Centre has worked extensively in developing all energy related projects in Bihar: PM Modi
New India and new Bihar believes in fast-paced development, says PM Modi
Bihar's contribution to India in every sector is clearly visible. Bihar has assisted India in its growth: PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ଜରିଆରେ ବିହାରର ତିନୋଟି ପ୍ରମୁଖ ପ୍ରକଳ୍ପକୁ ଜାତି ଉଦ୍ଦେଶ୍ୟରେ ଆଜି (13.09.2020) ଲୋକାର୍ପଣ କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକ ହେଲା, ହଳଦିଆ – ଦୁର୍ଗାପୁର ପାଇପଲାଇନ ଅନ୍ତର୍ଗତ ଦୁର୍ଗାପୁର ବାଙ୍କା ସେକ୍ସନ ଏବଂ ଦୁଇଟି ଏଲପିଜି ବଟଲିଙ୍ଗ ପ୍ଳାଣ୍ଟ । ସେଗୁଡିକ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ଅଧିନସ୍ଥ ଭାରତୀୟ ତୈଳ ନିଗମ ଓ ଏଚପିସିଏଲରେ କମିଶନଭୁକ୍ତ ଅଛନ୍ତି ।

ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କିଛି ବର୍ଷ ଆଗରୁ ବିହାର ପାଇଁ ଘୋଷିତ ସ୍ଵତନ୍ତ୍ର ପ୍ୟାପେକ ବିହାରର ଭିତ୍ତିଭୂମି ପାଇଁ ଉଦ୍ଦିଷ୍ଟ । ବିହାର ପାଇଁ ପେଟ୍ରୋଲିୟମ କ୍ଷେତ୍ର ବାବଦରେ 21 ହଜାର କୋଟି ଟଙ୍କାର 10ଟି ପ୍ରକଳ୍ପକୁ ସ୍ଵତନ୍ତ୍ର ପ୍ୟାକେଜ ହିସାବରେ ଘୋଷିତ ହୋଇଛି । ଆଜି ହେଉଛି ଏହା ସପ୍ତମ ପ୍ରକଳ୍ପ । ପୂର୍ବରୁ ଦିଆଯାଇଥିବା 6ଟି ପ୍ୟାକେଜ ଯାହାର କି ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି, ସେ ସମ୍ପର୍କରେ ମଧ୍ୟ ଶ୍ରୀ ମୋଦୀ ଘୋଷଣା କରିଥିଲେ । ପ୍ରାୟ ଦେଢ ବର୍ଷ ତଳେ 200 କିଲୋମିଟର ଦୀର୍ଘ ଗୁରୁତ୍ୱପୂର୍ଣ୍ଣ ଦୁର୍ଗାପୁର-ବାଙ୍କା ପାଇପଲାଇନର ସେ ଶୁଭ ଦେଇଥିଲେ, ଆଜି ତାହାର ଉଦ୍ଘାଟନ କରି ସେ ଖୁସି ବୋଲି ପ୍ରକାଶ କରିଥିଲେ । ବିଭିନ୍ନ ବାଧାବିଘ୍ନ ସତ୍ଵେ ରାଜ୍ୟ ସରକାରଙ୍କ ସକ୍ରିୟ ସହଯୋଗ, ଶ୍ରମିକ ଓ ଯନ୍ତ୍ରୀମାନଙ୍କ ଅକ୍ଲାନ୍ତ ଉଦ୍ୟମ ଯୋଗୁଁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଥିବାରୁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ବିହାର ମୁଖ୍ୟମନ୍ତ୍ରୀ ରାଜ୍ୟରେ କର୍ମ ସଂସ୍କୃତିରେ ପରିବର୍ତ୍ତନ ଆଣିଥିବାରୁ ଶ୍ରୀ ମୋଦୀ ତାହାର ପ୍ରଶଂସା କରିଥିଲେ । ବିହାରରେ ଆଗରୁ ଗୋଟିଏ ପିଢି କାମ ଆରମ୍ଭ କରିଥିବା ବେଳେ ଆଉ ଗୋଟିଏ ପିଢି ତାହାକୁ ଶେଷ କରୁଥିଲା । ମାତ୍ର ନୂତନ କର୍ମ ସଂସ୍କୃତି ଆହୁରି ମଜବୁତ ହେବା ଦରକାର, ଯାହାଫଳରେ ବିହାର ଓ ପୂର୍ବ ଭାରତ ବିକାଶ ପଥରେ ଆଗେଇ ପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ପୁରାଣରୁ ଏକ ବାଣୀ ଉଦ୍ଧୃତ କରି କହିଥିଲେ ଯେ, “सामर्थ्य मूलं स्वातंत्र्यम्, श्रम मूलं वैभवम्”, ଯାହାର ଅର୍ଥ ହେଲା ସ୍ଵାଧିନତାରୁ ଶକ୍ତି ମିଳିଥାଏ ଓ ଦେଶର ବିକାଶର ମୂଳଭିତ୍ତି ଶ୍ରମ ଶକ୍ତି ଦ୍ଵାରା ହିଁ ସମ୍ଭବ ହୋଇଥାଏ । ଶ୍ରୀ ମୋଦୀ କହିଥିଲେ ଯେ, ବିହାର ସମେତ ପୂର୍ବ ଭାରତରେ ଶ୍ରମ ଶକ୍ତିର ପ୍ରାକୃତିକ ସମ୍ପଦର ଅଭାବ ନାହିଁ । ଏସବୁ ସତ୍ଵେ ଯୁଗ ଯୁଗ ଧରି ବିହାର ଓ ପୂର୍ବ ଭାରତ ବିକାଶର ପଛରେ ପଡିଛି । ଏପରି ଅନ୍ତହୀନ ବିଲମ୍ଭ ପାଇଁ ରାଜନୈତିକ, ଅର୍ଥନୈତିକ ଓ ଅନ୍ୟାନ୍ୟ କାରଣକୁ ଦାୟୀ କରାଯାଇପାରେ । ଶ୍ରୀ ମୋଦୀ କହିଛନ୍ତି ଯେ, ଆଗରୁ ରାସ୍ତା, ରେଳ, ବିମାନ ଓ ଇଣ୍ଟରନେଟ ସଂଯୋଗକୁ ଅଗ୍ରାଧିକାର ଦିଆଯାଉନଥିଲା, ଏପରିରକି ଗ୍ୟାସ ଭିତ୍ତିକ ଶିଳ୍ପ ଏବଂ ପେଟ୍ରୋ ସଂଯୋଗୀକରଣ ମଧ୍ୟ ବିହାରର କଳ୍ପନା ବାହାରରେ ଥିଲା । ଗ୍ୟାସ ଭିତ୍ତିକ ଶିଳ୍ପ ବିହାର ପାଇଁ ଖୁବ ଆହ୍ଵାନମୂଳକ ଥିଲା କାରଣ ବିହାରର ଚତୁର୍ପାର୍ଶ୍ୱ ଭୂଖଣ୍ଡ ଦ୍ଵାରା ପରିବେଷିତ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗ୍ୟାସ ଭିତ୍ତିକ ଶିଳ୍ପ ଓ ପେଟ୍ରୋ ସଂଯୋଗୀକରଣ ଜନସାଧାରଣଙ୍କ ଜୀବନରେ ପ୍ରତ୍ୟକ୍ଷ ପ୍ରଭାବ ପକାଇବା ସହ ସେମାନଙ୍କ ଜୀବନଧାରଣର ମାନବୃଦ୍ଧି ଓ ନୂତନ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିଥାଏ । ଆଜି ଯେତେବେଳେ ସିଏନଜି ଓ ପିଏନଜି ବିହାରର ଅନେକ ସହରରେ ପହଞ୍ଚିପାରୁଛି ଲୋକମାନେ ଏହାର ସୁବିଧା ସହଜରେ ପାଇପାରିବେ । ପୂର୍ବ ଭାରତକୁ ପାରାଦୀପ ବା ପୂର୍ବତଟ ସହ ଯୋଡିବା ଓ ପଶ୍ଚିମାଞ୍ଚଳରେ ବାଂଲା ସହ ଯୋଡିବା କାର୍ଯ୍ୟ ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଅଧୀନରେ କରାଯାଇଛି । ଏହାଦ୍ଵାରା 3000 କିଲୋମିଟର ଦୀର୍ଘ ପାଇପଲାଇନ 7ଟି ରାଜ୍ୟ ଦେଇ ସଂଯୋଗ ହେବ ଯେଉଁଥିରେ ବିହାରର ଏକ ପ୍ରମୁଖ ଭୂମିକା ରହିଛି । ପାରାଦୀପ-ହଳଦିଆ ଲାଇନ ଏବେ ପାଟନା-ମୁଜାଫରପୁର ସହ ଏବଂ କାଙ୍ଗଲାରୁ ଆସିଥିବା ପାଇପଲାଇନ ଗୋରଖପୁର ସହ ଯୋଡାଯିବ । ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେଲେ ଏହା ବିଶ୍ଵର ଦୀର୍ଘତମ ପାଇପାଲାଇନ ଭାବେ ମାନ୍ୟତା ଲାଭ କରିବ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗ୍ୟାସ ପାଇପଲାଇନଗୁଡିକ ଯୋଗୁଁ ବିହାରର ବଡ ବଡ ବଟଲିଙ୍ଗ ପ୍ଳାଣ୍ଟଗୁଡିକ ପ୍ରତିଷ୍ଠା ହେଉଛି । ସେଥିରୁ ଗୋଟିଏ ବାଙ୍କା ଓ ଅନ୍ୟଟି ଚମ୍ପାରଣରେ ଆଜି ପ୍ରତିଷ୍ଠା ହୋଇଛି । ଦୁଇଟିଯାକ ପ୍ଳାଣ୍ଟରେ ବାର୍ଷିକ ପ୍ରାୟ 125 ନିୟୁତ ସିଲିଣ୍ଡର ଭର୍ତ୍ତି କରିବା କ୍ଷମତା ରହିଛି । ଏହି ପ୍ଲାଣ୍ଟଗୁଡିକ ଗୋଡା, ଦେଓଘର, ଡୁମକା, ସାହେବଗଞ୍ଜ, ପାକୁର ପ୍ରଭୁତି ଜିଲ୍ଲା ସହ ଉତ୍ତରପ୍ରଦେଶ ଓ ଝାଡଖଣ୍ଡର କେତେକ ଅଞ୍ଚଳକୁ ଏଲପିଜି ସିଲିଣ୍ଡର ଯୋଗାଇଦେବ । ଗ୍ୟାସ ପାଇପାଲାଇନ ବିଛାଯିବା ଓ ସେଥିପାଇଁ ସୃଷ୍ଟି ହେଉଥିବା ନୂତନ ଶିଳ୍ପ ଯୋଗୁଁ ବିହାରରେ ହଜାର ହଜାର ନିଯୁକ୍ତି ସୃଷ୍ଟି ହୋଇପାରିବ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗ୍ୟାସ ପାଇପାଲାଇନ ଯୋଗୁଁ ବାରାଉଣୀରେ ପଡିରହିଥିବା ସାରା କାରଖାନା ମଧ୍ୟ କାମ ଆରମ୍ଭ କରିପାରିବ । ଉଜ୍ଜ୍ଵଲା ଯୋଜନା ଯୋଗୁଁ ଦେଶର 8 କୋଟି ଗରିବ ପରିବାର ଗ୍ୟାସ ସଂଯୋଗ ପାଇପାରିଛନ୍ତି । ଗରିବ ଲୋକଙ୍କ ଜୀବନଧାରଣ ମାନରେ ଏହା ପରିବର୍ତ୍ତନ ଆଣିପାରିଛି । ବିଶେଷକରି କରୋନା ମହାମାରୀ କାଳରେ ଲୋକମାନେ ଘରୁ ବାହାରକୁ ଜାଳେଣୀ ସଂଗ୍ରହ ପାଇଁ ନଯାଇ ଘରେ ବସି ନିଜର ଇନ୍ଧନ ସମସ୍ୟାର ସମାଧାନ କରିପାରିଛନ୍ତି । ସେ ଏଥିପାଇଁ ପେଟ୍ରୋଲିୟମ ଓ ଗ୍ୟାସ ବିଭାଗ ଓ କମ୍ପାନୀ ତଥା ଏହାର ବିତରକମାନଙ୍କ କରୋନା କାଳରେ ସଂକ୍ରମଣ ସମ୍ଭାବନା ସତ୍ଵେ ଲୋକଙ୍କୁ ଗ୍ୟାସ ଯୋଗାଇଥିବାରୁ ସେମାନଙ୍କୁ ବିଶେଷ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ, ସମୟ ଥିଲା ଯେତେବେଳେ ବିହାରରେ କେବଳ ଧନୀ ଲୋକମାନଙ୍କ ପାଖରେ ହିଁ ଏଲପିଜି ସଂଯୋଗ ଥିଲା । ଗ୍ୟାସ ସଂଯୋଗଟିଏ ପାଇବା ପାଇଁ ଲୋକମାନଙ୍କୁ ବିଭିନ୍ନ ସ୍ଥାନରୁ ସୁପାରିଶ କରିବାକୁ ପଡୁଥିଲା । ମାତ୍ର ଉଜ୍ଜ୍ଵଲା ଯୋଜନା ଯୋଗୁଁ ବିହାରରେ ସ୍ଥିତି ବଦଳିଯାଇଛି । ରାଜ୍ୟର 1.25 କୋଟି ଗରିବ ପରିବାର ନିଶୁଳ୍କ ଗ୍ୟାସ ସଂଯୋଗ ପାଇ ପାରିଛନ୍ତି ।

ପ୍ରଧାନମନ୍ତ୍ରୀ ବିହାରର ଯୁବ ସମାଜକୁ ପ୍ରଶଂସା କରିବା ସହ ବିହାରକୁ ଦେଶର ମେଧାର ଗନ୍ତାଘର ବୋଲି କହିଛନ୍ତି । ବିହାରର ଶକ୍ତି ଓ ଶ୍ରମ ବିକାଶ କ୍ଷେତ୍ରକୁ ଦେଶର ଅନ୍ୟାନ୍ୟ ରାଜ୍ୟ ଅନୁସରଣ କରିବାକୁ ସେ କହିଛନ୍ତି । ଗତ 15 ବର୍ଷ ମଧ୍ୟରେ ବିହାର ଯଥାର୍ଥ ନିଷ୍ପତ୍ତି ଓ ନୀତି ଯୋଗୁଁ ଯଥେଷ୍ଟ ବିକାଶ କରିପାରିଛି । ଆଗରୁ ଲୋକଙ୍କ ଧାରଣା ଥିଲା ଯେ, ବିହାରକୁ ଶିକ୍ଷାର ଆବଶ୍ୟକତା ନାହିଁ, କାରଣ ବିହାରର ଲୋକମାନେ ଚାଷ କାମରେ ଜଡିତ । ସେଦୃଷ୍ଟିରୁ ବିହାରର ପ୍ରମୁଖ ଶିକ୍ଷାନୁଷ୍ଠାନଗୁଡିକରେ ଆଶାତୀତ ଉନ୍ନତି ହୋଇନାହିଁ । ବିହାରର ଯୁବ ସମାଜ ସେଥିପାଇଁ ବାହାରକୁ ପାଠ ପଢିବା ପାଇଁ ବାଧ୍ୟବାଧକତାରେ ଯାଆନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବିହାରରେ ଶିକ୍ଷା ଦାନର ବଡ ବଡ କେନ୍ଦ୍ରମାନ ଖୋଲୁଛି । ବର୍ତ୍ତମାନ କୃଷି, ମେଡିକାଲ ଓ ଇଞ୍ଜିନିୟର ମହାବିଦ୍ୟାଳୟମାନ ଅଧିକରୁ ଅଧିକ ଖୋଲୁଛି । ରାଜ୍ୟର ଆଇଆଇଟି, ଆଇଆଇଏମ, ଆଇଆଇଆଇଟିଗୁଡିକରେ ବିହାରର ଯୁବଗୋଷ୍ଠୀ ସେମାନଙ୍କ ସ୍ଵପ୍ନାକୁ ସାକାର କରିବାକୁ ଲାଗିପଡିଛନ୍ତି । ବିହାରରେ ଅଧିକ ପଲିଟେକନିକ ପ୍ରତିଷ୍ଠାନ, ଦୁଇଟି ବୃହତ ବିଶ୍ଵବିଦ୍ୟାଳୟ, ଗୋଟିଏ ଆଇଆଇଟି, ଗୋଟିଏ ଆଇଆଇଏମ, ଗୋଟିଏ ଏନଆଇଏଫଟି ଏବଂ ଜାତୀୟ ଆଇନ ପ୍ରତିଷ୍ଠାନ ଖୋଲିବା ନେଇ ସେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମର ପ୍ରଶଂସା କରିଥିଲେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଷ୍ଟାର୍ଟ ଅପ ଇଣ୍ଡିଆ, ମୁଦ୍ରା ଯୋଜନା ଏହିପରି ଅନେକ ଲୋକହିତକର ଯୋଜନା ବିହାରର ଯୁବଗୋଷ୍ଠୀକୁ ଆତ୍ମରୋଜଗାରକ୍ଷମ କରିବାରେ ସାହାଯ୍ୟ କରିଛି । ଆଜି ବିହାରର ସହର ଓ ଗ୍ରାମ ସବୁଆଡେ ବିଜୁଳିଶକ୍ତି ପୂର୍ବ ତୁଳନାରେ ଅଧିକ ମିଳୁଛି । ଶକ୍ତି, ପେଟ୍ରୋଲିୟମ, ଗ୍ୟାସ ଇତ୍ୟାଦି କ୍ଷେତ୍ରରେ ଆଧୁନିକ ଭିତ୍ତିଭୂମି ସୃଷ୍ଟି କରାଯାଉଛି । ରାଜ୍ୟର 8 ହଜାରରୁ ଅଧିକ ପ୍ରକଳ୍ପରେ 6 ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ଯେ, ପ୍ରବାସୀ ଶ୍ରମିକମାନେ ରାଜ୍ୟକୁ ଫେରିବା ସହ ସେମାନଙ୍କ ପାଇଁ ନୂତନ କର୍ମନିଯୁକ୍ତି ସୃଷ୍ଟି କରାଯାଇଛି । ଦେଶରେ 100 ଲକ୍ଷ କୋଟି ଟଙ୍କାରୁ ଉର୍ଦ୍ଧ୍ଵ ଜାତୀୟ ଭିତ୍ତିଭୂମି ପାଇପାଲାଇନ ପ୍ରକଳ୍ପ ଯୋଗୁଁ ଆର୍ଥିକ କାର୍ଯ୍ୟକଳାପ ମଧ୍ୟ ବୃଦ୍ଧି ପାଇବ । ବିହାର ଓ ପୂର୍ବଭାରତକୁ ବିକାଶର ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଭାବେ ଗଢି ତୋଳିବାକୁ ଶ୍ରୀ ମୋଦୀ ସମସ୍ତଙ୍କୁ ଆହ୍ଵାନ ଜଣାଇଥିଲେ ।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s Agricultural Transformation: How India’s Agri sector transformed over the last decade

Media Coverage

India’s Agricultural Transformation: How India’s Agri sector transformed over the last decade
NM on the go

Nm on the go

Always be the first to hear from the PM. Get the App Now!
...
Prime Minister attends the Defence Investiture Ceremony 2026 (Phase-1)
June 08, 2026

Prime Minister Shri Narendra Modi today attended the Defence Investiture Ceremony 2026 (Phase-1) where Gallantry Awards were conferred upon our brave personnel.

The Prime Minister expressed pride in their extraordinary courage, commitment and selfless service to the nation.

The Prime Minister posted on X:

"Attended the Defence Investiture Ceremony 2026 (Phase-1) where Gallantry Awards were conferred upon our brave personnel. We are proud of their extraordinary courage, commitment and selfless service to the nation."