Nobel Prize is the world’s recognition at the highest level for creative ideas, thought and work on fundamental science: PM
Government has a clear vision of where we want India to be in the next 15 years: PM Modi
Our vision in Science and Technology is to make sure that opportunity is available to all our youth: PM Modi
Our scientists have been asked to develop programmes on science teaching in our schools across the country. This will also involve training teachers: PM
India offers an enabling and unique opportunity of a large demographic dividend and the best teachers: PM Modi
Science & technology has emerged as one of the major drivers of socio-economic development: PM

ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ରୂପାନୀ,

ମୋର ସହଯୋଗୀ କେନ୍ଦ୍ରମନ୍ତ୍ରୀ ଡଃ ହର୍ଷବର୍ଦ୍ଧନ,

ସ୍ୱିଡେନର ମନ୍ତ୍ରୀ ମହାମହିମ ଆନ୍ନା ଏକଷ୍ଟ୍ରମ୍,

ଉପମୁଖ୍ୟମନ୍ତ୍ରୀ ଶ୍ରୀ ନିତିନଭାଇ ପଟେଲ,

ଗଣମାନ୍ୟ ନୋବେଲ ବିଜେତାଗଣ,

ନୋବେଲ ଫାଉଣ୍ଡେସନର ଉପସଭାପତି ଡଃ ଗୋରାନ୍ ହାନ୍ସନ୍

ପ୍ରିୟ ବୈଜ୍ଞାନିକବୃନ୍ଦ

ଦେବୀ ଓ ସଜ୍ଜନମଣ୍ଡଳୀ

ଶୁଭ ସନ୍ଧ୍ୟା!

ମୁଁ ପ୍ରଥମେ ଭାରତ ସରକାରଙ୍କ ଜୈବପ୍ରଯୁକ୍ତିବିଦ୍ୟା ବିଭାଗ, ଗୁଜରାଟ ସରକାର ଓ ନୋବେଲ ମିଡ଼ିଆକୁ ଅଭିନନ୍ଦନ ଜଣାଉଛି ଯେଉଁମାନେ 5 ସପ୍ତାହ ପାଇଁ ସାଇନ୍ସ ସିଟିକୁ ଏହି ପ୍ରଦର୍ଶନୀ ଆଣିଛନ୍ତି ।

ମୁଁ ପ୍ରଦର୍ଶନୀ ଆରମ୍ଭ ହେଲା ବୋଲି ଘୋଷଣା କରୁଛି ଓ ସମସ୍ତଙ୍କୁ ଏହା ଅନୁଭବ କରିବାର ସୁଯୋଗ ମିଳିବ ବୋଲି ଆଶା କରୁଛି ।

ନୋବେଲ ପୁରସ୍କାରକୁ ରଚନାତ୍ମକ ବିଚାର, ଚିନ୍ତାଧାରା ଓ ମୌଳିକ ବିଜ୍ଞାନ ପାଇଁ ବିଶ୍ୱର ସର୍ବୋଚ୍ଚ ମାନ୍ୟତା ମିଳିଛି ।

ପୂର୍ବରୁ ଅତିବେଶୀରେ ଜଣେ, ଦୁଇଜଣ ଅବା ତିନିଜଣ ନୋବେଲ ବିଜେତା ଭାରତ ଗସ୍ତରେ ଆସୁଥିଲେ ଆଉ ଏଠାକାର ଛାତ୍ରଛାତ୍ରୀ ଓ ବୈଜ୍ଞାନିକମାନଙ୍କ ସହ ସୀମିତ ଭାବେ କଥାବାର୍ତ୍ତାର ସୁଯୋଗ ମିଳୁଥିଲା ।

କିନ୍ତୁ ଆଜି ଆମେ ଗୁଜରାଟରେ ନୋବେଲ ବିଜେତାମାନଙ୍କ ବହୁଳ ଉପସ୍ଥିତି ଏକ ଇତିହାସ ସୃଷ୍ଟି କରିଛୁ । ଏଠି ଉପସ୍ଥିତ ସମସ୍ତ ବିଜେତାଙ୍କୁ ମୁଁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି । ଆପଣମାନେ ଭାରତର ମୂଲ୍ୟବାନ ବନ୍ଧୁ । ଆପଣମାନଙ୍କ ମଧ୍ୟରୁ କିଛି ଏଠାକୁ ପୂର୍ବରୁ ଅନେକଥର ଆସିଥିବେ । ଆପଣଙ୍କ ଭିତରୁ କେହି ଏଠି ଜନ୍ମ ନେଇଥିବେ ଓ ଭଦୋଦରାରେ ବି ବଢ଼ିଥିବେ ।

ଆଜି ଏଠି ଆମର ଅନେକ ଯୁବ ଛାତ୍ରଛାତ୍ରୀଙ୍କୁ ଦେଖି ମୁଁ ଆନନ୍ଦିତ । ଆଗାମୀ ସପ୍ତାହରେ ଏହି ସାଇନ୍ସ ସିଟିକୁ ବୁଲି ଦେଖିବା ପାଇଁ ନିଜର ବନ୍ଧୁ ଓ ପରିବାରଙ୍କୁ ଅନୁରୋଧ କରିବାକୁ ମୁଁ ଆପଣମାନଙ୍କୁ ଆହ୍ୱାନ ଜଣାଉଛି । ଆମର ଛାତ୍ରଛାତ୍ରୀମାନେ ଆପଣମାନଙ୍କ ସହ କଥାବାର୍ତ୍ତାର ଅସାଧାରଣ ଅନୁଭୂତି ସାଉଁଟିପାରିବେ । ଏହା ସେମାନଙ୍କୁ ନୂଆ ଓ ଉଲ୍ଲେଖନୀୟ ଚାଲେଞ୍ଜ ଗ୍ରହଣ କରିବା ପାଇଁ ଉତ୍ସାହିତ କରିବ ଯାହା ଆମର ସାମଗ୍ରିକ ଭବିଷ୍ୟତ ପାଇଁ ଚାବିକାଠି ହେବ ।

ମୁଁ ଦୃଢ଼ ଆଶାବାଦୀ ଯେ ଏହି ପ୍ରଦର୍ଶନୀ ଓ ଶୃଙ୍ଖଳା ନିଶ୍ଚିତ ଭାବେ ଆପଣମାନେ ଓ ଆମ ଛାତ୍ରଛାତ୍ରୀ, ବିଜ୍ଞାନ ଶିକ୍ଷକ ଓ ଆମର ବୈଜ୍ଞାନିକମାନଙ୍କ ମଧ୍ୟରେ ସୁଦୃଢ଼ ସେତୁ ହେବ । ଆଗାମୀ 15 ବର୍ଷ ମଧ୍ୟରେ ଭାରତ କେଉଁଠି ରହିବାକୁ ଚାହୁଁଛି ତାକୁ ନେଇ ମୋ’ ସରକାରର ସ୍ପଷ୍ଟ ଦୃଷ୍ଟିଭଙ୍ଗୀ ରହିଛି । ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ହେଉଛି ଏହାର କେନ୍ଦ୍ର ଯାହାକି ଏହି ଦୃଷ୍ଟିଭଙ୍ଗୀକୁ ରଣନୀତି ଓ କାର୍ଯ୍ୟରେ ପରିବର୍ତ୍ତିତ କରିବ ।

ବିଜ୍ଞାନ ଓ ପ୍ରଯୁକ୍ତବିଦ୍ୟା ଦ୍ୱାରା ଆମର ସମସ୍ତ ଯୁବଗୋଷ୍ଠୀଙ୍କ ପାଖରେ ସୁନିଶ୍ଚିତ ଭାବେ ସୁଯୋଗ ଉପଲବ୍ଧ କରାଇବା ହେଉଛି ଆମର ଲକ୍ଷ୍ୟ । ସେହି ପ୍ରଶିକ୍ଷଣ ଓ ଭବିଷ୍ୟତ ପାଇଁ ପ୍ରସ୍ତୁତି ମାଧ୍ୟମରେ ଆମର ଯୁବ ବର୍ଗଙ୍କୁ ଭଲ ସ୍ଥାନରେ ନିଯୁକ୍ତି ମିଳିପାରିବ । ଭାରତ ବିଜ୍ଞାନର ମହାନ ସ୍ଥଳୀ ପାଲଟିବା ଉଚିତ । ଆମକୁ ଗଭୀର ସମୁଦ୍ରରେ ଅନ୍ୱେଷଣ ଓ ସାଇବର ସିଷ୍ଟମ ଭଳି ପ୍ରେରଣାଦାୟକ ଚାଲେଞ୍ଜ ନେବାକୁ ପଡ଼ିବ ।

ଆମ ପାଖରେ ଏକ ଯୋଜନା ଅଛି ଯାହା ଏହି ଲକ୍ଷ୍ୟକୁ କାର୍ଯ୍ୟ ଆଡ଼କୁ ନେଇଯିବ ।

ସମଗ୍ର ଦେଶର ସ୍କୁଲଗୁଡ଼ିକ ପାଇଁ ଆମର ବୈଜ୍ଞାନିକମାନଙ୍କୁ ବିଜ୍ଞାନ ଶିକ୍ଷାର କାର୍ଯ୍ୟକ୍ରମ ବିକଶିତ କରିବାକୁ କୁହାଯାଇଛି । ଏହା ବି ଶିକ୍ଷକମାନଙ୍କୁ ପ୍ରଶିକ୍ଷିତ କରାଇବ । ପରବର୍ତ୍ତୀ ସ୍ତରରେ ସେମାନଙ୍କୁ ଉଭୟ ଦକ୍ଷତା ଓ ଉଚ୍ଚ ଜ୍ଞାନକୌଶଳ ପ୍ରଶିକ୍ଷଣ ପାଇଁ ନୂଆ କାର୍ଯ୍ୟକ୍ରମ ପ୍ରସ୍ତୁତ ନିମନ୍ତେ କୁହାଯିବ । ଏସବୁ କାର୍ଯ୍ୟକ୍ରମ ଦ୍ୱାରା ନୂଆଜ୍ଞାନର ଅର୍ଥବ୍ୟବସ୍ଥାରେ ନିଯୁକ୍ତି ମିଳିପାରିବ ଓ ପ୍ରଭାବଶାଳୀ ଉଦ୍ୟୋଗୀ କରାଇବ ତଥା ବୈଜ୍ଞାନିକମାନଙ୍କ ସମ୍ପର୍କରେ ଭାବିବାକୁ ପଡ଼ିବ । ଆପଣମାନଙ୍କୁ ବିଶ୍ୱର ଯେକୌଣସି ସ୍ଥାନରେ ପ୍ରତିଯୋଗିତାମୂଳକ ପଦବୀ ଓ ନିଯୁକ୍ତି ନିମନ୍ତେ ସକ୍ଷମ କରାଇବ ।

ତା’ପରେ ଆମର ବୈଜ୍ଞାନିକମାନଙ୍କୁ ସହରର ଗବେଷଣାଗାରଗୁଡ଼ିକ ସହ ସଂଯୁକ୍ତ କରାଯିବ । ଆପଣମାନେ ନିଜର ଜ୍ଞାନରୂପକ ସମ୍ବଳ, ସେମିନାର ଅନୁଭୂତି, ଉପକରଣ ଓ ଚିନ୍ତାଧାରାକୁ ବାଣ୍ଟି ପାରିବେ । ଏହା ବିଜ୍ଞାନ କ୍ଷେତ୍ରରେ ଆମକୁ ଅଧିକ କିଛି କରିବା ଓ ଭଲ ସହଭାଗୀ କରାଇବାକୁ ଅନୁମତି ଦେବ ।

ଆମର ବିଜ୍ଞାନ ଏଜେନ୍ସୀଗୁଡ଼ିକ ବିଜ୍ଞାନଭିତ୍ତିକ ଉଦ୍ୟୋଗକୁ ସମ୍ପ୍ରସାରିତ କରିବ ଓ ପ୍ରତ୍ୟେକ ରାଜ୍ୟରେ ସ୍ଥାନୀୟ ଆବଶ୍ୟକତା ଅନୁସାରେ ବୃହତ୍ ଭାବେ ବ୍ୟବସାୟକରଣ ହୋଇପାରିବ । ଏହାପରେ ଆପଣଙ୍କ ଷ୍ଟାର୍ଟଅପ୍ ଓ ଉଦ୍ୟୋଗ ବିଶ୍ୱସ୍ତରରେ ପ୍ରତିଯୋଗିତା କରିପାରିବ ।

ଏଥିପାଇଁ ଚଳିତବର୍ଷ ନିଶ୍ଚିତ ଭାବେ ମଞ୍ଜି ବୁଣାଯିବ ଓ ଶୀଘ୍ର କେମିତି ଫଳ ଆସିବ ତାହା ଆମେ ଦେଖିବୁ । ମୋର ଯୁବ ବନ୍ଧୁମାନେ, ଆପଣମାନେ ହେଉଛନ୍ତି ଭାରତ ଓ ବିଶ୍ୱର ଭବିଷ୍ୟତ । ବୃହତ୍ ଜନସଂଖ୍ୟାର ଫାଇଦା ଓ ଶ୍ରେଷ୍ଠ ଶିକ୍ଷକ ଦେବାରେ ଭାରତରେ ସାମର୍ଥ୍ୟ ଓ ଅଭିନବ ସୁଯୋଗ ରହିଛି । ଯୁବ ଛାତ୍ରଛାତ୍ରୀମାନେ ଜ୍ଞାନ ଓ ଅଭିଜ୍ଞତାକୁ ପରିପୁଷ୍ଟିକରଣ କରିବାର ଧାରା ପାଲଟିଛନ୍ତି । ଏହା ହିଁ ହେଉଛି ତୁମମାନଙ୍କର ପ୍ରଶିକ୍ଷଣ ଓ ଭବିଷ୍ୟତ ।

ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାକୁ ଧନ୍ୟବାଦ ଯେ ମାନବଜାତି ଏବେ ପ୍ରସ୍ଫୁଟିତ ହେଉଛି । ମାନବ ଇତିହାସରେ ବହୁଳ ଭାବେ ଜୀବନର ଗୁଣବତ୍ତାର ଆନନ୍ଦ ଉଠାଉଛନ୍ତି । ଏବେ ବି ଭାରତରେ ଅନେକଙ୍କୁ ଦାରିଦ୍ର୍ୟ ସୀମାରୁ ଉପରକୁ ଉଠାଇବାର ଚାଲେଞ୍ଜ ରହିଛି । ତୁମେମାନେ ଖୁବଶୀଘ୍ର ବୈଜ୍ଞାନିକ ହେବ ଓ ନିଶ୍ଚିତ ଭାବେ ଏହି ଚାଲେଞ୍ଜ ପ୍ରତି ଅବହେଳା କରିବ ନାହିଁ ।

ଆମର ବିଜ୍ଞାନର ପରିପକ୍ୱତା ପ୍ରକାରାନ୍ତରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ବିଜ୍ଞ ଉପଯୋଗ ମାଧ୍ୟମରେ ଏହି ଗ୍ରହର ସୁରକ୍ଷା ପ୍ରତି ଆମ ଦାୟିତ୍ୱର ଆକଳନ କରିବ । ତୁମେମାନେ ଖୁବଶୀଘ୍ର ବୈଜ୍ଞାନିକ ହେବ ଓ ଏହି ଗ୍ରହର ରକ୍ଷକ ପାଲଟିବ ।

ସାଇନ୍ସ ସିଟି ଓ ନୋବେଲ ପ୍ରଦର୍ଶନୀରୁ ଆମକୁ ନିଶ୍ଚିତ ଭାବେ କିଛି ଫଳାଫଳ ଗ୍ରହଣ କରିବାକୁ ପଡ଼ିବ । ସାମାଜିକ ଓ ଅର୍ଥନୀତିକ ବିକାଶରେ ବିଜ୍ଞାନ ଓ ପ୍ରଯୁକ୍ତବିଦ୍ୟା ବିଶ୍ୱସ୍ତରରେ ଏକ ପ୍ରମୁଖ କାରକ ଭାବେ ଉଭା ହୋଇଛି । ଦ୍ରୁତ ଅଭିବୃଦ୍ଧି କରୁଥିବା ଭାରତୀୟ ଅର୍ଥବ୍ୟବସ୍ଥାରେ ବି ବୈଜ୍ଞାନିକ ହସ୍ତକ୍ଷେପର ସମ୍ଭାବନା ବଢ଼ିଛି ।

ନୋବେଲ ପୁରସ୍କାର ପ୍ରଦର୍ଶନୀ ଶୃଙ୍ଖଳାରୁ ମୁଁ 3 ଟି ସୁପରିଣାମ ଦେଖିବାକୁ ଚାହୁଁଛୁ ।

ପ୍ରଥମେ, ଛାତ୍ରଛାତ୍ରୀ ଓ ସେମାନଙ୍କ ଶିକ୍ଷକମାନେ ପାଳନ କରନ୍ତୁ । ଏଠାର ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ପାଇଁ ଦେଶବ୍ୟାପୀ ଏକ ଜାତୀୟ ‘ଆଇଡିଆଥୋନ୍’ ପ୍ରତିଯୋଗିତା ହେଉ । ସେମାନଙ୍କ ତଦାରଖ କରାଯାଉ ।

ପ୍ରଦର୍ଶନୀ ଅବଧିରେ, ସମଗ୍ର ଗୁଜରାଟର ସ୍କୁଲ ଶିକ୍ଷକମାନଙ୍କ ପାଇଁ ମଧ୍ୟ ଅଧିବେଶନ ରହୁ ।

ଦ୍ୱିତୀୟତଃ, ସ୍ଥାନୀୟ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରାଯାଉ । ଆମର ଯୁବବର୍ଗଙ୍କ ମଧ୍ୟରେ ଉଦ୍ୟୋଗୀ ହେବାର ଦୃଢ଼ ଉତ୍ସାହ ରହିଛି ।

ଆମର ବିଜ୍ଞାନ ମନ୍ତ୍ରଣାଳୟଗୁଡ଼ିକର ଗୁଜରାଟରେ ଅଙ୍କୁର କେନ୍ଦ୍ର ରହିଛି । ଆସନ୍ତା 5 ସପ୍ତାହ ମଧ୍ୟରେ ଆପଣ କିଭଳି ଅତ୍ୟାଧୁନିକ ବିଜ୍ଞାନ ଓ ପ୍ରଯୁକ୍ତବିଦ୍ୟାଚାଳିତ ଷ୍ଟାର୍ଟଅପକୁ ପ୍ରୋତ୍ସାହିତ କରିବେ ତା’ର କର୍ମଶାଳା ହେବା ଉଚିତ୍ ।

ମୋତେ କୁହାଯାଇଥିଲା କି 10 ଜଣ ନୋବେଲ ପୁରସ୍କାର ବିଜେତା ଏକ ସ୍ମାର୍ଟ ଫୋନ୍ ନିର୍ମାଣ ଦେଖିବାକୁ ଯାଇଥିଲେ ।

ପଦାର୍ଥ ବିଜ୍ଞାନରେ ପୁରସ୍କାର ଜିତିବା ଉଭୟ ବିଦ୍ୟୁତ୍ ବିଲ୍ ଓ ଗ୍ରହକୁ ବଂଚାଇ ପାରିବ । ପଦାର୍ଥ ବିଜ୍ଞାନରେ 2014 ମସିହାରେ ନୀଳ ଏଲ୍ଇଡି ପାଇଁ ନୋବେଲ ବିଜେତା ହୋଇଥିଲେ । ଏହା ମୂଳତଃ 3 ଜଣ ଜାପାନୀ ବୈଜ୍ଞାନିକ ଆକାସାକି, ଅମାନୋ ଓ ନାକାମୁରାଙ୍କ ଗବେଷଣା ଯୋଗୁ ଆସିଛି । ଯେତେବେଳେ ପୂର୍ବ ପରିଚିତ ନାଲି ଓ ନୀଳ ଏଲ୍ଇଡିକୁ ମିଶ୍ରଣ କରାଗଲା, ସେତେବେଳେ ଧଳା ଉଜ୍ୱଳ ଆଲୋକର ଉଦ୍ଭାସ ପ୍ରସ୍ତୁତ ହୋଇଥାଏ ଯାହା ଶହେ ହଜାରେ ଘଂଟା ରହିଥାଏ ।

ଏଭଳି ଅନେକ ରୋମାଂଚକର ଅନ୍ୱେଷଣ ଓ ଗବେଷଣା ହେଉଛି ଯାହାକୁ ଆମେ ଉଦ୍ୟୋଗ ମାଧ୍ୟମରେ ଉପଯୋଗ କରିପାରିବା ।

ତୃତୀୟତଃ, ସମାଜ ଉପରେ ପ୍ରଭାବ । ବହୁ ନୋବେଲ ପୁରସ୍କାର ବିଜେତାଙ୍କ ଅନ୍ୱେଷଣ ସ୍ୱାସ୍ଥ୍ୟ ଓ କୃଷି ମାଧ୍ୟମରେ ଆମ ସମାଜ ଉପରେ ବ୍ୟାପକ ପ୍ରଭାବ ପକାଇଛି । ଉଦାହରଣ ସ୍ୱରୂପ, ଜିନ୍ ଜ୍ଞାନକୌଶଳ ଉପକରଣ ମାଧ୍ୟମରେ ଔଷଧର ଉପଯୋଗ ଏବେ ବାସ୍ତବତା ପାଲଟିଛି ।

ଜେନେରିକ୍ସ ଓ ଜୈବ ସମାନତା କ୍ଷେତ୍ରରେ ଭାରତ ପୂର୍ବରୁ ନେତୃତ୍ୱ ନେଉଛି । ଯାହାର ପ୍ରମୁଖ ହବ୍ ଗୁଜରାଟରେ ରହିଛି କିନ୍ତୁ ଆମକୁ ଏବେ ନୂଆ ଜୈବ ପ୍ରଯୁକ୍ତିବିଦ୍ୟାର ଅନ୍ୱେଷଣ ପାଇଁ ପ୍ରୟାସ କରିବାକୁ ପଡ଼ିବ ।

ମୁଁ ଖୁସି ଯେ ସାଇନ୍ସ ସିଟିରେ ଏହି ପ୍ରଦର୍ଶନୀର ଯୋଜନା ହୋଇଛି ଯାହା ବିଜ୍ଞାନକୁ ସଂଯୋଗ କରୁଛି ।

ଆମେ ସମ୍ମୁଖୀନ ହେଉଥିବା ବିଶ୍ୱସ୍ତରର ଚାଲେଞ୍ଜର ସମାଧାନକୁ ଶିକ୍ଷା ଦିଗରେ ନାଗରିକଙ୍କ ସମ୍ପୃକ୍ତିରେ ଏହା ଏକ ଆଦର୍ଶ ପ୍ଲାଟଫର୍ମ ହୋଇଛି ।

ଏହି ସାଇନ୍ସ ସିଟିକୁ ବାସ୍ତବରେ ଆକର୍ଷଣୀୟ, ସମଗ୍ର ଦେଶର ଯୁବ ଛାତ୍ରଛାତ୍ରୀ ଓ ବିଜ୍ଞାନ ଶିକ୍ଷକଙ୍କ ପାଇଁ ବିଶ୍ୱସ୍ତରର ସ୍ଥଳୀ ଏବଂ ବିଶ୍ୱ ସମୁଦାୟ ଏଠାକୁ ଆସି ପ୍ରଦର୍ଶନୀ ଦ୍ୱାରା ପ୍ରୋତ୍ସାହିତ ହେବା ଦିଗରେ ଆମେ ପଦକ୍ଷେପ ନେବୁ ।

ମୋର ଯୁବ ବନ୍ଧୁଗଣ!

ନୋବେଲ ବିଜେତାମାନେ ବିଜ୍ଞାନର ଶିଖରକୁ ପ୍ରତିନିଧିତ୍ୱ କରୁଛନ୍ତି ଓ ତୁମେମାନେ ତାଙ୍କଠୁ ଶିଖିବାର ଅଛି । କିନ୍ତୁ ମନେରଖିବା ଉଚିତ୍ ଯେ ବଡ଼ ପାହାଡ଼ରୁ ଶିଖର ବଢ଼ିଥାଏ ଓ ଏକାକୀ ଛିଡ଼ା ହୁଏନି । ତୁମେମାନେ ଭାରତର ଭବିଷ୍ୟତ ଓ ମୂଳଦୁଆ । ତୁମେମାନେ ନୂଆ ରେଂଜ ନିର୍ମାଣ କରିବା ଉଚିତ୍ ଯାହା ଶିଖରରୁ ଆସିବ । ଯଦି ତୁମେମାନେ ମୂଳଦୁଆ ଉପରେ ଧ୍ୟାନକେନ୍ଦ୍ରିତ କରିବ, ତା’ହେଲେ ଆମ ସ୍କୁଲ, କଲେଜ ଓ ଶିକ୍ଷକମାନଙ୍କ ମଧ୍ୟରେ ସବୁ ଆଶ୍ଚର୍ଯ୍ୟ ସମ୍ଭବପର । ଭାରତରେ ଶତାଧିକ ଶିଖର ସୃଷ୍ଟି ହୋଇପାରିବ । କିନ୍ତୁ ଯଦି ଆମେ ମୂଳସ୍ତରରେ କଠିନ ପରିଶ୍ରମରେ ଅବହେଳା କରିବା, କୌଣସି ଶିଖର ଯାଦୁଶକ୍ତି ଭାବେ ଉଭା ହେବନି ।

ଉତ୍ସାହିତ ହୁଅ ଓ ସାହାସୀ ହୁଅ । ସାମର୍ଥ୍ୟବାନ୍ ହୋଇ ନିଜର ହୁଅ କାହାରି ନକଲ କରନି । ଯେଉଁଥିପାଇଁ ଆମର ସମ୍ମାନିତ ଅତିଥିମାନେ ସଫଳତା ପାଇଛନ୍ତି ଓ ଏହା ହିଁ ତୁମେମାନେ ତାଙ୍କଠାରୁ ଶିଖିବାର ଅଛି ।

ମୁଁ ନୋବେଲ ମିଡିଆ ଫାଉଣ୍ଡେସନ୍, ଭାରତ ସରକାରଙ୍କ ବାୟୋଟେକ୍ନୋଲଜି ବିଭାଗ, ଗୁଜରାଟର ସରକାରଙ୍କୁ ଏଭଳି ନୂଆ କାର୍ଯ୍ୟକ୍ରମ ଆୟୋଜିତ କରିଥିବାରୁ ଧନ୍ୟବାଦ ଦେଉଛି ।

ଏହି ପ୍ରଦର୍ଶନୀର ଭବ୍ୟ ସଫଳତା କାମନା କରୁଛି ଓ ଏହାଦ୍ୱାରା ଆପଣମାନଙ୍କର ସମସ୍ତଙ୍କର ଉପକାର ହେବ ବୋଲି ମୁଁ ନିଶ୍ଚିତ । 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From strategic partnership upgrade to defence roadmap: Key outcomes of PM Modi–Meloni meeting in Rome

Media Coverage

From strategic partnership upgrade to defence roadmap: Key outcomes of PM Modi–Meloni meeting in Rome
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam highlighting the sacred legacy of our motherland and praying for universal prosperity
May 21, 2026

Prime Minister Shri Narendra Modi today shared a Sanskrit Subhashitam, noting that our motherland has been the sacred land of spiritual practice and worship, as well as courage, strength, and universal welfare. Shri Modi expressed his earnest wish that this holy land of great heritage and ancient culture may always keep everyone replete with happiness and prosperity.

The Prime Minister posted on X:

"हमारी मातृभूमि साधना और उपासना के साथ-साथ साहस, शक्ति और सर्व-कल्याण की पुण्यभूमि रही है। महान विरासत और प्राचीन संस्कृति की यह पावन धरती हर किसी को सदैव सुख-समृद्धि से परिपूर्ण रखे, यही कामना है।

यस्यां पूर्वे पूर्वजना विचक्रिरे यस्यां देवा असुरानभ्यवर्तयन् ।
गवामश्वानां वयसश्च विष्ठा भगं वर्चः पृथिवी नो दधातु ।।"

May the land where our ancestors performed great and benevolent deeds, and where the gods defeated the unjust forces, that motherland, full of livestock and power, grant us vast space and prosperity.