PM Modi inaugurates the new headquarters building of the Archaeological Survey of India in New Delhi
We need to device new ways to promote civil and social involvement in preserving and promoting our historical heritage: PM
Until we feel proud of our heritage we will not be able to preserve it, says PM Modi
PM Modi says that India must take pride in the rich history of our nation

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ତିଳକ ମାର୍ଗଠାରେ ଭାରତୀୟ ପ୍ରତ୍ନତତ୍ତ୍ଵ ଗବେଷଣା ସଂସ୍ଥାନ(ASI)ର ନୂତନ ହେଡକ୍ୱାର୍ଟର-ଦେଓଧର ଭବନର ଉଦଘାଟନ କରିଛନ୍ତି ।

ଏହି ଅବସରରେ ବକ୍ତବ୍ୟ ରଖି ସେ କହିଥିଲେ ଯେ ଗତ ପ୍ରାୟ 150 ବର୍ଷ ଧରି ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ଭେ ସଂସ୍ଥା ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିଛି ।

ପ୍ରଧାନମନ୍ତ୍ରୀ ଆମ ଇତିହାସ ଏବଂ ଆମ ସମୃଦ୍ଧ ପ୍ରତ୍ନତତ୍ତ୍ଵର ଐତିହ୍ୟକୁ ନେଇ ଗର୍ବ କରିବାର ଗୁରୁତ୍ୱ ଉପରେ ଜୋର ଦେଇଥିଲେ । ସେ କହିଲେ ଯେ ନିଜର ଆଞ୍ଚଳିକ ଐତିହ୍ୟ, ନିଜ ସହର ଓ ଅଞ୍ଚଳର ପ୍ରତ୍ନତତ୍ତ୍ଵ ସମ୍ବନ୍ଧରେ ଜାଣିବା ଉପରେ ଜନସାଧାରଣ ଆଗଭର ହେବା ଉଚିତ । ସେ କହିଲେ ଯେ ଆଞ୍ଚଳିକ ପ୍ରତ୍ନତତ୍ତ୍ଵକୁ ବିଦ୍ୟାଳୟ ପାଠ୍ୟକ୍ରମର ଅଂଶବିଶେଷ କରାଯାଇପାରେ । ଏ ପ୍ରସଙ୍ଗରେ ସେ ମଧ୍ୟ ଉତ୍ତମ ତାଲିମପ୍ରାପ୍ତ ପର୍ଯ୍ୟଟକ ଗାଇଡମାନଙ୍କ ଗୁରୁତ୍ୱ ସମ୍ବନ୍ଧରେ ପ୍ରକାଶ କରିଥିଲେ, ଯେଉଁମାନେ କି ସେମାନଙ୍କ ଅଞ୍ଚଳର ଇତିହାସ ଏବଂ ଐତିହ୍ୟ ସମ୍ବନ୍ଧରେ ସୁପରିଚିତ ଥିବେ ।

ସେ କହିଲେ ଯେ ଦୀର୍ଘ ଦିନ ଧରି ପ୍ରତ୍ନତତ୍ତ୍ଵବିତମାନଙ୍କ ଦ୍ୱାରା କଠିନ ଶ୍ରମ ଫଳରେ କରାଯାଇଥିବା ପ୍ରତ୍ନତାତ୍ତ୍ୱିକ ଆବିଷ୍କାର ପଛରେ ଏହାର ଏକ ଚମତ୍କାର କାହାଣୀ ସଂଶ୍ଳିଷ୍ଟ ରହିଛି । ଏ ପ୍ରସଙ୍ଗରେ ସେ ମନେ ପକାଇଥିଲେ ଯେ କିପରି ଭାବେ ଭାରତ ଓ ଫ୍ରାନ୍ସ ଟିମ ଦ୍ୱାରା ମିଳିତ ଭାବେ କରାଯାଇଥିବା ଏକ ପ୍ରତ୍ନତାତ୍ତ୍ୱିକ ଆବିଷ୍କାରର ପ୍ରାଥମିକ ଅନୁଭବ ପାଇବା ପାଇଁ ସେ ଓ ଫ୍ରାନ୍ସର ରାଷ୍ଟ୍ରପତି କିଛି ବର୍ଷ ତଳେ ଚଣ୍ଡିଗଡ ଗସ୍ତ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଭାରତ ଏହାର ମହାନ ଐତିହ୍ୟକୁ ଗର୍ବ ଏବଂ ବିଶ୍ୱାସର ସହିତ ବିଶ୍ୱ ଆଗରେ ପ୍ରଦର୍ଶିତ କରିବା ଆବଶ୍ୟକ ।
ନୂତନ ଏଏସଆଇ ମୁଖ୍ୟାଳୟରେ ଅତ୍ୟାଧୁନିକ ପ୍ରଯୁକ୍ତି ବ୍ୟବସ୍ଥା ରହିଛି, ଯେଉଁଥିରେ ସାମିଲ ଅଛି ଶକ୍ତି ସାମର୍ଥ୍ୟ ଯୁକ୍ତ ଆଲୋକୀକରଣ ଏବଂ ବର୍ଷା ଜଳ ଅମଳ ବ୍ୟବସ୍ଥା । ଏଥିରେ ମଧ୍ୟ ରହିଛି ଏକ କେନ୍ଦ୍ରୀୟ ପ୍ରତ୍ନତାତ୍ତ୍ୱିକ ପାଠାଗାର ଯେଉଁଥିରେ କି ପାଖାପାଖି 1.35 ଲକ୍ଷ ପୁସ୍ତକ ଏବଂ ଜର୍ଣ୍ଣାଲ ସ୍ଥାନିତ ହୋଇଛି ।

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
On Puri’s Grand Road, a devotee’s submission

Media Coverage

On Puri’s Grand Road, a devotee’s submission
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 16, 2026
July 16, 2026

Atmanirbhar to Inclusive: PM Modi’s Blueprint for a Self-Reliant, Empowered & Culturally Rooted Bharat