In May 2014, people of India ushered in a New Normal. People spoke in one voice to entrust my Govt with a mandate for change: PM
Every day at work, my ‘to do list’ is guided by the constant drive to reform & transform India: PM
The multi-polarity of the world, and an increasingly multi-polar Asia, is a dominant fact today: PM
The prosperity of Indians, both at home and abroad, and security of our citizens are of paramount importance: PM
For me, Sabka Saath, Sabka Vikas is not just a vision for India. It is a belief for the whole world: PM
In the last two and half years, we have partnered with almost all our neighbours to bring the region together: PM
Pakistan must walk away from terror if it wants to walk towards dialogue with India: PM

 

ମହାମହିମ

ବିଶିଷ୍ଟ ଅତିଥିଗଣ

ମହିଳା ଓ ସଜ୍ଜନମଣ୍ଡଳୀ,

ରାଇସିନା ବାର୍ତ୍ତାର ଦ୍ୱିତୀୟ ସଂକଳନର ଉଦ୍ଘାଟନୀ ଅବସରରେ ଆପଣମାନଙ୍କ ସମ୍ମୁଖରେ ନିଜର ମତ ରଖିବା ମୋ’ ପାଇଁ ସୌଭାଗ୍ୟର କଥା । ମହାମହିମ କରଜାଇ, ମିଷ୍ଟର ହାର୍ପର, ମିଷ୍ଟର କେଭିନ୍ ରୁଡ୍ଡଙ୍କୁ ଦିଲ୍ଲୀରେ ଦେଖି ଖୁସି ଲାଗୁଛି । ଆଉ ସମସ୍ତ ଅତିଥିଙ୍କୁ ହାର୍ଦ୍ଦିକ ସ୍ୱାଗତ ଜଣାଉଛି । ଆଗାମୀ କିଛିଦିନ ମଧ୍ୟରେ ଆପଣମାନେ ନିଜ ଆଖପାଖ ରାଷ୍ଟ୍ର ସହ ବିଶ୍ୱର ସ୍ଥିତି ଉପରେ ଅନେକ ଆଲୋଚନା କରିବେ । ଆପଣ ତା’ର ନିଶ୍ଚିତତା ଓ ପ୍ରଚଳିତ ପ୍ରବାହ, ବିବାଦ ଓ ଆପଦ, ତା’ର ସଫଳତା ଓ ସୁଯୋଗ, ତା’ର ଅତୀତ ଆଚରଣ ଓ ସମ୍ଭାବନା, ତା’ର ଦକ୍ଷତା ଓ ନୂଆ ସ୍ୱାଭାବିକତା ଉପରେ ବିତର୍କ କରିପାରନ୍ତି ।

ବନ୍ଧୁଗଣ

2014 ମଇ, ଭାରତୀୟ ଲୋକମାନେ ମଧ୍ୟ “ନୂଆ ସ୍ୱାଭାବିକ” ପଥରେ ଯାତ୍ରାର ଆରମ୍ଭ କରିଥିଲେ । ମୋର ସହଯୋଗୀ ଭାରତୀୟମାନେ ଏକ ସ୍ୱରରେ ପରିବର୍ତ୍ତନ ସପକ୍ଷରେ ଜନାଦେଶ ଦେଇ ମୋ’ ସରକାର ଉପରେ ଆସ୍ଥା ପ୍ରକଟ କରିଥିଲେ । ପରିବର୍ତ୍ତନ କେବଳ ଏକ ଆଚରଣର ନୁହେଁ ବରଂ ମାନସିକତାର । ପରିବର୍ତ୍ତନ ଏକ ମନ୍ଥର ରାଜ୍ୟରୁ ଏକ ଉଦ୍ଦେଶ୍ୟପୂର୍ଣ୍ଣ ସକ୍ରିୟତାର । ସାହାସିକ ନିଷ୍ପତ୍ତି ନେବା ପାଇଁ ପରିବର୍ତ୍ତନ । ଏକ ଜନାଦେଶ ଯାହା ଅର୍ଥବ୍ୟବସ୍ଥା ଓ ସମାଜକୁ ଯେପର୍ଯ୍ୟନ୍ତ ପରିବର୍ତ୍ତନ ନକରିଛି, ସଂସ୍କାର ଯଥେଷ୍ଟ ହେବ ନାହିଁ । ଏ ପରିବର୍ତ୍ତନ ଯେଉଁଥିରେ ଭାରତୀୟ ଯୁବବର୍ଗଙ୍କ ଆଶା ଓ ଆକାଂକ୍ଷା ଅନ୍ତର୍ନିହିତ ରହିଛି ଓ ଲକ୍ଷ ଲକ୍ଷ ଲୋକଙ୍କ ମଧ୍ୟରେ ଅସୀମ ଶକ୍ତି ରହିଛି । ପ୍ରତ୍ୟେକ ଦିନ କାମରେ, ମୁଁ ଏହି ପବିତ୍ର ଶକ୍ତିକୁ ଗ୍ରହଣ କରେ । ପ୍ରତ୍ୟେକ ଦିନ କାମରେ ‘ମୋର କାର୍ଯ୍ୟ କରିବାର ତାଲିକା’ରେ ଏହା ସାମିଲ ଥାଏ, ଯାହା କ୍ରମାଗତ ଭାରତରେ ସୁଧାର ଓ ପରିବର୍ତ୍ତନ ଆଣିବା, ସମସ୍ତ ଭାରତୀୟଙ୍କ ସମୃଦ୍ଧି ଓ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ରହିଥାଏ ।

ବନ୍ଧୁଗଣ

ଭାରତର ସୁଧାର ତା’ର ବାହ୍ୟ ସନ୍ଦର୍ଭଠାରୁ ଭିନ୍ନ ନୁହେଁ ବୋଲି ମୁଁ ସଚେତନ ଅଛି । ଆମର ଆର୍ଥିକ ଅଭିବୃଦ୍ଧି, ଆମ ଚାଷୀଙ୍କ କଲ୍ୟାଣ, ଆମର ଯୁବବର୍ଗଙ୍କ ପାଇଁ ନିଯୁକ୍ତି ସୁଯୋଗ, ପୁଞ୍ଜି ଉପଲବ୍ଧତା, ଜ୍ଞାନକୌଶଳ, ବଜାର ଓ ସମ୍ବଳ ଏବଂ ଆମ ଦେଶର ନିରାପତ୍ତା, ଏ ସବୁର ଗଭୀର ପ୍ରଭାବ ବିଶ୍ୱର ବିକାଶ ଉପରେ ରହିଛି । କିନ୍ତୁ ଏହାର ବିପରୀତ ମଧ୍ୟ ସତ୍ୟ ।

ଭାରତର ନିରନ୍ତର ଅଭିବୃଦ୍ଧି ହେବା ବିଶ୍ୱର ଆବଶ୍ୟକତା, ଆଉ ସେତିକି ପରିମାଣରେ ଭାରତ ମଧ୍ୟ ଚାହୁଁଛି ବିଶ୍ୱର ବିକାଶ । ଆମ ଦେଶକୁ ପରିବର୍ତ୍ତନ କରିବାର ଇଚ୍ଛା ଭିତରେ ବାହ୍ୟ ବିଶ୍ୱର ଏକ ଅବିଭାଜ୍ୟ ଅଧ୍ୟାୟ ସାମିଲ ଅଛି । ତେଣୁ ଏହା ସ୍ୱାଭାବିକ ଯେ ଭାରତର ପସନ୍ଦ ହେଉଛି ନିଜ ଘର ଓ ଆମର ଆନ୍ତର୍ଜାତିକ ପ୍ରାଥମିକତା ହେଉଛି ଏକ ସହଜ ନିରବିଚ୍ଛନ୍ନ ପ୍ରକ୍ରିୟାର ଅଂଶବିଶେଷ । ସୁଦୃଢ଼ ଭାବେ ଭାରତର ପରିବର୍ତ୍ତନକାରୀ ଲକ୍ଷ୍ୟକୁ ହାସଲ କରିବା ।



ବନ୍ଧୁଗଣ

ଏକ ଅସ୍ଥିର ସମୟରେ ଭାରତ ତା’ର ପରିବର୍ତ୍ତନ ଆଡ଼କୁ ଯାଉଛି । ଯାହାକି ମାନବ ବିକାଶର ଫଳାଫଳ ଓ ହିଂସାତ୍ମକ ଉତ୍ଥାନ ପତନ ସହ ସମାନ । ବିଭିନ୍ନ କାରଣ ପାଇଁ ଓ ବହୁମୁଖୀସ୍ତରରେ ବ୍ୟାପକ ପରିବର୍ତ୍ତନ ମଧ୍ୟ ଦେଇ ବିଶ୍ୱ ଗତି କରୁଛି । ଆନ୍ତର୍ଜାତିକସ୍ତରରେ ସମାଜ ସହ ସଂଯୋଗ, ଡିଜିଟାଲ ସୁଯୋଗ, ଜ୍ଞାନକୌଶଳ ସ୍ଥାନାନ୍ତର, ଜ୍ଞାନର ଅଭିବୃଦ୍ଧି(Knowledge Boom) ଓ ଉଦ୍ଭାବନ ହେଉଛି ମାନବତାର ପ୍ରମୁଖ କାରକ । କିନ୍ତୁ ଧୀମା ଅଭିବୃଦ୍ଧି ଓ ଆର୍ଥିକ ଅସ୍ଥିରତା ମଧ୍ୟ ଏକ ଗମ୍ଭୀର ତଥ୍ୟ । କମ୍ପ୍ୟୁଟର ଯୁଗରେ ଭୂଭାଗ ସୀମାର ସ୍ୱଳ୍ପ ପ୍ରାସଙ୍ଗିକତା ରହିଛି । କିନ୍ତୁ ଦେଶ ଭିତରେ ପ୍ରାଚୀର, ବାଣିଜ୍ୟ ଓ ପ୍ରବାସ ବିରୋଧରେ ମାନସିକତା, ବିଶ୍ୱବ୍ୟାପୀ ସଂକୀର୍ଣ୍ଣ ଓ ସଂରକ୍ଷଣବାଦୀ ଆଭିମୁଖ୍ୟ ମଧ୍ୟ ଏକ ନିରାଟ ସାକ୍ଷ୍ୟ ହୋଇଛି । ଏହାଫଳରେ ଜଗତୀକରଣ ଲାଭର ଆପଦ(Risk) ବଢ଼ିଛି ଓ ଆର୍ଥିକ ସଫଳତା ଆସିବା ଆଉ ସହଜ ହୋଇ ରହିନି । ଅସ୍ଥିରତା, ହିଂସା, ଉଗ୍ରବାଦ, ବର୍ଜନ ଓ ଆନ୍ତର୍ଜାତିକ ଆଶଙ୍କା ଏବେ ବିପଦଜନକ ଦିଗରେ ତ୍ୱରାନ୍ୱିତ ଜାରି ରହିଛି । ଏବଂ ଏଭଳି ଚ୍ୟାଲେଞ୍ଜ ବ୍ୟାପିବାରେ ଅପରାଧିକ ତତ୍ୱମାନେ ପ୍ରମୁଖ ଭାଗିଦାରୀ ହୋଇଛନ୍ତି । ସଂସ୍ଥା ଓ ସ୍ଥପତି ନିର୍ମାଣ ଏକ ଭିନ୍ନ ଦୁନିଆ ପାଇଁ ଓ ଏକ ଭିନ୍ନ ଦୁନିଆ ଦ୍ୱାରା, ଏବେ ପୁରୁଣା ହୋଇଗଲାଣି । ପ୍ରଭାବଶାଳୀ ବହୁପକ୍ଷବାଦ ନିମନ୍ତେ ଏହା ଏକ ବଡ଼ ପ୍ରତିବନ୍ଧକ ହୋଇଛି । ଶୀତଳ ଯୁଦ୍ଧର ସ୍ପଷ୍ଟ ରଣନୀତି ଆସିବା ପରେ ବିଶ୍ୱ ନିଜକୁ ସଜାଡ଼ିବା ପାଇଁ 25 ବର୍ଷ ହେଲା ଉଦ୍ୟମ କରୁଛି । ଏହି ସ୍ଥାନରେ କ’ଣ ପରିବର୍ତ୍ତିତ କରାଯାଇଛି ତା’ର ଧୂଳି ଏପର୍ଯ୍ୟନ୍ତ ସମାଧାନ ହୋଇପାରିନି । କିନ୍ତୁ କିଛି କଥା ସ୍ପଷ୍ଟ ହୋଇଛି । ରାଜନୀତିକ ଓ ସାମରିକ ଶକ୍ତି ବ୍ୟାପକ ହେବା ସହ ବିଭାଜିତ ହୋଇଛି । ବିଶ୍ୱର ଧ୍ରୁବୀକରଣ, ଏସିଆରେ ବୃଦ୍ଧି ପାଉଥିବା ବହୁଧ୍ରୁବୀୟ ଶୃଂଖଳା ହେଉଛି ଆଜିର ପ୍ରମୁଖ ବାସ୍ତବତା । ଆଉ ଆମେ ତାକୁ ସ୍ୱାଗତ କରୁଛୁ ।

କାରଣ ଏହା ଅନେକ ରାଷ୍ଟ୍ରର ଉଦୟର ବାସ୍ତବତାକୁ ଦର୍ଶାଉଛି । ବିଶ୍ୱ ଏଜେଣ୍ଡାକୁ ଏକ ଆକାର ଦେବାରେ କିଛି ବିଚାର ନୁହେଁ ବରଂ ଅନେକଙ୍କ ସ୍ୱର ସ୍ୱୀକାର୍ଯ୍ୟ ହେଉଛି । ତେଣୁ ଆମକୁ ଯେକୌଣସି ସ୍ୱାଭାବିକତା ଓ ଦୁର୍ବଳତା ବିରୋଧରେ ପଦକ୍ଷେପକୁ ପ୍ରୋତ୍ସାହିତ କରିବାକୁ ପଡ଼ିବ । ବିଶେଷକରି ଏସିଆ ମହାଦେଶରେ । ବର୍ତ୍ତମାନ ସମୟରେ ବହୁଧ୍ରୁବୀୟ ସହ ବହୁପାକ୍ଷିକ ଉପରେ ଏହି ସମ୍ମିଳନୀ କେନ୍ଦ୍ରିତ ରହିଛି ।

ବନ୍ଧୁଗଣ

ଆମେ ରଣନୀତିକ ଦୃଷ୍ଟିରୁ ଏକ ଜଟିଳ ପରିବେଶ ମଧ୍ୟରେ ବାସ କରୁଛୁ । ଇତିହାସର ବ୍ୟାପକ ପ୍ରବାହ ମଧ୍ୟରେ ପରିବର୍ତ୍ତିତ ବିଶ୍ୱ ଏକ ନୂଆ ସ୍ଥିତି ନୁହେଁ । ମହତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ଏଭଳି ସ୍ଥିତିରେ ଦେଶ କିଭଳି କାର୍ଯ୍ୟ କରିବ, ଯେଉଁଠି ଦ୍ରୁତ ଭାବେ ସମ୍ବନ୍ଧର ପରିସୀମା ଅନ୍ୟତ୍ର ସ୍ଥାନାନ୍ତର ହେଉଛି । ଆମ ପସନ୍ଦ ଓ କାର୍ଯ୍ୟ ହେଉଛି ଆମ ଦେଶର ଶକ୍ତି ଉପରେ ଆଧାରିତ । ଆମର ରଣନୀତିକ ଉଦ୍ଦେଶ୍ୟ ମଧ୍ୟ ଆମର ସଭ୍ୟତାର ପ୍ରକୃତି ଅନୁରୂପ ହୋଇଛି ।

ବାସ୍ତବତା,

ସହ-ଅସ୍ତିତ୍ୱ

ସହଯୋଗ

ସହଭାଗିତା

ଏହା ମାଧ୍ୟମରେ ଆମର ଜାତୀୟ ସ୍ୱାର୍ଥ ଏକ ସ୍ପଷ୍ଟ ଓ ଦାୟିତ୍ୱସମ୍ପନ୍ନ ଭାବେ ଅଭିବ୍ୟକ୍ତି ହେଉଛି । ଭାରତୀୟଙ୍କ ସମୃଦ୍ଧି ଉଭୟ ଘରେ ଓ ବିଦେଶରେ ଏବଂ ଆମର ନାଗରିକଙ୍କ ସୁରକ୍ଷା ହେଉଛି ସର୍ବୋପରି ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଆତ୍ମ ସ୍ୱାର୍ଥ ନା ଆମର ସଂସ୍କୃତିରେ ଅଛି ନା ଆମର ଆଚରଣରେ । ଆମର କାର୍ଯ୍ୟ ଓ ଆକାଂକ୍ଷା, ସାମର୍ଥ୍ୟ ଓ ମାନବ ସମ୍ବଳ, ଗଣତନ୍ତ୍ର ଓ ଜନସଂଖ୍ୟା ଏବଂ ଶକ୍ତି ଓ ସଫଳତା ସବୁ ପ୍ରକାରର ଆଂଚଳିକ ଓ ବିଶ୍ୱ ବିକାଶ ଧାରାର ମାଧ୍ୟମ ପାଲଟିବ । ଏକ ଆଂଚଳିକ ଓ ବିଶ୍ୱ ଅବସରର ମହାନ୍ ଗୁରୁତ୍ୱକୁ ଆମର ଅର୍ଥବ୍ୟବସ୍ଥା ଓ ରାଜନୀତିକ ବୃଦ୍ଧି ପ୍ରତିନିଧିତ୍ୱ କରୁଛି । ଏହା ଶାନ୍ତି ପାଇଁ ଏକ ବଳ, ସ୍ଥିରତା ପାଇଁ ଏକ କାରକ ଏବଂ ଆଂଚଳିକ ଓ ବିଶ୍ୱ ସମୃଦ୍ଧି ପାଇଁ ଏକ ଇଞ୍ଜିନ୍ ।

ମୋ’ ସରକାର ପାଇଁ, ଏହି ମାର୍ଗ ଆନ୍ତର୍ଜାତିକ ଗତିବିଧି ଉପରେ କେନ୍ଦ୍ରିତ ରହିଛି ।

ସମ୍ବନ୍ଧର ପୁନଃସ୍ଥାପନ, ଆମର ନିକଟତମ ଓ ସମ୍ପ୍ରସାରିତ ଭୌଗଳିକ ରାଷ୍ଟ୍ର ସହ ଭାରତର ସମ୍ବନ୍ଧକୁ ପୁନଃ ଆରମ୍ଭ କରିବା ।

ସମ୍ପର୍କର ନେଟୱାର୍କକୁ ଭାରତର ଆର୍ଥିକ ପ୍ରାଥମିକତା ଅନୁରୂପ କରିବା ।

ଆମର ପ୍ରତିଭାବାନ୍ ଯୁବବର୍ଗଙ୍କୁ ବିଶ୍ୱର ଆବଶ୍ୟକତା ଓ ଅବସର ଦ୍ୱାରା ଯୋଡ଼ି ଭାରତକୁ ମାନବ ସମ୍ବଳର ଶକ୍ତି ଭାବେ ଗଢ଼ିବା,

ବିକାଶର ଭାଗିଦାରୀ ସ୍ଥାପନ ଯାହା ହିନ୍ଦ୍ ମହାସାଗରର ଦ୍ୱୀପ ଓ ପ୍ରଶାନ୍ତ ମହାସାଗରର କାରବିୟାନ୍ ଦ୍ୱୀପ ଓ ବୃହତ୍ ଆଫ୍ରିକୀୟ ମହାଦେଶରୁ ଆମେରିକା ପର୍ଯ୍ୟନ୍ତ ସମ୍ପ୍ରସାରିତ ହେବ ।   ବିଶ୍ୱ ଚାଲେଞ୍ଜକୁ ନେଇ ଭାରତୀୟ ବିବରଣୀ ସୃଷ୍ଟି କରିବା ।

ବିଶ୍ୱସ୍ତରୀୟ ପ୍ରତିଷ୍ଠାନ ଓ ସଂଗଠନକୁ ପୁନଃସ୍ଥାପନ ଓ ପୁନଃବିନ୍ୟସ୍ତ କରିବାରେ ସହାୟତା ।

ବିଶ୍ୱର ଭଲ ପାଇଁ ଆୟୁର୍ବେଦ ଓ ଯୋଗ ସହ ଭାରତୀୟ ସଭ୍ୟତାର ପରମ୍ପରାର ସୁଫଳକୁ ବ୍ୟାପକ କରିବା ।

ତେଣୁ ସଂସ୍କାର କେବଳ ଘରୋଇ ବ୍ୟବସ୍ଥା ଉପରେ କେନ୍ଦ୍ରିତ ନୁହେଁ । ଏହା ଆମର ବିଶ୍ୱ ଏଜେଣ୍ଡାରେ ମଧ୍ୟ ସାମିଲ ଅଛି ।

ମୋ’ ପାଇଁ ‘ସବ୍ କା ସାଥ, ସବ୍ କା ବିକାଶ’ ଆଭିମୁଖ୍ୟ କେବଳ ଭାରତ ନିମନ୍ତେ ନୁହେଁ, ସମଗ୍ର ବିଶ୍ୱ ପାଇଁ । ଆଉ ଏଥିରେ ଆପଣାଛାଏଁ ଅନେକ ପର୍ଯ୍ୟାୟ, ବହୁ ବିଷୟ ଓ ବିଭିନ୍ନ ଭୌଗଳିକ କ୍ଷେତ୍ର ଦର୍ଶାଯାଇଛି ।

ଏବେ ମୁଁ ଆମ ସହ ଭୌଗଳିକ ଓ ମିଳିତ ସ୍ୱାର୍ଥ ଦୃଷ୍ଟିରୁ ଘନିଷ୍ଠ ଥିବା ଦିଗ ପ୍ରତି ନଜର ପକାଉଛି । ଆମର ପଡ଼ୋଶୀଙ୍କ ପ୍ରତି ଆମର ସଂକଳ୍ପବଦ୍ଧ ‘ପଡ଼ୋଶୀ ପ୍ରଥମ’ ଆଭିମୁଖ୍ୟରେ ଏକ ବଡ଼ ପରିବର୍ତ୍ତନ ଆମେ ଦେଖୁଛୁ । ଦକ୍ଷିଣ ଏସିଆର ଲୋକମାନେ ରକ୍ତ, ମିଳିତ ଇତିହାସ, ସଂସ୍କୃତି ଓ ଆକାଂକ୍ଷା ସହ ଜଡ଼ିତ ଅଛନ୍ତି । ଏହାର ଆଶାବାଦୀ ଯୁବବର୍ଗ ପରିବର୍ତ୍ତନ,ସୁଯୋଗ, ପ୍ରଗତି ଓ ସମୃଦ୍ଧି ଚାହୁଁଛି । ଭଲ ଭାବେ ଜଡ଼ିତ ଓ ଏକୀକୃତ ପଡ଼ୋଶୀ ହେଉଛି ମୋ’ର ସ୍ୱପ୍ନ । ଗତ ଅଢ଼େଇ ବର୍ଷ ମଧ୍ୟରେ ଆମ ଅଚଂଳକୁ ଏକଜୁଟ୍ ରଖିବା ପାଇଁ ଆମେ ପ୍ରାୟ ସମସ୍ତ ପଡ଼ୋଶୀଙ୍କ ସହ ଭାଗିଦାରୀ ରଖିଛୁ । ଯେଉଁଠି ଆବଶ୍ୟକ ପଡ଼ୁଛି ଆମେ ଅଂଚଳର ପ୍ରଗତିଶୀଳ ଭବିଷ୍ୟତ ପାଇଁ ଆମର ଅତୀତର ବୋଝକୁ ଏଡ଼ାଇ ଯାଇଛୁ । ଆମର ପ୍ରୟାସର ଫଳ ଏଠି ଦେଖିବାକୁ ମିଳିଛି ।

ଆଫଗାନିସ୍ତାନରେ ଦୂରତ୍ୱ ଓ ପରିବହନରେ ସମସ୍ୟା ସତ୍ତ୍ୱେ ସାମର୍ଥ୍ୟ ଓ ପ୍ରତିଷ୍ଠାନ ନିର୍ମାଣ ମାଧ୍ୟମରେ ପୁନର୍ଗଠନରେ ସହାୟତା ପାଇଁ ଆମର ଭାଗିଦାରୀ ରହିଛି । ଆମର ନିରାପତ୍ତା ଗତିବିଧି ଅଧିକ ନିବିଡ଼ ହୋଇଛି । ଆଫଗାନିସ୍ତାନ ସଂସଦ ଭବନ ନିର୍ମାଣ ଓ ଭାରତ-ଆଫଗାନିସ୍ତାନ ମୈତ୍ରୀ ବନ୍ଧ ହେଉଛି ବିକାଶ ଭାଗିଦାରୀରେ ଆମର ପ୍ରତିବଦ୍ଧତାର ଦୁଇଟି ଉଜ୍ୱଳ ଉଦାହରଣ ।

ବାଂଲାଦେଶ ସହ ଆମେ ଯୋଗାଯୋଗ ଓ ଭିତିଭୂମି ପ୍ରକଳ୍ପ ମାଧ୍ୟମରେ ବୃହତ୍ ସଂଯୋଜନା ଓ ରାଜନୀତିକ ବୁଝାମଣା ହାସଲ କରିଛୁ । ବିଶେଷକରି ଜମି ଓ ସାମୁଦ୍ରିକ ସୀମାର ସମାଧାନ ଦ୍ୱାରା ।

 

ନେପାଳ, ଶ୍ରୀଲଙ୍କା, ଭୂଟାନ ଓ ମାଳଦ୍ୱୀପରେ ଆମର ଭିତ୍ତିଭୂମି, ଯୋଗାଯୋଗ, ଶକ୍ତି ଓ ବିକାଶ ପ୍ରକଳ୍ପ କ୍ଷେତ୍ରରେ ସାମଗ୍ରିକ ଗତିବିଧି ଏହି ଅଂଚଳର ପ୍ରଗତି ଓ ସ୍ଥିରତାର ସ୍ରୋତ ପାଲଟିଛି ।

ଆମର ପଡ଼ୋଶୀଙ୍କ ପାଇଁ ମୋ’ର ଆଭିମୁଖ୍ୟ ହେଉଛି ସମଗ୍ର ଦକ୍ଷିଣ ଏସିଆରେ ଶାନ୍ତିପୂର୍ଣ୍ଣ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ । ଏହି ଆଭିମୁଖ୍ୟ ମୋତେ ପାକିସ୍ତାନ ସମେତ ସମସ୍ତ ସାର୍କ ରାଷ୍ଟ୍ରର ନେତାଙ୍କୁ ମୋ’ର ଶପଥ ସମାରୋହକୁ ଆମନ୍ତ୍ରଣ ପାଇଁ ପ୍ରେରିତ କରିଥିଲା । ଏହି ଆଭିମୁଖ୍ୟ ପାଇଁ ମୁଁ ଲାହୋର ଯାଇଥିଲି । କିନ୍ତୁ କେବଳ ଶାନ୍ତି ମାର୍ଗରେ ଭାରତ ଏକାକୀ ଚାଲିପାରିବ ନାହିଁ । ଏଥିପାଇଁ ପାକିସ୍ତାନକୁ ମଧ୍ୟ ପ୍ରୟାସ କରିବାକୁ ପଡ଼ିବ । ପାକିସ୍ତାନକୁ ନିଶ୍ଚିତ ଭାବେ ଆତଙ୍କବାଦଠାରୁ ଦୂରେଇ ରହିବାକୁ ପଡ଼ିବ ଯଦି ଭାରତ ସହ ଆଲୋଚନା ପାଇଁ ସେ ଚାହୁଁଛି ।

ଦେବୀ ଓ ସଜ୍ଜନମଣ୍ଡଳୀ

ପୁନର୍ବାର ପଶ୍ଚିମରେ ଆମେ ସ୍ୱଳ୍ପ ଅବଧିରେ, ଅନିଶ୍ଚିତତା ଓ ବିବାଦ ସତ୍ତ୍ୱେ ସାଉଦି ଆରବ, ୟୁଏଇ, କତାର ଓ ଇରାନ ସମେତ ଉପସାଗରୀୟ ଅଞ୍ଚଳ ଓ ପଶ୍ଚିମ ଏସିଆ ସହ ଆମର ଭାଗିଦାରୀକୁ ପୁନଃ ପରିଭାଷିତ କରିଛୁ । ମୁଁ ଖୁସି ଯେ ଆଗାମୀ ସପ୍ତାହରେ ଭାରତର ସାଧାରଣତନ୍ତ୍ର ଦିବସରେ ଆବୁଧାବିର ମହାମହିମ ରାଜକୁମାରଙ୍କୁ ମୁଖ୍ୟ ଅତିଥି ଭାବେ ଆତିଥ୍ୟ ପ୍ରଦାନ କରିବି । ଆମେ ନାକେବଳ ଧାରଣାକୁ ବଦଳାଇବା ଉପରେ ଗୁରୁତ୍ୱ ଦେଉନୁ, ଆମେ ଆମର ସମ୍ପର୍କର ବାସ୍ତବତାକୁ ମଧ୍ୟ ପରିବର୍ତ୍ତନ କରୁଛୁ । ଏହା ଆମକୁ ଆମର ନିରାପତ୍ତା ସ୍ୱାର୍ଥର ସୁରକ୍ଷା ଓ ପ୍ରୋତ୍ସାହନ, ସୁଦୃଢ଼ ଅର୍ଥବ୍ୟବସ୍ଥା ଓ ଶକ୍ତି ସମ୍ପର୍କ ଏବଂ ପ୍ରାୟ 8 ମିଲିୟନ ଭାରତୀୟଙ୍କ ସାମାଜିକ ବିକାଶରେ ସହାୟକ ହୋଇଛି । ସେହିପରି କେନ୍ଦ୍ରୀୟ ଏସିଆର ମିଳିତ ଇତିହାସ ଓ ସଂସ୍କୃତି ଉପରେ ଆମର ସମ୍ପର୍କ ଗଠନ ଏକ ନୂଆ ସମୃଦ୍ଧ ଭାଗିଦାରୀର ସମ୍ଭାବନା ସୃଷ୍ଟି କରିଛି । ସାଂଘାଇ ସହଯୋଗ ସଂଗଠନରେ ଆମର ସଦସ୍ୟତା ଆମକୁ କେନ୍ଦ୍ର ଏସିଆ ରାଷ୍ଟ୍ରଗୁଡ଼ିକ ସହ ଦୃଢ଼ ସଂସ୍ଥାଗତ ସମ୍ପର୍କ ସ୍ଥାପନର ସୁଯୋଗ ପ୍ରଦାନ କରିଛି । ଆମର କେନ୍ଦ୍ର ଏସିଆ ଭାଇ ଓ ଭଉଣୀଙ୍କ ସାମଗ୍ରିକ ସମୃଦ୍ଧି ପାଇଁ ଆମେ କାର୍ଯ୍ୟ କରୁଛୁ ।

ଆଉ ସେହି ଅଞ୍ଚଳରେ ଦୀର୍ଘଦିନର ସମ୍ପର୍କକୁ ପୁନଃ ସଫଳ କରାଯାଇଛି । ଆମର ପୂର୍ବରେ, ଦକ୍ଷିଣ ପୂର୍ବ ଏସିଆ ସହ ଗତିବିଧି ଏବେ ଆମର କେନ୍ଦ୍ରସ୍ଥଳୀ ପାଲଟିଛି । ଯାହା ଆମର ପୂର୍ବ ନୀତି । ଆମେ ପୂର୍ବ ଏସିଆ ଶିଖର ବୈଠକରେ ଏହି ଅଞ୍ଚଳ ସହ ସଂସ୍ଥାଗତ ଢାଂଚା ନିର୍ମାଣରେ ନିବିଡ଼ ସମ୍ପର୍କ ବୃଦ୍ଧି କରିଛୁ । ଏସିଆନ୍ ସହ ଆମର ଭାଗିଦାରୀ ଏବଂ ଏହାର ସଦସ୍ୟ ରାଷ୍ଟ୍ର ସହ ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା, ନିବେଶ, ବିକାଶ ଓ ନିରାପତ୍ତା କ୍ଷେତ୍ରରେ ଏହି ଅଞ୍ଚଳରେ ଭାଗିଦାରୀ ମଧ୍ୟ ବୃଦ୍ଧି ହୋଇଛି । ଏହା ମଧ୍ୟ ଅଞ୍ଚଳରେ ଆମର ବ୍ୟାପକ ରଣନୀତିକ ସ୍ୱାର୍ଥ ଓ ସ୍ଥିରତାକୁ ଆଗେଇ ନେଇଛି । ଚୀନ ସହ ଆମର ସମ୍ପର୍କ, ରାଷ୍ଟ୍ରପତି ସି॰ଜିନପିଙ୍ଗ ଓ ମୁଁ ସହମତ ହୋଇଥିଲୁ କି ବାଣିଜ୍ୟ ଓ କାରବାର ସୁଯୋଗର ବ୍ୟାପକ କ୍ଷେତ୍ରକୁ ଅନ୍ୱେଷଣ କରାଯିବ । ମୁଁ ଦେଖୁଛି ଭାରତ ଓ ଚୀନର ବିକାଶରେ ଅଦ୍ଭୂତପୂର୍ବ ସୁଯୋଗ ଅଛି, ଆମ ଦୁଇ ଦେଶ ପାଇଁ ଓ ସମଗ୍ର ବିଶ୍ୱ ପାଇଁ । ଏହା ସହିତ ଦୁଇ ବୃହତ୍ ପଡ଼ୋଶୀ ଶକ୍ତି ମଧ୍ୟରେ କେତେକ ମତଭେଦ ରହିବା ଅସ୍ୱାଭାବିକ କଥା ନୁହେଁ । ଆମର ସମ୍ପର୍କ, ଏହି ଅଞ୍ଚଳରେ ଶାନ୍ତି ଓ ପ୍ରଗତିର ପରିଚାଳନାରେ ଆମର ଉଭୟ ରାଷ୍ଟ୍ରକୁ ନିବିଡ଼ ଭାବେ ପରସ୍ପରର ଉଦ୍ବେଗ ଓ ସ୍ୱାର୍ଥକୁ ସମ୍ବେଦନଶୀଳତା ଓ ସମ୍ମାନପୂର୍ବକ ଦର୍ଶାଇବାର ଆବଶ୍ୟକତା ରହିଛି ।

ବନ୍ଧୁଗଣ

ପ୍ରଚଳିତ ଜ୍ଞାନ କହୁଛି କି ଚଳିତ ଶତାବ୍ଦୀ ହେଉଛି ଏସିଆର । ପରିବର୍ତ୍ତନର ତୀକ୍ଷ୍ଣ ପ୍ରକ୍ଷେପ ପଥ ଏସିଆରେ ହେବ । ଆଞ୍ଚଳିକ ପରିଦୃଶ୍ୟରେ ଏଠି ପ୍ରଗତି ଓ ସମୃଦ୍ଧିର ବୃହତ୍ ଓ ଜୀବନ୍ତ ମାଧ୍ୟମ ରହିଛି । କିନ୍ତୁ ବର୍ଦ୍ଧିତ ଆକାଂକ୍ଷା ଓ ପ୍ରତିଦ୍ୱନ୍ଦ୍ୱିତା ଯୋଗୁ ଦୃଶ୍ୟମାନ ହେଉଥିବା ଉତ୍ତେଜନା ସୃଷ୍ଟି ହେଉଛି । ଏସିଆ ପ୍ରଶାନ୍ତ ଅଚଂଳରେ ସାମରିକ ଶକ୍ତି,ସମ୍ବଳ ଓ ସମ୍ପତ୍ତିରେ ନିୟମିତ ବୃଦ୍ଧି ଯୋଗୁ ଏହାର ନିରାପତ୍ତା ଉପରେ ବାଜି ଲାଗିଛି । ତେଣୁ ଏହି ଅଞ୍ଚଳରେ ସୁରକ୍ଷାର ସଂରଚନା ନିଶ୍ଚିତ ଭାବେ ଉନ୍ମୁକ୍ତ, ପାରଦର୍ଶୀ, ସନ୍ତୁଳିତ ଓ ସାମଗ୍ରିକ ହେବା ଉଚିତ୍ । କଥାବାର୍ତ୍ତାକୁ ପ୍ରୋତ୍ସାହନ ଓ ଆଶାନୁରୂପକ ଆଚରଣ ମଧ୍ୟରେ ହିଁ ଆନ୍ତର୍ଜାତିକ ମାନଦଣ୍ଡ ଓ ସ୍ୱାୟତ୍ତତାର ସମ୍ମାନ ନିହିତ ରହିଛି ।

ବନ୍ଧୁଗଣ

ଗତ ଅଢ଼େଇବର୍ଷ ହେଲା ଆମେ ଆମେରିକା, ରୁଷିଆ, ଜାପାନ ଓ ଅନ୍ୟ ପ୍ରମୁଖ ବିଶ୍ୱ ଶକ୍ତି ସହ ଆମର ସମ୍ପର୍କକୁ ଏକ ଦୃଢ଼ ଗତି ଦେଇଛୁ । ସେମାନଙ୍କ ସହ ଆମେ ନାକେବଳ ସହଯୋଗର ଇଚ୍ଛା ବ୍ୟକ୍ତ କରିନୁ ବରଂ ଆମେ ସମ୍ମୁଖୀନ ହେଉଥିବା ଚ୍ୟାଲେଞ୍ଜ ଓ ଅବସରକୁ ନେଇ ନିଜର ମତ ମଧ୍ୟ ରଖୁଛୁ । ଏସବୁ ଭାଗିଦାରୀ ଭାରତର ଆର୍ଥିକ ପ୍ରାଥମିକତା ଏବଂ ପ୍ରତିରକ୍ଷା ଓ ନିରାପତ୍ତା ଦୃଷ୍ଟିରୁ ଭଲ । ଆମେରିକା ସହ ଆମର ସମ୍ପର୍କ ପୂର୍ଣ୍ଣତଃ ଏବେ ଦ୍ରୁତ, ବାସ୍ତବ ଓ ସୁଦୃଢ଼ ହୋଇଛି । ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ମୋର ଆଲୋଚନା ବେଳେ ଆମେ ଆମର ରଣନୀତିକ ଭାଗିଦାରୀକୁ ସଫଳ କରିବା ପାଇଁ ସହମତ ହୋଇଛୁ । ରୁଷିଆ ହେଉଛି ଆମର ସ୍ଥାୟୀ ବନ୍ଧୁ । ଏବେ ବିଶ୍ୱ ସମ୍ମୁଖୀନ ହେଉଥିବା ଅନେକ ଚ୍ୟାଲେଞ୍ଜ ସମ୍ପର୍କରେ ରାଷ୍ଟ୍ରପତି ପୁତିନ୍ ଓ ମୁଁ ଦୀର୍ଘ ଆଲୋଚନା କରିଛୁ । ଆମର ବିଶ୍ୱସନୀୟ ଓ ରଣନୀତିକ ଭାଗିଦାରୀ ବିଶେଷକରି ପ୍ରତିରକ୍ଷା କ୍ଷେତ୍ରରେ ଅଧିକ ନିବିଡ଼ ହୋଇଛି ।

 

ଆମର ନିବେଶ ହେଉଛି ଆମ ସମ୍ପର୍କର ନୂଆ କାରକ । ଏହା ଶକ୍ତି, ବାଣିଜ୍ୟ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାରେ ସଫଳ ପରିଣାମ ଦେଖିବାକୁ ମିଳିଛି । ଆମେ ବାସ୍ତବରେ ଜାପାନ ସହ ରଣନୀତିକ ଭାଗିଦାରୀ ସମ୍ପର୍କ ଜାରି ରଖିଛୁ ଯାହା ଏବେ ଆର୍ଥିକ ଗତିବିଧିର ସମସ୍ତ ଦିଗକୁ ପ୍ରସାର ହୋଇଛି । ପ୍ରଧାନମନ୍ତ୍ରୀ ଆବେ ଓ ମୁଁ ଆମର ସହଯୋଗକୁ ଅଧିକ ବ୍ୟାପକ କରିବା ପାଇଁ ପ୍ରତିବଦ୍ଧତାକୁ ନେଇ କଥା ହୋଇଛୁ । ୟୁରୋପ ସହ ମଧ୍ୟ ଆମର ସୁଦୃଢ଼ ଭାଗିଦାରୀର ଲକ୍ଷ୍ୟ ରହିଛି । ଭାରତର ବିକାଶରେ ବିଶେଷକରି ଜ୍ଞାନ ଉଦ୍ୟୋଗ(Knowledge Industry) ଓ ସ୍ମାର୍ଟ ସହରୀକରଣ କ୍ଷେତ୍ରରେ ଦୃଢ଼ ଭାଗିଦାରୀ ପାଇଁ ଭାରତ ଲକ୍ଷ୍ୟ ରଖିଛି ।

ବନ୍ଧୁଗଣ

ସହଯୋଗୀ ବିକଶିତ ରାଷ୍ଟ୍ରଗୁଡ଼ିକ ସହ ନିଜର ସାମର୍ଥ୍ୟ ଓ ଶକ୍ତିକୁ ଭାଗିଦାର କରିବାରେ ଭାରତ ଗତ କିଛି ଦଶନ୍ଧି ମଧ୍ୟରେ ସବୁଠୁ ଆଗରେ ରହିଛି । ଆଫ୍ରିକାରେ ଆମର ଭାଇ ଓ ଭଉଣୀମାନଙ୍କ ସହ ଆମେ ଗତ କିଛିବର୍ଷ ହେଲା ଆମର ସମ୍ପର୍କକୁ ଆହୁରି ସୁଦୃଢ଼ କରୁଛୁ । ଆଉ ପାରମ୍ପରିକ ବନ୍ଧୁତ୍ୱ ଓ ଐତିହାସିକ ସଂଯୋଗର ଦୀର୍ଘ ଦଶନ୍ଧିର ସୁଦୃଢ଼ ମୂଳଦୁଆ ଉପରେ ଅର୍ଥପୂର୍ଣ୍ଣ ବିକଶିତ ଭାଗିଦାରୀ ଗଠନ ହୋଇଛି । ଏବେ ଆମର ବିକାଶର ଭାଗିଦାରୀ ସମଗ୍ର ବିଶ୍ୱରେ ପଦଚିହ୍ନ ପକାଇ ପାରିଛି ।

  

ଦେବୀ ଓ ସଜ୍ଜନମଣ୍ଡଳୀ

ସାମୁଦ୍ରିକ ଦେଶ ଭାବେ ଭାରତର ଦୀର୍ଘ ଇତିହାସ ରହିଛି । ସବୁ ଦୃଷ୍ଟିରୁ ଆମର ସାମୁଦ୍ରିକ ସ୍ୱାର୍ଥ ହେଉଛି ରଣନୀତିକ ଓ ମହତ୍ୱପୂର୍ଣ୍ଣ । ହିନ୍ଦ ମହାସାଗରର ପ୍ରଭାବର ଚାପ ତା’ର ଉପକୂଳ ସୀମାଠାରୁ ଆଗକୁ ବ୍ୟାପିଛି । ଆମର ପ୍ରୟାସ ‘ସାଗର’- ନାକେବଳ ଏ ଅଞ୍ଚଳରେ ନିରାପତ୍ତା ଓ ସମସ୍ତଙ୍କ ଅଭିବୃଦ୍ଧି କରିବ ବରଂ ଆମର ମୁଖ୍ୟ ଭୂମି ଓ ଦ୍ୱୀପକୁ ସୁରକ୍ଷା ପ୍ରଦାନ କରିବ । ଏହା ଆମର ସାମୁଦ୍ରିକ ସମ୍ପର୍କର ନିବିଡ଼ ଆର୍ଥିକ ଓ ନିରାପତ୍ତା ସହଯୋଗର ନିବିଡ଼ତାର ପ୍ରୟାସକୁ ଦର୍ଶାଉଛି । ଆମେ ଜାଣିଛୁ ଯେ ଏକାଭିମୁଖୀତା, ସହଯୋଗ ଓ ସାମୁହିକ ପଦକ୍ଷେପ ଆମ ସାମୁଦ୍ରିକ ଅଞ୍ଚଳରେ ଆର୍ଥିକ ଗତିବିଧି ଓ ଶାନ୍ତି ସ୍ଥାପନକୁ ଆଗେଇ ନେବ । ଏହି ଅଞ୍ଚଳରେ ବାସ କରୁଥିବା ଲୋକଙ୍କ ପାଇଁ ହିନ୍ଦ୍ ମହାସାଗରରେ ଶାନ୍ତି,ସମୃଦ୍ଧି ଓ ନିରାପତ୍ତା ରକ୍ଷା ହେଉଛି ପ୍ରଥମ କର୍ତ୍ତବ୍ୟ ବୋଲି ଆମେ ବିଶ୍ୱାସ କରୁ । ଆମର କୌଣସି ବିଶେଷ ଦୃଷ୍ଟିଭଙ୍ଗୀ ନାହିଁ । ଆଉ ଆମେ ଆନ୍ତର୍ଜାତିକ ଆଇନକୁ ସମ୍ମାନ ଜଣାଇ ରାଷ୍ଟ୍ରଗୁଡ଼ିକୁ ଏକାଠି ଆଣିବାକୁ ଲକ୍ଷ୍ୟ ରଖିଛୁ । ଭାରତ-ପ୍ରଶାନ୍ତ ସାମୁଦ୍ରିକ କ୍ଷେତ୍ର ସହ ଜଡ଼ିତ ସାମୁଦ୍ରିକ ସୀମାରେ ଶାନ୍ତି ଓ ଆର୍ଥିକ ବିକାଶ ପାଇଁ ନୌପରିବହନର ସ୍ୱାଧୀନତାକୁ ସମ୍ମାନ ଓ ଆନ୍ତର୍ଜାତିକ ମାନଦଣ୍ଡକୁ ପାଳନ କରାଯିବାରେ ଆମେ ବିଶ୍ୱାସ କରୁ ।

ବନ୍ଧୁଗଣ

ଶାନ୍ତି, ପ୍ରଗତି ଓ ସମୃଦ୍ଧି ପାଇଁ ଆଂଚଳିକ ଯୋଗାଯୋଗର ଅକାଟ୍ୟ ଯୁକ୍ତିକୁ ଆମେ ପ୍ରଶଂସା କରୁଛୁ । ଆମର ପସନ୍ଦ ଓ ପଦକ୍ଷେପ ମାଧ୍ୟମରେ ଆମେ ପଶ୍ଚିମ ଓ ଦକ୍ଷିଣ ଏସିଆ, ପୂର୍ବଭାଗରୁ ଏସୀୟ-ପ୍ରଶାନ୍ତ ମଧ୍ୟରେ ଥିବା ପ୍ରତିବନ୍ଧକକୁ ଦୂର କରିବା ପାଇଁ ଦାବି କରିଛୁ । ଦୁଇଟି ସ୍ପଷ୍ଟ ଓ ସଫଳ ଉଦାହରଣ ହେଉଛି ଇରାନ ଓ ଆଫଗାନିସ୍ତାନ ସହ ଚାବହାର ବନ୍ଦରକୁ ନେଇ ତ୍ରିପାକ୍ଷିକ ଚୁକ୍ତି ଏବଂ ଆନ୍ତର୍ଜାତିକ ଉତ୍ତର-ଦକ୍ଷିଣ ପରିବହନ କରିଡର ପାଇଁ ଆମର ପ୍ରତିଶ୍ରୁତିବଦ୍ଧତା । ତେବେ ସମାନତା ଓ ସଂଯୋଗୀକରଣ ଆପଣାଛାଏଁ ଅନ୍ୟ ରାଷ୍ଟ୍ରର ସାର୍ବଭୌମତ୍ୱକୁ ଦୁର୍ବଳ ବା ଅତିକ୍ରମ କରିପାରିବ ନାହିଁ । କେବଳ ସମ୍ପୃକ୍ତ ରାଷ୍ଟ୍ରର ସାର୍ବଭୌମତ୍ୱକୁ ସମ୍ମାନ ଜଣାଇ, ଆଚଂଳିକ ଯୋଗାଯୋଗ କରିଡର ତା’ର ପ୍ରତିଶ୍ରୁତି ପୂରଣ କରିପାରିବ ଏବଂ ମତଭେଦ ଓ କଳହକୁ ଦୂର କରିବ ।

ବନ୍ଧୁଗଣ,

ଆମର ପରମ୍ପରାକୁ ସତ ପ୍ରମାଣିତ କରି ଆମେ ଆନ୍ତର୍ଜାତିକ ବୋଝକୁ ଆମର ପ୍ରତିଶ୍ରୁତିବଦ୍ଧତା ପାଇଁ ନିଜ କାନ୍ଧକୁ ନେଇଛୁ । ବିପର୍ଯ୍ୟୟ ସମୟରେ ଆମେ ସହାୟତା ଓ ରିଲିଫ ପ୍ରଦାନର ପ୍ରୟାସର ନେତୃତ୍ୱ ନେଉଛୁ । ନେପାଳର ଭୂମିକମ୍ପବେଳେ, ଫିଜି ଓ ମାଳଦ୍ୱୀପରେ ମନୁଷ୍ୟଗତ ସଙ୍କଟ ଓ ୟେମନରେ ଲୋକଙ୍କୁ ସ୍ଥାନାନ୍ତର କରିବାରେ ଆମେ ପ୍ରଥମ ବିଶ୍ୱସନୀୟ ପ୍ରତିକ୍ରିୟା ଦେଇଥିଲୁ । ଆନ୍ତର୍ଜାତିକ ଶାନ୍ତି ଓ ନିରାପତ୍ତାକୁ ବଜାୟ ରଖିବା ପାଇଁ ନିଜର ଦାୟିତ୍ୱକୁ ତୁଲାଇବାରେ ଆମେ କୁଣ୍ଠାବୋଧ କରୁନାହୁଁ । ଆମେ ଉପକୂଳ ପର୍ଯ୍ୟବେକ୍ଷଣ, ହ୍ୱାଇଟ୍ ସିପିଂ ସୂଚନା ଓ ଅଣପାରମ୍ପରିକ ବିପଦ ଯଥା ଜଳଦସ୍ୟୁ, ଚୋରାଚାଲାଣ ଓ ସଂଗଠିତ ଅପରାଧ କ୍ଷେତ୍ରର ମୁକାବିଲା ପାଇଁ ସହଭାଗିତା ବୃଦ୍ଧି କରିଛୁ । ଆମେ ଦୀର୍ଘକାଳୀନ ବିଶ୍ୱ ଚାଲେଞ୍ଜ ଅନୁରୂପ ବିକଳ୍ପ ବିଶ୍ଲେଷଣ କରୁଛୁ । ଅଞ୍ଚଳରୁ ଆତଙ୍କବାଦର ବିଲୋପ ପାଇଁ ଆମକୁ ଭଲ ଓ ଖରାପ ଆତଙ୍କବାଦର କୃତ୍ରିମ ଭେଦଭାବକୁ ପ୍ରତ୍ୟାଖ୍ୟାନ କରିବାକୁ ପଡ଼ିବ ବୋଲି ଆମେ ବିଶ୍ୱାସ କରୁ, ଆଉ ଏବେ ଏହା ଆନ୍ତର୍ଜାତିକ ଆଲୋଚନାର ବିଷୟ ହୋଇଛି । ଆମର ଯେଉଁ ପଡ଼ୋଶୀ ହିଂସାକୁ ସମର୍ଥନ କରୁଛନ୍ତି, ଘୃଣାକୁ ପ୍ରୋତ୍ସାହନ ଓ ଆତଙ୍କବାଦର ଆମଦାନୀ କରୁଛନ୍ତି ସେମାନଙ୍କୁ ଏକଘରିଆ କରାଯାଉ । ଆଉ ଏକ ଚାଲେଞ୍ଜ ହେଲା ଗ୍ଲୋବାଲ ୱାର୍ମିଂ ବା ବିଶ୍ଵ ଉତ୍ତାପନ। ଆମେ ଏ ଦିଗରେ ନେତୃତ୍ୱ ଭୂମିକା ନେଇଛୁ । ଆମର ମହତ୍ୱାକାଂକ୍ଷୀ ଏଜେଣ୍ଡା ରହିଛି ଓ ଅକ୍ଷୟ ଶକ୍ତିରୁ 175 ଗିଗା ୱାଟ୍ ସମାନ ବିଦ୍ୟୁତ୍ ଉତ୍ପାଦନର ଲକ୍ଷ୍ୟ ରଖାଯାଇଛି । ଆମେ ଏ ଦିଗରେ ଭଲ ଆରମ୍ଭ ମଧ୍ୟ କରିସାରିଛୁ । ଆମେ ପ୍ରକୃତି ସହ ଭାରସାମ୍ୟ ରକ୍ଷା ପାଇଁ ଆମର ସଭ୍ୟତାର ପରମ୍ପରାକୁ ପ୍ରୋତ୍ସାହିତ କରୁଛୁ । ମାନବ ବିକାଶ ପାଇଁ ସୌର ଶକ୍ତିର ଉପଯୋଗ ନିମନ୍ତେ ଆନ୍ତର୍ଜାତିକ ସୌର ମେଣ୍ଟ ଗଠନ ନିମନ୍ତେ ଆମେ ଆନ୍ତର୍ଜାତିକ ସମୁଦାୟକୁ ଏକଜୁଟ କରାଇଛୁ । ଆମର ପ୍ରୟାସର ସବୁଠୁ ବଡ଼ ଦିଗ ହେଉଛି ଭାରତୀୟ ସଭ୍ୟତାର ସାଂସ୍କୃତିକ ଓ ଆଧ୍ୟାତ୍ମିକ ସମୃଦ୍ଧିକୁ ଆନ୍ତର୍ଜାତିକ ସ୍ୱାର୍ଥରେ ପୁନରୁଦ୍ଧାର କରାଯାଇଛି । ଏବେ ବୌଦ୍ଧଧର୍ମ, ଯୋଗ ଓ ଆୟୁର୍ବେଦ ସାମଗ୍ରିକ ଭାବେ ମାନବତା ପାଇଁ ଏକ ମୂଲ୍ୟବାନ ଐତିହ୍ୟ ପାଲଟିଛି । ଭାରତ ଏହି ସ୍ୱାଭାବିକ ଐତିହ୍ୟର ପ୍ରତ୍ୟେକ କ୍ଷେତ୍ରକୁ ଉତ୍ସବ ଭାବେ ପାଳନ କରିବ । ଏହା ଦେଶଗୁଡ଼ିକ ଓ ଅଞ୍ଚଳଗୁଡ଼ିକ ମଧ୍ୟରେ ସେତୁ ଭାବେ କାର୍ଯ୍ୟ କରିବା ସହ ସମସ୍ତଙ୍କ ମଙ୍ଗଳକୁ ପ୍ରୋତ୍ସାହନ କରୁଛୁ ।

ଶେଷରେ, ବିଶ୍ୱ ସହ ଯୋଡ଼ିବାରେ ଆମର ପ୍ରାଚୀନ ଗ୍ରନ୍ଥ ଆମକୁ ମାର୍ଗଦର୍ଶନ କରିଛି ।

ଋକ୍ ବେଦ କହେ –

ଆ ନୋ ଭଦ୍ରୋ : କ୍ରତ୍ୱୋ ୟନ୍ତୁ ବିଶ୍ୱତଃ

ଅର୍ଥାତ୍ ମହତ୍ ଚିନ୍ତା ମୋପାଖକୁ ସବୁ ଦିଗରୁ ଆସେ ।

ଏକ ସମାଜ ଭାବେ, ଆମେ ସର୍ବଦା ଅନେକଙ୍କ ଆବଶ୍ୟକତାକୁ ଜଣକର ଇଚ୍ଛା ତୁଳନାରେ ଅଧିକ ପସନ୍ଦ କରୁ । ଆଉ ଭାଗୀଦାରିତା ଧ୍ରୁବୀକରଣ ଅପେକ୍ଷା ଅଧିକ ପସନ୍ଦଯୋଗ୍ୟ । ଜଣକର ସଫଳତାରେ ନିଶ୍ଚିତ ଭାବେ ଅନେକଙ୍କ ବିକାଶ ହୋଇଥାଏ ବୋଲି ଆମେ ବିଶ୍ୱାସ କରୁ । ଆମର କାର୍ଯ୍ୟକ୍ରମ ନିଧାର୍ଯ୍ୟ । ଏବଂ ଆମର ଦୃଷ୍ଟିଭଙ୍ଗୀ ମଧ୍ୟ ସ୍ପଷ୍ଟ । ଆମର ସଂସ୍କାରର ଯାତ୍ରା ଘରୁ ଆରମ୍ଭ ହୋଇଛି ଏବଂ ବିଶ୍ୱରେ ଥିବା ଆମର ଦୃଢ଼ତା ଓ ସହଯୋଗୀ ଭାଗିଦାରୀଙ୍କ ଦ୍ୱାରା ଏହା ଦୃଢ଼ ସମର୍ଥନ ହାସଲ କରିଛି । ଘରେ ଦୃଢ଼ ପଦକ୍ଷେପ ନେଉଛୁ ଓ ବିଦେଶରେ ବିଶ୍ୱସନୀୟ ବନ୍ଧୁଙ୍କ ନେଟୱାର୍କ ବିସ୍ତାର କରି ଆମେ ଶତ କୋଟି ଭାରତୀୟଙ୍କ ଭବିଷ୍ୟତ ପାଇଁ ପ୍ରତିଶ୍ରୁତି ନେଉଛି । ଏହି ପ୍ରୟାସରେ ଆପଣମାନେ ଭାରତକୁ ନିଜର ବନ୍ଧୁ, ଶାନ୍ତି ଓ ପ୍ରଗତିର ଅଗ୍ରଦୂତ, ସ୍ଥିରତା ଓ ସଫଳତା, ଉପଯୋଗ ଓ ଆବାସର ସ୍ଥଳୀ ପାଇବେ ।

ଧନ୍ୟବାଦ

ବହୁତ ବହୁତ ଧନ୍ୟବାଦ

  

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Stranded in Tehran, 50 Iranian Sikhs return safely to India

Media Coverage

Stranded in Tehran, 50 Iranian Sikhs return safely to India
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Narendra Modi pays tributes to Freedom Fighter, Shri Pingali Venkayya on his 150th birth anniversary
August 02, 2026

The Prime Minister, Shri Narendra Modi, paid tributes to freedom fighter, Shri Pingali Venkayya on his 150th birth anniversary.

The Prime Minister remembered Pingali Venkayya for his invaluable role in giving the nation the Tricolour and said that his efforts continue to inspire people to serve the country with dedication and patriotic fervour.

Shri Modi said that the Tiranga fills every Indian heart with immense pride and inspires the nation to work towards nation-building.

The Prime Minister wrote on X;

“Tributes to Pingali Venkayya Ji on his 150th birth anniversary. He is remembered for his invaluable role in giving our nation the Tricolour. May his efforts always inspire people to serve our country with dedication and patriotic fervour.

The Tiranga fills every Indian heart with immense pride and inspires us to work towards nation building.”