲ ଟେକ୍ନୋଲଜି ଉପଲବ୍ଧତା ବୃଦ୍ଧି ମାଧ୍ୟମରେ ଶାସନରେ ସୁଧାର କରୁଛୁ । ଆମେ ନିଜ ଗାଁକୁ ଏକ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ବ୍ରଡବ୍ୟାଣ୍ଡ ସଂଯୋଗ ମାଧ୍ୟମରେ ଯୋଡ଼ିବାକୁ ଯୋଜନା କରୁଛୁ । ଆମେ ଭୂମି ରେକର୍ଡକୁ ଡିଜିଟାଲକରଣ କରୁଛୁ ଓ ମୋବାଇଲ ପ୍ଲାଟଫର୍ମରେ ଲୋକଙ୍କୁ ବିଭିନ୍ନ ସେବା ପ୍ରଦାନ କରୁଛୁ । ଏହି ପଦକ୍ଷେପ ଚାଷୀଙ୍କୁ ସୂଚନା, ଜ୍ଞାନ ଓ କୌଶଳର ବାସ୍ତବିକ ସମୟରେ ହସ୍ତାନ୍ତର ଦିଗକୁ ଗତିଶୀଳ କରିଛି । ଆମର ଜାତୀୟ କୃଷି ବଜାର ଇ-ଏନ୍ଏଏମ୍(E-NAM) ସମଗ୍ର ଦେଶରେ ଆମର କୃଷି ବଜାରକୁ ସଂଯୋଗ କରୁଛି । ଯାହାଫଳରେ ଆମର ଚାଷୀଙ୍କୁ ପ୍ରତିଯୋଗିତାମୂଳକ ମୂଲ୍ୟ ନିର୍ଦ୍ଧାରଣର ଫାଇଦା, ଚୟନରେ ସ୍ୱାଧୀନତା ମିଳିବ ।

ସମବାୟ ଓ ସଂଘୀୟ ପ୍ରତିଯୋଗିତାର ବାସ୍ତବ ଭାବନାରେ ଆମ ରାଜ୍ୟ ସରକାରମାନେ ମଧ୍ୟ ପ୍ରକ୍ରିୟାକୁ ସରଳ କରିବାରେ କେନ୍ଦ୍ର ସରକାରଙ୍କ ପ୍ରୟାସ ସହ ଜଡ଼ିତ ଅଛନ୍ତି । ନିବେଶ ଆକର୍ଷିତ କରିବା ପାଇଁ କେତେକ ରାଜ୍ୟ ଆକର୍ଷକ ଖାଦ୍ୟ ପ୍ରକ୍ରିୟାକରଣ ନୀତି ସହ ଆଗେଇ ଆସିଛନ୍ତି । ମୁଁ ଭାରତର ପ୍ରତ୍ୟେକ ରାଜ୍ୟକୁ ଅତ୍ୟନ୍ତ ପକ୍ଷେ ଗୋଟିଏ ଲେଖାଏ ଖାଦ୍ୟ ସାମଗ୍ରୀରେ ସ୍ୱତନ୍ତ୍ରତା ଚିହ୍ନଟ କରିବାକୁ ଆହ୍ୱାନ କରୁଛି । ସେହିପରି ପ୍ରତ୍ୟେକ ଜିଲ୍ଲା ମଧ୍ୟ କେତେକ ଖାଦ୍ୟ ସାମଗ୍ରୀର ଉତ୍ପାଦନ ଓ ସେଥିରୁ ଗୋଟିଏରେ ସ୍ୱତନ୍ତ୍ରତା ଚିହ୍ନଟ କରନ୍ତୁ ।

ଦେବୀ ଓ ସଜ୍ଜନମଣ୍ଡଳୀ

ଆଜି ଆମର ସୁଦୃଢ଼ କୃଷି ଆଧାର ଆମକୁ ଏକ ଜୀବନ୍ତ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର ପ୍ରସ୍ତୁତ ପାଇଁ ଏକ ଠୋସ୍ ଲଂଚ ପ୍ୟାଡ୍ ପ୍ରଦାନ କରୁଛି । ଆମର ବିଶାଳ ଖାଉଟି ଆଧାରିତ, କ୍ରମବର୍ଦ୍ଧିଷ୍ଣୁ ଆୟ, ନିବେଶ ପାଇଁ ଅନୁକୂଳ ପରିବେଶ ଓ ସହଜ ବ୍ୟବସାୟ ପଦ୍ଧତି ପ୍ରତି ସମର୍ପିତ ସରକାର ଆଦି ଭାରତକୁ ଆନ୍ତର୍ଜାତିକ ଖାଦ୍ୟ ପ୍ରକ୍ରିୟାକରଣ ସମୁଦାୟରେ ସ୍ଥାନ ପ୍ରଦାନ କରିଛି ।

ଭାରତରେ ଖାଦ୍ୟ ଉଦ୍ୟୋଗର ପ୍ରତ୍ୟେକ ଉପ-କ୍ଷେତ୍ରରେ ବହୁତ ଅଧିକ ସୁଯୋଗ ଉପଲବ୍ଧ ଅଛି । ସେଥିରୁ ମୁଁ ଆପଣଙ୍କୁ କିଛି ଚିତ୍ର ପ୍ରଦାନ କରୁଛି ।

ଗ୍ରାମାଂଚଳ ଅର୍ଥବ୍ୟବସ୍ଥା ପାଇଁ ଦୁଗ୍ଧ ଉତ୍ପାଦନ କ୍ଷେତ୍ର ଏକ ମହତ୍ୱପୂର୍ଣ୍ଣ କ୍ଷେତ୍ର । ଆମେ ଏବେ ଏହି ଦୁଗ୍ଧ ଆଧାରିତ ଉତ୍ପାଦନସ୍ତରକୁ ବହୁମୁଖୀ ସାମଗ୍ରୀକୁ ବୃଦ୍ଧି କରି ପରବର୍ତ୍ତୀ ପର୍ଯ୍ୟାୟକୁ ନେଇଯିବାକୁ ଲକ୍ଷ୍ୟ ରଖିଛୁ ।

ମହୁ ହେଉଛି ମାନବ ଜାତି ପାଇଁ ପ୍ରକୃତିର ଉପହାର । ଏହି ମହୁମାଛି ମହମ ଭଳି କେତେକ ମୂଲ୍ୟବାନ ଉପ ସାମଗ୍ରୀ ପ୍ରଦାନ କରିଥାନ୍ତି । ଏହା ମାଧ୍ୟମରେ କୃଷି ଆୟରେ ବୃଦ୍ଧିର କ୍ଷମତା ରହିଛି । ଏବେ ଆମେ ମଧୁ ଉତ୍ପାଦନ ଓ ରପ୍ତାନୀରେ ଷଷ୍ଠ ସ୍ଥାନରେ ରହିଛୁ । ମଧୁ କ୍ରାନ୍ତି ପାଇଁ ଭାରତ ଏବେ ପରିପକ୍ୱ ।
ଭାରତରେ ବିଶ୍ୱରେ ମାଛ ଉତ୍ପାଦନରେ 6 ପ୍ରତିଶତ ଭାଗିଦାର ରହିଛି । ଆମେ ବିଶ୍ୱରେ ଦ୍ୱିତୀୟ ସର୍ବବୃହତ୍ ଚିଙ୍ଗୁଡି ରପ୍ତାନୀକାରୀ । ଭାରତ ପ୍ରାୟ 95ଟି ରାଷ୍ଟ୍ରକୁ ମାଛ ଓ ମାଛଜାତ ସାମଗ୍ରୀ ରପ୍ତାନୀ କରୁଛି । ଆମେ ନୀଳ କ୍ରାନ୍ତି ମାଧ୍ୟମରେ ସାମୁଦ୍ରିକ ଅର୍ଥବ୍ୟବସ୍ଥାରେ ଏକ ଲମ୍ଫ ମାରିବାର ଲକ୍ଷ୍ୟ ରଖିଛୁ । ଅନପଯୁକ୍ତ କ୍ଷେତ୍ରର ବିକାଶ ଆମର ଲକ୍ଷ୍ୟ । ଯେମିତି ରଙ୍ଗବେରଙ୍ଗ ମାଛ ପାଳନ ଓ ସାଲମନ ଜାତୀୟ ମାଛ ଚାଷ । ସେହିପରି ମୋତି ଚାଷ ଭଳି ନୂଆ କ୍ଷେତ୍ରକୁ ମଧ୍ୟ ଆମେ ଅନ୍ୱେଷଣ କରିବାକୁ ଇଚ୍ଛା ରଖିଛୁ ।

ସ୍ଥାୟୀ ବିକାଶ ପ୍ରତି ଆମର ପ୍ରତିବଦ୍ଧତା ହିଁ ଜୈବିକ ଚାଷ ଉପରେ ଆମର ଗୁରୁତ୍ୱର କେନ୍ଦ୍ର । ଉତ୍ତର ପୂର୍ବ ଭାରତର ରାଜ୍ୟ ସିକିମ ଏବେ ଭାରତର ପ୍ରଥମ ସମ୍ପୂର୍ଣ୍ଣ ଜୈବିକ ରାଜ୍ୟ ପାଲଟିଛି । ସମଗ୍ର ଉତ୍ତର ପୂର୍ବରେ ଜୈବିକ ଉତ୍ପାଦନ ପାଇଁ କାର୍ଯ୍ୟାତ୍ମକ ଭିତ୍ତିଭୂମି ସୃଷ୍ଟି କରିବାର ସୁଯୋଗ ଉପଲବ୍ଧ ରହିଛି ।
ବନ୍ଧୁଗଣ

ଭାରତୀୟ ବଜାରରେ ସଫଳ ହେବା ପାଇଁ ଭାରତୀୟ ଭୋଜନର ଅଭ୍ୟାସ ଓ ସ୍ୱାଦକୁ ବୁଝିବା ଏକ ମହତ୍ୱପୂର୍ଣ୍ଣ ଆବଶ୍ୟକତା । ଆପଣଙ୍କୁ କେବଳ ଗୋଟିଏ ଉଦାହରଣ ଦେବି । ଦୁଗ୍ଧ ଆଧାରିତ ଉତ୍ପାଦ ଓ ଫଳରସ ଆଧାରିତ ପାନୀୟ ଭାରତୀୟ ଭୋଜନ ଅଭ୍ୟାସର ଏକ ଅତିରିକ୍ତ ଅଂଶବିଶେଷ । ଏଇଥିପାଇଁ ମୁଁ ଗ୍ୟାସଭିତ୍ତିକ ପାନୀୟ ନିର୍ମାତାଙ୍କୁ ପରାମର୍ଶ ଦେଉଛି କି ସେମାନେ ନିଜର ସାମଗ୍ରୀରେ 5 ପ୍ରତିଶତ ଫଳ ରସ ସାମିଲ କରିବାର ସମ୍ଭାବନା ସୃଷ୍ଟି କରନ୍ତୁ ।

ଖାଦ୍ୟ ପ୍ରକ୍ରିୟାକରଣରେ ପୃଷ୍ଟିକର ସୁରକ୍ଷାର ସମାଧାନ ମଧ୍ୟ ରହିଛି । ଉଦାହରଣ ସ୍ୱରୂପ ଆମର ମୋଟା ଖାଦ୍ୟଶସ୍ୟ ଓ ବାଦମରେ ଉଚ୍ଚ ପୃଷ୍ଟିକର ରହିଛି । ତାହା ପ୍ରତିକୂଳ କୃଷି ଜଳବାୟୁ ପରିସ୍ଥିତିର ସମ୍ମୁଖୀନ ମଧ୍ୟ ହୋଇପାରିବ । ତାକୁ ‘ଉଚ୍ଚ ପୃଷ୍ଟିକର ଓ ସ୍ମାର୍ଟ ଜଳବାୟୁ’ ଫସଲ ବୋଲି କୁହାଯାଇପାରେ । କ’ଣ ଆମେ ଏହି ଅଧାରିତ ଉଦ୍ୟୋଗ ଆଣିପାରିବା । ଏହା ଦ୍ୱାରା ଆମର ସବୁଠୁ ଗରିବ ଚାଷୀଙ୍କ ଉପାର୍ଜନ ବୃଦ୍ଧି ପାଇବ ଓ ପୃଷ୍ଟିକର ସ୍ତର ମଧ୍ୟ ବଢ଼ିବ । ଏସବୁ ଉତ୍ପାଦନ ନିଶ୍ଚିତ ଭାବେ ବିଶ୍ୱରେ ଗୁଞ୍ଜରଣ ସୃଷ୍ଟି କରିବ ।

କ’ଣ ଆମେ ବିଶ୍ୱର ଆବଶ୍ୟକତାକୁ ଆମର ସାମର୍ଥ୍ୟକୁ ଯୋଡ଼ିପାରିବା । କ’ଣ ଆମେ ମାନବତାର ଭବିଷ୍ୟତ ସହ ଭାରତୀୟ ପରମ୍ପରାକୁ ଯୋଡ଼ିପାରିବା । କ’ଣ ଆମେ ସମଗ୍ର ବିଶ୍ୱର ବଜାର ସହ ଭାରତର ଚାଷୀଙ୍କୁ ଯୋଡ଼ିପାରିବା । ଏହା ଏଭଳି କିଛି ପ୍ରଶ୍ନ ଯାହାକୁ ମୁଁ ଆପଣମାନଙ୍କ ପାଖରେ ଛାଡ଼ି ଯିବାକୁ ଚାହୁଁଛି ।

ମୋର ବିଶ୍ୱାସ ଅଛି କି ୱାଲର୍ଡ ଫୁଡ୍ ଇଣ୍ଡିଆ ଏ ଦିଗରେ କିଛି ଠୋସ୍ ପଦକ୍ଷେପ ନେବ । ଏହା ଆମର ସମୃଦ୍ଧ ଖାଦ୍ୟପ୍ରସ୍ତୁତି ପରିଦୃଶ୍ୟରେ ବହୁମୂଲ୍ୟ ଅନ୍ତଦୃଷ୍ଟି ମଧ୍ୟ ପ୍ରଦାନ କରିବ ଓ ଖାଦ୍ୟ ପ୍ରକ୍ରିୟାକରଣ ସମ୍ପର୍କରେ ଆମର ପ୍ରାଚୀନ ଜ୍ଞାନକୁ ଉଜାଗର କରିବ ।

ମୁଁ ଖୁସି ଯେ ଭାରତୀୟ ଡାକ ବିଭାଗ ଏହି ଅବସରରେ 24ଟି ସ୍ମାରକ ଡାକ ଟିକେଟ୍ ର ଏକ ସେଟ୍ ଜାରି କରିଛି ଯେଉଁଥିରେ କି ଆମ ଭାରତୀୟ ବ୍ୟଞ୍ଜନର ବିବିଧତାକୁ ସ୍ପଷ୍ଟ ରେଖାଙ୍କିତ କରାଯାଇଛି ।

ଦେବୀ ଓ ସଜ୍ଜନମଣ୍ଡଳୀ

ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଭାରତର ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରର ରୋମାଂଚକ ବିକାଶ ଯାତ୍ରାର ଅଂଶବିଶେଷ ହେବାକୁ ନିମନ୍ତ୍ରଣ କରୁଛି । ମୁଁ ଆପଣମାନଙ୍କୁ ହୃଦୟର ସହ ସମର୍ଥନର ଆଶ୍ୱାସନା ଦେଉଛି । ଯେତେବେଳେ ଆବଶ୍ୟକ ପଡ଼ିବ ଆସନ୍ତୁ ।

ଆସନ୍ତୁ । ଭାରତରେ ନିବେଶ କରନ୍ତୁ ।

ଚାଷଠୁ କଣ୍ଟା(ନିକିତି) ପର୍ଯ୍ୟନ୍ତ ଅସୀମିତ ସୁଯୋଗର ସ୍ଥାନ

ଉତ୍ପାଦନ, ପ୍ରକ୍ରିୟା ଓ ସମୃଦ୍ଧ ହେବାର ସ୍ଥଳ

ଭାରତ ଓ ବିଶ୍ୱ ପାଇଁ

ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's strong growth outlook intact despite global volatility: Govt

Media Coverage

India's strong growth outlook intact despite global volatility: Govt
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses grief over mishap in Coimbatore
April 17, 2026

The Prime Minister, Shri Narendra Modi, has expressed deep anguish over the mishap in Coimbatore, Tamil Nadu.

Shri Modi said that he is distressed to hear about the incident and extended his heartfelt condolences to those who have lost their loved ones. He also prayed for the speedy recovery of those injured in the mishap.

The Prime Minister’s Office posted on X;

“Distressed to hear about the mishap in Coimbatore, Tamil Nadu. I extend my heartfelt condolences to those who have lost their loved ones in the mishap. Prayers for the speedy recovery of those injured: PM @narendramodi”