We must demonstrate strong collective will to defeat terror networks that cause bloodshed and spread fear: PM
Silence and inaction against terrorism in Afghanistan and our region will only embolden terrorists and their masters: PM Modi
We should all work to build stronger positive connectivity between Afghanistan and other countries of the region: PM Modi
On India’s part, our commitment to our brave Afghan brothers and sisters is absolute and unwavering: PM Modi
The welfare of Afghanistan and its people is close to our hearts and minds: PM Modi
We also plan to connect Afghanistan with India through an air transport corridor: Prime Minister Modi

ଆଫଗାନିସ୍ତାନ ଇସଲାମୀୟ ପ୍ରଜାତନ୍ତ୍ରର ରାଷ୍ଟ୍ରପତି ମହାମହିମ ରାଷ୍ଟ୍ରପତି ଡକ୍ଟର ଅସ୍ରଫ ଘନୀ, ଆଫଗାନିସ୍ତାନ ଇସଲାମୀୟ ପ୍ରଜାତନ୍ତ୍ରର ବୈଦେଶିକ ମନ୍ତ୍ରୀ ସଲାହୁଦ୍ଦିନ ରବାନୀ, ମୋର ସହକର୍ମୀ ମନ୍ତ୍ରୀ ଅରୁଣ ଜେଟଲୀଜୀ, ବୈଦେଶିକ ମନ୍ତ୍ରୀଗଣ, ପ୍ରତିନିଧିମଣ୍ଡଳର ମୁଖ୍ୟଗଣ ଭଦ୍ରମହିଳା ଓ ଭଦ୍ରବ୍ୟକ୍ତିଗଣ ।

ନମସ୍କାର, ସତ୍ ଶ୍ରୀ ଅକଲ ।

ଆଫଗାନିସ୍ତାନ ସମ୍ବନ୍ଧରେ ହାର୍ଟ ଅଫ ଏସିଆ – ଇସ୍ତାନବୁଲ ପଦ୍ଧତିର ଷଷ୍ଠ ମନ୍ତ୍ରୀସ୍ତରୀୟ ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନରେ ଉଦବୋଧନ ଦେବା ମୋ ଲାଗି ଗୌରବର କଥା । ଏବଂ ଆମର ମିତ୍ର ଓ ସହଭାଗୀ ଆଫଗାନିସ୍ତାନ ରାଷ୍ଟ୍ରପତି ଅସ୍ରଫ ଘନୀଙ୍କ ସହ ମିଳିତ ଭାବେ ଏହି ସମ୍ମିଳନୀକୁ ଉଦଘାଟନ କରିବା ଏକ ବିଶେଷ ଆନନ୍ଦର କଥା ।

ମୁଁ ମହାମହିମ ଘନୀଙ୍କୁ ଧନ୍ୟବାଦ ଜଣାଉଛି ଯେ ସେ ମୋର ନିମନ୍ତ୍ରଣ ରକ୍ଷାକରି ଏହି ସମ୍ମିଳନୀକୁ ଆସିଛନ୍ତି । ପୁଣି ଆପଣମାନଙ୍କୁ ସମସ୍ତଙ୍କୁ ଅମୃତସର ଭଳି ଏକ ସରଳ, ସୁନ୍ଦର ଏବଂ ଆଧ୍ୟାତ୍ମିକତାରେ ପରିପୂର୍ଣ୍ଣ ସହରକୁ ସ୍ଵାଗତ କରିବା ମୋ ପାଇଁ ସୌଭାଗ୍ୟର କଥା । ଏ ସହର ହେଉଛି ସ୍ଵର୍ଣ୍ଣମନ୍ଦିରର ସହର ଯାହାକି ଶିଖମାନଙ୍କର ପବିତ୍ରତମ ପୀଠ ଭାବେ ପରିଗଣିତ । ଏହା ଏପରି ଏକ ସ୍ଥାନ ଯେଉଁଠାରେ ଶିଖ ଗୁରୁମାନେ ଧ୍ୟାନ ଓ ତପସ୍ୟା କରି ଏହାକୁ ପବିତ୍ର ପୀଠରେ ପରିଣତ କରିଛନ୍ତି । ଏହା ଶାନ୍ତି ଓ ମାନବତାର ବାର୍ତ୍ତା ବହନ କରେ ଏବଂ ଏହା ସବୁ ଧର୍ମର ଲୋକଙ୍କ ପାଇଁ ସଦା ଉନ୍ମୁକ୍ତ । ପୁଣି ଏହାର ପ୍ରତ୍ୟେକ ମାର୍ଗ ଓ ଉଦ୍ୟାନ ଏହାର ବୀର ଗାଥା ଓ ମହାନ ବଳିଦାନର ସଂକେତ ବହନ କରେ ।

ପ୍ରଥମ ଶିଖ ଗୁରୁ ବାବା ଗୁରୁ ନାନକ ଦେବଜୀଙ୍କ ପ୍ରାରମ୍ଭିକ ଶିଷ୍ୟମାନଙ୍କ ମଧ୍ୟରେ ଅନେକ ଆଫଗାନ ଥିଲେ ଏବଂ ପଂଚଦଶ ଶତାଦ୍ଦୀରେ କାବୁଲଠାରେ ସେମାନଙ୍କୁ ଜ୍ଞାନ ଶିକ୍ଷା ଦେଇଥିଲେ ।

ଆଜି ମଧ୍ୟ, ଆଫଗାନ-ଉଦ୍ଭବ ସୁଫିସନ୍ଥ ବାବା ହଜରତ ଶେଖଙ୍କ ପୀଠ ଏଇ ପଞ୍ଜାବରେ ରହିଛି ଏବଂ ସବୁ ଧର୍ମର ଲୋକେ ସେଠାରେ ଉପାସନା କରନ୍ତି । ଏପରିକି ସୁଦୂର ଆଫଗାନିସ୍ତାନରୁ ଲୋକେ ସେଠାକୁ ଆସିଥାନ୍ତି ।

ଆମ କ୍ଷେତ୍ରରେ ବାଣିଜ୍ୟ କାରବାର, ଲୋକଙ୍କ ଆତଯାତ ଏବଂ ଭାବଧାରାରେ ଆଦାନପ୍ରଦାନ ଅଧିକାଂଶ ସମୟରେ ଏଇ ଅମୃତସରରେ ହିଁ ମିଶ୍ରଣ ଘଟିଥିଲା । ଏସିଆର ଅନ୍ୟତମ ସର୍ବପ୍ରାଚୀନ ଏବଂ ଦୀର୍ଘତମ ଭୂପୃଷ୍ଠ ଜୀବନରେଖା, ଗ୍ରାଣ୍ଡ ଟ୍ରଙ୍କ ରୋଡ ଏଇ ସହର ଦେଇଯାଇଛି । ତେଣୁ ଅମୃତସର ସଂଯୋଗ ପୁନଃସ୍ଥାପନର ମୂଲ୍ୟକୁ ପୁଣିଥରେ ସୁଦୃଢ଼ କରିବାକୁ ଯାଉଛି ଯାହାକି ଆଫଗାନିସ୍ତାନ ସାମଗ୍ରିକ ବିକାଶ, ସ୍ଥିରତା ଏବଂ ଆର୍ଥିକ ସମୃଦ୍ଧି ସକାଶେ ଅତୀବ ମହତ୍ଵପୂର୍ଣ୍ଣ ।

ମହାମହିମଗଣ, ଭଦ୍ରମହିଳା ଓ ଭଦ୍ରବ୍ୟକ୍ତି ବୃନ୍ଦ,
ଚଳିତ ଶତାଦ୍ଦୀ ପ୍ରାରମ୍ଭରୁ, ଆଫଗାନିସ୍ତାନ ପ୍ରସଙ୍ଗରେ ଅନ୍ତରାଷ୍ଟ୍ରୀୟ ସମୁଦାୟ ବ୍ୟାପକ ଭାବେ ବିଚାରବିମର୍ଷ କରିଆସୁଛି ।

ବିଶ୍ଵର ପ୍ରମୁଖ ଶକ୍ତି, କ୍ଷେତ୍ରୀୟ ରାଷ୍ଟ୍ରଗଣ ଏବଂ ସଂପୃକ୍ତ ଦେଶସମୂହ, ଆଫଗାନିସ୍ତାନକୁ ରାଜନୈତିକ, ଆର୍ଥିକ, ବିକାଶମୂଳକ ସହଯୋଗ ଯୋଗାଇଦେବା ଉଦ୍ଦେଶ୍ୟରେ ବିବିଧ କାର୍ଯ୍ୟକ୍ରମ ଜରିଆରେ ସେମାନଙ୍କ ସହଯୋଗ ଜ୍ଞାପନ କରିଆସିଛନ୍ତି ।

ଆଜି ଆମେ ଏଠାରେ ଉପସ୍ଥିତ ହେବା ଆଫଗାନିସ୍ତାନରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ଏବଂ ଦୀର୍ଘକାଳୀନ ରାଜନୈତିକ ସ୍ଥିରତା ରକ୍ଷା ପ୍ରତି ଅନ୍ତରାଷ୍ଟ୍ରୀୟ ସମୁଦାୟଙ୍କ ପ୍ରତିବଦ୍ଧତାକୁ ପୁନଃପ୍ରକଟ କରେ । ଆମର କଥା ଓ କାର୍ଯ୍ୟ ଆମ ସମୟର ଏକ ଜଟିଳ ଅପୂର୍ଣ୍ଣାଙ୍ଗ ଅଭିଯାନକୁ ଆଗେଇ ନେବା ଉପରେ କେନ୍ଦ୍ରୀତ ।

• ଏହାର ସାମାଜିକ, ରାଜନୈତିକ ଓ ଆନୁଷ୍ଠାନିକ ବ୍ୟବସ୍ଥା ଗଠନ ସହ ସେ ସବୁକୁ ସୁଦୃଢ଼ କରିବ ।

• ବାହ୍ୟ ବିପଦରୁ ଏହାର କ୍ଷେତ୍ର ଓ ନାଗରିକଙ୍କୁ ସୁରକ୍ଷିତ ରଖିବ ।

• ଏବଂ ଏହାର ଜନସାଧାରଣଙ୍କ ସକାଶେ ଏକ ସ୍ଥିର ଓ ସମୃଦ୍ଧ ଭବିଷ୍ୟତ ସୃଷ୍ଟି କରିବ ।

ନିଶ୍ଚଚି ଭାବେ ଏହି ସମ୍ମିଳନୀର ଉଦ୍ଦେଶ୍ୟ ଏଇଆ ଯାହାକି ଏହାର ଶୀର୍ଷକରେ ଯଥାର୍ଥ ଭାବେ ସୂଚୀତ ହୋଇଛି “ଚାଲେଞ୍ଜର ମୁକାବିଲା: ସମୃଦ୍ଧି ହାସଲ” ।

ଏପରି ଚାଲେଞ୍ଜର ମାତ୍ରା ସମ୍ପର୍କରେ ଆମ ମନରେ ତିଳେ ହେଲେ ସନ୍ଦେହ ନାହିଁ । କିନ୍ତୁ ଆମେ ମଧ୍ୟ ସଫଳତା ହାସଲ ସକାଶେ କୃତ ସଂକଳ୍ପ ।

କଠିନ କଷ୍ଟସାଧନ ମାଧ୍ୟମରେ ଏବେ ସୁଦ୍ଧା ଆମର ସମୂହ ଉଦ୍ୟମ ସଫଳତା ହାସଲ କରି ଆସିଛି । କିନ୍ତୁ ଏହା ମିଶ୍ରଫଳ । ଆହୁରି ଅନେକ ଗୁରୁତ୍ଵପୂର୍ଣ୍ଣ ସଫଳତା ରହିଛି । ତେଣୁ ଅନେକ କିଛି କରିବାକୁ ବାକି ଅଛି ।
ବର୍ତ୍ତମାନ ସମୟର ଆହ୍ଵାନ ହେଉଛି ଆମର ସ୍ଥିତିକୁ ସଜାଡିବା ଏବଂ ଆମ ଉଦ୍ୟମର ଧାରାକୁ ଜାରି ରଖିବା । ବିଗତ ପନ୍ଦର ବର୍ଷ ମଧ୍ୟରେ ଆମକୁ ମିଳିଥିବା ସଫଳତାର ସୁରକ୍ଷା ସହ ଏହାରି ଉପରେ ଆମକୁ ଆଗକୁ ଅଗ୍ରସର ହେବାକୁ ପଡିବ । କାରଣ କେବଳ ଆଫଗାନିସ୍ତାନର ଭବିଷ୍ୟତ ଯାହାକି ଏହାର ବିକାଶ, ଗଣତନ୍ତ୍ର ଓ ବିବିଧତାର ଆଭିମୁଖ୍ୟ ଉପରେ ସବୁକିଛି ଖଟାଇ ଦେଇଛି । ଏହା ଏବେ ବିପଦରେ ରହିଛି । ଏହି ସମଗ୍ର କ୍ଷେତ୍ରର ଓ ଏହାର ଅବସର ବାହାରେ ସୁଦ୍ଧା ଶାନ୍ତି ଓ ସ୍ଥିରତା ପ୍ରତି ବିପଦ ରହିଛି ।

ତେଣୁ ଆମେ ଆଉ କଣ ଅଧିକ କରିପାରିବା ଏବଂ ଆଫଗାନିସ୍ତାନରେ ଆମକୁ କଣ ବାଦ ଦେବାକୁ ପଡିବ। ଯଦ୍ୱାରା ଏହାର ନାଗରିକମାନେ ଆପେ ଆପେ ଶାନ୍ତି ଓ ଆର୍ଥିକ ସମୃଦ୍ଧି ପ୍ରାପ୍ତ ହୋଇପାରିବ, ସେ ଦିଗରେ ଜରୁରୀ ଆଲୋଚନା କରିବା ଉଚିତ । ଏ ସବୁର ଉତ୍ତର ସେଠାରେ ନିହିତ ରହିଛି । କେବଳ ପ୍ରସଙ୍ଗଟି ହେଲା ପ୍ରତିବଦ୍ଧତା ଓ କାର୍ଯ୍ୟାନୁଷ୍ଠାନର । ତେଣୁ ଆମକୁ ଆଫଗାନିସ୍ତାନ ଓ ଏହାର ନାଗରିକଙ୍କୁ ଆମ କାର୍ଯ୍ୟସୂଚୀର ଅଗ୍ରଭାଗରେ ରଖିବାକୁ ହେବ ।

ଏଥିପାଇଁ, ପ୍ରଥମେ ଏକ ଆଫଗାନିସ୍ତାନ ନେତୃତ୍ଵାଧୀନ, ଆଫଗାନ-ମାଲିକାନାଭୁକ୍ତ ଏବଂ ଆଫଗାନ ନିୟନ୍ତ୍ରଣାଧୀନ ପ୍ରକ୍ରିୟା ଗଠନ କରିବା ଏକାନ୍ତ ଜରୁରୀ । ଦୀର୍ଘସ୍ଥାୟୀ ସମାଧାନର ଏହା ଏକ ମାତ୍ର ଗ୍ୟାରେଣ୍ଟର । ଦ୍ଵିତୀୟତଃ, ଆମେ ସଭିଏଁ ନିଶ୍ଚିତ ଭାବେ ଆମର ସାମୂହିକ ପ୍ରତିବଦ୍ଧତା ପ୍ରକଟ କରିବା ବାଂଛନୀୟ ଯଦ୍ଵାରା ଆତଙ୍କବାଦୀ ନେଟୱାର୍କକୁ ପ୍ରତିହତ କରାଯାଇପାରିବ । ଏହା ସେଠାରେ ରକ୍ତର ହୋଲି ଖେଳିବା ସହ ଭୟର ବାତାବରଣ ସୃଷ୍ଟି କରିଛି ।

ଆଫଗାନିସ୍ତାନରେ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି ପ୍ରତି ଆତଙ୍କବାଦ ଓ ବାହାରୁ ପ୍ରବେଶ କରାଯାଉଥିବା ଅସ୍ଥିରତା ସବୁଠାରୁ ବଡ ବିପଦ । ଏବଂ ଆତଙ୍କବାଦୀ ହିଂସାର କ୍ରମବର୍ଦ୍ଧିଷ୍ଣୁ ବଳୟ ଆମ ସମଗ୍ର କ୍ଷେତ୍ର ପ୍ରତି ବିପଦ ସୃଷ୍ଟି କରିଛି । ତେଣୁ କେବଳ ଆଫଗାନିସ୍ତାନରେ ଶାନ୍ତି ପ୍ରତିଷ୍ଠାର ସ୍ଵରକୁ ସମର୍ଥନ ଜଣାଇଦେଲେ ତାହା ଯଥେଷ୍ଟ ହେବନାହିଁ । ଏହା ପଛରେ କୃତସଂକଳ୍ପ କାର୍ଯ୍ୟପନ୍ଥା ଗ୍ରହଣ ରହିଥିବା ଆବଶ୍ୟକ । ପୁଣି ସେପରି କାର୍ଯ୍ୟାନୁଷ୍ଠାନ କେବଳ ଆତଙ୍କବାଦ ବିରୋଧରେ ନୁହେଁ, ଏହା ମଧ୍ୟ ଆତଙ୍କବାଦକୁ ସମର୍ଥନ, ଆଶ୍ରୟ, ତାଲିମ ଏବଂ ଆର୍ଥିକ ସହାୟତା ଯୋଗାଉଥିବା ତତ୍ତ୍ଵଙ୍କ ପାଇଁ ଉଦ୍ଧିଷ୍ଟ ହେବା ଦରକାର ।

ଆଫଗାନିସ୍ତାନରେ ଚାଲିଥିବା ଆତଙ୍କବାଦ ବିରୋଧରେ ନୀରବ ରହିବା ଏବଂ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଦ୍ଵାରା ଆମ କ୍ଷେତରେ କେବଳ ଆତଙ୍କବାଦକୁ ଅଧିକ ଶକ୍ତିଶାଳୀ କରିବ । ତୃତୀୟତଃ ଆଫଗାନିସ୍ତାନ ବିକାଶ ଏବଂ ସେ ଦେଶର ମାନବୀୟ ଆବଶ୍ୟକତା ପାଇଁ ଆମେ ଯେଉଁ ସହାୟତା ଓ ସାଧନ ଯୋଗାଇ ଦେବୁ ବୋଲି ଦ୍ଵିପାକ୍ଷିକ ଓ କ୍ଷେତ୍ରୀୟ ପ୍ରତିବଦ୍ଧତା ପ୍ରକଟ କରିଛୁ ତାହା ଜାରି ରହିବା ଉଚିତ ।

ଆଫଗାନିସ୍ତାନ ସକାଶେ ଆମମାନଙ୍କ ସହଯୋଗୀ ଉଦ୍ୟମ ଏହାର ଭିତ୍ତିଭୂମି ଓ ଆନୁଷ୍ଠାନିକ ଦକ୍ଷତା ବୃଦ୍ଧି ପ୍ରତି ସହାୟକ ହେବା ଜରୁରୀ ଓ ଏଥିସହ ବିକାଶର ଧାରାକୁ ଆପେ ତ୍ଵରାନ୍ୱିତ କରିବା ବାଂଛନୀୟ । ଚତୁର୍ଥତଃ ଆଫଗାନିସ୍ତାନ ଓ ଏହି କ୍ଷେତ୍ରର ଅନ୍ୟ ରାଷ୍ଟ୍ରମାନଙ୍କ ସହ ଏକ ମଜବୁତ ସକାରାତ୍ମକ ସଂଯୋଗ ସ୍ଥାପନ ନିମନ୍ତେ ଆମେ ସଭିଏଁ କାର୍ଯ୍ୟ କରିବା ଉଚିତ ।

ଆଫଗାନିସ୍ତାନ ଆମ ସଂଯୋଗ କାର୍ଯ୍ୟକ୍ରମର କେନ୍ଦ୍ରବିନ୍ଦୁ ହେବା ଉଚିତ । ଏହା କଦାପି ପାର୍ଶ୍ଵବର୍ତ୍ତୀ ଅଭିଯାନ ହୋଇପାରିବ ନାହିଁ । ସେହି ଦୃଷ୍ଟିରୁ ଆମେ, ଦକ୍ଷିଣ ଏସିଆ ଓ କେନ୍ଦ୍ର ଏସିଆ ମଧ୍ୟରେ ଆଫଗାନିସ୍ତାନକୁ ସଂଯୋଗର ପେଣ୍ଠସ୍ଥଳୀ ଭାବେ ଗ୍ରହଣ କରିବା ଆବଶ୍ୟକ ।

ଆମେ କଦାପି ଏକଥାକୁ ଅସ୍ଵୀକାର କରିପାରିବନାହିଁ ଯେ ଆଫଗାନିସ୍ତାନକୁ ଯେତେବେଳେ ଅଧିକ ସଂଯୁକ୍ତ କରାଯିବ ଏବଂ ଏହା ସହ ବାଣିଜ୍ୟ, ପୁଞ୍ଜି ଏବଂ ବଜାର ଭଳି ଯୋଗାଯୋଗର ମାଧ୍ୟମକୁ ଯୋଡି ଦିଆଯିବ । ଏହାର ଆର୍ଥିକ ବିକାଶ ଓ ପ୍ରଗତି ସେତିକି ସୁନିଶ୍ଚିତ ହେବ । ତେଣୁ ଏହି କ୍ଷେତ୍ରର ଅନ୍ୟ ସହଯୋଗୀ ରାଷ୍ଟ୍ରଙ୍କ ସହ ବାଣିଜ୍ୟ ଓ ପରିବହନ ସଂଯୋଗକୁ ସୁଦୃଢ଼ କରିବା ଉପରେ ରାଷ୍ଟ୍ରପତି ଘନୀ ଓ ମୁଁ ସହମତ ହୋଇଛୁ ।

ମହାନୁଭବ ଗଣ ଓ ଭଦ୍ରମହିଳା ଓ ଭଦ୍ରବ୍ୟକ୍ତି ବୃନ୍ଦ,

ଭାରତ ତରଫରୁ, ସାହସୀ ଆଫଗାନ ଭାଇ-ଭଉଣୀମାନଙ୍କ ପ୍ରତି ଆମର ବଚନବଦ୍ଧତା ସୁଦୃଢ଼ ଏବଂ ଅପରିବର୍ତ୍ତନୀୟ । ଆଫଗାନିସ୍ତାନ ଓ ଏହାରି ନାଗରିକମାନଙ୍କ କଲ୍ୟାଣ ଓ ଉନ୍ନତି ଆମ ମନ ଓ ହୃଦୟରେ ସଦାସର୍ବଦା ଅଗ୍ରାଧିକାର ଲାଭ କରିଛି ।

ଛୋଟ ଓ ବଡ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟାନ୍ଵୟନରେ ଆମ ସହଭାଗୀତାର ସଫଳତାର ସୁଦୀର୍ଘ ରେକର୍ଡ ରହିଛି । ଆଫଗାନିସ୍ତାନ ହିଁ ଏହାର ପ୍ରମାଣ । ଏହାର ଜନ କଲ୍ୟାଣମୂଳକ କାର୍ଯ୍ୟକ୍ରମ ଆମ ସହଭାଗୀତାରେ ସଦାବେଳେ ପ୍ରମୁଖ ସ୍ଥାନ ଅଧିକାର କରିଆସିଛି ।

ଆମର ମିଳିତ କାର୍ଯ୍ୟକ୍ରମମାନ ହେଲା :

• ଆଫଗାନିସ୍ତାନର ଯୁବଗୋଷ୍ଠୀଙ୍କୁ ଶିକ୍ଷିତ କରିବା ଓ ସେମାନଙ୍କ ଦକ୍ଷତା ବୃଦ୍ଧି ଘଟାଇବା,

• ସ୍ଵାସ୍ଥ୍ୟସେବା ଯୋଗାଣ ଏବଂ କୃଷି ଅଭିବୃଦ୍ଧି

• ଭିତ୍ତିଭୂମି ଓ ଅନୁଷ୍ଠାନ ଗଠନ ଏବଂ

• ଆଫଗାନିସ୍ତାନର ବାଣିଜ୍ୟ ଓ କ୍ଷୁଦ୍ର ବ୍ୟବସାୟୀଙ୍କୁ ଭାରତର ପ୍ରଭୂତ ବାଣିଜ୍ୟିକ ଓ ଆର୍ଥିକ ସୁଯୋଗ ସହ ଯୋଡିବା ।

ଏବଂ, ଏଭଳି ଉଦ୍ୟମର ପହଂଚ ଓ ସୁଯୋଗ ଆଫଗାନିସ୍ତାନର ସବୁ କୋଣ ଅନୁକୋଣରେ ଉପଲବଧ କରାଇବା । ହେରାତଠାରେ ନିର୍ମିତ ଭାରତ-ଆଫଗାନିସ୍ତାନ ମୈତ୍ରୀ ବନ୍ଧ ଯାହା ସଲମା ବନ୍ଧ ନାମରେ ସୁପରିଚିତ ତାହା କିଛି ବର୍ଷ ପୂର୍ବେ ଆରମ୍ଭ କରାଯାଇଥିଲା । ଏହା ସେଠାକାର ଲୋକମାନଙ୍କ ଆର୍ଥିକ ଉତ୍ଥାନରେ ଯଥେଷ୍ଟ ସହାୟକ ହେବ ।

କାବୁଲଠାରେ ନିର୍ମିତ ସଂସଦ ଭବନ ଆଫଗାନିସ୍ତାନର ଗଣତାନ୍ତ୍ରିକ ଭବିଷ୍ୟତ ପ୍ରତି ଆମର ଦୃଢ଼ ବଚନବଦ୍ଧତାକୁ ପ୍ରତିପାଦିତ କରେ । ଜେରାଞ୍ଜ-ଜେଲେରାମ ରାଜପଥ ଓ ଚାବାହାର ପ୍ରସଙ୍ଗରେ ଭାରତ-ଆଫଗାନିସ୍ତାନ-ଇରାନ ସହଯୋଗ ଆଫଗାନିସ୍ତାନକୁ ନିଜର ଅର୍ଥବ୍ୟବସ୍ଥାକୁ ଦକ୍ଷିଣ ଏସିଆ ଏବଂ ତତପରବର୍ତ୍ତୀ କ୍ଷେତ୍ରର ଆର୍ଥିକ ବିକାଶ କେନ୍ଦ୍ରମାନଙ୍କ ସହ ସଂଯୁକ୍ତ କରିବାକୁ ସକ୍ଷମ ହେବ ।

ଆଫଗାନିସ୍ତାନକୁ ଆମେ ଏକ ବିମାନ ପରିବହନ କରିଡର ମାଧ୍ୟମରେ ଭାରତ ସହ ଯୋଡିବାକୁ ଯୋଜନା କରିଛୁ ।

ଆମର ଦ୍ଵିପାକ୍ଷିକ ସମ୍ପର୍କକୁ ନିବିଡ କରିବା ସକାଶେ ଅଧିକ ବ୍ୟବସ୍ଥା ଗ୍ରହଣ ନିମନ୍ତେ ରାଷ୍ଟ୍ରପତି ଘନୀ ଓ ମୁଁ ଆଲୋଚନା କରିଛୁ । ଆଫଗାନିସ୍ତାନର କ୍ଷମତା ଓ ଦକ୍ଷତା ବୃଦ୍ଧି ନିମନ୍ତେ ଭାରତ ଆଫଗାନିସ୍ତାନକୁ ଯୋଗାଇଦେବାକୁ ଥିବା ଅତିରିକ୍ତ ଏକ ନିୟୁତ ମାର୍କିନ ଡଲାରର ବିନିଯୋଗ ନିମନ୍ତେ ଆମେ କାର୍ଯ୍ୟଖସଡ଼ା ପ୍ରସ୍ତୁତି ଦିଗରେ ଅଗ୍ରଗତି କରିଛୁ ।

ଏହା ଆଫଗାନିସ୍ତାନରେ ଜଳ ପରିଚାଳନା, ସ୍ଵାସ୍ଥ୍ୟ, ଭିତ୍ତିଭୂମି ଗଠନ, ଶକ୍ତି ଏବଂ କୌଶଳ ବିକାଶ ଆଦି କ୍ଷେତ୍ରକୁ ସଂପ୍ରସାରିତ ହେବ । ଭାରତ ଯେତେବେଳେ ତାର ଅତିରିକ୍ତ ପ୍ରତିବଦ୍ଧତା ପ୍ରବର୍ତ୍ତନ କରିବ, ଆଫଗାନିସ୍ତାନର ବିକାଶ ନିମନ୍ତେ ଅନ୍ୟ ଅନୁରୂପ-ଚିନ୍ତାଶୀଳ ସହଭାଗୀମାନଙ୍କ ସହ ମିଶି କାର୍ଯ୍ୟ କରିବାକୁ ଆମେ ସଦାସର୍ବଦା ଦ୍ଵାର ଉନ୍ମୁକ୍ତ ରଖିଛୁ ।

ଏହି ମର୍ମରେ ଆମେ ଖୁସିର ସହ ଉଲ୍ଲେଖ କରିବାକୁ ଚାହୁଁ ଯେ ଗତ ଅକ୍ଟୋବର ମାସରେ ଅନୁଷ୍ଠିତ ବ୍ରସେଲ୍ସ ସମ୍ମିଳନୀ ଏବଂ ଚଳିତ ବର୍ଷ ଜୁଲାଇ ମାସରେ ସମ୍ପନ୍ନ ନାଟୋର ୱାର୍ସା ଶିଖର ସମ୍ମିଳନୀ ଅବସରରେ ଏ ଦିଗରେ ଅନ୍ତରାଷ୍ଟ୍ରୀୟ ପ୍ରତିଶ୍ରୁତି ମଧ୍ୟ ପ୍ରକାଶ ପାଇଛି । ତେଣୁ ଆଫଗାନିସ୍ତାନରେ ଆମର କାର୍ଯ୍ୟ ତ୍ଵରାନ୍ଵିତ କରିବା ନିମନ୍ତେ ଆମେ ଆମର ଲକ୍ଷ୍ୟ ଓ ସମର୍ପିତ ଅଭିଯାନ ଜାରି ରଖିବୁ । ଏହି ପରିପ୍ରେକ୍ଷୀରେ ଆମେ ଅନେକ ଶିକ୍ଷାଲାଭ କରିଛୁ ଏବଂ ସହଭାଗୀ ପ୍ରକଳ୍ପରେ କାନ୍ଧକୁ କାନ୍ଧ ମିଳାଇ କାର୍ଯ୍ୟ କରିବା ଦିଗରେ ଶ୍ରେଷ୍ଠ ସଫଳତା ହାସଲ କରିଛୁ ।

ମହାନୁଭବ ଓ ସଜ୍ଜନମଣ୍ଡଳୀ,

ଆମକୁ ସ୍ମରଣ ରଖିବାକୁ ହେବ ଯେ ଆଫଗାନିସ୍ତାନରେ ସଫଳ ରାଜନୈତିକ, ସୁରକ୍ଷା ଓ ଆର୍ଥିକ ପରିବର୍ତ୍ତନ ଦିଗରେ ଆମେ ଯେଉଁ ସହାୟତ କରୁଛୁ, ପ୍ରତ୍ୟେକ ଦିନ ଆମେ ଏକ ଶାନ୍ତିପୂର୍ଣ୍ଣ କ୍ଷେତ୍ର ଓ ବିଶ୍ଵ ଗଠନ ଦିଗରେ ମଧ୍ୟ ଅଗ୍ରସର ହେଉଛି ।

ମୋର ବିଶ୍ଵାସ ଯେ ଆପଣମାନଙ୍କ ଆଲୋଚନା ଅନେକ ଗଠନମୂଳକ ତଥା ପ୍ରଗତିଧର୍ମୀ କାର୍ଯ୍ୟପନ୍ଥା ଗ୍ରହଣରେ ସହାୟକ ହେବ ଏବଂ ତାହା –

• ବିବାଦ ପରିବର୍ତ୍ତେ ସହଯୋଗ ବୃଦ୍ଧି କରିବ

• ଆବଶ୍ୟକତା ପରିବର୍ତ୍ତେ ବିକାଶ ଓ ଆତଙ୍କବାଦ ବଦଳରେ ନିରାପତ୍ତା ସୃଷ୍ଟି କରିବ ।

ତେଣୁ ଆଫଗାନିସ୍ତାନକୁ ଏକ ଶାନ୍ତିର କ୍ଷେତ୍ରରେ ପରିଣତ କରିବା ଦିଗରେ ଆସନ୍ତୁ, ଆମେ ଆମକୁ ପୁନଃସମର୍ପିତ କରିବା । ଏହାକୁ ଏପରି ଏକ କ୍ଷେତ୍ରରେ ପରିଣତ କରିବା ଯେଉଁଠି ନ୍ୟାୟ ଓ ଶାନ୍ତି ସଫଳତା ଲାଭ କରିବ, ପ୍ରଗତି ଓ ସମୃଦ୍ଧି ବିରାଜମାନ କରିବ ଏବଂ ଗଣତନ୍ତ୍ର ଓ ବିବିଧତାର ବିଜୟ ହେବ ।

ଆପଣମାନଙ୍କୁ ସମସ୍ତଙ୍କୁ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM announces exam reform task force, Infosys co-founder Nandan Nilekani to lead

Media Coverage

PM announces exam reform task force, Infosys co-founder Nandan Nilekani to lead
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam, highlights noble character as the foundation of respect, trust, and effective leadership
July 27, 2026

Prime Minister Shri Narendra Modi shared a Sanskrit Subhashitam today, highlighting how a person of noble character earns respect in society and is regarded as worthy of every responsibility.

The Prime Minister wrote on X;

"शीलवान् पूजितो लोके शीलवान् साधुसम्मतः।

शीलवान् सर्वकर्मार्हः शीलवान् प्रियदर्शनः॥"

A person of noble character earns respect in society and the esteem of the virtuous. Through integrity, humility and disciplined conduct, such an individual is regarded as worthy of every responsibility. Their personality is admirable, inspiring and worthy of emulation. In truth, noble character is the true foundation of lasting success, effective leadership, and enduring trust.