ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୋଏଡାଠାରେ ଆୟୋଜିତ ପେଟ୍ରୋଟେକ 2019ରେ ନିମ୍ନଲିଖିତ ବକ୍ତବ୍ୟ ପ୍ରଦାନ କରିଛନ୍ତି ।

ନମସ୍କାର

ପ୍ରାରମ୍ଭରୁ ସଂଚାଳନଗତ ସମସ୍ୟା କାରଣରୁ ବିଳମ୍ବ ହେତୁ ମୁଁ କ୍ଷମା ପ୍ରାର୍ଥନା କରୁଛି ।

ଭାରତର ପ୍ରମୁଖ ହାଇଡ୍ରୋକାର୍ବନ ସମ୍ମିଳନୀର ତ୍ରୟୋଦଶ ସଂସ୍କରଣ ପେଟ୍ରୋଟେକ-2019ରେ ଆପଣମାନଙ୍କୁ ସ୍ୱାଗତ କରି ମୁଁ ଅତ୍ୟନ୍ତ ଆନନ୍ଦିତ ।

ଶକ୍ତି କ୍ଷେତ୍ରକୁ ତାଙ୍କ ଅବଦାନ ଏବଂ ଭବିଷ୍ୟତର ଅନ୍ତର୍ଦୃଷ୍ଟି ଲାଗି ମୁଁ ମାନ୍ୟବର ଡଃ ସୁଲତାନ ଅଲ ଜାବେରଙ୍କୁ ଅଭିନନ୍ଦନ ଜଣାଉଛି ।

ଆମେ ଶକ୍ତି କ୍ଷେତ୍ରରେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକର ସମାଧାନ ସମ୍ବନ୍ଧରେ ଆଲୋଚନା ଲାଗି ପେଟ୍ରୋଟେକ ଗତ ଶତାଦ୍ଦୀର ଏକ ଚତୁର୍ଥାଂଶରୁ ଅଧିକ ସମୟ ଧରି ଏକ ଭିତ୍ତିଭୂମି ଭାବେ ସେବା ପ୍ରଦାନ କରିଛି ।

ପ୍ରତ୍ୟେକଟି ସଂପୃକ୍ତ ଦେଶମାନଙ୍କରେ ଆମେ ଆମର ନାଗରିକମାନଙ୍କୁ ସୁଲଭ, ସମର୍ଥ, ସ୍ୱଚ୍ଛ ଏବଂ ନିଶ୍ଚିତ ଶକ୍ତି ଯୋଗାଣ ଲାଗି ଚେଷ୍ଟା କରିଥାଉ ।

60ଟି ଦେଶ ଏବଂ 7000ରୁ ଉର୍ଦ୍ଧ୍ଵ ପ୍ରତିନିଧି ଏଠାରେ ଉପସ୍ଥିତି ରହିବା ଏହି ସାଧାରଣ ଉଦ୍ଦେଶ୍ୟକୁ ପ୍ରତିଫଳିତ କରିଥାଏ ।

ଅନେକ ଦଶନ୍ଧି ଧରି ସାଧାରଣ ଜୀବନରେ କାର୍ଯ୍ୟ କରିବା ଦ୍ୱାରା ମୁଁ ସ୍ଥିର ନିଶ୍ଚିତ ହୋଇଛି ଯେ ଶକ୍ତି ହେଉଛି ସାମାଜିକ-ଅର୍ଥନୈତିକ ପ୍ରଗତିର ଏକ ପ୍ରମୁଖ ପରିଚାଳକ । ଅର୍ଥବ୍ୟବସ୍ଥାର ଦୃତ ପ୍ରଗତି ପାଇଁ ଉପଯୁକ୍ତ ମୁଲ୍ୟ, ସ୍ଥାୟୀ ଓ ସତତ ଶକ୍ତି ଯୋଗାଣ ଅତ୍ୟନ୍ତ ଆବଶ୍ୟକ । ଅର୍ଥନୈତିକ ପ୍ରଗତିର ଅଂଶବିଶେଷ ହେବା ପାଇଁ ଏହା ସମାଜର ଗରିବ ଓ ଅବହେଳିତ ବର୍ଗଙ୍କୁ ସହାୟତା ପ୍ରଦାନ କରିଥାଏ ।

ବୃହତ ଅର୍ଥରେ ଶକ୍ତି କ୍ଷେତ୍ର ସମୃଦ୍ଧି କ୍ଷେତ୍ରରେ ପ୍ରମୂଖ ଭୂମିକା ଗ୍ରହଣ କରିଥାଏ ।

ବନ୍ଧୁଗଣ,

ଆମେ ଯେତବେଳେ ଏଠାରେ ବୈଶ୍ୱିକ ଶକ୍ତିର ବର୍ତ୍ତମାନ ଏବଂ ଭବିଷ୍ୟତ ସମ୍ବନ୍ଧରେ ଆଲୋଚନା କରିବା ପାଇଁ ଏକାଠି ହୋଇଛେ, ସେତବେଳେ ବୈଶ୍ୱିକ ଶକ୍ତି କ୍ଷେତ୍ରରେ ପରିବର୍ତ୍ତନର ହାୱା ବହୁଥିବାର ପରିଦୃଶ୍ୟ ହେଉଛି ।

ଶକ୍ତି ଯୋଗାଣ, ଶକ୍ତି ଉତ୍ସ ଏବଂ ଶକ୍ତି ଖର୍ଚ୍ଚର ପ୍ରକ୍ରିୟାରେ ପରିବର୍ତ୍ତନ ହେଉଛି । ବୋଧହୁଏ ଏହା ହେଉଛି ଏକ ଐତିହାସିକ ପରିବର୍ତ୍ତନ ।

ଶକ୍ତି ଖର୍ଚ୍ଚ ପଶ୍ଚିମରୁ ପୂର୍ବ ଆଡକୁ ମୁହାଁଉଛି । ସେଲ ବିପ୍ଳବ ପରେ ଯୁକ୍ତରାଷ୍ଟ୍ର ଆମେରିକା ବିଶ୍ୱର ସର୍ବବୃହତ୍ ତୈଳ ଓ ଗ୍ୟାସ ଉତ୍ପାଦକରେ ପରିଣତ ହୋଇଛି ।

ସୌର ଶକ୍ତି ଏବଂ ଅନ୍ୟାନ୍ୟ ଅକ୍ଷୟ ଶକ୍ତି ଅଧିକ ପ୍ରତିଦ୍ଵନ୍ଦ୍ଵୀତାପୂର୍ଣ୍ଣ ହୋଇଛି । ଏଗୁଡ଼ିକ ପାରମ୍ପରିକ ଶକ୍ତିର ସତତ ଅତିରିକ୍ତ ଉର୍ଜା ଭାବେ ଉଭା ହୋଇଛନ୍ତି ।

ବୈଶ୍ୱିକ ଶକ୍ତି ମିଶ୍ରଣରେ ପ୍ରାକୃତିକ ଗ୍ୟାସ ଦୃତ ଗତିରେ ଏକ ବୃହତ ଇନ୍ଧନରେ ପରିଣତ ହେଉଛି ।

ଏହା ହେଉଛି ସୁଲଭ ଅକ୍ଷୟ ଶକ୍ତି, ବୈଷୟିକ ଜ୍ଞାନ ଏବଂ ଡିଜିଟାଲ ପ୍ରୟୋଗ ମଧ୍ୟରେ ସମ୍ମିଶ୍ରଣର ସୂଚନା ଯେଉଁଥିରେ କି ଅନେକ ସତତ ବିକାଶ ଲକ୍ଷ୍ୟ ହାସଲକୁ ଦୃତ କରିବାର ସମ୍ଭାବନା ରହିଛି ।

ପାଣିପାଗ ପରିବର୍ତ୍ତନର ମୁକାବିଲା କରିବା ପାଇଁ ଦେଶମାନେ ଏକାଠି ହେଉଛନ୍ତି । ଭାରତ ଏବଂ ଫ୍ରାନ୍ସ ପ୍ରୋତ୍ସାହନରେ ଆନ୍ତର୍ଜାତିକ ସୌର ମେଣ୍ଟ ଭଳି ବୈଶ୍ୱିକ ଭାଗୀଦାରୀତା ପରିଦୃଶ୍ୟମାନ ହେଉଛି ।

ଆମେ ଏବ ବୃହତ୍ ଶକ୍ତି ଉପଲବ୍ଧତାର ସମୟରେ ପ୍ରବେଶ କରୁଛେ ।

ମାତ୍ର ବିଶ୍ୱରେ 10 କୋଟିରୁ ଉର୍ଦ୍ଧ୍ଵ ଜନସାଧାରଣଙ୍କ ପାଖରେ ଏବେ ବି ବିଦ୍ୟୁତ ଶକ୍ତି ପହଂଚି ପାରିନାହିଁ । ଅନେକଙ୍କର ସ୍ୱଚ୍ଛ ରନ୍ଧନ ଗ୍ୟାସ ସୁବିଧା ନାହିଁ ।

ଶକ୍ତି ଉପଲବ୍ଧତାକୁ ନେଇ ଏହି ସମସ୍ୟାଗୁଡ଼ିକର ସମାଧାନ କ୍ଷେତ୍ରରେ ଭାରତ ନେତୃତ୍ୱ ଭୂମିକା ଗ୍ରହଣ କରୁଛି । ଆମ ସଫଳତାରେ ମୁଁ  ବିଶ୍ୱ ପାଇଁ ଆଶାବାଦ ଦେଖୁଛି ଯେ ଶକ୍ତି ଉପଲବ୍ଧତାର ସମସ୍ୟାକୁ ସଠିକ ଢ଼ଙ୍ଗରେ ସମାଧାନ କରାଯାଇ ପାରିବ ।

ଜନସାଧାରଣଙ୍କ ପାଖରେ ସହଜରେ ସ୍ୱଚ୍ଛ, ସୁଲଭ ଏବଂ ସମାନ ପରିମାଣର ଶକ୍ତି ପହଂଚିବା ପିଶ୍ଚିତ ଭାବେ ଆବଶ୍ୟକ ।

ଶକ୍ତି ନ୍ୟାୟ ଆଧାରିତ ଏକ ଯୁଗ ଆରମ୍ଭ ନେଇ ଭାରତର ଯୋଗଦାନ ତାତ୍ପର୍ଯ୍ୟପୂର୍ଣ୍ଣ ।

ସମ୍ପ୍ରତି ଭାରତ ହେଉଛି ଦୃତ ଗତିରେ ବୃଦ୍ଧି ପାଉଥିବା ବିଶ୍ୱର ସର୍ବବୃହତ୍ ଅର୍ଥବ୍ୟବସ୍ଥା । ଆଗାମୀ ଦିନରେ ଏହି ଧାରା ବଜାୟ ରହିବ ବୋଲି ଆଇଏମଏଫ ଏବଂ ବିଶ୍ୱବ୍ୟାଙ୍କ ଭଳି ପ୍ରମୁଖ ଏଜେନ୍ସିମାନେ ଅନୁମାନ କରୁଛନ୍ତି ।

ଏକ ଅନିଶ୍ଚିତତାମୁଳକ ବୈଶ୍ୱିକ ଅର୍ଥନୈତିକ ପରିବେଶରେ, ଭାରତ ବିଶ୍ୱ ଅର୍ଥବ୍ୟବସ୍ଥାର ଏକ ଆଧାର ଭାବେ ନିଜକୁ ଦୃଢ଼ ଭାବେ ପ୍ରତିଷ୍ଠିତ କରିପାରିଛି ।

ସମ୍ପ୍ରତି ଭାରତ ବିଶ୍ୱର ଷଷ୍ଠ ସର୍ବବୃହତ ଅର୍ଥବ୍ୟବସ୍ଥାରେ ପରିଣତ ହୋଇଛି । ଏଇ ନିକଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ 2030 ସୁଦ୍ଧା ଭାରତ ଦ୍ୱିତୀୟ ସର୍ବବୃହତ୍ ବିଶ୍ୱ ଅର୍ଥବ୍ୟବସ୍ଥାରେ ପରିଣତ ହୋଇପାରେ ।

ଆମେ ମଧ୍ୟ ହେଉଛି ବିଶ୍ୱର ତୃତୀୟ ସର୍ବବୃହତ୍ ଶକ୍ତି ଉପଭୋକ୍ତା ଏବଂ ବାର୍ଷିକ ଆମର ଶକ୍ତି ଚାହିଦା ଶତକଡା 5 ପ୍ରତିଶତରୁ ଅଧିକ ବୃଦ୍ଧି ପାଉଛି ।

ଶକ୍ତି କମ୍ପାନୀମାନଙ୍କ ପାଇଁ ଭାରତ ଏକ ଆକର୍ଷଣୀୟ ବଜାର ଭାବେ ରହିଆସିଛି ଏବଂ 2040 ବେଳକୁ ଶକ୍ତି ଚାହିଦା ଦୁଇଗୁଣରୁ ଅଧିକ ହେବାର ଆଶା କରାଯାଉଛି ।

ଶକ୍ତି ଯୋଜନାକୁ ନେଇ ଆମେ ଏକ ସମନ୍ୱିତ ଧାରା ଗ୍ରହଣ କରିଛୁ । 2016 ଡିସେମ୍ବରରେ ଅନୁଷ୍ଠିତ ହୋଇଥିବା ଶେଷ ପେଟ୍ରୋଟେକ ସମ୍ମିଳନୀରେ ମୁଁ ଭାରତର ଶକ୍ତି ଭବିଷ୍ୟତର 4ଟି ସ୍ତମ୍ଭ ସମ୍ବନ୍ଧରେ ପ୍ରକାଶ କରିଥିଲି । ଏଗୁଡ଼ିକ ହେଉଛି- ଶକ୍ତି ଉପଲବ୍ଧତା, ଶକ୍ତି ସାମର୍ଥ୍ୟ, ଶକ୍ତି ସ୍ଥାୟୀତ୍ୱ ଏବଂ ଶକ୍ତି ସୁରକ୍ଷା ।

ବନ୍ଧୁଗଣ,

ଶକ୍ତି ନ୍ୟାୟ ହେଉଛି ମୋର ଏକ ଗୁରୁତ୍ୱପୂର୍ଣ୍ଣ ଉଦ୍ଦେଶ୍ୟ ଏବଂ ଭାରତ ପାଇଁ ଏକ ପ୍ରମୁଖତା । ଏହାର ଶେଷବେଳକୁ ଆମେ ଅନେକ ନୀତି ସ୍ଥିର କରିଛୁ ଏବଂ ଏଗୁଡ଼ିକର ପ୍ରଣୟନ କରିଛୁ । ଏଗୁଡ଼ିକର ଫଳାଫଳ ଏବେ ପରିଦୃଶ୍ୟ ହୋଇଛି ।

ଆମର ସମସ୍ତ ଗ୍ରାମୀଣ ଅଂଚଳମାନଙ୍କରେ ବିଦ୍ୟୁତ ଶକ୍ତି ପହଂଚି ପାରିଛି ।

ଚଳିତ ବର୍ଷ ସୌଭାଗ୍ୟ କାର୍ଯ୍ୟକ୍ରମ ଅଧୀନରେ ଆମେ ଭାରତର ପ୍ରତ୍ୟେକଟି ଗୃହରେ ଶତକଡା 100 ପ୍ରତିଶତ ବିଦ୍ୟୁତୀକରଣ ହାସଲ କରିବାର ଲକ୍ଷ୍ୟ ନିର୍ଦ୍ଧାରିତ କରିଛୁ ।

ଉତ୍ପାଦନ ବୃଦ୍ଧି କରୁଥିବା ବେଳେ ସମ୍ପ୍ରସାରଣ ଏବଂ ବଂଟନ ବେଳେ ଶକ୍ତି ନଷ୍ଟ ନହେବା ନେଇ ଆମେ ଲକ୍ଷ୍ୟ ରଖିଛୁ । ଉଦୟ ଯୋଜନା ଅନ୍ତର୍ଗତ ଆମେ ଏହି ଲକ୍ଷ୍ୟ ପୂରଣ ହେବା ଦିଗରେ କାର୍ଯ୍ୟ କରୁଛୁ ।

ଭାରତର ବିଶ୍ୱ ବ୍ୟାଙ୍କ ବିଦ୍ୟୁତ ଶକ୍ତି ପାଇବାର ସହଜତା ମାନ୍ୟତାରେ ଉନ୍ନତି ଘଟଛି । ଏହା 2014ରେ  111 ଥିଲାବେଳେ 2018ରେ 29ରେ ପହଂଚିଛି ।

ଉଜ୍ଜ୍ୱଳା ଯୋଜନାରେ ଦେଶବ୍ୟାପୀ ଏଲଇଡି ବଲ ବଂଟନ କରାଯିବା ଦ୍ୱାରା ବାର୍ଷିକ 7 ହଜାର କୋଟି ଟଙ୍କା ତଥା ପାଖାପାଖି 2.5 ବିଲିଅନ ଡଲାର ସଂଚୟ କରାଯାଇ ପାରିଛି ।

ସ୍ୱଚ୍ଛ ରନ୍ଧନ ଗ୍ୟାସ ଉପଲବ୍ଧ ହେବା ଦ୍ୱାରା ବିଶେଷ କରି ମହିଳା ଏବଂ ପିଲାମାନଙ୍କୁ ଲାଭ ମିଳିଛି ଏବଂ ସେମାନେ ଧୂଆଁ ଜନିତ ପ୍ରଦୂଷଣରୁ ରକ୍ଷା ପାଇପାରିଛନ୍ତି ।

ଉଜ୍ଜ୍ୱଳା ଯୋଜନାରେ 3 ବର୍ଷରୁ କମ ସମୟ ମଧ୍ୟରେ 6.4 କୋଟି ପରିବାରଙ୍କୁ ଏଲପିଜି ସଂଯୋଗ ପ୍ରଦାନ କରାଯାଇଛି । ଏକ ‘ନୀଳ ଶିଖା ବିପ୍ଳବ’ ଆଗାମୀ ଦିନରେ ସୃଷ୍ଟି ହେବ । ଏଲପିଜି କଭରେଜ ଶତକଡା 90 ପ୍ରତିଶତରୁ ଊର୍ଦ୍ଦ୍ଵ ଘରେ ପହଂଚିଛି, ଯେତବେଳେ କି 5 ବର୍ଷ ପୂର୍ବେ ଏହା ଶତକଡା 55 ପ୍ରତିଶତ ଥିଲା ।

ସ୍ୱଚ୍ଛ ପରିବହନକୁ ଗତି ମିଳିଛି । 2020 ଏପ୍ରିଲ ସୁଦ୍ଧା ଆମେ ବିଏସ 4ରୁ ବିଏସ 6କୁ ସିଧାସଳଖ ଭାବେ ଲମ୍ଫ ପ୍ରଦାନ କରିବା । ଏହା ୟୁରୋ 6 ସ୍ତରର ସମକକ୍ଷ ।

କେବଳ ଜନସାଧାରଣଙ୍କ ଯୋଗଦାନ ଫଳରେ ଶତକଡା ଶହେ ପ୍ରତିଶତ ବିଦ୍ୟୁତକରଣ ଏବଂ ଏଲପିଜି କଭରେଜରେ ବୃଦ୍ଧି ସମ୍ଭବ ହୋଇପାରିଛି । ଜନସାଧାରଣ ଯେତବେଳେ ସେମାନଙ୍କର ସାମୂହିକ ଶକ୍ତି ବାବଦରେ ଅବଗତ ହେବେ ସେତବେଳେ ଯାଇଁ ଶକ୍ତି ନ୍ୟାୟକୁ ହାସଲ କରାଯାଇ ପାରିବ । ଏହି ବିଶ୍ୱାସକୁ ବାସ୍ତବିକତାରେ ପରିଣତ କରିବା ନେଇ ସରକାର ହେଉଛନ୍ତି କେବଳ ଏକ ମାଧ୍ୟମ ।

ଗତ 5 ବର୍ଷ ମଧ୍ୟରେ ଭାରତର ତୈଳ ଓ ଗ୍ୟାସ କ୍ଷେତ୍ରରେ ପ୍ରମୁଖ ସଂସ୍କାର ଗ୍ରହଣ କରାଯାଇଛି । ଆମେ ଆମର ବିକାଶଗତ ନୀତି ଏବଂ ନିୟମରେ ବ୍ୟାପକ ପରିବର୍ତ୍ତନ ଆଣିଛୁ । ଏହି କ୍ଷେତ୍ରରେ ସ୍ୱଚ୍ଛତା ଏବଂ ପ୍ରତିଦ୍ୱନ୍ଦ୍ୱିତା ଆଣିବା ପାଇଁ ଆମେ ହାଇଡ୍ରୋକାର୍ବନ ଅନ୍ୱେଷଣ ଏବଂ ଲାଇସେନ୍ସ ନୀତିର ଶୁଭାରମ୍ଭ କରିଛୁ ।

ବିଡିଂ ସର୍ତ୍ତକୁ ରାଜସ୍ୱ ଭାଗିଦାରୀରେ ପରିବର୍ତ୍ତିତ କରାଯାଇଛି । ଏହାଫଳରେ ସରକାରୀ ହସ୍ତକ୍ଷେପ ହ୍ରାସ ପାଇଛି । ଏକ ମୁକ୍ତ ଆକରେଜ ଲାଇସେନ୍ସ ନୀତି ଏବଂ ଏକ ଜାତୀୟ ତଥ୍ୟ ରିପୋଜିଟୋରୀ ଭାରତୀୟ କ୍ଷେତ୍ରମାନଙ୍କରେ ଅନ୍ୱେଷଣ ବୃଦ୍ଧି କରିବାରେ ସହାୟତା କରୁଛି ।

ଗ୍ୟାସ ଦରରେ ସଂସ୍କାର ମଧ୍ୟ ଆରମ୍ଭ କରାଯାଉଛି । ପରିବର୍ଦ୍ଧିତ ତୈଳ ଉତ୍ତୋଳନ ନୀତିର ଲକ୍ଷ୍ୟ ହେଉଛି ଅପଷ୍ଟ୍ରିମ କ୍ଷେତ୍ରରେ ଉତ୍ପାଦକତା ବୃଦ୍ଧି କରିବା ପାଇଁ ଅତ୍ୟାଧୁନିକ ବୈଷୟିକ ଜ୍ଞାନର ବ୍ୟବହାର ।

ଆମର ପଛୁଆ କ୍ଷେତ୍ରରେ ସମ୍ପୂର୍ଣ୍ଣ ଭାବେ ଉଦାରୀକରଣ ପ୍ରକ୍ରିୟା ଲାଗୁ କରାଯାଇଛି । ବଜାର ପରିଚାଳିତ ପେଟ୍ରୋଲ ଓ ଡିଜେଲ ଦର ଆନ୍ତର୍ଜାତିକ ଅଶୋଧିତ ତୈଳର ମୂଲ୍ୟକୁ ପ୍ରତିଫଳିତ କରିଥାଏ । ଭାରତ ପାଖରେ ବିଶ୍ୱର ଚତୁର୍ଥ ସର୍ବାଧିକ ଶୋଧନ ସାମର୍ଥ୍ୟ ରହିଛି । 2030 ସୁଦ୍ଧା ଏହା 200 ମିଲିଅନ ମେଟ୍ରିକ ଟନକୁ ପୁନଃ ବୃଦ୍ଧି ପାଇବ ।

ଚଳିତ ବର୍ଷ ଏକ ଜାତୀୟ ବାୟୋ ଇନ୍ଧନ ନୀତି ନିର୍ଦ୍ଧାରଣ କରାଯାଇଛି ।  ବାୟୋଇନ୍ଧନର ଦ୍ୱିତୀୟ ଏବଂ ତୃତୀୟ ଜେନେରେସନ ଉପରେ ଗବେଷଣାକୁ ପ୍ରୋତ୍ସାହିତ କରାଯାଉଛି । 11ଟି ରାଜ୍ୟରେ ଦ୍ୱିତୀୟ ଜେନେରେସନ ବାୟୋ-ବିଶୋଧନାଗାର ପ୍ରତିଷ୍ଠା କରାଯାଉଛି । ଏଥାନଲ ବ୍ଲେଣ୍ଡିଙ୍ଗ ଏବଂ ବାୟୋଡିଜେଲ କାର୍ଯ୍ୟକ୍ରମ କାର୍ବନ ନିର୍ଗମନ ହ୍ରାସ କରାଇବା ସହ କୃଷକମାନଙ୍କ ରୋଜଗାରରେ ବୃଦ୍ଧି କରୁଛି । ଆମର ସିଭିଲ ଆଭିଏସନ କ୍ଷେତ୍ରରେ ବାୟୋ ଆଭିଏସନ ଟର୍ବାଇନ ଇନ୍ଧନକୁ ପରୀକ୍ଷା କରାଯାଇ ସାରିଛି ।

ସମଗ୍ର ତୈଳ ଏବଂ ଗ୍ୟାସ ମୂଲ୍ୟ ଶୃଙ୍ଖଳରେ ବେସରକାରୀ ଅଂଶଗ୍ରହଣ ପାଇଁ ଆମ ସରକାର ପ୍ରୋତ୍ସାହିତ କରୁଛନ୍ତି । ବୈଦେଶିକ ପୁଞ୍ଜି ନିବେଶ ପାଇଁ ଭାରତ ଏକ ଆକର୍ଷଣୀୟ ଲକ୍ଷ୍ୟସ୍ଥଳରେ ପରିଣତ ହୋଇଛି । ଏହି ମୂଲ୍ୟ ଶୃଙ୍ଖଳରେ ସାଉଦୀ ଆରାମକୋ, ଆଡନୋକ, ଟୋଟାଲ, ଏକ୍ସନ-ମୋବିଲ, ବିପି ଏବଂ ସେଲ ମାନଙ୍କ ଭଳି କମ୍ପାନୀ ସେମାନଙ୍କ ପୁଞ୍ଜିନିବେଶ ବୃଦ୍ଧି କରିବା ପାଇଁ ଚାହୁଁଛନ୍ତି ।

ଏକ ଗ୍ୟାସ ଆଧାରିତ ଅର୍ଥବ୍ୟବସ୍ଥାରେ ପରିଣତ ହେବା ପାଇଁ ଭାରତ ଦୃତ ଗତିରେ ଆଗେଇ ଚାଲିଛି । 16 ହଜାର କିଲୋମିଟରରୁ ଅଧିକ ଗ୍ୟାସ ପାଇପଲାଇର ନିର୍ମାଣ କରାଯାଇ ସାରିଲାଣି ଏବଂ ଅତିରିକ୍ତ 11 ହଜାର କିଲୋମିଟର ଏବେ ନିର୍ମାଣାଧୀନ ରହିଛି ।

ପୂର୍ବ ଭାରତରେ 3,200 କିଲୋମିଟର ଦୀର୍ଘ ଗ୍ୟାସ ପାଇପଲାଇନ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇସାରିଛି । ଏହା ଉତ୍ତର-ପୁର୍ବ ଭାରତକୁ ଜାତୀୟ ଗ୍ୟାସ ଗ୍ରୀଡ ସହିତ ସଂଯୁକ୍ତ କରିବ ।

ସହର ଗ୍ୟାସ ବଂଟନର ଦଶମ ବିଡ ଏକ ମାସ ସମୟ ମଧ୍ୟରେ ପୁରଣ ହେବ । ଏହା 400ରୁ ଉର୍ଦ୍ଧ୍ଵ ଜିଲ୍ଲାକୁ ପରିବ୍ୟାପ୍ତ ହେବ । ଏହା ଦ୍ୱାରା ସହର ଗ୍ୟାସ ବଂଟନ ଜନସଂଖ୍ୟାର ଶତକଡା 70 ପ୍ରତିଶତ ଅଂଶକୁ କଭର କରିବାରେ ସମ୍ପ୍ରସାରିତ ହେବ ।

ଆମେ ଚତୁର୍ଥ ପିଢିର ଶିଳ୍ପ ବିପ୍ଲବ ଆଡକୁ ଆଗେଇ ଚାଲିଛେ । ନୂତନ ଜ୍ଞାନକୌଶଳ ଏବଂ ପ୍ରକ୍ରିୟା ମାଧ୍ୟମରେ ଏହା ଶିଳ୍ପମାନଙ୍କର ପରିଚାଳିତ ଢ଼ଙ୍ଗକୁ ପରିବର୍ତ୍ତିତ କରିବ । ସାମର୍ଥ୍ୟ ଓ ନିରାପତ୍ତା ବୃଦ୍ଧି ଏବଂ ମୂଲ୍ୟ ହ୍ରାସ କରିବା ପାଇଁ ଆମ କମ୍ପାନୀଗୁଡ଼ିକ ଅତ୍ୟାଧୁନିକ ବୈଷୟିକ ଜ୍ଞାନର ବ୍ୟବହାର କରୁଛନ୍ତି ।  ପରିଚାଳନା ଏବଂ ରିମୋଟ ପରିଚାଳନା ନିଶ୍ଚିତ କରିବା ପାଇଁ ଡାଉନଷ୍ଟ୍ରିମ ରିଟେଲ ଓ ଅପଷ୍ଟ୍ରିମ ତୈଳ ଓ ଗ୍ୟାସ ଉତ୍ପାଦନ କ୍ଷେତ୍ରରେ ଏହା କରାଯାଉଛି ।

ଏଇ ନିକଟ ବର୍ଷମାନଙ୍କରେ ଆମେ ଆନ୍ତର୍ଜାତିକ ଶକ୍ତି ଏଜେନ୍ସି ଏବଂ ଓପିଇସି ଆଦି ସଙ୍ଗଠନମାନଙ୍କ ସହ ଆମର ଆନ୍ତର୍ଜାତିକ ସମ୍ପର୍କକୁ ଗଭୀର କରିଛୁ । ଆମେ 2016ରୁ 2018 ପର୍ଯ୍ୟନ୍ତ ଆନ୍ତର୍ଜାତିକ ଶକ୍ତି ଫୋରମର ଅଧ୍ୟକ୍ଷତା କରିଛୁ । ଦ୍ୱିପାକ୍ଷିକ ପୁଞ୍ଜିନିବେଶ ମାଧ୍ୟମରେ ଆମେ ଆମ ପାରମ୍ପରିକ କ୍ରେତା-ବିକ୍ରେତା ସମ୍ପର୍କକୁ  ରଣନୈତିକ ଭାଗୀଦାରୀତାରେ ପରିବର୍ତ୍ତିତ କରିଛୁ । ଆମେ ମଧ୍ୟ ନେପାଳ, ବାଂଲାଦେଶ, ଶ୍ରୀଲଙ୍କା, ଭୁଟାନ ଏବଂ ମିଆଁମାର ସହିତ ଆମ ଶକ୍ତି ଭାଗୀଦାରୀତାକୁ ବୃଦ୍ଧି କରି ଆମ ‘ପଡୋଶୀ ପ୍ରଥମେ’ ନୀତିକୁ ବଳ ଦେଇଛୁ ।

ତୈଳ ଏବଂ ଗ୍ୟାସ କ୍ଷେତ୍ରର ବୈଶ୍ୱିକ କାର୍ଯ୍ୟାଧିକାରୀମାନଙ୍କ ସହିତ ମୁଁ ନିୟମିତ ଭାବେ ସମ୍ପର୍କରେ ରହିଆସିଛି । ବୈଶ୍ୱିକ କାର୍ଯ୍ୟାଧୀକାରୀ ମାନଙ୍କ ସହିତ ମୋର ଭାବ ବିନିମୟ ବେଳେ ମୁଁ ସବୁବେଳେ ଗୁରୁତ୍ୱାରୋପ କରିଆସିଛି ଯେ ତୈଳ ଓ ଗ୍ୟାସ କେବଳ ବ୍ୟବସାୟିକ ଜିନିଷ ନୁହନ୍ତି ବରଂ ଏଗୁଡ଼ିକ ହେଉଛନ୍ତି ଅତ୍ୟାବଶ୍ୟକତା । ରୋଷଇ ଘର ପାଇଁ ହେଉ, ଜଣେ ସାଧାରଣ ଲୋକ ପାଇଁ ହେଉ, କିମ୍ବା ବିମାନ ପାଇଁ ହେଉ, ଶକ୍ତି ଏକ ଅତ୍ୟାବଶ୍ୟକ କଞ୍ଚାମାଲ ।

ଅନେକ ଦିନ ଧରି ଅଶୋଧିତ ତୈଳର ମୂଲ୍ୟରେ କ୍ରମାଗତ ହ୍ରାସ-ବୃଦ୍ଧିକୁ ବିଶ୍ୱ ଦେଖିଆସିଛି । ଆମକୁ ଏକ ଦାୟିତ୍ୱ ସମ୍ପନ୍ନ ମୂଲ୍ୟଧାର୍ଯ୍ୟ ଆଡକୁ ଆଗେଇବାକୁ ପଡିବ ଯାହାକି ଉଭୟ ଉତ୍ପାଦକ ଏବଂ ଉପଭୋକ୍ତା ଉଭୟଙ୍କ ସ୍ୱାର୍ଥକୁ ସନ୍ତୁଳିତ କରିବ । ଆମେ ମଧ୍ୟ ଉଭୟ ତୈଳ ଓ ଗ୍ୟାସ ଲାଗି ଏକ ସ୍ୱଚ୍ଛ ଏବଂ ତନ୍ୟତା ବିଶିଷ୍ଟ ବଜାର ସୃଷ୍ଟି କରିବାକୁ ପଡିବ । ତେବେ ଯାଇଁ ମନୁଷ୍ୟତାର ଶକ୍ତି ଆବଶ୍ୟକତାକୁ ଆମେ ସର୍ବାଧିକ ଗୁରୁତ୍ୱର ସହ ସେବା ଦେଇପାରିବା

ଆଉ ଏକ ପ୍ରମୁଖ ବିଷୟ ହେଉଛି ପାଣିପାଗ ପରିବର୍ତ୍ତନ କ୍ଷେତ୍ରରେ ବିଶ୍ୱ ଏକାଠି ହେବାର ଆବଶ୍ୟକତା ରହିଛି । ମିଳିତ ଭାବେ ହିଁ ପ୍ୟାରିସଠାରେ ସିଓପି-21ରେ ଆମେ ଆମ ପାଇଁ ସ୍ଥିରୀକୃତ ଲକ୍ଷ୍ୟ ହାସଲ ଦିଗରେ ଆଗକୁ ବଢ଼ିବା ଆବଶ୍ୟକ । ଏହାର ସଂକଳ୍ପବଦ୍ଧତାକୁ ପୂରଣ କରିବାରେ ଭାରତ ଦୃତ ପ୍ରଗତି ହାସଲ କରିଛି । ଲକ୍ଷ୍ୟ ହାସଲ କରିବା ନେଇ ଆମେ ସଠିକ ବାଟରେ ରହିଛେ ।

ଶକ୍ତି କ୍ଷେତ୍ରର ଭବିଷ୍ୟତ ସମ୍ବନ୍ଧରେ ଗଭୀର ଭାବେ ଚିନ୍ତା କରିବା ପାଇଁ ପେଟ୍ରୋଟେକ ଏକ ସଠିକ ଭିତ୍ତିଭୂମି ପ୍ରଦାନ କରିଛି । ବୈଶ୍ୱିକ ପରିବର୍ତ୍ତନ, ନୀତି ଏବଂ ନୂତନ ଜ୍ଞାନକୌଶଳ କିପରି ଭାବେ ବଜାର ସ୍ଥିରତା ଏବଂ ଏହି କ୍ଷେତ୍ରରେ ଭବିଷ୍ୟତ ପୁଞ୍ଜିନିବେଶକୁ ପ୍ରଭାବିତ କରିବ ସେ ନେଇ ପ୍ରତିଫଳନ କରିବା ପାଇଁ ପେଟ୍ରୋଟେକ ଏକ ଉତ୍ତମ ଭିତ୍ତିଭୂମି ।

ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଏକ ଫଳପ୍ରଦ ସମ୍ମିଳନୀ ପାଇଁ ଶୁଭକାମନା ଜଣାଉଛି ।

ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's forex reserves hit all-time high of $729.33 billion after $12.42 billion jump

Media Coverage

India's forex reserves hit all-time high of $729.33 billion after $12.42 billion jump
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 29, 2026
August 29, 2026

New India, New Speed, New Stage: Missiles, Medals, Multilateralism under PM Modi